ଗୁରୁ ଶିକ୍ଷା ଦେଉଥିଲେ, ସମସ୍ତ ବସ୍ତୁରେ ନାରାୟଣ ଅଛନ୍ତି । ଜଣେ ଶିଷ୍ୟ ସେଥିରେ ମଜ୍ଜି ଯାଇ ସକଳ ବସ୍ତୁରେ ନାରାୟଣ, ନାରାୟଣ ବୋଲି କହୁଥିଲା।
ଦିନେ ଶିଷ୍ୟ ବାଟରେ ଯାଉଚି, ଗୋଟିଏ ହାତୀ ଆସୁଥିବାର ଦେଖି ପାରିଲା । ନିକଟ ହେବାରୁ ମାହୁନ୍ତ ପାଟିକଲା, “ହଟିଯା, ହଟିଯା‘।
ଶିଷ୍ୟ ଭାବଲିା, “ମୁଁ କାହିଁକି ହଟିବି, ମୁଁ ତ ନାରାୟଣ । ହାତୀ ମଧ୍ୟ ନାରାୟଣ । ନାରାୟଣଙ୍କ ପାଖରୁ ନାରାୟଣଙ୍କର ଭୟ କଣ?” ସେ ଆଉ ହଟିଲା ନାହିଁ । ହାତୀ ତାକୁ ଆଗରେ ଦେଖି ଶୁଣ୍ଢରେ ଟେକି ଦୂରକୁ ଫୋପାଡ଼ି ଦେଲା । ଶିଷ୍ୟର ଅବସ୍ଥା ସାଂଘାତିକ । ବହୁଦିନ ପଡ଼ି ଭଲ ହେବାପରେ ଗୁରୁଙ୍କ ପାଖକୁ ଯାଇ ସମସ୍ତ ବିଷୟ କହିଲା ।
ଗୁରୁ କହିଲେ, “ଆରେ ଓଲୁ– ତୁ ନାରାୟଣ– ଠିକ୍, ହାତୀ ବି ନାରାୟଣ ଠିକ୍ । କିନ୍ତୁ ହାତୀ ଉପରେ ଯେଉଁ ଲୋକଟି ବସିଥିଲା, ସେ ବି ଜଣେ ମାହୁନ୍ତରୂପୀ ନାରାୟଣ । ସେ ତୋତେ ସାବଧାନ କରିଦେଲା । ସେ ନାରାୟଣଙ୍କ କଥା କାହିଁକି ଶୁଣିଲୁ ନାହିଁ ?
ସାଧାରଣ ବୁଦ୍ଧି ନ ଥିଲେ ତାକୁ କୌଣସି ଗୁରୁ ଶିଖାଇ ଦେଇ ପାରିବେ ନାହିଁ ।