• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଅନ୍ୟାନ୍ୟ»ମାଟିର ଚାଷୀ, ଜାତିର ପଦ୍ମଶ୍ରୀ
ଅନ୍ୟାନ୍ୟ

ମାଟିର ଚାଷୀ, ଜାତିର ପଦ୍ମଶ୍ରୀ

ଜଗନ୍ନାଥ ମହାନ୍ତିBy ଜଗନ୍ନାଥ ମହାନ୍ତିFebruary 18, 2020No Comments6 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

ଦେଶର ବଡ଼ ବଡ଼ ଲୋକଙ୍କୁ ଭାରତ ସରକାର ଗୋଟିଏ ଗୋଟିଏ ଉପାଧି ଦେଇ ସମ୍ମାନ କରନ୍ତି । କାରଣ ସେମାନେ ହେଉଛନ୍ତି ଆମର ଗର୍ବ ଆଉ ଗୈ।ରବ । ସେହିପରି ନାଥୀ ସିଂହ ଆମର ଜଣେ ଆଦର୍ଶ ପୁରୁଷ । ସେ ଉତ୍ତର ପ୍ରଦେଶର ଅରହରା ଗ୍ରାମର ଗୋଟିଏ ସାଧାରଣ ଚାଷୀ । ଚାଷ କାମରେ ତାଙ୍କର ନାହିଁ ନ ଥିବା ସଫଳତା ଓ ନେତାପଣିଆ ଯୋଗୁଁ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ଉପାଧି ଦେଇଥିଲେ । ନିଜର ଶ୍ରମ, ବୁଦ୍ଧି ଓ ଟାଣ ମନ ଯୋଗୁଁ ସେ ନିଜ କ୍ଷେତରେ ବହୁତ ଶସ୍ୟ ଉପୁଜାଇ ଥିଲେ । ତା ସଙ୍ଗେ ସଙ୍ଗେ ସେଇ ଅଞ୍ଚଳରେ ବହୁଲୋକଙ୍କୁ ଏ ଦିଗରେ ଉତ୍ସାହ ଓ ପ୍ରେରଣା ଦେଇଥିଲେ ।

ସେତେବେଳେ ନାଥୀ ସିଂହଙ୍କର ବୟସ ଛଷଠି । ଏତେ ବୁଢ଼ା ହୋଇ ସୁଦ୍ଧା ତାଙ୍କର ଦେହକୁ ଅଳସ ଛୁଇଁ ନାହିଁ । କୋଉ କାମ କରିବାକୁ ତାଙ୍କର ଦକ ନାହିଁ । ବଅସର ଚାପରେ ତାଙ୍କର ଦେହ ଟିକିଏ ଦବି ଯାଇଥିଲେ ବି ମନ ଜମା ଚପି ନାହିଁ । ତାଙ୍କର ସରଳ ମଧୁର ବ୍ୟବହାର ସମସ୍ତଙ୍କୁ ମୁଗ୍ଧ କରୁଥାଏ । ଏତେ ବୁଢ଼ା ହେଲେ ବି ନୂଆ ଯୁଗର ନୂଆ କଥା, ନୂଆ ବିଚାର ଗ୍ରହଣ କରିବାକୁ ତାଙ୍କର ଭାରି ଝୁଙ୍କ । ବହୁତ ଫଳ ଫଳାଇବା ପାଇଁ ଯେତେ ନୂଆ ନୂଆ ଯନ୍ତ୍ରପାତି, ବିହନ, ସାର ସବୁକିଛି ସେ କ୍ଷେତରେ ଲଗାଇଥାନ୍ତି । ସେ ନିଜେ ବୁଝିଛନ୍ତି ଦିନକୁ ଦିନ ତାଙ୍କ ଜମିରେ ଅଧିକ ଫସଲ ଫଳୁଛି । ଆଖପାଖର ଲୋକେ କହନ୍ତି ନାଥୀ ସିଂହଙ୍କର ୬୬ ଏକର ଜମିରେ ଫସଲ ତ ନୁହେଁ, ସୁନା ଫଳୁଛି । ତାକୁ ଦେଖି ଅନ୍ୟ ଚାଷୀମାନେ ମଧ୍ୟ ନିଜ ନିଜ କ୍ଷେତରେ ଭଲ ଫସଲ ଫଳାଇବାରେ ମନ ଦେଲେ । ବାହାର ଲୋକେ କହିଲେ ଅରହରା ଗାଁରେ ଲକ୍ଷ୍ମୀ ଭଣ୍ଡାର ଅଜାଡ଼ି ହୋଇ ପଡ଼ିଛି । ଆଗେ ଗୋଟିଏ ଜମିରୁ ଯେତେ ଫସଲ ମିଳିଥିଲା,ଏବେ ତା’ର ଦୁଇ ତିନିଗୁଣ ଅଧିକ ମିଳିଲା । ଫଳରେ ଲୋକମାନଙ୍କର ଅବସ୍ଥାରେ ବହୁ ପରିବର୍ତ୍ତନ ଦେଖା ଦେଲା । ଗାଁରୁ ଅଭାବ ଅସୁବିଧା ଘୁଞ୍ଚିଯାଇ ସୁଖ ଶାନ୍ତି ଉଛୁଳି ପଡିଲା ।

 

ନାଥୀ ସିଂହ ଜଣେ ସାଧାରଣ ଚାଷୀ ଥିଲେ ୤ ଆଜି ସେ ଗୋଟିଏ ଟ୍ରାକ୍ଟର୍ ର ମାଲିକ ୤ ନିଜ ପୁଅକୁ ଚାଷ କାମରେ ଲଗାଇ ସେ ଗାଁ ଗହଳିର ସେବା କରିବାରେ ମନ ପ୍ରାଣ ଢାଳି ଦେଇଛନ୍ତି ୤ ସବୁ ଭିତରେ ଚାଷ କାମର ଉନ୍ନତି ହେଉଛି ତାଙ୍କର ବଡ ଝୁଙ୍କ ୤ ସବୁରି ଚାଷ କିପରି ଦିନକୁ ଦିନ ଅଧିକ ଭଲ ହେବ, ସେଥିପାଇଁ ରାତିଦିନ ତାଙ୍କର ଚିନ୍ତା ୤ ବିଶ୍ରାମ କଣ ସେ ଜାଣନ୍ତି ନାହିଁ ୤ ପଞ୍ଚାୟତର ସେ ଜନେ ମୁଖିଆ ସଭ୍ୟ ହୋଇଛନ୍ତି ୤ ନିଜର ଗାଁକୁ ଖାଲି ନିଜ ଗ୍ରାମପଞ୍ଚାୟତ କିମ୍ବା ଫତେପୁର ସିକ୍ରୀ ବ୍ଲକରେ ନୁହେଁ ସାରା ଉତ୍ତରପ୍ରଦେଶରେ ସବୁଠୁଁ ଆଗୁଆ କରିବେ ସେଥିପାଇଁ ତାଙ୍କର ପ୍ରବଳ ଚେଷ୍ଟା ୤ ଏହି ଚେଷ୍ଟାରେ ସେ ସଫଳ ହୋଇ ପାରିଛନ୍ତି ୤

୧୯୫୯ ମସିହା ଗୋଟିଏ ଅଭୁଲା ଘଟଣା ୤ ଜାନକୀନାଥ ପ୍ରସାଦ ତାଙ୍କ ଗାଁର ଜଣେ ଭଦ୍ରଲୋକ ୤ ସେ ସ୍ଥାନୀୟ ସମବାୟ ସମିତିର ସଭାପତି ୤ ଗୋଟିଏ ବଡ ଚାଷମେଳା ଦେଖିବାକୁ ଯାଇଥିଲେ ୤ ସେଠାରୁ ଫେରି ଚାଷର କିପରି ଉନ୍ନତି କରିବେ. ସେଥିପାଇଁ ବିଚାର କଲେ ୤ ବଡ ବଡ ଚାଷୀମାନଙ୍କୁ ପଚାରିଲେ ୤ ସମସ୍ତଙ୍କଠାରୁ ନିରାଶ କଥା ଶୁଣି ସେ ହତାସ ହେଲେ ୤ ଜାନକୀନାଥ ଶେଷରେ ନାଥୀ ସିଂହକୁ କହିଲେ- ଆମପରି ଆଗୁଆ ଚାଷୀ ମନଦେଇ ଲଗି ପଡ଼ିଲେ ଭଲ ଫସଲ ଫଳାଇ ପାରିବା । ଅନ୍ୟମାନେ ଆମକୁ ଦେଖି ଆଗେଇବାକୁ ଚେଷ୍ଟା କରିବେ ।

ନାଥୀ ସିଂହ ଉତ୍ତର ଦେଲେ-ଆମେ ଅବଶ୍ୟ କେତେ ଜଣ ମନ ଦେଲେ ଭଲ ହେବ । କିନ୍ତୁ ସମସ୍ତେ ଏକାଠି ଲଗି ନ ପଡ଼ିଲେ ଯଥେଷ୍ଟ ଫସଲ ଫଳିବ ନାହିଁ । ଦେଶର ଖାଦ୍ୟ ଅଭାବ ଦୂର ହେବ ନାହିଁ ।

ଜାନକୀନାଥ ପଚାରିଲେ– ତେବେ କ’ଣ କଲେ ଠିକ୍ ହେବ ଆପଣ କହନ୍ତୁ । ଆପଣ ଏ ଦିଗରେ ବାଟ ବତାଇ ଦିଅନ୍ତୁ । ସମସ୍ତଙ୍କ ମନ ନେଇ କାମ କରିବା ତ କମ୍ କଷ୍ଟକର କଥା ନୁହେଁ !

ନାଥୀ ସିଂହ ୬୬ ବର୍ଷର ବୃଦ୍ଧ ହେଲେ ବି ମନରେ ତାଙ୍କର ୨୬ ବର୍ଷର ଯୁବକର ଦୃଢ଼ ମନବଳ ଆଉ କାର୍ଯ୍ୟଦକ୍ଷତୋ ଭରି ରହିଛି । ହସ ହସ ମୁହଁରେ ସେ ଉତ୍ତର ଦେଲେ-ନିଶ୍ଚୟ ! ଯାହା କହୁଛନ୍ତ ତା ନିରାଟ ସତକଥା ! କିନ୍ତୁ କୁହନ୍ତୁ ଭଲା, କଷ୍ଟ ନ କରି କୃଷ୍ଣ କେଉଁଠୁ ମିଳିବେ ? ଆମେ ଆମ ଗ୍ରାମ ପଞ୍ଚାୟତ ପାଇଁ ଗୋଟିଏ ଉତ୍ପାଦନ ଯୋଜନା ତିଆର କରିବା । ସେଥିରେ ପ୍ରତ୍ୟେକ ଚାଷୀ ଭାଗ ନେବେ । ଅଧିକ କେତେ ଫସଲ ଆମେ ଫଳାଇବା ଏକାଠି ବି ଠିକ୍ କରିବା । ସବୁ ରକମ ଉପାୟ କରି ଆମେ ଲକ୍ଷ୍ୟ ହାସଲ କରିବାକୁ ଯତ୍ନ କରିବା । ଯତ୍ନ କଲେ ରତ୍ନ ମିଳେ । ଅନ୍ୟ ଗ୍ରାମପଞ୍ଚାୟତ ଗୁଡ଼ିକ ଏଇ ଆଦର୍ଶରେ ଯୋଜନା କରିବାକୁ ବୁଝାଇବା । ଏଇପରି ବ୍ଳକ୍‌ର ପ୍ରତି ଗ୍ରାମ ଅଧିକ ଶସ୍ୟ ଉତ୍ପାଦନ କରିବାକୁ ଶପଥ ନେବେ । ଗୋଠ ମାତିଲେ ଖଣ୍ଡିଆ ମାତି ଉଠିବେ ।

ଜାନକୀନାଥ କହିଲେ ତା ହେଲେ ଅଧିକ ଉତ୍ପାଦନ ପାଇଁ ଆମକୁ ବ୍ଲକ ସ୍ତରରେ ଗୋଟିଏ ଯୋଜନା କରିବାକୁ ହେବ ?

ବୁଢ଼ା ନାଥୀ ସଂହ ଉତ୍ତର ଦେଲେ- ହଁ, ମୁଁ ତ ସେଇୟା ଭାବୁଛି । ସବୁରି ମନନେଇ ଯୋଜନା କଲେ ଜମା ବିଫଳ ହେବ ନାହିଁ । ଲୋକମାନଙ୍କ ବଳରେ ମୋର ଭାରି ଆସ୍ଥା ଅଛି, ବିଶ୍ୱାସ ଅଛି । ଜନତା ଜନାର୍ଦ୍ଦନ ଚେଇଁ ଉଠିଲେ ଜମିରୁ ଅଧିକ ଫସଲ କ’ଣ, ସୁନା ଫଳିବ !

ସେଦିନ ସଞ୍ଜରେ ଆରହର ଗ୍ରାମସଭାର ବୈଠକ ବସିଲା । ପ୍ରତ୍ୟେକ ଲୋକ ନାଥି ସିଂହ କଥାକୁ ପସନ୍ଦ କଲେ । ନିଜ ପାଇଁ ଯାହା ଭଲ, ଯେଉଁ ଥିରେ ସବୁରି ମଙ୍ଗଳ, ସେକଥା ବା କାହାକୁ ଭଲ ଲାଗିବ ନାହିଁ । ଏ ବର୍ଷ ଗହମ ଫସଲ ଏକର ପିଛା କେତେ ବଢ଼ାଇବାକୁ ହେବ ସେ ବିଷୟରେ ଘମାଘୋଟ ଆଲୋଚନା ଚାଲିଲା । କେତେକ ଉତ୍ସାହୀ ଯୁବକ ଚାଷୀ କହିଲେ – ଏକର ପିଛା ୫୦ ମହଣରୁ କମ୍ ଫସଲ ଉତ୍ପାଦନ କରିବାକୁ ହବାନାହିଁ କିନ୍ତୁ ଅନେକେ କ ହଲେ-ବର୍ତ୍ତମାନ ପରିସ୍ଥିତିରେ ଏତେ ଅଧିକ ଉତ୍ପାଦନ କରିବା ସମସ୍ତଙ୍କ ପକ୍ଷେ ସମ୍ଭବ ହେବ ନାହିଁ । ଶେଷରେ ଏକର ପିଛା ଅତିକମ୍ ରେ ୩୫ ମହଣ ଗହମ ଉତ୍ପାଦନ କରିବାକୁ ସ୍ଥିର କରାଗଲା । ଏହି ଲକ୍ଷ୍ୟ କୁ ପୁରଣ କରିବା ପାଇଁ ବୁଢ଼ା ନାଥୀ ସିଂହ ସମସ୍ତଙ୍କୁ ଅନୁରୋଧ କଲେ । ସମସ୍ତେ ଅଣ୍ଟାଭିଡ଼ି ଯେମିତି ଏଇ କାମରେ ଲାଗିଯିବେ ସେଥିପାଇଁ ମରମଛୁଆଁ ଖଟଃଆ ବୁଢ଼ାଠାରୁ ଟୋକା ସମସ୍ତଙ୍କୁ ନୂଆ ଆଶା, ବିଶ୍ୱାସ ଓ ମନବଳ ଭରିଦେଲା । ଅଭାବ ବିଉଦ୍ଧରେ ଲଢ଼େଇ ଆରମ୍ଭ ହୋଇଗଲା ।

କିଛିଦିନ ପରେ ପଞ୍ଚାୟତ ସମିତି ବୈଠକ ବସିଲା । ଯେତେବେଳେ ଅଧିକ ଖାଦ୍ୟ ଉତ୍ପାଦନ ବିଷୟରେ ଆଲୋଚନା ଚାଲିଲା ସେତେବେଲେ ନଥୀ ସିଂହ ଠିଆ ହୋଇ ଧୀର ଅଥଚ ଦୃଢ଼ ସ୍ୱରରେ କହିଲେ -ଏବର୍ଷ ଆମ ଗ୍ରାମ ସଭାରେ ଏକର ପିଛା ଅତିକମ୍ ରେ ୩୫ ମହଣ ଗହମ ଫଳାଇବାକୁ ସ୍ଥିର କରିଛୁ । ଏକଥା ଶୁଣି ସମସ୍ତେ ଅବାକ୍ ହେଲେ । ଏକରକୁ ୨୦/୨୨ମହଣ ଫଳାଇବା କଷ୍ଟକର ହେଉଛି । ସେମାନେ ସମସ୍ତେ ହରାହାରି ଏକର ପିଛା ୩୫ ମହଣ କିପରି ଫଳାଇବେ!!! ଗୋଟିଏ ଗ୍ରାମସଭା ତରଫରୁ ଏପରି ସିଦ୍ଧାନ୍ତ ହୋଇଥିବା ଜାଣି , ଆଉ ବୁଢ଼ା ନାଥୀ ସିଂହଙ୍କର ବିଶ୍ୱାସଭରା କଥା ଶୁଣି ସମିଟିର ସଭ୍ୟମାନେ ଏହାକୁ ଏକ ଆହ୍ୱାନ ବୋଲି ମନେ କଲେ । ଜଣେ ସଭ୍ୟ ତାଙ୍କ ଗ୍ରାମରେ ଏଇ ପ୍ରସ୍ତାବକୁ କାର୍ଯ୍ୟକାରୀ କରିବେ ବଲି ଲଣାଇ ଦେଲେ। ତି’ ପରେ ଅନ୍ୟମାନେ ଏହା ଏକ ସପକ୍ଷରେ ନିଜର ମତ ନଦେଇ ରହି ପାରିଲେ ନାହିଁ। ଏହିପରି ଭାବରେ ବୈଠକରେ ଖୁବ ଉସ୍ଚାହ ସୃଷ୍ଠି ହେଲା। ଶେଷରେ ପଞ୍ଚାଯତ ସମିତି ଏହି ମର୍ମରେ ଏକ ପ୍ରସ୍ତାବ ଗ୍ରହଣ କରିନେଲେ।

ନାଥୀ ସିଂହ ନିଜର କଥାକୁ ସଫଳ କରାଇବା ପାଇଁ ସବୁଠୁଁ ବେଶୀ ଲାଗିପଡ଼ିଥିଲେ। ଦିନ ନାହିଁ ରାତି ନାହିଁ-ଅକ୍ଳାନ୍ତ ପରିଶ୍ରମ କଲେ। ଗାଁ ଗାଁ ବୁଲି ଚାଷି ମାନଙ୍କୂ ଉସ୍ଚାହ ଦେଲେ, ସାହାଯ୍ୟ କଲେ। ଚାଷରେ ଯାହାର ଯାହା ଦରକାର ପଡ଼ୁଛି ତାକୁ ଆଣି ଯୋଗାଇ ଦେବାରେ ସେ ପଛାଇଲେ ନାହିଁ। କ୍ଷେତ କାମରେ ହାଲିଆ ହୋଇ ପଡ଼ିଲା ବେଳେ ନାଥୀ ସିଂହ୍ଙ୍କର ମଧୁର କଥା କେଇପଦ ଦେହରେ ନୂଆ ବଳ ସଞ୍ଚାର କଲା। କାହାର ନିରସ ମନରେ ତାଙ୍କର ଆଶ୍ୱାସନା ନୁଆ ଆଶା ଭରି ଦେଲା।

ଅରହରା ଗାଁର କ୍ଷେତଗୁଡ଼ିକରେ ଚାଷୀମାନଙ୍କର ସ୍ରମ ଆଉ ଶକ୍ତି ର ସୁଅ ଛୁଟିଲା। ଭଲ ଭଲ ବିହନ ବୁଣା ଗଲା। ନୂଆ ନୂଆ ପ୍ରକାରର ସାର ଜମିରେ ଦିଆଗଲା। ଯେଉଁଠି ଦରକାର ପଡ଼ିଲା କୀଟନାଶକ ଔଷଧ ବିଞ୍ଚାଗଲା। ବୈଜ୍ଞାନିକ ଯନ୍ତ୍ରପାତି ବ୍ୟଭାର କରାଗଲା। ବ୍ଲକ୍ କର୍ମ ଚାରୀମାନେ ଏ ଦିଗରେ ଚାଷୀମାନଙ୍କୁ ସବୁପ୍ରକାର ସାହାଯ୍ୟ କଲେ। ସମ୍ବାଯ ସମିତି ଜରିୟାରେ ସବୁ ଚାଷ ସରଞ୍ଜାମ, ସାର, ବିହନ ଅଦି ଶସ୍ତା ଓ ସୁବିଧାରେ ସେମାଙ୍କୁ ଯୋଗାଇ ଦିୟାଗଲା। ଘମ କ୍ଷେତରେ ଶଗୁଆ ଲହରୂଖେଳିଗଲା।

ଦିନ ପରେ ଦିନ, ମାସ ପରେ ମାସ ଗଲା। ଘମ କ୍ଷେତରେ ସୁନାର ଫସଲ ହସି ଉଠିଲା। ଅରହର ଗାଁର ସବୁରି ମୁହଁରେ ଅନନ୍ଦ ଆଉ ବିଶ୍ୱାସ ଫୁଠି ଉଠିଲା। ଘମ ଅମଳ ହେଲା। ହିସାବରୁ ଜଣାଗଲା ହାରାହାରି ଏକର ପିଛା ୩୯ ମହଣ ଘମ ଫଳିଛି। ଅମା୍ତେ ପିଲା ଠାରୁ ବୁଢ଼ା ଯାଏ ଆନ୍ଦରେ ବିହ୍ୱଳ ହେଲେ। ସେଇ ଗ୍ରାମ ସଭା ସରଙ୍କାରଠାରୁ ଏକ ହଜାର ତଙ୍କା ପୁରସ୍କାର ପାଇଲା। କିନ୍ତୁ ଗ୍ରାମର ଚାଷୀମାନେ ପ୍ରାୟ ଦ୍ୱିଗୁଣ ଘମ ଫସଲ ପାଇ ନିଜ ନିଜକୁ ଯଥେଷ୍ଟ ପୁରସ୍କାର ଦେଇ ପାରିଥିଲେ। ନିଜେ ସ୍ୱଚ୍ଛନ୍ଦରେ ଚଳ ସେମାନେ ଅନ୍ୟମାନଙ୍କୁ ଶସ୍ୟ ବିକିଲେ। ଆଗରେ ଯେଉଁମାନେ କରଜରେ ବୁଢ଼ୀଥିଲେ ସେମାନେ ସେଥିରୁ ମୁକୁଳି ଆଶ୍ୱାସ୍ତରେ ନଶ୍ୱାସ ମାରିଲେ।

ଗାଁ ପରିମଳ ଧୋବା ତୁଠରୁ, ଗାଁର ଉନ୍ନତି ସ୍କୁଲ ଘରୁ। ସ୍କୁଲ ପାଇଁ ସୁନ୍ଦର ପକ୍କା ଘରଟିଏ ତିଆରି ହେଲା। ଗାଁ ରାସ୍ତା ପକ୍କା ହୋଇଗଲା। ଗାଁ ସାରା

ଶୋଭାର ପସରା ମେଲିଗଲା । ଚଉଦିଗରେ ଆନନ୍ଦ ମଉଚ୍ଛଦ ଲାଗି ଗଲା । ସବୁରି ମୁହଁରେ ଉକୁଟି ଉଠିଲା ହସ;ଆଉ ସେହି ହସ ସାଥିରେ ଖେଲିଗଲା ବୁଢ଼ା ନାଥୀ ସଂହଙ୍କର ଜୟଗାନ।

ଅରହରାର ଉଜ୍ଜ୍ବଳ ଆଦର୍ଶ ଖଲି ସେଇ ଗ୍ରାମସଭା ବା ପଞ୍ଚାୟତ  ସମିତି ରେ ଲୁଚି ରହିଲା ନାହି । ପ୍ରଦେଶର ଉନ୍ନ୍ୟନ ସଭାରେ ଏହା  ଆଲୋଚିତ ହେଲା;ଆଉ ସବୁ ଗ୍ରାମ ସଭା ଏଇ ଆଦର୍ଶରେ  କାମ କରିବାକୁ କୁହାଗଲା  । ଅରହରା ଗାଁ ର  ସଫଳ କାହାଣୀ କୁ ରୂପଦେଇ ଅନେକ ଚିତ୍ରପତ ତିଆରି କରାଗଲା । ରାଜ୍ଯର ପ୍ରାୟ ଅଠରହଜାର  ଗ୍ରାମ ସଭାକୁ ପଠାଗଲା  ।  ନାଥିସିଂଙ୍କର ସ୍ପପ୍ନ ସାରା ରାଜ୍ଯ ରେ ରୁପ ନେଲା ।  ଶେଷରେ ଏହା ଉପରେ ଭାରତ  ସରକାରଙ୍କ ଆଖି ପଡ଼ିଲା । ଜାତି ତରଫରୁ ନାଥୀସିଂହଙ୍କୁ ସମ୍ମାନ ଦିଆଗଲା ।

Jaganath Mohanty Books Jaganath Mohanty odia Story Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleଦୁଇ ପାଖରେ କ୍ଷେତ ଖମାର
Next Article ମୁଲିଆ ପରି ଲାଗ, ମାଲିକ ପରି ଭୋଗ
ଜଗନ୍ନାଥ ମହାନ୍ତି

Related Posts

ଅଭିନବ ବିବାହ

March 16, 2023

ବୋକା ନା ବିବେକୀ?

March 1, 2023

ଘୋରକର ଉଦାରତା

February 1, 2023

ମହାଭାରତ

January 26, 2023

ମହାରାଜାଙ୍କ କଳା

December 21, 2022

ଶକରକନ୍ଦ

December 12, 2022
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.