(ରାଗ: ତୋଡ଼ିଜଙ୍ଗଳା)
(ମତାନ୍ତରରେ ଝିଂଝୋଟି, ଧନାଶ୍ରୀ)
ଥାପିରେ କହ ତଥାପିରେ ପ୍ରିୟସଖି, ଥିବି କି ଛାଡ଼ିବି ପ୍ରାଣ ।ପଦ।
ଥିଲା ପରି ସ୍ନେହ, ଲାଗିଲା କି କହ, ଅଛିଟି ତୋତେ ମୋ ରାଣ ।୧।
ଥକାଇ ତୁ କହୁ, କହୁ ଧୃତି ରହୁ, ନାହିଁଟି ମୋହର ଜାଣ ।୨।
ଥୋକାଏ ତୋ ପ୍ରୀତି-ବିଧିକି ସମ୍ମତି, କଲେ କି[୧] ମୋ ପରିତ୍ରାଣ ।୩।
ଥରେ ହେଲେ ବିକି, ହେବି ମୋତେ ନିକି, ବଞ୍ଚାଇବ ପଞ୍ଚବାଣ ।୪।
ଥୋଇ ହୃଦେ ଛଳ, ନ କର ବିକଳ, କହେ ଅଷ୍ଟଦୁର୍ଗରାଣ ।୫।