• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଅନ୍ୟାନ୍ୟ»ଶାସ୍ତ୍ରୀୟ ମାନ୍ୟତା ସଂପର୍କରେ ପଦେ
ଅନ୍ୟାନ୍ୟ

ଶାସ୍ତ୍ରୀୟ ମାନ୍ୟତା ସଂପର୍କରେ ପଦେ

Subrat Kumar PrustyBy Subrat Kumar PrustyFebruary 16, 2020No Comments15 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

ଶାସ୍ତ୍ରୀୟ ମାନ୍ୟତା ସଂପର୍କରେ ପଦେ… କୌଣସି ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କଲାବେଳେ ଏହାର ଶାସ୍ତ୍ରୀୟବିଧିକୁ ବିଚାରକୁ ନିଆଯାଇଥାଏ । (କ) ଏହିଭାଷା ପ୍ରାଚୀନ ହୋଇଥିବ,(ଖ) ସ୍ୱାଧୀନଭାବେ ବିଚରଣ କରୁଥିବ, (ଗ) ଅନ୍ୟ କୌଣସି ଭାଷା କିମ୍ବା ସଂସ୍କୃତିର ଶାଖା କିମ୍ବା ସେଥିରୁ ସୃଷ୍ଟି ହୋଇ ନ ଥିବ । (ଘ) ଏହି ଭାଷା ବର୍ତ୍ତମାନ ପରିପ୍ରେକ୍ଷୀରେ ମୃତ ବା ଅପ୍ରଚଳିତ ହୋଇପାରେ କିମ୍ବା ବିପୁଳ ଆକାର ଧାରଣ କରିପାରେ କିମ୍ବା ଏଥିରୁ ବିଭିନ୍ନ ଭାଷା ଓ ଲିପି ଉତ୍ପନ୍ନ ହୋଇପାରେ । ଏସବୁ ଦୃଷ୍ଟିରୁ ବିଶ୍ୱର ୫ଟି ଭାଷା- ଚୀନା (ଖ୍ରୀ.ପୂ. ୫ମ ଶତାବ୍ଦୀ) ସଂସ୍କୃତ (ଖ୍ରୀ.ପୂ. ୬ଷ୍ଠ ଶତାବ୍ଦୀ), ଗ୍ରୀକ (ଖ୍ରୀ.ପୂ. ୫ମ ଶତାବ୍ଦୀ), ଲାଟିନ୍ (ଖ୍ରୀ.ପୂ. ୧ମ ଶତାବ୍ଦୀ) ଓ ଆରବିକ (ଖ୍ରୀ.ପୂ. ୭ମ ଶତାବ୍ଦୀ)କୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରାଯାଇଛି । ଅବଶ୍ୟ ଏହି ମାନ‌ଦଣ୍ତ ଇଂରେଜ ପଣ୍ଡିତଙ୍କଦ୍ୱାରା ନିର୍ଦ୍ଧାରିତ ଓ ନିଜ ରାଜନୈତିକ ସ୍ଥିତାବସ୍ଥାକୁ ସୁହାଇବା ଭଳି ଢଙ୍ଗରେ ପ୍ରଚାରିତ । ବିଶ୍ୱଭାଷା ପରିପ୍ରେକ୍ଷୀରେ ଭାରତର ଆଦିଭାଷା ସଂସ୍କୃତ କେବଳ ଏହି ମାନ୍ୟତା ପାଇଥିବାବେଳେ ଦ୍ରାବିଡଭାଷା ଗୋଷ୍ଠୀର ତାମିଲଭାଷା ଏହି ମାନ୍ୟତା ପାଇବାକୁ ତାମିଲବାସୀଙ୍କ‌ଦ୍ୱାରା ଦୀର୍ଘ ବର୍ଷଧରି ଦାବି କରିଆସୁଛି । ତେବେ ୨୦୦୪ରେ ଭାରତ ସରକାର ଏହାକୁ ଶାସ୍ତ୍ରୀୟମାନ୍ୟତା ପ୍ରାନ କରିବାପରେ ଏମାନେ ଉତ୍ସାହିତ ହୋଇ ବିଶ୍ୱ ଶାସ୍ତ୍ରୀୟଭାଷା ମାନ୍ୟତା ପାଇବାପାଇଁ ଦାବି ଆରମ୍ଭ କଲେଣି । ଭାରତମାଟିରେ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ବ୍ରିଟିଶଶାସନ କାଳରେ ଆରମ୍ଭ ହୋଇଥିଲା । ଧାର୍ମିକ ଆଧାରକୁ ଭିତ୍ତିକରି ସଂସ୍କୃତ, ପାର୍ଶି ଓ ଆରବିକ୍‌କୁ ଏହି ମାନ୍ୟତା ସେମାନେ ପ୍ରଦାନ କରିଥିଲେ; ଯଦିଓ ୟୁରୋପରେ ଉପର ବର୍ଣ୍ଣିତ ନିୟମ ଅନୁସାରେ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରାଯାଇଥାଏ । ତେବେ ତାମିଲଭାଷାକୁ ଏହାର ଅନ୍ତର୍ଭୁକ୍ତ ନ କରାଯିବାରୁ ସେ ସମୟରୁ ଏହି ଆନ୍ଦୋଳନ ମୁଣ୍ଡଟେକି ସମଗ୍ର ଭାରତ ଶାସନର କେନ୍ଦ୍ରବିନ୍ଦୁ ପାଲଟିଥିବା ଦିଲ୍ଲୀ ବା ଉତ୍ତର ଭାରତ ବିରୁଦ୍ଧରେ ଯେଉଁ ବିଦ୍ୱେଷ ଭାବ ସୃଷ୍ଟି ହୋଇଥିଲା, ତାହାର ପରିଣାମ ସ୍ୱରୂପ ଇଂରେଜ ଚାଲିଗଲେ ମଧ୍ୟ ସେମାନଙ୍କ ଭାଷା, ଶାସନ ପଦ୍ଧତି ଭାରତ ମାଟିରେ ଅକ୍ଷୁଣ୍ଣ ହୋଇ ରହିଲା ତଥା ଏ ପର୍ଯ୍ୟନ୍ତ ଉତ୍ତର-ଦକ୍ଷିଣ ବିଭେଦ ଜୀବିତ ହୋଇ ରହିଛି । ଏହି ବିଭେଦକୁ ଲୋପ କରିବାକୁ ଯାଇ ବେଳେବେଳେ ଭାରତର ସଂଘୀୟ ସରକାର ଦକ୍ଷିଣ ତୁଷ୍ଟିକରଣ ନୀତି ଆପଣେଇ ଥା’ନ୍ତି । ସେହି ନ୍ୟାୟରେ ଭାରତ ସରକାରଙ୍କ ପକ୍ଷରୁ ରାଷ୍ଟ୍ରପତି ଡଃ. ଅବ୍‌ଦୁଲ କଲାମ ୬ ଜୁନ୍ ୨୦୦୪ରେ ପାର୍ଲାମେଣ୍ଟର ସଂଯୁକ୍ତ ଅଧିବେଶନରେ ତାମିଲଭାଷାକୁ ଆଇନଗତ ଭାବେ ସ୍ୱାଧୀନ ଭାରତର ପ୍ରଥମ ଶାସ୍ତ୍ରୀୟଭାଷା ମାନ୍ୟତା ପ୍ରଦାନ କଲାପରେ ନୀତି ଦୃଷ୍ଟିରୁ ୨୦୦୫ରେ ସଂସ୍କୃତଭାଷାକୁ ଏହି ମାନ୍ୟତା ପ୍ରଦାନ କରାଗଲା । ହିନ୍ଦୀକୁ ଯଦିଓ ଆନୁଷ୍ଠାନିକ ଭାବେ ଏହି ମାନ୍ୟତା ପ୍ରଦାନ କରାଯାଇ ନାହିଁ, ମାତ୍ର ଭବିଷ୍ୟତର ରାଜଭାଷା ରୂପେ ଏହା ସଂପୂର୍ଣ୍ଣ ସୁବିଧାସୁଯୋଗ ପୂର୍ବରୁ ପାଇଆସୁଛି । ତେବେ ଏହି ଘୋଷଣା ପରେ ତେଲୁଗୁ ଓ କନ୍ନଡ଼ ଭାଷା ନିଜ ରାଜନୈତିକ ଚାପ ପ୍ରୟୋଗ କରି ଅନୈତିକ ଭାବେ ୨୦୦୮ରେ ଶାସ୍ତ୍ରୀୟ ମାନ୍ୟତା ହାସଲ କରିସାରିବା ପରେ ମାଲାୟଲମ ଭାଷାକୁ କାହିଁକି ଏହି ମାନ୍ୟତା ନ ମିଳିବ, ସେଥିପାଇଁ କେରଳ ଉଚ୍ଚ ନ୍ୟାୟାଳୟରେ କେରଳବାସୀ ଉପଯୁକ୍ତ ନ୍ୟାୟପାଇଁ ନିବେଦନ କରିଛନ୍ତି । ମାନ୍ୟତା ପ୍ରଦାନ ବିଧି : ଭାରତରେ ବହୁ ଭାଷାଭାଷୀ କେଉଁ ପ୍ରାଚୀନକାଳରୁ ବାସ କରିଆସୁଛନ୍ତି । ଭାରତର ସମ୍ବିଧାନ ୨୨ଟି ଭାଷାକୁ ସ୍ୱୀକୃତି ପ୍ରଦାନ କରିଥିବାରୁ ଭବିଷ୍ୟତରେ ପ୍ରତ୍ୟେକଭାଷା ଶାସ୍ତ୍ରୀୟ ମାନ୍ୟତା ଦାବି କରି ନ ପାରିବେ, ତାହାକୁ ଦୃଷ୍ଟିରେ ରଖି କେନ୍ଦ୍ରସରକାର କେତେକ ନିୟମ ପ୍ରଣୟନ କରିଛନ୍ତି । ଏହି ନିୟମ ପରିସରଭୁକ୍ତ ଭାଷାକୁ ମହୀଶୂରସ୍ଥିତ କେନ୍ଦ୍ରୀୟଭାଷା ସଂସ୍ଥାନ ଓ କେନ୍ଦ୍ର ସାହିତ୍ୟ ଅକାଦମୀ ପରାମର୍ଶରେ ସଂସ୍କୃତି ମନ୍ତ୍ରଣାଳୟଦ୍ୱାରା ନିଯୁକ୍ତ ଭାଷା ବିଶେଷଜ୍ଞଙ୍କ ସୁପାରିଶ ଅନୁସାରେ ସମ୍ବିଧାନର ଅଷ୍ଟମସୂଚୀ ଅନ୍ତର୍ଭୁକ୍ତ ଭାଷା ମଧ୍ୟରୁ ଉପଯୁକ୍ତ ବିବେଚିତ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରାଯିବ ବୋଲି ଉଲ୍ଲେଖ ରହିଛି । ଶାସ୍ତ୍ରୀୟଭାଷା ମାନ୍ୟତାଦ୍ୱାରା ଏହିଭଳି ନୂଆ ପ୍ରକାରର ଭାଷା ବିଭାଗୀକରଣ ସୃଷ୍ଟି ସଂପର୍କରେ ତ‌ତ୍କାଳୀନ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଜୟପାଲ ରେଡ୍ଡୀ କ୍ୟାବିନେଟ୍ ବୈଠକ ପରେ ହୋଇଥିବା ନିଷ୍ପତ୍ତି ସଂପର୍କରେ ସୂଚନା ଦେଇ କହିଥିଲେ ଯେ- “The Govt. would consider putting Sanskrit and other languages in this category depending on their heritage and legacy”.

ସେହିପରି ୨୦୦୬ ମସିହାରେ ଏହି ଚୟନ ପ୍ରକ୍ରିୟା ସମ୍ବନ୍ଧରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅମ୍ବିକା ସୋନୀ ରାଜ୍ୟସଭାରେ କହିଥିଲେ- “High antiquity of its early Text/recorded history over a period of 1500-2000 years. a body of ancient literature which is considered a valuable heritage by generations of speakers. The literary tradition be original and not borrowed from another speech community. The classical Language and literature being distinct from modern. There may also be a discontinuity between the classical language and its later forms or its offshoots” ।

ଶାସ୍ତ୍ରୀୟ ମାନ୍ୟତା ପାଇବା୍ୱାରା ଭାଷାର ଉପକାର : ଏହି ମାନ୍ୟତା ପାଇବାପରେ ଉକ୍ତ ଭାଷାର ୁଇଜଣ ଭାଷା ଗବେଷକଙ୍କୁ ଆନ୍ତର୍ଜାତୀୟ ପୁରସ୍କାର ପ୍ରତିବର୍ଷ ପ୍ରାନ କରାଯିବ । ଏହି ଭାଷା ଗବେଷଣା ଓ ଶିକ୍ଷାପାଇଁ ୟୁଜିସି ଅନୁମୋିତ ଏକାଧିକ ପ୍ରଫେସରିଆଲ ଚେୟାର ଭାରତରେ କିମ୍ବା ଭାରତ ବାହାରେ ଥିବା ବିଭିନ୍ନ ବିଶ୍ୱବି୍ୟାଳୟରେ ସ୍ଥାପନ କରାଯାଇପାରିବ, ଏଥିସହିତ ଭାଷାର ବିକାଶପାଇଁ ପ୍ରତିବର୍ଷ ସ୍ୱତନ୍ତ୍ର ଆର୍ଥିକ ସୁବିଧା ଯୋଗାଇ ିଆଯିବ । ଏହିଭାଷାର ଉନ୍ନତି, ପ୍ରଚାର ଓ ପ୍ରସାରପାଇଁ କେନ୍ଦ୍ର ସରକାର ଶହେକୋଟି ଟଙ୍କା ଅନୁାନ ପ୍ରାନ କରିବା ସହ ପ୍ରତିବର୍ଷ ଅନୁ୍ୟନ ୫ କୋଟି ଟଙ୍କା ରାଜ୍ୟ ପାଇବ । ଆନ୍ତର୍ଜାତୀୟ କ୍ଷେତ୍ରରେ ଏହି ଭାଷାର ପ୍ରସାରପାଇଁ ଷ୍ଟଡିସେ•ର ପ୍ରତିଷ୍ଠା ଓ ୍ୱିଭାଷିକ ସମ୍ପର୍କ ସ୍ଥାପନ କରାଯିବାପାଇଁ ଉ୍ୟମ ହେବ । ଏସବୁ ବ୍ୟତୀତ ରାଜ୍ୟ ଓ ଆ•ଳିକ ସ୍ତରରେ ଆହୁରି ଅନେକ କାର୍ଯ୍ୟ କରିବାପାଇଁ ସୁଯୋଗ ମି ଳ ି ବ । ଏହି ଭାଷା-ସାହି ତ ୍ୟର ଇତି ହ ।ସ ଓ ବି କ ।ଶ ବି ଷ ୟରେ ଗବେଷଣାପାଇଁ ଗବେଷକମାନେ ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ ଅନୁାନ ପାଇବେ । ଶାସ୍ତ୍ରୀୟ ମାନ୍ୟତା ପାଇଥିବା ଭାରତୀୟ ଭାଷା : ତାମିଲ (୨୦୦୪) ସଂସ୍କୃତ (୨୦୦୫) ତେଲୁଗୁ ଓ କନ୍ନଡ଼ (୨୦୦୮) ଭାଷା ଏପର୍ଯ୍ୟନ୍ତ ଶାସ୍ତ୍ରୀୟ ମାନ୍ୟତା ପାଇପାରିଛନ୍ତି । ତାମିଲଭାଷାର ପ୍ରାଚୀନତା ଓ ସମୃଦ୍ଧି ସଂପର୍କରେ ଏତିକି କୁହାଯାଇପାରେ ଯେ ଏପର୍ଯ୍ୟନ୍ତ ପାଠ ହୋଇପାରି ନ ଥିବା ।କ୍ଷିଣାତ୍ୟର ବିଭିନ୍ନ ପାହାଡ଼ ଚଟାଣରୁ ଆବିଷ୍କୃତ ଖ୍ରୀ.ପୂ. ତୃତୀୟ ଶତାବ୍ଦୀର ଛୋଟଛୋଟ ଅଭିଲେଖର ଭାଷାକୁ ତାମିଲଭାଷାର ପ୍ରାଚୀନ ରୂପ ଭାବେ ତାମିଲବାସୀ ।ବି କରନ୍ତି । ଯାହାର ସତ୍ୟତା ଏ ପର୍ଯ୍ୟନ୍ତ ନିରୂପିତ ହୋଇପାରିନାହିଁ । ସେହିପରି କାଳ୍ପନିକ କାହାଣୀ ଭଳି ମନେ ହେଉଥିବା ତିନୋଟି ତାମିଲ ସାହିତ୍ୟ ସଂଗମ/ସମ୍ମିଳନୀ ବା ସଂଗମ ସାହିତ୍ୟଯୁଗ ସମ୍ପର୍କରେ ସର୍ବପ୍ରଥମେ ଅଷ୍ଟମ ଶତାବ୍ଦୀର କବି ନକ୍କୀରଙ୍କ୍ୱାରା ରଚିତ ‘ଇରୈନାର ଅଗପ୍ପୋରୁଲ ଉରୈ’ର ଟୀକାଗ୍ରନ୍ଥ ମୁଖବନ୍ଧରେ ଖେିବାକୁ ମିଳେ ।ଏହି ତିନୋଟି ସଙ୍ଗମ ୧୯୭ଜଣ ପାଣ୍ଡ୍ୟରାଜାଙ୍କ ସଂରକ୍ଷଣରେ ୯୯୯୦ବର୍ଷ ଧରି ୮୫୯୮ଜଣ କବି(ଏମାନଙ୍କ ମଧ୍ୟରେ କେତେକ ବେତା ଅଛନ୍ତି)ଙ୍କ୍ୱାରା ଅନୁଷ୍ଠିତ ହୋଇଥିବାର ଉଲ୍ଲେଖ ଅଛି । ଆଶ୍ଚର୍ଯ୍ୟର କଥା, ଏହି ଯୁଗର ବହୁ ବିଖ୍ୟାତ କବି ଓ ଶକ୍ତିଶାଳୀ ରାଜାଙ୍କ ବିଷୟରେ ବିସ୍ତୃତ ବର୍ଣ୍ଣନା ଥିଲେ ମଧ୍ୟ କୁଗ୍ନୋନ ଓ ଉଗ୍ରପ୍ପେରୁବଲ୍ଲୁୀ ଭଳି କିଛି କବି ଓ ରାଜାଙ୍କ ନାମ ପରବ•ର୍ୀ ଶିଳାଲେଖରେ ଉଲ୍ଲେଖ ରହିବା ତଥା ସଂରକ୍ଷକ ପାଣ୍ଡ୍ୟ ରାଜବଂଶ ବଳରେ ଚେର ରାଜବଂଶର ଅବିଚ୍ଛିନ୍ନ ତାଲିକା ଏହି ସାହିତ୍ୟର ପ୍ରାଚୀନତା ଉପରେ ପ୍ରଶ୍ନଚିହ୍ନ ଲଗାଇଥାଏ ।କେବଳ ସେତିକି ନୁହେଁଁ, ଏଥିରେ ଅନେକ ରାଜାଙ୍କ ବୀରତ୍ୱ ଏଭଳି ଢଙ୍ଗରେ ବର୍ଣ୍ଣନା କରାଯାଇଛି ଯେ ତାହା କାଳ୍ପନିକ ମନେହୁଏ । ଶିଳ୍ପିକାରମ୍ ଓ ୧୧ସ ଶତାବ୍ଦୀରେ ଖୋିତ କେତେକ ଶିଳାଲେଖରୁ ଜଣାପଡେ ଚୋଳରାଜା କାରିକେଲ(୨ୟଶତାବ୍ଦୀ) ହିମାଳୟ ପର୍ଯ୍ୟନ୍ତ ସମଗ୍ର

ଭାରତ ଅଧି କ ।ର କରି ଥ ି େ ଲ । ୍ୱ ି ତ ୀୟ ଚେରରାଜା ନେନ୍ଦୁ ଜ ି ର ଲ ଆନ ଇମୟବରମବନ(ଯାହାର ସୀମା ହିମାଳୟ ପର୍ଯ୍ୟନ୍ତ) ଉପାଧି ଧାରଣ କରିଥିଲେ । କାରଣ ସେ ସମଗ୍ର ଭାରତ ଜୟ କରିଥିଲେ ଓ ଚେର ରାଜବଂଶର ରାଜଚିହ୍ନ ‘ଧନୁଷ୍’ ହିମାଳୟରେ ଉକ୍ରୀର୍ଣ୍ଣ କରାଇଥିଲେ । ଅଥଚ ଏତେ ବଡ ଯୋଦ୍ଧା ସମକାଳୀନ ଚୋଳରାଜା ସହ ଯୁଦ୍ଧକରି ମୃତ୍ୟୁଲାଭ କଲେ । ସଙ୍ଗମଯୁଗ ପରେ ୩୦୦ବର୍ଷ ଧରି ଲେଖକୀୟ ଉପାାନ ଭାବେ କୌଣସି ସାହିତ୍ୟିକ କିମ୍ବା ଅଭିଲେଖ ପ୍ରମାଣ ନ ମିଳିବାରୁ ଏହିସମୟକୁ ‘ଇତିହାସର ରାତ୍ରୀ’ କୁହାଯାଇଛି । ତେବେ ଷଷ୍ଠଶତାବ୍ଦୀ ବେଳକୁ ।କ୍ଷିଣାତ୍ୟର ଶକ୍ତିଶାଳୀ ଶାସକ କଳଭ୍ରକୁ ପରାସ୍ତ କରି ମୁରାର ପାଣ୍ଡ୍ୟ, କା•ିର ପଲ୍ଲବ ଓ ବାାମୀର ଚାଲୁକ୍ୟ ବଂଶ ଉ•ାନ ାକ୍ଷିଣାତ୍ୟ ଇତିହାସକୁ ଗତିଶୀଳ କଲା । ତେଣୁ ପାଣ୍ଡ୍ୟରାଜା (ମୁରାଯୁଗ-ଖ୍ରୀ.୫୦୦-ଖ୍ରୀ.୮୫୦)ଙ୍କ ପ୍ରୋତ୍ସାହନ ପାଇ ତାମିଲସାହିତ୍ୟ ସୃଷ୍ଟି ହୋଇଛି ଓ ବିକାଶ ଚୋଳଯୁଗ (ଖ୍ରୀ.୮୫୦-ଖ୍ରୀ.୧୨୦୦)ରେ ହୋଇଛି । ଏହି ସତ୍ୟକୁ ଗ୍ରହଣୀୟ କରିବା ଲକ୍ଷ୍ୟରେ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରାନପାଇଁ କେନ୍ଦ୍ର ସରକାର କାଳ ନିର୍ଦ୍ଧାରଣ କଲେ ୧୫୦୦-୨୦୦୦ ବର୍ଷ । ତଥାପି ଏହି ଅବଧି ମଧ୍ୟରେ କନ୍ନଡ଼ (୯ମ ଶତାବ୍ଦୀ), ତେଲୁଗୁ (୯ମ ଶତାବ୍ଦୀ) ଆସୁ ନ ଥିଲେ ମଧ୍ୟ କେନ୍ଦ୍ରର କଂଗ୍ରେସ ଳ ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେ• ସରକାର ନିଜ ଛେପ ନିଜେ ଢୋକି ଏହି ୁଇ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରାନ କରିଛନ୍ତି । ଓଡ଼ିଆ ଶାସ୍ତ୍ରୀୟଭାଷା ମାନ୍ୟତା ପାଇବ ତ? କୌଣସି ଭାଷାକୁ ଶାସ୍ତୀୟଭାଷା ମାନ୍ୟତା ପ୍ରାନ କରିବାପାଇଁ କେନ୍ଦ୍ର ସରକାର କେତେକ ସ•ର୍ ରଖିଥବô । କଥା ପୂବର୍ର ୁ ବଣ୍ଣିର୍ତ । ସେହି ସ•ର୍ ପୂରଣ କରୁଥବô । ଭାରତର ଯେକୌଣସି ଭାଷାକୁ ଶାସ୍ତୀୟଭାଷା ମାନ୍ୟତା ପ୍ରାନ କରିବାରେ ଭାରତ ସରକାରଙ୍କ ସମାନ ସଂଘୀୟନୀତି ଅନୁସାରେ ବାଧ୍ୟ । ଅଥଚ ଓଡ଼ିଆଭାଷା କ୍ଷେତ୍ରରେ ଏହାର ବ୍ୟତିକ୍ରମ ଘଟିଛି କହିଲେ ଭୁଲ ହେବନାହିଁ । କାରଣ ସଂସ୍କୃତ ଭାଷାସମ ଏକ ପ୍ରାଚୀନଭାଷା ହେଉଛି ଓଡ଼ିଆଭାଷା, ଯାହା ତାମିଲ ଓ ତେଲୁଗୁ ଭାଷାଠାରୁ ବହୁ ପ୍ରାଚୀନ । ଅଥଚ ଏପର୍ଯ୍ୟନ୍ତ ଓଡ଼ିଆଭାଷାର ପ୍ରାଚୀନତାକୁ ଭାରତ ସରକାର ସ୍ୱୀକାର କରିନାହାଁନ୍ତି । ଏଥିପାଇଁ ଏକାନ୍ତ ଭାବରେ ଆମ ଓଡ଼ିଶାର ସାଂସ, ରାଜନେତା, ସର୍ବୋପରି ଓଡ଼ିଆ ଜନସାଧାରଣଙ୍କ ନିରବତା ସଂପୂର୍ଣ୍ଣ ଭାବରେ ।ୟୀ । ବିଶେଷ କରି ପିଣ୍ଡା ଉପରେ ବସି ଭାଷଣବାଜି ମାରୁଥିବା ଆମ ବୁଦ୍ଧିଜୀବୀଙ୍କ ତୁଣ୍ଡିବନ୍ଧା ମୁହଁ ଏପର୍ଯ୍ୟନ୍ତ ଖୋଲିନାହିଁ ଏ ବିଷୟରେ ଆଲୋଚନ କରିବାକୁ । କାରଣ ଏମାନେ ଏବେ ବି ସନ୍ଧିହାନ ଯେ, ଓଡ଼ିଆଭାଷା କ’ଣ ସତରେ ପ୍ରାଚୀନ । ଏଠାରେ ଗୋଟିଏ କଥା ସ୍ମରଣ କରିିଆଯାଇପାରେ ତାମିଲ ସାଂସଙ୍କ ବାରମ୍ବାର ାବି ଫଳରେ ୨୦୦୪ ମସିହାରେ ନୂଆ କରି ଶାସନ କ୍ଷମତାକୁ ହାତରେ ଧରିଥିବା ପ୍ରଗତିଶୀଳ ମେ• ସରକାର ସହଯୋଗୀ ‘୍ରାବିଡ଼ ମୁନିତ୍ର କାଡ଼ଗମ୍’ ଳକୁ ଖୁସି କରିବାପାଇଁ ସର୍ବପ୍ରଥମେ ତାମିଲଭାଷାକୁ କ୍ଲାସିକଭାଷାର ମାନ୍ୟତା ପ୍ରାନ କଲେ । ଏଭଳି ନିଷ୍ପ•ିରେ କ୍ଷିଣ ଭାରତର ଅନ୍ୟରାଜ୍ୟ ନିଜଭାଷାର ପ୍ରାଚୀନତା ସଂପର୍କରେ ବିଭିନ୍ନ ଐତିହାସିକ ତଥ୍ୟ ପ୍ରାନ କରି ଏହି ମାନ୍ୟତା ପାଇବାକୁ ।ବି କଲେ । ବିଶେଷକରି ତେଲୁଗୁଭାଷୀ ସବୁ ନୈତକ ି ତାକୁ ପାରେ ଳି ନିଜକୁ ସାତବାହନଙ୍କ ଉ•ରାଧିକାରୀ ତଥା ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀର ଏକ ସ୍ୟ ଆବିଷ୍କୃତ ଅଭିଲେଖରେ ସ୍ଥାନିତ କେତେକ ତେଲୁଗୁ ଲିପି (‘ଯାହାକୁ ଅନେକ ଇତିହାସକାର’ ନକଲି ବୋଲି ପ୍ରମାଣିତ କରିସାରିଲେଣି)କୁ ପ୍ରମାଣ ଭାବେ ଉପସ୍ଥାପିତ କରି ଗତବର୍ଷ ଏହି ସୁଯୋଗ ହାତେଇ ନେଇଛନ୍ତି । ଏ ସଂପର୍କରେ ିଲ୍ଲୀରୁ ପ୍ରକାଶିତ ‘ହିନ୍ଦୁସ୍ଥାନ’ ନାମକ ୈନିକ ଖବରକାଗଜର ସଂପାକୀୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାପରେ ଏହି ମାନ୍ୟତା ପାଇବାପାଇଁ ମରାଠୀ, ହିନ୍ଦୀ, ବଙ୍ଗଳା ଆି ନିଜନିଜ ସ୍ତରରେ ଉ୍ୟମରତ ଥିବାବେଳେ ଏକମାତ୍ର ଓଡ଼ିଆଭାଷା ହିଁ ଏଥିପାଇଁ ଯୋଗ୍ୟ ବୋଲି ଉଲ୍ଲେଖ କରିଥିଲେ । ଅଥଚ ଓଡ଼ିଶାବାସୀ ଓ ଓଡ଼ିଆବୁଦ୍ଧିଜୀବୀଗଣ ଏଥିପାଇଁ ନୀରବ ରହିବା ଏ ଜାତିପ୍ରତି କିପ୍ରକାରର ମନୋଭାବ ର୍ଶାଉଛି ତାହା ପ୍ରତ୍ୟେକ ଓଡ଼ିଆ ବିଚାର କରିବାର ସମୟ ଆସି ପହ•ିଛ ।ି ଏଠାରେ ଉଲ୍ଲେଖଯୋଗ୍ୟ ମଗଧ ଓ କଳିଙ୍ଗ ମଧ୍ୟରେ ବାଣିଜି୍ୟକ ପ୍ରତି୍ୱନ୍ଦ୍ୱିତା ଚରମ ସୀମାରେ ପହ•ôଥବ ô ।ବେଳେ କ୍ଷିଣ ଭାରତରେ ନବପୋଷଣ କାଳ ବା ଲୌହଯୁଗ ପ୍ରଚଳିତ ଥିଲା । କଳିଙ୍ଗ-ମଗଧ ଅ•ଳଠାରୁୁ ପ୍ରାୟ ୮୦୦ବର୍ଷ ପରେ ଅର୍ଥାତ୍ ଖ୍ରୀ.ପୂର୍ବ ୨ୟରୁ ୩ୟ ଶତାବ୍ଦୀ ମଧ୍ୟରେ କ୍ଷିଣଭାରତର ଅଧିବାସୀ ଲୌହର ବ୍ୟବହାର ଜାଣିଲେ । ଯିଓ ୨ଟି ମାତ୍ର ସ୍ଥାନ-କର୍ଣ୍ଣାଟକର ପିକ୍ଲଲିହଲ୍ ଓ ହୋଲ୍ଲରଠାରୁ ପୁରାତନ ଲୌହ ଉପକରଣ ମିଳିଛି, ମାତ୍ର ତାହା କୃଷି ଯନ୍ତ୍ରପାତି ଭାବରେ ନୁହେଁ । ବରଂ ଏହି ଲୁହାଖଣ୍ଡ ଶିକାରପାଇଁ ବ୍ୟବହାର ହେଉଥିବାର ଜଣାପଡ଼େ । ଅର୍ଥାତ୍ ପ୍ରତତ୍ନ ।•୍ୱକି ଖନନରୁ ଜଣାପଡ଼େ ଯେ, ଉ•ର ଓ ପୂର୍ବ ଭାରତରେ ସମୃଦ୍ଧିଶାଳୀ ନଗର ଗଢ଼ି ଉଠିଥିବାବେଳେ କ୍ଷିଣ ଭାରତର ଅଧିବାସୀ ସାଧାରଣ ଜୀବିକା ନିର୍ବାହ କରୁଥିଲେ । ତେବେ ବିଶେୀ ସାହିତି ୍ୟି କ ସ୍ରୋତ ଓ ପ୍ରତ୍ନତାତ୍ତିକ ି ଖନନ୍ୱାରା କ୍ଷିଣ-ପୂର୍ବ ନୀ ମୁହାଣରୁ ଯେଉଁ ବାଣିଜି୍ୟକ ଭି•ିଭୂମିର ସୂଚନା ମିଳେ, ତାହା ଯେ ତାମିଲଙ୍କ୍ୱାରା ହେଉଥିଲା; ଏହା ନିରପେକ୍ଷ ଭାବେ ସ୍ଥିର କରିବା ନିଶ୍ଚିତ ପକ୍ଷେ କଷ୍ଟକର । ଏପରି ବି ହୋଇପାରେ କ୍ଷିଣ-ପୂର୍ବ ଏସିଆ ମହାଶେରେ ନିଜର ବାଣିଜି୍ୟକ ପ୍ରଭାବ ବିସ୍ତାର କରିଥିବା କଳିଙ୍ଗରାଷ୍ଟ୍ର ନିଜ ବ୍ୟବସାୟପଥ ସୁଗମପାଇଁ ଧୀରେଧୀରେ କ୍ଷିଣଭାଗକୁ ଗତିକରି ପ୍ରଥମେ ଋଷିକୂଲ୍ୟା, ଗୋାବରୀ, କୃଷ୍ଣା, କାବେରୀ ନୀ ପର୍ଯ୍ୟନ୍ତ ମାଡ଼ିଯାଇ ନିଜର ବାଣିଜି୍ୟକ ଆଶ୍ରୟସ୍ଥଳୀ ନିର୍ମାଣ କରିଥିଲେ ଏବଂ ଏହିସବୁ କଳିଙ୍ଗ ସଂସ୍କୃତି ସହ ଓତପ୍ରୋତଃ ଭାବେ ଜଡ଼ିତ ବାଲି, ଜାଭା, ସୁମାତ୍ରା, ବୋର୍ଣ୍ଣିଓ, ସିଂହଳ ଆି ଶେକୁ ଗମନ କରିବାପାଇଁ ପୂର୍ବର ତାମ୍ରଲିପ୍ତି ବନ୍ଦର େଇ ସୁବର୍ଣ୍ଣଭୂମି (ମିଆଁମାର), ଶ୍ୟାମ (ଥାଇଲାଣ୍ଡ), ଆନ୍ନମ (ଭିଏତ୍ନାମ), କାମ୍ବୋଜ (କାମ୍ବୋଡିଆ)ର ସାଗର କୂଳେକୂଳେ ୀର୍ଘ ପଥଧରି ଯିବା ଅପେକ୍ଷା ଗୋାବରୀ, କୃଷ୍ଣା, କାବେରୀ ନୀତଟକୁ ସହଜପଥ ଭାବେ ଗ୍ରହଣକରି ନିଜ ବାଣିଜି୍ୟକ ପସରା ମେଲାଇ େଇଥିବେ । ଏ କାର୍ଯ୍ୟରେ ସହାୟତାପାଇଁ ବାଣିଜ୍ୟ ଅନଭିଜ୍ଞ ତଥା ସଭ୍ୟତାଠାରୁ ୂରରେ ଥିବା ।କ୍ଷିଣାତ୍ୟ ଅଧିବାସୀଙ୍କୁ କାମରେ ଲଗାଇବା ଆରମ୍ଭ କରିଥିବେ ତକ୍ରାଳୀନ କଳିଙ୍ଗର ବଣିକଗୋଷ୍ଠୀ । ଯାହାକି ପରବ•ର୍ୀ କାଳରେ ଏମାନେ କଳିଙ୍ଗବାସୀଠାରୁ ବିଭିନ୍ନ ବାଣିଜି୍ୟକ କୌଶଳ, ବସ୍ତୁ ନିର୍ମାଣକଳା ଓ ଶିଳ୍ପ ଉପôାନ ଆି ଶିକ୍ଷାକରି ନିଜ ବ୍ୟବସାୟିକ ସଂଘ ଗଠନ ମାଧ୍ୟମରେ କଳିଙ୍ଗ ବଣିକଗୋଷ୍ଠୀର ପ୍ରତି୍ୱନ୍ଦ୍ୱୀ ସାଜିଥିଲେ କିମ୍ବା କର୍ମଚାରୀ ସଂଘ ଗଢ଼ି କଳିଙ୍ଗ ବାଣିଜ୍ୟ ବ୍ୟବସାୟରେ ବାଧା ସୃଷ୍ଟି କରୁଥିଲେ । ବୋଧହୁଏ ଏହିଭଳି ଗଠିତ ସଂଘକୁ ନିର୍ଦ୍ଧୟ ଭାବରେ କଳିଙ୍ଗ ସମ୍ରାଟ ଖାରବେଳ ଧ୍ୱଂସ କରିଥିଲେ ବୋଲି ହାତୀଗୁମ୍ଫା ଶିଳାଲେଖରୁ ଜଣାପଡ଼େ । ପୁନଶ୍ଚ କାବେରୀଠାରୁ ଗଙ୍ଗାନୀ ପର୍ଯ୍ୟନ୍ତ ସମଗ୍ର ପୂର୍ବ ଉପକୂଳରେ ଗଠିତ ବନ୍ଦର ଓ ବନ୍ଦରଭି•ିକ ସହର ନିର୍ମାଣଶୈଳୀ ଏକା ପ୍ରକାରର ତଥା ଏଠାରୁ ପ୍ରାପ୍ତ ବିଭିନ୍ନ ବାଣିଜି୍ୟକ ଚିହ୍ନ ସମାନ ଥିବାରୁ ଯେକୌଣସି ଗୋଟିଏ ଜାତି୍ୱାରା ଏହା ପରିଚାଳିତ ହୋଇଥିବା ସମ୍ଭବ । ସେ ସମୟରେ ପୂର୍ବ ଉପକୂଳରେ କେବଳ କଳିଙ୍ଗ ହିଁ ଏକମାତ୍ର ଶ୍ରେଷ୍ଠ ବାଣିଜି୍ୟକ ଜାତିଥିବାରୁ ଉକ୍ତ ଭୂଭାଗ କଳିଙ୍ଗ ଅଧିବାସୀଙ୍କ୍ୱାରା ପରିଚାଳିତ ହେଉଥିଲା କହିଲେ ଭୁଲ ହେବ ନାହିଁ । ଏଥିସହିତ ଏପର୍ଯ୍ୟନ୍ତ ସେଭଳି କୌଣସି ଅଭିଲେଖ କିମ୍ବା ପ୍ରତ୍ନତା•୍ୱିକ ଆବିଷ୍କାର ହୋଇନାହିଁ, ଯାହାକି ବହୁ ପ୍ରାଚୀନ କାଳରୁ ତାମିଲଙ୍କ୍ୱାରା କ୍ଷିଣ ଭାରତର ବାଣିଜ୍ୟ ବ୍ୟବସାୟ ପରିଚାଳିତ ହେଉଥିଲା । କେବଳମାତ୍ର ସାହିତି୍ୟକ ସାକ୍ଷୀ (ଯାହା ଅନୁମାନ ଉପରେ ପର୍ଯ୍ୟବସିତ ଓ ବ•ର୍ମାନ ପରିପ୍ରେକ୍ଷୀରେ ଭ୍ରମାତ୍ମକ ମଧ୍ୟ)କୁ ଆଧାର କରି ଏହାକୁ ପ୍ରମାଣ କରାଯାଇଛି । ବରଂ ଏହି ଆଧାରକୁ ଭି•ିକରି କଳିଙ୍ଗ ବଣିକଙ୍କ୍ୱାରା ।କ୍ଷିଣାତ୍ୟର ବାଣିଜ୍ୟ ବ୍ୟବସାୟ ପରିଚାଳିତ ହେଉଥିଲା କହିଲେ ନିଶ୍ଚିତ ଭାବେ ଅଧିକ ଯୁକ୍ତିସଂଗତ ହେବ । ଯିଓ ଏହାର କିଛି ବଳିଷ୍ଠ ପ୍ରମାଣ ଏପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ କିମ୍ବା ସମୃଦ୍ଧଶାଳୀ ାକ୍ଷିଣାତ୍ୟର ଜାତିପ୍ରେମୀ ଗବେଷକ ବିପକ୍ଷରେ ଗରୀବ ଓଡ଼ିଆରାଜ୍ୟର ଗବେଷକଙ୍କ ତୁଣ୍ଡ ଖୋଲିବାକୁ ଏପର୍ଯ୍ୟନ୍ତ ସାହସ ଜୁଟାଇ ପାରିନାହାଁନ୍ତି । କିନ୍ତୁ ଏକଥା ସତ୍ୟ ଯେ, ୁଇଚାରିଟି ୃଷ୍ଟାନ୍ତକୁ ଛାଡ଼ି େଲେ ପ•ଶ ଶତାବ୍ଦୀ ପର୍ଯ୍ୟନ୍ତ ଅର୍ଥାତ୍ ୀର୍ଘ ୨ଶହ ବର୍ଷ ଧରି ଓଡ଼ଶି ।ର ଶାସକ ଉ•ର ଓ ପଶ୍ଚିମ ଭାରତ ଅପେକ୍ଷା ।କ୍ଷିଣାତ୍ୟ ବିଜୟକୁ ଅଧିକ ଗୁରୁତ୍ୱ େଉଥିଲେ ଏବଂ ବାରମ୍ବାର ଓଡ଼ିଶାର ସୀମା ଗଙ୍ଗାଠାରୁ କାବେରୀ; ଏପରିକି ରାମେଶ୍ୱର ପର୍ଯ୍ୟନ୍ତ ବିସ୍ତାର କରିବାକୁ ନିଜର ଗୌରବ ମଣୁଥିଲେ । ନିଜମାଟି ପ୍ରତି ମୋହଭାବ ନ ଥିଲେ କୌଣସି ଜାତି ବା ବ୍ୟକ୍ତି କେବେ କ’ଣ ଏହାକୁ ଅଧିକାର କରିବାକୁ ମନ ବଳାଇବ? ୃଢ଼ରାଜନୈତକ ି ଭି•ଭ ି ୂମି ମାଧ୍ୟମରେ ବିକଶିତ ହୋଇଥାଏ ଭାଷା, ସାହିତ୍ୟ ଓ ସଂସ୍କୃତି । ଏହା ହିଁ ଗୋଟିଏ ଜାତିକୁ ଯୁଗଯୁଗ ଧରି ଚିହ୍ନିତ କରିଥାଏ । ଏହି ଦୃଷ୍ଟିରୁ ବିଚାର କଲେ କେଉଁ ଭାଷା ପ୍ରାଚୀନ-ତେଲୁଗୁ, ତାମିଲ ନା ଓଡ଼ିଆ! ଓଡ଼ିଆଜାତିର ବିକଶିତ ଅବସ୍ଥା ବେଳକୁ ତାମିଲଜାତିର ଅଭୁ୍ୟୋୟ । ତେଲୁଗୁର ଅସ୍ତିତ୍ୱ ନ ଥିଲା କହିଲେ ଭୁଲ୍ ହେବନାହିଁ । ସେଥିପାଇଁ ସେମାନେ ଅନାର୍ଯ୍ୟ ବୋଲି ହୀନମନ୍ୟତାର ଶିକାରହୋଇ ଉ•ର-କ୍ଷିଣ ନୀତିରେ ନିଜକୁ ଏପର୍ଯ୍ୟନ୍ତ ବିଭକ୍ତ କରିଚାଲିଛନ୍ତି । ନିଜ ଭାଷା, ସାହିତ୍ୟ, ସଂସ୍କୃତିକୁ ପ୍ରାଚୀନ ବୋଲି ପ୍ରମାଣିତ କରିବାକୁ ଯାଇ ବ୍ରିଟେନ ଭଳି ବହୁବାର ଅପସ୍ଥ ହୋଇଛନ୍ତି । ତଥାପି ସେମାନଙ୍କ ରାଜନୈତିକ ଏକତା ଯୋଗୁଁ ସର୍ବଭାରତୀୟକ୍ଷେତ୍ରରେ ଚାପ ସୃଷ୍ଟିକରି କାର୍ଯ୍ୟ ହାସଲ କରିବାରେ ସଫଳ ହୋଇଛନ୍ତି । ଶିକ୍ଷା, ଯୋଗାଯୋଗ ପ୍ରଭୃତି କ୍ଷେତ୍ରରେ କେନ୍ଦ୍ର ସରକାରଠାରୁ ପ୍ରାଥମିକତା ଭି•େି ର ସମସ୍ତ ସୁବଧି । ହାସଲ କରିବା ପରେ ଏବେ ଭାଷାକୁ ସର୍ବଭାରତୀୟ ସ୍ତରରେ ବିଶ୍ୱମୁଖୀ କରିବାପାଇଁ ଯେଉଁ ଅମ୍ୟ ପ୍ରଚେଷ୍ଟା ଜାରି କରିଛନ୍ତି, ତାହାର ପ୍ରମାଣ ସ୍ୱରୂପ ତେଲୁଗୁ, ତାମିଲ ଭାଷାକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ପ୍ରାନ ହାସଲ କରାଇବା । ତେବେ ସେମାନଙ୍କର ଏ ସଫଳତା ପଛରେ ଯେଉଁ କେତୋଟି ପ୍ରମୁଖ କାରଣ ରହିଛି ତାହା ହେଉଛି ପାରସ୍ପରିକ ସମନ୍ୱୟ, ସୁୃଢ଼ ଆର୍ଥିକ ସ୍ଥିତି, ମାତୃଭାଷା ପ୍ରତି ଆର, ନିଜ ସଂସ୍କୃତି ପ୍ରତି ସମ୍ମାନବୋଧ, ଉନ୍ନତପ୍ରଣାଳୀର ଶିକ୍ଷାବ୍ୟବସ୍ଥା, ରାଜ୍ୟ ଓ କେନ୍ଦ୍ର ଅଧୀନସ୍ଥ ବିଭିନ୍ନ ସରକାରୀ ବେସରକାରୀ ସ୍ତରରେ ଉଚ୍ଚପପବୀରେ ନିଯୁକ୍ତି, ଜାତିପ୍ରୀତି, ସର୍ବୋପରି କାର୍ଯ୍ୟହାସଲ କରିବାରେ କଳାକୌଶଳର ବ୍ୟାପକ ପ୍ରୟୋଗ । ତେଣୁ ସେମାନଙ୍କର ଭାଷା, ସାହିତ୍ୟ, ସଂସ୍କୃତି ନିଶ୍ଚିତ ଉନ୍ନତ ହେବ, ଏଥିରେ ୍ୱିମତ ନାହିଁ । ଆମ ଭାଷା ଓ ସାହିତ୍ୟ, ସଂସ୍କୃତି ଯେତେ ପ୍ରାଚୀନ, ସମୃଦ୍ଧ ଓ ବୈଜ୍ଞାନିକ ପଦ୍ଧତିଯୁକ୍ତ ହୋଇଥିଲେ ମଧ୍ୟ ଉପରୋକ୍ତ କାରଣ ମଧ୍ୟରୁ ଗୋଟି ଏ ବି ଆମମାନଙ୍କଠାରେ ନ ଥି ବ ।ରୁ ଆମେ ଅବହେଳି ତ ହୋଇପଡିଛନ୍ତି । ଅନ୍ୟମାନେ ଆମକୁ ପାରେ ଳିମକଚି ଆଗକୁ ଚାଲିଯାଉଛନ୍ତି । ଆମରି ସମ୍ପ•ିକୁ ସେମାନେ ବ୍ୟବହାର କରି ଧନୀ ପାଲଟି ଯାଉଛନ୍ତି । ଆମେ ଗରିବ ହୋଇ ାନ ସାଜି କେବଳ ନୀରବ ଆ•ର୍ନା କରୁଛୁ । ଯାହାର ଶବ୍ଦ କେବଳ ଆମକୁ ହିଁ ଶୁଭୁଛି । ଏଭଳିକ୍ଷେତ୍ରରେ ଆମକୁ ଇଂରେଜମାନଙ୍କ ୟାସୂତ୍ରରେ ମିଳିଥିବା ୭୫ବର୍ଷର ଓଡ଼ିଶା କି ପ୍ରକାରର ସମୃଦ୍ଧି ବେ? ଓଡ଼ିଆଭାଷା ଶାସ୍ତ୍ରୀୟ ମାନ୍ୟତା ।ବି କରିବା ତ ୂରର କଥା, ଏହି ଭାଷାର ଛାତି ଉପରେ ଅନ୍ୟ ଭାଷା କିପରି ବିକଶିତ ହେବ ସେ ବିଷୟରେ ଆମ ଶିକ୍ଷିତଗଣ ଅଧିକ ଗୁରୁତ୍ୱ େଉଛନ୍ତି । ତେଣୁ ଭାରତ ସରକାରଙ୍କଠାରୁ ଓଡ଼ିଆଭାଷାର ଶାସ୍ତ୍ରୀୟ ମାନ୍ୟତା ହାସଲ କରିବାରେ ଆମେ ଓଡ଼ିଆଏ ସଫଳ ହୋଇପାରିବା ତ? ଞ୍ଚ ବ୍ରେି ଟନ୍ ନିଜକୁ ଆିମ ମାନବ ସଭ୍ୟତାର ଉ•ରାଧିକାରୀ ଭାବେ ପ୍ରମାଣିତ କରିବାକୁ ଯାଇ ପି•ଡାଉନ ନାମକ ସ୍ଥାନରୁ ଏକ ପ୍ରାଚୀନ ମାନବ କଙ୍କାଳ ଆବିଷ୍କାର କରିଛନ୍ତି ବୋଲି ।ବିକଲେ, ଯାହା ପି•ଡାଉନ ମାନବ ଭାବେ ଖ୍ୟାତ । ତେବେ ପରବ•ର୍ୀକାଳରେ ଏହି ମାନବ ଜୀବାଶ୍ମ ସମ୍ପର୍କରେ ଅଧିକ ଗବେଷଣା ହେବାରୁ ଏଥିରେ ଜାଲିଆତି ହୋଇଥିବାର ପ୍ରମାଣ ମିଳଲ ି । । ତେଣୁ ଏହାକୁ ଜାଲିଆତି ମାନବ କଙ୍କାଳ ମଧ୍ୟ କୁହାଯାଏ ।

 

ଓଡ଼ିଆ ଭାଷା ଏଥିପାଇଁ ଉପଯୁକ୍ତ କି ? ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରାନ କଥା ଚିନ୍ତା କଲା ପୂର୍ବରୁ ସର୍ବଭାରତୀୟ ସ୍ତରରେ ଏହାର ଐତିହାସିକତା ସଂପର୍କରେ ସ୍ପଷ୍ଟ ଧାରଣା ଆସିବା ଉଚିତ । କାରଣ ବିନାଯୁକ୍ତିରେ କୌଣସି କଥାକୁ ଗ୍ରହଣ କରିପାରୁ ନ ଥିବା ଓଡ଼ିଆ ଜାତି ନିର୍ଦ୍ଧିଷ୍ଟ ନୀତିନିୟମ ମଧ୍ୟରେ ଆବଦ୍ଧ ହୋଇ ରହିବାକୁ ଚାହେଁ । ତ୍ୱାରା ବରଂ ନିଜର ଅକଳନୀୟ କ୍ଷତି ଘଟୁ, ସେଥିପ୍ରତି ସେ ୃଷ୍ଟି ିଏନାହିଁ । ତେବେ ୁଃଖର କଥା ହେଉଛି ଓଡ଼ିଶା ଇତିହାସର ସ୍ପଷ୍ଟଚିତ୍ର ଏ ପର୍ଯ୍ୟନ୍ତ ଓଡ଼ିଶାବାସୀ ପାଇପାରିଲେ ନାହିଁ । ଯେତକ ଐତିହାସିକ ତଥ୍ୟ ଅଛି, ସେତକ ମଧ୍ୟ ଆମର ତଥାକଥିତ ବୁଦ୍ଧିଜୀବୀ ଓ ବିଚାରଶୀଳ ପାଠୁଆଗଣ ଠିକ୍ଭାବରେ ଆମ ୭୪ଭାଗ ଅବୁଝା ସାଧାରଣଲୋକଙ୍କ ମଗଜରେ ପୂରାଇ ପାରିଲେନାହିଁ । ଏହାର ପ୍ରକୃଷ୍ଟୃଷ୍ଟାନ୍ତ ହେଉଛି ଓଡିଆଭାଷାର ଶାସ୍ତ୍ରୀୟତାପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ।ବି ୁପସ୍ଥାପନ କରିବାରେ ଏମାନଙ୍କ ପଛଘୁ•ା । ୀର୍ଘ ଏକବର୍ଷଧରି ବିଭିନ୍ନ ଅନୁଷ୍ଠାନ, ଆଗଧାଡିର ବ୍ୟକ୍ତିବିଶେଷ ଏବଂ ବହୁ ସଭାସମିତିରେ ଏ ସମ୍ପର୍କରେ ସୂଚୀତ କରିବାପରେ ମାତ୍ର ଆଠଜଣ ବ୍ୟକ୍ତିହରପ୍ରସା ।ସ( ସମାଜ-୪/୨/୨୦୦୯), ବରେନ୍ଦ୍ରକୃଷ୍ଣ ଧଳ(ଧରିତ୍ରୀ, ସାମୁଖ୍ୟ-୨୫/ ୧୨/୨୦୦୯), ସୁବ୍ରତ ପୃଷ୍ଟି (ଏଷଣା-୫୯, କୋଣାର୍କ-୧୫୭, ସମାଜ-୨୦/୯/ ୧୦) ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର( କୋଣାର୍କ-୧୫୪), ଡଃ ବେୀପ୍ରସନ୍ନ ପଟ୍ଟନାୟକ(ସମାଜ୧୬/୧/୧୦) ଡଃ. ବସନ୍ତ କୁମାର ପଣ୍ଡା( ସମାଜ-୭/୨/୧୦), ଚନ୍ଦ୍ରଭାନୁ ପଟ୍ଟନାୟକ (ସମାଜ-୧/୪/୧୦), ଡଃ. ଶୁଭକାନ୍ତ ବେହେରା ( ସମାଜ-୨୧/୮/୧୦) ଓଡିଆଭାଷାକୁ ଶାସ୍ତ୍ରୀୟମାନ୍ୟତା ପ୍ରାନ ସପକ୍ଷରେ ବିଭିନ୍ନ ପ୍ରମାଣ ସହ ଯୁକ୍ତି ଉପସ୍ଥାପନ କରିଛନ୍ତି । ୁଃଖର କଥା ଓଡିଆ ଭାଷା, ସଂସ୍କୃତି, ସାହିତ୍ୟ ଓ ଜାତୀୟତାପାଇଁ ଚିକ୍ରାର କରୁଥିବା ବହୁ ବ୍ୟକ୍ତି, ଅନୁଷ୍ଠାନ, ସରକାର; ଏପରିକି ରାଜନେତା ଏହି ଆଲୋଚନାଠାରୁ ବହୁ ୂରରେ ଅଛନ୍ତି ।ଓଡ଼ିଶାର ଜଣେ ସୁପରିଚିତ ସ୍ତମ୍ଭକାରଙ୍କ ଓଡ଼ିଆଭାଷା ଶାସ୍ତ୍ରୀୟମାନ୍ୟତା ପାଇବା ସଂପର୍କୀତ ୩ଟି ବିସ୍ତୃତ ଆଲେଖ୍ୟ, ଯାହା ବହୁଳ ପ୍ରସାରିତ ୈନିକ ଖବରକାଗଜର ତିନୋଟି ମଙ୍ଗଳବାର ସଂଖ୍ୟାରେ ପ୍ରକାଶ ହୋଇଥିଲା । ଏହି ଆଲେଖ୍ୟ ତିନୋଟିରେ ଯିଓ ସେ ଓଡ଼ିଆଭାଷାର ଶାସ୍ତ୍ରୀୟମାନ୍ୟତା ବିଷୟରେ ଲେଖିଛନ୍ତି ; ମାତ୍ର ତାହା କିପରି ହେବ, କାହିଁକି ମାନ୍ୟତା ିଆଯିବ, ଏଥିରେ କାହାର କି ପ୍ରକାରର ଭୂମିକା ରହିଛି, ସେ ବିଷୟରେ ସଠିକ୍ ତଥ୍ୟ ପ୍ରାନପୂର୍ବକ ବିଶ୍ଳେଷଣ କରିବା ବଳରେ ନିଜ ପାଣ୍ଡିତ୍ୟ ପ୍ରର୍ଶନପୂର୍ବକ ବିଷୟଭିନ୍ନ ତଥ୍ୟର ଅବତାରଣା କରି ଏହି ।ବିକୁ ପରୋକ୍ଷରେ ୁର୍ବଳ କରି େଇଛନ୍ତି । ପୁଣି ଓଡ଼ିଆଭାଷାର ପ୍ରାଚୀନତା ର୍ଶାଇବାକୁ ଯାଇ ଏକ ପ୍ରାଚୀନ ଓଡ଼ିଆ କବିତାର ୃଷ୍ଟାନ୍ତ ଡଃ କରୁଣାକର କରଙ୍କ ଗବେଷଣାତ୍ମକ ସନ୍ଦର୍ଭ ତଥା ଓଡ଼ିଆ ସାହିତ୍ୟ ଏକାଡେମୀ୍ୱାରା ପ୍ରକାଶିତ ‘ଆଶ୍ଚର୍ଯ୍ୟ ଚର୍ଯ୍ୟାଚୟ’ ନାମକ ପୁସ୍ତକରୁ ଉଦ୍ଧାର ନ କରି ଇ•ରନେଟ୍ରେ ଥିବା ଏହାର ଇଂରାଜୀ ରୂପାନ୍ତରରୁ ଅବିକଳ ଅନୁବା କରିଥିବାରୁ କବିତାଟି ଏତେ ବିକୃତ ହୋଇଯାଇଛି ଯେ, ଓଡ଼ିଆକବିଙ୍କ ଏହିରଚନାରେ ଉଲ୍ଲିଖିତଶବ୍ଦ ସଂଯୋଜନାକୁ ପାଠକରି ଯେ କେହି ବ୍ୟକ୍ତି ଓଡ଼ିଆଭାଷାର ପ୍ରାଚୀନତା ସଂପର୍କରେ ସନେ୍ଦହ କରିବେ । ତେଣୁ ଓଡ଼ିଶାର ସ୍ୱାର୍ଥପାଇଁ କୌଣସି ବିଷୟରେ ଓଡ଼ିଆପ୍ରାଣ ବ୍ୟକ୍ତିଗଣ ଆଲୋଚନା କଲାବେଳେ ଏସବୁ ିଗପ୍ରତି ସତର୍କତାର ସହ ୃଷ୍ଟି ରଖିବା ଆବଶ୍ୟକ, ନଚେତ୍ ଏଠାରେ ଯେଉଁ ଜ୍ଞାନ ସୁଆିଆ ପଣ୍ଡିତଗଣ ଅଛନ୍ତି, ସେମାନେ ଲେଖାର ମୂଳ ଉଦେ୍ଧଶ୍ୟକୁ ପଛକୁ ଫୋପାଡ଼ି ସେଥିରେ ଥିବା ବ୍ୟାକରଣିକ, ତଥ୍ୟଗତ ତଥା ଉପସ୍ଥାପନରେ ଥିବା ତ୍ରୁଟିକୁ ଖୋଇବାକୁ ଯାଇ ନିଜ କାଗଜ କଲମ କାଳି ଓ ସମୟକୁ ଏମିତି ନିଃଶେଷ କରିେବେ ଯେ, ବିଚରା ସେହି ହାତଗଣତି ଓଡ଼ିଆପ୍ରାଣ ବ୍ୟକ୍ତିଠାରୁ ଓଡ଼ିଆତ୍ୱ କେତେବେଳେ ଯେ ଖସିଯିବ ତାହା କେହି ଜାଣିପାରିବେ ନାହିଁ । ଅନ୍ୟପକ୍ଷରେ ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତିର ମହାନତା, ପ୍ରାଚୀନତା ଓ ବିଶେଷତ୍ୱ ସଂପର୍କରେ ବିଶ୍ୱସ୍ତରରେ ଆଲୋଚନା କରିବାକୁ କେହି ଅଣଓଡ଼ିଆ ବ୍ୟକ୍ତି ବ•ର୍ମାନ ସ୍ଥତିରେ ନାହାନ୍ତି । ନିଜ ଢୋଲ ନିଜେ ପିଟିଲେ ନିରପେକ୍ଷତା ରହିବ ନାହିଁ ଭାବି ଆମ ବିଜ୍ଞ ଓଡ଼ିଆ ପଣ୍ଡିତେ ମଧ୍ୟ ମୁହଁରେ ତୁଣ୍ଡି ବାନ୍ଧି ବସିଛନ୍ତି । ସେମାନେ ଭୁଲିଯାଉଛନ୍ତି ଯେ ଜନବିମ୍ସ, ଗ୍ରୀୟରସେନଙ୍କ ଭଳି ଓଡ଼ିଆ ହିତୈଷୀ ବିଶେୀ ବନ୍ଧୁ ପ୍ରଶାସନ ।ୟିତ୍ୱରେ ବ•ର୍ମାନ ନାହାନ୍ତି । ଏମାନଙ୍କ ସ୍ଥାନରେ ବସିଛନ୍ତି କେତେକ ଅଣଓଡ଼ିଆ ଅଧିକାରୀ- ଯେଉଁମାନେ ଓଡ଼ିଶା ଅପେକ୍ଷା ନିଜର ଓ ନିଜ ଭୂମିର ସ୍ୱାର୍ଥ ଆଗ ଖେିଥାନ୍ତି । ବଙ୍ଗଳା, ତାମିଲ, ତେଲୁଗୁ, ମରାଠୀ ଭାଷା ଶିକ୍ଷାପାଇଁ ଭାରତ ବାହାରେ ବିଭିନ୍ନ ଉନ୍ନତ ଶେର ବିଶ୍ୱବି୍ୟାଳୟଗୁଡ଼ିକରେ ସ୍ୱତନ୍ତ୍ର ବିଭାଗ ଖୋଲା ହୋଇ ସେଇସବୁ ଭାଷା, ସାହିତ୍ୟ ବିଶ୍ୱସ୍ତରରେ ପରିଚର୍ଚ୍ଚା ହେବା ଭଳି ଓଡ଼ିଆ ଭାଷା ଓ ସାହିତ୍ୟ ପରିଚର୍ଚ୍ଚା ହୋଇପାରୁ ନାହିଁ । ବରଂ ଓଡ଼ିଶା ବାହାରେ ଯେଉଁ କେତୋଟି ବିଶ୍ୱବି୍ୟାଳୟରେ ଓଡ଼ିଆ ଭାଷା ସାହିତ୍ୟ ପଢ଼ାଯାଉଥିଲା, ତାହା ଆମ ଉାସୀନ ମନୋଭାବଯୋଗୁଁ ବନ୍ଦ ହୋଇଗଲାଣି । ଏଠାରେ ଉଲ୍ଲେଖଯୋଗ୍ୟ, ତାମିଲଭାଷା ଶାସ୍ତ୍ରୀୟମାନ୍ୟତା ପାଇବା ପଛରେ ଥିଲା କାର୍ଲିଫର୍ଣ୍ଣିଆ ବିଶ୍ୱବି୍ୟାଳୟର ତାମିଲଭାଷା ଶିକ୍ଷାବିଭାଗର ପ୍ରଫେସର ଜର୍ଜ ହାର୍ଟଙ୍କ ସେହି ପାରମ୍ପରିକ ଅଥଚ ୃଢ଼ଯୁକ୍ତିପୂର୍ଣ୍ଣ ୪ଟି ବଳିଷ୍ଠାବି । ଓଡ଼ିଆ ଭାଷାପାଇଁ କିଏ ।ବି କରିବ? ବିଶ୍ୱର ପ୍ରମୁଖ ଶେ କିମ୍ବା ଓଡ଼ିଶା ବାହାରେ ଭାରତର ବିଭିନ୍ନ ରାଜ୍ୟରେ ଥିବା ପ୍ରମୁଖ ବିଶ୍ୱବି୍ୟାଳୟରେ ଓଡ଼ିଆ ଭାଷାଶିକ୍ଷା ବ୍ୟବସ୍ଥା ଏ ପର୍ଯ୍ୟନ୍ତ ହୋଇପାରିଲା ନାହିଁ । କଲିକତା ବିଶ୍ୱବି୍ୟାଳୟରେ ଏଥିପାଇଁ ଜଣେ ଗଡ଼ଜାତ ରାଜା ପ୍ରଚୁର ଅର୍ଥ ପ୍ରାନ କରି ଓଡ଼ିଆ ବିଭାଗ ଖୋଲିଥିଲେ ମଧ୍ୟ ବିଭିନ୍ନ ଆଳ ଖୋଇ ଏହାକୁ ବନ୍ଦ କରି ିଆଗଲା । ଆମେ ଓଡ଼ିଆଏ ପେଟପାଟଣା ଭିତରେ ପାଟିର ପବନ (ଭାଷା) କଥା ଭୁଲି ଏହା ବିରୁଦ୍ଧରେ ପ୍ରତିବା କରିପାରିଲେ ନାହିଁ । ଏହାର ବହୁ ପୂର୍ବରୁ ଲଣ୍ଡନ ବିଶ୍ୱବି୍ୟାଳୟରେ ଥିବା ଓଡ଼ିଆ ବିଭାଗ ବନ୍ଦ ହୋଇଯାଇଥିଲା । ଦିଲ୍ଲୀ ବିଶ୍ୱବି୍ୟାଳୟରେ ଆଧୁନିକ ଭାରତୀୟ ଭାଷା ଅନ୍ତର୍ଭୁକ୍ତ ଯେଉଁ ଓଡ଼ିଆ ବିଭାଗ ରହିଛି, ଯାହା କେବଳ ଓଡ଼ିଶାରୁ ଯାଉଥିବା କେତେକ ଗବେଷକଙ୍କ ଗବେଷଣା ପ୍ରକଳ୍ପ କାର୍ଯ୍ୟ ମଧ୍ୟରେ ସୀମାବଦ୍ଧ । କଲିକତାର ଶାନ୍ତିନିକେତନ ବିଶ୍ୱବି୍ୟାଳୟ ଯିଓ ଓଡ଼ିଶା ବାହାରେ ଓଡ଼ିଆ ଭାଷା ଶିକ୍ଷା ପ୍ରଚାର ଓ ପ୍ରସାର କରିବାର ଏକମାତ୍ର ଅନୁଷ୍ଠାନ, ମାତ୍ର ଏ ବିଭାଗର କାର୍ଯ୍ୟକଳାପ ଏପରି ସ୍ଥିତିରେ ପହ•ôଛି ଯେ, ଓଡ଼ିଆ ଭାଷା ଓ ସାହିତ୍ୟ ସଂପ ସୁରକ୍ଷା ସଂପର୍କୀତ କାର୍ଯ୍ୟ ଏଠାରୁ ଆଶା କରିବା ବୃଥା । ଏପରିକି ଓଡ଼ିଶା ଭିତରେ ଥିବା ବିଭିନ୍ନ ମହାବି୍ୟାଳୟ ବିଶ୍ୱବି୍ୟାଳୟରେ କାର୍ଯ୍ୟରତ ଆଧ୍ୟାପକ, ପ୍ରାଧ୍ୟାପକ ପ୍ରଫେସରଙ୍କ ନକରାତ୍ମକ ମନୋଭାବ, ଉାସୀନତା ଓ ଅଜ୍ଞାନତା ସର୍ବୋପରି ନିଜ ବିଭାଗ ପ୍ରତି ହୀନମନ୍ୟ ଭାବେ ଖେିଲେ ଯେକେହି ବୁଝିପାରିବ ଯେ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ଏପର୍ଯ୍ୟନ୍ତ କାହିଁକି ପାଇପାରୁ ନାହିଁ । ଆନ୍ତର୍ଜାତୀକ ବିଶ୍ୱବି୍ୟାଳୟ ଖୋଲିବାକୁ ଅ•ାଭିଡ଼ି ବାହାରିଥିବା ଆମ ସରକାର ଓଡ଼ିଶାବାସୀଙ୍କ ଜମି, ଜଳ, ବିୁ୍ୟତ ଶକ୍ତି ସବୁକିଛି ବୋକୁ ପ୍ରସ୍ତୁତ ଥିବାବେଳେ ପ୍ରତିବଳରେ ଏହି ବିଶ୍ୱବି୍ୟାଳୟରେ ଓଡ଼ିଆ ଭାଷା, ସଂସ୍କୃତି, ସାହିତ୍ୟ, ଅଧ୍ୟାପନା ଓ ଗବେଷଣା ତଥା ଓଡ଼ିଶାର ଇତିହାସ ଓ ପ୍ରତ୍ନତା•୍ୱିକ ବିଭାଗର ପୁନରୁଦ୍ଧାରପାଇଁ ସ୍ୱତନ୍ତ୍ର ବିଭାଗ ମାଧ୍ୟମରେ ଗବେଷଣାକୁ ପ୍ରୋତ୍ସାହିତ କରିବାପାଇଁ ସ•ର୍ ରଖିନାହାନ୍ତି । ଏପରିକି ଏଥିପାଇଁ ସ୍ୱତନ୍ତ୍ର ଓଡ଼ିଆ ବିଶ୍ୱବି୍ୟାଳୟଟିଏ ସ୍ଥାପନ କରିବାକୁ ସରକାର ଚିନ୍ତାକରି ନାହାନ୍ତି । ଆନ୍ତର୍ଜାତୀୟ ବିଶ୍ୱବି୍ୟାଳୟ ଖୋଲିବା ଓ ଘରୋଇ ଶିକ୍ଷା ଉପରେ ଗୁରୁତ୍ୱ େଉଥିବା ଆମ ଆଗ ଧାଡ଼ିର ଓଡ଼ିଆ ବୁଦ୍ଧିଜୀବୀଗଣ ମଧ୍ୟ ଏହାକୁ ଗୁରୁତ୍ୱ େଉନାହାନ୍ତି । ତେଣୁ ଏପରି ସ୍ଥଳେ ଓଡ଼ିଆଭାଷାର ପ୍ରାଚୀନତା, ଐତିହ୍ୟକୁ ବିଶ୍ୱବାସୀଙ୍କ ନିକଟରେ କିଏ ଉପସ୍ଥାପିତ କରିବ? ତଥାପି ଆମଭଳି ଛୋଟିଆପ୍ରାଣରେ ଓଡ଼ିଆ ମନନେଇ ଯେଉଁ କେତେକ ଯୁକ୍ତି ଖୋେଇଛି, ତାହା ନିମ୍ନରେ ସଂକ୍ଷେପରେ ବର୍ଣ୍ଣନା କରୁଛୁ । ଆଶା, ଏହାକୁ ଭି•ିକରି କିମ୍ବା ବିଶେଷଜ୍ଞ ସମିତି୍ୱାରା ଏହାର ସତ୍ୟତା ନିରୂପଣ କରି ରାଜ୍ୟସରକାର ଓଡିଆଭାଷାକୁ କେନ୍ଦ୍ରସରକାର ଶାସ୍ତ୍ରୀୟ ମାନ୍ୟତା ପ୍ରାନ କରିବାପାଇଁ ବି କରିବେ ।

Odia Story Subrat Kumar Prusty Books Subrat Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleକେତେ ପ୍ରାଚୀନ ଆମ ଓଡ଼ିଆ ଭାଷା
Next Article ଶାସ୍ତ୍ରୀୟ ମାନ୍ୟତା ସପକ୍ଷରେ ଦୃଢ଼ଯୁକ୍ତି
Subrat Kumar Prusty

Related Posts

ଅଭିନବ ବିବାହ

March 16, 2023

ବୋକା ନା ବିବେକୀ?

March 1, 2023

ଘୋରକର ଉଦାରତା

February 1, 2023

ମହାଭାରତ

January 26, 2023

ମହାରାଜାଙ୍କ କଳା

December 21, 2022

ଶକରକନ୍ଦ

December 12, 2022
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.