• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଅନ୍ୟାନ୍ୟ»ଓଡ଼ିଆ ଭାଷାର ବର୍ତ୍ତମାନ ସ୍ଥିତି
ଅନ୍ୟାନ୍ୟ

ଓଡ଼ିଆ ଭାଷାର ବର୍ତ୍ତମାନ ସ୍ଥିତି

Subrat Kumar PrustyBy Subrat Kumar PrustyFebruary 16, 2020No Comments15 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

ଭାଷାବିତ୍ ମାନେ କୁହନ୍ତି ଆହରଣ ଫଳରେ ଭାଷା ସମୃଦ୍ଧ ହୁଏ । ଏଠାରେ ଆହରଣର ଅର୍ଥ ହେଉଛି ଶବ୍ଦର ଆଗମନ । ମାତ୍ର ଭାଷାବିକାଶ ନାମରେ ଆହରଣ କରୁକରୁ ନିଜଭାଷାର ମୂଳଶବ୍ଦ ବା ନିଜରୂପ ନଷ୍ଟ କରିବା ଭଳି ଭାଷାଦ୍ରୋହୀ କାମ ଆଜିର ବହୁ ଶିକ୍ଷିତଓଡ଼ିଆ ଜ୍ଞାତସାରରେ କରୁଛନ୍ତି । ଏପରି ଆଚରଣ ଫଳରେ ଆଜିର ଭାଷାଗତ ମୌଳିକ ସମସ୍ୟା ହେଉଛି-ମାତୃଭାଷା ପ୍ରତି ଶ୍ରଦ୍ଧାର ଅଭାବ, ଚାକିରି/ବୃତ୍ତି/ରୋଜଗାର ଆଶାରେ ଇଂରାଜୀ ଭାଷା ମୋହ ଓ ବେପାର ବଣିଜପାଇଁ ହିନ୍ଦୀ, ବଙ୍ଗଳା, ତେଲୁଗୁର ଅବାଧ ପ୍ରବେଶ । ତେବେ ଏ ସବୁର ମୂଳ କାରଣ ଭାବେ ଯେଉଁ କେତୋଟି ତ୍ରୁଟିବିଚ୍ୟୁତି ଆମ ଜ୍ଞାତସାରରେ ଦେଖାଦେଉଛି ତାହା ନିମ୍ନରେ ଉଲ୍ଲେଖ କରାଗଲା ।

୧. ତ୍ରୁଟିପୂର୍ଣ୍ଣ ପ୍ରାଥମିକ ଶିକ୍ଷାବ୍ୟବସ୍ଥା

ପ୍ରାଥମିକ ଶିକ୍ଷାସ୍ତରରୁ ଶିକ୍ଷକ ନିଯୁକ୍ତିବେଳେ ଶିକ୍ଷକର ଓଡ଼ିଆଭାଷାରେ ଥିବା ଦକ୍ଷତା ସମ୍ପର୍କରେ ସରକାର ପରୀକ୍ଷା କରି ନ ଥାନ୍ତି । ଏପରିକି ମଧ୍ୟଇଂରାଜୀ କିମ୍ବା ହାଇସ୍କୁଲ ସ୍ତରରେ ଇଂରାଜୀ, ବଙ୍ଗଳା, ସଂସ୍କୃତ, ହିନ୍ଦୀ, ତେଲୁଗୁ, ଉର୍ଦ୍ଧୁ ଭାଷା ପଢ଼ାଇବାପାଇଁ ଏହି ଭାଷାରେ ଦକ୍ଷ ତଥା ତାଲିମପ୍ରାପ୍ତ ଶିକ୍ଷକ ନିଯୁକ୍ତି ଦିଆଯାଉଥିବାବେଳେ ମାତୃଭାଷା ଓଡ଼ିଆ ପଢ଼ାଇବାପାଇଁ ଏହି ନିୟମ ସରକାର ଲାଗୁକରି ନାହାନ୍ତି । ଅର୍ଥାତ ହାଇସ୍କୁଲ ଶିକ୍ଷା ପର୍ଯ୍ୟନ୍ତ ଓଡ଼ିଆ ଭାଷା ଓ ସାହିତ୍ୟ ଅନଭିଜ୍ଞ ଯେକୌଣସି ଶିକ୍ଷକଦ୍ୱାରା ମାତୃଭାଷା ଓଡ଼ିଆ ପଢ଼ାଇବାକାର୍ଯ୍ୟ ଦୀର୍ଘବର୍ଷ ଧରି ହୋଇ ଆସୁଛି । ସବୁଠାରୁ ଲଜ୍ଜାର କଥାହେଲା ପ୍ରାଥମିକଠାରୁ ମାଧ୍ୟମିକ ଶିକ୍ଷା ପର୍ଯ୍ୟନ୍ତ ପ୍ରତ୍ୟେକ ବିଷୟରେ ଶିକ୍ଷାଦାନପାଇଁ ଶିକ୍ଷକର ଯୋଗ୍ୟତା ନିର୍ଦ୍ଧାରଣ କରାଯାଇଥିବାବେଳେ ପିଲାଙ୍କୁ ନିଜ ମାତୃଭାଷା ଓ ସାହିତ୍ୟ ପଢ଼ାଇବାପାଇଁ କୌଣସି ସ୍ୱତନ୍ତ୍ର ଯୋଗ୍ୟତା ବା ମାନଦଣ୍ଡ ନିର୍ଦ୍ଧାରଣ କରାଯାଇନାହିଁ । ଅର୍ଥାତ୍ ମାତୃ ଭାଷାକୁ ଶିକ୍ଷଦାନର ପ୍ରଥମଭାଷା ଭାବେ ଗ୍ରହଣ କରାଯାଇଥିଲେ ମଧ୍ୟ ଭାଷାକୁ ନେଇ ସ୍ୱତନ୍ତ୍ରରାଜ୍ୟ ଗଠିତ ଓଡ଼ିଶାରେ ଏଥିପାଇଁ ସ୍ୱତନ୍ତ୍ର ନିଯୁକ୍ତି ନାହିଁ । ଯିଏ ଚାହିଁବ ସେ ଓଡ଼ିଆ ପଢ଼େଇବ, ଖାତା ଦେଖି ମୂଲ୍ୟାଙ୍କନ କରିପାରିବ । ଫଳରେ ଭଲ ଉତ୍ତର ଲେଖିଥିଲେ ମଧ୍ୟ ଏହି ଅନଭିଜ୍ଞ ଶିକ୍ଷକ ନିଜ ଅଜ୍ଞତାକୁ ଘୋଡ଼ାଇବାକୁ ଯାଇ ଟିପଚାଳନାଦ୍ୱାରା ମୂଲ୍ୟାଙ୍କନ କରୁଥିବାରୁ ଅଙ୍କ ପ୍ରଦାନରେ ସଂକୀର୍ଣ୍ଣମନା ଯୋଗୁଁ କେବଳ ଭେଲଫଳ ହିଁ ମିଳୁଛି । ଏଥିସହିତ ଆଉ ଗୋଟିଏ ବୋଝ ହେଉଛି ପ୍ରଥମ ଶ୍ରେଣୀରୁ ଓଡ଼ିଆ ସହିତ ଇଂରାଜୀ, ହିନ୍ଦୀ, ସଂସ୍କୃତ ଭଳି ଚାରିଟି ଭାଷା ଶିକ୍ଷାପାଇଁ କୋମଳମତି ପିଲାଙ୍କୁ ବାଧ୍ୟ କରିବା । ନିଜର ଏହି ଭାଷାଶିକ୍ଷା ବୋଝକୁ ଲାଘବ କରିବାପାଇଁ ପିଲାଟି ଅନିଚ୍ଛା ସେତ୍ତ୍ୱ ସହଜରେ କହିପାରୁଥିବା ନିଜ ମାତୃଭାଷାକୁ ଅବହେଳା କରିବା ଅଭ୍ୟାସରେ ପଡ଼ିଯାଏ । ମାତୃଭାଷାରେ ଦକ୍ଷ ନ ହେବାଦ୍ୱାରା ଅନ୍ୟ ତିନିଟି ଭାଷାକୁ ସେ ଠିକ୍ ଭାବରେ ଆୟତ୍ତ କରିପାରୁ ନାହିଁ । ଫଳରେ ଭାଷାଶିକ୍ଷାର ମୂଳଦୁଆ ସଂପୂର୍ଣ୍ଣ ଭାବରେ ଦୋହଲି ଯାଉଛି । ଅନ୍ୟପକ୍ଷରେ କେନ୍ଦ୍ରସରକାରଙ୍କର ତ୍ରିଭାଷୀ ଶିକ୍ଷାସୂତ୍ର ତାମିଲନାଡ଼ୁ, ଆନ୍ଧ୍ରପ୍ରଶେ, ପଞ୍ଜାବ, ମହାରାଷ୍ଟ୍ର, ଗୁଜରାଟ, କର୍ଣ୍ଣାଟକ ଆଦି ବିକଶିତରାଜ୍ୟ ସପ୍ତମଶ୍ରେଣୀରୁ ଲାଗୁକରି ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ କେବଳ ମାତୃଭାଷାଶିକ୍ଷା ଉପରେ ଗୁରୁତ୍ୱ ଦେବାଦ୍ୱାରା ଅପୂର୍ବ ସଫଳତା ପାଇଥିବାବେଳେ ଓଡ଼ିଶାସରକାର ପ୍ରଥମଶ୍ରେଣୀରୁ ଚାରିଭାଷା ଶିକ୍ଷାବ୍ୟବସ୍ଥା କରି ଓଡ଼ିଶାର କୋମଳମତି ପିଲାଙ୍କ ମଧ୍ୟରେ ଭାଷାବିଭେଦ ଓ ଭାଷାବିରାଗ ଜନିତ ଅଯଥା ମାନସିକ ଅସନ୍ତୋଷ ସୃଷ୍ଟିକରି ସଠିକ୍ ଭାଷାଶିକ୍ଷା କରିବାର ପଥ ବନ୍ଦ କରିେଉଛନ୍ତି ।

୨. ଅଭିଧାନର ଅଭାବ

ଓଡ଼ିଆଭାଷା ଜନ୍ମହେବାଠାରୁ ଯେତେ ଶବ୍ଦ ପଶି ନଥିଲା, ବିଗତ ତିନିଶହ ଭିତରେ ତାହାଠାରୁ ଅନେକ ବାହ୍ୟଶବ୍ଦ ପଶିଆସିଛି । ଏଥିସହିତ ଆସିଛି ନୂଆ ଅର୍ଥ, ଶବ୍ଦଗଠନ ରୀତି, ନୂଆ ବ୍ୟାକରଣ ଇତ୍ୟାଦି । ପୃଥିବୀର ସବୁଭାଷା ଆଜି ଏହି ଅନୁପ୍ରବେଶକୁ ଗ୍ରହଣ କରିଛି । କିନ୍ତୁ ଦୁଃଖର କଥା ଓଡ଼ିଆଭାଷାର ଏହି ଆଗନ୍ତୁକ ଶବ୍ଦଗୁଡ଼ିକୁ ବାନ୍ଧି ରଖିବାରେ ଓଡ଼ିଆ ଅଭିଧାନ ଅକ୍ଷମ । ବିଭିନ୍ନ ପ୍ରକାଶନସଂସ୍ଥା, ସରକାର, ଏପରିକି ଓଡ଼ିଆ ୱେବ୍ ସାଇଟ୍ ବେପାରୀଗଣକଦ୍ୱାରା ଯେଉଁସବୁ ଭାଷା ଜ୍ଞାନରହିତ ନୂଆ ନୂଆ ଅଭିଧାନକାର ସୃଷ୍ଟି ହେଉଛନ୍ତି, ସେମାନେ ନିଜଜ୍ଞାନର କୂପମଣ୍ଡୁକତା ଓ ଶ୍ରମକାତରତାକୁ ଦୃଷ୍ଟିରେ ରଖି ସେହିସବୁ ଆଗନ୍ତୁକ ଶବ୍ଦସଂଗ୍ରହ କିମ୍ବା ଭାଷାମଧ୍ୟରେ ଭର୍ତ୍ତି କରିଦେଉନାହାନ୍ତି । ଏମାନଙ୍କଦ୍ୱାରା କେବଳ ଅଭିଧାନରୁ ଅଭିଧାନ ନକଲ ହେବାର ଲାଗିଛି । ସରକାର ମଧ୍ୟ ବର୍ତ୍ତମାନର ସମୟୋପଯୋଗୀ ବ୍ୟୁପିତ୍ତିମୂଳକ ଅଭିଧାନ ଲେଖିବାର ବ୍ୟବସ୍ଥା ନ କରି ୭୦/୮୦ ବର୍ଷ ତଳର ଅଭିଧାନକୁ କୋଟିକୋଟି ଟଙ୍କା ବ୍ୟୟରେ ପୁନଃପ୍ରକାଶ କରି ଭାଷା ପ୍ରତି ଥିବା ନିଜର ଦାୟିତ୍ୱ ସାରିଦେଉଛନ୍ତି । ଅର୍ଥାତ୍ ଗୋଟିଏଜାତିକୁ ଆଗେଇ ନେବାପାଇଁ ଗଠନ କରାଯାଇଥିବା ଲୋକ ପ୍ରତିନିଧିମୂଳକ ସରକାର ଲୋକମାନଙ୍କ ଅନୁପଯୋଗୀ କାର୍ଯ୍ୟ କରିବାଦ୍ୱାରା ଓଡ଼ିଆଭାଷାକୁ ଜୋରଜବରସ୍ତ ଶହେବର୍ଷ ତଳକୁ ନେଇ ଉନ୍ନତି ଓ ପ୍ରଗତିର ସମସ୍ତପଥକୁ ବନ୍ଦ କରିଦେଉଛନ୍ତି । ଏହାକୁ ଅନୁଭବ କରି ଯଦି ପ୍ରତିବାଦ କରାଯାଏ, ତେବେ ସରକାର ସଙ୍ଗେସଙ୍ଗେ ଭାଷାସମିତି ଗଢ଼ି କେତେକ କିମ୍ବୁତକିମାକାର ଶବ୍ଦ ପ୍ରସ୍ତୁତ କରି କାର୍ଯ୍ୟାଳୟରେ ପ୍ରୟୋଗ କରୁଛନ୍ତି । ଯାହାଦ୍ୱାରା ସାଧାରଣ ଓଡିଆ ଏହିଶବ୍ଦ ସହ ଅଭ୍ୟସ୍ତ ହୋଇ ନ ପାରି ଅନ୍ୟ ସହଜଶବ୍ଦକୁ ଆପଣେଇ ନେଉଛି ।

ଏଠାରେ ପ୍ରଶ୍ନ ଉଠେ, ସତରେ କ’ଣ ଓଡ଼ିଆଭାଷାର ଶବ୍ଦଭଣ୍ଡାର ଶକ୍ତିଶାଳୀ ନୁହେଁ? ଓଡ଼ିଆଭାଷାର ଶବ୍ଦଗୁଡ଼ିକୁ ନେଇ ସର୍ବପ୍ରଥମେ ଗୁନ୍ଥା ଯାଇଥିଲା ସାରଳା ଦାସଙ୍କ ମହାଭାରତରେ । କାରଣ ମହାଭାରତ ଭଳି ବିଶାଳଗ୍ରନ୍ଥ ଏହାପୂର୍ବରୁ ଓଡ଼ିଆଭାଷାରେ ରଚିତ ହୋଇଥିବାର ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ଏଥିରେ ପ୍ରଚୁର ଓଡ଼ିଆଶବ୍ଦ ଥିବାରୁ ଓଡିଆଭାଷାର ସର୍ବପ୍ରାଚୀନ ଅଭିଧାନ କହିଲେ ଭୁଲ୍ ହେବନାହିଁ । ଏହାପରେ ଆସେ ଭଞ୍ଜସାହିତ୍ୟ । ଯଦିଓ ଏଥିରେ ସଂସ୍କୃତ ଶବ୍ଦର ବହୁଳ ପ୍ରୟୋଗ ରହିଛି, ତଥାପି ଶବ୍ଦ କସରତଦ୍ୱାରା ନୂଆନୂଆ ଓଡ଼ିଆଶବ୍ଦ ସୃଷ୍ଟି ହୋଇଛି । ଯେଉଁଥିପାଇଁ କବି ସଗର୍ବେ ଲେଖିଛନ୍ତି – “ଲଭିଛି ମୁଁ ଶବ ସମୁଦ୍ର ପାର” । ତୃତୀୟ କିର୍ତ୍ତୀସ୍ତମ୍ଭ ହେଲା ଗୋପାଳଚନ୍ଦ୍ର ପ୍ରହରାଜଙ୍କ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ । ବହୁକଷ୍ଟ ସ୍ୱୀକାର ପୂର୍ବକ ଏବଂ ସତର୍କତାର ସହ ଏହା ମୁଦ୍ରିତ ହୋଇଥିଲେ ମଧ୍ୟ ଶବ୍ଦର ସ୍ଥାନ, କାଳ, ପାତ୍ର ଆଦି ବିଷୟରେ ନିର୍ଦ୍ଧିଷ୍ଟ ସୂଚନା ନ ଥିବାରୁ ଏହା ହୋଇଯାଇଛି ଘାତ୍ତ ତିଅଣ । ଡକ୍ଟର ବିଜୟ ପ୍ରସାଦ ମହାପାତ୍ରଙ୍କ ଭାଷାରେ- “ମାଛ ସାଙ୍ଗରେ ପରିବା, ପରିବା ସାଙ୍ଗରେ ଡାଲି, ଡାଲି ସହିତ ତେଲଲୁଣ ମିଶି ହୋଇଯାଇଛି ଲୋଭୀ ଚକୁଳିଆ ପଣ୍ଡାର ବିଚିତ୍ର ବୁଜୁଳି ।” ଏହାପରେ ଆଉ ଓଡ଼ିଆ ଅଭିଧାନ ଲେଖାଯାଇ ନାହିଁ ।

ସାରଳା, ଉପେନ୍ଦ୍ରଙ୍କ ସାହିତ୍ୟସମ୍ଭାରକୁ ଅଭିଧାନ କହିବାଦ୍ୱାରା କେତେକ ପଣ୍ଡିତେ ସଚ୍ଚି ରାଉତରାୟ ଓ ଗୋପୀନାଥ ମହାନ୍ତିଙ୍କ କୃତିକୁ ଏହି ପର୍ଯ୍ୟାୟଭୁକ୍ତ କରିବାପାଇଁ ମତ ଦେଇପାରନ୍ତି । ମାତ୍ର ଏହି ସମୟବେଳକୁ ଚିକିତ୍ସା, ବିଜ୍ଞାନ, ବାଣିଜ୍ୟ-ବ୍ୟବସାୟ ଆଦି ବିିଭିନ୍ନ ନବନବ ପଦ୍ଧତିର ଆଗମନ ଯୋଗୁଁ ଏହାକୁ ଭିତ୍ତିକରି ବହୁଶବ୍ଦ ଓଡ଼ିଆଭାଷା ଭିତରକୁ ଆସିଛି, ଯାହା ସାମଗ୍ରିକ ଭାବେ ସଚ୍ଚିବାବୁ କିମ୍ବା ଗୋପୀନାଥଙ୍କ କୃତିରେ ଦେଖିବାକୁ ମିଳେନାହିଁ । ବିଶେଷକରି ସାରଳାଙ୍କ ସାହିତ୍ୟ ସଂସ୍କୃତଭାଷାରୁ ଏବଂ ଉପେନ୍ଦ୍ରଙ୍କ ସାହିତ୍ୟ ପାର୍ଶୀଭାଷାରୁ ଓଡ଼ିଆଭାଷାକୁ ସୁରକ୍ଷିତ କରି ରଖିଥିବାବେଳେ ଏମାନଙ୍କ କୃତି ଇଂରାଜୀ ଭାଷାପ୍ରଭାବରୁ ଓଡ଼ିଆଭାଷାକୁ ସୁରକ୍ଷିତ କରି ରଖିପାରିନାହିଁ । ଅର୍ଥାତ ଊନବିଂଶ ଓ ବିଂଶ ଶତାବ୍ଦୀ ଭାଷା-ବିସ୍ଫୋରଣର ସମୟ ହୋଇଥିବାରୁ ପ୍ରଚଣ୍ଡ ବେଗରେ ଯେଉଁ ଶବ୍ଦସ୍ରୋତ ପୃଥିବୀର ପ୍ରତ୍ୟେକ ଭାଷାଭଣ୍ଡାରକୁ ପ୍ରବାହିତ ହେଉଥିଲା ସେଗୁଡ଼ିକୁ ପୂର୍ବପରି ଏମାନଙ୍କ ସାହିତ୍ୟ ବାନ୍ଧି ରଖି ପାରିଲାନାହିଁ । ଏଥିପାଇଁ ଆବଶ୍ୟକ ହେଲା ସ୍ୱତନ୍ତ୍ର ଅଭିଧାନ ପ୍ରଣୟନ । ତେଣୁ ବିଶ୍ୱର ଅନ୍ୟଭାଷା ଭଳି ଓଡ଼ିଆଭାଷାରେ ମଧ୍ୟ ପ୍ରଚଳିତ ଶବ୍ଦକୁ ନେଇ ସମତାଳରେ ସ୍ୱତନ୍ତ୍ର ଅଭିଧାନ ପ୍ରସ୍ତୁତିକାର୍ଯ୍ୟ ଆରମ୍ଭ ହୋଇଯାଇଥିଲା । ଅର୍ଥାତ୍ ସ୍ୱାଧୀନତା ପର୍ଯ୍ୟନ୍ତ ଓଡ଼ିଆ ଭାଷା ବିଶ୍ୱର ଅନ୍ୟ ପ୍ରମୁଖଭାଷା ସମକକ୍ଷ ଥିଲା । ଏହାର ଉପଯୁକ୍ତ ଦୃଷ୍ଟାନ୍ତ ହେଲା ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ କିମ୍ବା ପ୍ରମୋଦ ଅଭିଧାନ । ଏହି ଦୁଇଟି ଅଭିଧାନ ରଚନା ହେବାର ୭୦ ବର୍ଷ ବିତି ଗଲାଣି । ଏହାଭିତରେ ବହୁ ନୂଆନୂଆ ଶବ୍ଦ ଆସିଛି – ଯାଇଛି ମଧ୍ୟ । ମାତ୍ର ଆମ ସରକାର ଏବଂ ଓଡ଼ିଆ ଅଭିଧାନକାର ଏସବୁ ସଂଗ୍ରହ ନ କରି ପୁରୁଣା ମଦକୁ ସୁଦୃଶ୍ୟ ନୂଆ ବୋତଲରେ ମୁଦ ଦେଇ ବଜାରରେ ବିକ୍ରି କରିବାଭଳି ବର୍ତ୍ତମାନ ପରିପ୍ରେକ୍ଷୀରେ ବହୁ ଅପ୍ରଚଳିତ ଓଡ଼ିଆ ଶବ୍ଦସମ୍ଭାରକୁ ନେଇ ତଥା ଏହାର ବ୍ୟୁପିତ୍ତିଗତ ଅର୍ଥ ପ୍ରଦାନ ନ କରି ଯେଉଁସବୁ ଅଭିଧାନ ପ୍ରସ୍ତୁତ କରାଯାଉଛି ତଦ୍ଧ୍ୱାରା ଓଡ଼ିଆଭାଷା ଓ ଶବ୍ଦଭଣ୍ଡାର ସଂକୁଚିତ ହୋଇଯାଉଛି । ଭାଷା ସମୃଦ୍ଧ କରିବାର ସମସ୍ତ ଉପାଦାନ ଆମ ହାତପାଆନ୍ତାରେ ଥିବାବେଳେ କେତେଜଣ ଦୁଷ୍ଟ ବୁଦ୍ଧିସମ୍ପନ୍ନ ପଣ୍ଡିତଙ୍କ ଦେଖେଇହେବା ପ୍ରବୃତ୍ତି ଯୋଗୁଁ ଓଡ଼ିଆଭାଷା ଆଜି ଓଡ଼ିଆଙ୍କଠାରୁ ଦୂରେଇ ଯାଉଛି ।

୩. କାର୍ଯ୍ୟାଳୟର ଭାଷା :

ଆମ ଇଂରେଜ ପଢ଼ୁଆ ଉଚ୍ଚଶିକ୍ଷିତ ଚାକିରିଆ ଗୋଷ୍ଠୀଙ୍କୁ ଓଡ଼ିଆରେ କାମ କରିବାକୁ ନିର୍ଦ୍ଦେଶ ଦିଆଗଲେ ସଙ୍ଗେସଙ୍ଗେ ନିଜ ପ୍ରଭୁତ୍ୱପଣିଆ ଜାହିର କରି ପ୍ରତ୍ୟୁତ୍ତର ଦିଅନ୍ତି- “ଓଡ଼ିଆରେ ଫର୍ମ କାହିଁ? ଅଫିସ୍ ନୋଟ୍ ଲେଖିବୁ କେମିତି? କାର୍ଯ୍ୟାଳୟରେ ବ୍ୟବହୃତ ଅନେକ ଇଂରାଜୀଶବ୍ଦର ଓଡ଼ିଆଶବ୍ଦ କାହିଁ? ଓଡ଼ିଆରେ ଆଇନ କାନୁନ ପୁସ୍ତକ କାହିଁ?” ତେଣୁ ଏସବୁ କାହିଁକାହିଁ ଭିତରେ ଓଡ଼ିଆ ସରକାରୀ ଭାଷା ହୋଇ ପାରିବନାହିଁ । କିରାଣୀ ବୃତ୍ତିଧାରୀ ଅଯୋଗ୍ୟ ସରକାରୀ ଚାକିରିଆଙ୍କ ଏହିଭଳି ଅସହଯୋଗ ମନୋଭାବ ଯୋଗୁଁ ତିନୋଟି ମୁଖ୍ୟମନ୍ତ୍ରୀ ପ୍ରଶାସନକାର୍ଯ୍ୟ ଓଡ଼ିଆଭାଷାରେ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲାନାହିଁ ।

କାର୍ଯ୍ୟାଳୟ ବ୍ୟବହୃତ ଯେ କୌଣସି ଭାଷାର ଦୁଇଟି ବିଭାଗ ରହିଛି, ଯଥାସାହିତ୍ୟ ଓ ପ୍ରାଦ୍ୟୋଗିକ । ସାହିତ୍ୟିକ ବିଭାଗ କାର୍ଯ୍ୟାଳୟ ବିବରଣୀ ଲେଖିବାରେ ସାହାଯ୍ୟ କରୁଥିବାବେଳେ ପ୍ରାଦ୍ୟୋଗିକ ବିଭାଗରେ ଅଭିଧାନ, ବ୍ୟାକରଣ, ଟାଇପ୍ ଇତ୍ୟାଦି ଅନ୍ତର୍ଭୁକ୍ତ; ଯାହା ସାମାନ୍ୟ କିରଣୀଠାରୁ ଉଚ୍ଚ ଅଧିକାରୀ ପର୍ଯ୍ୟନ୍ତ ସମସ୍ତଙ୍କ ଆବଶ୍ୟକତା ଅଛି । ପ୍ରଥମଟି ଦ୍ୱିତୀୟ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ । ଏଗୁଡ଼ିକ ମଧ୍ୟ ବର୍ତ୍ତମାନ ସହଜରେ ଉପଲବ୍ଧ । ତଥାପି କେହି ଏହାର ସୁଯୋଗ ନେବାକୁ ଚାହୁଁନାହାନ୍ତି । ଭୁଲ୍ ହେଉପଛେ ସେହି ଇଂରାଜୀରେ କାମ କରିବାକୁ ଏମାନେ ଆଗଭର ହେଉଛନ୍ତି ନିଜ ଉପରିସ୍ଥ ହାକମିକୁ ଖୁସି କରିବାପାଇଁ । ଇଂରେଜଜାତିଠାରୁ ମୁକ୍ତହେବାର ୬୪ବର୍ଷ ବିତିଯାଇଥିଲେ ବି କାହିଁକି ଏ ଇଂରାଜୀ ପ୍ରେମ ତାହା ଜଣାପଡୁନାହିଁ ।

୪. ନିଜ ଭାଷାକୁ ହୀନ ମନେକରିବା :

ଶବ୍ଦର ପ୍ରାଚୁର୍ଯ୍ୟ ବା ଉପାଦାନ ଦୃଷ୍ଟିରୁ ଇଂରାଜୀ ସହିତ ଓଡ଼ିଆକୁ ତୁଳନା କଲେ ନିଶ୍ଚିତ ଭାବରେ ଓଡ଼ିଆଭାଷାର ଦୁର୍ବଳତା ଆଖିରେ ପଡ଼ିବ । ମାତ୍ର ଅନ୍ୟଦୃଷ୍ଟିରୁ ଦେଖିଲେ ଓଡ଼ିଆ ତୁଳନାରେ ଇଂରାଜୀଭାଷା ସବଳ ନୁହେଁ । ଦୃଷ୍ଟାନ୍ତ- ଓଡ଼ିଆର କ୍ରିୟାପଦ ଯେତେ ବିଚିତ୍ର ଓ ବିସ୍ତୃତ ସେହି ତୁଳନାରେ ଇଂରାଜୀଭାଷାର କ୍ରିୟାପଦ ନାହିଁ । ସେହିପରି ଧ୍ୱନି ଅନୁସାରେ ଲିପି, ଶବ୍ଦ ସଂଯୋଜନା, ପଦ ଓ ବାକ୍ୟ ଗଠନ, ଅର୍ଥତତ୍ତ୍ୱ, ଧ୍ୱନି ବୈଚିତ୍ର୍ୟ ମଧ୍ୟ ଇଂରାଜୀଠାରୁ ଓଡ଼ିଆଭାଷା ବହୁଗୁଣରେ ଉଚ୍ଚ । ଆମେ ଉଚ୍ଚାରଣ କରୁଥିବା ଧ୍ୱନିଗୁଡ଼ିକୁ ନିର୍ଦ୍ଧିଷ୍ଟ ବର୍ଣ୍ଣମାଳାରେ ସଜ୍ଜିତ କରି ରଖାଯାଇଛି । ଅଥଚ ଇଂରାଜୀଭାଷାରେ ତାହା ଏପର୍ଯ୍ୟନ୍ତ ହୋଇପାରିନାହିଁ । ଆମେ ଯୁକ୍ତାକ୍ଷର ସାହାଯ୍ୟରେ ଶବ୍ଦର ଆକାର ସଂକୁଚିତ କରିପାରିବା, ଯାହା ଇଂରାଜୀଭାଷାରେ ନାହିଁ । ଆମେ ‘ଜ୍ଞାନ’ ଶବ୍ଦକୁ ଦୁଇଟି ଅକ୍ଷରରେ ଲେଖୁଥିବା ବେଳେ ଏହା ପାଞ୍ଚଟି ଧ୍ୱନରି ସମାହାର, ମାତ୍ର ଜ୍ଞାନର ଇଂରାଜୀ ରୂପ ‘KNOWLEDGE’ ’ରେ ସେହି ପାଞ୍ଚଟି ଧ୍ୱନି ଉଚ୍ଚାରଣ ହେଉଥିବାବେଳେ ନଅଟି ଅକ୍ଷର ବ୍ୟବହାର କରାଯାଉଛି । ଏଠାରେ ଅକ୍ଷରର ବିସ୍ତାରିତ ରୂପ ଯେତେ ସମସ୍ୟା ନୁହେଁ ତାହାଠାରୁ ବଡ଼ ସମସ୍ୟା ହେଲା ‘K’ ଓ ‘D’ ବର୍ଣ୍ଣର ବ୍ୟବହାର । ଏହି ଦୁଇଟି ବର୍ଣ୍ଣ କାହିଁକି ପ୍ରୟୋଗ କରାଯାଇଛି ତାହା ବିଶ୍ୱର କୌଣସି ଇଂରାଜୀ ଭାଷା ବିଶେଷଜ୍ଞ ପ୍ରମାଣ କରିପାରିବେ ନାହିଁ । ଇଏ କେବଳ ଗୋଟିଏ ନୁହେଁ, ଏହିଭଳି ଅସଂଖ୍ୟ ଉାହରଣ ଆମେ ଇଂରାଜୀ ଶବ୍ଦଭଣ୍ଡାରରୁ ଆଣିପାରିବା ଯାହା ବିଜ୍ଞାନସମ୍ମତ ନୁହେଁ । ମାତ୍ର ଓଡ଼ିଆଭାଷାରେ ଏହିଭଳି କିଛି ଅବୈଜ୍ଞାନିକ ଶବ୍ଦ ଅଛି କି? ଯଦି ଓଡ଼ିଆଶବ୍ଦ ବୈଜ୍ଞାନିକ ପଦ୍ଧତିଯୁକ୍ତ, ତେବେ ଇଂରାଜୀ ମାଧ୍ୟମରେ ପଢ଼ୁଥିବା ଓଡ଼ିଆ ଛାତ୍ରଟିଏ ମାତ୍ର କିଛିମାସ ଭିତରେ ଇଂରାଜୀଭାଷା ନିର୍ଭୁଲ ଓ ପ୍ରାଞ୍ଜଳ ଭାବରେ କହିପାରୁଥିବାବେଳେ ଓଡ଼ିଆ ଭାଷାଶିକ୍ଷା କାହିଁକି ଏମାନଙ୍କପାଇଁ କଷ୍ଟକର ହୋଇପଡ଼ୁଛି? କାହିଁକି ଓଡ଼ିଆ ବିଦ୍ୟାଳୟ, ମହାବିଦ୍ୟାଳୟ ତଥା ବିଶ୍ୱବିଦ୍ୟାଳୟର ବିଦ୍ୟାର୍ଥୀ, ଶିକ୍ଷକଗଣ ଶୁଦ୍ଧ ଇଂରାଜୀ ଉଚ୍ଚାରଣରେ ଦକ୍ଷ ହୋଇପାରୁନାହାନ୍ତି?

୫. ମାତୃଭାଷା ଶିକ୍ଷା ପଦ୍ଧତି :

ଓଡ଼ିଆଭାଷା ଶିକ୍ଷା ପାରମ୍ପରିକ ମଧୁ ବର୍ଣ୍ଣବୋଧ ଶୈଳୀରେ ଚାଲିଛି, ଯାହା ଯୁଯୋଗଯୋଗୀ ନୁହେଁ । ଇଂରାଜୀଭାଷା ଶିକ୍ଷା ପାଇଁ ପ୍ରାଥମିକ ସ୍ତରରେ ଯେତେପ୍ରକାର ପୁସ୍ତକ ତଥା ଅନ୍ୟାନ୍ୟ ଉପକରଣ ବାହାରିଲାଣି ତାହା ଓଡ଼ିଆ ଭାଷାପାଇଁ ପ୍ରସ୍ତୁତ କରାଯାଇନାହିଁ । ଏହାଠାରୁ ବଳି ସବୁଠାରୁ ଦୁଃଖର ବିଷୟ ହେଲା ପ୍ରାଥମିକସ୍ତରରୁ କୋମଳମତି ପିଲାଙ୍କୁ ଚାରିଟି ଭାଷା – ଇଂରାଜୀ, ହିନ୍ଦୀ, ସଂସ୍କୃତ, ଓଡ଼ିଆ ଶିଖିବାକୁ ପଡ଼ୁଥିବାରୁ ମାତୃଭାଷା ଓଡ଼ିଆ ହିଁ ସବୁଠାରୁ ବେଶି ଅବହେଳିତ ହେଉଛି । ଅନ୍ୟପକ୍ଷରେ ଓଡ଼ିଆ ପଢ଼ାଉଥିବା ଶିକ୍ଷକଙ୍କର ଓଡ଼ିଆଭାଷା ବିଷୟରେ ଉପଯୁକ୍ତ ଜ୍ଞାନ ନ ଥିବାରୁ ଶବ୍ଦର ବ୍ୟୁପିତ୍ତି ସଂପର୍କରେ ବ୍ୟାଖ୍ୟା ନ କରି ପାରମ୍ପରିକ ବ୍ୟାକରଣକୁ ମୁଖସ୍ତ କରିବାକୁ ପିଲାମାନଙ୍କୁ ବାଧ୍ୟ କରାଇବାଦ୍ୱାରା ଓଡ଼ିଆଭାଷାର ମୌଳିକତା ସଂପର୍କରେ ପିଲାମାନେ ଅଜ୍ଞ ରହୁଛନ୍ତି । ଏହି ପିଲା ମହାବିଦ୍ୟାଳୟକୁ ଆସିବାପରେ ଓଡ଼ିଆଭାଷାଠାରୁ ସଂପୂର୍ଣ୍ଣ ଦୂରେଇ ଯାଉଛି, ଆଉ ଯଦି ଚାକିରି ବୃତ୍ତିରେ ନିୟୋଜିତ ହେଲା, ତେବେ ତା’ର ଓଠରେ ଏପର୍ଯ୍ୟନ୍ତ କ୍ଷୀଣରୂପେ ବଞ୍ଚିଥିବା ଓଡ଼ିଆଭାଷା ସମୂଳେ ଲୋପ ପାଇଯାଉଛି । ତେଣୁ ଓଡ଼ିଆଭାଷା ଯେତେବେଳେ ବ୍ୟକ୍ତିର ଦୌନନ୍ଦିନ ଜୀବନରେ କୌଣସି କାମରେ ଆସୁନାହିଁ, ତାହା ପ୍ରତି ଦୁର୍ବଳତା ରହିବ କାହିଁକି?

ଅନ୍ୟପକ୍ଷରେ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପଢ଼ୁଥିବା ପିଲାଟି ଅନର୍ଗଳ ଭାବରେ ଇଂରାଜୀ କହିପାରୁଥିବାବେଳେ ଓଡ଼ିଆ ମାଧ୍ୟମର ପିଲାଟିଏ ଇଂରାଜୀରେ ଭଲ ନମ୍ବର ରଖୁଥିଲେ ବି କଥା କହିପାରୁ ନାହିଁ । ଏହାର କାରଣ ସଂପର୍କରେ କେତେକ କହନ୍ତି ଇଂରାଜୀ ମାଧ୍ୟମ ପିଲା ସବୁ ବିଷୟ ଇଂରାଜୀରେ ପଢ଼ିଲେ, ତେଣୁ ଏହି ଭାଷାରେ ଦକ୍ଷ ହେଲେ । ଏହି ସୁବିଧା ଓଡ଼ିଆ ମାଧ୍ୟମ ବିଦ୍ୟାଳୟରେ ନାହିଁ । ସେଥିପାଇଁ ସାଧାରଣ ରିକ୍ସାବାଲାଠାରୁ ଉଚ୍ଚଶିକ୍ଷିତଗଣ ନିଜ ପିଲାମାନଙ୍କୁ ଇଂରାଜୀ ମାଧ୍ୟମରେ ପଢ଼ାଇବାକୁ ଆଗ୍ରହୀ ।

 

ଯେଉଁମାନେ ଇଂରାଜୀ ଶିକ୍ଷାର ମିଥ୍ୟା ମାୟାରେ ଛନ୍ଦି ହୋଇଯାଉଛନ୍ତି ସେମାନେ ଭୁଲିଯାଇଛନ୍ତି ଯେ, ମାତୃଭାଷାରେ ଶିକ୍ଷାପ୍ରାପ୍ତି୍ୱାରା ପିଲାଟିର ବୌଦ୍ଧିକସ୍ତର ପୂର୍ଣ୍ଣ ବିକାଶଲାଭ କରିବ । ଏ ମାତୃଭାଷା କେବଳ ମା’ର ଭାଷା ନୁହେଁ, ବରଂ ପରିବେଶର ଭାଷା । ସେ ଯେଉଁ ପରିବେଶରେ ବଢ଼ୁଛି ସେଠି ସମସ୍ତେ ପାଣିରେ ପହଁରୁଥିବା ଜୀବକୁ ମାଛ, କୁମ୍ଭୀର କହନ୍ତି; କିନ୍ତୁ ତା’ର ବିଦ୍ୟାଳୟ ତାକୁ କହୁଛି ଏଇଟା ‘ଫିସ୍’, ‘କ୍ରୋକୋଡାଇଲ୍’ ଇତ୍ୟାଦି । ସାଙ୍ଗସାଥି, ବନ୍ଧୁବାନ୍ଧବ ଏପରିକି ବାପାମାଆ ଆକାଶରେ ଉଡ଼ୁଥିବା ଜୀବଟିକୁ ଦେଖି ଚଢ଼େଇ ବୋଲି କହୁଥିବାବେଳେ ତାକୁ କହିବାକୁ ବାଧ୍ୟ କରାଯାଉଛିଏଇଟା ‘ବାର୍ଡ’ । ଏହିଭଳି ବହୁଦ୍ୱନ୍ଦ୍ୱରେ ନିଜର ବାଲ୍ୟଶିକ୍ଷା ଅତିବାହିତ କରିବାପରେ ମୌଳିକଶିକ୍ଷାଠାରୁ ଦୂରେଇଗଲେ ମଧ୍ୟ ପିଲାଟି ଭଲ ଇଂରାଜୀ କହିବାଦ୍ୱାରା ସମସ୍ତଙ୍କର ପ୍ରଶଂସାର ପାତ୍ର ହେଉଛି, ମାତ୍ର ପ୍ରକୃତରେ ସେ କେତେ ଜ୍ଞାନୀ ତାହା ନିଜେ ହିଁ ଜାଣିଥାଏ ।

ଏଠାରେ ପ୍ରଶ୍ନ ଉଠେ, ପିଲାଟି ଦ୍ୱନ୍ଦ୍ୱମନରେ ଶିକ୍ଷାଲାଭ କରୁଥିବାବେଳେ ଭଲ ଇଂରାଜୀ କିପରି କହିପାରୁଛି? ଏହାର ଏକମାତ୍ର କାରଣ ହେଉଛି, ଇଂରାଜୀ ବିଦ୍ୟାଳୟରେ କେବଳ ଭାଷାଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଏ । ଅର୍ଥାତ୍, ଶୁଦ୍ଧ ଉଚ୍ଚାରଣ, ପ୍ରକାଶଭଙ୍ଗୀ, ଶବ୍ଦବୈଚିତ୍ର୍ୟ, ବ୍ୟାକରଣରେ ଶୁଦ୍ଧତା, ଶିଷ୍ଟତା, ପ୍ରଭାବଶାଳୀ ଭାଷା ପ୍ରୟୋଗ ଶିକ୍ଷା ଉପରେ ସର୍ବଦା ଗୁରୁତ୍ୱ ଦିଆଯାଉଥିବାରୁ ଖୁବ୍ କମ୍ ଦିନଭିତରେ ପିଲାଟି ଇଂରାଜୀରେ ଅନର୍ଗଳ କଥା କହିପାରୁଛି । ବଡ଼ହେବା ପରେ ବିଭିନ୍ନ ଇଂରାଜୀ ପୁସ୍ତକ ପଢ଼ି ନିଜ ଜ୍ଞାନର ପରିସୀମାକୁ ବୃଦ୍ଧି କରିଥାଏ ସତ, ମାତ୍ର ପିଲାବେଳର ସେହି ମାନସିକ ଦ୍ୱନ୍ଦ୍ୱଦ୍ୱାରା ସହଜରେ ଦୂରେଇ ଦେଇଥିବା ନିଜଭାଷା ଭଳି, ନିଜଜାତିଠାରୁ ବି ଧୀରେଧୀରେ ଦୂରେଇଯାଏ ।

୬. ଆମ ଇଂରାଜୀ ଶିକ୍ଷାାନ ପଦ୍ଧତି :

ଓଡ଼ିଆ ମାଧ୍ୟମ ବିଦ୍ୟାଳୟରେ ଇଂରାଜୀ ମାଧ୍ୟମ ବିଦ୍ୟାଳୟଠାରୁ ଦକ୍ଷ, ଜ୍ଞାନୀ, ଗୁଣି ଶିକ୍ଷକ ନିଯୁକ୍ତି ପାଇଥିଲେ ମଧ୍ୟ ବିଦ୍ୟାର୍ଥୀ ଭଲ ଇଂରାଜୀ କହିପାରି ନ ଥାଏ । ଏହାର କାରଣ ହେଲା ଏଠାରେ ଇଂରାଜୀ କହିଲେ ଭାଷା ନୁହେଁ କେବଳ ସାହିତ୍ୟ ପଢ଼ାଯାଏ । ଆମ୍ବବଉଳର ବାସ୍ନାରେ ଚହଟୁଥିବା ପିଲାଟିକୁ କୁହାଯାଏ ‘ଡାଫୋଡିଲ୍’ କବିତା ମୁଖସ୍ତ କରିବାକୁ । ଜୀବନରେ ଡାଫୋଡିଲ୍ କ’ଣ ଜାଣି ନ ଥିବା ପିଲାଟି ମାଷ୍ଟ୍ରେଙ୍କ ନହନହକା ବେତ ଦେଖି ମୁଖସ୍ତକରି ଭଲ ନମ୍ବର ରଖିବେ ସିନା, ଏହା ତା’ର ହୃୟକୁ ସ୍ପର୍ଶ କରିପାରିବନାହିଁ । ଏହି ଇଂରାଜୀ ସାହିତ୍ୟପଢ଼ା ପୁଣି ଧାରାବାହିକ ଭାବେ ୧୫ ବର୍ଷ ଧରି (ପ୍ରଥମରୁ +୩ ପର୍ଯ୍ୟନ୍ତ) ଶିକ୍ଷା କ୍ଷେତ୍ରରେ ପ୍ରଚଳିତ ହୋଇ ଆସୁଛି, ଅଥଚ ଫଳଘର ଶୂନ । କିନ୍ତୁ ସେହିପିଲା ମାତ୍ର ୪ ସପ୍ତାହ ସ୍ପୋକନ ଇଂଲିଶ କୋର୍ସ କରି ଇଂରାଜୀଭାଷା କହିବାରେ ଦକ୍ଷତା ହାସଲ କରିପାରୁଛି । ଏଥିରୁ ସ୍ପଷ୍ଟ ଜଣାପଡ଼େ, ଇଂରାଜୀ ହେଉ ବା ଓଡ଼ିଆ ହେଉ ଯେକୌଣସି ଭାଷାଶିକ୍ଷା କରିବା ସମୟସାପେକ୍ଷ ବା କଷ୍ଟକର ନୁହେଁ । ଯଦି ଓଡ଼ିଆ ମାଧ୍ୟମ ଛାତ୍ରକୁ କେବଳ ଉଚ୍ଚବିଦ୍ୟାଳୟ ଶିକ୍ଷାସ୍ତରରେ ଇଂରାଜୀଭାଷା ସଂପର୍କରେ ଗହନଶିକ୍ଷା ଦିଆଯାଏ, ତେବେ ମହାବିଦ୍ୟାଳୟ ସ୍ତରରେ ଆଉ ଇଂରାଜୀ ସାହିତ୍ୟ ଭାଷା ଓ ଜାତୀୟତା ପଢ଼ିବାକୁ ପଡ଼ିବନାହିଁ । କିମ୍ବା ବି୍ୟାର୍ଥୀର ଇଂରାଜୀଭାଷା ପ୍ରୟୋଗ ଓ ଉଚ୍ଚାରଣରେ କୌଣସି ମାନସିକ ୍ୱନ୍ଦ୍ୱ ରହିବନାହିଁ । ପ୍ରତିବର୍ଷ ଓଡ଼ିଆ ମାଧ୍ୟମରେ ଶମ ଶ୍ରେଣୀ ପରୀକ୍ଷା େଉଥିବା ୪ ଲକ୍ଷରୁ ଊଦ୍ଧ୍ୱର୍ ପିଲା ବ•ର୍ମାନର ନିଯୁକ୍ତିକ୍ଷେତ୍ରରେ ଆଧିପତ୍ୟ ବିସ୍ତାର କରିଥିବା ଇଂରାଜୀମାଧ୍ୟମ ବି୍ୟାଳୟର ମୁଷ୍ଟେି ମୟ ପିଲାମାନଙ୍କୁ ଅତି ସହଜରେ ଅତିକ୍ରମକରି ପରବ•ର୍ୀ ପରୀକ୍ଷାମାନଙ୍କରେ ସଫଳତା ହାସଲ କରିପାରିବେ । ଆଧୁନିକ ଭାଷାଶିକ୍ଷାର ପ୍ରଧାନ ଉଦେ୍ଧଶ୍ୟ- ‘ଭାଷା ମାଧ୍ୟମରେ ଅନ୍ୟକୁ ପ୍ରଭାବିତ କରିପାରିବାର ଶକ୍ତି’ରେ ଏମାନେ ବଳିୟାନ ହୋଇପାରିବେ । କିନ୍ତୁ ପ୍ରାରମ୍ଭିକ ଶିକ୍ଷାକ୍ଷେତ୍ରରେ ଏହି ପଦ୍ଧତି ପ୍ରଚଳନ କରିବାକୁ ଆମ ଅଭିଭାବକ, ଶିକ୍ଷିତବର୍ଗ ଏବଂ ରାଜ୍ୟସରକାର ମାନସିକସ୍ତରରେ ପ୍ରସ୍ତୁତ ନୁହନ୍ତି । ଏହାର କାରଣ ମଧ୍ୟ ସମସ୍ତଙ୍କ କ୍ଷେତ୍ରରେ ଭିନ୍ନଭିନ୍ନ । ତେବେ ଏହି କାରଣ୍ୱାରା ଆଜିର ତଥାକଥିତ ପିତାମାତା ଓ ଜାତିର ପିତାମାତା ଭାବେ ପରିଚିତ ରାଜନୈତିକ ନେତୃବୃନ୍ଦ ଓଡ଼ିଆ ଭାଷାକୁ ଓଡ଼ିଆମାଟିରେ ପରୋକ୍ଷରେ ୁର୍ବଳ କରିେଉଛନ୍ତି ଓ ମୈଥିଳୀ ଭଳି ପୃଥିବୀପୃଷ୍ଠରୁ ଆଉ ଏକ ବଳିଷ୍ଠଭାଷାକୁ ମୃତୁ୍ୟର ଗହ୍ୱର ଭିତରକୁ ପରୋକ୍ଷରେ ଠେଲି େଉଛନ୍ତି ବୋଲି ଜାଣିପାରୁନାହାନ୍ତି । ୭. ସାମାଜିକ କ୍ଷେତ୍ରରେ ଓଡ଼ିଆଭାଷାକୁ ଅନାର : ଏବେ ସମଗ୍ର ଓଡ଼ିଶାରେ ଖୋଯାଉଛି ଯେ, ବିବାହବ୍ରତାି ସାମାଜିକ ସଂସ୍କାର ଏବଂ ମନୋରଞ୍ଜନ କାର୍ଯ୍ୟକ୍ରମରେ ଇଂରାଜୀରେ ନିମନ୍ତ୍ରଣପତ୍ର, ତୋରଣ, ଏପରିକି ଭୋଜିଭାତରେ ସୂଚନା ବୋପାଇଁ ଭେଜ୍, ନନ୍ଭେଜ, ୱାଟର, ସ୍ୱିଇଟସ୍ ଲେଖୁଛନ୍ତି । ବ୍ୟାପକକ୍ଷେତ୍ରରେ ଅଣଓଡ଼ିଆ ପରମ୍ପରା ଓ ସଂସ୍କୃତିର ପ୍ରଚଳନ ଆମକୁ ଇଂରାଜୀର କ୍ରୀତାସ କରିଲୋଣି । ଆଉଏକ ଭୟଙ୍କର ସାଂସ୍କୃତିକ ଅବକ୍ଷୟ ହୋଇଛି ହିନ୍ଦୀର ପ୍ରଭାବ ଯୋଗୁଁ । ଘରେଘରେ ହିନ୍ଦୀରେ ହନୁମାନ ଚାଳିଶା । ସହରରେ ଏପରିକି ଗାଁ’ଗାଁ’ରେ ‘ରାମଚରିତ ମାନସ’ ପ୍ରବଚନ ବା ପାରାୟଣ ହେଉଛି । ଲୋପ ପାଇଯାଉଛି ଆମ ଅତୀତର ଗୌରବ ଭାଗବତ ଟୁଙ୍ଗି, ଭାଗବତ ପାଠ, ହରିବଂଶ, ନୃସିଂହ ପୁରାଣ ପାଠ, ହରିହାଟ? ବ୍ୟବସାୟସୂତ୍ରରେ ଓଡ଼ିଶାକୁ ଆସିଥିବା କିଛିବ୍ୟକ୍ତି ବ୍ୟବସାୟିକ ୃଷ୍ଟିରେ ରାମଚରିତ ମାନସ ପାରାୟଣ ଆରମ୍ଭ କରିଥିଲେ । ସେମାନେ ଉଭୟରେ ସଫଳହେଲେ, ମାତ୍ର ଓଡ଼ିଆଏ ବିଗଳିତ ଭକ୍ତିସ୍ରୋତରେ ଭାସି ତୁଳସୀ ।ସଙ୍କୁ ଛାଡ଼ିଲେ ନାହିଁ । ବ•ର୍ମାନ ଏହାର ବିକଳ୍ପରେ ଭାଗବତ ପାରାୟଣକୁ ପୁନର୍ଜୀବିତ କରିବା ସମୟ ଉପସ୍ଥିତ । ଓଡ଼ିଆଏ ମନେରଖିବା ଉଚିତ, ତୁଳସୀ ରାମାୟଣଠାରୁ ବହୁଗୁଣରେ ସୁନ୍ଦର ଓ ସୁଲଳିତ ରୂପରେ ଭାଗବତ ପାଠ ହୋଇପାରିବ । ଯାହା ଅତୀତରେ ଓଡ଼ଶି ।ମାଟିରେ ହେଉଥିଲା ଓ ବ•ର୍ମାନ ଆସାମମାଟିରେ ହେଉଛି, ତାହା ପୁଣି ଓଡ଼ିଶାମାଟିରେ କରିବା୍ୱାରା ଗାଁ’ଗହଳରେ ଧାର୍ମିକ ବାତାବରଣ ଜୀବିତ ହୋଇଉଠିବ ଓ ପାରସ୍ପରିକ ସହଯୋଗ, ସ୍ଭାବନା ବୃଦ୍ଧି ପାଇବ । ୮. ଗଣମାଧ୍ୟମ, ଗଣଭାଷାହତ୍ୟାର ଶ୍ରେଷ୍ଠମାଧ୍ୟମ : ଗଣମାଧ୍ୟମରେ ଭାଷା ଓ ଜାତୀୟତା (ଖବରକାଗଜ, ବେତାର ଓ ୂ ର ର୍ଶ ନ ) ସମ୍ବା, ମନୋରଞ୍ଜନ, ଆଲୋଚନାି ପ୍ରସାରଣବେଳେ ଅବୁଝା ହିନ୍ଦୀ ବା ଇଂରାଜୀର ବ୍ୟବହାର ଓଡ଼ିଆଭାଷା ହତ୍ୟାର ଏକ ମାଧ୍ୟମ ପାଲଟିଯାଇଛି । ଗଣମାଧ୍ୟମରୁ ଲୋକେ ବହୁକଥା ଶିଖନ୍ତି, ସିଧାସଳଖ ପ୍ରଭାବିତ ହୁଅନ୍ତି । ଆମ ଗଣମାଧ୍ୟମଗୁଡ଼ିକ ହେଉଛନ୍ତି ସ୍ୱେଚ୍ଛାଚାରୀ ମାଧ୍ୟମ । ଯେଉଁ ଯୁବକଯୁବତୀ ଅନର୍ଗଳ ହିନ୍ଦୀ ବା ଇଂରାଜୀ କହୁଛନ୍ତି, ସେମାନେ ଅନର୍ଗଳ ଓଡ଼ିଆ କହିବାକୁ କ’ଣ ଅସମର୍ଥ? ଏମିତି ନୁହେଁ ଯେ ସେମାନେ କହୁଥିବା ଇଂରାଜୀ/ହିନ୍ଦୀର ଓଡ଼ିଆଶବ୍ଦ ନାହିଁ । ଅଥଚ ଏମାନେ ଏହିଶବ୍ଦ ପ୍ରୟୋଗ କରନ୍ତିନାହିଁ, ବରଂ ସୁନ୍ଦର ଓଡିଆଶବ୍ଦର ବିକୃତ ଉଚ୍ଚାରଣ କରିବାକୁ ଲଜ୍ଜିତ ମନେକରନ୍ତି ନାହିଁ, କିମ୍ବା କେହି ଏହାର ବିରୋଧ କରନ୍ତିନାହିଁ । ଏବେ ଅଧିକାଂଶ ଓଡ଼ିଆ ଗଣମାଧ୍ୟମରେ ଓଡ଼ିଆଭାଷାର ଶୁଦ୍ଧ ଓ ଉପଯୁକ୍ତ ଶବ୍ଦ ସଂଯୋଜନା ପ୍ରତି ଧ୍ୟାନ େଉନାହାନ୍ତି । ଅଭିଯୋଗ କଲେ ଉ•ର ମିଳେ- ଲୋକ ଯାହା ବୁଝିପାରିବେ ସେହି ଶବ୍ଦ ବ୍ୟବହାର କରୁଛୁ । ଭାଷାର ସୁରକ୍ଷା ଓ ମୌଳିକତା ଗଣମାଧ୍ୟମର ପ୍ରଥମ ।ୟିତ୍ୱ ବା କ•ର୍ବ୍ୟ ନୁହେଁ ବୋଲି ଏମାନେ ଯୁକ୍ତି କଲାବେଳେ ଭୁଲିଯାଆନ୍ତି ଯେ ଭାଷାକୁ କର୍ଥ କରିବାର ଅଧିକାର ଗଣମାଧ୍ୟମର ନାହିଁ । ଆମଭାଷାରେ ଅନେକ ସୁନ୍ଦର ଓଡ଼ିଆଶବ୍ଦ ଥିଲେ ମଧ୍ୟ ଏହା ବଳରେ ଉଦେ୍ଧଶ୍ୟମୂଳକ ଭାବେ ହିନ୍ଦୀ ଓ ଇଂରାଜୀ ଶବ୍ଦ ବ୍ୟବହାର କରାଯାଉଛି । ଅନେକ ସମୟରେ ଯେଉଁ ଅଣଓଡ଼ିଆ ଶବ୍ଦ ବ୍ୟବହାର କରାଯାଉଛି ତାହାର ଓଡ଼ିଆ ଅର୍ଥ ଭିନ୍ନ ଓ ଅବୋଧ୍ୟ ହେଉଛି । ଆମର ଗୋଟିଏଗୋଟିଏ ଶବ୍ଦର ଅନେକ ପ୍ରତିଶବ୍ଦ ରହିଛି, ତାହାକୁ ବ୍ୟବହାର କରାଯାଉନାହିଁ । ପୁଣି ବେଳେବେଳେ ଓଡ଼ିଆ ଓ ହିନ୍ଦୀ ମିଶା ଅଦ୍ଭୁତଶବ୍ଦ ବ୍ୟବହାର କରାଯାଉଛି, ଯାହା ବୁଝବ ି । କଷ୍ଟ । ତଥାପି ବ•ର୍ମାନର ପିଢ଼ୀ ଏହି ଶବ୍ଦ ବ୍ୟବହାର ପ୍ରତି ଅଧିକ ଗୁରୁତ୍ୱ େଉଛନ୍ତି । ଏମାନେ ବୁଝିପାରୁ ନାହାନ୍ତି ଗଢ଼ିବାର ବିପରୀତ ଶବ୍ଦ ‘ତୋଡ଼ିବା’ନୁହେଁ । ‘ଭାବୁଛି’ ଶବ୍ଦକୁ ‘ଶୋଚୁଛି’ କହିବାର ଅର୍ଥ କ’ଣ? ଏବେ ମନୋନୟନ ବା ବାଛିବା ଶବ୍ଦ ପରିବେ•ର୍ ପ୍ରାୟତଃ ‘ଚୟନ’ ଶବ୍ଦ ବ୍ୟବହାର ହେଉଛି । ଓଡ଼ିଶା ସରକାର ମନୋନୟନ ବଳରେ ଆଉ ଏକ ବିକୃତ ଶବ୍ଦ ‘ପ୍ରବରଣ’ ବ୍ୟବହାର କରୁଛନ୍ତି । ଯେପରି ‘ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ୍’ର ଓଡ଼ିଆ ଅନୁବା ‘ଓଡ଼ ି ଶ । କର୍ମ ଚ ।ରୀ ପ୍ର ବ ରଣ ଆୟୋଗ’ ଉଲ୍ଲେ ଖ କରାଯାଇଛି । ଓଡ଼ ି ଅ ।ଭାଷାରେ ‘ଚୟନ’ଶବ୍ଦର ଅର୍ଥ ‘ସଂଗ୍ରହ’, ‘ମନୋନୟନ’ନୁହେଁ । ସେହିଭଳି ‘ଲଗାତର’ ବା ‘ଲଗାାର’ ଶବ୍ଦ ଓଡ଼ିଆର ‘କ୍ରମାଗତ’ ଶବ୍ଦଟିକୁ ଲୋପ କରିସାରିଲାଣି । ସମ୍ମତି, ମତୈକ ସ୍ଥାନରେ ସହମତି ବା ସହମତ ଶବ୍ଦ, ଭରପୂର ସ୍ଥାନରେ ଖଚାଖଚ, ଅମୀମାଂସିତ ସ୍ଥାନରେ ବରାବର, ଲଗାଣ ସ୍ଥାନରେ ଲଗାତାର, ଭଲରେ ସ୍ଥାନରେ ଭଲ୍ସେ, ଏମିତି ଅନେକ ହିନ୍ଦୀ ଓ ବିକୃତ ହିନ୍ଦୀ ଶବ୍ଦ ଆମ ଭାଷାଭଣ୍ଡାରକୁ ପ୍ରୂଷିତ କରୁଛି । ସହମତ ଶବ୍ଦ ଓଡ଼ିଆରେ ନାହିଁ, ଯାହାର ଅର୍ଥ ଏକମତ । ।ନ ଓ ହଡ଼ପ ଶବ୍ଦର ଓଡ଼ିଆ ଅର୍ଥ ଅଗ୍ରୀମ ବା ବହିନା ବା ବଟୁଆ । ଏହାର ବ୍ୟବହାର ସମୟରେ ଗଣମାଧ୍ୟମଗୁଡ଼ିକ ସାମାନ୍ୟ ସତର୍କତା ଅବଲମ୍ବନ ନ କରିବାରୁ ଅର୍ଥ ବଳି ଯାଉଛି । ଅଗ୍ରୀମ ନେଇ କାମ କରିବାକୁ ଯାଉଥିବା ଶ୍ରମିକଙ୍କୁ ଭାଷା ଓ ଜାତୀୟତା ଦାନଶ୍ରମିକ କୁହାଯାଏ । ‘ଦାନ ଶ୍ରମିକ ନିଖୋଜ’ ବଳରେ ଦାନ ନିଖୋଜ’ ଲେଖାଗଲେ ଏହା ଭିନ୍ନଅର୍ଥକୁ ବୁଝାଉଛି । ସେହିପରି ଟଙ୍କା ହଡ଼ପ, ଜମି ହଡ଼ପ ଲେଖି ହିନ୍ଦୀର ହଡ଼ପ ଶବ୍ଦର ବହୁଳ ବ୍ୟବହାର ଜରିଆରେ ଏମାନେ ଓଡ଼ିଆ ‘ଆତ୍ମସାତ’ ଶବ୍ଦକୁ ଲୋପ କରି ସାରିଲେଣି । ଓଡ଼ିଆ ଗଣମାଧ୍ୟମରେ ବହୁଳ ବ୍ୟବହୃତ ‘ମରଣାନ୍ତକ’ ଶବ୍ଦର ପ୍ରକୃତ ଅର୍ଥ ହେଲା – ଯାହାର ଅନ୍ତ ବା ଶେଷ ପରିଣତି ହେଉଛି ମରଣ । ଅଥଚ ଏହି ଶବ୍ଦକୁ ଏମାନେ ପ୍ରଚଣ୍ଡ ବା ଜଘନ୍ୟ ଅର୍ଥରେ ପ୍ରୟୋଗ କରନ୍ତି । ଯଥା- ‘ମରଣାନ୍ତକ ଆକ୍ରମଣରେ ଯୁବକ ଗୁରତୁ ର’ । ଏବେ ଓଡ଼ଅି । ଗଣମାଧ୍ୟମ ଠପ୍, ହମଲା, ଲାପ•ା, ସନ୍ତୁଳନ, ପାରିତ୍ ଏପରି ଅନେକ ହିନ୍ଦୀଶବ୍ଦ ବ୍ୟବହାର କରୁଛନ୍ତି । ସନ୍ତୁଳନର ଓଡ଼ିଆ ଅର୍ଥ ‘ସନ୍ତୁଳି ହେବା’; କିନ୍ତୁ ଆମ ଗଣମାଧ୍ୟମ ତାହାକୁ ସମତା ଓ ଭାରସାମ୍ୟ ଅର୍ଥରେ ବ୍ୟବହାର କରୁଛନ୍ତି୤ ଦିନଥିଲା ଓଡ଼ିଆଭାଷାର ଶୁଦ୍ଧ ପ୍ରୟୋଗ ସଂପର୍କରେ ଖବରକାଗଜକୁ ଦୃଷ୍ଟାନ୍ତରୂପେ ଗ୍ରହଣ କରାଯାଉଥିଲା । ଓଡ଼ିଆ ଗଣମାଧ୍ୟମ ମଧ୍ୟ ମାତ୍ରାୋଷକୁ କିଛି ସହି ଯେଉଁଠି ଶବ୍ଦ ମିଳୁ ନ ଥିଲା ସେଠାରେ ଇଂରାଜୀ ବା ସଂସ୍କୃତ ଶବ୍ଦ ବ୍ୟବହାର କରୁଥିଲା । ମାତ୍ର ଏବେ ବାଛବିଚାର ନାହିଁ । ନିଜ ଅଜ୍ଞତାକୁ ଘୋଡ଼େଇ ଏମାନେ ଯୁକ୍ତି କରୁଛନ୍ତି ଯେ ନୂତନଶବ୍ଦର ବ୍ୟବହାର ଓଡ଼ିଆ ଶବ୍ଦଭଣ୍ଡାରକୁ ରୁଦ୍ଧିମନ୍ତ କରିବ । ନୂଆଶବ୍ଦର ବ୍ୟବହାର ନ କଲେ ଭାଷା ବଢ଼ିବ ନାହିଁ, ବରଂ ସଂକୁଚିତ ହେବ । ଏହା ସଂପୂର୍ଣ୍ଣ ଭୁଲକଥା । ଯେଉଁଠି ଓଡ଼ିଆଶବ୍ଦ ନାହିଁ ସେଠି ନୂଆଶବ୍ଦ ବ୍ୟବହାର ହେଉ, କାହାରି ଆପ•ିନାହିଁ । ଯେଉଁ ଓଡ଼ଅି ।ଶବ୍ଦ ଅଛି ସେଠି ଅନ୍ୟଭାଷାର ଶବ୍ଦକୁ ଜବରସ୍ତ ବ୍ୟବହାର କଲେ ଆମଭାଷା ବଢ଼ିବ ନାହିଁ, ବରଂ ବୁଡ଼ିବ । ୯. ଓଡ଼ିଆଭାଷାରେ ଜୀବିକାର୍ଜନ ଶକ୍ତିର ଅଭାବ : ଓଡ଼ିଆ ପଢ଼ିଲେ ଚାକିରି ନାହିଁ- ଏଭଳି ଧାରଣା ବ•ର୍ମାନ ଆମ ଶିକ୍ଷିତ ସଂପ୍ରାୟଙ୍କ ମଗଜରେ ବଳବ•ର ହୋଇରହିଛ । ଏହିଧାରଣା ଧୀରେଧୀରେ ସ୍ୱଳ୍ପଶିକ୍ଷତି କିମ୍ବା ଅଶିକ୍ଷତି , ସ୍ୱଚ୍ଛଳ ଓଡ଼ଅି । ପରିବାରର ମାନସିକତାକୁ ଆବୋରି ସାରିଲାଣି । ଅଥଚ ବ•ର୍ମାନର ବିଜ୍ଞାନଯୁଗରେ ଓଡ଼ିଆଭାଷା କିପରି ଜୀବିକାର୍ଜନର ମାଧ୍ୟମ ପାଲଟିବ, ସେ କଥା କେହି ବିଚାର କରୁନାହାନ୍ତି । ବିଜ୍ଞାନ, କାରିଗରୀ, କମ୍ପୁ୍ୟଟର, ଇ•ରନେଟ୍ ଆିରେ ଓଡ଼ିଆଭାଷା ବ୍ୟବହାର ହେଲେ ଓଡ଼ିଆପଢ଼ି ତା’ର ବିନିଯୋଗ କରାଯାଇପାରନ୍ତା । ଓଡ଼ିଆଭାଷା ହୁଅନ୍ତା ଉପାର୍ଜନକ୍ଷମ । ମାତ୍ର ତାହା ବି ଏପର୍ଯ୍ୟନ୍ତ ଓଡ଼ିଶାରେ ହେଲାନାହିଁ । ଶିକ୍ଷାକ୍ଷେତ୍ରରେ ପ୍ରଥମରୁ ସ୍ନାତକ ଶ୍ରେଣୀଯାଏ ଇଂରାଜୀ ହୋଇଯାଇଛି ଶିକ୍ଷାର ମାଧ୍ୟମ । କଲେଜସ୍ତରରେ ଓଡ଼ିଆ ମାଧ୍ୟମ ପ୍ରଚଳିତ ହୋଇଥିଲେ ମଧ୍ୟ ସେଥିପ୍ରତି ଆରନାହିଁ । କାରଣ ଓଡ଼ିଶାରେ ଚାକିରିପାଇଁ ସରକାରୀସ୍ତରରେ ଅନୁଷ୍ଠିତ ବିଭିନ୍ନ ପରୀକ୍ଷାରେ ଓଡ଼ିଆଭାଷା ଏକ ମାଧ୍ୟମ ଭାବେ ଏପର୍ଯ୍ୟନ୍ତ ଗୃହୀତ ହୋଇପାରିନାହିଁ । ଇଂରାଜୀ ସବୁଠି ବାଧ୍ୟତାମୂଳକ । ଏବେ +୨ ସ୍ତରରେ ବ•ର୍ମାନ ଅପ୍ରଚଳିତ ସଂସ୍କୃତକୁ ମାତୃଭାଷା ଓଡ଼ଅି ।ର ବିକଳ୍ପରେ ପଢ଼ାଯିବାର ବ୍ୟବସ୍ଥା ହେଲାଣି । ଏହାର ଅର୍ଥ ଓଡ଼ିଶାରେ ଜନ୍ମ ହୋଇ ତା’ର ପାଣିପବନରେ ବଢ଼ି ଉଚ୍ଚଶିକ୍ଷିତ ହୋଇ ବାହାରିବା ବ୍ୟକ୍ତିଟିଏ ଓଡ଼ିଆ ଜାଣି ନ ଥିବ । ଏହାଠାରୁ ଲଜ୍ଜାର କଥା ଆଉ କ’ଣ ଅଛି?

 

ଭାଷା ଓ ଜାତୀୟତା ଏହା ବ୍ୟତୀତ ଓଡ଼ିଆଭାଷା ସଂକୁଚିତ ହେବାର ଅନ୍ୟକାରଣ ହେଉଛି- ଶିକ୍ଷା, ଶାସନ, ବାଣିଜ୍ୟବ୍ୟବସାୟ, ନ୍ୟାୟାଳୟ ପ୍ରଭୃତି ସାଧାରଣଙ୍କପାଇଁ ଉଦ୍ଧିଷ୍ଟ ହେଲେହେଁ, ଏଥିରେ ସେହିମାନଙ୍କ ବୁଝିବା ଓ କହିବା ଭଳି ଭାଷା- ଓଡ଼ିଆଭାଷାର ପ୍ରଚଳନନାହିଁ । ଏହା୍ୱାରା ଓଡ଼ିଆଭାଷାର ବ୍ୟବହାରିକ ଓ ବ୍ୟବସାୟିକ ମୂଲ୍ୟ ହ୍ରାସ ପାଉଛି । ବାଣିଜ୍ୟ, ଆଇନ, ପ୍ରଶାସନିକ ଜଗତପାଇଁ ଭାଷାର ସ୍ୱତନ୍ତ୍ର ଶକ୍ତି ବୃଦ୍ଧିରେ ପ୍ରତିବନ୍ଧକ ସୃଷ୍ଟି ହେଉଛି । ଓଡ଼ିଆମାନେ ବୁଝିବା ଉଚିତ ଯେ, ଭାଷା ବ୍ୟବହାର କ୍ଷେତ୍ର ବିସ୍ତୃତ ହେଲେ ଭାଷାର ଭାବ ପ୍ରକାଶକାରୀ ଶକ୍ତି ବଢ଼ିଥାଏ । ବ୍ୟବହାରକ୍ଷେତ୍ର ସଂକୁଚିତ ହେଲେ ଭାଷା କ୍ରମଶଃ ଆଧୁନିକ ଉପଯୋଗିତା ହରାଇ ବସେ । ଗରୀବ ସାଧାରଣ ଲୋକଟିଏ ତାର ରୋଗ ଓ ଔଷଧ ବିଷୟରେ ନିଜ ଭାଷାରେ ଜାଣିବାର ଅଧିକାର ନାହିଁ । ଏପରିକି ଓଡିଶା ସରକାର୍ୱାରା ନିଯୁକ୍ତ ବହୁ ଡାକ୍ତର ରୁଷ୍, ଚୀନ, ଜାପାନ ଭାଷାରେ ଡାକ୍ତରୀ ପାଠପଢ଼ି ଆମକୁ ଚିକିତ୍ସା କରୁଛନ୍ତି, ଅଥଚ ଓଡ଼ିଆଭାଷାରେ ଏପର୍ଯ୍ୟନ୍ତ ଡାକ୍ତରୀପାଠ ପଢ଼ାଯାଇ ପାରିଲାନାହିଁ, ବରଂ ଓଡ଼ିଶାରେ ଡାକ୍ତରୀ ପଢ଼ିବାପାଇଁ ହେଉଥିବା ପ୍ରବେଶିକା ପରୀକ୍ଷାରେ ନାମ ପଂଜିକରଣପାଇଁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆଭାଷା ଶିକ୍ଷା ବାଧ୍ୟତାମୂଳକ ଥିବା ନିୟମକୁ ଉଠାଇ ଦିଆଗଲା, ଯାହାର ସୁଯୋଗ ନେଇ ଅନ୍ୟ ରାଜ୍ୟର ଛାତ୍ରଛାତ୍ରୀ ଆମ ସୀମିତ ସଂଖ୍ୟକ ଡାକ୍ତରୀ ଶିକ୍ଷାସ୍ଥାନ କବଳିତ କରିନେଉଛନ୍ତି । କଚେରୀରେ ହାକିମ ତା’ଭାଷାରେ ନ୍ୟାୟ ଲେଖିବନାହିଁ । ଗରୀବ ଓଡ଼ିଆର ଭାଷା ବୋଲି କିଛିନାହିଁ; ସେ ଇଂରାଜୀ ଜାଣିବାକୁ ବାଧ୍ୟ । ଭାଷାକୁ ଧରି କ୍ରୀତାସତ୍ୱ ଆଉ କେତେଦିନ?

Odia Story Subrat Kumar Prusty Books Subrat Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleଶାସ୍ତ୍ରୀୟ ମାନ୍ୟତା ସପକ୍ଷରେ ଦୃଢ଼ଯୁକ୍ତି
Next Article ଓଡ଼ିଆ ଭାଷା ସମୃଦ୍ଧ ହେବ କିପରି
Subrat Kumar Prusty

Related Posts

ଅଭିନବ ବିବାହ

March 16, 2023

ବୋକା ନା ବିବେକୀ?

March 1, 2023

ଘୋରକର ଉଦାରତା

February 1, 2023

ମହାଭାରତ

January 26, 2023

ମହାରାଜାଙ୍କ କଳା

December 21, 2022

ଶକରକନ୍ଦ

December 12, 2022
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.