ପୁଷି ବିଲେଇ ରେ ପୁଷି ବିଲେଇ
ଏତେ ଦିନ ଥିଲୁ କୋଉଠି ଯାଇ ?
ଚାଲି ଯାଇଥିଲି ଦରିଆ ପାରି
ବିଲାତୀ ରାଣୀକୁ ଦେଖିବି ବୋଲି।
ପୁଷି ବିଲେଇରେ ପୁଷି ବିଲେଇ
କି ଭଳି ସେଠାରେ ରାଣୀର ଛଇ ?
ଯୁବରାଣୀ ହେଲା ଘର ବୁଡ଼େଇ
ରାଣୀ ବସିଥିଲେ ମୁହଁ ଫୁଲେଇ ।
ପୁଷି ବିଲେଇରେ ପୁଷି ବିଲେଇ
ମନାଇଲୁ ତାଙ୍କୁ କି କଥା କହି?
କିଛି ନ କହି ମୁଁ ଆସିଲି ଫେରି
ବିଲାତ ଦେଶକୁ ଜୁହାର କରି।