କଥାଟିଏ କହୁଁ କଥାଟିଏ କହୁ ।
କିସ୍ କଥା ? ବେଙ୍ଗୂଲି କଥା ।
କିସ୍ ବେଙ୍ଗୁଲି ? କାଠ ବେଙ୍ଗୁଲି ।
କିସ୍ କାଠ ? ତେଲି ମାଠ ।
କିସ୍ ତେଲି ? ଘଣା ପେଲି ।
କିସ୍ ଘଣା ? ଆଖୁ ଘଣା ।
କିସ୍ ଆଖୁ ? କନ୍ତାରି ଆଖୁ ।
କିସ୍ କନ୍ତାରି ? ବୁଢ଼ୀ ମନ୍ଥରୀ ।
କିସ୍ ବୁଢ଼ୀ ? ଶୁକଳ ବୁଢ଼ୀ ।
କିସ୍ ଶୁକଳ ? ହାତୀ ଶୁକଳ ।
କିସ୍ ହାତୀ ? ରାଜାଙ୍କ ହାତୀ ।
କିସ୍ ରଜା ? ଖଣ୍ତ ଖଜା ।
କିସ୍ ଖଣ୍ତ ? ମିରିଗ୍ ଲଣ୍ତ ।
କିସ୍ ମିରିଗ୍ ? ଝାଡ଼ ମିରିଗ୍ ।
କିସ୍ ଝାଡ଼ ? କଣ୍ଟା ଝାଡ଼ ।
କିସ୍ କଣ୍ଟା ? କାନକୋଳି କଣ୍ଟା ।
ଯହିଁ ଲାଗିଥାଏ ଝଟାପଟା ।