ମାନ୍ଦ୍ରାଜ ଠାରୁ ୩୫ କିଲୋମିଟର ଦୁରରେ ପାଦପାଈ ଗାଁ । ସେଠାରେ ଜଣେ ବ୍ରାହ୍ମଣ ଯୂବକ । ତାଙ୍କର ନାମ ଶ୍ରୀନିବାସନ୍ । ସେ ତିରିଶି ଏକରର ଗୋତିଏ କ୍ଷେତ ଖମାରର ମାଲିକ । ସେଥି ଭିତରେ ସେ ଧାନ ଚାଷ କରନ୍ତି,ପନିପରିବା କରନ୍ତି,ଫଳ ଫୁଲ ଉପୁଜାନ୍ତି,ମେଣ୍ଟା ପାଳନ୍ତି ଆଉ କୁକୁଡ଼ା ବି ପୋଷିଛନ୍ତି । ଜନ୍ମରୁ ସେ ଚାଷୀ ନୁହନ୍ତି । କିନ୍ତୁ ସେ ନିଜ କୁ ଜଣେ ଭଲ ଚାଷୀ ରୂପରେ ଗଢ଼ି ପାରିଛନ୍ତି । ଭଲା ଜାତିଆ ମେଣ୍ଢା ଓ କୁକୁଡ଼ା ପାଳି ବାରେ ତଙ୍କର ବେଶ ସୁନାମ ରହିଛି । କିନ୍ତୁ ଦେ ନିଜେଖାଣ୍ଟି ନିରାମିଷାଶୀ। ମାଛ, ମାଂସ କି ଅଣ୍ତା ସେ କେବେ ଖାଆନ୍ତି ନାହିଁ।
ଏଡ଼େ ବଡ଼ କ୍ଷେତର ମାଲିକ ହୋଇ ଶ୍ରୀନିବାସନ୍-ଙ୍କ ମନରେ ତିଳେ ହେଲେ ଗର୍ବ ନାହିଁ, କି ବଡ଼ିମା ନାହିଁ। ଦିନସାରା ସେ ଖଟିଥାଆନ୍ତି। ଅଳ ଓ ବିଳାସ ତାଙ୍କର ପାଖ ପଶେ ନାହିଁ।କେତେବେଳେ ସେ କ୍ଷେତରେ ହଳ କରୁଥାନ୍ତି ତ କେତେବେଳେ ଛୋଟ କୁକୁଡା ଛୁଆଙ୍କୁ ଅହାର ଦେଉଥାନ୍ତି। ଧାନ କିଆରୀରେ ସେ କେତେବେଳେ କାମଦାମ ଦେଖୁଥାନ୍ତି ତ କେତେବେଳେ ନାଳର ପାଣିକୁ ଜମିରେ ମଡାଉଥାନ୍ତି। ସେ ଦିନ ତମାମ ଯେଉଁ ପରି ନାନା କାମରେ ଲାଗି ପଡ଼ିଥା’ନ୍ତି, ଯେ କୈଣସି ଲୋକ ମନେ କରିବ ଯେ ସେ ସବୁଥିରେ ପକ୍କା; ଆଉ ସାରା ନାଟକଟିର ଓସ୍ତାଦ।
ଶ୍ରୀନିବାସନ୍-ଙ୍କ ବୟସ ଏବେ ଜମା ତିରିଶ ବତିଶ ବର୍ଷ ହୋଇଛି। ତାଙ୍କୁ ଆଖପାକ୍ଖରେ ସମସ୍ତେ “ପାପା” ବୋଲି ଜାଣନ୍ତି। ତାମିଲ ଭାଷାରେ ‘ପାପା’ ଖିଲେ ପିଲାଙ୍କ୍କ୍କ୍କ୍କୁ ବୁଝାଏ। ସେ ପ୍ରକୃତରେ ଘର ଭିତରେ ସବୁଠୁଁ ସାନ। ତାଙ୍କ ବାପା ଗୋଟିଏ ନାମଜାଦା ଖବରକାଗଜ ଅଫିସରେ କାମ କରନ୍ତି । ତାଙ୍କର ପାଞ୍ଚ ପୁଅ। ସେମାନଙ୍କ ମଧ୍ୟରେ ଦୁଇ ଭାଇ ବ୍ୟାଙ୍କରେ କାମ କରନ୍ତି। ସବା ସାନ ଭାଇ ଶ୍ରୀନିବାସନ୍ (ପାପା)। ସେ ବାବୁଗିରିକି ଜମା ପସନ୍ଦ କଲେ ନାହିଁ। କାହିଁକି ଜାଣିବା ଅବଶ୍ୟ କଷ୍ଟକର।
ତେବେ ତାଙ୍କୁ ପଚାରିଲେ ସେ କୁହନ୍ତି-ପ୍ରଥମେ ୧୯୦୯ ମସିହାରେ ମୋର ବାପା ପାଦପ୍-ପାଇଠାରେ ଗୋଟିଏ ୧୦ ଏକରର ଜାଗା କିଣିଲେ। ଜମି ଖଣ୍ତ ପୂରା ପଡିଆ ପଥର ଓ ଟାଙ୍ଗର ହୋଇ ପଡିଥିଲା। ସ୍ତାନୀୟ କେତେକ ଲୋକଙ୍କୁ ଲଗାଇ ସେ କେତେ ଗଛ ପଣସ ଓ ଆମ୍ବ ସେଠାରେ ପୋତି ଥିଲେ। ମୋର କିନ୍ତୁ ଚାଷବାସ କରିବାକୁ ଭାରି ମନ ହେଉଥିଲା। ମୁଁ ୧୯୫୭ ରେ ହାଇସ୍କ୍କୁଲ ପରୀକ୍ଷାରେ ପାସ୍ କରି ପାଦପ୍-ପାଇ ଗାଁକୁ ମୋର ଭାଗ୍ୟ ପରୀକ୍ଷା କରିବାକୁ ଆସିଲି।
କିନ୍ତୁ ସେଇ ଜମିରେ କିଛି ଚାଷ କାମ କରିବା ବଡ କଷ୍ଟକର ଥିଲା। ଭୂଇଁ ତ ଶୁଖିଲା। ପାଣି ଟୋପେ ପାଇବା ମଧ୍ୟ ମୁସ୍କିଲ। ଶ୍ରୀନିବାସନ୍ ବିଜୁଳିଶକ୍ତି ସାହାଯ୍ୟରେ ପାଣି ମଡାଇବାକୁ ଭାବିଲେ। କୂଅଟିଏ ଖୋଳିବାକପାଇଁ ରାଜ୍ୟ ସରକାରଙ୍କୁ ରୂଣ ମାଗିଲେ।ଋଣ ପାଇ ବଡ କୂଅଟିଏ ଖୋଳିଲେ; ଆଉ ଶକ୍ତିଶାଳୀ ପମ୍ପଟିଏ ଲଗାଇଲେ। ବର୍ତ୍ତମାନ ଜମିରେ ପାଣି ମଡ଼ାଇବା ଅସୁବିଧା ଦୂର ହୋଇଗଲା। ସେଠାରେ ରାଶି ଆଉ ଲଙ୍କା ମାରିଚ ଚାଷ ଆରମ୍ଭ ହୋଇଗଲା।
୧୯୫୯ ମସିହାରେ ଶ୍ରୀନୀବାସନ୍-ଙ୍କ ବାପା ଆଉ ଚାରି ଏକର ଜମି ସେଠାରେ କିଣି ଦେଲେ। ଏହି ଜମିରେ ବି ଆଗବଳି ପାଣି ମଡ଼ାଇବା ଭାରି କଷ୍ଟକର ଥିଲା। ତେଣୁ ଯେଉଁ ଗଛ ବେଶୀ ପାଣି ଲୋଡ଼େ ନାହିଁ, ଅଥଚ ସେ ଭାରି ଦରକାର ପଡ଼ୁଛି, ସେଭଳି ଗଛ ସେଠାରେ ଲଗାଇବାକୁ ଶ୍ରୀନୀବାସନ୍ ଭାବିଲେ। ସେ ପଛ ଚାରୀ ଏକର ଜମିରେ ଜାଳେଣି ପାଇବାକୁ ଚାଖୁଣ୍ତା ଗଛର ଚାରା ଲଗାଇ ଦେଲେ। ସେ ମଧ୍ୟ ଆଗରୁ ଲଗା ଯାଇଥିବା ଏତେ ଜାଗାରେ ପଣସ ଆଉ ଆମ୍ୱଗଛ ରଖିବାକୁ ଚାହିଁଲେ ନହିଁ। ତା ବଦଳରେ ସେ କିଛି ଖାଦ୍ୟ ଶସ୍ୟ ଚାସ କରିବାକୁ ଇଚ୍ଛା କଲେ। ୧୯୬୦ ମସିହାରେ ସେ ଆଉ ଗୋତିଏ କୂଅ ଖୋଳାଇ ଆଗଠାରୁ ତିକିଏ ଛୋଟ ପମ୍ପ ସେଥିରେ ଲଗାଇଲେ । ତାପରେ କେତେକ ଜାଗାରୁ ପଣସ ଗଛ କାଟି ପ୍ରଥମ ଥର ପାଇଁ ସେଠାରେ ଧାନ ବୁଣିଲେ।
ଏ ପର୍ଯ୍ୟନ୍ତ ଶ୍ରୀନିବାସନ୍ ସବୁ କଥା ଏକା ବୁଝୁଥିଲେ। ଦିନ ସାରା ନିଜେ ଖଟି ଅନ୍ୟକୁ ଖଟାଇ ତାରି ଭିତରେ ନିଜେ ରୋଷାଇବାସ କରି ଖିଆପିଆ ମଧ୍ୟ କରୁଥିଲେ । କିନ୍ତୁ ଯେତେବେଳେ କାମ ଖୁବ୍ ବଢ଼ି ଗଲା, ଆହୁରି ଅଧିକ ସମ୍ୟ ଦେଖାଚାହାଁ ଦରକାର ପଡ଼ିଲା, ସେ ଗୋଟିଏ ପୁଜାରୀ ରଖିଲେ । ତା ନାଁ ରାଜୁ, କିନ୍ତୁ ସଙ୍ଗ ଗୁଣରୁ ଯେମିତି ମଣିଷ ଭଲ ଆଉ ଖରାପ ଗୁଣ ଶିଖିଯାଏ, ରାଜୁ ସେମିତି ଶ୍ରୀନିବାସନ୍ ଙ୍କଠାରୁ ବହୁତ ଭଲ କଥା ଶିଖିଗଲା। ସେ ଖାଲି ରୋଷେଇ କଲା ନାହିଁ। ସେ ଚାଷବାସ ଆଉ କଠିନ ପରିଶ୍ରମରେ ମଧ୍ୟ ଆଗ୍ରହୀ ହେଲା। ସେ କ୍ଷେତ କାମରେ ସାହାଯ୍ୟ କରିବାରୁ ଶ୍ରୀନିବାସନ୍ ଉସ୍ଚାହିତ ହୋଇ ଆଉ ଅଧିକ ଚାଷକରି ଫସଲ ଫଳାଇବାରେ ଲାଗିଲା।
୧୯୬୧ ମସିହାରେ ପୁଣି ପାଞ୍ଚ ଏକର ଆଉ ୧୯୬୪ରେ ପ୍ରାଯ ଏଗାର ଏକର ଜମି କିଣାଗଲା। କିନ୍ତୁ ଏ ସବୁ ଜମି ଅଲଗା ଅଲଗା ଦୁଇଟି ଗାଁରେ। ଏଇ ନୁଆ ୧୬ଏକର ଭିତରୁ ଅଧେ ଜମିରେ ଚାକୁଣ୍ତା, ଝାଉଁ ଆଦି ଗଛ ଲାଗିଲା। ଆଉ ଅଧିକରେ ମେଣ୍ଢା, କୁକୁଡ଼ା ଚରିବା ପାଇଁ ଘାସ ପଡ଼ିଆ ହେଲା। କୂଅ ପାଖରେ ଥିବା ଆଉ ଚାରି ଏକର ଜମିରୁ ପଣସ ଗଛତକ କାଟି ସେଇ ସେଠାରେ ଧାଞ୍ଚାଷ କରାଗଲା।
ଏବେ ଶ୍ରିନିବାସନ୍ ମୁଣ୍ତକୁ ଆଉ ଗୋତିଏ ନୂଆ ଯୋଜନା ଆସିଲା। ସେ ଭାବିଲା ମାନ୍ଦ୍ରାଜ ସହରରେ ସମୟ ସମୟରେ ଫଳର ଅଭାବ ପଡ଼େ । ତେଣୁ ପାଦପ୍ପାଇଠାରେ ଖଣ୍ଡେ ଜାଗାରେ କାହିଁକି ଫୁଲ ବଗିଚାଟିଏ କରିବା ନାହିଁ ? ଫଳରେ ଗୋଟିଏ ସୁନ୍ଦର ବଗିଚା ସେଠି ବଢି ଉଠିଲା । ବର୍ତ୍ତମାନ ସେଠାରେ ତିନି ହଜାରରୁ ଅଧିକ ଗଛ ରହିଛି । ସେଠାରୁ ଅଳ୍ପ ଦୂରରେ ପନିପରିବା ବଗିଚା ଆଉ ସେଥିରେ ପ୍ରଚୁର ମୂଳା ଓ ଭେଣ୍ଡି ଫଳେ ।
ବ୍ରାହ୍ମଣମାନେ ଏମିତି ଚାଷବାସ କରିବା ତ ସହଜେ ଆଚମ୍ବିତ କଥା ! ପୁଣି ସେମାନେ କୁକୁଡା ଫାର୍ମ କରିବା ଆହୁରି ଅଦ୍ଭୁତ ବିଷୟ । କିନ୍ତୁ ଶ୍ରୀନିବାସନ୍ ଏ ସବୁ ଅନ୍ଧ ପରମ୍ପରାର ବାହାରେ । ସେ ନୂଆ ଯୁଗ ଆଉ ସମାଜର ଆଗୁଆ ଲୋକ । ପୁଣି ଶ୍ରୀନିବାସନ୍ ଙ୍କଠାରୁ ଏଇ କୁକୁଡା ପାଳିବା ବିଷୟରେ କେତେକ ମଜା କଥା ଶୁଣିବାକୁ ମିଳେ ।
ସେ ଗାଁ ରେ ପ୍ରଥମେ କେତେଗୁଡିଏ ଦେଶୀ କୁକୁଡା ପାଳିଥିଲେ । କିନ୍ତୁ ତାଙ୍କର ମରହଟ୍ଟୀ ବାପା ଏ କାମ କୁ ଆଦୌ ପସନ୍ଦ କଲେ ନାହିଁ । ଶେଷରେ ସେମାନେ ଦିନେ କଥାର ସମାଧାନ କଲେ । ଖାଉଟିମାନଙ୍କୁ କୁକୁଡାତକ ନ ବିକି ଶ୍ରୀନିବାସନ୍ ସ୍ଥାନୀୟ ବି.ଡି.ଓ ଙ୍କୁ ଦେଲେ । ବି.ଡି.ଓ ସେତକ ପାଳିବାକୁ କେତେକଙ୍କ ମଧ୍ୟରେ ବାଣ୍ଟି ଦେଲେ । ଏହାର ଉଦ୍ଦେଶ୍ୟ ହେଲା ବ୍ରାହ୍ମଣ ଲୋକଙ୍କ ପକ୍ଷେ କୁକୁଡା ପାଳିବା ଅନ୍ୟାୟ । କୁକୁଡା ଖାଇବା ବା ଖାଇବାକୁ ବିକିବା ଆହୁରି ଦୋଷାବହ । ତେଣୁ ଅନ୍ୟମାନଙ୍କୁ କୁକୁଡା ମାଗଣାରେ ବାଣ୍ଟି ଦେବାରେ ବିଶେଷ କିଛି ପାପ ନାହିଁ ବୋଲି ବି .ଡି.ଓ ଙ୍କୁ ଦିଆଯାଇଥିଲା ।
କିନ୍ତୁ ଥରେ ବମ୍ବେରୁ ଜଣେ ଭଦ୍ରଲୋକ ଆସିଥିଲେ । ସେ ଶ୍ରୀନିବାସନ୍ ଙ୍କ ବାପାଙ୍କୁ ଏମିତି ଭାବରେ ବୁଝାଇ ଦେଲେ ଯେ ସେ କୁକୁଡା ଫାର୍ମ କରିବାରେ ଆଉ ଆପତ୍ତି କଲେ ନାହିଁ । ବରଂ ବମ୍ବେରେ ଏ ବିଷୟରେ କୋଡିଏ ଦିନିଆ ତାଲିମ ପାଇବାକୁ ସେ ଶ୍ରୀନିବାସନ୍ ଙ୍କୁ ଆନନ୍ଦରେ ପଠାଇ ଦେଲେ । ବମ୍ବେରୁ ଫେରି ଶ୍ରୀନିବାସନ୍ ରାଜ୍ୟ ସରକାରଙ୍କଠାରୁ ଦୁଇ ଶହ ଟଙ୍କା ସାହାଯ୍ୟ ପାଇଥିଲେ ଏବଂ ଛଅ ଶହ ଟଙ୍କାରେ ୧୭୨ଟି କୁକୁଡାଛୁଆ କିଣିଥିଲେ । ବର୍ତ୍ତମାନ ତାଙ୍କର ୨୫୦ରୁ ଅଧିକ କୁକୁଡା ଅଛନ୍ତି ଏବଂ ସେଥିରେ କେବଳ ୧୦୦ ମାଈ କୁକୁଡା ସର୍ବଦା ଅଣ୍ଡା ଦେଇଥାନ୍ତି । ଆଉ ମଧ୍ୟ ଅଣ୍ଡା ଉଷୁମ କରିବା ପାଇଁ ସେ ଗୋଟିଏ ଯନ୍ତ୍ର ରଖିଛନ୍ତ୍ତି, ଯାହାଦ୍ୱାରା ଏକ ସମୟରେ ୧୦୦ଟି ଅଣ୍ଡାରୁ ଛୁଆ ଫୁଟିଥାନ୍ତି । ସେ ନିଜେ ଏ ଯନ୍ତ୍ରଟି କିରୋସିନ ତେଲରେ ଚଳାଇଥାନ୍ତି ।
ମେଣ୍ଢା ପାଳିବା କଥା କୁକୁଡା ପାଳିବା ଆଗରୁ ଶ୍ରୀନିବାସନ୍ ଚିନ୍ତା କରିଥିଲେ । ସେ ବି ଡି ଓ ଙ୍କ ଜରିଆରେ ତିନୋଟି ଜାତିଆ ମେଣ୍ଢା ପାଇଥିଲେ । ବର୍ତ୍ତମାନ ସେଇ ସଂଖ୍ୟା ବଢି ୭୫ ହେଲାଣି । କୁକୁଡାଙ୍କୁ ଭଲ ପାଇବା ପରି ଶ୍ରୀନିବାସନ୍ ମେଣ୍ଢାଗୁଡାକୁ ବି ଭାରି ସୁଖ ପାନ୍ତି । ସେମାନଙ୍କର ଭଲ ମନ୍ଦ ପାଇଁ ତାଙ୍କର ଭାରି ଆଖି; ଆଉ ସେମାନଙ୍କର ଉନ୍ନତି ପାଇଁ ସେ ଭାରି ଯତ୍ନବାନ୍ ।
ଏବେ ଶ୍ରୀନିବାସନ୍ ଆଊ କ୍ଷେତର କାମଦାମ ଓ ଊନ୍ନତି କରିବା ପାଇଁ ବାପାଙ୍କ ଧନ ଊପରେ ନିର୍ଭର କରୁନାହାନ୍ତି। ସବୁ ମୂଲ ମଜୁରୀ ଆଉ ଅନ୍ୟାନ୍ୟ ଖର୍ଚ୍ଚ ବାର୍ଚ୍ଚ ଯାଇ ସେ ଶହ ଶହ ଟଙ୍କା ରୋଜଗାର କରୁଛନ୍ତି । ତାଙ୍କ ଆୟର ବଡ ଭାଗ ଜାଳେଣି କାଠ ବିକି ପାଇ ପାରୁଛନ୍ତି । ବର୍ଷକୁ ଯାହା ଧାନ ପାଊଛନ୍ତି, ସେଥିରେ ତାଙ୍କର ପରିବାରଟି ସୁରୁଖୁରୁରେ ଚଳି ଯାଊଛନ୍ତି । ଫଳ ବିକି ସେ ମଧ୍ୟ ହଜାର ହଜାର ଟଙ୍କା ରୋଜଗାର କରୁଛନ୍ତି । ଅନେକ ମେଣ୍ଡା ମଧ୍ୟ ସେ ବିକି ଭଲ ଆୟ କରୁଛନ୍ତି। ୧୯୫୭ ରୁ ୧୯୬୭ ଏଇ ଦଶବର୍ଷ ଭିତରେ ଶ୍ରୀନିବାସନ୍ ଆଗରୁ କିଛି ତାଲିମ ଓ ଅଭିଜ୍ଞତା ନ ଥାଇ ଚାଷବାସ, ପଶୁପକ୍ଷୀ ପାଳନରେ ଯେପରି ସଫଳତା ଅର୍ଜନ କରିଛନ୍ତି ତାହା ସମସ୍ତଙ୍କର ଆଦର୍ଶ ଓ ଅନୁକରଣର କଥା । ଏହି ସାଫଲ୍ୟର ମୂଳରେ ରହିଛି ନିଜ କାର୍ଯ୍ୟ ପାଇଁ ଗଭୀର ନିଷ୍ଠା, ନୂତନ ଚିନ୍ତା ଆଉ କଠିନ ପରିଶ୍ରମ । ଯଦି ମୂଲିଆ ମଜୁରିଆ ଦିନ ଦଶଟାରେ କାମକୁ ଯା’ନ୍ତି ଶ୍ରୀନିବାସନ୍ ରାତି ପାଉ ପାଉ ଯାଇ କ୍ଷେତରେ ତାଙ୍କର କାମ ଆରମ୍ଭ କରିଦେଇଥାନ୍ତି । ସନ୍ଧ୍ୟାରେ ରେଡିଓ ଶୁଣି ଆଉ ପତ୍ର ପତ୍ରିକା ପଢି ସେ ଆନନ୍ଦ ଅନୁଭବ କରନ୍ତି । ବିଶେଷ କରି ଚାଷ ଓ କୁକୁଡା ପାଳନ ବିଷୟରେ ବାପା ଯେଉଁ ବହିପତ୍ର ପଠାଇଥାନ୍ତି ସେ ମନ ଦେଇ ପଢନ୍ତି । ତାଙ୍କର ପୋଷା କୁକୁର ଦଳେ ଅଛନ୍ତି , ଶୀଳା ମନି ପ୍ରଭ୍ରୁତି ସେମାନଙ୍କ ନାଁ । ଶ୍ରୀନିବାସନ୍ ଯେଇଁ ଆଡେ ଯାଆନ୍ତି , ସେମାନେ ତାଙ୍କ ପଛରେ ଚାଲିଥାନ୍ତି । ଆଉ ରାତିରେ କ୍ଷେତ ଖମାରକୁ ସେମାନେ ଖୁବ୍ ତୀକ୍ଷ୍ ଣ ଦୃଷ୍ଟିରେ ଜଗିଥାନ୍ତି । ଶ୍ରୀନିବାସନ୍ ଆଜି ତାଙ୍କ ପରି ସେ ହୋଇଛନ୍ତି । ସେ ଅଞ୍ଚଳରେ ସବୁରି ଆଖିରେ ତାଙ୍କ ଉପରେ । ମରୁଭୂମିରେ ସେ ଝରଣା ଝରାଇଛନ୍ତି । ମଲା ମାଟିରେ ଜୀବନ ଜଗାଇଛନ୍ତି । ପଡିଆ ପଦରରେ ଶାଗୁଆ କ୍ଷେତର ଲହରୀ ଖେଳାଇଛନ୍ତି। ଅଲୋଡା ମାଟିରେ ସୁନା ଫଳାଇଛନ୍ତି । ସେ ମୂଲିଆ ହୋଇ ଲାଗି ମାଲିକ ପରି ଭୋଗ କରୁଛନ୍ତି । ପୁରୁଣା ସମାଜରୁ ବାହାରି ନୁଆଁ ଯୁଗରେ ଆଗୁଆ ହୋଇଛନ୍ତି । ଏହିପରି ଶହ ଶହ ଶ୍ରୀନିବସନ୍ ଙ୍କୁ ଆଜି ଆମ ଦେଶ ଖୋଜୁଛି । ସେମାନେ ମିଳିଲେ ସବୁ ମିଳିବ । କିଛି ଅଭାବ ଅସୁବିଧା ରହିବ ନାହିଁ । ଆମ ଦେଶରେ ଘିଅ ମହୁର ସୁଅ ଛୁଟିବ ।