• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ଶ୍ୱେତ ବସନ୍ତ କଥା
ଗଳ୍ପ

ଶ୍ୱେତ ବସନ୍ତ କଥା

ମଧୁସୂଦନ ରାଓBy ମଧୁସୂଦନ ରାଓFebruary 26, 2020No Comments3 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

ଗୋଟିଏ ମାଳିଟିଏ, ସେ ଭାରୀ ଦୁଃଖିଟିଏ । ଏ ମାଳିର ଦୁଇ ପୁଅ, ବଡ଼ପୁଅ ନାଁ ଶ୍ୱେତ, ସାନ ପୁଅ ନା ବସନ୍ତ । ଦୁଇ ଭାଇ ଏହିପରି ଦୁଃଖ ପାଇ ରହିଥାନ୍ତି, ମାଳି ତା ଭାରିଯା ଦୁହେଁଯାକ ମରିଗଲେ ଆଉତ କେହି ଆଶ୍ରା ନାହିଁ, ଏ ଦିହେଁ ଦାଦିଘରେ କାମ ଦାମ କରି ଚଳୁଥାନ୍ତି । ଦିନେ ଦାଦିର ସୁନା ମୁଦି ଚୋରିଗଲା, ଦାଦି ଏ ଦୁହିଁକି ଧରିଲା । ଏ ଦୁହେଁ କହିଲେ ଆମେ ନେଇ ନାହୁଁ । ଦାଦି ଏମାନଙ୍କ କଥା ସତ ନ କରି ଏ ଦୁହିଁକି ତଡ଼ିଦେଲା । ଏ ଦୁହେଁ କାନ୍ଦି ବୋବେଇ ଘରୁ ବାହାରି ଗଲେ, ଯାଇଁ ଗୋଟାଏ ବନସ୍ତରେ ପହଞ୍ଚିଲେ । ସେ ବନସ୍ତରେ ଗୋଟିଏ ଶୁଆଟିଏ ଗୋଟିଏ ସାରୀଟିଏ ଗଛରେ ବସି କ‌ହି ହେଉଚନ୍ତି-ଶୁଆ କହୁଚି ମତେ ଯେ ଧରିବ ସେ ରଜାହେବ, ସାରୀ କହୁଛି ମତେ ଯେ ଧରିବ ସେ ଚାଲିଲେ ପଦ୍ମ ଉକୁଟିବ, କାନ୍ଦିଲେ ମୁକୁତା ଝଡ଼ିବ । ଏହିପରି କୁହାକୁହି ହଉଥାନ୍ତ, ଏ ଦୁଇ ଭାଇ ଶୁଣିଲେ ଧରିବାକୁ ଗଲେ । ଶ୍ୱେତ ଧରିଲା ଶୁଆଟିକି, ବସନ୍ତ ଧରିଲା ସାରୀକି । ଧରି କରି ଆଣି ଭୋକ ବିକଳରେ ଦୁହେଁ ଦୋଟିଯାକ ଖାଇ ଦେଲେ । ଖାଇ ସାରି ବସନ୍ତ କହିଲା ମୋତେ ଶୋଷ କରୁଛି; ପାଣି କେଉଁଠି ମିଳିବ ? ଶ୍ୱେତ କହିଲା, ତୁ ଏଇଠି ବସିଥା ମୁଁ ପାଣି ଆଣେ; ଏହା କହି ପାଣି ଖୋଜିବାକୁ ଗଲା । ସେ ଗାଡ଼ିଆକୂଳେ ହୋଇଚି, ସେ ଦେଶର ରାଜା ମରି ଯାଇଛି ଯେ ହାତୀ କଳସ ଘେନି ବୁଲୁଚି, ଯାହାକୁ ମନ କରିବ ତା ଉପରେ କଳଶ ଢାଳି ଦେବ; ଶ୍ୱେତକୁ ଦେଖି ତା ଉପରେ କଳଶ ଢାଳି ଦେଲା । ପାତ୍ର ମନ୍ତ୍ରୀ ସମସ୍ତେ ଶ୍ୱେତକୁ ହାତୀରେ ବସାଇ ନେଇ ଗଲେ; ରାଜା କଲେ । ଶ୍ୱେତ ରାଜା ହୋଇ ସବୁ ବୁଝିଲା, ଖାଲି ବସନ୍ତ ପାଇଁ ଭାବି ହେଉଥାଏ ମନେ ମନେ । ଏଣେ ବସନ୍ତ ଭାଇକି ଅନାଇଁ ଅନାଇଁ ଆଉ ଭାଇ ଆସିଲା ନାହଁ ଯେଉଠୁଁ; କାନ୍ଦି କାନ୍ଦି ବନସ୍ତଭିତରକୁ ବାହାରିଲା । ବାଟରେ କାନ୍ଦିଲାକ୍ଷଣି ମୁକ୍ତା ଝଡ଼ୁଥାଏ, ପାଦ ପକାଇଲାରୁ ପଦ୍ମ ଫୁଟୁଥାଏ ଏହିପରି ବାଟଯାକ ହେଇ ଯାଉଥାଏ । ବସନ୍ତ ମୁକ୍ତାତକ ଗୋଟେଇ ରଖୁଥାଏ, ବାଟ ଚାଲୁଥାଏ । ଭାଇକି ତ ପାଇଲା ନାହିଁ ବୁଲି ବୁଲି ସେ ଯୋଉ ଗାଁରେ ରଜା ହୋଇଛି ସେହି ଗାଁରେ ଗୋଟିଏ କୁମ୍ଭାର ଘରେ ରହିଲା । ଲୁଗାପଟା ତ ନଥାଏ, ଖଣ୍ଡିଏ ଚିରାଲୁଗାରେ ସେ ମୁକ୍ତାତକ ବାନ୍ଧି କୁମ୍ଭାର ଘରେ ଗଣ୍ଡିଏ ୨ ଖାଇ କାମଦାମ କରୁଥାଏ । ଏହିପରେ କେତେଦିନ ଗଲା, ରାଜା ଚୋର ଜଗିବାକୁ ମନିଷ ଦରକାର ହେଲେ, ଗ୍ରାମରେ ଯେତେ ଘର ସମସ୍ତଙ୍କ ଘରୁ ଜଣେ ଜଣେ ଜଗିବାକୁ ଗଲେ । କୁମ୍ଭାରଘରୁ ବସନ୍ତ ଚୋର ଜଗିବାକୁ ଗଲା । ଦିନେ ବସନ୍ତ ନ ଥିଲାବେଳେ କୁମ୍ଭାର ତାର ଲୁଗାପଟା ଫିଟାଇ ଦେଖେ ଯେ, ମୁକ୍ତା ସବୁ ଜକ ଜକ ଦିଶୁଛି । ମୁକ୍ତାଗୁଡ଼ିକ ସେଥିରୁ ନେଇଗଲା, ଭାତଗୁଡ଼ିଏ ବାନ୍ଧି ଦେଲା । ବସନ୍ତ ଆସି ଦେଖେ ଯେ ମୁକ୍ତାତକ ନାହିଁ । କୁମ୍ଭାରକୁ ପଚାରିଲାରୁ କୁମ୍ଭାର ନାହିଁକରି ମାରି ଗୋଡ଼ାଇଲା । ବସନ୍ତ ଆଉ କଣ କରିବ, ତୁନି ହୋଇ ରହିଲା । ନିତି ରାତିକି ବସନ୍ତ ଚୋର ଜଗିବାକୁ ଯାଏ, ସେଠେଇ ସମସ୍ତେ ସମସ୍ତଙ୍କ ଦୁଃଖ ସୁଖ କଥାବାର୍ତ୍ତା ହୁଅନ୍ତି । ଦିନେ କଥା ପଡ଼ୁ ପଡ଼ୁ ବସନ୍ତର କଥା ସମସ୍ତେ ପଚାରିଲେ । ବସନ୍ତ କ‌ହିଲା ଦୁଃଖ କ‌ହିବି କି ସୁଖ କ‌ହିବି; ଯାହା ଅଙ୍ଗେ ନିଭେଇଚି ତାହା କ‌ହିବି । ତା ଜୀବନର ସବୁ ଘଟଣା କ‌ହିଗଲା । ଯେମନ୍ତ ସେ ଦୁଇଭାଇ ଥିଲେ ବାପ ମା କେମିତି ମରିଯିବାରୁ ଦାଦି ଘରେ ଥିଲେ, ଦାଦିର ମୁଦି ଚୋରିଯିବାରୁ ଦାଦି ଯେମତି ତଡ଼ି ଦେଲା, ବନସ୍ଥରେ ଶୁଆ ସାରୀ ଯାହା ଯାହା କ‌ହିଥିଲେ; ଶ୍ୱେତ ପାଣି ପାଇଁ ଯାଇ ଯେମିତି କୁଆଡ଼େ ରହିଲା, ଏ କୁମ୍ଭାରଘରେ ରହିଥିଲା; ଏହାର ମୁକ୍ତାତକ ଯେମନ୍ତ କୁମ୍ଭାର ନେଇଗଲା; ସବୁ କଥା ସେମାନଙ୍କୁ କ‌ହିଗଲା । ଏମାନେ ଶୁଣି ବଡ଼ ବ୍ୟସ୍ତ ହେଲେ, ଯାଇ ରାଜାଙ୍କୁ ସବୁ କଥା କ‌ହିଲେ । ରାଜା ବସନ୍ତକୁ କୁମ୍ଭାର ଘରୁ ଡକାଇ ଆଣିଲେ, ତାକୁ ତାର ପରିଚୟ ପଚାରିଲେ । ବସନ୍ତ ଆଦ୍ୟରୁ ପ୍ରାନ୍ତ ପର୍ଯ୍ୟନ୍ତ ସବୁ କ‌ହିଗଲା ଶ୍ୱେତ ବସନ୍ତ ଦିହେଁ ଯାକ ଚିହ୍ନାଚିହ୍ନି ହେଲେ, କେତେ କାନ୍ଦିଲେ । ଶ୍ୱେତ ବସନ୍ତକୁ ଖିଅର କରାଇ ଆଣିଲା । ପଞ୍ଚତୀର୍ଥ ପାଣିରେ ଗାଧୋଇଦେଇ ଭଲ ଲୁଗାପଟା ପିନ୍ଧାଇଲା । ପାତ୍ର ମନ୍ତ୍ରିଙ୍କି ଡକାଇ ତାକୁ ଯୁବରାଜ କରିବାର ହୁକୁମ ହେଲା । ମନ୍ତ୍ରୀ ହେରିକା ଛତ୍ର ଚାମର ଧରିଲେ, ସିଂହାସନ ଉପରେ ବସନ୍ତ ବସିଲା, ହାତୀ ସୁବର୍ଣ୍ଣ କଳଶ ଢ଼ାଳି ତାକୁ ଅଭିଷେକ କଲା । ବସନ୍ତ ଯୁବରାଜ ହେଲା; ଶ୍ୱେତ ବସନ୍ତ ଦୁହେଁ ଯାକ ପରଜାଙ୍କୁ ବଡ଼ସୁଖରେ ପାଳିଲେ । ବାହାଚୋରା ହୋଇ ସୁଖରେ ରହିଲେ । ମୁଁ ଗଲାରୁ କଥା ନ କ‌ହିଲେ । ମୋ କଥାଟି ସରିଲା ଇତ୍ୟାଦି ।

Madhusudan Rao Books Madhusudan Rao Odia Story Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleସାଧବଘର ବୋହୂ କଥା
Next Article ଚମ୍ପୀଚୋରୀ ଦାସୀର କଥା
ମଧୁସୂଦନ ରାଓ

Related Posts

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023

ବନ୍ଧୁମିଳନ

March 25, 2023

ବୀଣାର ବିବାହ

March 24, 2023

ପଦବୀର ବଳ

March 23, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.