• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»Sri Lokanatha
ଗଳ୍ପ

Sri Lokanatha

Liza SBy Liza SJune 26, 2022No Comments4 Mins Read
Facebook Twitter Pinterest Reddit LinkedIn Tumblr Email
Sri lokanatha
Sri lokanatha
Share
Facebook Twitter Pinterest Reddit Email

ତ୍ରେତୟା ଯୁଗର କଥା । ଏବେ ଶ୍ରୀକ୍ଷେତ୍ରରେ ଯେଉଁଠି ପ୍ରସିଦ୍ଧ ଶ୍ରୀଲୋକନାଥ ମନ୍ଦିର ଅବସ୍ଥିତ, ସେତେବେଳେ ସେ ସ୍ଥାନ ଏତେ ମନୋରମ ନଥାଇ ଘନ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା । ଥରେ ଲଙ୍କାର ରାଜା ରାବଣ ପାରିଧି କରିବାକୁ ଆସି ଘନ ଜଙ୍ଗଲ ଭିତରେ ଶିବଲିଙ୍ଗ ଥିବା ଏକ ସ୍ଥାନଟିକୁ ଆବିଷ୍କାର କଲା ।

ରାବଣ ରାକ୍ଷସ ହେଲେ କ’ଣ ହେବ, ସେ ଜଣେ ବ୍ରାହ୍ମଣ ପଣ୍ଡିତ ଓ ଶିବ ଭକ୍ତ ଥିଲା । ତେଣୁ ଏହି ଶିବ ଲିଙ୍ଗକୁ ଆବିଷ୍କାର କରିବା ପରେ ଦୈନିକ ବ୍ରାହ୍ମମୁହୂର୍ତ୍ତରୁ ସେ ତା’ ପୁଷ୍ପକ ବିମାନରେ ବସି ଲଙ୍କାରୁ ଏହି ସ୍ଥାନରେ ଆସି ପହଁଚେ ଏବଂ କେବଳ କେତକୀ ଫୁଲରେ ତାଙ୍କୁ ସେ ପୂଜା କରେ । ତାଙ୍କ ଦୟାରୁ ଦୈନିକ ସେ ଯାହା ସାଙ୍ଗରେ ଆଣିଥାଏ ତାକୁ ସୁନା ପାଲଟାଇ ପୁଣି ସୂର୍ଯ୍ୟୋଦୟହେବା ମାତ୍ରେ ଲଙ୍କାକୁ ଫେରିଯାଏ । ଏହି ଠାକୁରଙ୍କୁ ପୂଜାକରି ସେ ସୁନାର ଲଙ୍କା ଗଢିଥିଲା । କାଳେ କିଏ ଠାକୁରଙ୍କୁ ସେଠାରେ ଠାବ କରିବ ସେଥିଲାଗି ରାବଣ ମାଟିତଳେ ତାଙ୍କୁ ଲୁଚାଇ ପୋତି ଦେଇଥିଲା ।

ପିତୃସତ୍ୟ ପାଳନ କରିବା ଉଦ୍ଧେଶ୍ୟରେ ନିଜର ସ୍ତ୍ରୀ ସୀତା ଓ ସାନଭାଇ ଲକ୍ଷ୍ମଣଙ୍କ ସହିତ ରାମଚନ୍ଦ୍ର ଯେତେବେଳେ ବନବାସୀ ହେଲେ ସେତେବେଳେ ରାବଣ ତା’ ମାୟା ବଳରେ ପଂଚବଟୀରୁ ସୀତାଙ୍କୁ ଚୋରାଇ ନେଲା । ସୀତାଙ୍କୁ ଖୋଜି ଖୋଜି ରାମ ଶେଷରେ ଏହି ଶ୍ରୀକ୍ଷେତ୍ର ବା ଶଙ୍ଖ ତୀର୍ଥରେ ଆସି ପହଁଚିଲେ । ସେଠାରେ ଏହି ଲିଙ୍ଗଙ୍କୁ ପୂଜାକରି ରାବଣ ତାଙ୍କ ଦୟାରୁ ସୁନାର ଲଙ୍କା ଗଢିଛି ବୋଲି ସେ ତ ବହୁ ପୂର୍ବରୁ ଶୁଣିଥିଲେ । ତେଣୁ ଏଠାରେ ପହଁଚିବା ମାତ୍ରେ ରାମଚନ୍ଦ୍ର ସେହି ଶିବଲିଙ୍ଗର ସନ୍ଧାନ କଲେ, ମାତ୍ର ତାହା ସେ କୋଉଠାରେ ହେଲେବି ପାଇଲେ ନାହିଁ ।

ହଠାତ୍ ରାମ ଲକ୍ଷ୍ମଣ ଦେଖିଲେ ନିକଟରେ ଏକ ଶବରପଲ୍ଲୀ ଅଛି । ରାମଚନ୍ଦ୍ର ଭାବିଲେ ଶବରମାନେ ନିଶ୍ଚୟ ସେହି ଶିବଲିଙ୍ଗ ସମ୍ବନ୍ଧରେ କିଛିଟା ଜାଣିଥିବେ । ଏକଥା ମନରେ ଭାବି ଲକ୍ଷ୍ମଣଙ୍କ ସହିତ ସେ ଶବର ପଲ୍ଲୀରେ ଯାଇ ପହଁଚିଲେ ।

ବନକୁ ଆସିଲାବେଳେ ଶବରରାଜ ଗୁହକ ରାଜାଙ୍କ ସହିତ ମିତ୍ର ବସିଥିଲେ ବୋଲି ଶବରମାନେ ତ ପୂର୍ବରୁ ଜାଣିଥିଲେ । ତେଣୁ ସେମାନେ ଯେତେବେଳେ ରାମ ଓ ଲକ୍ଷ୍ମଣଙ୍କ ପରିଚୟ ପାଇଲେ, ସେମାନଙ୍କୁ ଅତିଥି ରୂପେ ଗ୍ରହଣକରି ସେମାନେ ଅତ୍ୟନ୍ତ ଖୁସିରେ ଉଛୁଳି ଉଠିଲେ ।

କ୍ରମେ ରାତି ହେଲା । ଶବରମାନେ ଯେତେବେଳେ ଭୋଜନ କରିବାଲାଗି ରାମ, ଲକ୍ଷ୍ମଣଙ୍କୁ ଡାକିଲେ ମନକଥା ମନରେ ରଖି ରାମଚନ୍ଦ୍ର କହିଲେ, ଶିବଲିଙ୍ଗ ପୁଜା ନକରି ମୁଁ କେବେବି ଅନ୍ନଜଳ ସ୍ପର୍ଶ କରେ ନାହିଁ । ଏଠାରେ ଯଦି କେଉଁଠି ଶିବଲିଙ୍ଗ ଥାଏ, ତେବେ ମୋତେ କହିଲେ ମୁଁ ଆଗେ ତାଙ୍କ ଉପାସନା କରି ପରେ ଭୋଜନ ଗ୍ରହଣ କରିବି ।”

ରାମଙ୍କଠାରୁ ଏକଥା ଶୁଣି ଶବରମାନଙ୍କ ମୁଖିଆ କହିଲେ, “ପ୍ରଭୁ, ଶିବଲିଙ୍ଗ କେଉଁଠି ଅଛି ଆମେ ତ ତାହା ଜାଣୁନା ।” ତେବେ ଦୈନିକ ବ୍ରାହ୍ମମୁହୂର୍ତ୍ତରେ ଲଙ୍କାର ରାଜା ରାବଣ ଯେଉଁଠି ପୂଜା କରେ ସେ ସ୍ଥାନ ରାମଚନ୍ଦ୍ରଙ୍କୁ ସେମାନେ ଦେଖାଇ ଦେଲେ ।

ରାମ ଓ ଲକ୍ଷ୍ମଣ ସେଠାରେ ବହୁତ ଖୋଜିଲେ; ମାତ୍ର ରାବଣ ମାଟିତଳେ ଏମିତି ଭାବରେ ଲୁଚାଇଥିଲା ଯେ, ତାହା ସେମାନେ ଆଦୌ ପାଇଲେ ନାହିଁ ।

ଏଣେ ଶବରମାନଙ୍କ ଭିତରେ ଭାଳେଣି ପଡିଲା ଶିବ ପୂଜା ନକଲେ ପ୍ରଭୁ ରାମଚନ୍ଦ୍ର କିପରି ଖାଇବେ? ଶେଷରେ ଶବରମାନଙ୍କର ମୁଖିଆ ରାମଚନ୍ଦ୍ରଙ୍କୁ ଏକ ଲାଉ ଦେଇ କହିଲେ, “ପ୍ରଭୁ ଆପଣଙ୍କ ଭଳି ଆମେ ବି ଶିବ ଭକ୍ତ । ତେବେ ଶିବଲିଙ୍ଗ ନମିଳିବାରୁ ଦୈନିକ ଏଇ ଲାଉକୁ ଥୋଇ ଆମେ ଉପାସନା କରିଥାଉ । ତେଣୁ ଆପଣ ଏହାକୁ ପ୍ରତିଷ୍ଠାକରି ପୁଜା କରନ୍ତୁ ।”

ଯେତେବେଳେ ରାମଚନ୍ଦ୍ର ଦେଖିଲେ ଶିବଲିଙ୍ଗ ଏଠି ମିଳିବାର ଆଉ କୌଣସି ସମ୍ଭାବନା ନାହିଁ, ସେତେବେଳେ ସେ ଶବରମାନଙ୍କ ଅନୁରୋଧରେ ସେହି ଲାଉଟିକୁ ସେଇଠି ପ୍ରତିଷ୍ଠା କଲେ, ଯେଉଁଠାରେକି ରାବଣ ଶିବ ଉପାସନା କରୁଥିଲା । ସେହିଦିନଠାରୁ ସେହି ସ୍ଥାନର ନାମ ଲାଉକେଶ୍ୱର ହେଲା ।

କିଛି ଯୁଗପରେ ମାଟିତଳେ ରାବଣ ଲୁଚାଇଥିବା ସେହି ଶିବଲିଙ୍ଗର ସନ୍ଧାନ ମିଳିଲା ଏବଂ ଲାଉକେଶ୍ୱରରୁ ଅପଭ୍ରଂଶ ହୋଇ ତାଙ୍କ ନାମ “ଶ୍ରୀଲୋକନାଥ” ହେଲା ।

ସାରା ଭାରତର ଯେତେ ଶିବଲିଙ୍ଗ ଅଛନ୍ତି, ସବୁଠାରୁ ଶ୍ରେଷ୍ଠ ହେଉଛନ୍ତି ଶ୍ରୀକ୍ଷେତ୍ରର ଶ୍ରୀ ଲୋକନାଥ । ପୁରୀ ବଡଠାକୁର ଜଗନ୍ନାଥ ଯେପରି ଜଗତପତି ଭାବରେ ବିଖ୍ୟାତ, ଶ୍ରୀଲୋକନାଥ ମଧ୍ୟ ଠିକ୍ ସେହିପରି ବିଖ୍ୟାତ । ଏହି ଶିବଲିଙ୍ଗ ସଦାସର୍ବଦା ପଙ୍କ ଓ ପାଣିରେ ବୁଡି ରହିଥାନ୍ତି । ପ୍ରତିବର୍ଷ ଜାଗର ଅମାବାସ୍ୟା ଦିନ ଏଠାରୁ ପଙ୍କୋଦ୍ଧାର କରାଯାଇ ଏକ ବଡଧରଣର ମେଳା ହୁଏ । ସେଦିନ ଜଗନ୍ନାଥ, ଲୋକନାଥଙ୍କ ମନ୍ଦିରକୁ ଆସନ୍ତି । ସେଠାରେ ସେଦିନ ହରି, ହର, ବ୍ରହ୍ମା ତିନି ଦେବ ମିଳିତ ହୁଅନ୍ତି । ଏହା ହରିହର ଭେଟ ନାମରେ ପରିଚିତ ।

ଶ୍ରୀ ଲୋକନାଥ ମହାଶିବ । ତାଙ୍କ ନିକଟରେ ଥିବା କୁଣ୍ଡରେ ସ୍ନାନ କଲେ କୁଷ୍ଠ ଭଳି ଅନେକ ଅସାଧ୍ୟ ରୋଗ ବି ଭଲ ହୋଇଯାଏ ବୋଲି ଲୋକମାନଙ୍କର ଏକ ପ୍ରଗାଢ ବିଶ୍ୱାସ ରହିଛି ।

ଶ୍ରୀଲୋକନାଥ ମହାଦେବ ହେଲେ ହେଁ ସେ ବିଷ୍ଣୁ । ସେଥିଲାଗି ସେ ‘ଲୋକବନ୍ଧୁ’ ‘ଲୋକନାଥ’ ‘ମାଧବ’ ‘ଭକ୍ତବତ୍ସଳ’ ଇତ୍ୟାଦି ବିଷ୍ଣୁ ସହସ୍ର ନାମରେ ପ୍ରଖ୍ୟାତ ।

ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ ମନଗଢା ବା କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। କିଛି କାହାଣୀରେ କିଛି ମାତ୍ରାରେ ସତ୍ୟତା ଥିଲେ ମଧ୍ୟ ତାହା ମନଗଢା କଥା ଦ୍ୱାରା ବର୍ଣ୍ଣିତ ଏବଂ ବଢ଼େଇ ଚଢେଇ ଲିଖିତ । ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ ଏବଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।

New odia story Odia Gapa Odia Story
Share. Facebook Twitter Pinterest LinkedIn Tumblr Reddit Email
Previous ArticleSadashayi-Kaipanga
Next Article Phula Jhadipade Kahinki
Liza S

Related Posts

ପଦବୀର ବଳ

March 23, 2023

ପୁତ୍ର – କନ୍ୟା

March 22, 2023

ରାଜନୀତି

March 21, 2023

ଶିବମଲ୍ଲଙ୍କ କାହାଣୀ

March 19, 2023

ପରମେଶ୍ୱରଙ୍କ କରୁଣା

March 18, 2023

ସୁଖଦୁଃଖର ସାଥୀ

March 17, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.