• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଅନ୍ୟାନ୍ୟ»କାମାକ୍ଷା ପୀଠର ମହିମା
ଅନ୍ୟାନ୍ୟ

କାମାକ୍ଷା ପୀଠର ମହିମା

ଜଗନ୍ନାଥ ମହାନ୍ତିBy ଜଗନ୍ନାଥ ମହାନ୍ତିFebruary 18, 2020No Comments5 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

ଆସାମ ବିଶେଷତଃ କାମାକ୍ଷା ପୀଠର ମହିମା ସଂପର୍କରେ ଆମର ବହୁତ ଆଲୋଚନା ହୋଇଥିଲା । ସେ ସମ୍ପର୍କରେ ଏଠାରେ କିଛି ଲେଖିବାର ଲୋଭ ସମ୍ବରଣ କରିପାରୁ ନାହିଁ । ହିନ୍ଦୁ ଧର୍ମରେ ତିନି ପ୍ରଧାନ ଦେବତା ହେଲେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର । ବ୍ରହ୍ମା ହେଲେ ସୃଷ୍ଟିର ଦେବତା, ବିଷ୍ଣୁ ହେଲେ ପାଳନକର୍ତ୍ତା ଓ ମହେଶ୍ୱର ହେଲେ ଧ୍ୱଂସ ବା ସଂହାରର ଦେବତା । କିନ୍ତୁ ମହେଶ୍ୱର ସର୍ବଦା ଧ୍ୟାନମଗ୍ନ ହୋଇ ରହିଲେ । ନିଜ କର୍ତ୍ତବ୍ୟରେ ହେଳା କରି ବସିଲେ । ତାଙ୍କର ଧ୍ୟାନ ଭାଙ୍ଗିବାକୁ ବ୍ରହ୍ମା ଚେଷ୍ଟାକଲେ । ତାଙ୍କର ପ୍ରିୟପୁତ୍ର ଦକ୍ଷଙ୍କର ଏକ ସୁନ୍ଦରୀ କନ୍ୟା ଥିଲେ । ତାଙ୍କର ନାଁ ଥିଲା ସତୀ । ସେ ସେହି ସତୀଙ୍କୁ ବିବାହ କରି କୈଳାସ ପର୍ବତରେ ବାସ କଲେ ।

ଥରେ ଦକ୍ଷ ଏକ ବିରାଟ ଯଜ୍ଞର ଆୟୋଜନ କଲେ । ମାତ୍ର ମହାଦେବଙ୍କ ବ୍ୟତୀତ ଅନ୍ୟ ସମସ୍ତ ଦେବଦେବୀଙ୍କୁ ସେଥିରେ ଯୋଗ ଦେବାକୁ ନିମନ୍ତ୍ରଣ କଲେ । ମହାଦେବ ସର୍ବଦା ଅଳିଆ ଅସନା ରୂପରେ ଥା‘ନ୍ତି । ତାଙ୍କ ଦେହରେ ପାଉଁସ, ଅଣ୍ଟାରେ ଚର୍ମ, ବେକରେ ସାପ ଓ ମୁଣ୍ଡରେ ଜଟା । ଏପରି ଅବସ୍ଥାରେ ନିଜର ଜ୍ୱାଇଁଙ୍କୁ ସମସ୍ତ ଦେବଦେବୀଙ୍କୁ ଦେଖାଇବାକୁ କେଉଁ ଶ୍ୱଶୁରର ମନ ହେବ ?

କିନ୍ତୁ ସତୀଙ୍କର ଇଚ୍ଛା ସେ କିପରି ସେହି ଯଜ୍ଞରେ ଯୋଗଦେବେ । ମାତ୍ର ନିମନ୍ତ୍ରଣ ପାଇ ନଥିବାରୁ ଶିବ ଏଥିରେ ବାରଣ କଲେ । ହେଲେ ଝିଅର ମନ । ବାପଘରେ ଯେତେବେଳେ ଏତେବଡ଼ ଉତ୍ସବ ହେଉଛି, ସେ ନିମନ୍ତ୍ରଣ ନପାଇଲେ ସୁଦ୍ଧା ଯିବେ । ମହେଶ୍ୱର ବାଧ୍ୟ ହୋଇ ଏଥିରେ ରାଜିହେଲେ ।

ଦକ୍ଷଙ୍କ ରାଜପ୍ରାସାଦରେ ଯଜ୍ଞର ବିରାଟ ଆୟୋଜନ । ବହୁ ଦେବାଦେବୀ ସେଠାରେ ଉପସ୍ଥିତ । ଦକ୍ଷ ସତୀଙ୍କୁ ଦେଖି ଶିବଙ୍କୁ ନିନ୍ଦା କଲେ । ସ୍ୱାମୀଙ୍କର ନିନ୍ଦା ସତୀ ସହିପାରିଲେ ନାହିଁ । ତେଣୁ ସେ ଆତ୍ମହତ୍ୟା କଲେ । ଶିବଙ୍କର ଧ୍ୟାନଭଗ୍ନ ହେଲା । ସେ ଏହା ଜାଣିପାରିଲେ । ତେଣୁ ବିଜୁଳି ବେଗରେ ସେ ଆସି ଦକ୍ଷଙ୍କ ଯଜ୍ଞ ପୀଠରେ ପ୍ରବେଶ କଲେ । ଯଜ୍ଞ ପୀଠକୁ ଭାଙ୍ଗି ଚୂରମାର କରିଦେଲେ । ସତୀଙ୍କ ମୃତ ଦେହକୁ ନିଜ କାନ୍ଧରେ ପକାଇ ସାରା ଭାରତରେ ଘୁରି ବୁଲିଲେ । ସାରା ସୃଷ୍ଟି ଥର ହର ହେଲା । ସେ ପାଗଳ ପରି ନାଚିବାରେ ଲାଗିଲେ । ଏହାକୁ ତାଣ୍ଡବ ନୃତ୍ୟ କୁହାଯାଏ ।

ସମଗ୍ର ସୃଷ୍ଟି ଧ୍ୱଂସ ମୁଖରେ ପଡ଼ିବାର ଆଶଙ୍କା ହେଲା । ବିଷ୍ଣୁ ବିଶେଷ ଚିନ୍ତାମଗ୍ନ ହେଲେ । ସେ ଭାବିଲେ– ସତୀଙ୍କ ମୃତ ଦେହକୁ ମହାଦେବଙ୍କ କାନ୍ଧରୁ ଖସାଇ ନ ପାରିଲେ ତାଙ୍କର ରାଗ ଶାନ୍ତ ହେବ ନାହିଁ । ତେଣୁ ସେ ତାଙ୍କ ଅମୋଘ ଅସ୍ତ୍ର ସୁଦର୍ଶନ ଚକ୍ରକୁ ଆଦେଶ ଦେଲେ । ସେ ସତୀଙ୍କ ମୃତ ଦେହକୁ କାଟି ଛିନ୍ନ ଭିନ୍ନ କରିଦେଲା । ଭାରତର ବିଭିନ୍ନ ଅଞ୍ଚଳରେ ଏହି ଚ୍ଛିନ୍ନ ଅଂଶମାନ ବିଛାଡ଼ି ହୋଇପଡ଼ିଲା ।

ଗୌହାଟୀ ପାଖ ନାଳ ପର୍ବତ ଉପରେ ସତୀଙ୍କର ପେଟତଳ ଅଂଶଟି ପଡ଼ିଥିଲା । କାମାକ୍ଷା ପାହାଡ଼ ରୂପେ ତାହା ପରେ ପରିଚିତ ହେଲା । କାମାକ୍ଷା ଦେବୀ ସେଠାରେ ପୂଜା ପାଇଲେ । ମହାଦେବ କାନ୍ଧରୁ ସତୀଙ୍କର ମୃତ ଶରୀର ବିଚ୍ଛିନ୍ନ ହୋଇ ପଡ଼ିବାରୁ ସେ କ୍ରମେ ଶାନ୍ତ ହେଲେ । ହିମାଳୟ କୋଳରେ ପୁଣି ସେ ଧ୍ୟାନ କରିବାକୁ ବସିଲେ ।

ସେହି ସମୟରେ ତାରକାସୁର ନାମକ ଏକ ରାକ୍ଷସ ବ୍ରହ୍ମାଙ୍କର ବରପାଇ ଖୁବ ବଳୀୟାନ ହେଲା । ସେ ଧରାକୁ ସରା ମଣିଥିଲା । ସେ ସାରା ସୃଷ୍ଟିକୁ ଧ୍ୱଂସ ମୁଖକୁ ଟାଣିନେଲା । ଏଥିରେ ଦେବଦେବୀମାନେ ମଧ୍ୟ ପ୍ରମାଦ ଗଣିଲେ । ଏହି ବିପଦରୁ ମହାଦେବ ରକ୍ଷା କରି ପାରିବେ ବୋଲି ସେମାନେ ଭାବିଲେ । ତାଙ୍କ ଧ୍ୟାନ ଭାଙ୍ଗି ସଂସାର ଜଞ୍ଜାଳରେ ପୁଣି ବାନ୍ଧିବାକୁ ସେମାନେ ଚେଷ୍ଟା କଲେ ।

ସେତେବେଳେ ଥିଲେ ହିମାଳୟଙ୍କର ସ୍ତ୍ରୀ ମେନକା । ଖୁବ୍ ସୁନ୍ଦରୀ । ଏକ ମନମୋହିନୀ କନ୍ୟାକୁ ଜନ୍ମ ଦେବାପାଇଁ ତାଙ୍କୁ ଦେବଦେବୀମାନେ ପ୍ରାର୍ଥନା କଲେ । ସେହି କନ୍ୟା ହିଁ ପାର୍ବତୀ ନାମରେ ମହେଶ୍ୱରଙ୍କର ପତ୍ନୀ ହେଲେ ତାଙ୍କର ଧ୍ୟାନଭଗ୍ନ ହୋଇପାରିବ ଏବଂ ସେ ସଂସାର ମାୟାରେ ବାନ୍ଧି ହେବେ । ମାତ୍ର ଶିବ ଆଉ ଘର ସଂସାର କରିବାକୁ ନାରାଜ ।

ଏଣେ ପାର୍ବତୀ ତାଙ୍କୁ ସ୍ୱାମୀ ରୂପେ ବରଣ କରି ସାରିଛନ୍ତି । କାମଦେବ ନିଜ ପତ୍ନୀ ରତିଙ୍କ ସହିତ ସେଠାରେ ପହଞ୍ଚିଲେ । ମହାଦେବଙ୍କ ମନରେ ବିବାହ କରିବାର ଇଚ୍ଛା ଜଗାଇବାକୁ ଚେଷ୍ଟା କଲେ । ମାତ୍ର ମହାଦେବ ତାଙ୍କୁ ରାଗରେ ଚାହିଁ ଦେଲେ । ତାଙ୍କ ଆଖିର ନିଆଁରେ କାମଦେବ ପୋଡ଼ି ପାଉଁଶ ହୋଇଗଲେ ।

ମହାଦେବ ପୁଣି ଧ୍ୟାନରେ ବସିଗଲେ । ମାତ୍ର ପାର୍ବତୀ ତାଙ୍କୁ ସ୍ୱାମୀ ରୂପେ ପାଇବାରେ ଅଟଳ । ସେ ନ ଖାଇ ନ ପିଇ ଶିବଙ୍କ ନାମ ଜପିବାରେ ଲାଗିଲେ । ପାର୍ବତୀ ଜୀର୍ଣ୍ଣଶୀର୍ଣ୍ଣ ହେଲେ । ନାରଦଙ୍କ ଉଦ୍ୟମରେ ମହାଦେବ ଶେଷରେ ପାର୍ବତୀଙ୍କୁ ବିବାହ କଲେ ।

ଏଣେ ସ୍ୱାମୀଙ୍କୁ ପାଉଁଶରେ ପରିଣତ ହେବା ଦେଖି ରତି ଅତିଶୟ ଦୁଃଖିତ ହେଲେ । ତାଙ୍କର ଛାତିଫଟା କାନ୍ଦରେ ମହାଦେବଙ୍କ ମନ ଗଭୀର ଦୁଃଖ ଓ ଅନୁତାପରେ ଭରିଗଲା । ସେ ପାଉଁଶଗଦାରୁ ପୁଣି କାମଦେବଙ୍କୁ ନୂଆ ଜନ୍ମ ଦେଲେ । କିନ୍ତୁ ହାୟ, ତାଙ୍କର ପୂର୍ବ ସୌନ୍ଦର୍ଯ୍ୟ କୁଆଡ଼େ ଗଲା ? ତେଣୁ ଉଭୟେ କାମଦେବ ଓ ରତିଦେବୀ ମହାଦେବଙ୍କୁ ଖୁବ୍ ପ୍ରାର୍ଥନା କଲେ । ମହାଦେବ ତ ଆଶୁତୋଷ, ତାଙ୍କ ମନ ଯେମିତି ହଠାତ୍ ବିରକ୍ତ ହୋଇଥାଏ, ସେମିତି ସହଜରେ ସନ୍ତୁଷ୍ଟ ହୋଇଥାଏ । ମହାଦେବଙ୍କ କହିବା ଅନୁସାରେ କାମଦେବ କାମାକ୍ଷା ପାହାଡ଼କୁ ନିର୍ମଳ କଲେ । ସତୀଙ୍କ ଦେହାଂଶ ପଡ଼ିଥିବା ସ୍ଥାନଟି ଉପରେ ବିଶ୍ୱକର୍ମାଙ୍କ ସାହାଯ୍ୟରେ ଏକ ବଡ଼ ମନ୍ଦିର ତୋଳାଇଥିଲେ । କାମାକ୍ଷାଦେବୀଙ୍କ ସେବା ପୂଜା ପରେ ତାଙ୍କ ପୂର୍ବ ଶୋଭା ଫେରିପାଇଥିଲେ ।

ସେତେବେଳେ ଜଣେ ବଡ଼ ରାକ୍ଷସ ଥିଲେ । ତାଙ୍କ ନାଁ ଥିଲା ତାରକାସୁର ବା ନାରକାସୁର । ତାଙ୍କର ରାଜଧାନୀ ଥିଲା ଜ୍ୟୋତିଷପୁର । ଏବେ ତାହା ଗୌହାଟୀ ନାମରେ ଖ୍ୟାତ । ରାମାୟଣ, ମହାଭାରତ ଓ ତନ୍ତ୍ରପୁରାଣରେ ଲେଖାଯାଇଛି ଯେ ନାରକାସୁର ରାକ୍ଷସ ହେଲେ ହେଁ ଆର୍ଯ୍ୟ ସଂସ୍କୃତି ପ୍ରତି ଖୁବ୍ ମନ ଦେଇଥିଲେ । ବିଷ୍ଣୁ ବରାହ ରୂପେ ଜନ୍ମଗ୍ରହଣ କରି ତାଙ୍କ ଉପରେ ସନ୍ତୁଷ୍ଟ ହୋଇଥିଲେ । ତାଙ୍କୁ ପ୍ରାଗ୍ ଜ୍ୟୋତିଷପୁରର ରାଜା କରାଇଥିଲେ ।

ମାଟିମାଆର ଆଶିର୍ବାଦ ଲାଭ କରି ସେ ଭାରି ବଳଶାଳୀ ହେଲେ । ବିଦର୍ଭ ରାଜାଙ୍କ କନ୍ୟା ମାୟାଙ୍କୁ ସେ ବିବାହ କଲେ । ଦେବ, ବ୍ରାହ୍ମଣମାନଙ୍କର ସେବାଯତ୍ନ କରିଥିଲେ । କାମାକ୍ଷାଦେବୀଙ୍କର ବଡ଼ ଭକ୍ତ ହୋଇଥିଲେ ।

ଦ୍ୱାପରର ଶେଷ ଭାଗରେ ସେଠାରେ ଗୋଟିଏ ରାଜ୍ୟ ଥିଲା । ସେଇ ରାଜ୍ୟର ରାଜା ଥିଲେ ବାଣାସୁର । ତାଙ୍କ ସହିତ ତାରକାସୁରର ଭଲ ସମ୍ପର୍କ ଥିଲା । ତା‘ ଫଳରେ ଦେବ ବ୍ରାହ୍ମଣଙ୍କ ସହିତ ତାଙ୍କର ସମ୍ପର୍କ ଖରାପ ହେଲା । ବ୍ରହ୍ମାଙ୍କ ବର ଲାଭରେ ସେ ବଳବାନ ହୋଇଥିଲେ । ଦେବତାମାନେ ଭୟଭୀତ ହେଲେ । ସେମାନେ ବ୍ରହ୍ମାଙ୍କ ପାଖରେ ଗୁହାରି କଲେ ବ୍ରହ୍ମା ପରମ ପିତା ମହାମାୟାଙ୍କ ସାହାଯ୍ୟରେ ଏହି ବିପଦରୁ ଉଦ୍ଧାର ପାଇବେ ବୋଲି ପରାମର୍ଶ ଦେଲେ । କାଳିକା ପୁରାଣ ଅନୁସାରେ ଦିନେ ଋଷି ବଶିଷ୍ଠ ମହାମାୟାଙ୍କୁ ସାକ୍ଷାତ କରି ନାରକାସୁରର ଅତ୍ୟାଚାର କଥା ଜଣାଇଲେ । ସେ (ବଶିଷ୍ଠ) ତାଙ୍କୁ ଅଭିଶାପ ଦେଇ କହିଲେ ଯେ ସେ ବଞ୍ଚିଥିବା ଯାଏ କାମାକ୍ଷା ଦେବୀଙ୍କ ଦର୍ଶନ ଲାଭ କରିପାରିବେ ନାହିଁ । ମହାମାୟା ଏକ ମାୟାର କୁହୁଡ଼ି ସୃଷ୍ଟି କଲେ । ତା‘ ମଧ୍ୟରେ ବିଷ୍ଣୁ ନାରକାସୁରକୁ ହତ୍ୟା କଲେ । ତାଙ୍କର ମୃତ୍ୟୁ ପରେ ରାଜ୍ୟ ଖଣ୍ଡ ବିଖଣ୍ଡିତ ହୋଇଗଲା ।

କୁଚବିହାରର ରାଜା ଦେବୀ କାମାକ୍ଷାଙ୍କ ପୀଠର ବହୁ ଉନ୍ନତି କରିଥିଲେ । ତାଙ୍କର ମହିମା ପ୍ରଚାରରେ ସେ ବହୁ ପଦକ୍ଷେପ ନେଇଥିଲେ । କାମଦେବ ଗଢ଼ିଥିବା ମନ୍ଦିର ଭାଙ୍ଗି ପଡ଼ିଥିଲା । ନୀଳାଚଳ କାମାକ୍ଷାପାହାଡ଼ରେ ଦେବୀଙ୍କ ପୂଜାଋଜା ସବୁ ବନ୍ଦ ହୋଇଯାଇଥିଲା । ତାହା ପୁଣି କିପରି ବିକାଶ ଲାଭ କରିଥିଲା, ସେ ସମ୍ପର୍କରେ ଏକ କାହାଣୀ ରହିଛି ।

Jaganath Mohanty Books Jaganath Mohanty odia Story Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleଗୌହାଟୀ ଦର୍ଶନ
Next Article ଇତିହାସରେ କାମାକ୍ଷା
ଜଗନ୍ନାଥ ମହାନ୍ତି

Related Posts

ଅଭିନବ ବିବାହ

March 16, 2023

ବୋକା ନା ବିବେକୀ?

March 1, 2023

ଘୋରକର ଉଦାରତା

February 1, 2023

ମହାଭାରତ

January 26, 2023

ମହାରାଜାଙ୍କ କଳା

December 21, 2022

ଶକରକନ୍ଦ

December 12, 2022
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.