• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଅନ୍ୟାନ୍ୟ»ପାଇକ ନେତା ଦାନୀ ଦଳବେହେରା
ଅନ୍ୟାନ୍ୟ

ପାଇକ ନେତା ଦାନୀ ଦଳବେହେରା

ଜଗନ୍ନାଥ ମହାନ୍ତିBy ଜଗନ୍ନାଥ ମହାନ୍ତିFebruary 17, 2020No Comments5 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

୧୮୦୩ ମସିହା । ଇଂରେଜମାନେ କଳେବଳେ କୌଶଳେ ସେତେବେଳେ ଓଡ଼ିଶାର ରାଜଧାନୀ ଖୋରଧା ଅଧିକାର କଲେ । ତା ପରବର୍ଷ ରାଜା ମୁକୁନ୍ଦ ଦେବଙ୍କୁ ଗାଦିରୁ ବାହାର କରି- ଦେଲେ। ତାଙ୍କୁ ମଧ୍ୟ ବିଦ୍ରୋହୀ ବୋଲି ଘୋଷଣା କଲେ। ପାଇକମାନେ ଏଭଳି ଅବସ୍ଥାରେ ଚୁପ୍ ହୋଇ ରହୁଛନ୍ତି କେତେକେ? ସଦାବେଳେ ଖୋରଧା ଅଞ୍ଚଳରେ ଅଶାନ୍ତି ଲାଗି ରହିଲା। ଫଳରେ ଇଂରେଜମାନେ ଖୋରଧାକୁ ସିଧାସଳଖ ଶାସନ କଲେ। ଖୋରଧା ମୁଲକ ହେଲା କମ୍ପାନୀର “ଖାସ ମାହାଲ”।

ମେଜର ଫ୍ରେଚର ସାହେବ ଖୋରଧାର ଶାସକ ଭାବରେ ନିଯୁକ୍ତି ପାଇଲେ। ସେ ଭାରି କଡା ଥିଲେ। ସେ ୧୮୦୪ରେ ବନ୍ଦୋବସ୍ତ କରି ସବୁ ଜମିବାଡି ଉପରେ ଖଜଣା ବସାଇଲେ। ନିଜ ସୁବିଧା ପାଇଁ ଜାଗିରି ପ୍ରଥା ଉଠାଇ ଦେଲେ। ତେଣୁ ଖୋରଧା ମୁଲକରେ ଭୟ ଆଉ ଅଶାନ୍ତିର ନିଆଁ ଦୁକୁଦୁକୁ ହୋଇ ଜଳି ଉଠିଲା।

ପୁଣି…….

୧୮୦୭ ମସିହାରେ ଓଡିଶାର ପୁରୀ, କଟକ ଓ ବାଲେଶ୍ୱରର ବହୁ ଜମିଦାରୀ କଲିକତାରେ ନିଲାମ ହେଲା। ବଙ୍ଗାଳୀ ଆଉ ପଠାଣମାନେ ଚକ୍ରାନ୍ତ କରି ସେସବୁ ହାତ କଲେ । ଚିଲିକା ଆଉ ବଙ୍ଗୋପସାଗରରୁ ଲୋକେ ଅଜା ଜେଜେ ଅମଳରୁ ଯେଉଁ ଲୁଣମାରି ଆସୁଥିଲେ, ଇଂରେଜମାନେ ତାକୁ ବନ୍ଦ କରିଦେଲେ । ଯେଉଁ ତନ୍ତୀମାନେ ସରୁ ଆଉ ସୁନ୍ଦର ଲୁଗାପଟା ବୁଣୁଥିଲେ ଇଂରେଜମାନେ ସେଥିରେ ବି ବାଧାଦେଲେ । ସେମାନଙ୍କର ଅତ୍ୟାଚାର ଆଉ ଅବିଚାର ଦିନକୁ ଦିନ ବଢିବାରେ ଲାଗିଲା ।

ଏହାରି ବିରୁଦ୍ଧରେ ଓଡିଆ ପାଇକମାନେ ଯୂଦ୍ଧ ଘୋଷଣା କଲେ ୧୮୧୭ ମସିହାରେ । ମାର ବା ମର – ଏହା ହେଲା ସେମାନଙ୍କର ଶପଥ । ଇଂରେଜମାନଙ୍କ ଅତ୍ୟାଚାରକୁ ସେମାନେ ଆଉ ମୁଣ୍ଡ ପାତି ସହି ପାରିଲେ ନାହିଁ । ସେମାନଙ୍କର ତାଜାରକ୍ତ ଆହୁରି ତେଜି ଉଠିଲା । ପାଗଳ ହାତୀ ପରି ସେମାନେ ମାତି ଗଲେ ।

ଖୋରଧା ପାଇକ ବୀରମାନଙ୍କର ନେତା ହେଲେ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର । ଏହି ଆନ୍ଦୋଳଙ୍କୁ ପାଇକ ବିଦ୍ରୋହ ବା ପାଇକ ଆନ୍ଦୋଳନ ବୋଲି ଇତିହାସରେ କହିଲେ ହେଁ, ଏହାହିଁ ସତରେ ଭାରତର ପହିଲି ସ୍ୱାଧୀନତା ଲଢେଇ ।

ଇଂରେଜମାନଙ୍କ ଆଧୁନିକ ଅସ୍ତ୍ର ଶସ୍ତ୍ର ପାଖରେ ଓଡିଶା ପାଇକମାନଙ୍କର ପୁରୁଣାକାଳିଆ ହାତ ହତିଆର ଟେକି ପାରିଲା ନାହିଁ । ବିଦ୍ରୋହ ବିଫଳ ହେଲା । ବକ୍ସି ଧରା ପଡିଲେ । ୧୮୨୫ରୁ ୧୮୨୯ ଯାଏ ଇଂରେଜମାନେ ତାଙ୍କୁ ନଜରବନ୍ଦୀ ଭାବରେ ରଖିଥିଲେ । ସେତେବେଳେ ସେ କଟକର ଯେଉଁ ଅଞ୍ଚଳରେ ରହୁଥିଲେ, ଏବେ ତାକୁ ବକ୍ସି ବଜାର କୁହାଯାଉଛି । ବାଣପୁରର କୃତ୍ତିବାସ ପାଟଶାଣୀ, ପିଣ୍ଡିକି ବାହୁବଳେନ୍ଦ୍ର ଆଦି ବୀରମାନଙ୍କୁ ଇଂରେଜମାନେ କଳାପାଣିକୁ ପଠାଇଲେ । ଖୋରଧାର ଜୟୀ ରାଜଗୁରୁ ଫାଶି ପାଇଲେ । କେହି ହାତ ହତିଆର ଧରି ପାରିବେ ନାହିଁ ବୋଲି ଇଂରେଜ ସରକାର ଜଣାଇ ଦେଲେ । ଖୋରଧା ଅଞ୍ଚଳରେ ମଶାଣିର ଶାନ୍ତି ବିରାଜମାନ ହେଲା । କିନ୍ତୁ ମଶାଣିର ପାଉଁଶ ଗଦା ତଳେ ନିଆଁ ଝୁଲ ପରି ଅଶାନ୍ତି ଦକ୍ ଦକ୍ ହୋଇ ଜଳୁଥିଲା । ଇଂରେଜମାନେ ଏଇ ବିଦ୍ରୋହକୁ ପୁରାପୁରି ଦମନ କରିବା ପାଇଁ ରବର୍ଟ କେର୍ ଓ ତାଙ୍କ ପରେ ଉଇଲକିନ୍ ସନ ସାହେବଙ୍କୁ ଖୋରଧାର ମାଜିଷ୍ଟ୍ରେଟ୍ ଭାବରେ ନିଯୁକ୍ତ କଲେ। ୧୮୧୯ରେ ଇଂରେଜମାନେ ଘୋଷଣା କଲେ ଯେ- ଯେଉଁ- ମାନେ ଦଳବେହେରା, ଦଳେଇ ସରଦାର,ସରବରାକାର ପ୍ରଭୃତି ପାଇକ ବିଦ୍ରୋହରେ ନେତା ହୋଇଥିଲେ; ସେମାନେ ଆସି ନିଜର ଭୁଲ ମାନିଲେ କ୍ଷମା ମିଳିବ। ନ ଚେତ ସେମାନଙ୍କୁ କଠୋର ଶାସ୍ତି ଦିଆଯିବ ।

କିନ୍ତୁ ଜୀବନ ଆଶାରେ ଏମିତି ଭୁଲ ମାନିବାକୁ ବୀର ପାଇକମାନେ ଅପମାନ ମଣିଲେ। ତାପଙ୍ଗ ଗଡର ଦଳବେହେରା ସାମନ୍ତ ମାଧବ ଚନ୍ଦ୍ର ରାଉତରାୟ ଏଇ ଆଦେଶକୁ ଅମାନ୍ୟ କଲେ। ସେ ଇଂରେଜ ଶାସନ ଲୋପ କରି ଓଡିଶାରେ ସ୍ୱାଧୀନ ଗଜପତି ରାଜୁତି ଚଳାଇବକୁ ପଣ କଲେ।

୧୮୧୭ରୁ ୧୮୨୭ ଯାଏ ଇଂରେଜମାନେ ତାପଙ୍ଗ ଅଞ୍ଚଳରୁ ଖଜଣା ଆଦାୟ କରିପାରି ନଥିଲେ। ତେଣୁ ଖଜଣା ଆଦାୟ କରିବା ଆଳରେ ଗୋରା ଫଉଜ ତାପଙ୍ଗ ଗଡରେ ପଶିଲେ। କାଣ୍ଡଗୋଦାଠାରେ ସାତଦିନ ଧରି ଯୁଦ୍ଧ ଚାଲିଲା। ଦଳବେହେରାଙ୍କ ଗୁପ୍ତ ଅସ୍ତ୍ର ଭଣ୍ଡାରରୁ ହାତ ହତିଆର ଆଣି ପାଇକମାନେ ଜୀବନକୁ ପାଣି ଛଡାଇ ଳଢେଇ କଲେ।

ଏଇ ଯୁଦ୍ଧରେ ପୁଣି ଯୋଗଦେଲେ ଖୋର୍ଦ୍ଧା ମୁଲକର ଆଉ ପାଇକ ବୀରମାନେ। ଦଳବେହେରାଙ୍କ ଜୟ ହେବାର ଆଶା ଯେତେବେଳେ ଉଜ୍ଜଳ, ସେତେବେଳେ ଗର ଢିଙ୍କି କୁମ୍ଭୀର ହେଲା। ମଧୁ ପଟ୍ଟନାୟକ ନକ୍ସା କାଟି ଇଂରେଜ ମାନଙ୍କ ଗୁପ୍ତ ଅସ୍ତ୍ର ଭଣ୍ଡାରକୁ ରାସ୍ତା ବତାଇ ଦେଲେ। ଫଳରେ ଇଂରେଜମାନେ ସେଠାକୁ ଯାଇ ଅଚାନକ ଭାବରେ ସେଥିରେ ନିଆଁ ଲଗାଇଦେଲେ। ଅସ୍ତ୍ର ଭଣ୍ଡାର ଧୁଳିସାତ୍ ହେଲା। ତା ସାଥିରେ ପାଇକମାନଙ୍କର ଜୟଲାଭର ଆଶା ପୋଡି ଛାରଖାର ହୋଇଗଲା।

ଅସ୍ତ୍ରଶସ୍ତ୍ର ଅଭାବରୁ ପାଇକମାନେ ହତାଶ ହୋଇପଡିଲେ। ସେନାପତି ଧନୁର୍ଜୟ ଶ୍ରୀଚନ୍ଦନ ପ୍ରାଣ ହରାଇଲେ। ଦଳବେହେରା ନିଜକୁ ଲୁଚାଇ ସୁଯୋଗ ଉଣ୍ଡିଲେ ଦାଉ ସାଧିବାକୁ। ନିଜର ଶ୍ୱଶୁର ଘର ବଡପାରିରେ ସେ ରହୁଥିବା ଜାଣି ଇଂରେଜମାନେ ତାହା ଆକ୍ରମଣ କଲେ। କିନ୍ତୁ ଚତୁଅ ଦଲବେହେରା ସେଠାରୁ ଛପି ଛପି ଚାଲି ଗଲେ। ଚିଲିକା କୂଳ ପାହାଡ ଜଙ୍ଗଲରେ ଲୁଚି ବୁଲିଲେ।

ସେଠାରୁ ସେ ବିଦ୍ରୋହର ନିଆଁ ଜାଳିଲେ। ଇଂରେଜମାନଙ୍କୁ ଲୁଚି ଛପି ମାରିଲେ। ଇଂରେଜମାନେ ଏଥିରେ ଡରିଯାଇ ଘୋଷଣା କଲେ ଯେ ଦଲବେହେରାଙ୍କୁ ଯିବତ ବା ମୃତ ଅବସ୍ଥାରେ ଧରାଇ ଦେଲେ ପ୍ରଚୁର ପୁଅସ୍କାର ଦିଆଯିବ। କିନ୍ତୁ ଏଇ ଘୋଷଣାରେ ହିଁ ରହିଲା। କିଏ ବା ତାଙ୍କୁ ଧରାଇବ?

ଥରେଖୁବ୍ ଝଡ ଝଞ୍ଜା ହେଲା। ଚିଲିକା କୂଳ ସୋରଣ ଗାଁରେ ବହୁ ଲୋକଙ୍କର ଘରଦ୍ୱାର ଭାଙ୍ଗିଗଲା। ଜଣେ ମାଛଧରାଳିର ନାଆଟି ଚିଲିକାରେ ବୁଢିଗଲା। ସେ ବିଚରା ପାଟ ପୋଷିବାର ଆଶା ଭରସା ହରାଏଲା। ଦିନେ ସେ ଠିକ୍‌କଲା ତାପଙ୍ଗ ଦଳବେହେରାତ ଭାରି ଦୟାଳୁ ଆଉ ପରୋପକାରୀ । ତାଙ୍କୁ ନିଜର ଦୁଃଖ ଜଣାଇଲେ ସେ ନିଶ୍ଚୟ ତାର ଦୁଃଖ ଦୁର କରିବେ । ତେଣୁ ସେ ତାପଙ୍ଗ ଯିବାକୁ ଠିକ୍ କଲା ।

ଚିଲିକା କୂଳ ବଣ ଭିତରେ ଗରିବ ମାଛ ଧରାଳି ଚାଲିଥାଏ । ହଠାତ୍ ସେ ଦେଖିଲା ନିଶ ଦାଢି ବଢାଇ ଜଣେ ଲୋକ ପାଗଳ ପରି ଜଙ୍ଗଲରେ ବୁଲୁଛି ।

ମାଛଧରାଳି ପଚାରିଲା- ତାପଙ୍ଗ ଗଡକୁ ବାଟ କେଉଁଠି ?

ବନବାସୀ ଲୋକଟି କହିଲା – ସେଠାକୁ ଯିବ କାହିଁକି ?

ମାଛଧରାଳି ଲୁହ ଢଳ ଢଳ ଆଖିରେ ତା ଆଡକୁ ଚାହିଁ କହିଲା- ହଁ, ମୁଁ ଯିବି । ମୋର ନାଆଟି ଚିଲିକା ପାଣିରେ ବୁଡିଗଲା । ତା’ର ଥଳକୂଳ ମୁଁ ପାଇଲି ନାହିଁ । ପେଟ ପାଟଣା ଚଳାଇବାର ତାହା ଏକମାତ୍ର ସମ୍ବଳ । ମାଛଧରି ବିକି ମୁଁ ପିଲାଙ୍କ ତୁଣ୍ଡରେ ଆହାର ଦିଏ । ଏବେ ପିଲାଏ ଭୋକ ଉପାସେ ପଡିଛନ୍ତି।ସେମାନେ କନ୍ଦାକଟା କରିବାରୁ ଆଜି ଯାଉଛି ତାପଙ୍ଗ ଦଳବେହେରାଙ୍କ ପାଖକୁ।ମୋର ଦୁଃଖ ଜଣାଇବି।ସେ ନିଶ୍ଚେ ମୋର ସାହା ହାବେ।

ନିଜ ଅଖି ଦୁଇଟିକୁ ପୋଛି ଲୋକଟି ଉତ୍ତର ଦେଲା‌-ଚାଲ,ମୁଁ ବାଟ ବତାଏ ଦେବି।

ସେମାନେ ସାଥି ହୋଇ ଖୋରଧାକୁ ଗଲେ।କୋଟରେ ପଶି ହାକିମଙ୍କୁ ସେ ଦାଢିଆ ଲୋକଟି କହିଲା- ମୁଁ ହେଉଛି ତାପଙ୍ଗ ଦଳବେହେରା।ଆପଣ ଏଇ ଗରିବ ମାଛଧରାଳିକୁ ପୁରସ୍କାର ଦିଅନ୍ତୁ।ସେ ମୋତେ ଆପଣଙ୍କୁ ଧରାଇ ଦେଇଛି।

ଏହା ଶୁଣି ମାଛଧରାଳି କହିଲା-ଆଜ୍ଞା,ମୋର ଏଇ ପୁରସ୍କାର ଲୋଡା ନାହିଁ।ମୋର ଭୁଲ ହୋଇଛି।ମୁଁ ଅପରାଧୀ,ମୋତେ କ୍ଷମା ଦିଅନ୍ତୁ।

ଗୋରା ହାକିମ ଦଳଦେହେରାଙ୍କ ଏମିତି ଏମିତି ଦୟା ଓ ସହାନୁଭୁତି ଦେଖି ଅବାକ୍!

ହୋଇଗଲେ । ତାଙ୍କରି ମଣିଷ ପଣିଆ ପାଖରେ ସାହେବଙ୍କର ମୁଣ୍ଡ ଆପେ ଆପେ ନଇଁ ପଡିଲା ।

ଏଇ ମହାପୁରୁଷଙ୍କୁ କୌଣସି ଦଣ୍ଡ ନ ଦେଇ କେବଳ ନଜର ବନ୍ଦୀ ଭାବରେ ରଖିବାକୁ କମ୍ପାନୀର କେନ୍ଦ୍ର ଅଫିସ କଲିକତାକୁ ସେ ଲେଖିଥିଲେ । ପରେ ତାଙ୍କୁ ଏଇ ଦଣ୍ଡରୁ ମଧ୍ୟ ଛାଡି ଦିଆ ଯାଇ ଥିଲା । ୧୮୩୪ ମସିହାରେ ଏହି ବୀର ପୁରୁଷ ସବୁଦିନ ପାଇଁ ଆଖି ବୁଜିଥିଲେ ।

ଧନ୍ୟ ମାଧବ ଚନ୍ଦ୍ର ! ଧନ୍ୟ ତାପଙ୍ଗର ଦଳବେହେରା !! ଧନ୍ୟ ତୁମର ମାଟି ମାଆ ପ୍ରତି ମମତା !!! ଧନ୍ୟ ତୁମର ଦୟା ଆଉ ତ୍ୟାଗ !!!!

Jaganath Mohanty Books Jaganath Mohanty odia Story Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleଆମରି ଜାତିର ଆଗୁଆ ନେତା
Next Article ବିଦ୍ରୋହୀ ବୀର ସୁରେନ୍ଦ୍ର ସାଏ
ଜଗନ୍ନାଥ ମହାନ୍ତି

Related Posts

ଅଭିନବ ବିବାହ

March 16, 2023

ବୋକା ନା ବିବେକୀ?

March 1, 2023

ଘୋରକର ଉଦାରତା

February 1, 2023

ମହାଭାରତ

January 26, 2023

ମହାରାଜାଙ୍କ କଳା

December 21, 2022

ଶକରକନ୍ଦ

December 12, 2022
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.