• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»Senapati Nirbachana
ଗଳ୍ପ

Senapati Nirbachana

Liza SBy Liza SSeptember 21, 2022No Comments3 Mins Read
Facebook Twitter Pinterest Reddit LinkedIn Tumblr Email
Senapati nirbachana
Senapati nirbachana
Share
Facebook Twitter Pinterest Reddit Email

ରାଜା ସିଂହକେତୁ ମହାତଳ ଦେଶରେ ଶାସନ କରୁଥା’ନ୍ତି । ବୀରବର୍ମା ହେଉଛନ୍ତି ତା’ଙ୍କ ସେନାପତି । ସେ ସମୟରେ ସାହସ, ପରାକ୍ରମ ଓ ଯୁଦ୍ଧବିଦ୍ୟାରେ ତାଙ୍କର ସମକକ୍ଷ ଆଉ କେହିବି ନଥିଲେ । କିନ୍ତୁ କାଳକ୍ରମେ ବୃଦ୍ଧାବସ୍ଥା ପ୍ରାପ୍ତ ହେବାରୁ ସେ ତାଙ୍କ କର୍ମରୁ ଅବସର ଗ୍ରହଣ କରିବାକୁ ଚାହୁଁଥିଲେ । ଦିନେ ରାଜା ଓ ମନ୍ତ୍ରୀ ବସି କଥାବାର୍ତ୍ତା ହେଉଥା’ନ୍ତି; ଏହି ସୁଯୋଗ ଦେଖି ବୀରବର୍ମା ସେଠାରେ ପହଁଚି ନିଜର ଇଚ୍ଛା ନିବେଦନ କଲେ ।

ରାଜା କହିଲେ, “ତୁମେ ସିନା ଅବସର ନେବାକୁ ଚାହୁଁଛ ମୁଁ କିନ୍ତୁ ତାହା ତୁମକୁ ଦେବାକୁ ଚାହୁଁନାହିଁ । ତଥାପି ବି ତୁମର ଇଚ୍ଛାକୁ ମୁଁ ସମ୍ମାନ ଦେବି । ତେଣୁ ତୁମେ ସେନାପତି ପଦପାଇଁ ଏକ ଉପଯୁକ୍ତ ବ୍ୟକ୍ତିକୁ ମନୋନୀତ କରିବା ପରେହିଁ ଅବସର ଗ୍ରହଣ କରିବ । ମୁଁ ଭାବୁଛି ତୁମର ଦୁଇପୁତ୍ର ସବୁଦିଗରୁ ଏ ପଦ ପାଇଁ ଯୋଗ୍ୟ – ତୁମେ କୁହ ସେମାନଙ୍କ ମଧ୍ୟରୁ କିଏ ଅଧିକ ଯୋଗ୍ୟ?”

ବୀରବର୍ମା କହିଲେ “ମହାରାଜ, ଆପଣଙ୍କ କଥା ସତ୍ୟ ଯେ ସେ ଦୁହେଁ ସବୁ ବିଦ୍ୟାରେ ପାରଙ୍ଗମ । କିନ୍ତୁ ମୋ ଦୁଇ ପୁତ୍ରଙ୍କ ମଧ୍ୟରେ କିଏ ଅଧିକ ଯୋଗ୍ୟ ସେକଥା ମୁଁ କହିପାରିବି ନାହିଁ । ଏ କ୍ଷେତ୍ରରେ ସେନାପତି ପଦପାଇଁ ଆପଣଙ୍କର ନିର୍ବାଚନହିଁ ଅଧିକ ଉଚିତ୍ ହେବ ।”

ରାଜା ମଧ୍ୟ ତାଙ୍କ ସେନାପତିଙ୍କ କଥାକୁ ସ୍ୱୀକାର କଲେ । ପରଦିନ ରାଜା ସେନାପତିଙ୍କ ଦୁଇ ପୁତ୍ର ଶୂରବର୍ମା ଓ ଜୟସିଂହଙ୍କୁ ଡକାଇ ଆଣି କହିଲେ, “ତମେ ଦୁହେଁ ତ ଭଲଭାବେ ଏହା ଜାଣିଛ ଯେ ରାଜପଦ ପୈତୃକ ହେଲେ ମଧ୍ୟ ସେନାପତି ପଦ ପୈତୃକ ନୁହେଁ । ତଥାପି ମଧ୍ୟ ତୁମେ ଦୁହେଁ ନିଜ ପିତାଙ୍କଠାରୁ ସବୁ ବିଦ୍ୟା ହାସଲ କରି ପାରିଛ । ତଥାପି ବି ତୁମ ଦୁହିଁଙ୍କ ମଧ୍ୟରୁ ଜଣକୁ ସେନାପତି ପଦ ପାଇଁ ନିର୍ବାଚନ କରିବାକୁ ହେବ । ସେଥିଲାଗି ପ୍ରସ୍ତୁତ ରହିଥାଅ । କାଲି ପରୀକ୍ଷା ହେବ ।”

ରାଜାଙ୍କ କଥା ଶୁଣି ଶୂରବର୍ମା କହିଲେ, “ମହାରାଜ, ଯୁଦ୍ଧବିଦ୍ୟା ଇତ୍ୟାଦିରେ ଆମେ ଦୁହେଁ ତ ସମକକ୍ଷ ବୀର । କିନ୍ତୁ ସେନାପତି ପଦ ପାଇଁ ମୋର କୌଣସି ବ୍ୟକ୍ତିଗତ ଭାବେ ଅଭିରୁଚି ନାହିଁ । ଆପଣ ଏ କ୍ଷେତ୍ରରେ ମୋ ଭାଇକୁ ବାଛନ୍ତୁ ।”

ରାଜା ସିଂହକେତୁ କହିଲେ, “ତୁମକୁ ଯଦି ରାଜ୍ୟ ଚାହେଁ, ତେବେ ରାଜ୍ୟ ପାଇଁ ତୁମର ବ୍ୟକ୍ତିଗତ ରୂଚିବୋଧକୁ ତମେ କେବେବି ତ୍ୟାଗ କରିପାରିବ ନାହିଁ?”

ଶୂରବର୍ମା କହିଲେ “ଆଜ୍ଞା, ମୁଁ ଅବଶ୍ୟ ତାହା କରିପାରିବି ।”

ରାଜା କହିଲେ “ତେବେ ପରୀକ୍ଷା ପାଇଁ ପ୍ରସ୍ତୁତ ହୁଅ ।”

ରାଜା ସେ ଦୁଇ ଭାଇଙ୍କୁ ଡାକି କହିଲେ, “ଶୁଣ, ସାମନାରେ ତିନି ବଖରା ଘର । ସେଥିରେ ଭିନ୍ନ ରକମର ଜିନିଷ ଅଛି । ତୁମେ ଦୁହେଁ ସେଠାକୁ ଯାଇ ଦେଖିଆସ ଓ କୁହ ସେସବୁ ମଧ୍ୟରୁ କିଏ ସର୍ବାପେକ୍ଷା ତୁମର ପସନ୍ଦ ଓ କାହିଁକି?”

ପ୍ରଥମେ ଶୂରବର୍ମାଙ୍କ ପାଳି ପଡିଲା । ସେ ଦେଖିଆସି କହିଲେ, “ମହାରାଜ, ତିନୋଟି କକ୍ଷ ମଧ୍ୟରୁ ଦ୍ୱିତୀୟଟି ମୋର ପସନ୍ଦ । କାହିଁକିନା ସେଥିରେ ଯୁଦ୍ଧସାମଗ୍ରୀ ଥିଲା ।”

ଏକଥା ଶୁଣି ରାଜା ଓ ମନ୍ତ୍ରୀ ଅଳ୍ପ ହସିଲେ । ତା’ପରେ ଜୟସିଂହଙ୍କ ପାଳି ପଡିଲା । ଜୟସିଂହ ଦେଖିସାରି ଫେରିଆସି କହିଲେ, “ମହାରାଜ, ଧନ ଥିବା କକ୍ଷହିଁ ମୋର ପସନ୍ଦ ।”

ରାଜା ପଚାରିଲେ, “ତୁମର ସେହି କକ୍ଷଟି କାହିଁକି ପସନ୍ଦ, ତାହାର କାରଣ ତ ଦର୍ଶାଅ ।”

ଜୟସିଂହ ତାଙ୍କ ଉତ୍ତରରେ କହିଲେ, “ମହାରାଜ, ଏ ସଂସାରରେ କେବଳ ଧନହିଁ ଅଧିକ ମହତ୍ତ୍ୱପୂର୍ଣ୍ଣ ବସ୍ତୁ । ଧନ ସାହାଯ୍ୟରେ ମଣିଷ ଅନ୍ୟ ସବୁ କିଛି କରିପାରିବ । ଅନ୍ୟ ଦୁଇ କକ୍ଷରେ ଯୁଦ୍ଧସାମଗ୍ରୀ ଓ ଖାଦ୍ୟସାମଗ୍ରୀ ଅଛି । ସେସବୁ ଧନଦ୍ୱାରା ଅଣାଯାଇ ପାରିବ । ତେଣୁ ମୁଁ ଧନକୁ ଅଧିକ ମୂଲ୍ୟ ଦେଇଛି ।”

ଜୟସିଂହଙ୍କ ଏଭଳି ଉତ୍ତରରେ ଅତ୍ୟନ୍ତ ପ୍ରସନ୍ନ ହୋଇ ସଭାସଦ୍ଗଣ କରତାଳି ଧ୍ୱନି କଲେ । ରାଜା ଖୁସି ହୋଇ ନିଜ ଗଳାରୁ ମୁକ୍ତାମାଳ କାଢି ତାକୁ ଜୟସିଂହକୁ ଦେଇ କହିଲେ, “ଜୟସିଂହଙ୍କର ଲୌକିକ ଜ୍ଞାନ ଅତୀବ ପ୍ରଶଂସନୀୟ ଅଟେ । ତେଣୁ ମୁଁ ତାଙ୍କୁ ସେନାପତି ପଦ ପାଇଁ ମନୋନୀତ କରୁଛି ।”

ସମସ୍ତେ ଆହୁରି ଥରେ କରତାଳି ଦେଲେ ଓ ହର୍ଷଧ୍ୱନି କଲେ । ରାଜା ପୁଣି କହିଲେ, “ଜୟସିଂହଙ୍କୁ ସେନାପତି ପଦ ଦେବାରେ ଆହୁରି ମଧ୍ୟ ଏକ କାରଣ ରହିଛି । ଶୂରବର୍ମା ମଧ୍ୟ ଜୟସିଂହଙ୍କ ପରି ସବୁ ବିଦ୍ୟାରେ ପାରଙ୍ଗମ । କିନ୍ତୁ ଆରମ୍ଭରୁ ସେ ଏହି ପଦ ପାଇଁ ଅନିଚ୍ଛା ପ୍ରକାଶ କରିଥିଲେ । ମୋ ବିଚାରରେ କେହି ଯଦି କୌଣସି କାମ ପାଇଁ ଅନିଚ୍ଛା ପ୍ରକାଶ କରେ ତ ତା’ ଉପରେ କାମଟି ଲଦି ଦେବା ଆଦୌ ଉଚିତ୍ ନୁହେଁ; ବିଶେଷତଃ ସେନାପତି କାମ । କାରଣ ଏ କ୍ଷେତ୍ରରେ ସେନାପତି ଯୁଦ୍ଧକ୍ଷେତ୍ରକୁ ଯିବାକୁ ସଦା ସର୍ବଦା ପ୍ରସ୍ତୁତ ରହିବା ଆବଶ୍ୟକ । ସେନାପତି ପଦ ପାଇଁ ଯାହାର କୌଣସି ଅଭିଳାଷ ନାହିଁ ତାକୁ ସେହି ପଦ ଦେବା କଦାପି ମଧ୍ୟ ଉଚିତ୍ ହେବ ନାହିଁ ।”

ଦରବାରର ସମସ୍ତେ ରାଜାଙ୍କ କଥାକୁ ବହୁତ ଖୁସିରେ ଅନୁମୋଦନ କଲେ । ତା’ପରେ ରାଜା ଶୂରବର୍ମାଙ୍କୁ ତାଙ୍କ ଦରବାରରେ ଅନ୍ୟ ଏକ ସମ୍ମାନଜନକ ପଦ ଦେଲେ ।

New odia story Odia Gapa Odia Story
Share. Facebook Twitter Pinterest LinkedIn Tumblr Reddit Email
Previous ArticleAshali kabiraja
Next Article Gopaniya karana
Liza S

Related Posts

ଆତିଥ୍ୟ

March 31, 2023

ନିରକ୍ଷର ସେନାପତି

March 30, 2023

ନୂତନ ଦଣ୍ଡ

March 29, 2023

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.