• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»Raja-O-Kalakara
ଗଳ୍ପ

Raja-O-Kalakara

Liza SBy Liza SJuly 9, 2022No Comments4 Mins Read
Facebook Twitter Pinterest Reddit LinkedIn Tumblr Email
Odia Story-Raja-O-Kalakara
Odia Story-Raja-O-Kalakara
Share
Facebook Twitter Pinterest Reddit Email

ରାଜା ସମରସେନ ସେଦିନ ଶିକାର କରୁକରୁ ଏକ ନିଘଂଚ ଅରଣ୍ୟ ମଧ୍ୟରେ ଯାଇ ପ୍ରବେଶ କଲେ । ତାଙ୍କ ସହିତ ଆସିଥିବା ତାଙ୍କର ଅନୁଚରମାନେ କେଉଁଆଡେ ରହିଗଲେ? ଏଣେ ଏ ରାଜାଙ୍କୁ ଖୁବ୍ ଶୋଷ ହେଲା । ସେ ଖୋଜିଖୋଜି ଯାଇ ଗୋଟିଏ କ୍ଷୁଦ୍ର କୁଟୀର ଦେଖିବାକୁ ପାଇଲେ । ବାହାରେ ଜଣେ ବୃଦ୍ଧ ବ୍ୟକ୍ତି ବସିଥିଲେ । ସେ ଏକ ଚିତ୍ରପଟ ଆଙ୍କୁଥିଲେ ।

ରାଜା ଜାଣିପାରିଲେ ଯେ ସେ ଜଣେ କଳାକାର ବୋଲି । ରାଜା ତାଙ୍କ ପାଖରେ ଯାଇ ପହଁଚିଲେ । ବୃଦ୍ଧ କଳାକାର ତାଙ୍କୁ ସ୍ୱାଗତ କଲେ ଏବଂ ତାଙ୍କୁ ପାଣି ପିଇବାକୁ ଦେଲେ । ଖାଇବାକୁ କନ୍ଦମୂଳ ମଧ୍ୟ ସେ ଦେଲେ । ରାଜାଙ୍କୁ ଖୁବ୍ ଭଲ ଲାଗିଲା । ସେ ଶାନ୍ତିର ନିଃଶ୍ୱାସ ନେଲେ ।

ରାଜାଙ୍କର କଳା ପ୍ରତି ଆଦରଥିବା ଦେଖି କଳାକାର ତାଙ୍କୁ ନିଜର ସମସ୍ତ ଚିତ୍ରକଳା ଦେଖାଇଲେ । ସେସବୁକୁ ଦେଖି ରାଜା ସ୍ତମ୍ଭୀଭୂତ ହେଲେ । ଏ ଭୟାନକ ଜଙ୍ଗଲ ଭିତରେ ସେ ଆସି ଏକାକୀ କାହିଁକି ଅଛନ୍ତି ବୋଲି ଏହାର କାରଣ ସେ ଜାଣିବାକୁ ଚାହିଁଲେ । କଳାକାର କହିଲେ,”ମୁଁ ପଡୋଶୀ ରାଜ୍ୟରେ ଥିଲି । ସେ ରାଜା ଅତ୍ୟନ୍ତ କଳା ବିରୋଧୀ; ତେଣୁ ମୁଁ ସେଠାରେ ଆଉ ରହିପାରିଲି ନାହିଁ । ନିର୍ଜନନ୍ତେ କିଛି ଆଙ୍କିବା ପାଇଁ ମୁଁ ଏଠାକୁ ଚାଲିଆସିଲି ।” କିଛିଦିନ ରହି ମୁଁ ପୁଣି ଆଉ କେଉଁଠାକୁ ଚାଲିଯିବି ।”

ରାଜା ସମରସେନ କହିଲେ,”ତୁମେ ମୋ ଦରବାରକୁ ଆସ ।”

ବୃଦ୍ଧ କଳାକାର ସତ୍ୟଜିତ ସଙ୍ଗେସଙ୍ଗେ ଜାଣିନେଲେ ଯେ, ତାଙ୍କ ସମ୍ମୁଖରେ ଅନ୍ୟଜଣେ ରାଜା ଦଣ୍ଡାୟମାନ । ସେ ତାଙ୍କୁ ଭକ୍ତିରେ ପ୍ରଣାମ ଜଣାଇଲେ ।

ପ୍ରଥମେ ତ ସେ ସେହି ରାଜାଙ୍କ ସହିତ ଯିବାକୁ ରାଜି ହେଲେ ନାହିଁ । ପରେ ରାଜାଙ୍କ ଅନୁରୋଧ ଏଡି ନପାରି ତାଙ୍କ ସହିତ ଯିବାପାଇଁ ସେ ସମ୍ମତ ହେଲେ ।

ସତ୍ୟଜିତ ସମରସେନଙ୍କ ରାଜ୍ୟରେ ପହଁଚିବା ପରେ ତାଙ୍କ କଳାର ଉତ୍କର୍ଷତା ଦେଖାଇବା ପାଇଁ ସେ ସମସ୍ତ ପ୍ରକାର ସୁବିଧା ସୁଯୋଗ ପାଇଲେ ।

ଅଳ୍ପଦିନ ମଧ୍ୟରେ ତାଙ୍କର କଳା ସେ ରାଜ୍ୟ ସାରା ଚହଳ ପକାଇଦେଲା । ସମସ୍ତେ ତାଙ୍କର ପ୍ରଶଂସା କରିବାକୁ ଲାଗିଲେ ।

ଦିନେ ଏକ କଳା ପ୍ରଦର୍ଶନୀ ଆୟୋଜନ କରିବା ପାଇଁ ରାଜା ସତ୍ୟଜିତଙ୍କୁ ଡାକି କହିଲେ । କିନ୍ତୁ ତାଙ୍କର ଏହା ସର୍ତ୍ତ ଥିଲା ଯେ, ସମସ୍ତ ଚିତ୍ର ତାଙ୍କର ମନମୁତାବକ ତଥା ତାଙ୍କର ନିର୍ଦେଶରେହିଁ ହେବ ।

ସତ୍ୟଜିତ ନମ୍ରଭାବେ କହିଲେ,”ରାଜନ୍, ସେସବୁ ମୋ ଉପରେ ଛାଡି ଦିଅନ୍ତୁ । ମୁଁ ମୋର ସମସ୍ତ ଉତ୍କୃଷ୍ଟ ଏବଂ ସର୍ବୋତ୍ତମ କଳା ପ୍ରଦର୍ଶନ କରିବି; ଯଦ୍ୱାରା ଆପଣଙ୍କର ତଥା ଏ ରାଜ୍ୟର ସୁନାମ ହେବ ।”

କିନ୍ତୁ ସମରସେନ ମାନିଲେ ନାହିଁ । ଅଗତ୍ୟା ସତ୍ୟଜିତଙ୍କୁ ହାର ମାନିବାକୁ ହେଲା । ସେ ମୁଣ୍ଡପାତି ରାଜାଙ୍କର ଆଦେଶ ମାନିନେଲେ । କିନ୍ତୁ ତାଙ୍କର ମନରେ ଅସୀମ କ୍ଷୋଭ ଭରିଗଲା । ରାଜାଙ୍କର ପୁଣି ଆଉ ଗୋଟିଏ ଆଦେଶ ଥିଲା ଯେ, ତାଙ୍କର କେତୋଟି ଚିତ୍ରପଟ ଫୁଲ ସହିତ ହେବ । ଅନ୍ୟ କେତେକ ଚିତ୍ରପଟର ସୂଚନା ମଧ୍ୟ ସେ ଶିଳ୍ପୀଙ୍କୁ ଦେଲେ ।

ପ୍ରଦର୍ଶନୀ ହେଲା । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବହୁଲୋକ ଦେଖିବାକୁ ଆସିଲେ । ସମସ୍ତେ ପ୍ରାୟ ସତ୍ୟଜିତଙ୍କର ନାମ ଶୁଣିଥିଲେ । ତେଣୁ ତାଙ୍କର କଳା ପ୍ରଦର୍ଶନର ଚାତୁରୀ ଦେଖିବାପାଇଁ ସମସ୍ତେ ଆସି ରାଜଧାନୀରେ ଜମିଗଲେ ।

ହେଲେ ପ୍ରଦର୍ଶନୀ ଦେଖିଲାପରେ କାହା ମନରେ ଆନନ୍ଦ ନଥିଲା । ସମସ୍ତେ କୁହାକୁହି ହେଲେ –କଳାକାରଙ୍କର ଏ କଣ ହେଲା – କୌଣସି ଗୋଟିଏ କଳାବି ତାଙ୍କ ସ୍ତରର ହେଲା ନାହିଁ । ତାଙ୍କ ହାତରେ କି ପରିବର୍ତ୍ତନ ଆସିଲା । କିଏ କିଛି ମନ୍ତ୍ରକଲା ନା କଣ? ତାଙ୍କର ସୃଷ୍ଟି ଏତେ ତଳକୁ କିପରି ଖସି ଆସିଲା?”

ତା’ପରେ ସମସ୍ତଙ୍କର ଦୃଷ୍ଟି ଗୋଟିଏ ବିଶେଷ ଚିତ୍ରପଟ ଉପରେ ଯାଇ ନିବଦ୍ଧ ହେଲା । ଚିତ୍ରରେ ରାଜା ଫୁଲ କେତୋଟି ନେଇ ହାତରେ ମକଚୁଥିଲେ । ତଳେ ଫୁଲର ପାଖୁଡାଗୁଡିକ ଝରିପଡୁଥିଲା ।

ରାଜାଙ୍କର କେତେଜଣ ତୋଷାମୋଦକାରୀ ଥିଲେ । ସେ ଚିତ୍ର ଦେଖି ସେମାନେ ରାଜାଙ୍କୁ କହିଲେ,”ଆପଣ ସତ୍ୟଜିତକୁ ବହୁତ ଆଦର କରିଛନ୍ତି । ତେଣୁ ଏବେ ଆଉ ସେ ଆପଣଙ୍କୁ ମୋଟେ ଖାତିର୍ କରୁନାହିଁ । ଏମିତି ଚିତ୍ରପଟ କରି ସେ ଆପଣଙ୍କର ଅବମାନନା କରୁଛି । ତାର ଭାରି ସାହସ ହେଲାଣି ।”

ରାଜା ସବୁଶୁଣି ନୀରବ ରହିଥାନ୍ତି । ତାଙ୍କ ମନରେ ପ୍ରବଳ ଝଡ ସୃଷ୍ଟି ହୋଇଥାଏ । ସେତିକିବେଳେ ଜଣେ ଆସି ଏକ ଖବର ଦେଲା ଯେ, କଳାକାର ବୃଦ୍ଧ ସତ୍ୟଜିତ ରାଜ୍ୟଛାଡି ଚାଲି ଯାଉଛନ୍ତି ।

ରାଜା ଚମକି ପଡିଲେ । ତାଙ୍କୁ ନେଇଆସିବା ପାଇଁ ସେ ହଠାତ୍ ଆଦେଶ ଦେଲେ ।

ସମସ୍ତେ ଭାବିଲେ ରାଜା ନିଶ୍ଚୟ ସେ କଳାକାରଙ୍କୁ ଉଚିତ୍ ଶାସ୍ତି ଦେବେ ।

ସତ୍ୟଜିତଙ୍କୁ ଦେଖି ରାଜା କହିଲେ,”କଳାକାର ମୋତେ କ୍ଷମା କରିବ । ପ୍ରକୃତରେ ତୁମର ସ୍ୱାଭିମାନ ଦେଖି ମୁଁ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଛି । ଭାବିଥିଲି ତୁମକୁ ବନ୍ଧନରେ ରଖି ମୋର ଚିନ୍ତାଧାରକୁ ତୁମ ମାଧ୍ୟମରେ କଳାରେ ରୂପଦେବି । କିନ୍ତୁ ତାର ପରିଣାମ ମୁଁ ଆଜି ଦେଖିନେଲି । ପ୍ରକୃତରେ ତୁମେ ଜଣେ ସଚ୍ଚା କଳାକାର । ଏ ରାଜ୍ୟରେ ବାସ୍ତବରେ ତୁମେ ରହିବା ଉଚିତ୍ ନୁହେଁ । କାରଣ ଏ ରାଜ୍ୟ ଓ ରାଜା ତୁମ କଳାକୁ ବନ୍ଦୀ କରିବାକୁ ଚାହାଁନ୍ତି ଏବଂ ତୁମର କଳାର ସେ ଘୋର୍ ଅପମାନ କରିଛନ୍ତି । ତୁମର ସେ ଚିତ୍ର ଯେଉଁଥିରେକି ମୁଁ ହାତରେ ଫୁଲକୁ ଦଳୁଛି । ତାର ଅର୍ଥ ମୁଁ ଠିକ୍ ବୁଝିପାରିଲି । ତୁମେ ବର୍ତ୍ତମାନ ମୁକ୍ତ ।”

ସତ୍ୟଜିତ ରାଜାଙ୍କର କଥାଶୁଣି ସ୍ତବ୍ଧ ହେଲେ । ତାଙ୍କ ଚକ୍ଷୁରୁ ଆନନ୍ଦର ଅଶ୍ରୁ ବହୁଥିଲା । ସେ ନମ୍ରଭାବେ କହିଲେ,”ରାଜନ୍, ମୁଁ କିନ୍ତୁ ବର୍ତ୍ତମାନ ଭାବୁଛି ଏ ରାଜ୍ୟ ଏବଂ ଆପଣଙ୍କୁ ଛାଡି ମୁଁ ଆଉ କୁଆଡେବି ଯାଇପାରିବି ନାହିଁ । ଆପଶଙ୍କର ଆତ୍ମୀୟତା, ମହାନୁଭବତା ଏବଂ କଳାପ୍ରତି ପ୍ରେମ ମୋତେ ଏଠାରେ ବାନ୍ଧି ରଖିବ ଏବଂ ମୁଁ ଆହୁରି ନୂତନ କଳା ସୃଷ୍ଟି କରିପାରିବି ବୋଲି ମୋର ଆଶା ଏବଂ ବିଶ୍ୱାସ ।”

ରାଜା ଆନନ୍ଦରେ ଗଦ୍ଗଦ୍ ହୋଇ କଳାକାରଙ୍କୁ ଆଲିଙ୍ଗନ କରି କହିଲେ,”ନା ନା, ମୁଁ ମଧ୍ୟ ତୁମକୁ ଛାଡିପାରିବି ନାହିଁ । ତୁମେ ଚିତ୍ରର ଭାଷାରେ ମୋ ଅହଂକାରକୁ ଚୁର୍ମାର କରିଦେଇଛ । ଏବେ ତୁମେ ତୁମ ମନମୁତାବକ କଳା ସୃଷ୍ଟିକର । ରାଜ୍ୟର ଉଭୟ ଶ୍ରୀ ଏବଂ ସୁନାମ ବୃଦ୍ଧିକର ।” ସତ୍ୟଜିତ ମୁଗ୍ଧହୋଇ ରାଜାଙ୍କର ପ୍ରଶାନ୍ତ ମୁଖମଣ୍ଡଳକୁ ଚାହିଁ ରହିଥିଲେ ।

Odia Gapa Odia New story Odia Story
Share. Facebook Twitter Pinterest LinkedIn Tumblr Reddit Email
Previous ArticleSwabhaba
Next Article Lobha
Liza S

Related Posts

ପଦବୀର ବଳ

March 23, 2023

ପୁତ୍ର – କନ୍ୟା

March 22, 2023

ରାଜନୀତି

March 21, 2023

ଶିବମଲ୍ଲଙ୍କ କାହାଣୀ

March 19, 2023

ପରମେଶ୍ୱରଙ୍କ କରୁଣା

March 18, 2023

ସୁଖଦୁଃଖର ସାଥୀ

March 17, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.