ବିଶ୍ୱଭାଷା ପରିପ୍ରେକ୍ଷୀରେ ଆମେ ଆମର ମାତୃଭାଷା ଓଡ଼ିଆ କଥା ଚିନ୍ତା କରିବାର ବେଳ ଆସି ପହଞ୍ଚିଛି । ଏହି ଭାଷା ସଂସ୍କୃତ ଭଳି ପ୍ରାଚୀନ; ଅଥଚ ବଞ୍ଚିବାପାଇଁ ସଂଗ୍ରାମରତ । ଗ୍ରୀକ୍ ଭଳି ନିଜ ପରିସୀମାକୁ ଅତୀତରେ ବ୍ୟାପ୍ତ କରିଥିଲେ ମଧ୍ୟ ବର୍ତ୍ତମାନର ସ୍ଥିତି ସଂକୁଚିତ ହୋଇ ଓଡ଼ିଶା ଭୂଖଣ୍ଡ ମଧ୍ୟରେ ସୀମାବଦ୍ଧ ଓ ଏହି ସୀମା ମଧ୍ୟରେ ବଞ୍ଚିବାପାଇଁ ସଂଘର୍ଷରତ । ହିବ୍ରୁ ଭଳି ମରିଯାଉଥିବା ଏହିଭାଷାକୁ ଉଦ୍ଧାର କରିବାପାଇଁ ଗୌରୀଶଙ୍କରଙ୍କ ଭଳି ଜାତିପ୍ରେମୀଙ୍କ ଆପ୍ରାଣ ଉଦ୍ୟମ ଯୋଗୁଁ ପୁନଃଜୀବିତ ହୋଇ ଉଠିଛି । ଏପରିକି ଏହି ଭାଷାକୁ ନେଇ ଏକ ଉପନିବେଶିକ ଶାସକ ବିଶ୍ୱ ଇତିହାସରେ ସର୍ବପ୍ରଥମେ ଏକ ଭାଷାଭିତ୍ତିକ ଅଞ୍ଚଳ ସୃଷ୍ଟି କରିବାକୁ ବାଧ୍ୟ ହୋଇଥିଲେ । ଅଥଚ ସେହି ଉନ୍ନତ ସମୃଦ୍ଧଶାଳୀ ଓ ପ୍ରାଚୀନ ଭାଷା ଓଡ଼ିଆ ଆଜି ଶାସକୀୟ ପୃଷ୍ଠପୋଷକତା ପାଇପାରୁ ନ ଥିବାରୁ ଜନସାଧାରଣଙ୍କଠାରୁ ବ୍ୟବହାରିକ ଉପଯୋଗିତା ହରାଇ ବସୁଛି । ଏଥିପାଇଁ ଆମେ କାହାକୁ ଦାୟୀ କରିବା?
ଓଡ଼ିଆଭାଷା ହିଁ ଓଡ଼ିଆଜାତିର ପରିଚୟ । ଅର୍ଥାତ୍ ବର୍ତ୍ତମାନକାଳରେ ଏହି ଭାଷା କହୁଥିବା ଗୋଷ୍ଠୀ ହିଁ ଓଡ଼ିଆଜାତି ଭାବେ ଚିହ୍ନିତ । ଓଡ଼ିଆତ୍ୱପିଣ୍ଡ ବହନ କରିଥିବା କଳିଙ୍ଗଜାତି ସଂପର୍କରେ ସର୍ବପ୍ରାଚୀନ ସୂଚନା ପାଣିନୀଙ୍କ ଅଷ୍ଟାଧ୍ୟାୟୀ ଗ୍ରନ୍ଥରୁ ମିଳେ । ମାତ୍ର ଓଡ଼ିଆଭାଷା ବା ପ୍ରାଚୀନ ଉଡ୍ରବିଭାଷାର ଲିଖିତ ପ୍ରମାଣ ଆମକୁ ଖ୍ରୀ.ପୂ. ପ୍ରଥମ ଶତାବ୍ଦୀରୁ ଦେଖିବାକୁ ମିଳେ ଭରତଙ୍କ ‘ନାଟ୍ୟଶାସ୍ତ୍ର’ ଗ୍ରନ୍ଥରେ । ଏଥିରେ ସଂସ୍କୃତଭାଷା ବ୍ୟତିରେକ ସାଧାରଣରେ ପ୍ରଚଳିତ ଆଉ ୭ଟି ଭାଷା ବା ଭରତଙ୍କ ଦୃଷ୍ଟିରେ ବିଭାଷା- ଶବର, ଆଭୀର, ଚାଣ୍ଡାଳ, ଶାବର, ଦ୍ରାବିଡ, ବନଚର ଓ ଉଡ୍ର ଭାଷା ପ୍ରଚଳିତ ଥିଲା ବୋଲି ବର୍ଣ୍ଣିତ ଅଛି । ପୁନଶ୍ଚ ସେ ମଧ୍ୟ ଭାରତର ପ୍ରାଚୀନ ସାଂସ୍କୃତକି ଅଞ୍ଚଳରେ ବ୍ୟବହୃତ ବିଭିନ୍ନ ଶୈଳୀକୁ ପାଞ୍ଚ ଭାଗରେ ବିଭକ୍ତ କରିଛନ୍ତି । ତାହା ହେଉଛି-
ଆବନ୍ତୀ ଦକ୍ଷିଣାତ୍ୟା ଚ ତଥାଚୈବୋଡ୍ର ମାଗଧୀ
ପାଞ୍ଚାଳୀ ମଧ୍ୟମାଚେତି ବିଜ୍ଞେୟାସ୍ତୁ ପ୍ରବୃତ୍ତିଯଃ ।।୬–୨୬।। (ନାଟ୍ୟଶାସ୍ତ୍ର)
ପ୍ରବୃତ୍ତିକୁ ବାଖ୍ୟା କରି ଭରତ ଉଲ୍ଲେଖ କରିଛନ୍ତି ଯେ- “ନାନା ଦେଶବେଶ ଭାଷାଚାର ବାର୍ତ୍ତାଃ” ଅର୍ଥାତ୍ ବିଭିନ୍ନ ଅଞ୍ଚଳର ବେଶଭୂଷା, ଆଚାର-ବ୍ୟବହାର, ଭାଷାସଂସ୍କୃତି, ବାଣିଜ୍ୟ-ବ୍ୟବସାୟ ଆଦିକୁ ପ୍ରବୃତ୍ତି କୁହାଯାଏ । ତେଣୁ ଭାରତର ୫ଟି ସାଂସ୍କୃତିକ ଅଞ୍ଚଳରେ ପ୍ରଚଳିତ ୫ ପ୍ରକାର ଶୈଳୀ- ପଶ୍ଚିମ ଭାରତରେ ଆବନ୍ତୀ, ଦକ୍ଷିଣରେ ଦାକ୍ଷିଣାତ୍ୟ ବା ଦ୍ରାବିଡ, ମଧ୍ୟ ଭାରତରେ ମଧ୍ୟମା, ଉତ୍ତର ଭାରତରେ ପାଞ୍ଚାଳୀ ଓ ପୂର୍ବ ଭାରତରେ ଉଡ୍ର ଓ ମାଗଧୀର ପ୍ରଚଳନ ଥିଲା ବୋଲି ଭରତଙ୍କ ଉକ୍ତ କଥନରୁ ଜଣାପଡ଼େ ।
ଏହି ଉଡ୍ର ଓ ମାଗଧୀ ଭାଷା ପ୍ରଚଳିତ ଅଞ୍ଚଳ ହେଉଛି ଅଙ୍ଗ, ବଙ୍ଗ, କଳିଙ୍ଗ, ବତ୍ସ, ଓଡ୍ର, ପୌଣ୍ଡ୍ର, ନେପାଳ, ଅନ୍ତର୍ଗିରି, ବର୍ହିଗିରି, ପ୍ଲବଙ୍ଗମ, ମଳଦ, ପ୍ରାଗ୍ଜ୍ୟୋତିଷ, ପୁଳିନ୍ଦ, ବୈଦେହ, ବ୍ରହ୍ମ, ବ୍ରହ୍ମୋତ୍ତର ଇତ୍ୟାଦି । ଅର୍ଥାତ୍ ଓଡ୍ରମାଗଧିର ବିସ୍ତୃତି ଉତ୍ତରରେ ନେପାଳଠାରୁ ଦକ୍ଷିଣରେ କଳିଙ୍ଗ ପର୍ଯ୍ୟନ୍ତ ଓ ପୂର୍ବରେ ବ୍ରହ୍ମୋତ୍ତର ବା ଶ୍ୟାମ (ଥାଇଲାଣ୍ଡ)ଠାରୁ ପଶ୍ଚିମରେ ବତ୍ସରାଜ୍ୟ ପର୍ଯ୍ୟନ୍ତ ଭୂଖଣ୍ଡରେ ପ୍ରଚଳିତ ଥିଲା । ତେଣୁ ଭରତଙ୍କ ବର୍ଣ୍ଣିତ ଉଡ୍ରବିଭାଷା ନିଶ୍ଚିତ ରୂପେ ଉଡ୍ରମାଗଧି ସଂସ୍କୃତି ଅନ୍ତର୍ଭୁକ୍ତ ଭୂଖଣ୍ଡରେ ପ୍ରଚଳିତ ଥିଲା । ତେବେ ଏହି ଉଡ୍ରବିଭାଷାର ଲିପି କ’ଣ ଥିଲା, ସେ ସଂପର୍କରେ କୌଣସି ସୂଚନା ଏ ପର୍ଯ୍ୟନ୍ତ ମିଳିନାହିଁ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପ୍ରଥମ ଶତାବ୍ଦୀବେଳକୁ ଦକ୍ଷିଣ ଭାରତରେ ବର୍ତ୍ତମାନର ତେଲୁଗୁ, ତାମିଲ, କନ୍ନଡ଼, ମାଲୟାଲମ ଓ ପୂର୍ବଭାରତରେ ବଙ୍ଗଳା, ଆସାମୀ, ନେପାଳୀ ଆଦି ଭାଷା ଓ ଲିପିର ଅସ୍ତିତ୍ୱ ନ ଥିବାବେଳେ ଯଦି ଓଡ୍ର ବା ଓଡ଼ିଆଭାଷାର ବ୍ୟବହାରିକ ଉପଯୋଗ ଏଭଳି ବିସ୍ତୃତ ଅଞ୍ଚଳରେ ହେଉଥିଲା, ତେବେ ଏହାର ଲିପି କିପରି ଥିଲା? ଏ ପ୍ରଶ୍ନର ଉତ୍ତର ପାଇବାକୁ ହେଲେ ସେହି ସମୟରେ ଖୋଦିତ ବିଭନ୍ନ ଶିଳାଲେଖର ଲିପିକୁ ବଳିଷ୍ଠ ପ୍ରମାଣ ଭାବେ ଗ୍ରହଣ କରାଯାଇପାରେ । ବିଶେଷକରି ଓଡ଼ିଆତ୍ୱର ବିଜୟ ଗୌରବ ସଦର୍ପେ ପ୍ରତିପାଦନ କରୁଥିବା କୁମାରୀପର୍ବତ ବା ଉଦୟଗିରିରେ ଶୁଣ୍ଢ ଟେକିଥିବା ବିଶାଳକାୟ ପ୍ରସ୍ତର ହାତୀର ଉପର ଓଠରେ ଖୋଦିତ ଶିଳାଲେଖର ଲିପି ହିଁ ଏହି ଉଡ୍ରମାଗଧି ଅଞ୍ଚଳରେ ପ୍ରଚଳିତ ଉଡ୍ରବିଭାଷା ବା ପ୍ରାଚୀନ ଓଡ଼ିଆଭାଷାର ଲିପି କହିଲେ ଭୁଲ ହେବନାହିଁ । କାରଣ ଜଣେ ଜାତୀୟତାଭାବସମ୍ପନ୍ନ ଓଡ଼ିଆସମ୍ରାଟ ଯେତେବେଳେ ଅଶୋକଙ୍କ ଧଉଳି ଅଭିଲେଖ ଭଳି ଅପମାନସୂଚକ ରାଜକୀୟ ଘୋଷଣାକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଏହାର ସାମ୍ନାସାମ୍ନି ମାତ୍ର ଦୁଇକୋଶ ଦୂରରେ ନିଜର ଭାରତ ବିଜୟ ଅଭିଯାନ ସହିତ ପାଟଳୀପୁତ୍ର ମୁକୁଟ ପଦାନତ କରିବାଭଳି ଅତୀତ-ଲାଞ୍ଛନାର ପ୍ରତିଶୋଧ ବାର୍ତ୍ତା ଏହି ପଥର ପୀଠିକାରେ ଉଲ୍ଲେଖ କରିଥିଲେ, ସେତେବେଳେ କଳିଙ୍ଗଯୁଦ୍ଧରେ ସବୁକିଛି ହରାଇ ବସିଥିବା ସାଧାରଣ କଳିଙ୍ଗବାସୀଙ୍କ ବୁଝିବାଭଳି ଭାଷାରେ ନିଶ୍ଚିତ ଭାବେ ଲେଖିଥିଲେ । ତେଣୁ ଏହି ଲିପିକୁି ତତ୍କାଳୀନ ଓଡ଼ିଶାବାସୀଙ୍କଦ୍ୱାରା ଉଚ୍ଚାରିତ ଭାଷାର ଲିଖିତ ରୂପ କୁହାଯିବାରେ କୌଣସି ଭୁଲ୍ ହେବନାହିଁ । ଏଥିପାଇଁ ଉକ୍ତ ଶିଳାଲେଖର ବର୍ଣ୍ଣନାଶୈଳୀ ତଥା କେତୋଟି ଅକ୍ଷର ଓ ଶବ୍ଦ, ଯାହା ଏପର୍ଯ୍ୟନ୍ତ କୌଣସି ପରିବର୍ତ୍ତନ ନ ହୋଇ କେବଳ ଓଡ଼ିଆ ଲିପି ଓ ଭାଷାରେ ବ୍ୟବହୃତ ହେଉଛି-ଏଗୁଡ଼ିକୁ ଦୃଷ୍ଟାନ୍ତ ରୂପେ ଗ୍ରହଣ କରିବା ଯଥେଷ୍ଟ ହେବ । ଖାରବେଳଙ୍କଦ୍ୱାରା ଖୋଦିତ ଏହି ଲିପିକୁ ଓଡ଼ିଆଭାଷାର ପ୍ରାଚୀନ ଲିପି କହିବାରେ ଆହୁରି ଅନେକ ଭାଷାବିଜ୍ଞାନ ସମ୍ମତ କାରଣ ରହିଛି । ଏ ସଂପର୍କରେ ଆଲୋଚନା କରିବା ପୂର୍ବରୁ ପଥରରେ ରାଜାଦେଶ ଖୋଦେଇ ଆରମ୍ଭ କରିଥିବା ଅଶୋକଙ୍କ ବିଭିନ୍ନ ଶିଳାଲେଖ ସଂପର୍କରେ ଆଲୋଚନା କରାଯାଇପାରେ । ଏପର୍ଯ୍ୟନ୍ତ ଭାରତ ଉପମହାଦ୍ୱୀପରୁ ପ୍ରାୟ ୪୭ଟିସ୍ଥାନରୁ ଅଶୋକଙ୍କ ୧୫୦ଟି ଅଭିଲେଖ ଆବିଷ୍କୃତ ହୋଇଛି । ଏଗୁଡ଼ିକ ମଧ୍ୟରୁ ସଂଖ୍ୟାଧିକ ଅଭିଲେଖର ଭାଷା ପାଲି ଏବଂ ଲିପି ବ୍ରାହ୍ମୀ । ତେବେ ତୋଷାଳୀ (ଧଉଳି) ଓ ସମାପା (ଜଉଗଡ଼)ରେ ଯେଉଁ ଅନୁଶାସନ ଖୋଦିତ ହୋଇଛି, ତାହା କେବଳ ବିଷୟବସ୍ତୁ ଦୃଷ୍ଟିରୁ ନୁହଁ ବରଂ ଭାଷା ଓ ଲେଖକୀୟ ଶୈଳୀ ଦୃଷ୍ଟିରୁ ମଧ୍ୟ ଭିନ୍ନ ଓ ସ୍ୱତନ୍ତ୍ର । ସେଥିପାଇଁ ଐତିହାସିକଗଣ କଳିଙ୍ଗରେ ସ୍ଥାପିତ ଅଶୋକଙ୍କର ଏହି ଅଭିଲେଖ ଦ୍ୱୟକୁ ‘ସ୍ୱତନ୍ତ୍ର କଳିଙ୍ଗ ଅନୁଶାସନ’ ନାମରେ ନାମିତ କରିଛନ୍ତି । ଏହି ଅନୁଶାସନ ଦୁଇଟିରେ ବ୍ୟବହୃତ ଭାଷା, କଳିଙ୍ଗ ଜନସାଧାରଣଙ୍କ ବୁଝିବାଭଳି ଭାଷାରେ ଲେଖାଯାଇଥିଲା । ଯାହାକୁ ଆମେ ଭରତଙ୍କ ନାଟ୍ୟଶାସ୍ତ୍ରରେ ଉଡ୍ରବିଭାଷା ଭାବେ ବର୍ଣ୍ଣନା କରାଯାଇଥିବାର ଦେଖୁ । ଠିକ୍ ସେହି ଲିପି ଓ ଭାଷାରେ ଆଉ ଏକ ବଳିଷ୍ଠ କୃତିତ୍ୱର ଧାରାବିବରଣୀ ଦେଖିବାକୁ ପାଉ ଖାରବେଳଙ୍କ ହାତୀଗୁମ୍ଫା ଅଭିଲେଖରେ । ତେବେ ଏହି ଅଭିଲେଖକୁ ଅନୁଶୀଳନ କଲେ ଜଣାପଡ଼େ ଏହା କେବଳ ରାଜାଜ୍ଞା କିମ୍ବା ବିଜୟବାର୍ତ୍ତା ନ ଥିଲା, ବରଂ ଏକ ସମୃଦ୍ଧଶାଳୀ ସଂସ୍କୃତିସମ୍ପନ୍ନ ସ୍ୱାଭିମାନୀ ଜାତିର ମନଭିତରେ ଚାପି ରହିଥିବା କଳିଙ୍ଗଯୁଦ୍ଧ ଭଳି ଅପମାନଜନିତ ବ୍ୟଥାର ଉପଶମପାଇଁ ଓଡ଼ିଆଜାତିର ଗୌରବପୂର୍ଣ୍ଣ ପ୍ରତ୍ୟେକ ମୁହୂର୍ତ୍ତ ଲିପିବଦ୍ଧ କରିବାର ଅଦମ୍ୟ ପିପାସା, ଯାହା କଳିଙ୍ଗସମ୍ରାଟ ଖାରବେଳଙ୍କଦ୍ୱାରା ସମାହିତ ହୋଇଥିଲା ।
ପାଲି ନାମକ କୌଣସି ଭାଷାର ନାମୋଲ୍ଲେଖ ପ୍ରାଚୀନ ଗ୍ରନ୍ଥମାନଙ୍କରେ ନାହିଁ । ମାତ୍ର ଯେତେବେଳେ ଭାରତର ଏହି ପ୍ରାଚୀନ ଲିପିକୁ ପାଶ୍ଚାତ୍ୟ ପଣ୍ଡିତ ଜେମ୍ସ ପ୍ରିନ୍ସେସ୍ ପାଠକଲେ, ତାହାର ନାମକରଣ ପାଲି (pali) ରଖିଲେ, ଯାହାକି ଓଡ଼ିଆ ‘ପଲ୍ଲୀ’ ଶବ୍ଦର ଇଂରାଜୀ ଉଚ୍ଚାରଣ । ଏବେ ମଧ୍ୟ ଓଡ଼ିଶା ଗ୍ରାମାଞ୍ଚଳରେ ଓଡ଼ିଆଭାଷାକୁ ପଲ୍ଲୀଭାଷା କୁହାଯାଏ, ଯାହା ଶିକ୍ଷିତ ଓଡ଼ିଆଙ୍କ ତୁଣ୍ଡରେ ଗାଉଁଲୀ ଭାଷା ଭାବେ ପରିଚିତ । ଏହି ପଲ୍ଲୀଭାଷା ସ୍ଥାନ ବିଶେଷରେ ଭିନ୍ନଭିନ୍ନ ରୂପ ଗ୍ରହଣ କରିଛି । ଏହି ଦୃଷ୍ଟିକୋଣରୁ ମଗଧ, କଳିଙ୍ଗ, ଦ୍ରାବିଡ଼ ଅଞ୍ଚଳ ପଶ୍ଚିମ ଭାରତରେ ଏହାର ଲିପି ଓ ଶବ୍ଦାର୍ଥରେ ଭିନ୍ନତା ଦେଖାଯାଏ ।
ଏହି ଦୁଇ ଶିଳାଲେଖର ଲିପି ବ୍ରାହ୍ମୀ ଓ ଭାଷା ପାଲି ବୋଲି ଐତିହାସିକଗଣ ମତ ଦିଅନ୍ତି । ଏଠାରେ ପ୍ରଶ୍ନ ଉଠେ ପାଲିଭାଷାର ସୃଷ୍ଟି, ବିକାଶ ଓ ବିନାଶ ଘଟିଲା କିପରି? ବୁଦ୍ଧ ଓ ମହାବୀରଙ୍କ ପରି ପ୍ରଗତିଚିନ୍ତକ ମହାନାୟକଙ୍କ ପ୍ରଚାରିତବାଣୀ କେଉଁଭାଷାର ସାହାଯ୍ୟ ନେଇଥିଲା, ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ଐତିହାସିକ ତଥ୍ୟ ନାହିଁ । ମାତ୍ର ବୁଦ୍ଧଙ୍କ ବାଣୀ ଯାହା ତାଙ୍କ ଶିଷ୍ୟଙ୍କଦ୍ୱାରା ପରବର୍ତ୍ତୀ କାଳରେ ଲିପିବଦ୍ଧ ହୋଇଛି, ତାହା ପାଳି/ ପଲ୍ଲୀ/ପାଲି ଭାଷା ବୋଲି ‘ଅଭିଧମ୍ମଟ୍ଠକଥା’ରେ କୁହାଯାଇଛି । ‘ଅଭିଧମ୍ମପ୍ପଦୀପିକା ସୂଚି’ରେ ପାଲି ବା ପଲ୍ଲୀ ବା ପାଳି ଶବ୍ଦର ବ୍ୟୁତ୍ପତ୍ତି ସଂପର୍କରେ କୁହାଯାଇଛି – “ପା ରକ୍ଖତୋଳି-ପାତ. ରକ୍ଖତୀତ ପାଳି, ପାଳୀତି ଏକଚେ” । ଅର୍ଥାଚ୍ ରକ୍ଷା କରିବା ଓ ପାଳନ କରିବା ହେଉଛି ପାଲି ।
ବୁଦ୍ଧଙ୍କ ବଚନ ‘ତ୍ରିପିଟକ’ (ଜଗତକୁ ରକ୍ଷାକରେ ବା ପାଳନକରେ) ଲେଖା ଯାଇଥିବା ଭାଷା ହେଉଛି ପାଲି । ତ୍ରପିଟକର ଅନ୍ୟ ଏକ ଅଂଶ ବିନୟପିଟକର ‘ଚୁଲ୍ଲବଗ୍ଗ’ରେ ବୁଦ୍ଧଙ୍କୁ ଶିଷ୍ୟଗଣ ପଚାରୁଛନ୍ତି- ବୁଦ୍ଧଙ୍କ ବଚନ ସଂସ୍କୃତରେ (ଚନ୍ଦସୋ) ପ୍ରଚାର କରାଯିବ କି? ଉତ୍ତରରେ ବୁଦ୍ଧ କହୁଛନ୍ତି ‘ଅନୁଜାନାମି ଭିକ୍ଖବେ ସକାୟ ନିରୁର୍ଣ୍ଣିୟା ବୁଦ୍ଧବଚନଂ ପରିୟାପୁଣତୁଂ’ । “ସକାୟ ନିରୁର୍ଣ୍ଣିୟା”ର ଆକ୍ଷରିକ ଅର୍ଥ ହେଉଛି ନିଜନିଜ ଭାଷାରେ । ତେଣୁ ଗୌତମବୁଦ୍ଧ ଶିଷ୍ୟମାନଙ୍କୁ ନିଜନିଜ ଭାଷାରେ ବୁଦ୍ଧବାଣୀ ପ୍ରଚାର କରିବାକୁ ପରାମର୍ଶ ଦେଇଥିବା କଥା ଚୁଲ୍ଲବଗ୍ଗରେ ଉଲ୍ଲେଖ ରହିଛି । ଏଠାରେ ଉଲ୍ଲେଖଯୋଗ୍ୟ, ଗୌତମ ଯେତେବେଳେ ସମ୍ବୋଧିଲାଭ କରି ଗୟାଠାରେ ନିରଞ୍ଜନା ନଦୀକୂଳରେ ଥିବା ରାଜାୟତନ ନାମକ ଅଶ୍ୱବୃକ୍ଷ ମୂଳେ ଦୁଇମାସ କାଳ ନିସ୍ତବ୍ଦ ଥିଲେ, ସେ ସମୟରେ କଳିଙ୍ଗର ଉପରଭାଗ- ଉକ୍ରଳରୁ ଯାଉଥିବା ଦୁଇଜଣ ବଣିକ, ତପସୁ ଓ ଭଲ୍ଲିକ ମହୁ ଓ ପିଠା ଏହି ଯୁବସନ୍ନ୍ୟାସୀକୁ ପ୍ରଦାନକରି ତାଙ୍କର କ୍ଷୁଧା ନିବାରଣ କଲେ । ଏଥିରେ ତୃପ୍ତ ହୋଇ ମହାତ୍ମା ଗୌତମ ନିଜର ଅନୁଭୂତିର ପ୍ରଥମବାଣୀ ଏହି ଦୁଇବଣିକକୁ ଶୁଣାଇଥିଲେ । ମାତ୍ର ବଣିକଦ୍ୱୟ ବୁଦ୍ଧଙ୍କ କଥା ବୁଝିପାରି ନ ଥିଲେ । ନିଜର ସମସ୍ତ ସାଧନା ବ୍ୟର୍ଥହେଲା ବୋଲି ଭାବି ଗୌତମ ଉକ୍ତବଣିକଦ୍ୱୟଙ୍କୁ ନିଜ କେଶକାଟି ଆଠଆଞ୍ଜୁଳି କେଶ ପ୍ରଦାନ କରିଥିଲେ ଓ ସେଠାରୁ ସାରନାଥ ଆସି ପୂର୍ବରୁ ସଙ୍ଗ ଛାଡ଼ିଥିବା ପାଞ୍ଚଜଣ ତପସ୍ୱୀଅସଜି, କୌଣ୍ଡିନ୍ୟ, ଉଦିୟ, ବଫ୍ୱ ଓ ମହାବାୟଙ୍କୁ ସେହି ଉପଦେଶ ଦେଇ ନିଜ ସିଦ୍ଧି ପ୍ରାପ୍ତିର ପ୍ରଥମ ପରିଚୟ ପାଇଥିଲେ । ଏହିଠାରେ ସେ ଅନୁଭବ କଲେ ଯେ, ସାଧାରଣ ଜନତାଙ୍କ ବୁଝିବା ଭଳି ଭାଷାରେ ତାଙ୍କର ନୀତି ପ୍ରଚାରିତ ହେବା ଆବଶ୍ୟକ । ସେଥିପାଇଁ ସେ ନିଜ ଶିଷ୍ୟମାନଙ୍କୁ ‘ସକାୟ ନିରୁପାୟା’ ବା ଲୋକଙ୍କ ଭାଷାରେ ଧର୍ମପ୍ରଚାର କରିବାକୁ ପରାମର୍ଶ ଦେଇଥିଲେ ।
ଏହି ‘ସକାୟ ନିରୁପାୟା’କୁ ଭିନ୍ନଭିନ୍ନ ସମୟରେ ପଣ୍ଡିତଗଣ ବିଭିନ୍ନ ଅର୍ଥରେ ବ୍ୟାଖ୍ୟା କରିଛନ୍ତି । ଏହି ‘ସକାୟ ନିରୁପାୟା’ର ଅର୍ଥ ମାଗଧୀଭାଷା ବୋଲି ବୁଦ୍ଧଘୋଷ ତାଙ୍କ ‘ବିଶୁଦ୍ଧମଗ୍ଗ’ ଗ୍ରନ୍ଥରେ ଉଲ୍ଲେଖ କରିଥିବା କଥା ଆଲୋଚକଗଣ ମତ ଦିଅନ୍ତି । ଏହି ମତକୁ ସ୍ୱୀକାର କରିଛନ୍ତି ଜର୍ମାନ ପଣ୍ଡିତ ମାକ୍ସ ୱାଲେଜର, ମହାବଂଶର ଅନୁବାକ ଗିଗର ଏବଂ ଭାଷାବିଦ୍ ଗ୍ରୀୟରସନ ଇତ୍ୟାଦି । ମାତ୍ର ଶବ୍ଦବିନ୍ୟାସ, ବ୍ୟାକରଣ, ବାକ୍ୟଯୋଜନା, ଗଠନ ଦୃଷ୍ଟିରୁ ତ୍ରିପିଟକରେ ବ୍ୟବହୃତ ଏହି ପାଲିଭାଷା ମଗଧରେ ପ୍ରଚଳିତ ମାଗଧି ଭାଷାଠାରୁ ପୃଥକ, ମାତ୍ର ଉଡ୍ରଭାଷା (ଆମ ପଣ୍ଡିତଙ୍କ ମତରେ ଉଡ୍ରମାଗଧୀ)ର ପାଖାପାଖି । ପୁନଶ୍ଚ ମହାବଂଶରେ ସ୍ପଷ୍ଟ ଉଲ୍ଲେଖ ରହିଛି ଯେ, ବୁଦ୍ଧଘୋଷ ‘ପରି•ଟଂକଥନ’ (ତ୍ରିପିଟକର ଟୀକା) ରଚନା କଲାବେଳେ ଥେରରେବତ ତାଙ୍କୁ ପରାମର୍ଶ ଦେଇ କହିଥିଲେ- “ମଗଧନ ନିରୁତ୍ତିୟା ପରିବର୍ତ୍ତହି’ । ଅର୍ଥାତ୍ ମାଗଧିଭାଷାରେ ଅନୁବାଦ କର । ବୁଦ୍ଧଘୋଷଙ୍କ ‘ପରି•ଟଂକଥନ’ ପାଲିଭାଷାରେ ରଚିତ । ତେଣୁ ବୁଦ୍ଧଘୋଷଙ୍କୁ ପାଲିରୁ ମାଗଧିଭାଷାକୁ ଅନୁବାଦ କରିବାପାଇଁ ଥେରରେବତ ପରାମର୍ଶ ଦେଇଥିବାରୁ ପାଲି ଓ ମାଗଧି ଅଲଗା ଅଲଗା ଭାଷା ବୋଲି ପ୍ରମାଣିତ ହୁଏ । ଓଡ଼ିଆଭାଷାର ଉତ୍ପତ୍ତି ସଂପର୍କରେ କୁହାଯାଏ ଏହା ମାଗଧୀ ପ୍ରାକୃତର ପୂର୍ବମାଗଧୀ ଅପଭ୍ରଂଶରୁ ସୃଷ୍ଟି । ଅନ୍ୟପକ୍ଷରେ ମଗଧ ଏବଂ ଓଡ଼ିଶା / ଉକ୍ରଳ/ କଳିଙ୍ଗ ହେଉଛି ଦୁଇଟି ସ୍ୱତନ୍ତ୍ରଜାତି । ଏହାର ଦୁଇଟି ସ୍ୱତନ୍ତ୍ରଭାଷା ରହିଛି, ଯାହାର ସର୍ବପ୍ରାଚୀନ ସତ୍ୟନିଷ୍ଠ ପ୍ରମାଣ ଅଶୋକଙ୍କ କଳିଙ୍ଗଯୁଦ୍ଧର ବିବରଣୀ ଏବଂ ଖାରବେଳଙ୍କ ଭାରତବର୍ଷ ବିଜୟ ବର୍ଣ୍ଣନା ବହନ କରିଥିବା ଧଉଳି, ଜଉଗଡ଼ ଓ ଉୟଗିରିର ହାତୀଗୁମ୍ଫା ଅଭିଲେଖ । ତେଣୁ ମଗଧର ଅଂଶବିଶେଷ ନ ଥିବା ଏକ ସ୍ୱାଧୀନରାଷ୍ଟ୍ର କିପରି ସେହି ଅଂଳର ଭାଷାକୁ ଗ୍ରହଣ କରିବ ବା ସେହି ଭାଷାରୁ ସୃଷ୍ଟି ହେବ । ଓଡ଼ିଆ ଭାଷାର ଉତ୍ପତ୍ତି ସଂପର୍କରେ ସିଧାସଳଖ କହିଲେ ଏହା ପଲ୍ଲୀ ବା କଳିଙ୍ଗ ଜନସାଧାରଣଙ୍କ ଭାଷା ଔଡ୍ରୀ ଅପଭ୍ରଂଶ ଦେଇ ବର୍ତ୍ତମାନର ଓଡ଼ିଆଭାଷା ପହଞ୍ଚିଛି । ଏହି ଭାଷା ସଂସ୍କୃତ ଭଳି ବ୍ରାହ୍ମୀ, ନାଗରୀ ଓ କାଳିଙ୍ଗୀ ରୂପ ଦେଇ ବର୍ତ୍ତମାନର ବର୍ତ୍ତୁଳାକାର ଓଡ଼ିଆ ଲିପିକୁ ଆଧାର କରିଛି ।
ଫରାସୀ ପଣ୍ଡିତ ସିଲଭାଁ ଲେଭି ଭାଷାତତ୍ତ୍ୱ ଦୃଷ୍ଟିରୁ ବିଶ୍ଲେଷଣ କରି ଅଶୋକଙ୍କ କେତୋଟି ଶିଳାଲେଖରେ ବ୍ୟବହୃତ ଅସଂଖ୍ୟ ଶବ୍ଦ, ଯଥା- ଧଉଳି ଅଭିଲେଖରେ ଲିଖିତ ଲିବି (ଲିପି), ଲହେୟୁ (ଲହେବୁ) ଜଉଗଡ଼ରେ ଖୋିଦିତ ଅଜଲ (ଅଚଲ) ହିଲୋଗ (ଇହଲୋକ) ଇତ୍ୟାଦି-ଦ୍ୱାରା ପ୍ରମାଣିତ କରିଛନ୍ତି ଯେ ପାଲି ହେଉଛି ଅଶୋକଙ୍କ ପରବର୍ତ୍ତୀ ଭାଷା । ଏହା ପ୍ରାକ୍ ଅଶୋକଯୁଗର ଏକ ଉନ୍ନତଭାଷାରୁ ସମ୍ଭବ । ସେ ଏହି କଥା ପ୍ରମାଣ କଲାବେଳେ ଯେଉଁ ସବୁ ଶବ୍ଦଗୁଡ଼ିକ ଦୃଷ୍ଟାନ୍ତ ଦେଇଛନ୍ତି ସେଥିରୁ ଅର୍ଦ୍ଧାଧିକ ଧଉଳି ଓ ଜଉଗଡ଼ଠାରେ ଅଶୋକଙ୍କଦ୍ୱାରା ଖୋଦିତ ଶିଳାଲେଖରେ ବ୍ୟବହୃତ ଶବ୍ଦ, ଯାହା ଏପର୍ଯ୍ୟନ୍ତ ଅବିକୃତ ଭାବେ ଓଡ଼ିଶା ମାଟିରେ ଓଡ଼ିଆଙ୍କଦ୍ୱାରା ଉଚ୍ଚାରିତ ।
ସିଲଭାଁ ଲେଭିଙ୍କ ଏହି ମତ ସ୍ୱୀକାର କରି ଲ୍ୟୁଦର ମତଦିଅନ୍ତି ଯେ, ପାଲିଭାଷା ପ୍ରାଚୀନ ଅର୍ଦ୍ଧମାଗଧୀରୁ ସୃଷ୍ଟି । ଫରାସୀ ଭାଷାବିତ୍ ପ୍ରୁଜିଲୁସ୍କି ଏହାକୁ ସମର୍ଥନ କରି କୁହନ୍ତି, ପାଲିରେ କେତେକ ଶବ୍ଦ ଶେଷରେ “ଏ” ମାତ୍ରା ଲାଗିବା, ଯଥା- ଭିଖବେ, ଉନ୍ତେ, ପୁରସକାରେ,ଦୁକେଖ ଇତ୍ୟାଦି ଅର୍ଦ୍ଧମାଗଧୀ ପ୍ରଭାବିତ । ସୁଇଡେନ ଭାଷାବିତ୍ ଷ୍ଟେନ୍କୋନୋଙ୍କ ମତରେ ପାଲି ହେଉଛି ବିନ୍ଧ୍ୟର ଦକ୍ଷିଣପୂର୍ବ ଅଞ୍ଚଳର ଭାଷା । ଜର୍ମାନ ପଣ୍ଡିତ ଅଟୋଫ୍ରାଙ୍କ ନିଜର ପାଲି ଓ ସଂସ୍କୃତ ଗ୍ରନ୍ଥରେ ପାଲି ଭାଷା ସହ ପୈଶାଚୀ ଭାଷାର ଘନିଷ୍ଠତା ସଂପର୍କରେ ଯୁକ୍ତି କରିଥବାବେଳେ ପାଲି ମଗଧର ଭାଷା ନୁହେଁ ବୋଲି ଦୃଢ଼ ମତ ଉପସ୍ଥାପନ କରିଛନ୍ତି ।
ପାଲି ଗବେଷକ ହରମାନ ଓଲଡେନ୍ବର୍ଗଙ୍କଦ୍ୱାରା ସଂପାଦିତ ଓ ସଂକଳିତ ‘ବିନୟପିଟକ’ ପ୍ରଥମଭାଗ ମୁଖବନ୍ଧରେ ପାଲିକୁ କଳିଙ୍ଗର ଭାଷା ବୋଲି ଯୁକ୍ତି କରିଛନ୍ତି । ତାଙ୍କ ମତରେ ତ୍ରିପିଟକ ଯେ ପାଲିଭାଷାରେ ରଚିତ, ତାହା ପ୍ରଥମେ ସିଂହଳରୁ ଜଣାଯାଏ । କଳିଙ୍ଗ ସହିତ ସିଂହଳର ଅତି ଘନିଷ୍ଠ ସଂପର୍କ ଥିଲା । କଳିଙ୍ଗ ବଣିକ ସହାୟତାରେ କଳିଙ୍ଗର ବୋଇତରେ କଳିଙ୍ଗସୀମାରେ ଥିବା ତାମ୍ରଲିପ୍ତି ବନ୍ଦର ଦେଇ ସଂଘମିତ୍ରା ଓ ମହେନ୍ଦ୍ର ସିଂହଳ ଯାଇଥିଲେ ବୌଦ୍ଧଧର୍ମ ପ୍ରଚାର ଓ ପ୍ରସାରପାଇଁ । ଏମାନଙ୍କ ସହିତ କଳିଙ୍ଗର ସମ୍ଭ୍ରାନ୍ତ ପରିବାରମାନଙ୍କ ମଧ୍ୟରୁ ଯାଇଥିଲେ ୧୮ଜଣ ରାଜପୁରୁଷ ଓ ସମ୍ଭ୍ରାନ୍ତ ବ୍ୟକ୍ତି, ୮ ଜଣ ବ୍ରାହ୍ମଣ ଓ ସାଧବ ତଥା କେତେକ ଚାଷୀ, ତନ୍ତୀ, କୁମ୍ଭାର ଇତ୍ୟାଦି । ସାଥିରେ ନେଇଥିଲେ ତ୍ରିପିଟକ । ତେବେ ଏହି ଘଟଣା ବ୍ୟତୀତ ହର୍ମାନ ଧଉଳି ଓ ଉଦୟଗିରି ଅଭିଲେଖର ଭାଷାକୁ ବିଶ୍ଳେଷଣ କରି ସେ ସମୟରେ ପ୍ରଚଳିତ ଏହି କଳିଙ୍ଗର ଭାଷା ସିଂହଳରୁ ଆବିଷ୍କୃତ ତ୍ରିପିଟକର ଭାଷା ସହ ସାମ୍ୟ ରଖୁଥିବାରୁ କଳିଙ୍ଗ ଜନସାଧାରଣଙ୍କର ମୁଖର ଭାଷା ପାଲି ବୋଲି ସେ ପ୍ରମାଣ କରିଛନ୍ତି । ତାଙ୍କର ଏହିମତକୁ ବୌଦ୍ଧପଣ୍ଡିତ କାର୍ଣ୍ଣ ସମର୍ଥନ କରିଥିବାବେଳେ ଉଲନୁର୍ ଏହା ‘ମଗଧର ଭାଷା’ ବୋଲି ପ୍ରତ୍ୟାଖ୍ୟାନ କରି ବରଂ କଳିଙ୍ଗର ଭାଷା ବୋଲି ତାଙ୍କ ପୁସ୍ତକ “ଇେଟ୍ରୋଡ୍କ୍ସନ ଟୁ ପ୍ରାକୃତ”ରେ ଦୃଢ଼ ଯୁକ୍ତି ଉପସ୍ଥାପନ କରିଛନ୍ତି ।
ବଙ୍ଗୀୟ ଭାଷାବିତ୍ ପ୍ରମୋଦଚନ୍ଦ୍ର ବାଗ୍ଚିଙ୍କ ମତରେ “ହାତୀଗୁମ୍ଫା ଶିଳାଲେଖ ଥାଉଥାଉ ପାଲିଭାଷାକୁ ଭାରତର ପଶ୍ଚିମପ୍ରାନ୍ତରେ ସୃଷ୍ଟି ବୋଲି କହିବା ଯୁକ୍ତିସଂଗତ ନୁହଁ । ତେବେ ଏହାର ଭାଷା ପୂର୍ବମାଗଧୀ । ଯାହା କେବଳ ପୂର୍ବଭାରତରେ ପ୍ରଚଳିତ ଥିଲା ।” ଅସମୀୟା ପଣ୍ଡିତ ବେଣୀମାଧବ ବଡୁଆ କଳିଙ୍ଗର ଏହି ଅଭିଲେଖ ଦ୍ୱୟ ପାଲିଭାଷାରେ ରଚିତ ବୋଲି ସ୍ୱୀକାର କଲେ ମଧ୍ୟ ଏହାର ଲେଖକ କଳିଙ୍ଗବାସୀ ନୁହଁନ୍ତି ବୋଲି ଯୁକ୍ତି କରନ୍ତି । ତାଙ୍କ ମତରେ କଳିଙ୍ଗର ଅଧିବାସୀ ନିରକ୍ଷର ଓ ଅସଭ୍ୟ ଥିଲେ ବୋଲି ‘ମଝିଝମନିକାୟ’ ଗ୍ରନ୍ଥରେ ଉଲ୍ଲିଖିତ ‘ଉତ୍କଲ ବସ୍ସ(ବତ୍ସ) ଭଂଜ’ ଶବ୍ଦକୁ ‘ଉକ୍ରଳ ଦେଶର ଅସଭ୍ୟ ଭାଷା’ ଭାବରେ ଅର୍ଥ କରି ଦୃଷ୍ଟାନ୍ତ ଦେଇଛନ୍ତି, ଯାହା ପ୍ରମାଦପୂର୍ଣ୍ଣ । କାରଣ ସେ ଜାଣି ନାହାନ୍ତି ଯେ ବତ୍ସ ଓ ଭଂଜ ହେଉଛି ଉକ୍ରଳର ଦୁଇଟି ଜାତି ଯେଉଁମାନେ ବୌଦ୍ଧ ଧର୍ମକୁ ବିରୋଧ କରୁଥିଲେ ।
ଉପରୋକ୍ତ ଗବେଷକଙ୍କ ମତାମତରୁ ଜଣାଯାଏ ଯେ, ହାତୀଗୁମ୍ଫା ଶିଳାଲେଖର ଭାଷା ହେଉଛି ପାଲିଭାଷା । ଏହି ପାଲିଭାଷା ହେଉଛି ଗଙ୍ଗା-କୃଷ୍ଣା-ନର୍ମଦା-କଳିଙ୍ଗ ସାଗର ମଧ୍ୟସ୍ଥ ଭୂଭାଗରେ ବାସ କରୁଥିବା କଳିଙ୍ଗର ଜନସାଧାରଣଙ୍କ୍ୱାରା ସେ ସମୟର ପ୍ରଚଳିତ ମୁଖର ଭାଷା ବା କଳିଙ୍ଗ ପଲ୍ଲୀବାସୀଙ୍କ ଭାଷା ।
ବିଶ୍ୱର ବିଭିନ୍ନ ଇତିହାସକାର ଗବେଷକ ଓ ଭାଷାବିତ୍ଙ୍କ ବ୍ୟତୀତ ଆଉ ଏକ ସାଧାରଣ ଯୁକ୍ତି ହିଁ ପାଲିକୁ କଳିଙ୍ଗର ଭାଷା ବା ଓଡ଼ିଆଭାଷାର ପ୍ରାଚୀନରୂପ ଭାବେ ପ୍ରମାଣ କରିଥାଏ । ପାଲିଭାଷା ସମ୍ବନ୍ଧରେ ସର୍ବପ୍ରଥମେ ସିଂହଳ ଓ ଶ୍ୟାମଦେଶେରୁ ପ୍ରାପ୍ତ ବୌଦ୍ଧଗ୍ରନ୍ଥସୁ•ପୀଟକ, ବିନୟପିଟକ ଓ ଅଭିଧମ୍ମପୀଟକ ବା ତ୍ରିପିଟକରୁ ଜଣାପଡ଼େ । ସୂ• ଓ ବିନୟପିଟକ ଆନନ୍ଦ ଓ ଉପାଳି ନାମକ ବୁଦ୍ଧଙ୍କ ପ୍ରମୁଖ ଶିଷ୍ୟଦ୍ୱୟ ବୁଦ୍ଧଙ୍କ ମୃତ୍ୟୁପରେ ମଗଧରାଜ ଅଜାତଶତ୍ରୁଙ୍କ ପ୍ରୋତ୍ସାହନରେ ମହାକାଶ୍ୟପଙ୍କ ସଭାପତିତ୍ୱରେ ରାଜଗୃହଠାରେ ଖ୍ରୀଷ୍ଟପୂର୍ବ ୪୮୩ରେ ଅନୁଷ୍ଠିତ ପ୍ରଥମ ବୌଦ୍ଧ ମହାସଭାରେ ପାଠ ଓ ସଂକଳନ କରିଥିଲେ । ପରେ ‘ଅଭିଧର୍ମପିଟକ’ ପାଟଳୀପୁତ୍ରଠାରେ ଖ୍ରୀଷ୍ଟପୂର୍ବ ୨୫୧ରେ ଅନୁଷ୍ଠିତ ତୃତୀୟ ବୌଦ୍ଧ ମହାସଭାରେ ଥେରବାଦୀ ଦର୍ଶନତତ୍ତ୍ୱକୁ ନେଇ ସଂକଳିତ ହୋଇଥିଲା । ସଂକଳନ ସମୟରେ ଏହାର ଭାଷା ଓ ଲିପି କ’ଣ ଥିଲା, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ମାତ୍ର ସିଂହଳ ଓ ଶ୍ୟାମ ଦେଶରୁ ଆବିଷ୍କୃତ ତ୍ରିପିଟକ ପାଲିଭାଷାରେ ରଚିତ ହୋଇଥିବାରୁ ଏହାର ଭାଷା ପାଲିବୋଲି କୁହାଯାଇପାରେ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, କଳିଙ୍ଗ ସହିତ ସିଂହଳ ଓ ଶ୍ୟାମଦେଶର ବାଣିଜ୍ୟିକ, ସାମାଜିକ ସାଂସ୍କୃତିକ ସମ୍ପର୍କ ଯେତେ ଘନିଷ୍ଠ ଭାବରେ ରହିଛି, ତାହା ଭାରତର ଅନ୍ୟକୌଣସି ରାଜ୍ୟ ସହିତ ନାହିଁ । ପୁନଶ୍ଚ ବୌଦ୍ଧଧର୍ମ ପ୍ରଚାରପାଇଁ ଅଶୋକ କଳିଙ୍ଗବାସୀଙ୍କୁ ପୂର୍ଣ୍ଣ ଭାବରେ ବ୍ୟବହାର କରିବା ଫଳରେ ଏହା ଖୁବ୍ଶୀଘ୍ର କଳିଙ୍ଗର ସଂସ୍କୃତି ପ୍ରଭାବିତ ଅଞ୍ଚଳରେ ବ୍ୟାପି ଯାଇଥିଲା । କଳିଙ୍ଗବାସୀଙ୍କ୍ୱାରା ପ୍ରଚଳିତ ଧାର୍ମିକ ଭାବନା ନିଶ୍ଚିତଭାବେ ନିଜଭାଷାରେ ହିଁ ପ୍ରଚାର କରିଥିବେ ଏବଂ ବୁଦ୍ଧଙ୍କ ବାଣୀକୁ ନିଜଭାଷାରେ ଅନୁବାଦ କରି ଏହିସବୁ ଦେଶଗୁଡ଼ିକରେ ବିତରଣ କରିଥିବେ । ଯଦି ଏ ଯୁକ୍ତିକୁ ଗ୍ରହଣ କରାଯାଏ, ତେବେ ଶ୍ୟାମ ଓ ସିଂହଳରୁ ପ୍ରାପ୍ତ ତ୍ରିପିଟକଗ୍ରନ୍ଥ ନିଶ୍ଚିତ କଳିଙ୍ଗବାସୀଙ୍କ ଭାଷାରେ ରଚିତ ହୋଇଥିଲା । ଅର୍ଥାତ୍ ତ୍ରିପିଟକର ଭାଷା, ଅଶୋକ ଓ ଖାରବେଳଙ୍କ ଅଭିଲେଖ ପ୍ରମାଣିତ କରେ ଯେ, ପାଲି ହିଁ ପ୍ରାଚୀନ କଳିଙ୍ଗବାସୀଙ୍କ ମୁଖଭାଷା ।
ବିଶ୍ୱସ୍ତରରେ ବୌଦ୍ଧଧର୍ମ ପ୍ରଚାର କ୍ଷେତ୍ରରେ ମୁଖ୍ୟ ଭୂମିକା ନେଇଥିବା କଳିଙ୍ଗବାସୀଙ୍କର ଏହି ଭାଷା ପାଲି ପରବର୍ତ୍ତୀ କାଳରେ ବଞ୍ଚି ନ ପାରିବାର କାରଣ ହେଉଛି ପ୍ରଥମଶତାବ୍ଦୀବେଳକୁ କୁଷାଣ ଶାସନବେଳେ ସଂସ୍କୃତ ଭାଷା ବୌଦ୍ଧସାହିତ୍ୟର ଭାଷା ଭାବେ ସ୍ୱୀକୃତି ପାଇଲା । କନିଷ୍କଙ୍କ ପ୍ରୋତ୍ସାହନରେ ଓ ବସୁମିତ୍ରଙ୍କ ଅଧ୍ୟକ୍ଷତାରେ କୁଣ୍ଡଳବନଠାରେ ଅନୁଷ୍ଠିତ ଚତୁର୍ଥ ବୌଦ୍ଧମହାସଭାରେ ମହାଯାନପନ୍ଥୀଙ୍କ ଆବିର୍ଭାବ ଘଟିଲା ଓ କନିଷ୍କ ଏହି ବର୍ଗଙ୍କୁ ସମର୍ଥନ କରିବାରୁ ପରବର୍ତ୍ତୀକାଳରେ ମହାଯାନ ବୌଦ୍ଧଧର୍ମର ପ୍ରସାର ଘଟିଲା । ଫଳରେ ସଂସ୍କୃତଭାଷାର ବିକାଶପର୍ଯାୟ ଆରମ୍ଭ ହେଲା । ପାଲିଭାଷାରେ ରଚିତ ବୌଦ୍ଧଗ୍ରନ୍ଥକୁ ହୀନଯାନପନ୍ଥୀ ମୂଳଗ୍ରନ୍ଥ ଭାବରେ ଗ୍ରହଣ କରିନେଲେ । ସେହିକାଳ ଭିତରେ ବିଭିନ୍ନ ଆଞ୍ଚଳିକ ଭାଷାର ମୂଳରୂପ ଅପଭ୍ରଂଶ ଭାଷା ହୋଇଥିଲେ ମଧ୍ୟ ଏହି ମୂଳଗ୍ରନ୍ଥର ପବିତ୍ରତା ଓ ମୌଳିକତା ରକ୍ଷା କରିବାପାଇଁ ଏମାନେ କୌଣସି ପରିବର୍ତ୍ତନ ଚାହିଁଲେ ନାହିଁ । ଯେମିତି ବର୍ତ୍ତମାନ ଆମେ କୌଣସି ପୂଜାପାର୍ବଣରେ ସଂସ୍କୃତ ବ୍ୟତିରେକ ଅନ୍ୟ କୌଣସି ଭାଷାର ମନ୍ତ୍ରକୁ ବ୍ୟବହାର କରୁନାହୁଁ । ଏପରିକି ଆମ ଓଡ଼ିଆ ଗ୍ରାମ୍ୟ ସଂସ୍କୃତିରେ ନାରୀମାନଙ୍କଦ୍ୱାରା ଉପାସନା କରାଯାଉଥିବା ବିଭିନ୍ନ ପର୍ବପର୍ବାଣୀରେ ଓଡ଼ିଆ ଚାରଣ କବିଙ୍କଦ୍ୱରା ରଚିତ ବିଭିନ୍ନ ଗାଥାକୁ ଗାନ କରି ପୂଜାକାର୍ଯ ସମାପନ କରୁଥିଲେ ମଧ୍ୟ ଅନ୍ୟାନ୍ୟ ପୂଜାପାର୍ବଣରେ ସଂସ୍କୃତମନ୍ତ୍ର ଉଚ୍ଚାରଣକୁ ଛାଡ଼ିପାରୁ ନାହାନ୍ତି । ତେଣୁ ପାଲି ସ୍ଥାଣୁ ଭାବରେ ପ୍ରାଚୀନ ବୌଦ୍ଧସାହିତ୍ୟ ଓ କିଛି ଅଭିଲେଖର ଭାଷା ଭାବରେ ଆବଦ୍ଧ ହୋଇରହିଗଲା ।
ଅତୀତର ପାଲିଭାଷା ବୌଦ୍ଧସାହିତ୍ୟ ଓ ଅଶୋକ-ଖାରବେଳଙ୍କ ଶିଳାଲେଖରେ ସିନା ଆବଦ୍ଧ ହୋଇ ରହିଲା, ମାତ୍ର କଳିଙ୍ଗବାସୀଙ୍କ ମୁଖରେ ପ୍ରଚଳିତ ପାଲିଭାଷା ବିକାଶମୁଖୀ ହେବାରେ ଲାଗିଲା ଓ ଧୀରେଧୀରେ ଏହା ପରିବର୍ତ୍ତନ ଘଟି ବର୍ତ୍ତମାନର ଓଡ଼ିଆ ଭାଷା ରୂପ ନେଲା । ଏଥିପାଇଁ ଆମେ ଓଡ଼ିଶାରୁ ମିଳିଥିବା ବିଭିନ୍ନକାଳର ଅଭିଲେଖକୁ ଦୃଷ୍ଟାନ୍ତରୂପେ ନେଇପାରିବା । ଯେପରି ଅଶୋକଙ୍କ ଧଉଳି ଓ ଜଉଗଡ଼ ଅଭିଲେଖର ଭାଷା ଓ ଲିପିରେ ସାମାନ୍ୟ ପରିବର୍ତ୍ତନକୁ ଏହାର ଦୁଇଶହ ବର୍ଷ ପରେ ଖୋଦିତ ଖାରବେଳଙ୍କ ଅଭିଲେଖରେ ଖେିବାକୁ ମିଳେ । ସେହିଭଳି ପ୍ରଥମଶତାବ୍ଦୀରୁ ପଞ୍ଚଦଶ ଶତାବ୍ଦୀ ମଧ୍ୟରେ ଖୋଦିତ ବିଭିନ୍ନ ଶିଳାଲେଖର ଭାଷାରେ ଏହି ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ଯଥା- ୧) ପ୍ରଥମ ଶତାବ୍ଦୀର ପ୍ରାରମ୍ଭ କାଳରେ ମଞ୍ଜପୁରୀ ଗୁମ୍ଫା ତଳମହଲାରେ ମହାରାଜ କୁଦେପସିରିଙ୍କ ଆଭିଲେଖ – ଐରସ ମହାରାଜସ କଲିଂଗାଧିପତିନୋ ମହା(ମେଘ) ବାହ(ନସ) କୁଦେପସୀର୍ରିନୋଲେନ । ୨) ତୃତୀୟ ଶତାବ୍ଦୀର ମହାରାଜ ଗଣଭଦ୍ରଙ୍କ ଭଦ୍ରଖସ୍ଥିତ ଭଦ୍ରକାଳୀ ମନ୍ଦିରରୁ ପ୍ରାପ୍ତ ଶିଳାଲେଖ – ସିଦ୍ଧଂ ମହାରାଜ ସିରିଗଣ ଉଦସ(ଂ)୮ମୁଲଜପେ ଦେବା ୩ ଜଣ (ଃ।) ଢବଣ ୮୦ ମହାକୁଲପତି ଃ।ୟୟ ଃଗିସମେଙ୍କ ପାନିଦେବ ଡିଦଂପଡିଛିଦଂ ୩) ଚତୁର୍ଥ ଶତାବ୍ଦୀର ସୀତାବିଞ୍ଝିଠାରେ ଖୋଦିତ ଶିଳାଲେଖ – ପୁରୁଢସ ଛିଚ ମରୁତ ୪) ପଞ୍ଚମ ଶତାବ୍ଦୀର ସିତାବିଞ୍ଝି ରାବଣଛାୟା ଗୁମ୍ଫା ଃଭିଲେଖ – ମହାରାଜ ଶ୍ରୀ ଦିଶାଭଂଜ ୫) ଷଷ୍ଠ ଶତାବ୍ଦୀର ରାଜ୍ୟ ସଂଗ୍ରହାଳୟରେ ସଂରକ୍ଷିତ ସିଂହ ଉପରେ ଖୋଦିତ ଲେଖ – ଶ୍ରୀ ସିଂହବନ୍ଧ
୬) ସପ୍ତମ ଶତାବ୍ଦୀର ଶୈଳୋଭବବଂଶୀ ଦ୍ୱିତୀୟ ଧର୍ମରାଜଙ୍କ ନିବିନା ତାମ୍ରଶାସନ
– ପଶ୍ଚିମ ଦିଶହି ତ୍ରିକୂଟ ଜୋଡପାଦାଦି ବଣରାଇ ବାଲିକ ବଙ୍କସିନ୍ଦ ବଣରାଇ, ଉତ୍ତର ଦିଶହି ତ୍ରିକୂଟ । ପାଣିସାଖ ତ୍ରିମଣି ବାଢୈବଣି । ଉତ୍ତର ଦିଶହି ଦିଘଶିଳ । ପୂର୍ବେହଃତବଣରାଇ ବାଡ । ପୂର୍ବ ଉତ୍ତର କୋଣେହି ସୋମଣି ତ୍ରିକୂଟxxxx ।
୭) ନବମ ଶତାବ୍ଦୀର ବଜ୍ରହସ୍ତଦେବଙ୍କ ପାରଳାଖେମୁଣ୍ତି ତାମ୍ର ଶାସନଃଭିଲେଖ
-ଓଁ ରାଜରାଣୀ ଓଡିବିସଇ ବିଦଗଧ ତେଲସି ଗାମଇଂଦ ନନ୍ଦଣୋଦୟ ତଷ୍ଟ ସାହସ ଦିନହୋମଣ୍ତି ମିଳନ୍ତ ଦିନ ।
୮) ଦଶମ ଶତାବ୍ଦୀର ଜୈନ ବିଗ୍ରହତଳେ ଖୋଦିତଃଭିଲେଖ (ସୋରର ଗଣ୍ତିବେଡା ଗ୍ରାମରୁ ଆବିଷୃତ ତଥା ଓଡିଶା ରାଜ୍ୟ ସଂଗ୍ରହାଳୟରେ ସଂରକ୍ଷିତ)
-ଦେବକୁହି ଭଗତି କରୁଣ । ଛନ୍ତି ଭୋ କୁମାରସେଣ
୯) ଏକାଦଶ ଶତାବ୍ଦୀ (୧୦୫୧)ର ଚିକାକୋଲଜିଲ୍ଲା ଅନ୍ତର୍ଗତ ଉରଜାମ୍ ଗ୍ରାମରେ ଥିବା ଧବଳେଶ୍ୱର ମନ୍ଦିର ଶିଳାଲେଖ
-ସ୍ୱସ୍ତି ସମରମୁଁ ଖାନେକରିପୁଦର୍ପପ ମର୍ଦନ ଭୁଜବଳ ପରାକ୍ରମ ଗଙ୍ଗାନ୍ୱୟାବଲମ୍ୱନ ସ୍ତମ୍ଭ ଶ୍ରୀମଦ ଅନନ୍ତବର୍ମଦେବ ବିଜୟରାଜ୍ୟ ସମ୍ବତ୍ସର ୧୬ ତୁଳାମାସ ଶୁକ୍ଳପକ୍ଷ ଦିନ ପଞ୍ଚମୀ ସଣୀବାରୈଂୟୁରୁଜାମୈଳଣଦୟା
୧୦) ଦ୍ୱାଦଶ ଶତାବ୍ଦୀର ରାଜରାଜଦେବ (୧୧୭୦-୧୧୯୪ ଖ୍ରୀ)ଙ୍କ ଦ୍ୱାରା ଲିଙ୍ଗରାଜ ମନ୍ଦିର ତୃତୀୟ ଦ୍ୱାରର ପୂର୍ବକାନ୍ଥରେଖୋଦିତ ଓଡିଆ ଅଭିଲେଖ
-ସ୍ୱସ୍ତିଶକ ୧୦୯୪ ଶ୍ରୀମଦରାଜରାଜ ଦେବର ପ୍ରବର୍ଧମାନ ବିଜୟରାଜ୍ୟ ସମ୍ବତ୍ ୪ ଧନୁ କୃଷ୍ଣ ୯ ସୋମବାରେ ଶ୍ରୀ ଉତ୍ତରେଶ୍ୱରଦେବର କ୍ଷେତ୍ର ତପୋବନ ସ୍ଥାନେ ଦୀପଦାନା…ତ ତପୋଧନ ଶୈକାରାଧ (କ) ରାଜଗୁରୁ…ଆରୋପଡା ଗ୍ରାମୀୟ ସାଧୁ ପ୍ରଜାନାଏକ ଛା…ଦିଲା ସମସ୍ତ ଗ୍ରହଣେ ସୁବର୍ଣ୍ଣ୍ ପଞ୍ଚମାଢxxx ।
୧୧) ୧୩ଶ ଶତାବ୍ଦୀର ଅନଙ୍ଗଭୀମଦେବଙ୍କ ଜଗନ୍ନାଥମନ୍ଦିର ବେଢ଼ାର ଉତ୍ତରପାର୍ଶ୍ୱରେ ଥିବା ପାତାଳେଶ୍ୱର ଶିବମନ୍ଦିର ଭିତ୍ତିରେ ଖୋଦିତ ଅଭିଲେଖ (୧୨୨୫ ଖ୍ରୀ.)
-ସିଦ୍ଧମ ସ୍ୱସ୍ତି ସାକାବ୍ଦ (୧୪)୭ ସ୍ୱସ୍ତି ଶ୍ରୀ ଅନଙ୍କ ଭୀମଦେବଶ୍ୟ ପ୍ରବ(ର୍ଦ୍ଧମାନ) ବିଜ(ୟ) ରାଯେ ସମ୍ୱତ ଶ୍ରାହି୧୫ ଆଷାଢ଼ ସୁକ୍ଳ ଗୁରୁବାରେ ଶ୍ରିକରଣ ସୁରୁସେନାପତିଙ୍କ ଭୂମି ଦତ୍ତ ଶ୍ରୀପୁରୁଷୋତ୍ତମଦେବ କୁଇ ନିବେଦ୍ୟ (ଦୂଗ୍ଧଘୃତ) ଚାଉଳ ଦହି(ଇମାନ)ଣ୍ଗ୍କଇ କ୍ଷଗୋପଡାଇ ମାହାଦେବ ପାଢିକା(ଙ୍କ)ଗୋଚରେଂ ଦଖିଘୃତ ତାମ୍ବୋଳ ବ୍ୟଞ୍ଜନ ସହିତେ ଦତ୍ତଭୂମି ବାଟି ୩।
୧୨) ୧୪ଶ ଶତାବ୍ଦୀର ନରସିଂହ ଦେବ ୪ର୍ଥଙ୍କ ଜାଜପୁର ଶିଦ୍ଧେଶ୍ୱର ମନ୍ଦିର ଶିଳାଲେଖ
– (ବୀର) ଶ୍ରୀ ନରସୀଙ୍ଘ ଦେବ (ଙ)କଂ ବୀ(ଜେରା)ଜେ ସମଥୁ ୧୯ ସ୍ରାହି କକଡା କୀଷ୍ଣ ୧୪ ଚନ୍ଦ୍ରବାରେ ଚତୁରୁଦିଗେ ଦଣ୍ତ ପରୀକ୍ଷା ଶ୍ରିତ୍ର(ଣ) ପଟନାୟଏକ ବେହୋରଣେଏ ଦଣ୍ତପାଟର ପସା(ଇ)ତ ମୁଦୁଲି କୋଠତ୍ରଣ ଭାଗଲୋକ ।
୧୩) ୧୫ଶ ଶତାବ୍ଦୀର କପିଳେନ୍ଦ୍ରଦେବଙ୍କଜଗନ୍ନାଥ ମନ୍ଦିରର ଜୟବିଜୟ ଦ୍ବାରର ବାମପାର୍ଶ୍ବରେ ଖୋଦିତ ଶିଳାଲଖେ (୪ର୍ଥ ଅଙ୍କ-୧୪୩୬ଖ୍ରୀ.)
– ବୀର ଶ୍ରୀପ୍ରତାପ କପିଳେଶ୍ବରଦବେ ମହାରାଜାଙ୍କର ବିଜୟରାଜ୍ୟେ ସମସ୍ତ ୪ ନ୍ଦଙ୍କ ଶ୍ରାହୀ ଧନୁ ନ୍ଦମାବେâ ସୌରିବାରେ ଶ୍ରୀପୁରୁଷୋତ୍ତମକଟକେ ପରମେଶ୍ୱରରଙ୍କ ଦର୍ଶନ ସମଏ ମହାପାତ୍ର କକାଇ ସାନ୍ତରା ମହାପାତ୍ର ଜଳସରସନେ ନରନେ୍ଦ୍ର ମହାପାତ୍ର ଗୋପିନାଥ ମvରାଜ ମହାପାତ୍ର କାଶ ବିଦ୍ୟାଧର ମହାପାତ୍ର ବଲେସେ୍ବର ପ୍ରହରାଜ ମହାପାତ୍ର ଲଖଣ ପୁରୋହିତ ପଜ୍ଜନାୟକ ଦାମୋଦର ମହାସନୋପତି ଥାଇ ପରମେଶ୍ୱରଙ୍କ ଶ୍ରୀଚରଣ ନ୍ଦଗ୍ରତେ ଭୋଗପରିକ୍ଷା ପାତ୍ର ନ୍ଦଗ୍ନ ି ସ ର୍ମ ା ମୁ ଦ ୍ର ହ ସ୍ତର ଗୋଚରେ ବୋଇଲା-ମୁ ଦ ଲେ ଶ୍ରୀଗୁରୁସୋତମଦବେଙ୍କ ଦେଉଳ ଦ୍ବାରେ ଲଖେନ କରିବା ନ୍ଦାàର ଓଡିଶା ରାଜ୍ୟର ଲୋଣକଉତୀ ସୁଳକ (=ଶୁN)ର ନ୍ୟାର୍ଯ୍ୟ ଛାଡିଲି ଛାଡିଲି ଏହା ରାଜା ହୋଇ ଯେ ଲ¶ଂଇ ସେ ଶ୍ରୀ ଜଗନ୍ନାଥଦବେଙ୍କୁ ଦ୍ରୋହ କର(ଇ) । ୧୪) ଷୋଡଶ ଶତାଝୀର ପ୍ରତାପରୁଦ୍ରେ ଦବଙ୍କ ୪ର୍ଥ ନ୍ଦଙ୍କ(୧୫୦୦ଖ୍ରୀ.)ରେ ଜୟବଜ ି ୟଦା୍ବ ରର ବାମପାର୍ଶ୍ବସ୍ଥ ୬ଷ୍ଠ ଶିଳାଲଖେ -ବୀରଶ୍ରୀ ଗଜଣ୍ଡି ଗେæଡଶେ୍ବର ନବକୋଟି କର୍ଣ୍ଣାଟ କଳବରଗସେର ବୀରବର ଶ୍ରୀ ପ୍ରତାପରୁଦ୍ରଦବେ ମାହାରାଜାଙ୍କର ସମସ୍ତ ୪ ନ୍ଦଙ୍କ ଶ୍ରାହୀ କକଡା ସ୍ନ ୧୦ ବୁଧବାରେ ନ୍ଦବଧାରିତ ନ୍ଦାଇଗାଂ ପ୍ରମାନେ ବଡଠାକୁରଙ୍କ ଗୀତୀଗୋବିନ୍ଦ ଠାକୁର ଭୋଗବଳେେ ଏ ନାଟ ହୋଇବ ସଂମ୍ଭଧୂପ ସରିଲାଠାରୁ ବଡସିଂଗାର ପରିଯନ୍ତେ ଏ ନାଟ ହୋଇବ ବଡଠାକୁରଙ୍କ ସଂପରଦା କପିଳେଶ୍ବର ଠାକୁରଙ୍କଦିଲା ନାଚୁଣୀମାନ ପୁରୁଣା ସଂପରଦା ତଲେଗେୀ ସଂପରଦା ଏମାନେ ସବିହେଂ ବଡ ଠାକୁରଙ୍କ ଗୀତୀ-ଗୋବିନ୍ଦହୁଂ ନ୍ଦାନଗୀତ ନ ସିଖିବେ । ନ୍ଦାନଗୀତ ନ ଗାଇବେ । ନ୍ଦାନ ନାଟ ହୋଇ ପରମଶେ୍ବରଙ୍କଛାମୁର ନୋହବ । ଏନାଟ ବିତରକେ ବେâåବ ଗାନ୍ଦାଣ ଚାରିଜଣ ନ୍ଦଛନ୍ତି ଏମାନେ ଗୀତୀ- ଗୋବିନ୍ଦ ଗୀତ ହି ଗାଇବେ ଏହାଙ୍କଠାର ନ୍ଦଶିକ୍ଷିତମାନେ ଏକଶ୍ବରେ ଶୁଣି ଗୀତ-ଗୋବିନ୍ଦ ଗୀତ ହୀ ସେ ଶି ଖ ୀବେ ନ୍ଦାନ ଗୀତ ନ ଶିଖୀବେ । ଏହା ଉ ପରୀକ୍ଷା ନ୍ଦାନଗୀତ କରାଇଲେ ଜାଣି ସେ ଜଗନ୍ନାଥଙ୍କ ଦ୍ରୋହ କରଇ । ୧୫) ଷୋଡଶ ଶତାଝୀର ମୁକୁନ୍ଦଦବେଙ୍କ ସୀମାଞ୍ଜଳସ୍ଥ ଲକ୍ଷðୀନରସିଂହ ସ୍ବାମୀ ମନ୍ଦିର ବାରଣ୍ଡାର ଗୋଲାକାର ସ୍ତମ୍ବରଖେୋଦିତ ଶିଳାଲଖେ (୧୫୬୮ଖ୍ରୀ.) – ସ୍ବଦତଦଙ୍ଗ ଦ୍ବି ଗୁଣଂ ପୁଣ୍ୟଂ ପରଦ ତନୁ ପାଳନେ ପରଦ ତ ନ୍ଦପହାରଣେନ୍ଦ ସ୍ବଦତ ନି—ଳଂ ଭବତେଙ୍ଗ ବିର ଶ୍ରୀ ଗଜପତି ଗଉଡସେ୍ବର ନବକୋଟି-କର୍ନଟକଲବରକସେ୍ବର ବିରପ୍ରତାପ ଶ୍ରୀ ମୁକୁନ୍ଦଦେଓ ମାହାରାଜାଙ୍କର ବିଜେ ସୁଭ ରାଇଜେ ସମସ୍ତ ୯ ନ୍ଦଙ୍କେ ଶ୍ରୀ ନରସି¶ଂନାଥ ଦବେଙ୍କୁ ଭାତ ଭୋଗକୁ ଭିନ୍ଦାଇ ଜୀନ୍ଦର ଦେଉଳର ପ୍ରତ୍ରଣକି କଲା(?) ଟ୧୨୫କା ନ୍ଦମୃତକୁଣ୍ଡକୁ ଟ୩୬୫କା ଗୋଟିକୁ ଟ୧୬୦କା ଗାଏ ୫୨୫ ଟଙ୍କା ଧୀଲା କଳିv ଦଣ୍ଡପାଟର ତଳ ଜିନ୍ଦର ନ୍ଦଙ୍କାତଲି ପଟେର କପାପଖିମୁଠା ନ୍ଦବଦାନ କରି ଦିଲା(?) ଟ୫୨୫କା ଏ ରଜାଙ୍କ ୧୧ ନ୍ଦଙ୍କେ ସମ୍ପ୍ରଦା ସବୋକୁ ଭିନ୍ଦାରୁ ମାଇଗୋମୁଣାପୋକ(?) ୨୦- ବ ର ତ ନ ଟ୫୦ଙ୍କକୁ ଧୀଲା ଜୀନ୍ଦର(େ) ଦସରୁ ଟ୧୫୦ଙ୍କା ହରିରାଜ ନରିନ୍ଦ୍ର ମହାପାତ୍ରଙ୍କ ଗୋଟିକୁ ତଳଜିଅର ମୁଠାରହ (?)ଧିଲା (?) ସୁଦୁପାକଗ୍ରାମ ଏ ଧର୍ମକିରତିମାନ ଜେ ହରି ସେ ଦୋସପାଇ ଅମୃତ ମଣୋହିରେ ବିସ ଦେଲା ପାତେକ ପାଇ (।) ଏପରିକି ବର୍ତ୍ତମାନର ଭାଷା ଓ ଲିପିକୁ ନେଇ ଓଡ଼ିଆଭାଷାରେ ରଚିତ ଏ ପର୍ଯ୍ୟନ୍ତ ଆବିଷ୍କୃତ ପ୍ରାଚୀନ ସାହିତ୍ୟ “ବୌଦ୍ଧଗାନ ଓ ଦୋହା”ର ଭାଷାଠାରୁ ପଞ୍ଚଦଶ ଶତାବ୍ଦୀରେ ସାରଳାାସଙ୍କ ରଚିତ ‘ମହାଭାରତ’ର ଭାଷା ଏବଂ ଷୋଡ଼ଶ ଶତାବ୍ଦୀରେ ରଚିତ ଜଗନ୍ନାଥ ଦାସଙ୍କ ‘ଭାଗବତ’ର ଭାଷାରେ ଏହି ବିକାଶର ସୂଚନା ଦୃଷ୍ଟିଗୋଚର ହୁଏ । ସେହିପରି ଊନବିଂଶ ଶତାବ୍ଦୀରେ ପ୍ରଚଳିତ ଓଡ଼ିଆଭାଷା ବିଂଶ ଶତାବ୍ଦୀରେ ପ୍ରଚଳିତ ଓଡ଼ିଆଭାଷାର ଭିନ୍ନତା-ଏହି ବିକଶିତ ପର୍ଯ୍ୟାୟକୁ ଆମେ ଅବଲୋକନ କରିପାରିବା । ଭାଷାର ଏହି କ୍ରମ-ପରିବର୍ତ୍ତନଶୀଳ ରୂପ ହିଁ ପ୍ରମାଣ କରିଥାଏ ଓଡ଼ିଆଭାଷା ପାଲି ଭାଷାର ବିକଶିତ ରୂପ । ଯାହା ଔଡ୍ରୀବିଭାଷା ମଧ୍ୟଦେଇ ଗତିକରି ବର୍ତ୍ତମାନ ଅବସ୍ଥାରେ ପହଞ୍ଚିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଲିଖନ ଏକ କଳା ହୋଇଥିବାରୁ ତଥା ଉଭୟ ଚିତ୍ର ଓ ଲିଖନ କଳାରେ ସମୁଦାୟ ଓଡ଼ିଆଜାତି ଅଭ୍ୟସ୍ତ ଥିବାରୁ ଚିତ୍ରକଳା ନିହାଣ ମୁନରେ ବିରାଟ ପଥରଦେହରେ ଅଙ୍କନ କରିଥିବାବେଳେ ଲିଖନକଳା ଲୁହାର ଲେଖନୀ ମାଧ୍ୟମରେ ବହୁଦିନ ପର୍ଯ୍ୟନ୍ତ ସୁରକ୍ଷିତ ହୋଇରହିପାରୁଥିବା ତାଳପତ୍ରରେ ଲେଖିଚାଲିଥିଲେ ଅଜସ୍ର କାବ୍ୟ ସମ୍ଭାର- ନିଜ ଅନୁଭବ ଓ କଳ୍ପନାର ଫେ•ାଫେ•ି ରୂପେ । ଏହା କେବଳ ତତ୍କାଳୀନ ଲୋକଭାଷାରେ ନୁହେଁ ବରଂ ରାଜଭାଷା ସଂସ୍କୃତରେ ମଧ୍ୟ ଲେଖାଯାଉଥିଲା । ଯାହାକି ଓଡ଼ିଆ ଜାତୀୟଜୀବନର ଏକ ପ୍ରମୁଖଅଙ୍ଗ ଭାବରେ ଏ ପର୍ଯ୍ୟନ୍ତ ଆମ ସମାଜରେ ଚଳି ଆସୁଛି । ଅଥଚ ଏହି ପରମ୍ପରା ଅନ୍ୟ କୌଣସିଜାତିଠାରେ ଦେଖିବାକୁ ମିଳେନାହିଁ । ଯେତେ ସଂଖ୍ୟକ ତାଳପତ୍ରପୋଥି ଓଡ଼ିଶାରୁ ମିଳିଛି ତାହା ଅନ୍ୟ କୌଣସି ରାଜ୍ୟରୁ ମିଳିନାହିଁ । ଲେଖନୀରେ ତାଳପତ୍ରର ପ୍ରଚୁର ପ୍ରୟୋଗ ଯୋଗୁଁ ଏହା ଗୋଲାକାର ରୂପଧାରଣ କରିଛି । ପୁଣି ଓଡ଼ିଆଭାଷାରେ ଯେଉଁ ବିପୁଳ ଶବ୍ଦଭଣ୍ଡାର ଦେଖିବାକୁ ମିଳେ, ସେଥିରେ ସଂସ୍କୃତ ଭଳି ପାଲି ଶବ୍ଦପୁଞ୍ଜ ଅଧିକ ପରିମାଣରେ ରହି ଓଡ଼ିଆଭାଷାର ମୌଳିକତାକୁ ଅନ୍ୟ ସଂସ୍କୃତଜ ଭାରତୀୟଭାଷାଠାରୁ ଅକ୍ଷୁଣ୍ଣ ରଖିଛି । ବୋଧହୁଏ ଏହି ପ୍ରକ୍ରିୟାକୁ ଲକ୍ଷ୍ୟକରି ଓଡ଼ିଆଭାଷାର ସ୍ୱାତନ୍ତ୍ର୍ୟ ଓ ପ୍ରାଚୀନତାକୁ ବଙ୍ଗାଳୀପଣ୍ଡିତମାନେ ବାଧ୍ୟହୋଇ ଗ୍ରହଣ କରିଥିଲେ । ତେଣୁ ଓଡ଼ିଆଭାଷାର ଜନନୀ ସଂସ୍କୃତ ନୁହେଁ, ପାଲି । ଏଠାରେ ପ୍ରଶ୍ନ ଉଠେ ପାଲିରୁ ଯଦି ଓଡ଼ିଆ ଭାଷାର ଜନ୍ମ, ତେବେ ପାଲି ପରେ ଓଡ଼ିଆର ଅସ୍ତିତ୍ୱ ଅବଲୋକନ କରିବାକୁ ଏକ ସହସ୍ରବର୍ଷ ଅପେକ୍ଷା କରିବାକୁ ପଡ଼ିଲା କାହିଁକି? କାହିଁକି ଏ ସମୟ ମଧ୍ୟରେ ଅସଂଖ୍ୟ ବିଖ୍ୟାତ ସଂସ୍କୃତକବିଙ୍କ ଆର୍ବିଭାବ ଓଡ଼ିଶାମାଟିରେ ଘଟିଲା? ଏହାର ଏକମାତ୍ର ଉତ୍ତର ହେବ ଆମର ଗବେଷଣା ଏ ପର୍ଯ୍ୟନ୍ତ ସେହି ସ୍ତରକୁ
ଛୁଇଁନାହିଁ । ବୋଧହୁଏ ସେଇଥିପାଇଁ ଖାରବେଳଙ୍କଠାରୁ କପିଳେନ୍ଦ୍ରଦେବଙ୍କ ପର୍ଯ୍ୟନ୍ତ ଆମର ଭାଷା, ସାହିତ୍ୟ, ସଂସ୍କୃତି, ଲିପି କିପରି ଥିଲା, ତାହା ଏବେ ବି ଅଜଣା ହୋଇ ରହିଛି । କିନ୍ତୁ ଏ ପର୍ଯ୍ୟନ୍ତ ଆବିଷ୍କୃତ ରାଜନୈତିକ ଚିତ୍ରପଟ୍ଟରୁ ଜଣାପଡେ ଯେ,ଖାରବେଳଙ୍କ ମୃତ୍ୟୁପରେ କଳିଙ୍ଗ ବା ଓଡ଼ିଶାମାଟିରେ କୌଣସି ଶକ୍ତିଶାଳୀ ରାଜାର ଆବିର୍ଭାବ ଦୀର୍ଘଦିନ ଧରି ଘଟି ନ ଥିଲା । ତେଣୁ ଏହା ପଶ୍ଚିମର ସାତବାହନ ଓ ଉତ୍ତରର କୁଶାଣ, ମୁରୂଣ୍ଡ ଶାସନ ଅନ୍ତର୍ଭୁକ୍ତ ହୋଇଯାଇଥିଲା ।
ପୂର୍ବରୁ ଆଲୋଚିତ ହୋଇଛି ଯେ,କୁଶାଣ ଶାସକ ସଂସ୍କୃତଭାଷା ପୃଷ୍ଠପୋଷକ ସାଜିଥିବାବେଳେ ସାତବାହନ ଓ ମୁରୁଣ୍ଡ ଶାସକ ତଦନୁଗାମୀ ଥିଲେ । ଇଂରେଜ ଶାସନ ବ୍ୟବସ୍ଥାଦ୍ୱାରା ପ୍ରବର୍ତ୍ତିତ ଇଂରେଜଭାଷା ପ୍ରଭାବରେ ବର୍ତ୍ତମାନର କଥିତ ଓଡ଼ିଆଭାଷା ସୀମିତ ରହିବାପରି ସେହି କାଳ ଭିତରେ ଓଡ଼ିଆଭାଷା କେବଳ କଥନ ମଧ୍ୟରେ ସୀମିତ ଥିଲା । ପୁସ୍ତକଚର୍ଚ୍ଚା, ରାଜକାର୍ଯ୍ୟ ସବୁକିଛି ସଂସ୍କୃତରେ ହେଉଥିଲା; ବର୍ତ୍ତମାନ ଯେପରି ଓଡ଼ିଆ ଆମର ମାତୃଭାଷା ହୋଇ ବି ସରକାରଙ୍କ ସବୁକିଛି କାର୍ଯ୍ୟ ଇଂରାଜୀରେ ହେଉଛି । ତାହା ହୋଇ ନ ଥିଲେ ମଗଧର ମୁରୁଣ୍ଡବଂଶ ଲୋପ କରିଥିବା ଅଦ୍ୱିତୀୟ ଓଡିଆଯୋଦ୍ଧା ଶତୃଭଂଜଙ୍କ କେନ୍ଦୁଝରସ୍ଥ ଅସନପାଟ ଶିଳାଲେଖ ଓଡ଼ିଆ ମିଶା ସଂସ୍କୃତ ଭାଷାରେ ଲେଖାଯାଇ ନ ଥାନ୍ତା ତଥା ପରବର୍ତ୍ତୀ ମାଠର ଓ ଗଙ୍ଗବଂଶୀ ଓଡ଼ିଆରାଜାଙ୍କଦ୍ୱାରା ସଂସ୍କୃତଭାଷା ପୃଷ୍ଠପୋଷକତା ପାଇ ନ ଥାନ୍ତା । ଯଦିଓ ମଗଧରେ ଗୁପ୍ତବଂଶ ସଂସ୍କୃତର ଭୂୟୋବିକାଶ ଘଟାଇଥିଲେ, ତଥାପି ଏହି ସମୟ ଭିତରେ ସଂସ୍କୃତଭାଷା ବିକାଶକ୍ଷେତ୍ରରେ କଳିଙ୍ଗ ବା ଓଡ଼ିଶାର କମ୍ଅ ବଦାନ ନ ଥିଲା । ‘ପଞ୍ଚତନ୍ତ୍ର’ର ରଚୟିତା ବିଷ୍ଣୁଶର୍ମାଠାରୁ ଆରମ୍ଭକରି ବିଶ୍ୱନାଥ କବିରାଜ, ବିଦ୍ୟାଧର, କୃଷ୍ଣାନନ୍ଦ, ସତ୍ୟାନନ୍ଦ, ଜୟଦେବଙ୍କ ପର୍ଯ୍ୟନ୍ତ ବିଶ୍ୱବିଖ୍ୟାତ କବି ଏହାର ଦୃଷ୍ଟାନ୍ତ । ଏପରିକି କେହିକେହି ଭରତମୁନି ଓ କାଳିଦାସଙ୍କ ଜନ୍ମସ୍ଥାନ ଓଡ଼ିଶା ବୋଲି କୁହନ୍ତି । ମାତ୍ର ତାହା ପ୍ରମାଣ ସାପେକ୍ଷ ।
ତେଣୁ ଓଡ଼ିଶାରେ ସଂସ୍କୃତ ସାହିତ୍ୟର ଏହି ବିଶାଳ ଭଣ୍ଡାର ଓ ରାଜ ପୃଷ୍ଠପୋଷକତାକୁ ଲକ୍ଷ୍ୟକରି ଓଡ଼ିଆଭାଷାକୁ ସଂସ୍କୃତର ସନ୍ତାନ କହିବାରେ କୌଣସି ଯୁକ୍ତିଯୁକ୍ତତା ନାହିଁ । ବରଂ ଗୁପ୍ତକାଳୀନ ସଂସ୍କୃତସମ ଭଗିନୀ କହିଲେ ଭୁଲ୍ ହେବନାହିଁ ଯଦି ପାଲି ବା ପଲ୍ଲୀ ଭାଷାକୁ ଓଡ଼ିଆ ଭାଷାର ଜନନୀ ଭାବେ ଗ୍ରହଣ କରାଯାଏ । ବୋଧହୁଏ ସେଥିପାଇଁ ଗଙ୍ଗଶାସକଙ୍କ ଅଭିଲେଖରେ ଓଡ଼ିଆ ସହିତ ତେଲୁଗୁ, ତାମିଲ୍, ସଂସ୍କୃତ ଭାଷା ପ୍ରୟୋଗ କରାଯାଇ ଓଡ଼ିଆଭାଷାକୁ ଉକ୍ତ ତିନିଭାଷା ସହ ସମାନ ମର୍ଯ୍ୟାଦା ଦିଆଯାଇଛି । ତେଣୁ ଓଡ଼ିଆଭାଷାର ଉତ୍ପତ୍ତି ଓ ସେହି ଏକହଜାର ବର୍ଷର ସ୍ଥିତି ସଂପର୍କରେ ବିସ୍ତୃତ ଗବେଷଣା କରିବାର ଆବଶ୍ୟକ ଅଛି । ତାହା ଯଦି ନ କରିବା, ବଂଗାଳୀଙ୍କଠାରୁ ଶୁଣିବାକୁ ପାଇବା ଓଡ଼ିଆ ତାଙ୍କର ସାନ ଭଉଣୀ । ହିନ୍ଦୀଭାଷୀ କହିବେ ମାଗଧୀରୁ ଓଡ଼ିଆ ଜନ୍ମ । ଆଉ ଆମ ସଂସ୍କୃତ ପଣ୍ଡିତେ କହିବେ-ସଂସ୍କୃତ ହେଉଛି ଓଡ଼ିଆଭାଷାର ଜନନୀ । ଭାଷାଜନନୀଠାରୁ ଉତ୍ପତ୍ତି ଲାଭ କରିଥିବା ଭାରତର ପ୍ରତିଷ୍ଠିତ ବିଭିନ୍ନ ଭାଷାଭାଷୀ, ବୃଦ୍ଧାଜନନୀର ରକ୍ଷଣାବେକ୍ଷଣ ଦାୟିତ୍ୱ ବହନ କରୁ ନ ଥିବାବେଳେ ସରଳ ଓଡ଼ିଆଜାତି ଓ ଓଡ଼ିଆଭାଷା ଏହି ଦାୟିତ୍ୱ ତୁଲାଇବା ଜରୁରୀ ବୋଲି ଆମ ସଂସ୍କୃତ ପଣ୍ଡିତେ ବାରମ୍ବାର ଘୋଷଣା କରି ଓଡ଼ିଶା ସରକାରଠାରୁ ସଂସ୍କୃତଭାଷାର ବିକାଶପାଇଁ ଓଡ଼ିଆଭାଷାର ଛାତି ଉପରେ ଭାର ଦେଇ ବିଭିନ୍ନ ସୁବିଧାସୁଯୋଗ ହାତେଇ ନେବାରେ ଲାଗିଛନ୍ତି । ଯାହାର ସଦ୍ୟତମ ଉଦାହରଣ ଉଚ୍ଚମାଧ୍ୟମିକ ଶିକ୍ଷାସ୍ତରରେ ଓଡ଼ିଆ ଓ ଇଂରାଜୀ ସହିତ ସଂସ୍କୃତକୁ ବାଧ୍ୟତାମୂଳକ ପ୍ରଥମ ଭାଷାପତ୍ର ବିଷୟ ଭାବରେ ରଖିବା । ଏହି ପଣ୍ଡିତଗଣ ଭୁଲିଯାଉଛନ୍ତି ଯେ ଓଡ଼ିଆ ହେଉଛି ସେମାନଙ୍କ ମାତୃଭାଷା ଓ ଏହି ମାତୃଭାଷାର ଗୌରବ ବୃଦ୍ଧିରେ ହିଁ ଓଡ଼ିଶାର ତଥା ନିଜର ଗୌରବ ସମଗ୍ର ବିଶ୍ୱବାସୀଙ୍କ ନିକଟରେ ବୃଦ୍ଧିହେବ, ସଂସ୍କୃତ ମାଧ୍ୟମରେ ନୁହେଁ । କାରଣ ଇଂରାଜୀ ଭଳି ସଂସ୍କୃତ ହେଉଛି ସେମାନଙ୍କ ଭଳି କେତେଜଣଙ୍କପାଇଁ ଗରଜ ଗୁଜୁରାଣର ଭାଷା, ଗୋଟିଏ ଜାତିବିକାଶର ମାଧ୍ୟମ ନୁହେଁ ।
କାମ୍ବୋଜରେ ଥିବା ବିଶ୍ୱବିଖ୍ୟାତ
କାମ୍ବୋଜ ସହିତ କଳିଙ୍ଗର କେବଳ ବାଣିଜ୍ୟିକ ସଂପର୍କ ନୁହଁ, ଧାର୍ମିକ ଓ ସାଂସ୍କୃତକି ସମ୍ବନ୍ଧର ବହୁ ପ୍ରାମାଣିକ ସୂଚନା ରହିଛି । ଯାହାର ଦୃଷ୍ଟାନ୍ତ ରୂପେ ଏକ ସମୟରେ ଉଭୟ ମାଟିରେ ତ୍ରିଭୂବନେଶ୍ୱର ମନ୍ଦିର (ସପ୍ତମ ଶତାବ୍ଦୀ) ନିର୍ମାଣକୁ ନେଇପାରିବା । ତେବେ ଉଭୟ ସଂପର୍କର ଶ୍ରେଷ୍ଠ ନିଦର୍ଶନ ହେଉଛି ଦ୍ୱାଦଶ ଶତାବ୍ଦୀରେ ରାଜା ସୂର୍ଯ୍ୟ ବର୍ମାଙ୍କ ଦ୍ୱାରା ନିର୍ମିତ ବିଶ୍ୱବିଖ୍ୟାତ ବିଷ୍ଣୁ ମନ୍ଦିର ଅଙ୍ଗକୋର-ବଟ ।