• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ଖଣ୍ଡିଏ ପତ୍ର
ଗଳ୍ପ

ଖଣ୍ଡିଏ ପତ୍ର

ରାଧାନାଥ ରାୟBy ରାଧାନାଥ ରାୟFebruary 17, 2020No Comments2 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

ମହାଶୟ,

ପୁରାତନ ବଙ୍ଗଳା ପୁସ୍ତକ କିମ୍ବା ମାସିକ ପତ୍ରିକାର ପ୍ରବନ୍ଧ ନେଇ ତାହାକୁ ଅନୁବାଦ ଓ ଈଷତ୍ ରୂପାନ୍ତରିତ କରି ଉତ୍କଳୀୟ ସାଧାରଣ ସମକ୍ଷରେ ମୌଳିକ ପ୍ରବନ୍ଧ ବୋଲି ଉପସ୍ଥାପିତ କରିବା ସୁକୌଶଳରେ ଅନେକ ତଥାକଥିତ ଓଡ଼ିଆ ଲେଖକ ସିଦ୍ଧହସ୍ତ ଦେଖାଯାନ୍ତି । ଅପେକ୍ଷାକୃତ ପୁରାତନ ଓଡ଼ିଆ ରଚନାକୁ ସେହି ରୀତିରେ ଆତ୍ମସାତ୍ କରିବାର ଉଦାହରଣମାନ ସ୍ଥଳେସ୍ଥଳେ ଦେଖାଯାଉଅଛି ।

ବିଗତ ସଂଖ୍ୟା ଗୁଣଦର୍ପଣରେ –ଙ୍କ ଲିଖିତ ଜାତୀୟସଙ୍ଗୀତ ଶୀର୍ଷକ ପଦ୍ୟଟି ଏହି ଶ୍ରେଣୀର ବୋଧ ହେଉଅଛି । ପ୍ରାୟ କେତେକ ବର୍ଷ ପୂର୍ବେ ସୁଲେଖକ ବାବୁ ଗୋପବନ୍ଧୁ ଦାଶ ଗୋଟିଏ ସୁନ୍ଦର ସଙ୍ଗୀତ ଲେଖିଥିଲେ । ପୂର୍ବୋକ୍ତ ପଦ୍ୟଟି ସେହି ସଙ୍ଗୀତର ବିରୂପୀକୃତ ଏବଂ ବିକଳାଙ୍ଗୀକୃତ ସଂସ୍କରଣ ବ୍ୟତୀତ ଆଉ କିଛି ନୁହେଁ ।

 

ଗୁଣଦର୍ପଣ-ସମ୍ପାଦକ ଏ ଶ୍ରେଣୀର ପଦ୍ୟକୁ କାହିଁକି ପତ୍ରସ୍ଥ କଲେ? କବିତା ତ ଦୂରର କଥା, ଏ ଭଲ ପଦ୍ୟ ସୁଦ୍ଧା ନୁହେଁ । –ଙ୍କର ଏପରି ପଦ୍ୟଦ୍ୱାରା କଦାଚ ପ୍ରତିଷ୍ଠା ବଢ଼ିବ ନାହିଁ । ଏପରି ପଦ୍ୟ କେବଳ ଅନ୍ୟାନ୍ୟ ଶ୍ଳାଘାସମ୍ପାଦିନୀ ସଭାରେ ପଠିତ ହେବାର ଯୋଗ୍ୟ ।

ନବ୍ୟ ଉତ୍କଳୀୟ ସାହିତ୍ୟ କ୍ଷେତ୍ରରେ ୩ /୪ ଜଣ ପଦ୍ୟ ଲେଖିକାଙ୍କ ଆବିର୍ଭାବ ଅବଶ୍ୟ ଶୁଭଲକ୍ଷଣ ବୋଲିବାକୁ ହେବ । ଏ ଲେଖିକାମାନେ ସର୍ବଥା ଉତ୍ସାହାର୍ହ । ମାତ୍ର ଯେଉଁମାନେ ପଦ୍ୟ ଓ କବିତା ଏକ ପଦାର୍ଥ ବୋଲି ଭାବନ୍ତି ସେମାନେ ଏହି ଲେଖିକାମାନଙ୍କୁ କବି ଆଖ୍ୟାରେ ଭୂଷିତ କରି ଏମାନଙ୍କର ପ୍ରଭୂତ ଅନିଷ୍ଟ ସାଧନ କରିଅଛନ୍ତି । ଏହି ଲେଖିକାମାନଙ୍କ ଲେଖାରେ ମୁଁ ଏକ ସମୟରେ ଆଶାତୀତ ଉତ୍କର୍ଷ ଦେଖି ପ୍ରୀତ ହୋଇଅଛି । ମାତ୍ର ଏହା ବୋଲି ମୁଁ ଏମାନଙ୍କୁ କବି ଆଖ୍ୟା ଦେବାକୁ ସାହସୀ ହେବି ନାହିଁ । ଉତ୍କଳୀୟ ସାହିତ୍ୟ ସଂସାରରେ ଯେଉଁମାନଙ୍କ ମତର ପ୍ରକୃତ ମୂଲ୍ୟବତ୍ତା ଅଛି, ସେମାନେ ଏହି ଲେଖିକାମାନଙ୍କୁ କେବେ କବି ଆଖ୍ୟା ଦେଇଅଛନ୍ତି କି?

ଥରେ ମୁଁ ମାନ୍ଦ୍ରାଜର ଖଣ୍ଡିଏ ଇଂରାଜୀ ସମ୍ବାଦପତ୍ରରେ ଗଞ୍ଜାମର କୌଣସି ଉତ୍କଳୀୟ ନାରୀକବିଙ୍କର ପ୍ରଶଂସାଗର୍ଭକ ଗୋଟିଏ ଦୀର୍ଘ ପ୍ରବନ୍ଧ ପଢ଼ିଥିଲି । ପ୍ରବନ୍ଧ ପାଠଦ୍ୱାରା ମୁଁ କେବଳ ଏହି ସିଦ୍ଧାନ୍ତରେ ଉପନୀତ ହୋଇଥିଲି ଯେ, ଲେଖକ ତାହାଙ୍କର ଇଂରାଜୀ ଭାଷାବିଜ୍ଞତା ସତ୍ତ୍ୱେ ପଦ୍ୟ ଏବଂ କବିତାର ପ୍ରଭେଦ ବୁଝିବାକୁ ଅକ୍ଷମ । ମାନ୍ଦ୍ରାଜରୁ ପୁଣି ଇଂରାଜୀ ପତ୍ରରେ ପ୍ରଶଂସା ବାହାରିବା ସହଜ କଥା ନୁହେଁ ସତ୍ୟ, ମାତ୍ର କବିତାର ବଜାରରେ ଏଭଳି ପ୍ରଶଂସାଦ୍ୱାରା ବାଲିଗରଡ଼ା କଦାଚ ମଣି ହୋଇପାରିବ ନାହିଁ । ସଂସ୍କୃତଜ୍ଞ ପଣ୍ଡିତମାନଙ୍କ ମଧ୍ୟରେ ସୁଦ୍ଧା ଏହି ଶ୍ରେଣୀର ପ୍ରକୃତ କବିତାଜ୍ଞାନ ବର୍ଜିତ ଅନେକ ଲୋକ ଦେଖାଯାନ୍ତି ।

ପଦ୍ୟଲେଖିକାମାନଙ୍କୁ ନିରୁତ୍ସାହିତ କରିବା ମୋହର ଅଭିପ୍ରାୟ ନୁହେଁ । ସେମାନଙ୍କୁ ମୋହର ଉପଦେଶ ଯେ, ଯାହା ନିଜର ନୁହେଁ ତାହା ନିଜର ବୋଲି ଦେଖାଇବାକୁ ସେମାନେ ଯେମନ୍ତ ପ୍ରୟାସିନୀ ନ ହୁଅନ୍ତି । ସେମାନଙ୍କୁ ମୋହର ଆଉ ଗୋଟିଏ ଉପଦେଶ ଏହି ଯେ, ସେମାନେ ଯେମନ୍ତ ବଜାରୀ ଲେଖକ ଦଳର ପ୍ରଶଂସାବାଦରେ ବିଚଳିତ ନ ହୁଅନ୍ତି । ବଜାରୀ ଲେଖକଙ୍କ ଧାରାବାହିକ ପ୍ରଶଂସା ଅକବିକୁ କଦାଚ କବି କରିପାରିବ ନାହିଁ, କିମ୍ବା ସେମାନଙ୍କର ଧାରାବାହିକ ନିନ୍ଦାଦ୍ୱାରା ପ୍ରକୃତ କବିର ଆସନ କଦାଚ ଟଳିବ ନାହିଁ ।

Odia Story Radhanath Ray Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleଉତ୍କଳ ସାହିତ୍ୟର ଉନ୍ନତି
Next Article ସାହିତ୍ୟ ସମ୍ବନ୍ଧରେ ଏଣୁତେଣୁ ପାଞ୍ଚକଥା
ରାଧାନାଥ ରାୟ

Related Posts

ଆତିଥ୍ୟ

March 31, 2023

ନିରକ୍ଷର ସେନାପତି

March 30, 2023

ନୂତନ ଦଣ୍ଡ

March 29, 2023

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.