• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଅନ୍ୟାନ୍ୟ»ଓଡ଼ିଆ ଭାଷା ସମୃଦ୍ଧ ହେବ କିପରି
ଅନ୍ୟାନ୍ୟ

ଓଡ଼ିଆ ଭାଷା ସମୃଦ୍ଧ ହେବ କିପରି

Subrat Kumar PrustyBy Subrat Kumar PrustyFebruary 16, 2020No Comments18 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

ଓଡ଼ିଶାର ଆର୍ଥିକମେରୁଣ୍ଡ ବିଭିନ୍ନ କାରଣରୁ ଭାଙ୍ଗିଯାଇଛି । ସ୍ୱାଧୀନତାର ୬୩ବର୍ଷପରେ ମଧ୍ୟ ଓଡ଼ିଶା ଭାରତବର୍ଷର ପ୍ରଥମ ବା ଦ୍ୱିତୀୟ ଗରିବରାଜ୍ୟ । ଏହିଅବସ୍ଥା ସୁଧାରିବାପାଇଁ ରାଜନୀତି ଓ ପ୍ରଶାସନ ଏ ପର୍ଯ୍ୟନ୍ତ ସମର୍ଥ ହୋଇନାହିଁ । ଯିଓ ସରକାର କୁହନ୍ତି ଓଡ଼ିଶାର ୬୩ଭାଗଲୋକ ଶିକ୍ଷିତ ମାତ୍ର ପ୍ରକୃତରେ ୯୦ଭାଗ ଜନସାଧାରଣ ଶିକ୍ଷାଠାରୁ ବହୁଦୂରରେ । ଏମାନଙ୍କ ମଧ୍ୟରୁ ୮୨ଭାଗ କୃଷକ ଓ ଶ୍ରମିକଶ୍ରେଣୀର । ଏମାନଙ୍କପାଇଁ ଶାସନ,ନ୍ୟାୟ,ଶିକ୍ଷା,ସ୍ୱାସ୍ଥ୍ୟର ବ୍ୟବସ୍ଥା ଚାଲେ ଇଂରାଜୀଭାଷାରେ । ଲୋକେ ନିଜଭାଷାରେ କହିବାର,ଲେଖିବାର ଅଧିକାର ହରାଇବସିବା ଫଳରେ ତୃତୀୟପକ୍ଷର ସାହାଯ୍ୟନେବାକୁ ବାଧ୍ୟ ହେଉଛନ୍ତି । ଏହି ତୃତୀୟପକ୍ଷ ଇଂରାଜୀ-ଶିକ୍ଷତି ଏବଂ ବୃ•ଗି ତ କାରଣରୁ ସଭ୍ୟର ପରିଚୟ େଉଥିଲେ ସୁଦ୍ଧା ଅର୍ଥନୀତିକ ଓ ସାମାଜିକ ଶୋଷଣର ଜାଲ ବିସ୍ତାର କରିଛନ୍ତି । ସେମାନଙ୍କ ଜାଲରେ ରାଜନୀତିକ ଲୋକେ ମଧ୍ୟ ଛନ୍ଦା । ଫଳରେ ପ୍ରଗତି ଓ ଜନକଲ୍ୟାଣ ନାମରେ ଶସ୍ତାରେ ଚାଉଳ,ତେଲ-ଲୁଣ,ଡାଲି ଯୋଗାଇବୋର ପ୍ରଲୋଭନଭିତ୍ତିକ ରାଜନୈତିକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ଏମାନଙ୍କୁ ଶସ୍ତାରେ ଖା୍ୟ ଯୋଗାଣ ଆଳରେ ତଳିଆ କର୍ମଚାରୀ, ରାଜନୀତିଆ ଓ ଟାଉଟରଶ୍ରେଣୀ ନିଜର ସ୍ୱାର୍ଥ ପୂରଣରେ ଲାଗିପଡିଛନ୍ତି । ପ୍ରାୟ ୩କୋଟି ଅସହାୟ ସାଧାରଣବର୍ଗର ଲୋକଙ୍କୁ ଛଳନାରୁ ମୁକ୍ତକରି ଏକ ସ୍ୱାଭିମାନ ଜୀବନଯାପନ କରିବାକୁ ସୁଯୋଗବୋ ରାଜ୍ୟ ସରକାରଙ୍କର ହେଉଛି ପ୍ରଥମ କାମ । ଏଥିପାଇଁ ପ୍ରଶାସନ ଓ ନ୍ୟାୟାଳୟରେ ଓଡ଼ିଆଭାଷା ପ୍ରଚଳନର ଆବଶ୍ୟକତା ଅଛି । ସୂଚନା ଅଧିକାର ଲାଗୁ ହେବାପରେ ପ୍ରଶାସନର ଅନ୍ଧାରିଘରକୁ ପ୍ରବେଶ ଅଧିକାର ମିଳିଛି, କିନ୍ତୁ ସାଧାରଣଲୋକେ ତାଙ୍କ ଭାଷାରେ ସେ ଘରର ଗୁମର ଜାଣିବାର ଅଧିକାରନାହିଁ । ଭାଷା ବ୍ୟବହାରରେ ସ୍ୱାଧୀନତା ନ ଆସିବାଯାଏ ସୂଚନା ଅଧିକାର ଯୋଜନା ଫଳପ୍ର ହେବନାହିଁ, ଏକଥା କେହି ବୁଝିବାକୁ ଚାହୁଁନାହାଁନ୍ତି । ଏହି ସବୁ ସ୍ଥିତିକୁ ଲକ୍ଷ୍ୟକରି ଆମ ମାତୃଭାଷାକୁ କିପରି ସମୃଦ୍ଧ କରିବା, ସେ ବିଷୟରେ ନିମ୍ନୋକ୍ତ ପକ୍ଷେପ ନେବା ଏବେ ଆବଶ୍ୟକ ହୋଇପଡ଼ିଛି । (୧) ଓଡ଼ିଆ ଭାଷାକୁ ରୋଜଗାରର ମାଧ୍ୟମ କରାଇବା : ଓଡ଼ିଆଭାଷାକୁ ରୋଜଗାରିଆ ଭାଷା ବା ଗରଜ-ଗୁଜୁରାଣର ଭାଷା ଭାବେ ପ୍ରତିଷ୍ଠିତ କରିବା୍ୱାରା ହିଁ ଭାଷା ସମୃଦ୍ଧହେବ । ଶିକ୍ଷାବ୍ୟବସ୍ଥା ମାଧ୍ୟମରେ ଲି ଦିଆଯାଇଥିବା ବିଦେଶୀଭାଷା ‘ଇଂରାଜୀ’ର ତୃଟିପୂର୍ଣ୍ଣ ଶିକ୍ଷା ହିଁ ଅସଂଖ୍ୟ ମେଧାବୀ ଛାତ୍ରଛାତ୍ରୀଙ୍କ ଜ୍ଞାନକୁ ଠିକ୍ ବିନିଯୋଗ କରାଇପାରୁନାହିଁ । ଫଳରେ ଓଡ଼ିଆଜାତି ଆଜି ବହୁପଛରେ ପଡିଛି । ଭାରତର ସମସ୍ତରାଜ୍ୟ ନିଜ ମାତୃଭାଷାରେ ଶିକ୍ଷା, ପ୍ରଶାସନ, ନ୍ୟାୟ ବ୍ୟବସ୍ଥା ପ୍ରଚଳନ କରିବାସହ ନିଜମାତୃଭାଷାକୁ ବିଭିନ୍ନ ନିଯୁକ୍ତିର ମାଧ୍ୟମଭାବେ ଗ୍ରହଣ କରିଥିବାରୁ ସେହିସବୁ ରାଜ୍ୟର ସାଧାରଣଛାତ୍ର ସବୁକ୍ଷେତ୍ରରେ ନିଜର ପ୍ରତିଭା ବିନିଯୋଗ କରିପାରୁଛି । ମାତ୍ର ଓଡ଼ିଶା ଏ ସବୁଥିରୁ ବହଦୂରରେ । ଅବସ୍ଥା ଏପରି ହୋଇଛି ଯେ, ଏହି କଥା କହୁଥିବା ବ୍ୟକ୍ତି ଉପହସିତ ହେଉଛି । ତେଣୁ ଓଡ଼ିଆଭାଷାକୁ ଶିକ୍ଷା, ସ୍ୱାସ୍ଥ୍ୟ, ପ୍ରଶାସନ, ନ୍ୟାୟ ଓ ନିଯୁକ୍ତିର ମାଧ୍ୟମ ଭାବେ ଗ୍ରହଣ କରାଯିବା ରକାର । ଇଂରେଜୀଭାଷା ଶିଖି ଏହା ମାଧ୍ୟମରେ କିଛି ଅର୍ଥରୋଜଗାର କରିବାର ନିଶା ପ୍ରଥମେ ସ୍ୱଚ୍ଛଳବର୍ଗ ଏବଂ ପରେ ଏମାନଙ୍କୁ ଅନୁକରଣ ନାମରେ ହନୁକରଣ କରୁଥିବା କିଛି ସାଧାରଣବର୍ଗ ଓ ତାଙ୍କ ସନ୍ତାନଙ୍କଠାରେ ଖୋଲୋ । ଏବେ ଏହା ଓଡ଼ିଶାର ପ୍ରତ୍ୟେକ ଅବିଭାବକଙ୍କର ଏକ ସୌଖିନ ଖିଆଲରେ ପରିଣତ ହୋଇଛି । ଏହି ଅବସ୍ଥାରେ ଓଡ଼ିଆଭାଷା ରୋଜଗାର ସମର୍ଥ ହେବନାହିଁ- ଏପରି ଧାରଣା ପ୍ରତ୍ୟେକଙ୍କ ମନରେ ବସାବାନ୍ଧି ଯାଇଛି । ଓଡ଼ିଆଭାଷା ଯେ ରୋଜଗାରର ଭାଷା ଓ ଏହିଭାଷା ମଧ୍ୟ ବିଭିନ୍ନ ନିଯୁକ୍ତି ଦେଇପାରିବ, ଏହି ଧାରଣା ପ୍ରତ୍ୟେକ ଅଭିଭାବକ ନିଜ ପିଲାମାନଙ୍କଠାରେ ଓ ସମସ୍ତ ବି୍ୟାଳୟ ସେମାନଙ୍କ ବି୍ୟାର୍ଥୀଙ୍କଠାରେ ହୃୟଙ୍ଗମ କରାଇବା ଆବଶ୍ୟକ । ଓଡିଶାର ବୁଦ୍ଧିଜୀବୀଙ୍କ ଅତି ବିଜ୍ଞତା ବା ଅଜ୍ଞତା ଯୋଗୁଁ ଓଡ଼ିଆ ଛାତ୍ରଛାତ୍ରୀ ଜାତୀୟ ସ୍ତରରେ ଆଇ.ଆଇ.ଟି. ପ୍ରବେଶିକା ପରୀକ୍ଷା ଓଡ଼ିଆ ମାଧ୍ୟମରେ ବୋ ସୁଯୋଗ ହାତଛଡ଼ା କରିବସିଲେ । ନଚେତ ଓଡ଼ିଶାର ବହୁବି୍ୟାର୍ଥୀ ଏହି ବିଭାଗରେ ଯଥେଷ୍ଟ ସଫଳତା ପାଇପାରିଥାନ୍ତେ । ବ•ର୍ମାନ ମଧ୍ୟ ଆଇ.ଏ.ଏସ୍ ପରୀକ୍ଷା, କେନ୍ଦ୍ରିୟ କର୍ମଚାରୀ ନିଯୁକ୍ତି ଆୟୋଗ୍ୱାରା ଅନୁଷ୍ଠିତ ସମସ୍ତ ପରୀକ୍ଷା ଓ ସାକ୍ଷାତକାର ଓଡ଼ିଆଭାଷାରେ ଦେଇପାରିବାର ବ୍ୟବସ୍ଥା ଅଛି । ଇଂରାଜୀରେ ୁର୍ବଳଥିବା ଓଡ଼ିଆ ଛାତ୍ରଛାତ୍ରୀ ଏହାର ସୁଯୋଗ ନେବାଭଳି ମାନସିକତା ସୃଷ୍ଟିକରିବାକୁ ପଡିବ । ଏ ପର୍ଯ୍ୟନ୍ତ ଓଡ଼ିଶାଭଳି ଅନଗ୍ରସର ରାଜ୍ୟରେ ବିଭିନ୍ନ ନିଯୁକ୍ତିପାଇଁ ରାଜ୍ୟ ମାତୃଭାଷା ଓଡ଼ିଆଭାଷାକୁ ଗ୍ରହଣ କରାଯାଇନାହିଁ । ଅଥଚ ଅନ୍ୟ ରାଜ୍ୟଗୁଡ଼ିକର ଯୁବକଯୁବତୀ ନିଜନିଜ ମାତୃଭାଷାରେ ଏହି ସୁବିଧା ପାଇପାରୁଛନ୍ତି । ତେଣୁ ରାଜ୍ୟସ୍ତରରେ ହେଉଥିବା ପ୍ରତ୍ୟେକ ନିଯୁକ୍ତିଭି•ିକ ପରୀକ୍ଷାର ମାଧ୍ୟମ ଭାବରେ ଓଡ଼ିଆଭାଷାକୁ ଗ୍ରହଣ କରିବାପାଇଁ ସରକାରଙ୍କ ଉପରେ ଚାପସୃଷ୍ଟି କରିବା ଆବଶ୍ୟକ ହୋଇପଡ଼ିଛି । ଏଥିପାଇଁ ମହାବି୍ୟାଳୟ ଓ ବିଶ୍ୱବି୍ୟାଳୟ ଛାତ୍ରଛାତ୍ରୀଙ୍କ ମନଭିତରେ ଓଡ଼ିଆଭାଷା ପ୍ରତି ଏକ ଆବେଗ ସୃଷ୍ଟିକରିବା ସହ ଏହି ଭାଷାର ବିଲୁପ୍ତପ୍ରାୟ ବ•ର୍ମାନସ୍ଥିତି, ତଥା ଏହା ମଧ୍ୟ ଚାକିରି ଯୋଗାଇ ବୋର ସର୍ବଶ୍ରେଷ୍ଠ ଏବଂ ସରଳ ମାଧ୍ୟମ ବୋଲି ଧାରଣା ସୃଷ୍ଟିକରିବାକୁ ହେବ । ଏଥିରେ ଭାଷା ଓ ଜାତୀୟତା ସଫଳହେଲେ ହିଁ ଛାତ୍ରଙ୍କ ।ବି ଓ ଜନସାଧାରଣଙ୍କ ଇଚ୍ଛାନିକଟରେ ସରକାର ମଥା ନୁଆଁଇବାକୁ ବାଧ୍ୟହେବେ । ରୁଷ, ଚୀନ, ଜାପାନ, ମାଳୟ ଭାଷାରେ ଡାକ୍ତରୀ ପାଠପଢ଼ି ଜଣେ ଓଡ଼ିଆ ଓଡ଼ିଶାର ଡାକ୍ତର ଭାବେ ନିଯୁକ୍ତି ପାଇପାରୁ ଥିବାରୁ ଓଡ଼ିଆ ଭାଷା ମାଧ୍ୟମରେ ଡାକ୍ତରୀ ଶିକ୍ଷା ପ୍ରାନ ବ୍ୟବସ୍ଥା ମଧ୍ୟ ଆରମ୍ଭ କରାଯାଉ । ଏଥିପାଇଁ କେନ୍ଦ୍ରର ନୀତିନିୟମ ବାଧକ ହେବ ନାହିଁ । ଓଡ଼ିଶାରେ ଡାକ୍ତର ସଂଖ୍ୟା ଯଥେଷ୍ଟ ବୃଦ୍ଧିପାଇବ ଓ ଓଡ଼ିଶାରେ ଡାକ୍ତରୀଶିକ୍ଷା କ୍ଷେତ୍ରରେ ପ୍ରତି୍ୱନ୍ଦ୍ୱିତା ସୃଷ୍ଟିହେବା୍ୱାରା ଚିକିତ୍ସାର ମାନବୃଦ୍ଧି ଘଟିବ । (୨) ପ୍ରଶାସନ ଓ ଆଇନ କ୍ଷେତ୍ରରେ କେବଳ ଓଡ଼ିଆଭାଷାର ବ୍ୟବହାର : ରାଜ୍ୟସରକାର ଶାସନ, ଶିକ୍ଷା, ସ୍ୱାସ୍ଥ୍ୟ, ନ୍ୟାୟାଳୟ, ଗମନାଗମନ କ୍ଷେତ୍ରରେ ଓଡିଆଭାଷାର ପ୍ରଚଳନ ଓ ବିନିଯୋଗ କରାଇପାରିଲେ ସାଧାରଣ ତଥା ଶିକ୍ଷିତ ବୁଦ୍ଧିଜୀବୀ ମହଲରେ ଭାଷାପ୍ରତି ଆର, ଆନ୍ତରିକତା ବଢ଼ିବ । ଚିକିତ୍ସା କେନ୍ଦ୍ରଗୁଡ଼ିକର ସମସ୍ତକାର୍ଯ୍ୟ ଓଡ଼ିଆରେ ହେବା ସହ ଚିକିତ୍ସାବେଳେ ରୋଗୀର ରୋଗସମ୍ବନ୍ଧୀୟ ସମସ୍ତ ବିବରଣୀ, ଔଷଧ ବ୍ୟବହାର ବିଧି ସ୍ପଷ୍ଟ ଭାବେ ଓଡ଼ିଆଭାଷାରେ ଲେଖିବାର ଆବଶ୍ୟକ ରହିଛି । ଏପରିକି ସମ୍ଭବ ହେଲେ ଔଷଧର ନାମ ଓଡ଼ିଆରେ ଲେଖିବା ଉଚିତ । ଭାଷାକେବଳ ସାଧାରଣ ନିତିିନିଆ ଜୀବନର ଆବଶ୍ୟକତା ବାହକ ନୁହେଁ, ବଡ଼ବଡ଼ ଚିନ୍ତା, ର୍ଶନ ଓ ତ•୍ୱ ପ୍ରକାଶର ମାଧ୍ୟମ । ମନେ ରଖିବାକୁ ହେବ ଓଡ଼ିଆଭାଷା ଭାରତୀୟ ଆର୍ଯ୍ୟ ପ୍ରାଶେିକ ଭାଷାଗୁଡ଼ିକ ମଧ୍ୟରେ ପ୍ରାଚୀନତମ ଭାଷା । ଏହାର ଶବ୍ଦଭଣ୍ଡାର ବହୁସମୃଦ୍ଧ । ଯି ବଙ୍ଗଳା, ଗୁଜରାଟୀ, ହିନ୍ଦୀ ଭାଷାରେ କାର୍ଯ୍ୟାଳୟ, ନ୍ୟାୟାଳୟ କାମ ଚାଲିପାରୁଛି, ଓଡ଼ିଆଭାଷାରେ ତାହା କାହିଁକି ନ ହେବ? ଓଡ଼ିଶାର ଶାସନ ବ୍ୟବସ୍ଥା ହେଉଛି ଅମଲାତାନ୍ତ୍ରିକ । ଅର୍ଥାତ୍ କିରାଣୀଠାରୁ ସଚିବଙ୍କର କ୍ଷମତା ଲୋକପ୍ରତିନିଧି ଅପେକ୍ଷା ଶକ୍ତିଶାଳୀ । ଯାହା ଗଣତନ୍ତ୍ର ରାଷ୍ଟ୍ରର ବିପରୀତାଭିମୁଖୀ । ଏହି କିରାଣୀ-ସଚିବଗଣଙ୍କୁ ସୁହାଇବା ଭଳି ଇଂରାଜୀଭାଷାର ପ୍ରୟୋଗ ଶାସନ ବ୍ୟବସ୍ଥାରେ ପ୍ରଚଳନ ହୋଇଆସୁଛି । ଏହାର ଦୁଇଟି କାରଣ ରହିଛି-(୧) ଲୋକ ପ୍ରତିନିଧିଙ୍କ ଅଜ୍ଞତାକୁ ଦୃଷ୍ଟିରେ ରଖି ୁର୍ନୀତିକୁ ପ୍ରଶ୍ରୟ ବୋ, (୨) ସାଧାରଣ ଲୋକ ବୁଝି ନ ପାରିବାର ଭାଷା ପ୍ରୟୋଗରେ ନିଜ ଭୁଲ୍ ତ୍ରୁଟିକୁ ଘୋଡ଼ାଇବା ସହିତ ସେମାନଙ୍କ  ଦୃଷ୍ଟିରେ ଉଚ୍ଚାସନର ମର୍ଯ୍ୟାା ପାଇବା । ଏହି ୁଇ ମାନସିକତା ହିଁ ପ୍ରାକୃତିକ ସମ୍ବଳ ଓ ସୁକ୍ଷ ମାନବ ସମ୍ବଳରେ ପୂର୍ଣ୍ଣ ଥାଇ ଶେର ସବୁଠୁ ଗରିବ ରାଜ୍ୟଭାବେ ଓଡ଼ିଶା ପରିଚିତ ହୋଇଛି । ତେଣୁ ଓଡ଼ିଶାର ସାମଗ୍ରିକ ବିକାଶପାଇଁ ପ୍ରଶାସନ ଓ ଆଇନ କ୍ଷେତ୍ରରୁ ସଂପୂର୍ଣ୍ଣ ଭାବରେ ଇଂରାଜୀଭାଷା ବ୍ୟବହାରକୁ ଉଚ୍ଛେ କରାଯାଇ ଏହି ସ୍ଥାନରେ ଓଡ଼ିଆଭାଷା ପ୍ରଚଳନ କରାଯାଉ । ଏଥିପାଇଁ ସରକାରୀ ଘୋଷଣାନାମା ଯେତେ ଜରୁରୀ ନୁହେଁ, ସେତେ ଅଧିକ ଜରୁରୀ ସାଧାରଣ ଜନତାଙ୍କର ତୀବ୍ର ପ୍ରତିକ୍ରିୟାଶୀଳ ମନୋଭାବ । କାରଣ ଜନତା ପ୍ରତିବା କଲେ ଏହି ହାତଗଣତି କିରାଣୀଗଣ ନିଜ ମାନସିକତାରେ ପରିବ•ର୍ନ ଆଣିବାକୁ ବାଧ୍ୟହେବେ ।

(୩) ଇଂରାଜୀ ସାହିତ୍ୟ ବଳରେ ଇଂରାଜୀଭାଷା ଶିକ୍ଷାପ୍ରାନ : ଶିକ୍ଷାର ମୂଳଆଧାର ପ୍ରାଥମିକଠାରୁ ମାଧ୍ୟମିକ ଶ୍ରେଣୀ ଶିକ୍ଷା ବ୍ୟବସ୍ଥା ଇଂରାଜୀ ସାହିତ୍ୟପାଠ ସଂପୂର୍ଣ୍ଣ ବର୍ଜନ କରାଯାଉ । କାରଣ ଇଂରାଜୀ ଆମ ସମ୍ବିଧାନର ଅଷ୍ଟମ ସୂଚୀ ଅନ୍ତର୍ଭୁକ୍ତ ମୌଳିକ ଭାଷା ନୁହେଁ । ଏହାକୁ ଶିକ୍ଷାବ୍ୟବସ୍ଥାର ଆଧାର ଭାବରେ ଗ୍ରହଣ କରାଯାଇ ପାରିବନାହିଁ । ଏହା କେବଳ କାର୍ଯ୍ୟାଳୟର ଭାଷା ଭାବେ ସୀମିତ ସମୟପାଇଁ ସ୍ୱୀକୃତି ପାଇଛି । ତେଣୁ ପାରମ୍ପରିକ ୧୩ ବର୍ଷର ଇଂରାଜୀ ସାହିତ୍ୟ ପଢ଼ା ପଦ୍ଧତି ପ୍ରତ୍ୟାହାର କରାଯାଇ ଉଚ୍ଚଶିକ୍ଷା କ୍ଷେତ୍ରରେ କେବଳ ଉକ୍ରୃଷ୍ଟମାନର ଇଂରାଜୀଭାଷା ଶିକ୍ଷା ପ୍ରାନ କରାଯାଉ । ଯ୍ୱାରା ଚାକିରି ବୃ•େି ର ଓଡ଼ଅି ।ପିଲା ଅଧିକ କ୍ଷ ହୋଇପାରିବେ । (୪) ଓଡ଼ିଆଭାଷା ଶିକ୍ଷକ ନିଯୁକ୍ତି : ଶିକ୍ଷାକ୍ଷେତ୍ରରେ ଓଡ଼ିଆଭାଷାର ନିର୍ଭୁଲ ପ୍ରୟୋଗପାଇଁ ପ୍ରାଥମିକସ୍ତରରୁ ବିଶ୍ୱବି୍ୟାଳୟ ପର୍ଯ୍ୟନ୍ତ ପ୍ରତ୍ୟେକଶ୍ରେଣୀରେ ଓଡ଼ିଆ ଭାଷା ଓ ସାହିତ୍ୟ ଶିକ୍ଷକଙ୍କୁ ଉପଯୁକ୍ତ ତାଲିମ ପ୍ରାନ କରାଇବାକୁ ହେବ । ବିଶେଷକରି ଶିକ୍ଷାର ମୂଳୁଆ ଭାବେ ପ୍ରଥମରୁ ଶମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆଭାଷାର ଶିକ୍ଷାଭାର ବ•ର୍ମାନ ଓଡ଼ିଆଭାଷା ଅନଭିଜ୍ଞ ଶିକ୍ଷକଙ୍କ୍ୱାରା ଶିକ୍ଷାପ୍ରାନ କରାଯାଉଥିବାରୁ ମାତୃଭାଷା ଶିକ୍ଷା ପ୍ରତି ମୂଳରୁ ହିଁ ବି୍ୟାର୍ଥୀର ଆଗ୍ରହ କମିଯାଉଛି । ଗତ ୫ ଡିସେମ୍ବର ୨୦୦୯ ରିଖ ପତ୍ରସଂଖ୍ୟା ୪୬୪୫୪/୧୧-୧୧-୦୯ ଅନୁସାରେ ଓଡ଼ିଶା ସରକାର ୩୨୧୦ଟି ଠିକାଶିକ୍ଷକ ଉଚ୍ଚ ବି୍ୟାଳୟ ସ୍ତରରେ ନିଯୁକ୍ତ ବୋକୁ ଘୋଷଣା କରିଛନ୍ତି । ରାଜ୍ୟର ୧୯ଟି ଶିକ୍ଷା ବିଭାଗରେ ୪୦୮ + ୪୮୮ଟି ବିଜ୍ଞାନ ଶିକ୍ଷକ, ୬୨୮ଟି ତାଲିମପ୍ରାପ୍ତ ସ୍ନାତକ କଳାଶିକ୍ଷକ, ୨୨୨ଟି ତାଲିମପ୍ରାପ୍ତ ଉଚ୍ଚ ମାଧ୍ୟମିକ ଓ ୪୦୦ଟି ତାଲିମପ୍ରାପ୍ତ ମେଟି୍ରକ, ୨୬୬ଟି ଖେଳଶିକ୍ଷକ, ୬ଜଣ ଊର୍ଦ୍ଧୁ ଶିକ୍ଷକ, ୫୦୪ ହିନ୍ଦୀ ଶିକ୍ଷକ, ୨୭୩ ସଂସ୍କୃତ ଶିକ୍ଷକ ପବୀ ଠିକା ମାଧ୍ୟମରେ ପୂରଣ କରାଯିବ ବୋଲି ଓଡ଼ଶି । ସରକାରଙ୍କ ଗଣଶିକ୍ଷା ବିଭାଗ ନିଷ୍ପ•ି ନେଇଛି । ମାତ୍ର ୁଃଖର କଥା ଗଣଶିକ୍ଷା ବିଭାଗ ତାଲିକାରେ ସବୁଭାଷାର ଶିକ୍ଷାପାଇଁ ଶିକ୍ଷକଙ୍କ ଅଭାବ ର୍ଶାଇଥିବାବେଳେ ଓଡ଼ିଆଭାଷା ଶିକ୍ଷକ ଅଭାବକୁ ଖୋଇନାହାନ୍ତି । ତେଣୁ ଓଡ଼ିଆଭାଷା ପଢ଼ାଇବାପାଇଁ ଓଡ଼ିଆଶିକ୍ଷକର ଆବଶ୍ୟକତା ନାହିଁ ବୋଲି ପରୋକ୍ଷରେ ସରକାର ସୂଚିତ କରିଛନ୍ତି । ଅଥଚ ଓଡ଼ିଶାରେ ବାସ କରୁଥିବା ବଂଗାଳୀ, ତେଲୁଗୁ, ଊର୍ଦ୍ଧୁ, ହିନ୍ଦୀ,ସଂସ୍କୃତ ଭାଷୀଙ୍କ ମାତୃଭାଷା ଶିକ୍ଷାପାଇଁ ସରକାର ସେହିଭାଷାର ଅଭିଜ୍ଞ ଶିକ୍ଷକଙ୍କୁ ନିଯୁକ୍ତି େଉଛନ୍ତି । ତେଣୁ ସ୍ନାତକରେ ଓଡ଼ିଆ ଉପାଧିପ୍ରାପ୍ତ ବ୍ୟକ୍ତିଙ୍କୁ ସ୍ୱତନ୍ତ୍ର ତାଲିମ ପ୍ରାନ କରାଯାଇ ଏ କ୍ଷେତ୍ରରେ ବ୍ୟାପକ ନିଯୁକ୍ତି କରିବା ତଥା ଓଡ଼ିଆଭାଷା ଓ ସାହିତ୍ୟର ଛାତ୍ରଛାତ୍ରୀଙ୍କ ନିଯୁକ୍ତିପାଇଁ ବିଭିନ୍ନପ୍ରକାର ଉ୍ୟମ ସରକାର କରିବାପାଇଁ ଚାପ ସୃଷ୍ଟିକରିବାକୁ ହେବ । (୫) ଯୁଗୋପଯୋଗୀ ଶିକ୍ଷାନୀତି ପ୍ରଚଳନ : ଆଧୁନିକ ଶିଳ୍ପବିପ୍ଳବ ପରେ ସମଗ୍ର ବିଶ୍େୱ ର ସର୍ବପଥ୍ର ମେ ଭାଷାକୁ ନେଇ ଏକ ଅ•ଳ ଗଠିତ ହେବାରେ ଓଡ଼ଶି । ହେଉଛି ପ୍ରଥମ । ୭୫ବର୍ଷ ସ୍ୱତନ୍ତ୍ର ଓଡ଼ିଶାରାଜ୍ୟ ଗଠନ ଏବଂ ୬୩ ବର୍ଷ ଧରି ନିଜ ଭାଷା ଓ ଜାତୀୟତା ଉନ୍ନତ କରିବାରେ ସ୍ୱାଧୀନତା ଆମକୁ ମିଳିଥିଲେ ମଧ୍ୟ ତାହା ଆମେ କରିପାରିନାହୁଁ । ଏହାର ଏକମାତ୍ର କାରଣ, ଓଡ଼ିଆଭାଷା ଆଜି ଓଡ଼ିଆଜାତି ନିକଟରେ ଅକର୍ମଣ୍ୟ ହୋଇ ପଡ଼ିରହିଛି । ଯିଓ ପ୍ରତିବର୍ଷ ଲକ୍ଷଲକ୍ଷ ଓଡ଼ିଆପିଲା ଶିକ୍ଷିତ ହେଉଛନ୍ତି, ସେମାନେ ଇଂରାଜୀର ଉଷ୍ମପ୍ରବାହ ଭିତରେ ହଜିଯାଇ ନିଜ ଭାଷା ଓ ଜାତିର ବିକାଶପାଇଁ ଚିନ୍ତା କରିପାରୁନାହାନ୍ତି । କାରଣ ମାତୃଭାଷାକୁ ନେଇ ଓଡ଼ିଶାରେ ଏ ପର୍ଯ୍ୟନ୍ତ ଯୁଗାନୁଯାୟୀ ପାଠ୍ୟଖସଡ଼ା ପ୍ରସ୍ତୁତ ହୋଇନାହିଁ । ଇଂରାଜୀଭାଷା ପ୍ରତି ଚାକିରିଆଗୋଷ୍ଠୀଙ୍କର ଅନ୍ଧ ଆନୁଗତ୍ୟ ଏହି ପ୍ରସ୍ତୁତି ପଥରେ ୃଢ଼ ବାଧକ ସାଜିଛି । ତେଣୁ ଏସବୁର ପ୍ରତିହତପାଇଁ ଏକ ନୂତନ ଶିକ୍ଷାବ୍ୟବସ୍ଥା ପ୍ରଚଳନ କରିବାର ଆବଶ୍ୟକ ରହିଛ ।ି ପ୍ରଚଳିତ ଶିକ୍ଷାବ୍ୟବସ୍ଥାର ଆମୂଳଚୂଳ ପରିବ•ର୍ନକରି ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ କେବଳ ଓଡ଼ିଆଭାଷାରେ ସମସ୍ତ ବିଷୟ ପଢ଼ାଯିବ, ଅଷ୍ଟମରୁ ଶମ ଶ୍ରେଣୀ ପର୍ଯ୍ୟନ୍ତ ଚାରୋଟି ଭାଷାପତ୍ର ବଳରେ ୁଇଟି ଭାଷାପତ୍ର ଓଡ଼ିଆ ଓ ଇଂରାଜୀ ପଢ଼ାଯିବ ଏବଂ ଉଭୟରେ ସାହିତ୍ୟ ବଳରେ କେବଳ ଭାଷା ସଂପର୍କୀତ ବିସ୍ତୃତ ପ୍ରଶିକ୍ଷଣ ିଆଯିବା ସହ ଆନୁସଙ୍ଗିକ ଶବ୍ଦାବଳୀ ସହିତ ପରିଚୟ କରାଯିବ । ଇଂରାଜୀସାହିତ୍ୟକୁ ସଂପୂର୍ଣ୍ଣ ବର୍ଜନ କରାଯାଇ ଶମ, +୨ ଓ +୩ ଶ୍ରେଣୀରେ ଆଧୁନିକ ଭାରତୀୟ ଭାଷା ଭାବରେ ଓଡ଼ିଆ କିମ୍ବା ସାନ୍ତାଳୀ ତଥା ୍ୱିତୀୟ ଭାଷା ଭାବରେ ଇଂରାଜୀ / ସଂସ୍କୃତ / ଓଡ଼ିଆ / ହିନ୍ଦୀ / ବଙ୍ଗଳା / ତେଲୁଗୁ / ତାମିଲ ଭାଷା ଶିକ୍ଷା ପ୍ରାନ କରାଯାଉ । +୨ ସମୟରେ ହେଉଥିବା ବିଭିନ୍ନ ରାଜ୍ୟସ୍ତରୀୟ ପ୍ରବେଶିକା ପରୀକ୍ଷା ଓଡ଼ିଆ ମାଧ୍ୟମରେ କରାଇବା, ଡାକ୍ତରୀ, ଯାନ୍ତ୍ରିକ ଏବଂ ବ୍ୟବସାୟ ପରିଚାଳନା ଆି ବୈଷୟିକ ଶିକ୍ଷା ଓଡ଼ିଆଭାଷା ମାଧ୍ୟମରେ ପ୍ରାନ କରାଯାଉ । ଯାହା୍ୱାରା ପରବ•ର୍ୀକାଳରେ ଅନୁଷ୍ଠତି ସର୍ବଭାରତୀୟ ପ୍ରତେି ଯାଗିତା ମୂଳକ ପରୀକ୍ଷାରେ ଓଡ଼ିଆଛାତ୍ର ସଫଳ ହୋଇପାରିବେ । କାରଣ ଏହିସବୁ ପ୍ରତିଯୋଗିତା ଆ•ଳିକଭାଷା ମାଧ୍ୟମରେ ହେଉଥିବାରୁ ଓଡ଼ଅି । ମାଧ୍ୟମରେ ଉପଯୁକ୍ତ ପୁସ୍ତକ ଏବଂ ିର୍ଗ୍ଶନ ନ ପାଇ ଓଡ଼ିଆ ପିଲାଏ ବାଧ୍ୟ ହୋଇ ଇଂରାଜୀଭାଷାର ଆଶ୍ରୟ ନେଉଛନ୍ତି । ମାତ୍ର ଇଂରାଜୀ ଭାଷାରେ କ୍ଷତା ନ ଥିବାରୁ ଏସବୁ ପରୀକ୍ଷାରେ ବିଫଳ ହେଉଛନ୍ତି । ତେଣୁ ଓଡ଼ିଶାର ଉଚ୍ଚଶିକ୍ଷା ବ୍ୟବସ୍ଥା ଓଡ଼ିଆମାଧ୍ୟମରେ ହେବା୍ୱାରା ଆଧୁନିକ ପାଠ୍ୟୋପକରଣ ଅଭାବ ୂର ହେବା ସହିତ ଉପଯୁକ୍ତ ିର୍ଗ୍ଶକଙ୍କ ଉପଲବ୍ଧ ହେବ । ଅନ୍ୟଭାଷା ରଚିତ ବହୁ ଉଚ୍ଚାଙ୍ଗ ପୁସ୍ତକ ଓଡ଼ିଆଭାଷାରେ ଅନୁବାିତ ହୋଇ ସାଧାରଣ ଓଡ଼ିଆଙ୍କ ଜ୍ଞାନବିକାଶ କରିପାରିବ । (୬) ଓଡ଼ଅି । ଭାଷାକୁ ବିଶ୍ୱର ପ୍ରମୁଖ ଭାଷା ସମକକ୍ଷ କରାଇବା : ଜଗତୀକରଣ ପରିପ୍ରେକ୍ଷୀରେ ଓଡ଼ିଆଭାଷାକୁ ବିଶ୍ୱ ସହିତ ଅନ୍ୟାନ୍ୟ ଭାରତୀୟଭାଷା ସମକକ୍ଷ କରିବାକୁ ପଡ଼ିବ । କାରଣ କେବଳ ଓଡ଼ିଆ ନୁହେଁ, ପ୍ରତ୍ୟେକ ଭାରତୀୟ ଭାଷାମାନଙ୍କରେ ନିଜକୁ ବ•ାଇବାର ଏଇଭଳି ପ୍ରାଣମୂର୍ଚ୍ଛା ସଂଘର୍ଷ ଖୋେଇଛି । ଏହି ସଂଘର୍ଷର ପରିଣାମ ୁଇଟି – ଆମଭାଷାକୁ ଉନ୍ନତକରି ଅନ୍ୟ ଭାଷାଗୁଡ଼ିକର ସମକକ୍ଷ କରିବା କିମ୍ବା ଅନ୍ୟଭାଷା ନିକଟରେ ନିଜକୁ ସମର୍ପଣ କରିବାକୁ ହେବ । ତେଣୁ ଛଅକୋଟି ଓଡ଼ିଆଙ୍କ ପରିଚୟ ନିର୍ଭର କରୁଥିବା ଓଡ଼ିଆଭାଷାକୁ ହିନ୍ଦୀ ବା ଇଂରାଜୀ ଭାଷା ନିକଟରେ ସମର୍ପଣ ନ କରି ଏହାକୁ ତା’ର ସମକକ୍ଷ କରିବା ଆବଶ୍ୟକ । ଏଭଳି ସ୍ଥିତିକୁ ଅନୁଭବ କରି ବିଭିନ୍ନ ସଭାସମିତିରେ ଓଡ଼ିଆପାଇଁ ଯେଉଁମାନେ କାନ୍ଦୁଛନ୍ତି ସେଇମାନେ ହିଁ ନିଜର ଭାଷା, ସଂସ୍କୃତି, ସ୍ୱାଭିମାନ ସୁରକ୍ଷା ବଳରେ ନିଜ ପିଲାମାନଙ୍କର ଭବିଷ୍ୟତକୁ ସୁରକ୍ଷିତ ରଖିବାପାଇଁ ଇଂରାଜୀ ଓ ହିନ୍ଦୀ ମାଧ୍ୟମ ଶିକ୍ଷା ଉପରେ ଗୁରୁତ୍ୱ େଉଛନ୍ତି । ଯେଉଁ ପିଲାମାନେ ପରବର୍ତ୍ତୀ କାଳରେ ରାଜ୍ୟବାସୀଙ୍କ ଅର୍ଥରେ ଉଚ୍ଚଶିକ୍ଷା ପାଇ ଅର୍ଥଲୋଭରେ ରାଜ୍ୟ ବାହାର କିମ୍ବା ବିଦେଶେୀଙ୍କର ସେବାରେ ନିୟୋଜିତ ହେଉଛନ୍ତି । କିନ୍ତୁ ଯେଉଁମାନେ ଓଡ଼ିଆଭାଷାକୁ ଜାବୁଡ଼ି ଧରିଛନ୍ତି ସେମାନେ କୌଣସି ଉପାୟ ନ ପାଇ ଏହାକୁ ଅନ୍ତିମ ଆଶ୍ରୟ ଭାବରେ ଗ୍ରହଣ କରିଥିବାରୁ ଓଡ଼ିଆ ଭାଷା ଓ ଜାତିର କୌଣସି ବିକାଶ ହୋଇପାରୁନାହିଁ । ଏଭଳିସ୍ଥିତିରେ ଓଡ଼ିଆଭାଷା ବିକାଶର ଏକମାତ୍ର ଉପାୟ ହେଉଛି ତାମିଲଭାଷା ଯେପରି ନିଜକୁ ପୁରାତନ ବୋଲି ପ୍ରମାଣ କରିବାକୁ ଯାଇ ସଂସ୍କୃତ ସହିତ ସମସ୍ତ ସଂପର୍କ ଛିନ୍ନ କରି ନୂଆ ଉପାାନରେ ଗଢ଼ି ତୋଳିଛନ୍ତି, ସେହି ପଦ୍ଧତି ଆପଣେଇ ଓଡ଼ିଆଭାଷା ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଅନ୍ୟଭାଷା ସମକକ୍ଷ ହେବାକୁ ପଡ଼ିବ । ତାହା ନ ହେଲେ ଆମ ପଡ଼ୋଶୀଭାଷାର ବି୍ୟାର୍ଥୀ ଆଷ୍ଟ୍ରୋ ଫିଜିକ୍ସ ପଢ଼ୁଥିବାବେଳେ ଆମ ରାଜ୍ୟର ବି୍ୟାର୍ଥୀ କେଉଁ ଗ୍ରହପାଇଁ କେଉଁ ରଙ୍ଗର ରତ୍ନ ଧାରଣ କରିବାକୁ ପଡ଼ିବ ତାହା ପାଠକରିବେ । ସେମାନେ ଚନ୍ଦ୍ରରେ ଜଳ ଅନ୍ୱେଷଣ କରୁଥିବାବେଳେ ଆମ ବିଦ୍ୟାର୍ଥୀ ଚନ୍ଦ୍ରପୂଜାରେ ବ୍ୟସ୍ତ ଥିବେ । ମାତୃଭାଷା ଶିକ୍ଷା ନାମରେ ବଳିଆ ପଣ୍ଡିତେଙ୍କ ଜ୍ଞାନକୁ ଅନୁକରଣ କରି ଜାତିର ଗତିକୁ ଆହୁରି ନିମ୍ନକୁ ନେଇଯିବେ ।
(୭) ପ୍ରବାସୀ ଓଡ଼ିଆଙ୍କୁ ଭାଷାଶିକ୍ଷା: ଭାଷା ଭିତରେ ସଂପୂର୍ଣ୍ଣ ଓଡ଼ିଆ । ଅଞ୍ଚଳକୁ ନେଇ ଓଡ଼ିଶାରାଜ୍ୟ ଏ ପର୍ଯ୍ୟନ୍ତ ଗଠନ ହୋଇପାରିଲା ନାହିଁ । ଏବେ ମଧ୍ୟ ଓଡ଼ିଶା ବାହାରେ ଆନ୍ଧ୍ର, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ମଧ୍ୟପ୍ରଶେରେ ବହୁ ଓଡ଼ିଆ ଅଞ୍ଚଳ ରହିଯାଇଛି । ସେହିସବୁ ଅଞ୍ଚଳର ଓଡ଼ିଆ ପରିବାର ଆଜି ବାଧ୍ୟ ହୋଇ ହିନ୍ଦୀ, ବଙ୍ଗଳା, ତେଲୁଗୁ ଶିଖୁଛନ୍ତି । ଅନ୍ୟପକ୍ଷରେ ବୃତ୍ତି ଉଦ୍ଦେଶ୍ୟରେ ବହୁ ଓଡ଼ିଆପରିବାର ବିଦେଶେରେ ଅବସ୍ଥାନ କରୁଛନ୍ତି । ଏହି ପ୍ରବାସୀ ଓଡ଼ିଆଙ୍କ ସନ୍ତାନ ଓଡ଼ିଆ ଭାଷା ଶିକ୍ଷାଠାରୁ ବହୁଦୂରରେ ରହୁଥିବାରୁ ଓଡ଼ିଆ ଜାତି ପ୍ରତି ଏମାନଙ୍କର ଆନ୍ତରିକତା ଧୀରେଧୀରେ ଲୋପ ପାଇଯାଉଛି । ବର୍ତ୍ତମାନକାଳରେ ପ୍ରତ୍ୟେକଜାତିର ମୁଖ୍ୟ ସ୍ରୋତ ହେଉଛି ଏହି ପ୍ରବାସୀଗଣ । ଏମାନେ କେବଳ ଜ୍ଞାନୀ, ଗୁଣି, କର୍ମଠ ଏବଂ କର୍ମକୁଶଳୀ ନୁହନ୍ତି, ବରଂ ସ୍ୱକୀୟ ପ୍ରତିଭାବଳରେ ଦେଶବିଦେଶରେ ସୁନାମ ଅର୍ଜନ କରିଅଛନ୍ତି । ଘିଅ ଭଳି ଗୋଟିଏ ଜାତିର ଏହି ସ‌ର୍ବତ୍କୃଷ୍ଟ ପ୍ରତିଭା ଯେତେବେଳେ ଜାତି ସହିତ ସଂପର୍କ କାଟିିଦିଏ ସେତେବେଳେ ଜାତିର ଜଡ଼ତା ଆସିଯାଏ । ଜ୍ଞାନବିଜ୍ଞାନର ବିକାଶ ନ ଘଟିବାରୁ ଏହି ଜାତି ପକ୍ଷାଘାତ ରୋଗୀପରି କେବଳ ମୃତ୍ୟୁକୁ ଅପେକ୍ଷା କରିରହେ । ଯେପରି ବର୍ତ୍ତମାନର ମୈଥିଳୀଭାଷା ନିଜ ସନ୍ତାନଗଣଙ୍କ ମୁଖରେ ଉଚ୍ଚାରିତ ନ ହୋଇ ମୁମୁର୍ଷୁ ଅବସ୍ଥାରେ ମୃତ୍ୟୁକୁ ଅପେକ୍ଷା କରି ରହିଛି । ଆଜି ଓଡ଼ିଆଭାଷା ଯଦି ନିଜର ଏହି ପ୍ରବାସୀ ଓଡ଼ିଆଗଣଙ୍କୁ ଆକୃଷ୍ଟ ନ କରିପାରିବ ଏହା ମଧ୍ୟ ମୈଥିଳୀ ପରି ଧୀରେଧୀରେ ଲୋପପାଇଯିବ । ତେଣୁ ଏହି ଉନ୍ନତ ମସ୍ତିଷ୍କଧାରୀ ଓଡ଼ିଆସନ୍ତାନଙ୍କୁ ଜାତୀୟତାର ମହାସ୍ରୋତରେ ସାମିଲ କରିବାପାଇଁ ଏକମାତ୍ର ମାଧ୍ୟମ ହେଉଛି ଓଡ଼ିଆ ଭାଷା, ସଂସ୍କୃତି ସହିତ ପରିଚିତ କରାଇବା । ଯେହେତୁ ଉକ୍ତ ପିଲାମାନେ କେବଳ ପାରିବାରିକ ଚଳଣିପାଇଁ ଓଡ଼ିଆ ଶିଖିବେ, ତେଣୁ ଏହି ପ୍ରଶିକ୍ଷଣ ସମୟ ଏକ କିମ୍ବା ୁଇ ବର୍ଷରୁ ଅଧିକ ହେବା ଅନୁଚିତ । ଏହିସମୟ ଭିତରେ ପିଲାଟି ଓଡ଼ିଆ ପଢ଼ିବା, ଲେଖିବା ଏବଂ ପ୍ରାଞ୍ଜଳ ଭାବେ କହିଶିଖିବା ସହ ଓଡ଼ିଶା ଇତିହାସର ସମସ୍ତ ବିବରଣୀ ଜାଣିବା ଜରୁରୀ । ଏଥିପାଇଁ ଆବଶ୍ୟକୀୟ ପାଠ୍ୟସାମଗ୍ରୀ ବୈଜ୍ଞାନିକ ପଦ୍ଧତିରେ ପ୍ରସ୍ତୁତ କରିବାର ସମୟ ଏବେ ଉପସ୍ଥିତ । ଏହି କାର୍ଯ୍ୟ କଷ୍ଟକର ନୁହେଁ । ଆମେ ମନେରଖିବା ଉଚିତ ଯେ, ଏଠିକାର ପିଲା ଏବଂ ପରିବାର ଇଂରାଜୀଭାଷା ସଂପର୍କରେ କୌଣସି ଜ୍ଞାନ ନ ଥାଇ ଇଂରାଜୀ ଲେଖି, ପଢ଼ି, ବୁଝିପାରୁଥିବା ବେଳେ ଓଡ଼ିଆ ପରିବାରର ଏହି ପ୍ରବାସୀ ପିଲାଟି ଅଳ୍ପକାଳ ମଧ୍ୟରେ ଓଡ଼ିଆଭାଷା ଶିଖିପାରିବନାହିଁ କାହିଁକି? ଏଣୁ ପ୍ରବାସୀଓଡ଼ିଆଙ୍କୁ ଓଡ଼ିଆଜାତି ସହ ବାନ୍ଧି ରଖିବାକୁ ହେଲେ ସେମାନଙ୍କ ପିଲାମାନଙ୍କୁ ଓଡ଼ିଆ ଭାଷା ଶିକ୍ଷା ବୋର ଆବଶ୍ୟକତା ରହିଛି । ଏହା କିପରି ସ୍ୱଳ୍ପ ସମୟ ମଧ୍ୟରେ ହୋଇପାରିବ ସେହି ଧରଣର ପୁସ୍ତିକା ଏବଂ ପଦ୍ଧତି ସରକାର ପ୍ରସ୍ତୁତ କରିବା ଆବଶ୍ୟକ ।
(୮) ବୃହତ ଅଭିଧାନ ପ୍ରସ୍ତୁତି : ଆମ ଶିକ୍ଷିତ ଲୋକଙ୍କ ଏକମାତ୍ର ଅଭିଯୋଗ ଓଡ଼ିଆଭାଷାରେ ଶବ୍ଦସଂଖ୍ୟା ବହୁତ କମ୍ । ଯାହା ଆଜିର ଯୁଗରେ କୌଣସି ବିଷୟରେ ବ୍ୟାଖ୍ୟା କରିବାପାଇଁ ଓଡ଼ିଆ ଶବ୍ଦଟିଏ ମିଳୁନାହିଁ । ଏହି ଅଭିଯୋଗ ସତ୍ୟ ହୋଇପାରେ, ମାତ୍ର ଏଥିପାଇଁ ।ୟୀ କିଏ? ଯି ଆମ ଶିକ୍ଷିତ ଗୋଷ୍ଠୀ ଓଡ଼ିଆ ଶବ୍ଦଭଣ୍ଡାରକୁ ଆସୁଥିବା ନୂଆନୂଆ ଶବ୍ଦକୁ ଅଭିଧାନ ମାଧ୍ୟମରେ ଧରିରଖିଥାନ୍ତେ, ଆଜି ଆମକୁ ଶବ୍ଦ ଖୋଜିବାକୁ ପଡ଼ୁ ନ ଥାନ୍ତା । ୃଷ୍ଟାନ୍ତରୂପେ ଯାନ୍ତ୍ରିକବି୍ୟାକୁ ନିଆଯାଇପାରେ । ଓଡ଼ିଆଜାତି ଯନ୍ତ୍ର ବି୍ୟାରେ ବହୁ ପ୍ରାଚୀନ କାଳରୁ ପାରଙ୍ଗମ । ଉ•ାଳ ସାଗର ବକ୍ଷରେ ବିଶାଳ ବୋଇତ ମେଲାଇବାପାଇଁ ଯେଉଁ କାରିଗରୀ କୌଶଳ ଆବଶ୍ୟକ, ତାହା କେଉଁଠୁ ଉଦ୍ଧାର ହୋଇ ଆସି ନ ଥିଲା । ଏହା ଥିଲା ଓଡ଼ିଆପୁଅର ନିଜସ୍ୱବୃ•ି । କାଠ କଟାଠାରୁ ଅଝାଲ ଟଙ୍ଗାହେବା ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ବିଭିନ୍ନ ଶବ୍ଦର ପ୍ରୟୋଗ ଥିଲା । ପ୍ରତ୍ୟେକ ବସ୍ତୁ ଓ ଏହାର ମାପ ଆିର ସ୍ୱତନ୍ତ୍ର ନାମ ଥିଲା । ଠିକ୍ ସେହିଭଳି ଜଗନ୍ନାଥ, ଲିଙ୍ଗରାଜ, କୋଣାର୍କ ମନ୍ଦିର ନିର୍ମାଣ କେବଳ ଲୁହା ପଥରରେ ହୋଇ ନ ଥିଲା; ବରଂ ତିଆରି ହୋଇଥିଲା ଭାଷାରେ । ସାଧବ ପୁଅର ବିଶାଳ ବୋଇତ ହେଉ ବା କଳିଙ୍ଗତନ୍ତୀର ସୂକ୍ଷ୍ମ ଲୁଗାବୁଣା ହେଉ କିମ୍ବା କୋଣାର୍କ, ବାରବାଟୀ ଭଳି ଶିଳ୍ପୀକୁଳର ସ୍ଥାପତ୍ୟ ହେଉ – ଏସବୁ ପ୍ରଥମେ ଗଢ଼ା ହୋଇଥିଲା ଓଡ଼ିଆ ଜାତିର ମୁଣ୍ଡରେ । ମସ୍ତିଷ୍କରେ ଥିବା ଭାଷା ହିଁ ଏହାକୁ ରୂପ େଇଥିଲା । ଏ ଭାଷା ପୁଣି ଗୋଟିଏ କିମ୍ବା ଦୁଇଟି ନୁହେଁ, ଲକ୍ଷଲକ୍ଷ ସଂଖ୍ୟାରେ । ପ୍ରତ୍ୟେକ ପଦ୍ଧତିପାଇଁ ଭିନ୍ନଭିନ୍ନ ନାମ । କୁଆଡ଼େଗଲା ଅତୀତର ସେହି ଅସଂଖ୍ୟ ଶବ୍ଦ । ଆଜି ଇଟାର ଛୋଟିଆ ଘରଟିଏ ତୋଳିବାକୁ ଗଲେ ଓଡ଼ିଆଶବ୍ଦ ବଦଳରେ ଗୁଡ଼ାଏ ଇଂରାଜୀଶବ୍ଦ ଆମ ଯନ୍ତ୍ରୀଗଣଙ୍କ ଓଠକୁ ଚାଲିଆସୁଛି । ଏମାନଙ୍କୁ ଜବ, ଗିରା, ଅଙ୍ଗୁଳ, ଚଉଠ, ପାଆ, ଚାଖଣ୍ଡ, ମୁଠୁରୀ, ହସ୍ତ, କାଠି ଇତ୍ୟାିଦି ଶବ୍ଦ ଅବୁଝା, ଅଜଣା ଲାଗିପାରେ । ମାତ୍ର ରଥ ତିଆରି କରୁଥିବା ପୁରୀର ସେହି ପାରମ୍ପରିକ ମହାରଣାଏ ଏହି ଶବ୍ଦ ପ୍ରୟୋଗ କରି କାଠର ବିଶାଳ ରଥ ତିଆରି କରୁଛନ୍ତି, ଯାହାକୁ ସମଗ୍ର ଓଡ଼ିଆ ଜାତି ଅତି ଖୁସି ମନରେ ବଡ଼ଦାଣ୍ଡରେ ଚଳାଉଛନ୍ତି । ବୋଧହୁଏ ଏହି ମାପ ନିର୍ଭୁଲତାକୁ ନେଇ ଓଡ଼ିଆ ଜାତି ଗଢ଼ିଥିଲା କାରୁକାର୍ଯ୍ୟମୟ ମନ୍ଦିରମାଳ, ଅଥଚ ସେହି ମାପ ପଦ୍ଧତି ସହିତ ନାମ ମଧ୍ୟ ଓଡ଼ିଆ ଜାତିରୁ ଲୁପ୍ତ । ବର୍ତ୍ତମାନ ଯେପରି ମାଣ, ମହଣ,ପାଆ, ଛଟାଙ୍ଗ ଇତ୍ୟାି ପରିମାପକ ଶବ୍ଦ ଲୋପ ହେବାକୁ ଯାଉଛି ।

ତେଣୁ ଶବ୍ଦକୁ ହଜାଇ ଯଦି କହିବା ଓଡ଼ିଆଭାଷାର ଶବ୍ଦଭଣ୍ଡାର ଦୁର୍ବଳ, ଏହା କେବଳ ପ୍ରବଚନା ବ୍ୟତୀତ ଆଉ କିଛି ନୁହେଁ । ଓଡ଼ିଆ ଭାଷାକୁ ସମୃଦ୍ଧ କରିବାକୁ ହେଲେ ଆମକୁ ଏହି ପ୍ରାଚୀନ ଶବ୍ଦ ପୁଣି ଥରେ ଖୋଜିବାକୁ ପଡ଼ିବ । ଏଥିସହିତ ବିଭିନ୍ନଭାଷା ସଂସ୍ପର୍ଶରେ ଆସି ନୂଆନୂଆ ବୈଜ୍ଞାନିକ ଆବିଷ୍କାର ଯୋଗୁଁ ଯେଉଁ ଶବ୍ଦଗୁଡ଼ିକ ଓଡ଼ିଆ ଶବ୍ଦଭଣ୍ଡାରକୁ ଧସେଇ ପଶୁଛନ୍ତି, ସେଗୁଡ଼ିକୁ ମଧ୍ୟ ସଂଗ୍ରହକରି ଅଭିଧାନ ମଧ୍ୟରେ ବାନ୍ଧି ରଖିବାକୁ ପଡ଼ିବ । ଏଥିପାଇଁ ଏକ ବୃହତ୍ ଓଡ଼ିଆ ଅଭିଧାନ ପ୍ରସ୍ତୁତ କରାଯାଉ । ସାରଳାଙ୍କ ମହାଭାରତ, ଭଞ୍ଜଙ୍କ ରଚନାବଳୀ, ପ୍ରହରାଜଙ୍କ ଭାଷାକୋଷ କିଛି ମାତ୍ରାରେ ଏହାର ସହାୟକ ହୋଇପାରେ, ମାତ୍ର ଓଡ଼ିଆ ଶିଳ୍ପୀକୁଳଙ୍କ ଓଠରେ ପାରମ୍ପରିକ ଭାବେ ଗଡ଼ିଆସୁଥିବା ଶବ୍ଦଗୁଡ଼ିକୁ ସଂଗ୍ରହ କରିବା, ଓଡ଼ିଶା ଭୂଖଣ୍ଡରେ ଥିବା ୬୨ଟି ଜନଜାତିଙ୍କ ସହ ଓଡ଼ିଶାର ପ୍ରତ୍ୟେକ ଅଞ୍ଚଳରେ କଥିତ ଲୋକଭାଷାରୁ ଶବ୍ଦସଂଗ୍ରହ କରିବା, ଗଣମାଧ୍ୟମଦ୍ୱାରା ସୃଷ୍ଟି ନୂଆଶବ୍ଦକୁ ମଧ୍ୟ ଏହି ଅଭିଧାନରେ ସ୍ଥାନିତ କଲେ ଓଡ଼ିଆ ଶବ୍ଦଭଣ୍ଡାର ଶକ୍ତିଶାଳୀ ହେବ । ଏଥିସହିତ ଶବ୍ଦସଂକଟ ଜନିତ ପରିସ୍ଥିତିରୁ ଓଡ଼ିଆଭାଷାକୁ ମୁକ୍ତ କରାଯାଇପାରିବ ।
(୯) ବିଚ୍ଛିନ୍ନତାବାଦ ବିଲୋପର ମାଧ୍ୟମ ଭାଷା : ଓଡ଼ିଆଭାଷା ପ୍ରତି ଆଉ ଏକ ବିପଦ ଆମ ଓଡ଼ଆଙ୍କ୍ରଦ୍ୱାରା ସୃଷ୍ଟି । ତାହା ହେଉଛି ଆଞ୍ଚଳିକ ବିଭେ । ଗତ ଶତାବ୍ଦୀରେ ଓଡ଼ଅି ।ତ୍ୱର ପରିଚୟପାଇଁ ହିନ୍ଦୀ ବିରୁଦ୍ଧରେ ଲଢ଼ଥି ôବା ପଶ୍ଚିମା•ଳର ଓଡ଼ଅି ।ଭାଷୀ ଆଜି ମାନକ ଓଡ଼ିଆଭାଷାର ସାର୍ବଭୌମତ୍ୱ ସ୍ୱୀକାର କରିବାକୁ ଅନିଚ୍ଛୁକ । ଅର୍ଥାତ୍ ନିଜକୁ ଓଡ଼ିଆବୋଲି ପରିଚୟ ବୋକୁ ଏମାନେ କୁଣ୍ଠିତ । ିନଥିଲା ସୁରେନ୍ଦ୍ର ସାଏଠାରୁ ଶ୍ରଦ୍ଧାକର ସୁପକାର ପର୍ଯ୍ୟନ୍ତ ସମସ୍ତ ଶିକ୍ଷିତ ଅଶିକ୍ଷିତ ଅଧିବାସୀ ନିଜକୁ ଓଡ଼ିଆ କହି ଗର୍ବ ଅନୁଭବ କରୁଥିଲେ । ଓଡ଼ିଆଭାଷା ପ୍ରତି ଆକ୍ରମଣ ହେଲେ ନିଜପ୍ରତି ଆକ୍ରମଣ ବୋଲି ଭାବୁଥିଲେ । ମାତ୍ର ଏଭଳି ମାନସିକତା ହୀରାକୁ ନୀବନ୍ଧ ନିର୍ମାଣ ପରେ ଧନପତି ମୁଷ୍ଟିମେୟ ମାରୁୱାଡ଼ି, କାମ ଖୋଜିବାକୁ ଆସିଥିବା ତେଲେଙ୍ଗା, ବିହାରୀ, କାନ୍ତରାଟୀ ପଞ୍ଜାବୀ ତଥା କୁଳହୀନ କିଛି ଉପକୂଳବାସୀଙ୍କ ଚକ୍ରାନ୍ତ ଓ ପ୍ରରୋଚନାରେ ଏହି ସାଧାରଣ ନିରୀହ ଓଡ଼ିଆ ଉପକୂଳ ଓଡ଼ିଶାବାସୀଙ୍କୁ ‘କଟ୍କୀ’ କହି ଗାଳିବୋ ସହ ମାନକ ଓଡ଼ିଆଭାଷାକୁ ‘କଟ୍କୀ ଭାଷା’ କହି ଘୃଣା କରୁଛନ୍ତି । ଅଥଚ ମାନକଭାଷାର ନାମକରଣ ଭାବେ ପଶ୍ଚିମର ସୁବର୍ଣ୍ଣପୁର ଭାଷା ଓ ଜାତୀୟତା ଅ•ଳ ‘ଓଡ୍ଡୟ ି ।ନ’ ପୀଠର ଭାଷା ନାମାନୁସାରେ ଓଡ଼ଅି । ହୋଇଛି । ଏମାନେ ଏପର୍ଯ୍ୟନ୍ତ ବୁଝପି ।ରୁ ନାହାନ୍ତି ସେମାନଙ୍କ ବ•ର୍ମାନର କଥିତଭାଷା ଭଳି କଟକ ଅ•ଳର ଏକ ସ୍ୱତନ୍ତ୍ର କଥିତ ଭାଷା ରହିଛି ଯାହା ମାନକଓଡ଼ିଆଠାରୁ ଭିନ୍ନ । ତେଣୁ ଓଡ଼ିଆଭାଷାରେ ଏହି ଯେଉଁ ଫାଟ ସୃଷ୍ଟି ହେଉଛି ତାହାକୁ ବନ୍ଦ କରିବାକୁ ହେବ । ଏଥିପାଇଁ ସମଗ୍ର ଓଡ଼ିଶା ଭୂଖଣ୍ଡରେ ଓଡ଼ିଆଭାଷାରେ ଶିକ୍ଷାାନ ବ୍ୟବସ୍ଥା, ଶିକ୍ଷକ ଅଳବଳ ଏବଂ ପ୍ରତ୍ୟେକ କଥିତଭାଷାର ଶବ୍ଦକୁ ନେଇ ଓଡ଼ିଆଭାଷାର ପ୍ରତିଶବ୍ଦ ଭାବେ ଗ୍ରହଣ କରି ଏକ ବୃହତ ଅଭିଧାନ ପ୍ରସ୍ତୁତ କରିବାର ଆବଶ୍ୟକତା ଖୋେଇଛି । ଏଥି ସହିତ ଗମନାଗମନ ପଥ ସିଧାସଳଖ ରାଜଧାନୀ ସହିତ ସଂଯୁକ୍ତ ହୋଇପାରିଲେ ଏହି ଆ•ଳିକତାର ବିଭେଦ ଦୂରହେବ, ବିଶେଷକରି ଭାଷା ବିଭେ ସୃଷ୍ଟିକରି ସେ ନିରୀହ ଅଧିବାସୀଙ୍କର ଭାବପ୍ରବଣତାର ସୁଯୋଗ ନେଉଥିବା ଏହି ଜାତିଆରୋହୀଙ୍କୁ କଠୋର ଭାବରେ ମନ କରିବାକୁ ପଡ଼ିବ । ଏଠାରେ ଗୋଟିଏ କଥା ମନେରଖିବାକୁ ପଡ଼ିବ ଯେ, ମାନକଓଡ଼ିଆ  ଦୀର୍ଘବର୍ଷର ବିବ•ର୍ନ ଫଳରେ ବ•ର୍ମାନ ସ୍ତରକୁ ଆସିଛ । କାହାର ବ୍ୟକ୍ତିଗତ ପ୍ରଚେଷ୍ଟାରୁ ହୋଇନାହିଁ । ଏହା ହୋଇଛି ଶିକ୍ଷିତ, ଶିଷ୍ଟ ଓଡ଼ିଆ ସମାଜର ଭାଷା ଏବଂ ଓଡ଼ିଆ ସାହିତ୍ୟର ଭାଷା । ଯାହା ସମଗ୍ର ବିଶ୍ୱବାସୀଙ୍କଠାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ତେଣୁ ଏହିଭାଷାର ସୃଷ୍ଟି, ବିକାଶ ଏବଂ ପ୍ରତିଷ୍ଠା ପଛରେ ଆଗଙ୍ଗା ଗୋଦାବରୀ ନର୍ମା, କଳିଙ୍ଗ ସାଗର ମଧ୍ୟସ୍ଥ ଭୂଖଣ୍ଡରେ ବାସ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ଅବାନ ରହିଛି । ତେଣୁ କେତେକ ମୁଷ୍ଟିମେୟ ସ୍ୱାର୍ଥପର ବ୍ୟକ୍ତିଙ୍କ ଚିନ୍ତାଧାରାକୁ  ଦୃଷ୍ଟିରେ ରଖି ଏହି ଅଲିଖିତ ସାମାଜିକ ଚୁକ୍ତିକୁ ଯି ଅସ୍ୱୀକାର କରାଯାଏ ତେବେ ଓଡ଼ିଆଜାତି ଓ ଓଡ଼ିଶାମାଟି ଖଣ୍ଡଖଣ୍ଡ ହୋଇ ଭାଙ୍ଗିପଡ଼ିବ । (୧୦) ମେଧାବୀ ଓଡ଼ଅି । ଛାତ୍ରଙ୍କୁ ବୃତ୍ତି ପ୍ରାନ : ଓଡ଼ିଶାର ଭାଷା, ସାହିତ୍ୟ, ସୀମା, ସଂସ୍କୃତି, ସଂପ ସଂପର୍କରେ ବିସ୍ତୃତ ଗବେଷଣାପାଇଁ ବିଭିନ୍ନ କାର୍ଯ୍ୟକ୍ରମ ନିର୍ଦ୍ଧାରଣ କରିବା ଏବଂ ଏହି ଉଦେ୍ଧଶ୍ୟରେ ଗବେଷକଙ୍କୁ ଆର୍ଥିକ ସାହାଯ୍ୟ ପ୍ରାନର ବ୍ୟବସ୍ଥା କରାଯିବା ବ•ର୍ମାନ ଶିକ୍ଷା ବିଭାଗର ମୁଖ୍ୟ ଧ୍ୟେୟ ହେବା ଉଚିତ । ଓଡ଼ଶି ।ର ବିକାଶପାଇଁ କେଉଁ ବିଜ୍ଞବ୍ୟକ୍ତି ଶୀତତାପ ନିୟନ୍ତ୍ରିତ କୋଠରୀ ଭିତରେ ବସି ତା’ର ଉଚ୍ଚଶିକ୍ଷାର ସମସ୍ତ ଜ୍ଞାନଗାରିମା ଲଗାଇ ଯେତେ ପ୍ରସ୍ତାବମାନ ପ୍ରସ୍ତୁତକଲେ ମଧ୍ୟ ଓଡ଼ିଆପୁଅଟିର ଓଡ଼ିଆଜାତିର ଉନ୍ନତିପାଇଁ ଅନ୍ତରରେ ଥିବା ପରିକଳ୍ପନାକୁ ସେ ଛୁଇଁପାରିବନାହିଁ । ତେଣୁ ଉଚ୍ଚଶିକ୍ଷାର ପ୍ରମାଣପତ୍ରଧାରୀ ଅର୍ଥପିପାସୁ ବାହାର ବୁଦ୍ଧିଜୀବୀଙ୍କ ବଳରେ ଏହି କାର୍ଯ୍ୟପାଇଁ ଉଚ୍ଚଶିକ୍ଷିତ ଓଡ଼ଅ। ଯୁବଶକ୍ତିଙ୍କୁ ବିନିଯାଗ କରିବାର ଆବଶ୍ୟକତା ବର୍ତ୍ତମାନ ଖୋଜେଇଛି । ଯେଉଁ ମେଧାବୀ ଓଡ଼ିଆ ବି୍ୟାର୍ଥୀ ଶିକ୍ଷାାନ କ୍ଷେତ୍ରରେ ଆର୍ଥିକ ଅଭାବ, ଅସୁବିଧା ଭୋଗ କରୁଥିବେ, ତାହାର ଦୂରୀକରଣ ନିମନ୍ତେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ, ସଂପୃକ୍ତ ଶିକ୍ଷାନୁଷ୍ଠାନ, ସହୃୟ ବ୍ୟକ୍ତିବିଶେଷ, ଓଡ଼ିଶାରୁ ଉପକୃତ ସମସ୍ତ କମ୍ପାନୀ ତଥା ସ୍ୱେଚ୍ଛାସେବୀ ଅନୁଷ୍ଠାନ ବିଭିନ୍ନ କାର୍ଯ୍ୟକ୍ରମମାନ ହାତକୁ ନେବା ଆବଶ୍ୟକ ହୋଇପଡ଼ିଛି ।

 

ଭାଷା ଓ ଜାତୀୟତା (୧୧) ଓଡ଼ିଆକୁ କମ୍ପୁ୍ୟଟରର ଭାଷା କରାଇବା : ଆଜିର ଅନ୍ୟଏକ ଆବଶ୍ୟକତା ହେଉଛି ଓଡ଼ିଆଭାଷାରେ କମ୍ପୁ୍ୟଟର ଶିକ୍ଷା ଓ କାର୍ଯ୍ୟକ୍ରମର ବ୍ୟବସ୍ଥା । ସଂସ୍କୃତ ବିଶ୍ୱର ଏକମାତ୍ର ବିଜ୍ଞାନ ସମ୍ମତ ଭାଷା ହୋଇଥିବାରୁ କମ୍ପୁ୍ୟଟର ବିଜ୍ଞାନୀମାନେ ସଂସ୍କୃତଭାଷାକୁ କମ୍ପୁ୍ୟଟରଭାଷାପାଇଁ ସର୍ବୋ•ମ ବୋଲି ମନେକରନ୍ତି । ବ୍ୟାକରଣ ଦୃଷ୍ଟିରୁ ଓଡ଼ିଆ ଓ ସଂସ୍କୃତଭାଷା ମଧ୍ୟରେ କିଛି ମାତ୍ରାରେ ସମତା ରହିଛି । ଏଣୁ ଏହାର କମ୍ପୁ୍ୟଟର ଉପଯୋଗିତା ଅନ୍ତତଃ ହିନ୍ଦୀ ଓ ଇଂରାଜୀଭାଷାଠାରୁ ନିଶ୍ଚୟ ଅଧିକ । ତେବେ ଦୁଃଖର ବିଷୟ ଭାରତର ଅନ୍ୟଭାଷା ଏ ସୁବିଧା ପାଇସାରିଥିବାବେଳେ ଓଡ଼ିଆଭାଷା ଆଜି କମ୍ପୁ୍ୟଟରଭାଷା ହେବା ଯୋଗ୍ୟତା ପାଇପାରୁନାହିଁ । ସେଥିପାଇଁ ଆଧୁନିକ ଯୋଗାଯୋଗର ମାଧ୍ୟମ-ମୋବାଇଲ୍, ଇ•ରନେଟ୍ରେ ଭାରତର ପ୍ରମୁଖ ଭାଷାଗୁଡ଼ିକ ସ୍ଥାନପାଇ ସାରିଥିବାବେଳେ ଏପର୍ଯ୍ୟନ୍ତ ଓଡ଼ିଆଭାଷା ଓ ଲିପି ବ୍ୟବହାର ହୋଇପାରିଲା ନାହିଁ । ଏକବିଂଶ ଶତାବ୍ଦୀ କମ୍ପୁ୍ୟଟର ଯୁଗକୁ ଆପଣେଇ ଥିବାରୁ ଓଡ଼ିଆଭାଷାଠାରୁ କନିଷ୍ଠ ଭାରତୀୟଭାଷା ନିଜ ଉତ୍ତରାୟାଙ୍କ ଆନ୍ତରିକ ଉ୍ୟମ ଫଳରେ କମ୍ପୁ୍ୟଟରର ଭାଷା ହୋଇପାରିଛି । ଆଜି ତେଲୁଗୁ, ତାମିଲ, ବଙ୍ଗଳା, ମାଲାୟାଲମ୍, ଗୁଜୁରାଟୀ, ପଞ୍ଜାବୀ ଭାଷାର ସାଧାରଣ ଛାତ୍ରଛାତ୍ରୀ ଓ ବ୍ୟକ୍ତିବିଶେଷ ନିଜନିଜ ମାତୃଭାଷାରେ କମ୍ପୁ୍ୟଟରକୁ ବ୍ୟବହାରକରି ଇଣ୍ଟରନେଟ୍ ମାଧ୍ୟମରେ ବିଶ୍ୱର ପ୍ରତ୍ୟେକଖବର ଜାଣି ପ ।ରୁ ଛ ନ୍ତି । ଏକମାତ୍ର ଓଡିଆ ଜାତି ଏହି ସୁବିଧ।ରୁ ବଞ୍ଚିତ ହୋଇଛି ନିଜର ଅଯୋଗ୍ୟସନ୍ତାନଙ୍କ ଯୋଗୁଁ । ତେଣୁ ସୁଧାରି ଓଡ଼ିଆଭାଷା କିପରି କମ୍ପୁ୍ୟଟରର ଭାଷା ହୋଇପାରିବ,ସେ ସଂପର୍କରେ ତ୍ୱରିତ ପକ୍ଷେପ ଗ୍ରହଣ କରିବା ଆବଶ୍ୟକ ହୋଇପଡ଼ିଛି । (୧୨) ଅନୁବା କାର୍ଯ୍ୟକୁ ଗୁରୁତ୍ୱ ବୋ : ଓଡ଼ିଶାରେ ଅନୁବା କହିଲେ କେବଳ ସାହିତ୍ୟ ଅନୁବାକୁ ବୁଝାଏ । ଅର୍ଥାତ୍ ଅନ୍ୟଭାଷାରୁ ଓଡ଼ିଆଭାଷାକୁ କିଛି ଗପ, ଉପନ୍ୟାସ, କବିତା ଅନୁବା କରିବା ମଧ୍ୟରେ ଓଡ଼ିଆ ଅନୁବାକାର୍ଯ୍ୟ ସୀମିତ । ଏହାବ୍ୟତୀତ ବିଜ୍ଞାନ, ଚିକିତ୍ସା, ଯନ୍ତ୍ରବି୍ୟା ସହିତ ଅନ୍ୟାନ୍ୟ ସାମାଜିକ ଆବଶ୍ୟକତାକୁ ନେଇ ବିଭିନ୍ନ ଭାଷାରେ ରଚିତ ପୁସ୍ତ କକୁ ଓଡିଆ ଭାଷାରେ ଅନୁବ।ଦ କରାଯିବ  ଉଚିତ । ତେଣୁ ରୋଜଗାରମୁଖୀ ଭାଷାର କେତୋଟି ଉପାୟ ମଧ୍ୟରେ ପ୍ରଚଳିତ ବ୍ୟବସ୍ଥାରେ ପ୍ରଥମେ ଆବଶ୍ୟକ ବ୍ୟାପକ ଅନୁବା କାର୍ଯ୍ୟଗ୍ରହଣ । ଭାରତସରକାରଙ୍କ ନିଦେ୍ର୍ଧଶ ଅଛି ଉଭୟ କେନ୍ଦ୍ର ଓ ରାଜ୍ୟ ଅଧିନରେ ଥିବା ବିଭାଗଗୁଡ଼ିକର ନୀତିନିୟମ, ଦୈନନ୍ଦିନ କାର୍ଯ୍ୟକ୍ରମ, ସାଧାରଣ ନିୟମ, ଜନହିତକର କାର୍ଯ୍ୟକ୍ରମ ସଂପର୍କରେ ଯାହା ଇଂରାଜୀଭାଷାରେ ପ୍ରକାଶ ପାଇଛି, ତା’ର ଓଡ଼ିଆ ଅନୁବା କରିବାକୁ । ଏଥିପାଇଁ ଉପଯୁକ୍ତ ଅନୁବାକର ଅଭାବ ରହିଛି । ଆମରାଜ୍ୟରେ ଅନୁବା ସଂପର୍କରେ ଶିକ୍ଷାବୋର ବ୍ୟବସ୍ଥାନାହିଁ । ଏଥିପାଇଁ ବ୍ୟବସ୍ଥା କରାଗଲେ ଶିକ୍ଷକପ ସୃଷ୍ଟିହେବ ଏବଂ କିଛି ଯୋଗ୍ୟଲୋକ ନିଯୁକ୍ତି ପାଇବେ । ଅନ୍ୟଭାଷାରେ ରଚିତ ବହୁ  ଦୁର୍ଲଭ ପୁସ୍ତକ ଓଡ଼ିଆଭାଷାରେ ଅନୁଦିତ ହେବା ପଥ ଫିଟିଯିବ, ଭାଷା ଓ ଜାତୀୟତା ଯାହାକୁ ସାଧାରଣ ଲୋକେ ପଢ଼ିବାର ସୁଯୋଗ ପାଇପାରିବେ । କେନ୍ଦ୍ରସରକାରଙ୍କ କାର୍ଯ୍ୟାଳୟ, ବିଭିନ୍ନ କମ୍ପାନୀ, ନ୍ୟାୟାଳୟ, ବେସରକାରୀ ଉଦ୍ୟୋଗରେ ଅନୁବାକ ପ ସୃଷ୍ଟି କରାଯାଇପାରିବ । ଏବେ ଭାଷା ଓ ସାହିତ୍ୟ ଆଧାରରେ ତୁଳନାତ୍ମକ ଅଧ୍ୟୟନର ବହୁ ଗୁରୁତ୍ୱ ଉପଲବ୍ଧ ହେଲାଣି । ବିଶ୍ୱର ଚିନ୍ତାଧାରା ଆଉ ଗୋଟିଏ ଶେର ଚାରିକାନ୍ଥ ଭିତରେ ଆବଦ୍ଧ ନୁହେଁ । ଏ ସମ୍ବନ୍ଧରେ ପାଶ୍ଚାତ୍ୟ ଲୋକେ ବେଶୀ ଆଗ୍ରହପ୍ରକାଶ କରନ୍ତି । ସେମାନଙ୍କୁ ଉପଯୁକ୍ତ ଦିଗ୍ଗର୍ଶନ ଦେବା, ଭାଷା, ସାହିତ୍ୟ, ଜାତି, ଉପଜାତି ଆି ଗୋଷ୍ଠୀ ଓ ସଂପ୍ରାୟ ସମ୍ବନ୍ଧରେ ଧାରଣା ବୋପାଇଁ ଶିକ୍ଷିତଲୋକର ଅଭାବ । ଓଡ଼ିଆଭାଷା ଓ ସାହିତ୍ୟର ଛାତ୍ରମାନଙ୍କୁ ଏ ବିଷୟରେ ଶିକ୍ଷା ଓ ତାଲିମ ଦିଆଯାଇ ପର୍ଯ୍ୟଟନ/ ସଂସ୍କୃତି ବିଭାଗରେ ବିଭିନ୍ନ ପ ସୃଷ୍ଟି କରାଯାଇପାରିବ । (୧୩) ଐତିହାସିକ ସ୍ଥଳୀ ସଂପର୍କରେ ବିସ୍ତୃତ ଗବେଷଣା : ଓଡ଼ିଶାର ଭାଷା, ଲିପି, ସାହିତ୍ୟ ଓ ସଂସ୍କୃତି ବିଷୟରେ ଏ ପର୍ଯ୍ୟନ୍ତ ବିସ୍ତୃତ ଗବେଷଣା ହୋଇପାରି ନାହିଁ । ଯାହାକିଛି ଆମେ ଖେୁଛୁ, ତାହା କେବଳ ଇଂରେଜ ଓ ଭାରତୀୟ ପଣ୍ଡିତଙ୍କ୍ୱାରା ସ୍ୱାଧୀନତା ପୂର୍ବରୁ ହୋଇଥିଲା । ତେଣୁ ଏ ଦିଗରେ ବ୍ୟାପକ ଗବେଷଣା କାର୍ଯ୍ୟ ହାତକୁ ନେବା ଆବଶ୍ୟକ । ଏଥିପାଇଁ ପ୍ରଚୁର ଅର୍ଥ ପ୍ରୟୋଜନ ଥିବାରୁ ଓଡ଼ିଶାର ପ୍ରତିଷ୍ଠିତ ଶିଳ୍ପସଂସ୍ଥା ମେଧାବୀ ଗବେଷକଙ୍କୁ ପ୍ରୋତ୍ସାହନମୂଳକ ବୃତ୍ତି ପ୍ରାନ କରନ୍ତୁ । ଏମାନଙ୍କୁ ମଧ୍ୟ ଶିକ୍ଷାନୁଷ୍ଠାନମାନଙ୍କରେ ଦିଆଯାଉଥିବା ନିଯୁକ୍ତି କ୍ଷେତ୍ରରେ ପ୍ରାଥମିକତା ଦିଆଯାଉ । ବିଭିନ୍ନ ମହାବି୍ୟାଳୟ ଓ ବିଶ୍ୱବି୍ୟାଳୟରେ କାର୍ଯ୍ୟରତ ଶିକ୍ଷକମାନଙ୍କୁ ନୂଆନୂଆ ତଥ୍ୟ ଉନ୍ମୋଚନପାଇଁ ବାଧ୍ୟ କରାଯାଉ ତଥା ପ୍ରତ୍ୟେକ ବର୍ଷ ଅନ୍ତତଃ ଦୁଇଟି ଅନାଲୋଚିତ ଅଥଚ ମହତ୍ତ୍ୱପୂର୍ଣ୍ଣ ବିଷୟରେ ଗବେଷଣାତ୍ମକ ପ୍ରବନ୍ଧ ଲେଖି ଜାତୀୟ ପତ୍ରପତ୍ରିକାରେ ପ୍ରକାଶିତ କରିବାପାଇଁ ସରକାର ନିଦେ୍ର୍ଧଶ  ଦିଅନ୍ତୁ । ଏହି ନିଦେ୍ର୍ଧଶ ଅମାନ୍ୟକାରୀଙ୍କପାଇଁ ଦୃଷ୍ଟାନ୍ତମୂଳକ ଣ୍ଡବ୍ୟବସ୍ଥା ମଧ୍ୟ ରହୁ । ଏଥି ସହିତ ଓଡ଼ିଆ ପାଠ୍ୟପୁସ୍ତକରେ ଓଡ଼ିଆଜାତିର ଐତିହ୍ୟ, ପରମ୍ପରା ଓ ବିଶେଷତ୍ୱକୁ ସ୍ଥାନିତ କରାଯାଇ ଓଡ଼ିଶା ବିଷୟରେ ଆଗାମୀ ପିଢ଼ୀଙ୍କୁ ଯଥେଷ୍ଟ ସୂଚନା ଦିଆଯାଉ । ଯ୍ୱାରା ଛାତ୍ରାବସ୍ଥାରେ ଓଡ଼ିଶାପ୍ରତି ଯଥେଷ୍ଟ ଆନ୍ତରିକତା ସୃଷ୍ଟି ହେବ । (୧୪) ଅପହୃତ ଓ ସ୍ଥାନାନ୍ତରିତ ପୁରାତନ ସାମଗ୍ରୀ ଉଦ୍ଧାର : ଓଡ଼ିଶାର ବହୁ ମୂଲ୍ୟବାନ ଐତିହାସିକ ସାମଗ୍ରୀ ଏବେ ସୁଦ୍ଧା କଲିକତା, ମାନ୍ଦ୍ରାଜ, ଭୋପାଳ, ଦିଲ୍ଲୀ, ଇଂଲଣ୍ଡ, ଫ୍ରାନ୍ସ, ଆମେରିକା ମୁ୍ୟଜିୟମ୍ରେ ଶୋଭା ପାଉଛି । ଏହାର ଆବଶ୍ୟକତା ଏହିସବୁ ଅ•ଳର ଲୋକଙ୍କପାଇଁ ଯେତେ ନାହିଁ, ସେତେଅଛି ଆମ୍ଭମାନଙ୍କପାଇଁ । ସେସବୁ ଐତିହାସିକ ବସ୍ତୁ ତଥା ଉପାଦାନ ସଂଗ୍ରହ କରି କିମ୍ବା ଏହାର ପ୍ରତିରୂପ ନିର୍ମାଣ କରି ରାଜ୍ୟ ସଂଗ୍ରହାଳୟରେ ରଖିବା ସହ ଏହାର ଐତିହାସିକ ବିବରଣୀ ପାଠ୍ୟପୁସ୍ତକରେ ସ୍ଥାନିତ ହେବା ଆବଶ୍ୟକ । (୧୫) ଓଡିଆ ବିଶ୍ୱବି୍ୟାଳୟ ସ୍ଥାପନ : ଦିନଥିଲା ନାଳନ୍ଦା ବିଶ୍ୱବି୍ୟାଳୟରୁ ଭାଷା ଓ ଜାତୀୟତା ଅଧ୍ୟୟନ ସମାପ୍ତକରି ଓଡ୍ଡିୟାନପୀଠରେ ବି୍ୟାଶିକ୍ଷା ନ କଲେ ବି୍ୟା ଅପୂର୍ଣ୍ଣ ରହୁଥିଲା । ଏବେ ସେ ସମୟ ଆଉନାହିଁ । ଚାକିରି କରିବାର ମୋହ ଭିତରେ ବିଶେୀଭାଷା ପଢିବାର ଓ ପଢେଇବାର ଦୁର୍ବାର ମାନସିକତା ଆମ ଶିକ୍ଷାବ୍ୟବସ୍ଥାକୁ ଧ୍ୱଂସ କରି ଦେଇଛି । ଯାହା ଫଳରେ ଅର୍ଥନୈତିକ ଅବରୋଧ ଘଟି ଓଡିଶାକୁ ଗରିବରାଜ୍ୟରେ ପରିଣତ କରିଛି ।ଏହି ପରିପ୍ରେକ୍ଷୀରେ ଓଡିଆ ଯୁବମାନସିକତାରୁ ଚାକିରି ଭୂତ ଖସାଇ ବ୍ୟବସାୟ ବାଣିଜ୍ୟ ପ୍ରତି ଆକୃଷ୍ଟ କରିବା ଆବଶ୍ୟକ ଥିବାରୁ ଓଡିଆ ବିଶ୍ୱବି୍ୟାଳୟ ସ୍ଥାପନ କରାଯିବା ଆବଶ୍ୟକ । ଏହି ବିଶ୍ୱବି୍ୟାଳୟ କେବଳ ଓଡିଆଭାଷା ମାଧ୍ୟମରେ ପଢାହେବନାହିଁ,ବରଂ ଅତୀତ ଓଡିଶା ସହ ସଂପର୍କିତ ଶେୀୟ ଓ ବିଶେୀ ଭାଷା ଶିକ୍ଷା  ଦିଆଯିବ । ଓଡିଆ ଭାଷା, ସଂସ୍କୃତି, ଇତିହାସ ଉପରେ ବିସ୍ତୃତ ଗବେଷଣା ହେବ ୤ ଯାହା ଫଳରେ ଏହି ପୀଠରୁ ଉତ୍ତୀର୍ଣ୍ଣ  ବିଦ୍ୟାର୍ଥୀ ଇଂରାଜୀ ସହ ଅନ୍ୟ

ବିଦେଶୀ ଭାଷାରେ ପାରର୍ଶୀ ହୋଇପାରିବେ । ଶିକ୍ଷାକୁ ବୃତ୍ତି ଉଦେ୍ଧଶ୍ୟରେ ଆୟ• ନ କରି ମଧ୍ୟ ଯେକୌଣସି ବୃତ୍ତି ପାଇଁ ନିଜକୁ ଯୋଗ୍ୟ କରିପାରିବ । ଉପଯୁକ୍ତ ଶିକ୍ଷା୍ୱାରା ଜାତୀୟତାଭାବ ସୃଷ୍ଟି ହୋଇଥିବାରୁ ଓଡିଶାରେ ରହି ନିଜର ସମସ୍ତ ଜ୍ଞାନ ବିନିଯୋଗ କରିବ । ଶୋଷଣର ଭାଷାକୁ  ଦୂରେଇ ହୃୟର ଭାଷାରେ ଶିକ୍ଷାଲାଭ କରିବା୍ୱାରା ନିଜଜାତି ପ୍ରତି ଆବେଗ ବୃଦ୍ଧି ପାଇବ । ଏହାଫଳରେ ଭାତୃତ୍ୱ ଭାବ ସୃଷ୍ଟି ହୋଇ ସମଗ୍ର ଓଡିଆଜାତିକୁ ଏକତାସୂତ୍ରରେ ବାନ୍ଧିପାରିବ । ଓଡ଼ିଶାପାଇଁ ଓଡ଼ିଆଏ ଚିନ୍ତା କରିବା ଉଚିତ । ଅର୍ଥାତ ଓଡ଼ିଶାର ପ୍ରତ୍ୟେକ ବ୍ୟକ୍ତି ମହାଭାରତୀୟତାର ସ୍ରୋତରେ ଭାସି ନ ଯାଇ ନିଜ ଅ•ଳର ବିକାଶପାଇଁ ଚିନ୍ତା କରିବା ଆବଶ୍ୟକ । କେବଳ ସରକାର ନୁହେଁ, ବରଂ ବେସରକାରି ସ୍ତରରେ, ବ୍ୟବସାୟ,ଶିଳ୍ପ ଓ କଳକାରଖାନା ସ୍ତରରେ ଏଥିପାଇଂ ବିଭିନ୍ନ କାର୍ଯ୍ୟ ଗ୍ରହଣ କରିବା ଆବଶ୍ୟକ । ତେଣୁ ପ୍ରଶାସନ ହେଉ ବା ଶିଳ୍ପାୟନ, ବ୍ୟବସାୟ-ବାଣିଜ୍ୟ ହେଉ ଅବା କୃଷି- ଏ ସବୁ କ୍ଷେତ୍ରର ସଂପୂର୍ଣ୍ଣ ବିକାଶପାଇଁ ।ୟିତ୍ୱରେ ଥିବା ପ୍ରତ୍ୟେକ ବ୍ୟକ୍ତି ଆଗେଇ ଆସିବା ଉଚିତ । ଓଡ଼ିଶାରେ ଥିବା ବିଭିନ୍ନ ଖଣି, କାରଖାନା, ବ୍ୟବସାୟ ପ୍ରତିଷ୍ଠାନ ଆିର ମାଲିକ- ସେ ଓଡ଼ିଆ ହେଉ ବା ଅଣଓଡ଼ିଆ, ନିଜର ବା ସଂସ୍ଥାର ସାମଗ୍ରିକ କାର୍ଯ୍ୟପ୍ରଣାଳୀ ମଧ୍ୟରେ ଓଡ଼ିଶାର ଅର୍ଥନୈତିକ, ସାମାଜିକ, ସାଂସ୍କୃତିକ କିମ୍ବା ସୀମାପ୍ରତି କ୍ଷତି ନ ପହଞ୍ଚାଇବେ, ସେଥିପ୍ରତି ସତର୍କ  ଦୃଷ୍ଟି ରଖିବା ଆବଶ୍ୟକ । ଯି ସେମାନେ ଓଡ଼ିଆ ଓ ଓଡ଼ିଶାର ସ୍ୱାର୍ଥହାନୀରେ ବ୍ୟସ୍ତରୁହନ୍ତି, ତେବେ ବିହ÷ତ ପକ୍ଷେପପାଇଁ ଓଡ଼ିଆଜାତି ପାକୁ ଗୋଡକାଢ଼ିବା ସମୟ ଏବେ ଉପସ୍ଥିତ ।

Odia Story Subrat Kumar Prusty Books Subrat Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleଓଡ଼ିଆ ଭାଷାର ବର୍ତ୍ତମାନ ସ୍ଥିତି
Next Article କେବଳ ଭାଷାପାଇଁ
Subrat Kumar Prusty

Related Posts

ଅଭିନବ ବିବାହ

March 16, 2023

ବୋକା ନା ବିବେକୀ?

March 1, 2023

ଘୋରକର ଉଦାରତା

February 1, 2023

ମହାଭାରତ

January 26, 2023

ମହାରାଜାଙ୍କ କଳା

December 21, 2022

ଶକରକନ୍ଦ

December 12, 2022
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.