• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଅନ୍ୟାନ୍ୟ»ଜାତି ଜାଗୃତି ଓ ପ୍ରଗତି»ରାଜ୍ୟର ପରିବେଶ ପ୍ରତି ବିପଦ ବଢୁଛି
ଜାତି ଜାଗୃତି ଓ ପ୍ରଗତି

ରାଜ୍ୟର ପରିବେଶ ପ୍ରତି ବିପଦ ବଢୁଛି

Subrat Kumar PrustyBy Subrat Kumar PrustyFebruary 13, 2020No Comments4 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

ରାଜ୍ୟରେ ବ୍ୟାପକ ଜଙ୍ଗଲ କ୍ଷୟ, କଳକାରଖାନାରୁ ନିର୍ଗତ ବିଷାକ୍ତ ବାଷ୍ପ, ସ୍ପଞ୍ଜ୍ ଆଇରନ୍ ଶିଳ୍ପ, କ୍ରସରଗୁଣ୍ଡ ମିଶୁଥିବା ବିଷାକ୍ତ ଧୂଳିକଣା ରାଜ୍ୟର ପରିବେଶ ପ୍ରତି ବିପଦ ସୃଷ୍ଟି କରିଛି । ବିସ୍ତୀର୍ଣ୍ଣ ସବୁଜ ପରିବେଶ କ୍ରମେ ହ୍ରାସ ପାଇ ଚାଲିଥିବା ବେଳେ, କଂକ୍ରିଟ୍ ଜଙ୍ଗଲ ଦୃତଗତିରେ ବୃଦ୍ଧି ପାଇ ଚାଲିଛି । ସବୁଜ ଗୃହ ବାଷ୍ପ ଯୋଗୁଁ ବାୟୁମଣ୍ଡଳର ତାପମାତ୍ରା ଅହେତୁକ ଭାବେ ବୃଦ୍ଧି ପାଇ ଚାଲିଛି ଏବଂ ରାଜ୍ୟର ପରିବେଶ ପ୍ରତିିଦିନ ଅଧିକରୁ ଅଧିକ ପ୍ରଦୂଷିତ ହୋଇଚାଲିଛି । କ୍ରମେ ବିଷାକ୍ତ ହୋଇପଡୁଥିବା ବାୟୁମଣ୍ଡଳ ଯୋଗୁଁ ଲୋକେ ବିଭିନ୍ନ ରୋଗର ଶିକାର ହୋଇପଡୁଥିବା ବେଳେ ପରିବେଶକୁ ପ୍ରଦୂଷଣମୁକ୍ତ କରିବାପାଇଁ ଯେଉଁ ଉଉ୍ୟମ ହେବା କଥା ତାହା ହେଉନଥିବାରୁ ପରିବେଶବିତ୍‌ମାନେ ଉଦ‌ବେଗ ପ୍ରକାଶ କରିଛନ୍ତି ।

ଶିଳ୍ପ ପ୍ରଦୂଷଣ :

ରାଜ୍ୟରେ ବର୍ତ୍ତମାନ ପ୍ରାୟ ୧୦୦ଟି ସ୍ପଞ୍ଜ୍ ଆଇରନ୍ କାରଖାନା ଓ ୧୨୦୦ କ୍ରସର କାର୍ଯ୍ୟ କରୁଛି । ସେଗୁଡ଼ିକ ମଧ୍ୟରୁ ଅଳ୍ପ କେତେକ ସ୍ପଞ୍ଜ୍ ଆଇରନ୍ ଓ କ୍ରସର ପ୍ରଦୂଷଣ ନିୟମ ଅନୁଯାୟୀ ପ୍ରଦୂଷଣ ନିୟନ୍ତ୍ରଣ ଯନ୍ତ୍ର ବ୍ୟବହାର କରୁଛନ୍ତି । ପ୍ରଦୂଷଣ ନିୟନ୍ତ୍ରଣ ଯନ୍ତ୍ର ବ୍ୟବହାର କରୁ ନ ଥିବା ଶିଳ୍ପ ବିରୋଧରେ ସାଧାରଣ ଲୋକଙ୍କ ପକ୍ଷରୁ ଅଭିଯୋଗ ହେଲେ ମଧ୍ୟ ବହୁ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ । ରାଜ୍ୟରେ ବର୍ତ୍ତମାନ ବାର୍ଷିକ ପ୍ରାୟ ୩ ନିୟୁତ ଟନ୍ ଇସ୍ପାତ୍ ଉତ୍ପାଦନ ହେଉଥିବା ବେଳେ ଇସ୍ପାତ୍ ଉତ୍ପାଦନକୁ ୫୬ ନିୟୁତ ଟନ‌କୁ ବୃଦ୍ଧି କରିବାପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଏଥିପାଇଁ ୫୪ଟି ଦେଶୀ ଓ ବିଦେଶୀ କମ୍ପାନୀ ସହ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି । ପରିବେଶବିତ୍‌ଙ୍କ ମତରେ ୫୬ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ ପାଇଁ ୫୫ ନିୟୁତ ଟନ୍ ଫସିଲ କୋଇଲା ଜାଳି କୋକ୍ ଉତ୍ପାଦନ କରିବାକୁ ହେବ । କୋକ୍ ଉତ୍ପାଦନ ବେଳେ ସେଥିରୁ ବେଞ୍ଜିନ୍, ମିଥେନ, ଆସିଟିଲିନ୍, ହାଇଡ୍ରୋଜେନ୍, ସଲଫାଇଟ୍ ଓ ଟାର ଭେପର ସୃଷ୍ଟି ହେବ । ଏତଦ୍‌ବ୍ୟତୀତ ସେଥିରୁ ୪ ନିୟୁତ ଟନ୍ ଫ୍ଲାଇଆସ ବା ହାଲୁକା ପାଉଁଶଗୁଣ୍ଡ ସୃଷ୍ଟି ହେବ । ସେହିପରି ଆଲୁମିନିିୟମ କ୍ଷେତ୍ରରେ ରାଜ୍ୟରେ ବର୍ତ୍ତମାନ ୦.୪୨ ନିୟତୁ ଟନ୍ ଆଲୁମିନିିୟମ ଉତ୍ପାଦନ ହେଉଥିବା ବେଳେ, ଆଗାମୀ ଦିନରେ ଏହି ଉତ୍ପାଦନକୁ ୮.୫ଗୁଣ ବୃଦ୍ଧି କରିବାପାଇଁ ରାଜ୍ୟ ସରକାର ୩ଟି କମ୍ପାନୀ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି । ପରିବେଶବିତ୍‌ଙ୍କ ମତରେ ପ୍ରତି ଟନ୍ ଆଲୁମିନିୟମ ଉତ୍ପାଦନ ବେଳେ ୧୨ ନିୟୁତ ଟନ୍ କାର୍ବନ ଡାଇଅକ୍ସାଇଡ ସୃଷ୍ଟି ହୋଇଥାଏ । ସେହିପରି ଆଲୁମିନିୟମ ସ୍ମେଲଟର ବିଷାକ୍ତ ଗ୍ରୀନ୍‌ହାଉସ ବାଷ୍ପ ନିର୍ଗତ ହୋଇଥାଏ । ଏହା ବାୟୁମଣ୍ଡଳରେ ତାପମାତ୍ରା ବୃଦ୍ଧି କରିବାରେ ସହାୟକ ହୋଇଥାଏ । ସେହିପରି ରାଜ୍ୟରେ ଏନ୍‌ଟିପିସି କଣିହାଁ, ଏନ୍‌ଟିପିସି (ତାଳଚେର) ଓ ଇବ୍‌ଥର୍ମାଲ ଭଳି ତାପଜ ବିଦ୍ୟୁତ୍ କେନ୍ଦ୍ର ଥିବାବେଳେ ରାଜ୍ୟରେ ଆଉ ୧୩ଟି ତାପଜ ବିଦ୍ୟୁତ୍ କେନ୍ଦ୍ର ପ୍ରତିଷ୍ଠା କରିବାପାଇଁ ରାଜ୍ୟ ସରକାର ବୁଝାମଣାପତ୍ର ସ୍ୱାକ୍ଷର କରିସାରିଛନ୍ତି । ଆହୁରି ଅନେକ ତାପଜ ବିଦ୍ୟୁତ୍ ସଂସ୍ଥା ଓଡ଼ିଶାରେ ବିଦ୍ୟୁତ ଉତ୍ପାଦନ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଏହିସବୁ ତାପଜ ବିଦ୍ୟୁତ୍ କେନ୍ଦ୍ରଗୁଡ଼ିକ ମୁଖ୍ୟତଃ କୋଇଲାକୁ ଇନ୍ଧନ ଭାବେ ବ୍ୟବହାର କରିବାର ଯୋଜନା ରଖିଛନ୍ତି । କୋଇଲା ଜଳିବା ଫଳରେ ସେଥିରୁ ଫ୍ଲାଇଆସ୍ ଓ ନିର୍ଗତ ବିଷାକ୍ତ ବାଷ୍ପ ବାୟୁମଣ୍ଡଳକୁ ଅଧିକ ପ୍ରଦୂଷିତ କରିବ ।

ବ୍ୟାପକ ଜଙ୍ଗଲ କ୍ଷୟ :

ପରିବେଶକୁ ସମତୁଲ କରି ରଖୁଥିବା ଜଙ୍ଗଲ ମଧ୍ୟ ରାଜ୍ୟରୁ ଦ୍ରୁତଗତିରେ ଲୋପ ପାଇଚାଲିଛି । ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ ବିଗତ ୨ ବର୍ଷ ମଧ୍ୟରେ ଓଡ଼ିଶାର ୪୭୨ ବର୍ଗ କି.ମି. ଜଙ୍ଗଲ ହ୍ରାସ ପାଇଛି । ସେହିପରି ଗତ ମହାବାତ୍ୟାରେ ସୁରକ୍ଷିତ ରଖିଥିବା ତଟ ଅଞ୍ଚଳର ଥିବା ପ୍ରାୟ ୧୬ ବର୍ଗ କି.ମି. ହେନ୍ତାଳବଣ ମଧ୍ୟରୁ ଅଧିକାଂଶ ଲୋପ ପାଇଯାଇଛି । ଡେରାଡୁନ୍‌ସ୍ଥିତ ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ ରାଜ୍ୟରେ ମୋଟ୍ ୫୨୯୬୩ ବର୍ଗ କି.ମି. ଜଙ୍ଗଲ ଅଞ୍ଚଳ ରହିଥିବା ବେଳେ ଏହାର ମାତ୍ର ୧.୧୧ ପ୍ରତଶତ, ଅର୍ଥାତ୍ ୫୩୮ ବର୍ଗ କି.ମି. ଘଞ୍ଚ ଜଙ୍ଗଲ ରହିଛି । ଘଞ୍ଚ ଜଙ୍ଗଲର ପରିମାଣ ରାଜ୍ୟରେ ଦ୍ରୁତ ଗତିରେ ହ୍ରାସ ପାଇଚାଲିଛି । ସର୍ଭେ ରିପୋର୍ଟରେ କୁହାଯାଇଛି ଯେ ମଧ୍ୟମ ଧରଣର ଜଙ୍ଗଲ ୫୭.୧୭% ଅର୍ଥାତ୍ ୨୭୬୫୬ ବର୍ଗ କି.ମି. ଓ ଖୋଲା ଜଙ୍ଗଲ ୪୧.୬୧% ଅର୍ଥାତ୍ ୨୦୧୮୦ ବର୍ଗ କି.ମି. ରହିଛି । ବାତ୍ୟା ମହାବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ସହିତ ଖଣି ଖାଦାନ, ଶିଳ୍ପ ସମେତ କାଠ ମାଫିଆଙ୍କଦ୍ୱାରା ମୂଲ୍ୟବାନ ପୁରୁଣା କାଠଗଛ ସବୁ କଟାଯାଇ ପଡ଼ୋଶୀ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଓ ପଶ୍ଚିମବଙ୍ଗକୁ ଚୋରା ଚାଲାଣ ହେଉଛି । ନୂତନ ଜଙ୍ଗଲ ସୃଷ୍ଟିପାଇଁ ପ୍ରତିବର୍ଷ ସରକାର ଅର୍ଥ ପ୍ରଦାନ କରୁଥିଲେ ମଧ୍ୟ ଆମ୍ବ, ପଣସ, ଶାଳ, ପିଆଶାଳ, ଶାଗୁଆନ ଭଳି ଗଛ ଅଧିକ ସଂଖ୍ୟାରେ ଲଗାଯିବାପାଇଁ ଗୁରୁତ୍ୱପ୍ରଦାନ କରାଯାଉନାହିଁ । ୨୦୦୪-୦୫ରେ ବନ ପ୍ରକଳ୍ପପାଇଁ ଯୋଜନା ଓ ଅଣଯୋଜନା ବାବରେ ୯୧କୋଟି ୬୫ଲକ୍ଷ ୨୩ହଜାର ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ୨୦୦୫-୦୬ ମସିହାରେ ୯୯କୋଟି ୬୧ଲକ୍ଷ ୨୭ହଜାର, ୨୦୦୬-୦୭ରେ ସର୍ବାଧିକ ୧୨୪ କୋଟି ୪୧ଲକ୍ଷ ୧୭ ହଜାର ଏବଂ ୨୦୦୭-୦୮ ଡିସେମ୍ବର ଶେଷ ସୁଦ୍ଧା ୭୬କୋଟି ୪୫ଲକ୍ଷ ୮୪ହଜାର ଟଙ୍କା ବିନିଯୋଗ କରାଯାଇଛି । ତେବେ ଏହି ଅର୍ଥରେ କେତେ ଅଞ୍ଚଳ ଶାଳ, ପିଆଶାଳ, ଶାଗୁଆନ କିମ୍ବା ସେହିଭଳି ମୂଲ୍ୟବାନ ବୃକ୍ଷରୋପଣ କରାଯାଇଛି ଏବଂ ସେଥିରୁ କେତେ ବଞ୍ଚିଛି ସେ ସଂପର୍କରେ ସରକାରଙ୍କ ପାଖରେ ହିସାବ ନାହିଁ ।

ବ୍ୟାପକ ଜଙ୍ଗଲକ୍ଷୟ ଓ ପରିବେଶ ସନ୍ତୁଳନ ଅଭାବରୁ ଗତ କିଛିବର୍ଷ ହେବ ଋତୁଚକ୍ରରେ ବ୍ୟାପକ ବ୍ୟତିକ୍ରମ ସୃଷ୍ଟି ହୋଇଛି । ବର୍ଷାଦିନେ ଆବଶ୍ୟକ ପରିମାଣରେ ବର୍ଷା ହେଉ ନ ଥିବା ବେଳେ ଶୀତଦିନେ ମଧ୍ୟ ଯେଭଳି ଶୀତ ହେବା କଥା ସେଭଳି ହେଉନାହିଁ । ତେଣୁ ରାଜ୍ୟରେ ଶିଳ୍ପର ବିକାଶ ସହିତ ପରିବେଶ ସନ୍ତୁଳନ ରକ୍ଷା କରିବା ଦିଗରେ ଗୁରୁତ୍ୱ ପ୍ରଦାନ କରା ନ ଗଲେ, ଓଡ଼ିଶା ଆଗାମୀ ଦିନରେ ବିଷାକ୍ତ ବଳୟରେ ପରିଣତ ହେବ ଓ ଆମେ ବିଶୁଦ୍ଧ ପାନୀୟ ଜଳ, ବିଶୁଦ୍ଧ ବାୟୁ ପାଇପାରିବା ନାହିଁ । ଫଳରେ ଆମର ସାଧାରଣ ଜୀବନ ନିର୍ବାହ ପଦ୍ଧତି ପ୍ରଭାବିତ ହେବ । ତା’ଛଡ଼ା ଆମର ଆର୍ଥିକ ସ୍ଥିତି ସୁଦୃଢ଼ ନ ଥିବାରୁ ଆମେ ବିଶୁଦ୍ଧ ପାଣି କିମ୍ବା ବାୟୁ କିଣିପାରିବା ନାହିଁ । କେବଳ ଛଟପଟ ହୋଇ ମୃତ୍ୟୁକୁ ଅପେକ୍ଷା କରିବା । ତେଣୁ ଯଦି ସୁସ୍ଥ, ସୁନ୍ଦର ଓ ନିରାମୟ ଜୀବନ ଯାପନ କରିବାକୁ ଚାହିଁବା, ତେବେ ଗଛକୁ ନ କାଟି ପ୍ରଚୁର ଗଛ ଲଗାଇବା, ଶିଳ୍ପ ନାଁରେ ଜଙ୍ଗଲ ଉଜାଡ଼ିବା ନୀତିରୁ ସରକାରଙ୍କୁ ପ୍ରବର୍ତ୍ତାଇବା । ସ୍ୱାର୍ଥୀ ଶିଳ୍ପପତିଙ୍କ କୁଚକ୍ରରେ ପଡ଼ି ସରକାର ଯଦି ଉଚିତ ପକ୍ଷେପ ନ ନିଅନ୍ତି, ତେବେ ବ୍ୟାପକ ଜନଆନ୍ଦୋଳଦ୍ୱାରା ଏହି କାର୍ଯ୍ୟ କରିବାକୁ ହେବ ।

Odia Story Subrat Kumar Prusty Books Subrat Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleଆମେ ଓଡ଼ିଆ ମାତ୍ର ଚିନ୍ତା ଦେଢ଼ିଆ
Next Article ଭାଷା ପ୍ରତିଷ୍ଠାନର ଗତି କୁଆଡ଼େ?
Subrat Kumar Prusty

Related Posts

ଅଭିନବ ବିବାହ

March 16, 2023

ବୋକା ନା ବିବେକୀ?

March 1, 2023

ଘୋରକର ଉଦାରତା

February 1, 2023

ମହାଭାରତ

January 26, 2023

ମହାରାଜାଙ୍କ କଳା

December 21, 2022

ଶକରକନ୍ଦ

December 12, 2022
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.