• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»Tinoti upadesha
ଗଳ୍ପ

Tinoti upadesha

Liza SBy Liza SOctober 4, 2022No Comments5 Mins Read
Facebook Twitter Pinterest Reddit LinkedIn Tumblr Email
Tinoti upadesha
Tinoti upadesha
Share
Facebook Twitter Pinterest Reddit Email

ଅନେକ ଦିନ ତଳର କଥା । ସାଗର ପାଟଣା ନାମକ ଗାଁରେ ଜଣେ ସାଧୁ ପ୍ରକୃତିର ଲୋକ ଥିଲେ । ତାଙ୍କ ନାମ ଜୟଦେବ ଆଚାର୍ଯ୍ୟ । ଲୋକେ ତାଙ୍କୁ ଆଚାର୍ଯ୍ୟ ମହାଶୟ ବୋଲି ଡାକୁଥିଲେ ।

ଆଚାର୍ଯ୍ୟଙ୍କର ଗୋଟିଏ ବିଶେଷ ଗୁଣ ଥିଲା । କେହି ତାଙ୍କୁ ସୂର୍ଯ୍ୟୋଦୟ କିମ୍ବା ସୂର୍ଯ୍ୟାସ୍ତ ବେଳେ କିଛି ପ୍ରଶ୍ନ ପଚାରିଦେଲେ ସେ ତାଙ୍କ ପୂଜା କକ୍ଷକୁ ଯାଇ କିଛି ସମୟ ନିରବରେ ବସି ସେ ପ୍ରଶ୍ନର ଉତ୍ତର ଖଣ୍ଡିଏ କାଗଜରେ ଲେଖି ପ୍ରଶ୍ନକର୍ତ୍ତାକୁ ଆଣି ତାହା ଧରାଇ ଦେଉଥିଲେ । ସାଧାରଣତଃ ତାଙ୍କ ଉତ୍ତରରେ ଲୋକମାନଙ୍କର ବହୁତ ଉପକାର ହେଉଥିଲା । ଲୋକେ ଏଥିରେ ଖୁସି ହୋଇ ତାଙ୍କୁ ପୁରସ୍କାର ଦେଉଥିଲେ । ସେ ଯାହା ପାଉଥିଲେ, ତାକୁ ସତ୍ କାର୍ଯ୍ୟରେ ତଥା ଅନ୍ୟମାନଙ୍କ ସେବାରେ ସେ ଲଗାଉଥିଲେ ।

ଦିନେ ଶ୍ରୀଧର ଦାସ ନାମକ ଜଣେ ବିଶିଷ୍ଟ ବ୍ୟକ୍ତି ଆସି ଆଚାର୍ଯ୍ୟଙ୍କୁ କହିଲେ, “ମହାଶୟ, ମୋର କୌଣସି ପ୍ରଶ୍ନ ନାହିଁ । କିନ୍ତୁ ମୋତେ କିଛି ଉପଦେଶ ଦିଅନ୍ତୁ ।”

ଆଚାର୍ଯ୍ୟ ପୂଜା କକ୍ଷକୁ ଯାଇ ସେଠାରୁ ଖଣ୍ଡିଏ କାଗଜରେ ତିନୋଟି ଉପଦେଶ ଲେଖି ଆଣି ଶ୍ରୀଧର ଦାସଙ୍କୁ ତାହା ଦେଲେ । ଶ୍ରୀଧର ଦାସ ଖୁସି ହୋଇ ଆଚାର୍ଯ୍ୟଙ୍କୁ ତିନିଶହ ଟଙ୍କା ଦେଲେ ।

ଘରକୁ ଆସି ସେ ଉପଦେଶ ତିନୋଟି ପଢିଲେ: (୧) କୌଣସି କାର୍ଯ୍ୟ ଫଳବତୀ ହେବା ପୂର୍ବରୁ ଅତ୍ୟନ୍ତ ପ୍ରୟୋଜନ ନହେଲେ ସେ ବିଷୟରେ କାହାକୁବି କିଛି କହିବ ନାହିଁ । (୨) ଯଦି ଦୀର୍ଘ ବାଟ ଯାଉଥିବା ବେଳେ ବାଟରେ ବସି ଖାଇବା ଦରକାର ହେବ, ତେବେ ବାଟଠୁଁ ଟିକିଏ ଦୂରକୁ ଯାଇ ବସି ଖାଇବ । (୩) କାହାରି ସହିତ ହଠାତ୍ ବାଜି ମାରିବ ନାହିଁ ।
ଶ୍ରୀଧର ଭାବିଲେ, ଆଚ୍ଛା, ଏ ଉପଦେଶକୁ କାମରେ ଲଗାଯାଉ । ପରଦିନ କୌଣସି ମୂଲ୍ୟବାନ ଜିନିଷ କିଣିବା ପାଇଁ ତାଙ୍କର ତ ସହରକୁ ଯିବାର ଥିଲା । ସେ କାହାକୁ ନିଜ ଉଦ୍ଧେଶ୍ୟ ବା ଗନ୍ତବ୍ୟ ସ୍ଥାନ ବିଷୟ ନକହି ଗୋଟିଏ ଶଗଡ ଭଡା କରି ବାହାରିଗଲେ । ଦୁଇ ପହର ବେଳକୁ ଗାଡି ଅଟକାଇ ସେ ରାସ୍ତାଠୁଁ ଅଳ୍ପ କିଛି ଦୂରରେ ଥିବା ଗୋଟିଏ କୂଅ ପାଖରେ ଯାଇ ସାଥିରେ ଥିବା ଖାଦ୍ୟ ଖାଇଲେ ଓ ପୁଣି ଯାଇ ଗାଡିରେ ବସିଲେ । ଅଳ୍ପ ଦୂର ଯିବା ପରେ ସେ ଦେଖିଲେ, ଟଙ୍କା ଥଳିଟି ଗାଡିରେ ଆଉ ନାହିଁ । ସେ ପୁଣି ସେ କୂଅ ପାଖକୁ ଯାଇ ଦେଖିବା ବେଳକୁ ଥଳିଟି ସେଠାରେ ଅଛି । ସେ ବୁଝିଲେ, ବାସ୍ତବିକ୍ ସେ ଯଦି ରାସ୍ତା କଡରେ ବସି ଖିଆପିଆ କରିଥାନ୍ତେ ଓ ଥଳିଟି ଛାଡିଥାନ୍ତେ, ତେବେ କୌଣସି ବାଟୋଇ ଆଖିରେ ତାହା ନିଶ୍ଚୟ ପଡିଥାନ୍ତା ଓ ସେ ଆଉ ତାକୁ କେବେବି ପାଇ ନଥାନ୍ତେ । ଆଚାର୍ଯ୍ୟଙ୍କ ତିନୋଟି ଉପଦେଶରୁ ଗୋଟିକର ମୂଲ୍ୟ ସେ ବୁଝିଲେ ।

ଏହା ଭିତରେ ଆଉ ଗୋଟିଏ ଘଟଣା ଘଟିଥାଏ । ସେ ପ୍ରଥମଥର କୂଅ ପାଖକୁ ଗଲାବେଳେ ଗୋଟିଏ ଅଜଣା ଫଳ ମାଡି ପକାଇଥିଲେ । ତାଙ୍କ ଗୋଡରେ ବହୁଦିନରୁ ଗୋଟିଏ ବଥ ଉଠିଥାଏ । ସେ ଦେଖିଲେ, ଫଳଟି ଫାଟିଯାଇ ବଥରେ ଲାଗିବା ଦ୍ୱାରା ଅଧଘଂଟାକ ଭିତରେ ବଥ ଫାଟି ଶୁଖି ଗଲାଣି । ସେ ଆଖପାଖକୁ ଅନାଇ ଯେଉଁ ଗଛରେ ସେ ଫଳ ଫଳିଛି, ତାହା ଲକ୍ଷ୍ୟ କଲେ । ଫେରିବା ବେଳକୁ ସେଥିରୁ ଦୁଇଚାରିଟା ନେଇଯିବେ ବୋଲି ଭାବିଲେ ।

କିନ୍ତୁ ସହରରୁ ଫେରିବା ବେଳକୁ ତାଙ୍କୁ ଆଉ ଗୋଟିଏ କାମ ଯୋଗୁଁ ଗୋଟିଏ ଭିନ୍ନ ରାସ୍ତାରେ ଆସିବାକୁ ହେଲା । ଗାଁରେ ପହଁଚି ସେ ଶୁଣିଲେ, ଜମିଦାରଙ୍କ ପିଠିରେ ଗୋଟିଏ ପୃଷ୍ଠ ବ୍ରଣ ଉଠି ତାଙ୍କୁ ବଡ କଷ୍ଟ ହେଉଛି । ବ୍ରଣଟି ଫାଟୁନାହିଁ କି ବସୁନାହିଁ । ଜମିଦାର ବଡ ଜନପ୍ରିୟ ଲୋକ ଥିଲେ । ତାଙ୍କୁ ସେ ଅଜଣା ଫଳ ଦ୍ୱାରା ଭଲ କରିଦେବା ପାଇଁ ଶ୍ରୀଧର ଦାସ୍ ଠିକ୍ କଲେ ଓ ସ୍ତ୍ରୀଙ୍କୁ କହିଲେ ଶୁଣୁଛ, “କାଲି ସକାଳେ ମୋତେ ପୁଣି ବାହାରକୁ ଯିବାକୁ ହେବ ।”

ସ୍ତ୍ରୀ କାହିଁକି ବୋଲି ପଚାରିବାରୁ ସେ ସବୁକଥା କହିଦେଲେ ।

ଉପରଓଳି ସେ ଜମିଦାରଙ୍କୁ ଦେଖିବାକୁ ବାହାରିଛନ୍ତି, ଦେଖିଲେ ତାଙ୍କ ପଡୋଶୀ ଓ ବନ୍ଧୁ ଜୟୀ ପ୍ରଧାନ ବି ଜମିଦାରଙ୍କ ଘରଆଡେ ଯାଉଛନ୍ତି । ଜୟୀ ପ୍ରଧାନ କହିଲେ କି ସେ ଜମିଦାରଙ୍କ ବ୍ରଣ ଭଲ କରିଦେବାର ସୂତ୍ର ଜାଣନ୍ତି । ଶ୍ରୀଧର ତାହା ଅସମ୍ଭବ ବୋଲି କହିବାରୁ ସେ ଦୁଇଜଣଙ୍କ ଭିତରେ ବାଜି ମରାମରି ହେଲା । ଯଦି ଦୁଇଦିନ ଭିତରେ ଜୟୀ ପ୍ରଧାନ ଜମିଦାରଙ୍କ ବ୍ରଣ ଭଲ କରିଦେବେ, ତେବେ ସେ ଶ୍ରୀଧରଙ୍କ ଘରକୁ ଆସି ଯେଉଁ ଚିଜ ପ୍ରଥମେ ଛୁଇଁବେ, ସେ ଚିଜଟି ସମୁଦାୟ ତାଙ୍କର ହୋଇଯିବ – ଏଇଆ ହେଲା ସର୍ତ୍ତ ।

ପରଦିନ ସକାଳେ ଶ୍ରୀଧର ଗାଡି ଚଢି ସେ କୂଅ ପାଖକୁ ଯାଇ ଫଳ ଆଣି ଘରକୁ ଫେରିଲେ । ଧୀରେ ସୁସ୍ଥେ ଉପରଓଳି ଜମିଦାରଙ୍କ ଘରକୁ ଯାଇ ସେ ଦେଖିଲେ, ସେଦିନ ସକାଳେ ଜୟୀ ପ୍ରଧାନ କୌଣସି ଫଳ କାଟି ସେ ବ୍ରଣ ଉପରେ ପ୍ରୟୋଗ କରିବା ଫଳରେ ପାଞ୍ଚ ମିନିଟ୍ ଭିତରେ ତାହା ଫାଟିଗଲା ଓ ଘଂଟାକ ଭିତରେ ସେହି ଜାଗାଟି ମଧ୍ୟ ଶୁଖିଗଲା! ଏଥିରେ ଶ୍ରୀଧରଙ୍କ ବିସ୍ମୟର ସୀମା ଆଉ ରହିଲା ନାହିଁ । ସେ ଘରକୁ ଆସି ସ୍ତ୍ରୀଙ୍କୁ ଟିକିଏ ଜେରା କରି ବୁଝିଲେ, ଭଦ୍ର ମହିଳାଟି ଖରାବେଳେ ଗପସପ ଭିତରେ ଜୟୀ ପ୍ରଧାନଙ୍କ ସ୍ତ୍ରୀଙ୍କୁ ସେ ଅଦ୍ଭୁତ ଫଳ କଥା କହି ଦେଇଥିଲେ । ଜୟୀ ପ୍ରଧାନ ସେହି ରାତିରେ ଯାଇ ଫଳ ସଂଗ୍ରହ କରି ଆଣିଥିଲେ ।

ଶ୍ରୀଧର ଏଥର ମହା ସମସ୍ୟାରେ ପଡିଲେ । ବର୍ତ୍ତମାନ ଜୟୀ ପ୍ରଧାନ ତାଙ୍କ ଘରକୁ ଆସି ଯାହା ଛୁଇଁବେ, ତାହା ତାଙ୍କର ହୋଇଯିବ । ଉପାୟ କ’ଣ? ଶ୍ରୀଧର ପୁଣି ଆଚାର୍ଯ୍ୟଙ୍କ ପାଖକୁ ଦୌଡିଲେ । ଆଚାର୍ଯ୍ୟ ପୂଜା କକ୍ଷକୁ ଯାଇ ଖଣ୍ଡିଏ କାଗଜରେ କିଛି ଲେଖି ଆଣି ତାଙ୍କୁ ଦେଲେ ଓ କହିଲେ, “ଏହି ଅନୁସାରେ କାମ କର । ସକାଳେ ମୁଁ ଯାଇ ତମ ଘରେ ପହଁଚିବି ।”

ସେହି କାଗଜରେ ଲେଖାଥିଲା, “ତମର ସବୁ ମୂଲ୍ୟବାନ ଜିନିଷ, ଟଙ୍କା ପଇସା, ସୁନା ରୂପା ଗୋଟିଏ ବାକ୍ସରେ ରଖି ସେ ବାକ୍ସଟିକୁ କୌଣସି ଏକ ଉଚ୍ଚ ସ୍ଥାନରେ ରଖ ଓ ପାଖରେ ଗୋଟିଏ ସିଢି ରଖ ।”

ପରଦିନ ସକାଳେ ଜୟୀ ପ୍ରଧାନ ଆସି ସେଠାରେ ପହଁଚିଗଲେ । ସର୍ତ୍ତ ଅନୁସାରେ ସେ ଯାହା ମନ ତାହା ଛୁଇଁଲେ । ସେ ଘର ଭିତରକୁ ଯାଇ ଏଣେ ତେଣେ ଅନାଇ ବାକ୍ସଟି କାନ୍ଥ ଉପରେ, ଛାତ ତଳେ ଖଣ୍ଡିଏ ପଟା ଉପରେ ଥିବାର ଦେଖିଲେ । ସେତେବେଳକୁ କଥାଟି ପ୍ରଚାର ହୋଇ ଯାଇଥାଏ । ଗାଁ ଲୋକେ ଆସି ଦେଖୁଥାନ୍ତି । ଆଚାର୍ଯ୍ୟ ବି ସେଠାକୁ ଆସି ଯାଇଥିଲେ ।

ଜୟୀ ପ୍ରଧାନ ବାକ୍ସ ପାଖକୁ ଯିବା ନିମନ୍ତେ ତରତର ହୋଇ ସିଢିଟି ଟେକି ଆଣିଲେ । ଆଚାର୍ଯ୍ୟ ସଙ୍ଗେ ସଙ୍ଗେ କହିଲେ, “ବାସ୍! ଆଉ କଷ୍ଟ କରିବା କିଛିବି ଦରକାର ନାହିଁ । ସମୁଦାୟ ସିଢିଟି ତମର!”

ଲୋକେ ହସିଲେ । ଜୟୀ ପ୍ରଧାନ ଜିଭ କାମୁଡି ଠିଆ ହୋଇ ରହିଲେ । ତାଙ୍କର ଆଉ କିଛି ହେଲେବି କହିବାର ନଥିଲା । ସେ ହସି ପକାଇଲେ ଓ କହିଲେ, “ମାନୁଛି । ମୁଁ ପ୍ରଥମେ ସିଢି ଛୁଇଁଲି । ଛାଡ । ସିଢି ଶ୍ରୀଧର ପାଖରେହିଁ ଥାଉ ।”

ସେଠାରୁ ସମସ୍ତେ ଚାଲିଯିବା ପରେ ଶ୍ରୀଧର ଏଥର ଆଚାର୍ଯ୍ୟଙ୍କର ତିନୋଟି ଯାକ ଉପଦେଶର ମୂଲ୍ୟ ଠିକ୍ ବୁଝିଲେ ।

New odia story Odia Gapa Odia Story
Share. Facebook Twitter Pinterest LinkedIn Tumblr Reddit Email
Previous ArticleKutaniti
Next Article Guptadalil
Liza S

Related Posts

ପଦବୀର ବଳ

March 23, 2023

ପୁତ୍ର – କନ୍ୟା

March 22, 2023

ରାଜନୀତି

March 21, 2023

ଶିବମଲ୍ଲଙ୍କ କାହାଣୀ

March 19, 2023

ପରମେଶ୍ୱରଙ୍କ କରୁଣା

March 18, 2023

ସୁଖଦୁଃଖର ସାଥୀ

March 17, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.