• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»paramartha bidya
ଗଳ୍ପ

paramartha bidya

Liza SBy Liza SOctober 1, 2022No Comments6 Mins Read
Facebook Twitter Pinterest Reddit LinkedIn Tumblr Email
paramartha bidya
paramartha bidya
Share
Facebook Twitter Pinterest Reddit Email

ଗୋଟିଏ ଗ୍ରାମରେ ବିଜୟ ନାମରେ ଏକ ଲମ୍ବାଚୌଡା ଓ ଭଲ ସ୍ୱାସ୍ଥ୍ୟ ଥିବା ଯୁବକ ଥିଲା । ଯେତେଦିନ ମା’ ବାପା ଜୀବିତ ଥିଲେ ତା’ର କୌଣସି ଚିନ୍ତା ନଥିଲା । ସେମାନେ ହଠାତ୍ ମରିଯିବା ପରେ ସେ ଉପଲବ୍ଧି କଲା ଯେ ଧନ ଅର୍ଜ୍ଜନ କରିବା ଏକ ବଡ ସମସ୍ୟା । କ୍ରମେ ଘରେ ଥିବା ଧନ ସରୁଥାଏ । ବିଜୟ ସବୁ ପ୍ରକାର ବେପାର କଲା କିନ୍ତୁ ସେ ପାରିଲା ନାହିଁ । ଅବଶେଷରେ ଗ୍ରାମ ସୀମାନ୍ତରେ ରହୁଥିବା ଜଣେ ସାଧୁଙ୍କ ପାଖକୁ ସେ ଗଲା ।

ସେତେବେଳେ ତ ସେ ସାଧୁ ଜଣକ ଧ୍ୟାନରେ ବସିଥା’ନ୍ତି । ସେ ଯାଇ ସାଧୁଙ୍କଠାରୁ କିଛି ଦୂରରେ ହାତ ଯୋଡି ଠିଆ ହେଲା । ଧ୍ୟାନ ଭାଙ୍ଗୁ ଭାଙ୍ଗୁ ସାଧୁଙ୍କ ଆଖି ସିଧା ବିଜୟ ଉପରେ ପଡିଲା । ସେ ପଚାରିଲେ, “ତମେ କ’ଣ ଚାହଁ?”

ବିଜୟ ସେ ସାଧୁଙ୍କୁ ପ୍ରଣାମ କରି ନିଜର ଦୁଃଖ ସବୁ ସାଧୁଙ୍କୁ କହିଲା । ସାଧୁ କିଛି ସମୟ ମୌନ ରହି କହିଲେ, “ବତ୍ସ, ମୁଁ ତୁମକୁ ଧନ ଦେବି ନାହିଁ, କିନ୍ତୁ ଜୀବିକା ନିର୍ବାହ କରିବା ପାଇଁ ଦରକାର ଧନ ଅର୍ଜ୍ଜନ କରିବା ପାଇଁ ତୁମକୁ କିଛି ବିଦ୍ୟା ଶିଖାଇ ଦେବି ।”

ବିଜୟ କହିଲା, “ଅନ୍ଧ କ’ଣ ମାଗେ? ମାତ୍ର ଦୁଇଟି ଆଖି । ବେଶ୍ । ସେତିକି କୃପା ମୋ ପାଇଁ ଯଥେଷ୍ଟ ।”

ସାଧୁ କହିଲେ “ମୁଁ ତୁମକୁ ଏପରି ଏକ ବିଦ୍ୟା ଶିକ୍ଷା ଦେବି ଯଦ୍ୱାରା ମାଟିତଳେ ଲୁପ୍ତ ଥିବା ଧନ ତୁମକୁ ଦେଖାଯିବ । କିନ୍ତୁ ସ୍ୱାର୍ଥ ପାଇଁ ଏ ବିଦ୍ୟାକୁ ଉପଯୋଗ କଲେ ସେ ଶକ୍ତି ତୁମଠାରୁ ଦୂରେଇ ଯିବ ।”

ତା’ପରେ ସେ ତାଙ୍କ କମଣ୍ଡଳରୁ କିଛି ପାଣି ତା’ ଉପରେ ପକାଇଲେ ଓ କିଛି ମନ୍ତ୍ର ବୋଲି ଦଣ୍ଡଟିରେ ତା’ର ଆଖି ସ୍ପର୍ଶ କଲେ । ଏବେ ସେ କହିଲେ, “ବତ୍ସ, କହିପାରିବ ବର୍ତ୍ତମାନ ତୁମେ ଯେଉଁଠି ଠିଆ ହୋଇଛ ତୁମ ପାଦତଳେ ଭୁଗର୍ଭରେ କ’ଣ ଅଛି?”

ବିଜୟ ତା’ ପାଦ ପାଖରେ ଥିବା ଜମିକୁ ଦେଖି କହିଲା, “ଏଠାରେ ମାଟିର କେତେକ ସ୍ତର ରହିଛି ତା’ପରେ ଜଳ ରହିଛି ।”

ସାଧୁବାବା କହିଲେ “ଏବେ ତୁମେ ଏଠୁ ଯାଇପାର । କିନ୍ତୁ ଭଲଭାବରେ ମନେରଖ ଯେ ସ୍ୱାର୍ଥ ପାଇଁ କେବେବି ଏ ବିଦ୍ୟା ପ୍ରୟୋଗ କରିବ ନାହିଁ ।”

ବିଜୟ କୃତଜ୍ଞତା ପୂର୍ବକ ସେ ସାଧୁଙ୍କ ଚରଣସ୍ପର୍ଶ କରି ତାଙ୍କୁ ପ୍ରଣାମ କଲା ଓ କୌଣସି ଦୂର ସ୍ଥାନକୁ ଯିବା ଉଦ୍ଧେଶ୍ୟରେ ସେ ବାହାରିଲା । ଯାଉ ଯାଉ ଗୋଟିଏ ଜଙ୍ଗଲ ପଡିଲା । ଦେଖିଲା ଦଳେ ଲୋକ ଜଙ୍ଗଲ ଭିତରୁ ବାହାରି କୁଆଡେ ଚାଲିଛନ୍ତି । ହଠାତ୍ ବିଜୟ ପାଟିକଲା, “ରହିଯା’ନ୍ତୁ, ଆଗକୁ ଯାଆନ୍ତୁ ନାହିଁ ବିପଦ ।”
ଏହା ଶୁଣି ସେଇଠି ସେମାନେ ଅଟକିଗଲେ କିନ୍ତୁ କିଛି ବୁଝିପାରିଲେ ନାହିଁ । ବିଜୟ ତାଙ୍କୁ ବୁଝାଇ ଦେଲା, “ଆଉ ଟିକିଏ ଆଗକୁ ଯାଇଥିଲେ ମାଟିଥିଲେ ପଙ୍କ ରହିଛି ଆପଣମାନେ ଶୁଖିଲା ମାଟି ଭାବି ସେଇଠି ପାଦ ଦେଇ ପଙ୍କରେ ଡୁବିଥା’ନ୍ତେ ।”

ସେମାନେ ଆଶୁବିପଦ କଥା ଜାଣି ବିଜୟକୁ କୃତଜ୍ଞତା ଜଣାଇଲେ । କିନ୍ତୁ ଜଣେ ଆଶ୍ଚର୍ଯ୍ୟ ହୋଇ ପ୍ରଶ୍ନ କଲା, “ତମେ ଏସବୁ କିପରି ଜାଣି ପାରିଲ?”

ବିଜୟ କହିଲା “ସବୁକଥା କ’ଣ ସମସ୍ତେ ଜାଣିପାରିବେ? ସେଇଟା କେବଳ କୌଣସି ସିଦ୍ଧଙ୍କ କୃପାରୁ ହୋଇଥାଏ ।” କିନ୍ତୁ ଉକ୍ତ ବ୍ୟକ୍ତିଟି ବିଜୟ କଥାରେ ଅବିଶ୍ୱାସ କରି ତା’ ସହଯାତ୍ରୀମାନଙ୍କୁ କହିଲା, “ଏସବୁ ବାଜେ କଥା । ଆଗରେ କିଛିବି ନାହିଁ ଆସ ଦେଖିବା ।” ଏହା କହି ସେ ଆଗକୁ ଆଗେଇଗଲା । ଟିକିଏ ଆଗକୁ ଯାଇ ସେ ସିଧା ପଙ୍କ ଭିତରେ ଗଳି ପଡିଲା । ଅନ୍ୟ ଯାତ୍ରୀମାନେ କୌଣସି ମତେ ତାକୁ ଦଉଡି ସାହାଯ୍ୟରେ ସେହି ସ୍ଥାନରୁ ଉଠାଇଲେ । ପରେ ସମସ୍ତେ ବିଜୟକୁ ଧନ୍ୟବାଦ ଦେଲେ ଓ କିଛି ମୋହର ଦେଇ ସେମାନେ ସେଠୁ ଚାଲିଗଲେ ।

ତା’ପରେ ବିଜୟ ସେ ଜଙ୍ଗଲ ପାରି ହୋଇ ଆଉ ଗୋଟିଏ ଗ୍ରାମରେ ଯାଇ ପହଁଚିଲା । ରାସ୍ତା କରରେ ଗୋଟିଏ କୁଟୀର ମଧ୍ୟରୁ ଶିଶୁର କ୍ରନ୍ଦନ ଧ୍ୱନି ବିଜୟ ଶୁଣି ପାରିଲା । ଆଉ ସେ ଛୁଆଟିର ମା’ କାନ୍ଦି କାନ୍ଦି କହୁଥାଏ, “ଆହା କେତେଦିନ ହେବ ମୋ ଛୁଆ ଭୋକରେ ଅଛି । ମୁଁ ଏବେ ତାକୁ କ’ଣ ଦେବି ।

ବିଜୟ ଏକଥା ଶୁଣି ସେହି ଛୋଟ ଘରେ ପଶି ଯାତ୍ରୀମାନଙ୍କଠାରୁ ପାଇଥିବା ରୂପାର ମୁଦ୍ରା ସବୁକୁ ସେହି ସ୍ତ୍ରୀ ଲୋକକୁ ଦେଲା । ଏତକ ଦେଇ ସେଠାରୁ ସେ ଫେରି ଆସିବା ବେଳେ ପ୍ରାୟ ଚିତ୍କାର କରି ସେ କହି ଉଠିଲା, “ଆରେ ତୁମ ଘରେ ତ ନିଜେ ଲକ୍ଷ୍ମୀ ଅଛନ୍ତି, ଆଉ ତୁମେ ଏ ଛୁଆକୁ ଖାଇବାକୁ ଦେଇ ପାରୁନ?”

ବିଜୟ କଥାରେ ସେ ସ୍ତ୍ରୀ ଲୋକଟି ତା’ ଆଖିରୁ ଲୁହ ପୋଛୁ ପୋଛୁ କହିଲା, “ଆମର ଦାରିଦ୍ର୍ୟ ଉପରେ ଏପରି କଥା କାହିଁକି କହୁଛ ଭାଇ?”

ବିଜୟ ବିଶ୍ୱାସ ଦେଇ କହିଲା “ଭଉଣୀ ମୁଁ ଯାହା କହୁଛି ସତ କଥାହିଁ କହୁଛି । ଏବେ ତୁମ ଦୁଆର ବନ୍ଧ ତଳେ ଖୋଳି ଦେଖ ଗୋଟିଏ କଂସା ପାତ୍ରରେ ଅନେକ ସୁନା ମୋହର ଅଛି । ଏବେ ତ ତମେ ସୁନାର ତାଟିଆରେ ତମର ଏ ଛୁଆକୁ ଦୁଧଭାତ ଖୁଆଇ ପାରିବ ।”

ଏହାପରେ ସେ ସ୍ତ୍ରୀ ଲୋକଟି ବିଜୟର କଥା ପରଖିବା ପାଇଁ ସେଠାରେ ଖୋଳି ଦେଖିଲା ସତରେ ସୁନା ମୋହର ପୂର୍ଣ୍ଣ କଂସାପାତ୍ରଟିଏ ତହିଁରୁ ବାହାରିଲା । ସ୍ତ୍ରୀ ଲୋକଟି ଅତି ଆନନ୍ଦ ହୋଇଗଲା ଓ ସେହି ସ୍ୱର୍ଣ୍ଣମୁଦ୍ରାରୁ କିଛି ବିଜୟକୁ ଦେଲା ।

ଏଇପରି ଭାବରେ ବିଜୟ ଗ୍ରାମରୁ ଗ୍ରାମାନ୍ତର ବୁଲି ବୁଲି ଲୋକମାନଙ୍କୁ ସେମାନଙ୍କ ଗୁପ୍ତ ଧନ ସମ୍ପତ୍ତି ପାଇବାରେ ଅନେକ ସାହାଯ୍ୟ କରୁଥିଲା । ସେଥିରୁ ତାକୁ ଯାହା ପାରିଶ୍ରମିକ ମିଳୁଥିଲା ସେଥିରେ ସେ ବହୁତ ଆନନ୍ଦରେ ଚଳୁଥାଏ ।

ଥରେ ଗୋଟିଏ ଗ୍ରାମ ପାଖରେ ଥିବା ଚାଷ ଜମିରେ ସେ ବୁଲୁ ବୁଲୁ ଗୋଟିଏ ସୁନା ମୋହର ଭରା ପାତ୍ର ହାତେ ଗଭୀର ମାଟି ତଳେ ଥିବାର ସେ ଠିକ୍ ଜାଣି ପାରିଲା । ସେ ଜମିଟି ଦୁଇ ଭାଇଙ୍କର ଥିଲା । ସେମାନେ ସେତିକି ଜମିରୁ ଯାହା ପା’ନ୍ତି ବହୁ କଷ୍ଟରେ କୌଣସି ମତେ ଚଳିଯା’ନ୍ତି । ସେ ଦୁଇ ଭାଇଙ୍କ ଭିତରେ ଖୁବ୍ ଭଲ ସମ୍ପର୍କ ଥାଏ । ବିଜୟ ଦେଖିଲା ଦୂରରେ ସାନଭାଇଟି ହଳ ବୁଲାଉଛି । ତେଣୁ ସେ ତାକୁହିଁ ନିଜ ପାଖକୁ ଡାକି ପୋତା ସମ୍ପତ୍ତି ଥିବାର ଖବର ଦେଇ ସେଠାରୁ ସେ ଚାଲିଗଲା ।

ସାନଭାଇ ମନରେ ଟିକିଏ ଲୋଭ ହୋଇଗଲା । ସେ ତା’ ମନେ ମନେ ଭାବିଲା କି ରାତିରେ ସମସ୍ତେ ଶୋଇ ପଡିଲେ ସେ ଲୁଚି ଲୁଚି ଯାଇ ଖୋଳିବ । ନହେଲେ ବଡଭାଇ ଜାଣିନେବ । ରାତି ହେବାରୁ ସାନଭାଇ କୋଡିକୋଦାଳ ଧରି ଚାଲିଗଲା । ବଡଭାଇର ଟିକିଏ ସନ୍ଦେହ ହେଲା । ଏଣୁ ସେ ମଧ୍ୟ ଲୁଚି ଲୁଚି ସାନଭାଇର ପିଛା କଲା ।

ବହୁ ପରିଶ୍ରମ ପରେ ଯେତେବେଳେ ସାନଭାଇ ସୁନା ମୋହର ଭରା ପାତ୍ରଟି ପାଇଲା, ତତ୍କ୍ଷଣାତ୍ ବଡଭାଇ ଆସି ତା’ର ଭାଗ ମାଗିଲା । ସାନଭାଇ ଦବାପାଇଁ ନାରାଜ ହେଲା । ଦୁହେଁ ଝଗଡା କଲେ ଓ ଶେଷରେ ମରାମରି ହୋଇ ଦୁହେଁ ବେହୋସ ହୋଇ ପଡିଲେ । ସକାଳ ହେବାରୁ ଗ୍ରାମବାସୀମାନେ ସେ ଦୁହିଁଙ୍କୁ ସେବାଯତ୍ନ କରି ବହୁତ କଷ୍ଟରେ ସଚେତନ କରାଇଲେ । ବିଜୟ ପାଖ ଗ୍ରାମରେ ଥାଇ ଏକଥା ଶୁଣି ବହୁତ ଦୁଃଖିତ ହେଲା । ସେ ଭାବିବାକୁ ଲାଗିଲା ଯେ ଏପରି ବିଦ୍ୟାର କି ମୂଲ୍ୟ ଯଦ୍ୱାରା ପରସ୍ପର ମଧ୍ୟରେ ବିଦ୍ୱେଷ ଭାବ ସୃଷ୍ଟି ହେଉଛି । କାରଣ ସେ କେବେବି ଚାହୁଁ ନଥିଲା କି ତା’ରି ବିଦ୍ୟା ଦ୍ୱାରା ଅନ୍ୟର କିଛି ହାନୀ ହେଉ ।

ସେ ଭାବିଲା ଆଗରୁ ଦୁଇଭାଇ କେତେ ଆନନ୍ଦରେ ଚଳୁଥିଲେ । ଯଦି ସେ ସାନଭାଇଙ୍କୁ ସୁନା ମୋହର କଥା କହି ନଥା’ନ୍ତା ତେବେ ଏତେ ଗୋଳମାଳ ଆଦୌ କେବେବି ହୋଇ ନଥା’ନ୍ତା । ବିଜୟର ନିଜ ବିଦ୍ୟା ପ୍ରତି ଘୃଣା ଆସିଲା । ସେ କ’ଣ କରିବ ବୋଲି ଭାବିପାରୁ ନଥିଲା ।

ପରେ ସେ ତା’ ନିଜ ଗ୍ରାମକୁ ଫେରି ଯାଇ ସାଧୁଙ୍କ ପାଖରେ ସବୁ କଥା ନିବେଦନ କଲା । ସାଧୁ କିଛି ସମୟ ପାଇଁ ଆଖି ବନ୍ଦ କଲେ । ତା’ପରେ ଆଖି ଖୋଲି ସେ କହିଲେ, “ବତ୍ସ, ତୁ ନିଜର ଜୀବିକା ନିର୍ବାହ ପାଇଁ ଏପର୍ଯ୍ୟନ୍ତ ମଧ୍ୟ କୌଣସି କାର୍ଯ୍ୟ କଲୁନାହିଁ । ଏହି ଅଲୌକିକ ବିଦ୍ୟାରୁ ମିଳୁଥିବା ଧନରୁହିଁ ଚଳୁଛୁ । ସେଥିପାଇଁ ଆଜି ତୋ ମନରେ ଅଶାନ୍ତି ଦେଖା ଦେଇଛି ।”

ବିଜୟ କହିଲା “ବାପା, ମୁଁ ଏହି ବିଦ୍ୟା ଦ୍ୱାରା ଜୀବିକା ନିର୍ବାହ କରିବାକୁ ଆଉ ଚାହୁଁନାହିଁ । କିନ୍ତୁ କି କାମ କରିବି ସେକଥା ମଧ୍ୟ ମୋତେ ଜଣା ନାହିଁ ।”

“ତମେ ଗୋଟିଏ କାମ କର । ନିଜ ସ୍ୱାର୍ଥରେ ଲାଗିଲା ଭଳି କିଛି ଧନ ଏଇ ବିଦ୍ୟା ଦ୍ୱାରା ଅର୍ଜ୍ଜନ କର । ତାହାହେଲେ ଯାଇ ଏଇ ବିଦ୍ୟାଟି ଆପେ ଆପେ ତୁମ ହାତରୁ ଚାଲିଯିବ । ଏବେ ଦ୍ୱିତୀୟ କଥା ତୁମ ଜୀବିକା ନିର୍ବାହର ସତ୍ପନ୍ଥା । ଏଇ ବିଦ୍ୟା ପ୍ରୟୋଗ କରି ଯେଉଁ ଧନ ଲାଭ କରିବ ସେଇଥିରେ ବ୍ୟବସାୟଟିଏ ଆରମ୍ଭ କର ଓ କିଛି ଜମି କିଣି ପକାଅ ।”

ବିଜୟ ସାଧୁଙ୍କ ଆଶିର୍ବାଦ ନେଇ ପ୍ରସନ୍ନତା ପୂର୍ବକ ସେଠାରୁ ଚାଲିଗଲା । ଗାଁ ମୁଣ୍ଡରେ ଥିବା ଜମି ଗୁଡିକ ଉପରେ ସେ ବୁଲି ଦେଖିଲା । ହଠାତ୍ ସେ ଜାଣିପାରିଲା ଯେ ତା’ ପାଦତଳ ମାଟିତଳେ ସୁନା ମୋହର ପୂର୍ଣ୍ଣ ଗରା ଅଛି । ସେ ସବୁକୁ ନେଇ ଛୋଟ ଛୋଟ ବ୍ୟବସାୟ ସେ ଆରମ୍ଭ କଲା । କିଛିଦିନ ପରେ ସେ ଅନୁଭବ କଲା ଯେ ପରିଶ୍ରମ ସବୁଠାରୁ ବଳି ଅଲୌକିକ ବିଦ୍ୟା । କାରଣ ଏହା କାହାର ମଧ୍ୟ କ୍ଷତି କରିବ ନାହିଁ ।

New odia story Odia Gapa Odia Story
Share. Facebook Twitter Pinterest LinkedIn Tumblr Reddit Email
Previous ArticleManasika byadhi
Next Article Kutaniti
Liza S

Related Posts

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023

ବନ୍ଧୁମିଳନ

March 25, 2023

ବୀଣାର ବିବାହ

March 24, 2023

ପଦବୀର ବଳ

March 23, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.