• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଅନ୍ୟାନ୍ୟ»କମଳଲୋଚନ ଚଉତିଶା
ଅନ୍ୟାନ୍ୟ

କମଳଲୋଚନ ଚଉତିଶା

ବଳରାମ ଦାସBy ବଳରାମ ଦାସFebruary 24, 2020No Comments2 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

କମଳ ଲୋଚନ ଶ୍ରୀହରି । କରେଣ ଶଙ୍ଖ ଚକ୍ରଧାରୀ ।।
ଖଗ ଆସନେ ଖଗପତି । ଖଟନ୍ତି ଲକ୍ଷ୍ମୀ ସରସ୍ୱତୀ ।।
ଗରୁଡ଼ ଆସନେ ମୁରାରି । ଗୋପରେ ରଖିଲେ ବାଛୁରୀ ।।
ଘନ କଠିନ କଳେବର । ଘଟଣ ଶ୍ରୀମୁଖ ସୁନ୍ଦର ।।
ନନ୍ଦନନ୍ଦନ ଗୋପୀନାଥ । ନିସ୍ତରିଯିବ ନରେ ଚିନ୍ତ ।।
ଚନ୍ଦ୍ରମା ପ୍ରାୟୋକ ବଦନ । ଚାହିଁଲେ ଖଣ୍ଡେ ଦୁଃଖମାନ ।।
ଛତ୍ରୀ ଉତ୍ତମ ଶିରୋମଣି । ଛଟକେ ଆସିଲେ ରୂକ୍ମିଣୀ ।।
ଜଗଜ୍ଜୀବନ ଦାଶରଥ‌ି । ଜାନକୀ ଦେବୀ ପ୍ରାଣପତି ।।
ଝୀନ ପତନୀ ଅଙ୍ଗେ ଶୋଭା । ଝଟକେ ବିଦ୍ୟୁ ପ୍ରାୟେ ଆଭା ।।
ନୀଳେନ୍ଦ୍ରୀ ଜଳେ ପଦ୍ମ ଆଖି । ନିସ୍ତରିଯିବା ନରେ ଦେଖି ।।
ଟେକିଲେ ଦୂବ କରେ ଦାରୁ । ଟାଣପଣରେ ଭାଙ୍ଗେ ମେରୁ ।।
ଠଣ ସୁନ୍ଦର ଶିରୋମଣି । ଠିକେ କମଳା ଯାର ରାଣୀ ।।
ଡ଼ମ୍ବରୁଧର ଯାକୁ ସେବା । ଡ଼ରେ ଖଟନ୍ତି ସର୍ବ ଦେବା ।।
ଢ଼ମ ଯେ କଲା ରାୟେ କଂସ । ଢ଼ାଳେ ଅସୁର ଗଲା ନାଶ ।।
ଅନନ୍ତ ନାମେ ଅନ୍ତ ନାହିଁ । ଅଣ ଅକ୍ଷରେ ଯାର ଦେହୀ ।।
ତପନ କୁଳେ ଅବତରି । ତାରିଲେ ଗଉତମ ନାରୀ ।।
ଥବିରପଣେ ମାୟାଗତି । ଥୟ ନ ଜାଣେ ବେଦପତି ।।
ଦରିଦ୍ର ଦାମୋଦର ମିତ୍ର । ଦଣ୍ଡକେ ଦେଲେ କୋଟିଅର୍ଥ ।।
ଧରଣୀଧର ଶିରୋମଣି । ଧ୍ରୁବଙ୍କୁ ନିସ୍ତାରିଲେ ପୁଣି ।।
ନୃସିଂହମାଧବ ମୁରାରି । ନଖେଣ ହିରଣ୍ୟ ବିଦାରି ।।
ପରମାନନ୍ଦ ପଦ୍ମଲାଭ । ରୂରି ରହିଛ ସର୍ବ ଜୀବ ।।
ଫୁଲାପଣକୁ ନୋହେ ସରି । ଫୁଲ ମାଳରେ ଦେହ ଭରି ।।
ବାଳିକି ବଧକଲ ହେଳେ । ବନ୍ଧ ବାନ୍ଧିଲ ସିନ୍ଧୁଜଳେ ।।
ଭାଙ୍ଗିଲ ରତ୍ନମୟ ପୁର । ଭ୍ରାନ୍ତି ଛାଡ଼ିଲା ଦେବଙ୍କର ।।
ମାଇଲ ଅକ୍ଷୟ ରାବଣ । ମହିଁମା କେ କରୁ ବଖାଣ ।।
ଯାଦବ ବଂଶେ ଜାତ ହୋଇ । ଜଗତ ଉଦ୍ଧାରିବା ପାଇଁ ।।
ରଖିଲ ଜଳରେ ଗଜକୁ । ରାଗେଣ ଛେଦିଲ ଗ୍ରାହକୁ ।।
ଲାବଣ୍ୟ ମୂର୍ତ୍ତି ଲକ୍ଷ୍ମୀଧର । ଲୟ କରନ୍ତି ସୁରନର ।।
ଶ୍ରୀପତି ଶ୍ରୀକର ଶ୍ରୀଧର । ଶ୍ରିୟା ଦେବୀଙ୍କ ମନୋହର ।।
ସଂସାର ମଧ୍ୟରେ ଉତ୍ତମ । ସାଧୁଙ୍କ ହିତରେ ଜନମ ।।
ଶ୍ୟାମ ସୁନ୍ଦକ କଳେବର । ସକଳ ଦେବେ ପରିଚାର ।।
ହରି ବୋଇଲେ ହରେ ଦୁଃଖ । ହରି ଆନନ୍ଦ ମହାସୁଖ ।।
କ୍ଷମାସାଗର ପୀତବାସ । ଭଣିଲେ ବଳରାମ ଦାସ ।।

Balaram Das Books Odia Chautisha Odia Chautisha by Balaram Das
Share. Facebook Twitter Pinterest LinkedIn Tumblr Reddit Email
Previous Articleମୃଗୁଣୀସ୍ତୁତି
Next Article କାନ୍ତ କୋଇଲି
ବଳରାମ ଦାସ

Related Posts

କଥାର ଲଥା

February 26, 2020

କବଚ

February 25, 2020

ଓଡିଆ ଭାଗବତ ନବମ ସ୍କନ୍ଧ

February 25, 2020

ଓଡ଼ିଆ ଭାଗବତ ଅଷ୍ଟମ ସ୍କନ୍ଧ

February 25, 2020

ଓଡ଼ିଆ ଭାଗବତ ସପ୍ତମ ସ୍କନ୍ଧ

February 25, 2020

ଓଡ଼ିଆ ଭାଗବତ ଷଷ୍ଠ ସ୍କନ୍ଧ

February 25, 2020
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.