• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ସବୁ ରାମଙ୍କ ଇଚ୍ଛା
ଗଳ୍ପ

ସବୁ ରାମଙ୍କ ଇଚ୍ଛା

ଜାନକୀ ବଲ୍ଲଭ ପଟ୍ଟନାୟକBy ଜାନକୀ ବଲ୍ଲଭ ପଟ୍ଟନାୟକFebruary 23, 2020No Comments2 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

କୌଣସି ଏକ ଗ୍ରାମରେ ଜଣେ ତନ୍ତୀ ବାସ କରୁଥିଲା । ସେ ଭାରି ଧାର୍ମିକ ଥିଲା । ସମସ୍ତେ ତାକୁ ବିଶ୍ୱାସ କରୁଥିଲେ ଓ ସୁଖ ପାଉଥିଲେ । ସେ ଲୁଗା ବୁଣି ନିକଟରେ ଥିବା ହାଟରେ ବିକୁଥିଲା । ଗରାଖ ତାକୁ ଲୁଗାର ଦର ପଚାରିଲେ ସେ କହେ, “ରାମଙ୍କ ଇଚ୍ଛାରେ ଲୁଗା ଗଜକୁ ଟଙ୍କାଟିଏ ଆଉ ମଜୁରି ପଚିଶ ପଇସା, ରାମଙ୍କ ଇଚ୍ଛାରେ ଲାଭ ଦଶ ପଇସା । ରାମଙ୍କ ଇଚ୍ଛାରେ ଲୁଗାର ଦାମ୍ ଟଙ୍କାଏ ପଞ୍ଚତିରିଶ ପଇସା ।“

ତନ୍ତୀଠାରେ ଲୋକମାନଙ୍କର ଏପରି ବିଶ୍ୱାସ ଥିଲା ଯେ, ଗରାଖ ସେହି ଦାମ୍ ଦେଇ ଲୁଗା ନେଇ ଯାଉଥିଲେ । ତନ୍ତୀ ଜଣକ ଭଗବାନଙ୍କର ଜଣେ ସଚ୍ଚା ଭକ୍ତ ଥିଲା । ସଂଧ୍ୟା ସମୟରେ ସେ ପୂଜା ପାଠ, ଧ୍ୟାନ ଓ ଭଗବାନଙ୍କର ଗୁଣ କୀର୍ତ୍ତନ କରିବାରେ ଘଣ୍ଟା ଘଣ୍ଟା କଟାଇ ଦେଉଥିଲା ।

ଥରେ ସେ ବହୁତ ରାତି ପର୍ଯ୍ୟନ୍ତ ଶୋଇ ପାରିଲା ନାହିଁ । ପୂଜା ଘରେ ବସି ରହିଥିବା ସମୟରେ ଦଳେ ଡକାୟତ ସେହି ବାଟଦେଇ ଗଲେ । ଜିନିଷ ପତ୍ର ବୋହିନେବାପାଇଁ ସେମାନଙ୍କର ଗୋଟିଏ ଲୋକ ଦରକାର ଥିଲା । ସେମାନେ ତନ୍ତୀକୁ କହିଲେ, “ଆମ ସଙ୍ଗରେ ଚାଲ ।” ଏହା କହି ସେମାନେ ତାର ହାତ ଧରି ଟାଣି ନେଇଗଲେ ।

ଗୋଟିଏ ଘରୁ ଚୋରି କରି ସାରିବା ପରେ ସେମାନେ ତନ୍ତୀ ଉପରେ ବୋଝଟାଏ ଲଦି ଦେଲେ ଓ ତାକୁ ନେଇ ଚାଲି ଯିବାକୁ ହୁକୁମ ଦେଲେ । କିନ୍ତୁ ହଠାତ୍ ପୋଲିସ ଆସି ପହଞ୍ଚିଗଲା । ଡକାୟତମାନେ ଛାଟି ପିଟି ହୋଇ ପଳାଇଗଲେ । କିନ୍ତୁ ବୋଝ ମୁଣ୍ଡାଇଥିବା ତନ୍ତୀକୁ ପୋଲିସ ବାନ୍ଧି ପକାଇଲେ । ସେ ରାତିକପାଇଁ ତାକୁ ଗୋଟିଏ ଘରେ ବନ୍ଦ କରି ରଖାଗଲା ।

ତା‘ ପରଦିନ ତନ୍ତୀକୁ ମାଜିଷ୍ଟ୍ରେଟଙ୍କ ଅଦାଲତକୁ ଅଣାଗଲା । ଗାଁର ଲୋକମାନେ ଏକଥା ଜାଣିପାରି କୋର୍ଟରେ ହାଜର ହେଲେ । ସେମାନେ ମାଜିଷ୍ଟ୍ରେଟଙ୍କୁ କହିଲେ “ମହାଶୟ, ଏ ଲୋକ କେବେହେଲେ ଡକାୟତି କରି ନ ପାରେ ।” ତା‘ପରେ ମାଜିଷ୍ଟ୍ରେଟ ତନ୍ତୀକୁ ଜମାନବନ୍ଦି ଦେବାପାଇଁ କହିଲେ ।

ତନ୍ତୀ କହିଲା, “ମହାଶୟ, ରାମଙ୍କ ଇଚ୍ଛାରେ ମୁଁ ରାତିରେ ଖାଇବା ଶେଷ କଲି । ରାମଙ୍କ ଇଚ୍ଛାରେ ପୂଜା ଘରେ ବସିଥିଲି । ରାମଙ୍କ ଇଚ୍ଛାରେ, ବହୁତ ରାତି ହୋଇଯାଇଥିଲା । ରାମଙ୍କ ଇଚ୍ଛାରେ ମୁଁ ଈଶ୍ୱରଙ୍କ କଥା ଭାବୁଥିଲି ଏବଂ ତାଙ୍କର ମହିମା ଗାନ କରୁଥିଲି । ସେହି ସମୟରେ ରାମଙ୍କ ଇଚ୍ଛାରେ ଦଳେ ଡକାୟତ ସେ ବାଟରେ ଗଲେ । ରାମଙ୍କ ଇଚ୍ଛାରେ ସେମାନେ ମୋତେ ଘୋଷାଡ଼ି ନେଇଗଲେ । ରାମଙ୍କ ଇଚ୍ଛାରେ ସେମାନେ ଗୋଟାଏ ଘରେ ଡକାୟତି କଲେ ଓ ମୋ ଉପରେ ବୋଝଟା ଲଦିଦେଲେ । ଠିକ୍ ସେତିକିବେଳେ ରାମଙ୍କ ଇଚ୍ଛାରେ ପୋଲିସ ପହଞ୍ଚିଗଲେ, ଆଉ ରାମଙ୍କ ଇଚ୍ଛାରେ ମୋତେ ବାନ୍ଧି ପକାଇଲେ । କାଲି ରାତି ସାରା ରାମଙ୍କ ଇଚ୍ଛାରେ ମୋତେ ଗୋଟାଏ ଘରେ ତାଲା ବନ୍ଦ କରି ରଖାଗଲା । ରାମଙ୍କ ଇଚ୍ଛାରେ ଆଜି ସକାଳୁ ମୋତେ ଆପଣଙ୍କ ଇଜଲାସକୁ ଅଣାଯାଇଛି ।” ମାଜିଷ୍ଟ୍ରେଟ୍ ବୁଝି ପାରିଲେ ଯେ, ଲୋକଟା ବଡ଼ ନିରୀହ ଓ ଧାର୍ମିକ । ତେଣୁ ତାକୁ ଛାଡ଼ିଦେଲେ । ଫେରିବା ବାଟରେ ତନ୍ତୀ ତା‘ର ସାଙ୍ଗମାନଙ୍କୁ କହିଲା, “ରାମଙ୍କ ଇଚ୍ଛାରୁ ମୁଁ ମୁକ୍ତି ପାଇଗଲି ।“

ତୁମେ ଏ ସଂସାରରେ ଯାହା କର ନା କାହିଁକି, ସବୁ ରାମଙ୍କ ଇଚ୍ଛା ଉପରେ ନିର୍ଭର କରେ । ସବୁ ଦାୟିତ୍ୱ ଈଶ୍ୱରଙ୍କ ଉପରେ ଛାଡ଼ି ଦେଇ ତୁମେ କାମ କରିଯାଅ ।

Janaki Ballabh Patnaik Books Janaki Ballabh Patnaik Odia Story Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleଅନ୍ତରର ବ୍ୟାକୁଳତା
Next Article ତୁମର ମାୟାକୁ ଜୁହାର
ଜାନକୀ ବଲ୍ଲଭ ପଟ୍ଟନାୟକ

Related Posts

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023

ବନ୍ଧୁମିଳନ

March 25, 2023

ବୀଣାର ବିବାହ

March 24, 2023

ପଦବୀର ବଳ

March 23, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.