• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ସାତଘଡ଼ା ଟଙ୍କାର କଥା
ଗଳ୍ପ

ସାତଘଡ଼ା ଟଙ୍କାର କଥା

ଜାନକୀ ବଲ୍ଲଭ ପଟ୍ଟନାୟକBy ଜାନକୀ ବଲ୍ଲଭ ପଟ୍ଟନାୟକFebruary 23, 2020No Comments2 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

ଥରେ ଜଣେ ନାପିତ ବାଟରେ ଯାଉ ଯାଉ ଶୁଣିଲା, କିଏ ଯେପରି ତାକୁ କହୁଚି, “ସାତଘଡ଼ା ଟଙ୍କା ନବୁ?” ସେ ଆଶ୍ଚର୍ଯ୍ୟ ହୋଇ ଚାରି ଆଡ଼କୁ ଚାହିଲା, କାହାରିକି ଦେଖିଲା ନାହିଁ । ପୁଣି ଯିବାକୁ ବସିଚି, ଶୁଣିଲା, “ସାତଘଡ଼ା ଟଙ୍କା ନବୁ” । ଏଥର ସେ ଲୋଭ ସମ୍ଭାଳି ନ ପାରି କହିଲା, “ହଁ ନେବି ।” ପୁଣି ତାକୁ ଅଶରୀରୀ ଶବ୍ଦ ଶୁଣାଗଲା, “ଠିକ ଅଛି, ତୋ ଘରେ ଯାଇ ମୁଁ ଦେଇ ଆସୁଛି । ଦେଖିବୁ ଯା । ନାପିତ ତା‘ଘରକୁ ଯାଇ ଦେଖିଲା, ସତକୁ ସତ ଟଙ୍କା ଆସି ପହଞ୍ଚି ଯାଇଚି । ମାତ୍ର ସାତଟି ଘଡ଼ାରୁ ଛ‘ଟି ଘଡ଼ା ମୋହରରେ ଭରା । ଗୋଟିଏ ଘଡ଼ା ଖାଲି ଅଛି । ବର୍ତ୍ତମାନ ଖାଲି ଘଡ଼ାଟି ପୂର୍ଣ୍ଣ କରିବାପାଇଁ ତା‘ ମନରେ ପ୍ରବଳ ଇଚ୍ଛା ହେଲା । ନିଜ ଘରେ ଯାହା କିଛି ଟଙ୍କାପଇସା, ସୁନାରୁପା ଥିଲା, ତାକୁ ସେଥିରେ ପକାଇଲା । ମାତ୍ର ଘଡ଼ା ପୂରିଲା ନାହିଁ । ସେ ନିଜର ଘର ଖର୍ଚ୍ଚ କମାଇ ଯାହା କିଛି ପାଇଲା, ଘଡ଼ାରେ ପୂରାଇଲା । କିନ୍ତୁ ଘଡ଼ା ପୂରିବାର ପ୍ରଶ୍ନ ନାହିଁ ।

ଶେଷରେ ରାଜାଙ୍କ ପାଖକୁ ଯାଇ କାକୁତି ମିନତି ହୋଇ କହିଲା, ସେ ଯେତିକି ଟଙ୍କା ପାଉଚି, ସେଥିରେ ତା‘ର ଘର ଚଳୁ ନାହିଁ । ରାଜା ତା‘ର ଦରମା ବଢ଼ାଇଦେଲେ । କିନ୍ତୁ ନାପିତ ଯେତେ ଅଧିକ ଟଙ୍କା ପକାଇଲେ ମଧ ଘଡ଼ା ସେହିରି ଅପୂର୍ଣ୍ଣ ରହିଲା । ସେ ଲୋକଙ୍କ ପାଖକୁ ଯାଇ ମାଗି ଯାଚି, ଋଣ କରି ଯାହା ପାଇଲା, ଘଡ଼ାରେ ପକାଇବାକୁ ଲାଗିଲା । ମାତ୍ର ତା‘ର ଯେଉଁ ଦଶାକୁ ସେଇ ଦଶା । ତାକୁ ଅତିଶୟ ବିବ୍ରତ ଓ ଚିନ୍ତିତ ଥିବାର ଦେଖି ରାଜା ଦିନେ ପଚାରିଲେ, “”ଆଗେ ତୁ କମ୍ ଦରମା ପାଉଥିଲୁ । ମାତ୍ର ବେଶ୍ ଖୁସି ବାସିରେ ଚଳୁଥିଲୁ । ଏବେ ତୁ ଦି‘ଗୁଣ ଦରମା ପାଇଲୁ, ସେଥିରେ କଣ ତୁ ଚଳିପାରୁନାହୁଁ ? ତୋର କଣ ହୋଇଚି ? ସେଇ ସାତ ଘଡ଼ା ମୋହର ପାଇଚୁ କିରେ ?

ନାପିତ ଥତ ମତ ହୋଇ କହିଲା, “”ଆଜ୍ଞା, ଆପଣଙ୍କୁ କିଏ କହିଲା ?

ରାଜା କହିଲେ, “”ଆରେ ସେ ଯକ୍ଷର ଧନ । ତାକୁ ନେଲେ କେହି କିଛି ଖର୍ଚ୍ଚ କରି ପାରେନି । ଖାଲି ଜମା କରିବାକୁ ହୁଏ । ସେ ଯକ୍ଷଟା ମୋ‘ ପାଖକୁ ଆସିଥିଲା । ମୋତେ କହିଲା, “”ସାତଘଡ଼ା ଧନ ନେବ ? ମୁଁ କହିଲି, “”ଜମାର ଟଙ୍କା ନା ଖର୍ଚ୍ଚ ଟଙ୍କା ? ଯକ୍ଷଟା ଆଉ କିଛି ନ କହି ସଙ୍ଗେ ସଙ୍ଗେ ପଳାଇଗଲା । ଏବେ ଯା ସାଙ୍ଗେ ସାଙ୍ଗେ ଘଡ଼ିତକ ଫେରାଇ ଦେ । ନ ହେଲେ ଶାନ୍ତିରେ ରହିପାରିବୁ ନାହିଁ ।

ନାପିତ ସଙ୍ଗେ ସଙ୍ଗେ ସେଇ ଜାଗାକୁ ଯାଇ କହିଲା, “”ତୋର ଟଙ୍କା ତୁ ନେଇ ଯା, ମୋର ଦରକାର ନାଇଁ । ଯକ୍ଷ କହିଲା “ଆଚ୍ଛା !’ ନିଜ ଘରକୁ ଫେରି ଆସି ନାପିତ ଦେଖିଲା, ଯକ୍ଷ ଘଡ଼ାଗୁଡ଼ାକ ନେଇଯାଇଚି । ଯେଉଁ ଘଡ଼ାରେ ସେ ନିଜେ ଟଙ୍କା ସୁନା ପୂରାଇଥିଲା, ସେ ଘଡ଼ାଟା ବି ନାହିଁ ।

Janaki Ballabh Patnaik Books Janaki Ballabh Patnaik Odia Story Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleତାଙ୍କର ଶରଣ ନିଅ
Next Article ବ୍ରାହ୍ମଣ ଓ ଇନ୍ଦ୍ର
ଜାନକୀ ବଲ୍ଲଭ ପଟ୍ଟନାୟକ

Related Posts

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023

ବନ୍ଧୁମିଳନ

March 25, 2023

ବୀଣାର ବିବାହ

March 24, 2023

ପଦବୀର ବଳ

March 23, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.