• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଶିଶୁ»ଶିଶୁ ଗଳ୍ପ»Main-Image-Devinka-Alankara
ଶିଶୁ ଗଳ୍ପ

Main-Image-Devinka-Alankara

Liza SBy Liza SJuly 18, 2022No Comments5 Mins Read
Facebook Twitter Pinterest Reddit LinkedIn Tumblr Email
Story-Main-Image-Devinka-Alankara
Story-Main-Image-Devinka-Alankara
Share
Facebook Twitter Pinterest Reddit Email

କଲ୍ୟାଣପୁର ନାମକ ଗୋଟିଏ ଗ୍ରାମରେ ଏକ ଦେବୀ ମନ୍ଦିର ଥାଏ । ଶିବରାମ ସେ ମନ୍ଦିରର ପୂଜାରୀ ଥିଲେ । ନିକଟରେ କେଶବପୁର ନାମରେ ଆଉ ଗୋଟିଏ ଗ୍ରାମ ଥାଏ । ସେ ଗାଁର ଜମିଦାର ଥରେ କୌଣସି ଉତ୍ସବରେ ଦେବୀଙ୍କୁ ଅନେକ ଅଳଙ୍କାର ଭେଟି ଦେଇଥା’ନ୍ତି । ସେ ଅଳଙ୍କାର କେହି ଚୋରାଇ ନେବନାହିଁ ବୋଲି ସେ ପୂଜାରୀ ଶିବରାମଙ୍କ ଉପରେ ଅଳଙ୍କାର ଦେଖାଶୁଣା କରିବାର ଭାର ନ୍ୟସ୍ତ କଲେ ।

ଶିବରାମଙ୍କ ସ୍ତ୍ରୀ ବଡ କଳିହୁଡୀ ସ୍ୱଭାବର ଥିଲେ । ସେ ଯାହା ଚାହାଁନ୍ତି ଶିବରାମ ଯଦି ତାଙ୍କର ସେ ଇଚ୍ଛା ପୂରଣ ନ କରନ୍ତି ତେବେ ରାତିରେ ତାଙ୍କର ଖାଇବା ମଧ୍ୟ ବନ୍ଦ କରି ଦିଅନ୍ତି । ଏବେ ଦେବୀଙ୍କ ଅଳଙ୍କାର ଦେଖି କୁଅଭ୍ୟାସ ବଶତଃ ଶିବରାମଙ୍କ ସ୍ତ୍ରୀ ରମା ଲୋଭରେ ପଡିଲେ । ଦିନକୁ ଦିନ ସେ ଲାଳସା ତାଙ୍କ ମଧ୍ୟରେ ବଳବତର ହୋଇ ଉଠିଲା । ସକାଳୁ ଆରମ୍ଭ କରି ରାତି ଅଧ ପର୍ଯ୍ୟନ୍ତ ସେ ସ୍ୱାମୀଙ୍କ ସହିତ ଝଗଡା କରିବାକୁ ଲାଗିଲେ ।

ଶିବରାମ ମଧ୍ୟ ରାଗି ଯାଇ ଦିନେ ରମାକୁ କହିଲେ, “ତୁମେ କ’ଣ ପାଗଳ ହୋଇଗଲ? ଠାକୁରାଣୀଙ୍କ ଅଳଙ୍କାର ଜଣେ ସାଧାରଣ ମନୁଷ୍ୟ ପିନ୍ଧିବା ମହାପାପ । ତମେ ଯଦି ଚାହୁଁଛ ତେବେ ଅପେକ୍ଷା କର । ଆସନ୍ତା ବର୍ଷ ମଧ୍ୟରେ ମୋ ରୋଜଗାର ଟଙ୍କାରୁ ସଂଚୟ କରି ତୁମ ପାଇଁ ଅଳଙ୍କାର ବନାଇ ଦେବି ।”

କିନ୍ତୁ ରମା ତ ଆଦୌ ମାନିବା ଲୋକ ନୁହେଁ! ସେ ଆହୁରି ରାଗି ଉଠି କହିଲେ, “ଆଜି ରାତି ଭିତରେ ତମେ ଯଦି ସେ ଗହଣାତକ ଆଣି ମୋତେ ନ ଦେଇଛ ତେବେ କାଲି ସକାଳୁ ଘର ପଛପଟେ ଥିବା ଗଛରେ ମୋ ଶବ ଝୁଲୁଥିବାର ଦେଖିବ । ଏଇ ମୋର ଶେଷ କଥା ।”
ଶିବରାମ ବଡ ଚିନ୍ତାରେ ପଡିଲେ । କାରଣ ତାଙ୍କ ସ୍ତ୍ରୀ ଯେପରି କଥା କୁହନ୍ତି ତାହା ସେ କାମରେ ମଧ୍ୟ କରି ଦେଖାଇ ଦିଅନ୍ତି । ସେଦିନ ସେ ଦେବୀ ମନ୍ଦିରକୁ ଯାଇ ଦେବୀ ପ୍ରତିମାଙ୍କ ସମ୍ମୁଖରେ ହାତ ଯୋଡି କହିଲେ, “କାଳୀମାତା, ମୋ ସ୍ତ୍ରୀର ମତିଗତି ବିଷୟରେ ତୁ ତ ସବୁ ଜାଣୁ । ମୁଁ ତାକୁ ସନ୍ତୁଷ୍ଟ କରିବା ପରେ ତାକୁ ବୁଝାଇ ଶୁଝାଇ ପୁଣି ଅଳଙ୍କାର ଗୁଡିକ ଫେରେଇ ଆଣିବି । ସେ ଅଜ୍ଞାନୀ ପାଇଁ ମୁଁ ମଧ୍ୟ ଅକ୍ଷମଣୀୟ ଅପରାଧ କରୁଛି । ମୋ ଉପରେ କରୁଣା କରି ମୋତେ କ୍ଷମା କରିଦେ ମା’ ।” ତା’ପରେ ଦେବୀଙ୍କ ଦେହରୁ ସବୁତକ ଗହଣା ଖୋଲି ଆଣି ସେ ଗୋଟିଏ ଗଣ୍ଠିଲି ବାନ୍ଧିଲେ ।

ଗଣ୍ଠିଲିଟି ଧରି ବାହାରିଗଲା ବେଳକୁ ଜଣେ ଭକ୍ତ ମନ୍ଦିରରେ ପ୍ରବେଶ କଲେ । ସେ ସବୁ ଦେଖିଥା’ନ୍ତି । ସେ ମଧ୍ୟ ଦେବୀଙ୍କୁ ପ୍ରାର୍ଥନା କରି କହିଲେ, “ମା’, ଏ ଦୁଷ୍ଟ ଏପରି ଅପରାଧ କରୁଛି, ଆଉ ତୁ କିଛି କରୁନାହୁଁ? ଅପରାଧକୁ ପ୍ରଶ୍ରୟ ଦେଲେ ସେମାନେ ଆଉ ଦେବତାଙ୍କୁ ଡରିବେ ନାହିଁ ଓ କାର୍ଯ୍ୟକ୍ରମରେ ସେମାନେ ଅଧିକ ଉତ୍ସୃଙ୍ଖଳ ହୋଇଯିବେ ।”
ଏକଥା ଶୁଣି ମା’ କାଳୀ ଅଳ୍ପ ଅଳ୍ପ ହସି କହିଲେ, “ଶିବରାମ ମୋର ପରମ ଭକ୍ତ । ସେ ମୋତେ କହିଛି ଗହଣା ଗୁଡିକ ସେ ଫେରାଇ ଆଣିବ । ମୁଁ ତା’ ସ୍ତ୍ରୀକୁ ଚାରିଦିନ ସମୟ ଦେଇଛି । ଚାରିଦିନ ଭିତରେ ସେ ନିଜର ଅପରାଧ ଉପଲବ୍ଧି ନ କଲେ ତା’ର ମୁଣ୍ଡରେ ଆଘାତ ଲାଗି ସେ ମରିଯିବ ।”

ମନ୍ଦିର ବାହାରେ ଥାଇ ଶିବରାମ ଦେବୀଙ୍କ କଥା ଶୁଣୁଥିଲେ । ସେ ଭୟରେ କମ୍ପି ଉଠିଲେ । ତା’ପରେ ମନ୍ଦିରରେ ତାଲା ଦେଇ ସେ ତାଙ୍କ ଘରକୁ ଗଲେ । ଘରେ ପହଁଚି ସେ ତାଙ୍କ ପତ୍ନୀ ରମାକୁ ଗହଣା ଗୁଡିକ ଦେଇ ଦେଲେ । ରମା ମଧ୍ୟ ଖୁସିରେ ତତ୍କ୍ଷଣାତ୍ ସେଗୁଡିକ ପିନ୍ଧି ପକାଇଲେ ।

ଶିବରାମ ରମାକୁ କ୍ରୋଧପୂର୍ଣ୍ଣ ଦୃଷ୍ଟିରେ ଚାହିଁଲେ ଓ ସବୁ ଘଟଣା କହିଲେ । କିନ୍ତୁ ରମା ସେସବୁ କଥା ଉପରେ କିଛି ମୂଲ୍ୟ ଦେଲେ ନାହିଁ । ବରଂ ସେ ଶିବରାମଙ୍କୁ କହିଲେ, “ତମେ ଭୀରୁ । ମୁଁ କୌଣସି ମତେ ଏ ଅଳଙ୍କାର ତୁମକୁ ଫେରସ୍ତ ଦେଉନାହିଁ । ଦେବୀଙ୍କର ଯଥେଷ୍ଟ ଶକ୍ତି ଅଛି; ଏପରି ଅନେକ ଅଳଙ୍କାର ସେ ଆଣି ପାରିବେ ଓ ପିନ୍ଧି ମଧ୍ୟ ପାରିବେ ।”

ଏକଥା ଶୁଣି ଶିବରାମ ଚୁପ୍ ରହିଲେ ଓ ମନେ ମନେ ଦେବୀଙ୍କୁ ପ୍ରାର୍ଥନା କଲେ, “ମା’! ତୁ ତ ସବୁ ଜାଣୁ । ରମା ନିପଟ ମୂର୍ଖ । ଅଳଙ୍କାର ଲୋଭରେ ପଡି ଧର୍ମ କର୍ମ ସବୁ ସେ ହରାଇଲା । ତାକୁ ଏ ଭୟଙ୍କର ପାପରୁ ଉଦ୍ଧାର କରିବାର ଦାୟିତ୍ୱ ତୋର ।”

ତିନିଦିନ ବିତିଗଲା । ତଥାପି ରମା ସେ ଅଳଙ୍କାର ଗୁଡିକୁ ଛାଡୁ ନଥା’ନ୍ତି । ଶିବରାମ ମହା ଚିନ୍ତାରେ ପଡିଥା’ନ୍ତି ।

ଚତୁର୍ଥ ଦିନ ଅଧ ରାତିରେ ଗୋଟିଏ ଚୋର ସେ ଘରେ ପଶିଲା । ରମା ତ ଗଭୀର ନିଦରେ ଶୋଇଥା’ନ୍ତି । ଚୋର ତାଙ୍କ ଦେହରୁ ସବୁତକ ଅଳଙ୍କାର ଓହ୍ଲାଇ ନେଲା ଓ ସେସବୁକୁ ଏକ ଗଣ୍ଠିଲିରେ ଭରି କାଳୀମାତାଙ୍କ ମନ୍ଦିର ଆଡକୁ ଗଲା । ଚୋର ପୂର୍ବରୁ ଠିକ୍ କରିଥାଏ ଗ୍ରାମରୁ ଚୋରୀ କରିବା ପରେ କାଳୀମାତାଙ୍କ ଅଳଙ୍କାର ସବୁ ସେ ଚୋରାଇ ନେବ । କିନ୍ତୁ ସେଠାରେ ପହଁଚି ସେ ଦେଖିଲା ତାଲା ଆଗରୁ ଭଙ୍ଗା ହୋଇଛି । ସେ ନିଜ ହାତରେ ଥିବା ଲାଠିକୁ ଭଲ ଭାବରେ ଧରି ମନ୍ଦିରରେ ପ୍ରବେଶ କଲା । ପ୍ରଥମ ଡାକୁ ଯିଏ ମନ୍ଦିରରେ ଥିଲା, ସେ କାଳୀମାତାଙ୍କ ଦେହରେ ଅଳଙ୍କାର ନ ଦେଖି ହଠାତ୍ ଚମକି ପଡିଲା । ସେ ଭାବିଲା ହୁଏତ ତା’ ପୂର୍ବରୁ କେହି ଚୋର ଆସି ସବୁ ଅଳଙ୍କାର ଚୋରୀ କରି ନେଇଛି କିମ୍ବା ପୂଜକ ମହାଶୟ ଚୋରୀ ଯିବା ଭୟରେ ଅଳଙ୍କାରକୁ ଏଠାରୁ ନେଇ ଅନ୍ୟ କେଉଁଠି ରଖିଛନ୍ତି । ଶେଷକୁ ନିରାଶ ହୋଇ ସେ ମନ୍ଦିର ଭିତରୁ ବାହାରକୁ ଆସିବାକୁ ବସିଛି ତା’ର ଆଖି ଦ୍ୱିତୀୟ ଚୋର ଉପରେ ପଡିଲା । ସେ କ୍ରୋଧାନ୍ୱିତ ହୋଇ କହିଲା, “ଆରେ ଦୁଷ୍ଟ, ମୁଁ ଆସିବା ପୂର୍ବରୁ ତୁ ସବୁ ଅଳଙ୍କାର ଚୋରାଇ ନେଇଛୁ? ଆଚ୍ଛା, ଏବେ ଦଣ୍ଡ ଭୋଗ କର । ଦେବୀ ସିନା ତୋତେ ଦଣ୍ଡ ଦେଲେ ନାହିଁ, ହେଲେ ଏବେ ମୁଁ ଦେଉଛି ।” ଏକଥା କହି ଚୋରର ମୁଣ୍ଡ ଉପରେ ଲାଠିରେ ଏକ ପ୍ରହାର ଦେଲା ।

ଦ୍ୱିତୀୟ ଚୋର ଏକଥା ଆଗରୁହିଁ ଅନୁମାନ କରି ଜାଣିପାରିଥିଲା । ତେଣୁ ସେ ସାବଧାନ ଥିଲା ଓ ସେଇ ମୁହୂର୍ତ୍ତରେହିଁ ସେ ମନ୍ଦିରର ତାଲା ଭାଙ୍ଗିଥିବା ଚୋର ଉପରେ ଏକ ନିର୍ଘାତ ପାହାର ଦେଲା । ଦୁହେଁ ଦୁହିଁଙ୍କ ମାଡ ଖାଇ ବେହୋସ୍ ହୋଇ ପଡିଥା’ନ୍ତି ।
ପରଦିନ ସକାଳେ ରମା ଗହଣା ଚୋରୀ କଥା ସ୍ୱାମୀକୁ କହିଲେ । ଶିବରାମ ବ୍ୟସ୍ତ ହୋଇ ଦେବୀଙ୍କ ମନ୍ଦିର ଆଡକୁ ଦୌଡିଲେ । ସେଠାରେ ଅଳଙ୍କାର ଗଣ୍ଠିଲି ସହିତ ଦୁଇ ଚୋର ବେହୋସ୍ ହୋଇ ପଡିଥିବାର ଦେଖି ସେ ସମସ୍ତ ଘଟଣା ଅନୁମାନ କରି ନେଲେ ।

ପ୍ରଥମେ ସେ ଗଣ୍ଠିଲି ଖୋଲି ଦେବୀଙ୍କୁ ଅଳଙ୍କାର ସବୁ ପିନ୍ଧାଇ ଦେଲେ । ଠିକ୍ ସେତିକିବେଳେ ସ୍ୱାମୀଙ୍କୁ ଅନୁସରଣ କରି ରମା ମନ୍ଦିରରେ ଆସି ପ୍ରବେଶ କଲେ । ପତ୍ନୀକୁ ଦେଖି ଶିବରାମ କହିଲେ, “ଦେଖ, ଦେଖ, ଦେବୀ କହିଥିଲେ ଯେ ଚାରିଦିନ ମଧ୍ୟରେ ଅଳଙ୍କାର ନ ଫେରାଇଲେ ମଥାରେ ଆଘାତ ପ୍ରାପ୍ତ ହେବ । ଏବେ ଦେଖ । ଚତୁର୍ଥ ରାତିରେ ଯାହାଠିଁ ଅଳଙ୍କାର ତା’ ମୁଣ୍ଡରେ ଆଘାତ ପଡିଛି ।”

ରମା ଦେବୀଙ୍କୁ ପ୍ରାର୍ଥନା କରି କହିଲେ, “ମା’, ମୁଁ ବହୁତ ମୂର୍ଖ, ମୋତେ କ୍ଷମା କରି ଦେ । ତୁ ହିଁ ମୋ ସ୍ୱାମୀଙ୍କର ପ୍ରାର୍ଥନା ଶୁଣି ମୋତେ ରକ୍ଷା କରିଛୁ । ଏଇ ମୁହୂର୍ତ୍ତଠାରୁ ମୁଁ ତୋର ଭକ୍ତ ହୋଇ ରହିଲି ।”

ଗ୍ରାମର ପ୍ରହରୀମାନେ ଚୋରମାନଙ୍କୁ ହାଜତକୁ ନେଇଗଲେ । ସେହିଦିନଠାରୁ ରମାଙ୍କ ସ୍ୱଭାବ ପୁରାପୁରି ବଦଳିଗଲା ।

New odia story Odia Gapa Odia Story
Share. Facebook Twitter Pinterest LinkedIn Tumblr Reddit Email
Previous ArticleSiba-Purana
Next Article Chanakya Katha
Liza S

Related Posts

ରାଜନୀତି

March 21, 2023

ଶିବମଲ୍ଲଙ୍କ କାହାଣୀ

March 19, 2023

ପରମେଶ୍ୱରଙ୍କ କରୁଣା

March 18, 2023

ଅଭିନବ ବିବାହ

March 16, 2023

ଚନ୍ଦ୍ରହାର

March 15, 2023

ମହାଭାରତ

March 14, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.