(ରାଗ: ଭୈରବୀ)
(ମତାନ୍ତରରେ କେଦାର, ମୁଖାରୀ)
ରସାଳସା ରେ, ରସି ପୁଣି ଏ କି ଲୋକହସାରେ ।ପଦ।
ରକ୍ତିମା ଚୁମ୍ବିଲା ଇନ୍ଦ୍ର ଆଶାରେ, ରାଜୀବେ ପ୍ରଫୁଲ୍ଲ ହେଲେ କାସାରେ ।୧।
ରତିନାଥ ସମର ପ୍ରଶଂସାରେ, ରମଣୀ କେ ନ ରସନ୍ତି ସଂସାରେ ।୨।
ରସନ୍ତି ରସିକେ ସିନା ନିଶାରେ, ରଜନୀ ଶେଷରେ ଏ କି ଦଶାରେ ।୩।
ରମଣୀୟ ହେମକୁ ସୁଦୃଶାରେ, ରଖିଲୁ କେଡ଼େ ନିବିଡ଼େ ମସାରେ ।୪।
ରହୁନା ଅଯଶ ଆଉ ରସାରେ, ରସାରୁହରୁ ଲତାକୁ ଖସାରେ ।୫।
ରାଜା ଅଷ୍ଟଦୁର୍ଗର ଏ ଭାଷାରେ, ରଚେ ଏବେ ବିଜେ ହୋଇ ସୁସାରେ ।୬।