• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଅନ୍ୟାନ୍ୟ»କଳା ମେଘ ତଳେ ଧଳା କଇଁର ହାଟ
ଅନ୍ୟାନ୍ୟ

କଳା ମେଘ ତଳେ ଧଳା କଇଁର ହାଟ

ଜଗନ୍ନାଥ ମହାନ୍ତିBy ଜଗନ୍ନାଥ ମହାନ୍ତିFebruary 18, 2020No Comments2 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

ରାତି ୪ଟାରେ ନିଦ ଭାଜିଲା । ଟ୍ରେନ୍ ଧୀରେ ଧୀରେ ଚାଲିଥାଏ । ଭୋର ୫ଟାରେ ନିତ୍ୟକର୍ମ ସାରିଦେଲି । ଚଉଦିଗ ଫରଚା ଦିଶିଲା । ଯାତ୍ରୀମାନେ ଗୋଟିଏ ଗୋଟିଏ ଉଠିଲେ । ମେଘୁଆ ସକାଳ । ମାତ୍ର ଚାଷୀଭାଇମାନେ କାମରେ ଲାଗିଥାନ୍ତି । ରେଳରାସ୍ତା କଡ଼ ନୟନଜୋରି ପାଣିରେ ନାଲି ଓ ଧଳା କଇଁ ବହୁ ସଂଖ୍ୟାରେ ଫୁଟିଥାଏ । ଧଳାକଇଁ ତ ଆକାଶ ତାରା ପରି ଉଜ୍ଜ୍ୱଳ ଦିଶୁଥାଏ । କଳାହାଣ୍ଡିଆ ମେଘ ତଳେ ତା‘ର ଉଜ୍ଜ୍ୱଳତା ଆହୁରି ବଢ଼ିଯାଇଥାଏ । ମଝିରେ ମଝିରେ ଝିପ୍ ଝିପ୍ ବର୍ଷା ।

ଜୋରାଇ ଷ୍ଟେସନ ପଡିଲା । ଚା‘ ଗ୍ଲାସେ ପିଇଲି । ଖୁବ୍ ତଟକା । ତା‘ର ମହକ ଭାରି ଭଲ ଲାଗିଲା । ତା‘ପରେ ଶ୍ରୀରାମପୁର ଷ୍ଟେସନ । ଜୱାନମାନେ ବାଲି ବସ୍ତା ଘେରାଇ ତା‘ ଉପରେ ଭାଡ଼ି କରି ଜଗି ବସିଛନ୍ତି । ଚଉତରା ବୋଲି ଆଉ ଏକ ଷ୍ଟେସନ ।

ବୋଡ଼ୋ ଅଞ୍ଚଳ ମଧ୍ୟରେ ଆମେ ଚାଲିଲୁ । ସ୍ତ୍ରୀଲୋକମାନେ ଚାଲିଥାନ୍ତି । ସେମାନଙ୍କର ଗଢ଼ଣ ଓ ସ୍ୱାସ୍ଥ୍ୟ ସୁନ୍ଦର । ପାହାଡ଼ ଘେରା ଅଞ୍ଚଳ । ଦୂର ପାହାଡ଼ ଉପରେ ନୂଆ ମେଘ । ଧୋବ ଫର୍ ଫର୍ ଭିଣାତୂଳା ପରି ଦେଖାଯାଉଥାଏ । ପାହାଡ଼ର ସବୁଜ ସୁନ୍ଦର ମଥାନ ଉପରେ ତାହା ଭାସି ଯାଉଥାଏ ।

ବହୁ ଦିନରୁ ଶୁଣିଥିବା ଓ ଖବରକାଗଜରୁ ପଢ଼ିଥିବା କୋକ୍ରାଝର ଷ୍ଟେସନ ପଡ଼ିଲା । ଭାବିଲି କେଉଁଠି ସୁନ୍ଦର ଝରଣା ଥିବ । ଜଣେ ଯୁବକବନ୍ଧୁ ମୋର ପାଣି ବୋତଲ ନେଇ ଷ୍ଟେସନ ଟ୍ୟୁବୱେଲରୁ ଭର୍ତ୍ତି କରି ଆଣିଲେ । ଖୁବ୍ ନିର୍ମଳ ଜଳ । କେଦାର ଗୌରୀ ପାଣି ପରି ଟିକିଏ ଆମ୍ବିଳିଆ ଲାଗୁଥିଲା । ସମ୍ଭବତଃ ଧାତବ ଗୁଣ ଯୋଗୁ । ତା’ପରେ ବାସୁଗାଓଁ, ନୂଆ ବୋଙ୍ଗାଇଗାଓଁ , ନଳବାଡ଼ି ଷ୍ଟେସନମାନ ମାନ ପଡ଼ିଲା । ଗୌହାଟୀ ଆଉ ସେଠାରୁ ଘଣ୍ଟାକର ବାଟ । ମନ ଉଚ୍ଚାଟ ହୋଇ ଉଠିଲା । ମାତ୍ର ସେତେବେଳକୁ ବାରଟା ବାଜିଲାଣି ।

 

Jaganath Mohanty Books Jaganath Mohanty odia Story Odia Stort
Share. Facebook Twitter Pinterest LinkedIn Tumblr Reddit Email
Previous Articleବୋଡ଼ୋ ଗଣ୍ଡଗୋଳ ଯୋଗୁଁ ହଇରାଣ
Next Article ସମସ୍ତେ ଯେମିତି ସ୍ୱାଗତ କଲେ
ଜଗନ୍ନାଥ ମହାନ୍ତି

Related Posts

କଥାର ଲଥା

February 26, 2020

କବଚ

February 25, 2020

ଓଡିଆ ଭାଗବତ ନବମ ସ୍କନ୍ଧ

February 25, 2020

ଓଡ଼ିଆ ଭାଗବତ ଅଷ୍ଟମ ସ୍କନ୍ଧ

February 25, 2020

ଓଡ଼ିଆ ଭାଗବତ ସପ୍ତମ ସ୍କନ୍ଧ

February 25, 2020

ଓଡ଼ିଆ ଭାଗବତ ଷଷ୍ଠ ସ୍କନ୍ଧ

February 25, 2020
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.