• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଅନ୍ୟାନ୍ୟ»“ପ୍ରତିଭାଦୀପ୍ତ ଶିକ୍ଷକୀୟ ବ୍ୟକ୍ତିତ୍ୱ ଫକୀରମୋହନ ସେନାପତି”
ଅନ୍ୟାନ୍ୟ

“ପ୍ରତିଭାଦୀପ୍ତ ଶିକ୍ଷକୀୟ ବ୍ୟକ୍ତିତ୍ୱ ଫକୀରମୋହନ ସେନାପତି”

ଜଗନ୍ନାଥ ମହାନ୍ତିBy ଜଗନ୍ନାଥ ମହାନ୍ତିFebruary 19, 2020No Comments5 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

ଓଡ଼ିଆ ପଣ୍ଡିତ ହରେକୃଷ୍ଣ ପାଣିଗ୍ରାହୀ ନିମ୍ନପ୍ରାଥମିକ ଶ୍ରେଣୀରେ ଗଦ୍ୟ ପଢ଼ାଉଥିଲେ ଏହିପରି : ” କୈ।ଣସି ଦିନରେ କି କେହି ଅହ୍ନରେ, ଗୋଟିଏ କାଳ କି ଏକ ଗୋଟି ବୟସ, ଖଣ୍ଡିଏ ମାଂସ କି ଖଣ୍ଡିଏ ଫଳ ମୁଖରେ ଧରି କି ବଦନରେ ଧାରଣ କରି ଗୋଟାଏ ବୃକ୍ଷ କି ଏକଗୋଟା ମଢ଼ିରୁହ ଡାଳରେ କି ଶାଖାରେ ବସିଥିଲା କି ଇପବେଶନ କରିଥିଲା । ” ଏଭଳି ପାଠଦାନର ସମୟ ଥିଲା ୧୮୬୨ ମସିହା, ସ୍ଥାନ ବାଲେଶ୍ୱରସ୍ଥ ବାରବାଟୀ ସ୍କୁଲ୍, ଅଧ୍ୟାୟୀମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ ବ୍ରଜମୋହନ ଓରଫ ଫକୀରମୋହ୍ ନ ସେନାପତି । ସେ ଅବଶ୍ୟ ସେହି ଶ୍ରେଣୀର ବାର୍ଷିକ ପରିକ୍ଷାରେ ପ୍ରଥମ ହୋଇ ଉତ୍ତୀର୍ଣ୍ଣ ହେଲେ, ମାତ୍ର ଅନ୍ତର୍ନିହିତ ପ୍ରତିଭା, ଅଧ୍ୟବସାୟ ଓ ଅଧ୍ୟୟନ ବଳରେ ସେ ଏ ପ୍ରକାର ପାଠଦାନରର ଅସାରତା ତଥା ହାସ୍ୟସ୍କରତାକୁ ଉପଲବ୍ଧି କରିପାରିଥିବାରୁ କେବଳ ଶିକ୍ଷକ ଭାବରେ ସୁନାମ ଅର୍ଜନ କଲେ, ତାହା ନୁହେଁ, ସେ ଏକାଧିକ ପାଠ୍ୟପୁସ୍ତକର ରଚିୟତା । ଉନ୍ନତ ଓ ପରିଚ୍ଛନ ପଠନରୀତିର ପ୍ରୟୋଗ କରିପାରିଥିବା ହେତୁ ଅନତି ବିଳମ୍ବେ ସେ ସହକାରୀ ଶିକ୍ଷକ ପଦକୁ ଉନ୍ନୀତ ହେଲେ ଏବଂ ବାଲେଶ୍ବର ମିଶନ୍ ସ୍କୁଲ୍ ଫଳାଫଳ ଦୃଷ୍ଟିରୁ ଓଡିଶାରେ ସ ର୍ବ ଶ୍ରେଷ୍ଟ ବିବେଚିତ ହେଲା|ଏପରିକି ଗୋଟିଏ ବ ର୍ଷରେ ଚାରିଜଣ ଛାତ୍ର ସେ ସ୍କୁଲରୁ ପରିକ୍ଷା ଦେଇ ବୃତ୍ତିପ୍ରାପ୍ତ -ହେଲେ|ଏହାଥିଲା ଫକିର ମୋହ ନଙ୍କର ନିରବଚ୍ଛିନ୍ନ ଉଦ୍ଯମର ଫଳଶ୍ରୁତି |

ପିତା ଲକ୍ଷ୍ମଣ ଚରଣ ସେନାପତି ଓ ମାତା ତୁଳସୀ ଦେଇଙ୍କର ୨ୟ ପୁତ୍ର ଭାବେ ୧୮୪୩ ମସିହା ମକର ସଂକ୍ରାନ୍ତି ଶୁକ୍ରବାର ଦିନ ଭୂମିଷ୍ଟ ହୋଇ ଥିବା ଫକିର ମୋହ ନ ଶୈଶବରୁ ଥିଲେ ପିତୃମାତୃହୀନ|ପିତା ମହୀଙ୍କ କୋଳରେ ସେ ବଢିଥିଲେ|ମାତ୍ର ଚାରିଆଣା ଦରମା ଦେଇ ନପାରି ବିଦ୍ଯାଳୟ ଶିକ୍ଷକ ରୁ ବଂଚିତ ହୋଇ ଥିଲେ ହେଁ ତାଙ୍କୁ ସେ ଦିନର ଯେଉଁ ବିଦ୍ଯେତ୍ସାହୀ ସେକେଣ୍ଡ ମାଷ୍ଟର୍ ବାବୁ ଶ୍ରୀ ଶିବ ଚନ୍ଦ୍ର ସୋମାସେହି ସ୍କୁଲ୍ର ତୃତିୟ ଶକ୍ଷକ ପଦରେ ମାସିକ ଅଢେଇ ଟଙ୍କା ବେତନରେ ନିଯୁ କ୍ତି ଦେଇଥିଲେ ସେ ଯଥାର୍ଥରେ ଥିଲେ ଗୁଣଚିହ୍ନା ଗୁଣିଆ,ଏହା ଫକିର ମୋ ହ ନଙ୍କ ପରବର୍ତ୍ତୀ ଜୀବନ ଧାରା ଓ କୃତିତ୍ବମାନଙ୍କରେ ବ ହୁଭାବରେ ପ୍ରମାଣିତ ହୋଇଥିଲା |

ଓଡିଆ ପାଠ୍ଯପୁସ୍ପକର ଏକାନ୍ତ ଅଭାବ ସାଙ୍ଗକୁ ଅଣ ଓଡିଆ ବଙ୍ଗୀୟମାନଂକର ଓ ଡିଆ ସ୍ଥାନରେ ଓଡିଆ ବିଦ୍ଯାଳୟ ମାନଙ୍କରେ ବଙ୍ଗଳା ଚଳାଇବା ଲାଗି ସରକାରୀ ସ୍ତର ମାଧ୍ଯମରେ ପ୍ରବଳ ଉଦ୍ଯମ ଫକିର ମୋହ ନ ଙ୍କୁ ପାଠ୍ଯପୁସ୍ତକ ରଚନା ଦିଗରେ ପ୍ରଣୋଦିତ କରିବାରୁ ସେ ପ୍ରଥମେ ଈଶ୍ବରଚନ୍ଦ୍ର ବିଦ୍ଯାସାଗରଙ୍କ ବ ଙ୍ଗଳା “ଯିବନ ଚରିତ”କୁ ଓଡିଆରେ ଅନୁବାଦ କରି ୧୮୬୬ ରେ କଲିକତା ବ୍ଯାପ୍ ଟି ଷ୍ଟ ମିଶନ୍ ପ୍ରେସ୍ ରୁ ଛପାର ଆଣିଲେ|ତାଙ୍କର “ଭାରତ ବର୍ଷର ଇତିହାସ”୧ମ ଓ୨ୟ ଭାଗ ବାଲେଶ୍ବରର ଉତ୍କଳ ପ୍ରେସ୍ ରୁ ଯଥାକ୍ରମେ୧୮୬୯ଓ୧୮୭୦ ମସିହାରେ ପ୍ରକାଶ ଲାଭ କଲା|ଏହି ପୁସ୍ତକଦୁଇଟି ଛାତ୍ରବୃତ୍ତି ପରୀକ୍ଷା ନିମନ୍ତେ ପାଠ୍ଯପୁସ୍ତକ ଭାବେ କେବଳ ନିରୂପିତ ହୋଇନାହିଁ,ଏଥି ଲାଗି ଫକିରମୋହ ନ୍ସ୍କୁଲ୍ ଇନ୍ସ୍ ପେକ୍ଟରଙ୍କ ଠାରୁ ସାତଶହ ଓ କମିଶନରଙ୍କ ଠାରୁ ତିନି ଶହଟଙ୍କାପୁରସ୍କାର ପ୍ରାପ୍ତ ହୋଇଥିଲେ|ସେତେବେଳକୁ ମାସିକ ଦଶ ଟଙ୍କା ବେତନରେ ସେ ବାଲେଶ୍ବର ମିଶନ୍ ସ୍କୁଲର ପ୍ରଧାନ୍ ଶିକ୍ଷକ ହୋଇଥିଲେ|ଖିବା ବାହୁଲ୍ଯ ଫକିରମୋହ ନ୍ଙ୍କ ସ୍ବପ୍ରଦତ୍ତ ବିବରଣି ଅନୁସାରେ ସେତେବେଲେ ଟଙ୍କା ଟିଏ ଦେଲେଦେଢମହଣ ( ଅର୍ଥାତ୍ ଏକାଳର ପ୍ରାୟ୭୦ କିଲୋ) ଚା ଉଳ ମିଳୁଥିଲେ|ଏଥିରୁ ମନେ ହେବା ସ୍ବାଭାବିକ,ପ୍ରତିଭାବାନ ଶିକ୍ଷକ ଭାବେ ଫକିରମୋହ ନ ହୋଇପାରି ଥିଲେସାଧାରଣ ଦୃଷ୍ଟି ଆକର୍ଷଣକାରୀ|

ସେ ପାଠ୍ଯ କ୍ରମେ ପ୍ରଚଳିତ ସମୟ ବିଷୟିକ ପାଠଦାନରେ ନିଶ୍ଚିତ ଥିଲେ କୁଶଳୀ|ତାଙ୍କ ଦେଖିବାରୁ ପରେପରେ ଆତ୍ମ ପ୍ରକାଶ କରିଥିଲା”ବ୍ଯାକରଣ”ଓ”ଅଙ୍କମାଳା”|ସେ ଇତି ମଧ୍ଯରେ ବିଦ୍ଯାସାଗରଙ୍କ ‘ବ୍ଯାକରଣ କୌମୁଦୀ ‘ ଓ ‘ ଋଜୁ ପାଠ ‘ କୁ ଆୟତ୍ତ କରି ସଂସ୍କୃତ ଭାଷା ସାହିତ୍ଯ ଅଧ୍ଯୟନ କ୍ଷେତ୍ରରେ କିଛି ଦୂର ଅଗ୍ରସର ହୋଇଥିଲେ।ସେ ନିଜେ ତ ଥିଲେ ସାହିତ୍ଯରସିକ, ଅନ୍ଯ ଠାରୁ ସାହିତ୍ଯରସ ନିଷିକ୍ତ କରିବାରେ କି ଭଳି ପାରଙ୍ଗମ ଥିଲେ ନିମୋକ୍ତ ଘଟଣାରୁ ତାର ପରିଚୟ ମିଳେ ।

ବାଲେଶ୍ବର ମିଶନ୍ ସ୍କୁଲ୍ ଓ ବାଲେଶ୍ବର ବାଳିକା ମିଶନ୍ ସ୍କୁଲ୍ ସେତେବେଳେ ଗୋଟିଏ ବଡ ବଙ୍ଗଳାଘରେ ଚଳୁଥିଲା ।ମଝିରେ କେବଳ କାନ୍ଥଟିଏ ଥାଏ ବ୍ଯବଧାନ!।ସେଦିନ ଶିକ୍ଷାଦାନ ସମୟରେ ଶାରଦା ନାମ୍ନୀ ଜନୈକା ବାଳିକାକୁ କୌଣସି ପ୍ରୟୋଜନବୋଧରେ ଫକୀରମୋହ ନ ଆରପାଖ ଶ୍ରେଣୀରୁ ତାଙ୍କ ନିକଟ ପଠାଇବା ପାଇଁ ଶ୍ରେଣୀ ଶିକ୍ଷକ ବିଶ୍ବନାଥ ଶତପଥୀଙ୍କୁ ଛୋଟ କାଗଜରେ ଲେଖି ଜଣାଇଲେ । ଝିଅଟି ତ ଆସିଲା ନାହିଁ, ପତ୍ରବାହକ ସେ ପତ୍ରଟିକୁ ଫେରାଇ ଆଣିଲା ।ଫକୀରମୋହ ନ କାଗଜ ଖୋଲି ଦେଖିଲେ ସେଥରେ କେବଳ ଉତ୍ତର ସ୍ବରୂପ ଲେଖାଅଛି- “ଲଜ୍ଜାବତୀ ନେଚ୍ଛତି ତତ୍ର ଗନ୍ତୁମ୍ ” । ଫକୀରମୋହ ନ ବିଶ୍ବନାଥ ଶତପଥୀଙ୍କର ଆଶୁ କଚିତ୍ବ ,ଗାୟନ ପଟୁତା ଓ କଳାକର୍ମ ନିପୁଣତାରେ ଅତ୍ଯନ୍ତ ପ୍ରୀତ ଥିଲେ ।ତେଣୁ କାଗଜ କଣ୍ଡି ହାତରେ ଧରି ବାରଣ୍ଡାକୁ ଉଠିଯାଇ ଶତପଥୀଙ୍କୁ ଡାକି ଆଦେଶ ଦେବା ଭଙ୍ଗାରେ କହିଲେ “ଶୀଘ୍ର ଏହି କବିତାଟିର ପାଦ ପୂରଣ କର ।ଗୋଟିଏ ମାତ୍ର ଚରଣ ଲେଖି କବିତ୍ବ ଜଣାଇବ ପରା ?”ବିଶ୍ବନାଥ ସେଇଠି ଠିଆ ହୋଇ ସଙ୍ଗେ ସଙ୍ଗେ ପାଦପୂରଣ କଲେ-

“ଉତ୍ତୁଙ୍ଗ ବକ୍ଷାହି ନତମ୍ବ ଗୁର୍ବା

ନବୀନ ଧାରାଧର ଚାରୁକେଶା

ସଦୈବ ହାସ୍ଯାମୃତପୂର୍ଣ୍ଣ  ବକ୍ତ୍ରା

ଲଜ୍ଜାବତୀ ନେଚ୍ଚ୍ଛତି ତ୍ତ୍ର ଗନ୍ତୁମ୍ ।

ସ୍ବୟଂ ଫକୀରମୋହ୍ନ ଶ୍କୋକ ରଚନା କ୍ଷେତ୍ରରେ କିଭଳି ସୁଦକ୍ଷ ଥିଲେ “ଛ ମାଣ ଆଠଗୁଣ୍ଠ” ରେ ବାଡିମଙ୍ଗଳାଙ୍କ ସ୍ତୁତି ଓ ଚଂପାର ରୂପ ବର୍ଣଣନାରୁ ପାଠକ ସାଧାରଣ ତାହା ଅବଗତ ହୋଇଥାନ୍ତି । “ମାମୁଁ ” ଉପନ୍ଯାଷସର ପ୍ରତ୍ଯେକ ପରିଚ୍ଚ୍ଛେଦରେ ପ୍ରଦତ୍ତ ଶ୍ଳୋଜାବଳି, ଦାର୍ଶନିକ ଯୁକ୍ତିପ୍ରତିଯୁକ୍ତି ଏବଂ ଉପନିଷଦ ଅନୁବାଦରୁ ତାଙ୍କର ସଂସ୍କୃତ ଭାଷା-ସାହିତ୍ଯରେ ପ୍ରବେଶର ଗଭୀରତା କଳନା କରିହୁଏ ।ସେ ଆଖୁନ୍ଜୀଙ୍କ ଠାରୁ ଉର୍ଧହୁଭାଷା ଯେପରି ଶିକ୍ଷା କରିଥିଲେ ଇଂରାଜୀ ଫାଷ୍ଟବୁକ୍ ଅଫ ରିଡିଙ୍ଗ୍ରୁ ଇଂରାଜୀ ନିଜେ ନିଜେ ପଢି ଆରବିୟାନ୍ ନାଇଟ୍ସ୍,ରବିନ୍ସନ୍ କ୍ରୁଶୋ , ବେଙ୍ଗଲ ପେଜେଣ୍ଟ ଲାଇଫ୍ ଓ ବାଇବେଲ୍ ପ୍ରଭୃତି ପାଠ କରି ଇଂରାଜୀରେ ଚଳନକ୍ଷମ ଦକ୍ଷତା ସେହିପରି ଅର୍ଜନ କରିଥିଲେ ।ତ୍ତ୍କାଳୀନ ବାଲେଶ୍ବରରେ କଲେକ୍ଟର ବହୁ ଭାଷାବିଦ୍ ସୁବୁଦ୍ବାନ୍ ଜନ୍ ବୀମ୍ସ୍ଙ୍କ ସହ ଭାଷା-ସାହିତ୍ଯ ଆଲୋଚନାରେ ତାଙ୍କର ଉପସ୍ଥିତି ଲୋଡା ଯାଇଥିଲା ।ମନେହୁଏ ,ରସକଲ୍ଲୋଳ ସଂପର୍କରେ ବୀମ୍ସ୍ ଏସିଆଟିକ୍ ସୋସାଇଟୀ ଜର୍ଣ୍ଠାଲ୍ରେ ଯେଉଁ ପାଣ୍ଠିତ୍ଯପୂର୍ଣ୍ଠ ସାମାଲୋଚନା ଲେଖିଥିଲେ ସେଥିପାଇଁ ଫକୀରମୋହ୍ନଙ୍କ ସହ ତାଙ୍କର ଆଲୋଚନା ଅବଶ୍ଯ ସାହାଯ୍ଯକାରୀ ଲେଖିଥିବ ।

ଆମ ଦେଶରେ ଆଧୁନିକ ଶିକକ୍ଷା ବିସ୍ତାର ଉଦ୍ଯମାନଂକର ମୂଳଭୂତ ରୂପେ ଜଣେ ଜଣେ ଖ୍ଯାତନାମା ଶିକ୍ଷକଙ୍କର ନିଃସ୍ବାର୍ଥପର ପ୍ରଚେଷ୍ଟା , ପ୍ରଭୃତ ବ୍ଯକ୍ତିଗତ ଶ୍ରମ ଓ ସାଧନା ଯେପରି କାର୍ଯ୍ଯକାତୀ ହୋଇ ଏକ ସ୍ବନାମଧନ୍ଯ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠା ଘଟାଇଥିବା ସଚାରାଚର ଦେଖାଯାଇଥାଏ ବୋଧହୁଏ ତାହାର ପ୍ରାରମ୍ବ ଘଟିଥିଲା ଫକୀରମୋହ୍ନଙ୍କ ଠାରୁ ।ଶିକ୍ଷକ ଭାବରେ ତାଙ୍କର ଜନସାଧାରଣରେ ଯେଉଁ ବ୍ଯକ୍ତିତ୍ବ ସେ ସମୟରେ ମାନ୍ଯତାପ୍ରପ୍ତ ହୋଇଥିଲା ତା’ର ସଦୁପ୍ଯୋଗ ସେ ବିଭିନ୍ନ କ୍ଷେତ୍ରରେ ଯଥା ପ୍ରିଣ୍ଟିଂପ୍ରେସ୍ ସ୍ଥାପନ , ବୋଧଦାୟିନୀ ଓ ବାଲେଶ୍ବର ସମ୍ବାଦବାହିକା ସଂପାଦନ ତ୍ଥା ପ୍ରକାଶନା ଇତ୍ଯାଦିରେ ଯେପରି କରିଥିଲେ ମଫସଲ ଅଞ୍ଚଳରେ ସ୍କୁଲ୍ ସ୍ଥାପନ କରାଇ ଓଡିଆ ଭାଷାର ବହୁଳ ପ୍ରସାର ପଥ ସେହିପରି ସୁଗମ କରାଇଥିଲେ ।ରେମୁଣା ଗ୍ରାମର କାୟସ୍ଥପଲ୍ଲୀ ନିକଟରେ ଯେଉଁ ସ୍କୁଲ୍ଟି ଗଢି ଉଠିଥିଲା , ତାହା ଫକୀରମୋହ୍ନଙ୍କର ବ୍ଯକ୍ତିଗତ ଉଦ୍ଯମ ଓ ମହାରାଜ ବୈଉଣ୍ଠନାଥ ସେହି ସ୍କୁଲ୍ଟିର ବାର୍ଷିକ ବ୍ଯୟଭାର ୩୦୦ ଟଂକା ଏକ୍କାଳୀନ ତାଙ୍କ ହସ୍ତରେ ଦେଇଥିଲେ ।

ଆମଦେଶରେ ବହୁ କୃତବିଦ୍ଯ ,ସଦୁଦ୍ଯମୀ ଓ ସଂଗଠନପ୍ରାଣ ଶିକ୍ଷକମାନଙ୍କର ଅଭୁ୍ଯଦୟ ଘଟି ଆସିଛି, ମାତ୍ର ଶିଁକ୍ଷକତା ବୃତ୍ତିଲବ୍ଧ ଅଭିଜ୍ଞତାକୁ କାଳଜୟୀ ସାହିତ୍ଯ କୃତିରେ ବିନିଯୋଗ ପୂର୍ବକ ‘ରେବତୀ ‘ “ରାଣ୍ଡିପୁଅ ଅନନ୍ତା ‘ ଭଳି ଗଳ୍ପ ଓ ‘ମୁଁ ହାଟ ବାହୁଡା ‘ ଭଳି ଏକାନ୍ତ ସରସ ତ୍ଥା ମର୍ମସ୍ପର୍ଶୀ କବିତା ରଚନା ଫକୀରମୋହ୍ନଙ୍କ ଦ୍ବାରା ହିଁ ସମ୍ବବ ହୋଇଛି ।ତାଙ୍କ ଜୀବଙ୍କାଳର ମାତ୍ର ନାବର୍ଷ ପ୍ରତ୍ଯକ୍ଷଭାବେ ଶିକ୍ଷକତା ବୃତିକୁ ବରଣ କରିଥିଲେ ହେଁ ଆଧୁନିକ ଓଡିଆ କଥା ସାହିତ୍ଯର ଯୁଗସ୍ରଷ୍ଟା ଜଙ୍କ ସରସ୍ବତୀ ଫକୀରମୋହ୍ନ କାଳକାଳକୁ ଦିଗ୍ଦ୍ରଷ୍ଟା ଶିକ୍ଷକ ଭାବରେ ଓଡିଆମାନଙ୍କ ସ୍ମୃତିକୋଷରେ ସଂଜୀବିତ ରହିଛନ୍ତି ।

Jaganath Mohanty Books Jaganath Mohanty odia Story Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleବର୍ଣ୍ଣବୋଧ
Next Article ଅମୃତମୟ ସୃଷ୍ଟିର ଅନନ୍ୟ ଦ୍ରଷ୍ଟା ଶିକ୍ଷକ ମଧୁସୂଦନ ରାଓ
ଜଗନ୍ନାଥ ମହାନ୍ତି

Related Posts

ଅଭିନବ ବିବାହ

March 16, 2023

ବୋକା ନା ବିବେକୀ?

March 1, 2023

ଘୋରକର ଉଦାରତା

February 1, 2023

ମହାଭାରତ

January 26, 2023

ମହାରାଜାଙ୍କ କଳା

December 21, 2022

ଶକରକନ୍ଦ

December 12, 2022
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.