• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଅନ୍ୟାନ୍ୟ»ଜାତି ଜାଗୃତି ଓ ପ୍ରଗତି»ଓଡ଼ିଆଙ୍କ ଶେଷ ଆଶ୍ରା ଦାଦନ!
ଜାତି ଜାଗୃତି ଓ ପ୍ରଗତି

ଓଡ଼ିଆଙ୍କ ଶେଷ ଆଶ୍ରା ଦାଦନ!

Subrat Kumar PrustyBy Subrat Kumar PrustyFebruary 13, 2020No Comments5 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

ପରି ପ୍ରାକୃତିକ ସଂପଦରେ ପୂର୍ଣ୍ଣ ରାଜ୍ୟରେ ଦାଦନଯାତ୍ରା ଏକ ନିୟମିତ ପ୍ରକ୍ରିୟା । ବିଶେଷ କରି ଅତୀତରେ ଉପକୂଳ ଏବଂ ମଧ୍ୟ ଓଡ଼ିଶାରେ ଏହା ଏକ ସାଧାରଣ ଘଟଣା ଥିଲା । କାମଧନ୍ଦା ଅନ୍ୱେଷଣରେ ଏହିସବୁ ଅଞ୍ଚଳର ବହୁ ଲୋକ ଆଧୁନିକ ଶିଳ୍ପର ବିକାଶ ଫଳରେ ରେଙ୍ଗୁନ, କଲିକତା, ସୁରଟ ପରି ସହରକୁ ଚାଲିଯାଉଥିଲେ । ସେତେବେଳେ ଓଡ଼ିଶାର ଅର୍ଥନୀତି ସଂପୂର୍ଣ୍ଣ ରୂପେ ନିର୍ଭରଶୀଳ ଥିଲା କୃଷି ଉପରେ । ଯାହା ମାତ୍ର ୪ ମାସପାଇଁ କାମଧନ୍ଦା ଯୋଗାଇଦିଏ । ବାକି ଆଠମାସପାଇଁ ସହର ଉପରେ ନିର୍ଭର କରିବାକୁ ହୁଏ ଗରିବ ଓଡ଼ିଶାକୁ । ବ୍ୟାପକ ଜଳସେଚନ ବ୍ୟବସ୍ଥା ନ ଥିବାରୁ ଧାନଚାଷ ପରେ ଜମି ପଡ଼ିଆ ପଡ଼ୁଥିବାରୁ, ସେଥିରେ ନିୟୋଜିତ କୃଷି ଶମିକ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନେ ହାତ ବାନ୍ଧି ବସି ରହୁଥିଲେ । ନିଜ ଗାଁ’ରେ ବା ନିଜ ରାଜ୍ୟରେ ନିଯକ୍ତିର ଅନ୍ୟ ବିକଳ୍ପ ନ ଥିବାରୁ ପେଟ ପୋଷିବାପାଇଁ ଦେଶାନ୍ତରୀ ହେବା ଥିଲା ସେମାନଙ୍କର ଏକମାତ୍ର ପନ୍ଥା । ବିଶେଷ କରି ଯୁବକମାନେ ହିଁ ପରିବାରର ବୋଝମୁଣ୍ଡାଇ ପ୍ରବାସ ଯାତ୍ରା କରୁଥିଲେ । ମାତ୍ର ଏବେ ସମୟ ବଦଳିଛି । ଏ ଯାତ୍ରାରେ ଏବେ ସାମିଲ ହୋଇଛନ୍ତି ଓଡ଼ିଶାର ଦକ୍ଷିଣ ଓ ପଶ୍ଚିମାଞ୍ଚଳ ।

ପୌଷ ପୂଣ୍ଣିର୍ମା ପରେ ପରେ ଆରମ୍ଭ ହୁଏ ଏହି ଦାଦନ ଯାତ୍ରା । ଭୋକିଲା ପେଟର ଆହ୍ୱାନ ସେମାନଙ୍କୁ ବାଧ୍ୟ କରେ ଦେଶାନ୍ତରୀ ହେବାକୁ । ଘରେ ତାଲା ପକାଇ, ପିଲାଛୁଆଙ୍କ ସହ ଦୈନନ୍ଦିନ ବ୍ୟବହାର୍ଯ୍ୟ ଅଳ୍ପକିଛି ସାମଗ୍ରୀ ସହ ସେମାନେ ଦଳ ଦଳ ହୋଇ ବାହାରନ୍ତି ଦାଦନ ଖଟିବାପାଇଁ । ଟ୍ରେନ୍ ସେମାନଙ୍କୁ ବୋହିନିଏ ପଶ୍ଚିମବଙ୍ଗ, ଛତିଶଗଡ଼, ଗୁଜୁରାଟ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ କେରଳ, କର୍ଣ୍ଣାଟକ ପରି ରାଜ୍ୟକୁ । ଜୀବନ ସଂଗ୍ରାମପାଇଁ ସେମାନେ ନିଜ ଘର, ଗାଁ’ ଭିଟାମାଟି ଛାଡ଼ି ଡେଇଁପଡ଼ନ୍ତି କେଉଁ ଏକ ଅନିଶ୍ଚିତ ଭବିଷ୍ୟତକୁ । ଯେଉଁଠାରୁ ଫେରିବାର କୌଣସି ବାଟ ନ ଥାଏ । ନ ଥାଏ ମଧ୍ୟ ସୁରକ୍ଷାର ଭରସା । ସେମାନଙ୍କ ଅନୁପସ୍ଥିତିରେ ଖାଁ ଖାଁ ଲାଗେ ଗାଁ’ଦାଣ୍ଡ- ଶୂନ୍ୟ ହୁଏ କୂଅ, ଚଉରା । ଗୋବରଲିପା ଘରର ମାଟିକାନ୍ଥ ଉପରେ ଠିଆ ହୁଏ ଉଈ ହୁଙ୍କା ।

ସାଧାରଣତଃ ଅକ୍ଟୋବର ମାସରୁ ଆରମ୍ଭ ହେଉଥିବା ଏହି ଯାତ୍ରା ଡିସେମ୍ବର/ଜାନୁୟାରୀରୁ ବୃଦ୍ଧିପାଇ ମାର୍ଚ୍ଚ/ଏପ୍ରିଲ ଆଡ଼କୁ ଚରମ ସୀମାରେ ପହଞ୍ଚେ । ସେଇଥିପାଇଁ ଏଇ ଦୁଇମାସକୁ କୁହାଯାଏ ଶ୍ରମିକଚାଲାଣ ଋତୁ । ଏହି ସମୟରେ ପଶ୍ଚିମାଞ୍ଚଳର ରେଳଷ୍ଟେସନ୍‌ଗୁଡ଼ିକ ଭର୍ତ୍ତି ହୋଇଯାଏ ଏମାନଙ୍କ ଭିଡ଼ରେ । ମୁଖରିତ ହୋଇଉଠେ ପ୍ଲାଟଫର୍ମ । ଶୁଖିଲା ମୁହଁ, ଭୋକିଲା ପେଟରେ ଦୂରଗାମୀ ଟ୍ରେନ୍‌କୁ ଅପେକ୍ଷା କରି ବସି ରହିଥା’ନ୍ତି ଏହି ଉପେକ୍ଷିତ ମଣିଷମାନେ ।

ଅବିଭକ୍ତ କଳାହାଣ୍ଡି, କୋରାପୁଟ, ବଲାଙ୍ଗୀର (କେବିକେ) ସମେତ ଅବିଭକ୍ତ ବୌଦ, ଫୁଲବାଣୀ, ସୁନ୍ଦରଗଡ଼, ସମ୍ବଲପୁର ପରି ଜିଲ୍ଲାର ବହୁଲୋକ ପେଟ ପୋଷିବାପାଇଁ ଅନ୍ୟ ରାଜ୍ୟର ଇଟାଭାଟି, ନିର୍ମାଣ ସଂସ୍ଥା କିମ୍ବା ନୂଆ କରି ମୁଣ୍ଡ ଟେକିଥିବା ଶିଳ୍ପାନୁଷ୍ଠାନରେ ନିଯୁକ୍ତିପାଇଁ ଚାଲିଯାଆନ୍ତି । ବିଶେଷକରି ବଲାଙ୍ଗୀର ଜିଲ୍ଲାର ବେଲପଡ଼ା, ଖପ୍ରାଖୋଲ, ତୁରେକେଲା, ବଙ୍ଗୋମୁଣ୍ଡା ବ୍ଲକ୍ ଓ କଳାହାଣ୍ଡି ଜିଲ୍ଲାର ସଦର ବ୍ଲକ୍ ସମେତ ଗୋଲାମୁଣ୍ଡା ଏବଂ ନୂଆପଡ଼ା ଜିଲ୍ଲାର କୋମନା, ଖରିଆର ତଥା ସିନାପାଲି ଅଞ୍ଚଳରେ ଶ୍ରମିକ ଚାଲାଣ ଏକ ସାଧାରଣ ଘଟଣା । ଗତ କିଛବିର୍ଷ ହେଲା ବରଗଡ଼ ପରି କୃଷି ସମୃଦ୍ଧ ଅଞ୍ଚଳରୁ ମଧ୍ୟ ଲୋକେ କାମଧନ୍ଦା ଅନ୍ୱେଷଣରେ ଅନ୍ୟ ରାଜ୍ୟକୁ ଯାଉଥିବା ଦେଖାଯାଉଛି । ମୋଟାମୋଟି ଭାବରେ କହିବାକୁ ଗଲେ ସମଗ୍ର ପଶ୍ଚିମ ଓଡ଼ଶା ଏବେ ମ୍ରିୟମାଣ ଏଇ ଦାଦନ ଦୁଃଖରେ ।

ପଶ୍ଚିମାଞ୍ଚଳର ବିଭିନ୍ନ ଜିଲ୍ଲାରେ ସହସ୍ରାଧିକ ସଂଖ୍ୟାରେ ସକ୍ରିୟ ଥିବା ଶ୍ରମିକ ଦଲାଲମାନେ ଏହି ପ୍ରକ୍ରିୟାରେ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି । କେବଳ ବଲାଙ୍ଗୀର ଜିଲ୍ଲାରେ ପଞ୍ଜିକୃତ ଦଲାଲଙ୍କ ସଂଖ୍ୟା ୪ଶହରୁ ଅଧିକ । ଏମାନଙ୍କ ସହ ବିନା ପଞ୍ଜିକରଣରେ ମଧ୍ୟ ବହୁ ଦଲାଲ ବାହାରକୁ ଶ୍ରମିକ ଚାଲାଣ କରନ୍ତି । ଏମାନେ ପ୍ରଥମେ ଗାଁ’ ଗାଁ’ ବୁଲି ଦରିଦ୍ର ପରିବାରଗୁଡକୁ ଠାବ କରନ୍ତି । ତା’ ପରେ ବେଳଉଣ୍ଡି ସେମାନଙ୍କୁ ମୋଟା ମଜୁରି, ଉପଯୁକ୍ତ ଆଶ୍ରୟ, ଚିକତ୍ସା ସୁବିଧା ପ୍ରଭୃତି ବହୁ ଲୋଭନୀୟ ଆଶ୍ୱାସନା (ମାତ୍ର ଅନେକ କ୍ଷେତ୍ରରେ ସେଗୁଡକ ମିଥ୍ୟା ଓ ପ୍ରତାରଣା ପ୍ରମାଣିତ ହୁଏ) ଦେଇ ଅଗ୍ରୀମ ବାବଦକୁ ଆଗତୁରା କିଛି ଟଙ୍କା ଦେଇଦିଅନ୍ତି । ଶ୍ରମିକ ଜଣକ ଅଗ୍ରୀମ ଗ୍ରହଣ କରିସାରିଲା ପରେ ତା’ର ଆଉ ମୁକୁଳିବାର ଯୁ’ ନ ଥାଏ । ନିଜ ଗାଁ, ନିଜ ରାଜ୍ୟଠାରୁ ହଜାର ହଜାର କିଲୋମିଟର ଦୂରରେ, ସେହି ଅଜଣା ମାଟିରେ ନିଜର ବୋଲି ସେମାନଙ୍କର କେହି ନ ଥାନ୍ତି । ଏକମାତ୍ର ନିଯୁକ୍ତିଦାତା ହିଁ ସେମାନଙ୍କର ଭାଗ୍ୟବିଧାତା । କମ୍ ମଜୁରି ଦେଇ ଗଧ ପରି ସେମାନଙ୍କୁ ଖଟାଯାଏ । କୌଣସି ସୀମା ନ ଥାଏ ନିର୍ଦ୍ଧାରିତ କାମ ବା ସମୟର । ଅଗ୍ରୀମ ଟଙ୍କା ନେଇଥିବାରୁ ସେମାନେ କାମ ଛାଡ଼ିପାରନ୍ତି ନାହିଁ । କାରଣ କର୍ମକ୍ଷେତ୍ରରେ ପହଞ୍ଚିବା ପୂର୍ବରୁ ଉକ୍ତ ଟଙ୍କାର ବହୁଳ ଅଂଶ ସେମାନେ ଗାଁ’ ମହାଜନର ଦେଣା, ଘର ମରାମତି, ଦରକାରୀ ଆସବାବ ଓ ଚାଷ ଉପକରଣ କିଣା ପରି ଜରୁରୀ ଆବଶ୍ୟକତାରେ ଖର୍ଚ୍ଚ କରିଦେଇଥାନ୍ତି । ସୁତରାଂ ଅଗ୍ରୀମ ବାବଦକୁ ଶ୍ରମିକ ଜଣକ ନେଇଥିବା ଟଙ୍କା ଫେରସ୍ତ କରିବାପାଇଁ ତାକୁ ତା’ର ପତ୍ନୀ ତଥା ପିଲାଛୁଆଙ୍କୁ ମାଲିକ ପାଖରେ ବନ୍ଧା ରଖି ଗାଁ’କୁ ଫେରିଥାଏ ।

ପଶ୍ଚିମାଞ୍ଚଳରୁ ଚାଲାଣ ହେଉଥିବା ୮୦ ପ୍ରତିଶତ ସରଳ ଓଡ଼ିଆ ଶ୍ରମିକଙ୍କ ନିଯୁକ୍ତିଦାତା ହେଉଛନ୍ତି ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ତାମିଲନାଡୁର ଇଟାଭାଟି ମାଲିକ ଏବଂ ସେମାନଙ୍କ ବିରୋଧରେ ଶାରୀରିକ, ମାନସିକ ଓ ଯୌନ ନିର୍ଯାତନା, ଶୋଷଣ ତଥା ପ୍ରତାରଣାର ଅଭିଯୋଗ ସବୁଠାରୁ ବେଶୀ । ନିକଟରେ ଟିଟିଲାଗଡ଼ ଉପଖଣ୍ଡର ସିନ୍ଧେଇକେଲା ଅଞ୍ଚଳର ୬ଟି ଗ୍ରାମରୁ ପ୍ରାୟ ୨୦୦ରୁ ଉର୍ଦ୍ଧ୍ୱ ଗ୍ରାମବାସୀ ବିଶାଖାପାଟଣାଠାରେ ଦାଦନ ଖଟିବାକୁ ଯାଇ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେବା ଏହାର ଏକ ବଳିଷ୍ଠ ପ୍ରମାଣ । ଏ ସମ୍ବନ୍ଧରେ ସେଠାରେ କାର୍ଯ୍ୟରତ ରାଧାକାନ୍ତ ସାହୁ ନାମକ ଜଣେ ଶ୍ରମିକ ଅଭିଯୋଗ କରିବାରୁ ଗତ ୨୦ ତାରିଖରେ ତାଙ୍କୁ ପ୍ରବଳ ମାଡ଼ ମାରି ମୁହଁ ବନ୍ଦ କରି ଦିଆଯାଇଛି । ଏହିଭଳି ଅସଂଖ୍ୟ ଘଟଣା ଦୈନିକ ଘଟୁଛି ଆମର ଏହି ଅନଗ୍ରସର ଅଞ୍ଚଳର ଓଡ଼ିଆ ପରିବାର ଉପରେ।

ଚାଳିଶ/ପଚାଶ ବର୍ଷ ତଳେ ସ୍ଥିତି କିନ୍ତୁ ଏମିତି ନ ଥିଲା । ପେଟ ପୋଷିବାପାଇଁ ଏ ଅଞ୍ଚଳବାସୀଙ୍କୁ ବାହାରକୁ ଯିବାକୁ ପଡୁ ନ ଥିଲା । ପେଟପାଇଁ ଗାଁ’ ଭିଟାମାଟି ଛାଡ଼ି ବାହାରକୁ ଯିବା ଥିଲା ସେମାନଙ୍କ ମର୍ଯ୍ୟାଦାବିରୁଦ୍ଧ । ତା’ର କାରଣ ହେଲା ଯେତେ ଗରିବ ହେଲେ ମଧ୍ୟ କୌଣସି ପରିସ୍ଥିତିରେ ବି ସେମାନଙ୍କର ପେଟ ଅପୋଷା ରହୁ ନ ଥିଲା । କିଛି ନ ହେଲେ ଗୌନ୍ତିଆ କି ସାହୁକାରର ଜମିରେ ସେମାନଙ୍କୁ ମିଳିଯାଉଥିଲା ଅତିକମରେ ୬ ମାସର ନିଯୁକ୍ତି । ବାକି ୬ ମାସର ଖୋରାକି ଯୋଗାଇ ଦେଉଥିଲା ଗାଁ’ ମୁଣ୍ଡର ଜଙ୍ଗଲ । କେନ୍ଦୁ, ମହୁଲ, ଝୁଣା, ଲାଖ ପ୍ରକୃତି ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ସେମାନେ କଷ୍ଟେମଷ୍ଟେ ଚଳିଯାଉଥିଲେ । ଆଜି ଜଙ୍ଗଲ ନାହିଁ, କି ଅବଲମ୍ବନ ବି ନାହିଁ । ରାଉରକେଲା ଓ ହୀରାକୁଦ ପରି ଗଢ଼ି ଉଠିଥିବା ଅସଂଖ୍ୟ ଶିଳ୍ପନଗରୀ ଓଡ଼ିଶା ବେକାରୀଙ୍କୁ ନିଯୁକ୍ତି ଦେଇପାରୁନାହିଁ । ଫଳରେ ଗରିବୀ ବଢ଼ୁଛି । ଆଉ ଏହି ଗରିବଙ୍କ ନିକଟରେ ଗରିବୀ ହଟାଇବାର ଏକମାତ୍ର ସମାଧାନ ହେଉଛି ଦାଦନ ଯାତ୍ରା ।

ସତେ କ’ଣ ଓଡ଼ିଶା ମାଟିରୁ ଏହି ଯାତ୍ରା ବନ୍ଦ ହେବନାହିଁ । ଓଡ଼ିଆ ପୁଅଝିଅ କ’ଣ ଏମିତି ଅନ୍ୟ ରାଜ୍ୟରେ କିଣା ବିକା ହୋଇ ଅତ୍ୟାଚାରିତ ହୋଇଚାଲିଥିବେ । ଆମେ କେବଳ ନୀରବଦ୍ରଷ୍ଟା ହୋଇ ଚାହିଁଥିବା ଆଉ ଆମ ରାଜନେତା, ସମାଜଚିନ୍ତକଗଣ ପିଣ୍ଡା ଉପରେ ବସି ଭାଷଣବାଜିଦ୍ୱାରା କୁମ୍ଭୀର କାନ୍ଦଣା କାନ୍ଦୁଥିବେ !

 

Odia Story Subrat Kumar Prusty Books Subrat Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleବିଜୁବାବୁ କ’ଣ ଭାରତର ରତ୍ନ ନୁହନ୍ତି?
Next Article ଓଡ଼ିଆଙ୍କ ରକ୍ତ ଥଣ୍ଡା ହେଲାଣି!
Subrat Kumar Prusty

Related Posts

ଅଭିନବ ବିବାହ

March 16, 2023

ବୋକା ନା ବିବେକୀ?

March 1, 2023

ଘୋରକର ଉଦାରତା

February 1, 2023

ମହାଭାରତ

January 26, 2023

ମହାରାଜାଙ୍କ କଳା

December 21, 2022

ଶକରକନ୍ଦ

December 12, 2022
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.