• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»Kahara Sikhya Labha
ଗଳ୍ପ

Kahara Sikhya Labha

Liza SBy Liza SNovember 6, 2022No Comments7 Mins Read
Facebook Twitter Pinterest Reddit LinkedIn Tumblr Email
Odia Story Kahara Sikhya-Labha
Odia Story Kahara Sikhya-Labha
Share
Facebook Twitter Pinterest Reddit Email

ସେତେବେଳେ ଗୋଟାଏ ପାଞ୍ଚବର୍ଷର ଶିଶୁ ପଣ୍ଡିତଙ୍କ ପାଖରେ ବସି ଅକ୍ଷର ଶିଖୁଥାଏ । ପଣ୍ଡିତେ ରମେଶକୁ କହିଲେ, “ହତଭାଗା! ଦେଖ, ଏ ପାଞ୍ଚବର୍ଷର ଶିଶୁ କିପରି ବର୍ଣ୍ଣମାଳା ଶିଖି ଗଲାଣି! ହେଲେ ତୁ ପାରୁ ନାହୁଁ ।”

ରମେଶ ଜବାବ୍ ଦେଲା “ଗୁରୁଜୀ! ମୋତେ ସିନା ପାଞ୍ଚବର୍ଷ ହୋଇଥିଲେ ମୁଁ ପାରନ୍ତି! ମୋତେ ତ ବାର ବର୍ଷ ।”

ପଣ୍ଡିତ କହିଲେ “ବୁଦ୍ଧୁ! ଅକ୍ଷର ଶିଖିବା ପାଇଁ ବୟସ କମ୍ ହେବା କିଛିବି ଦରକାର ନାହିଁ । ଗୋଟାଏ ଯୁବକକୁ ଡାକି ଆଣ । ତାକୁ ବି ଶିଖାଇ ଦେବି ।”

ରମେଶ ଜଣେ କୋଡିଏ ବର୍ଷର ଯୁବକକୁ ଡାକି ଆଣିଲା । ଘଂଟାକ ଭିତରେ ପଣ୍ଡିତେ ତାକୁ କେତୋଟି ଅକ୍ଷର ଶିଖାଇ ଦେଲେ । ରମେଶ କହିଲା, “ଦେଖନ୍ତୁ, ଏହାର ବୟସ କୋଡିଏ ବର୍ଷ ବୋଲି ଇଏ ଶିଖି ପାରିଲା । ମୋତେ ଯେତେବେଳେ କୋଡିଏ ବର୍ଷ ହେବ, ମୁଁ ବି ଶିଖି ଯିବି!”

ପଣ୍ଡିତ ପଚାରିଲେ “ପୁଣି ତୁ ତୋ ବୋକାମି ବାହାର କଲୁ! ତୋ ବୟସର ପିଲାଏଁ ଅକ୍ଷର ଶିଖିବାରେ ବାଧା କ’ଣ?” ସେ ପୁଣି କହିଲେ, “ରହ, ତୋ ବୟସର ଗଣ୍ଡାଏ ପିଲାଙ୍କୁ ତୋ ଆଗରେ ଅକ୍ଷର ଶିଖାଇ ଦେଉଛି ।”

ଏହା କହି ପଣ୍ଡିତେ ବାର ବରଷର କେତୋଟି ପିଲାଙ୍କୁ ଖୋଜିବାକୁ ବାହାରିଗଲେ । କିନ୍ତୁ ସେ ବୟସର ସବୁ ପିଲାଏ ଅକ୍ଷର ଶିଖି ଯାଇଥିଲେ । ତେଣୁ ସେ ତାଙ୍କ କଥା ପ୍ରମାଣ କରିବାର ଆଉ ସୁଯୋଗ ପାଇଲେ ନାହିଁ ।

“ଶୁଣ ରମେଶ, ସମସ୍ତେ ଲେଖା ପଢା ଶିଖିଥିବେ, ତୁ ଶିଖିବୁ ନାହିଁ । ଏଥିରେ ତୋତେ ଅପମାନ ଲାଗିବ ନାହିଁ?” ପଣ୍ଡିତ ଏଥର ଅନ୍ୟ ଉପାୟରେ ରମେଶ ଭିତରେ ପାଠ ପ୍ରତି ଆଗ୍ରହ ସୃଷ୍ଟି କରିବାର ଚେଷ୍ଟା କଲେ ।

ରମେଶ ଯୁକ୍ତି ବାଢି କହିଲା “ନାହିଁ ଆଜ୍ଞା, ମୋତେ ଅପମାନ ଲାଗିବ ନାହିଁ । ସେଦିନ ଲୋକେ କହୁଥିଲେ ଏ ପଣ୍ଡିତକୁ ଖାଲି ପାଠଶାଠ ଛଡା ଆଉ କିଛିବି ଆସେ ନାହିଁ । ସେଥିରେ କ’ଣ ଆପଣଙ୍କର ଅପମାନ ହେଲାନି କି? ସେମିତି ଲୋକେ କହିବେ ରମେଶକୁ କାମଦାମ ଛଡା ଆଉ କିଛିବି ଆସେ ନାହିଁ । ମୋର ଅପମାନ ହେବ କାହିଁକି?”

ରମେଶର ଏ ଉତ୍ତର ଉପରେ ପଣ୍ଡିତେ କି ଜବାବ୍ ଦେବେ କିଛିବି ଠିକ୍ କରି ପାରିଲେ ନାହିଁ । ସେ ରାଗିଯାଇ କହିଲେ, “ଶୁଣ, ତୁ ଅକ୍ଷରମାଳା ଶିଖି ନ ପାରିଲେ ମାଡ ଖାଇବୁ!”

ରମେଶ ଧୀର ସ୍ଥିର ଭାବରେ କହିଲା “ଗୁରୁଜୀ! ମୁଁ ସିନା ପାଠରେ ଭୁଲ୍ କଲେ ମାଡ ଦେବେ! ହେଲେ ମୁଁ ତ ଯମାରୁ ପାଠ ଜାଣେ ନାହିଁ । କାହିଁକି ମାଡ ଦେବେ? ମୋତେ ପାଠ ପଢାଇବା ଭଳି ଓସ୍ତାଦ୍ ଗୁରୁ ନାହାଁନ୍ତି । ସେଥିରେ ମୋର କ’ଣ ଭୁଲ୍?”

ପଣ୍ଡିତ ସ୍ତମ୍ଭିଭୁତ ହୋଇ ରହିଲେ । ତା’ପରେ ସେ କହିଲେ, “ବାପା ତୋର ଶିକ୍ଷା ଲାଭ ସମାପ୍ତ ହେଲା । ତୁ ଏଥର ଏଠୁ ଯାଇ ପାରୁ ।”

ରମେଶ ଖୁସି ହୋଇ ଘରକୁ ଚାଲିଗଲା । ପରଦିନ ତା’ ବାପା ଆସି ପଣ୍ଡିତଙ୍କ ପାଖରେ ପହଁଚିଲେ ଓ କହିଲେ, “ଆଜ୍ଞା, ପିଲାଟାକୁ କାହିଁକି ପଠାଇଦେଲେ? ସେ ତ ଗୋଟାଏ ବି ଅକ୍ଷର ଶିଖି ନାହିଁ । କିପରି ଶିକ୍ଷାଲାଭ ସମାପ୍ତ ହେଲା?”

ପଣ୍ଡିତ କହିଲେ “ବାବୁ, ତା’ ଶିକ୍ଷା ଲାଭ ସମାପ୍ତ ବୋଲି ମୁଁ କହିନାହିଁ, ମୋ ଶିକ୍ଷାଲାଭ ସମାପ୍ତ ହେଲା । ସେ ମୋତେ ଯେତିକି ଶିକ୍ଷା ଦେବାର, ଦେଇଛି । ମୁଁ ଆଉ କିଛି ମଧ୍ୟ କରିପାରିବି ନାହିଁ ।” ଏହାପରେ ରମେଶର ବାପା ସେଠୁ ଫେରିଗଲେ ।

ରମେଶ ଜମିଜମା କାମରେ ହାତ ଦେଲା । ସେ ଖୁବ୍ ଶୀଘ୍ର ଉନ୍ନତି କରିବାକୁ ଲାଗିଲା । ସେ ସତ୍ ଏବଂ ସବୁ କାମ ନିଷ୍ଠାର ସହକାରେ କରୁଥାଏ । ତାକୁ ଯେତେବେଳେ ମାତ୍ର କୋଡିଏ ବର୍ଷ ବୟସ, ସେତେବେଳକୁ ସେ କିଛି ଅଧିକା ଜମିଜମା ବି କରିବାକୁ ସମର୍ଥ ହେଲାଣି!

ସମୟ ଗଡି ଚାଲିଲା ।

ସେତେବେଳକୁ ସେ ଅନୁଭବ କଲା କି ଟିକିଏ ଲେଖାପଢା ଶିଖିଲେ ବହୁତ ସୁବିଧା ହେବ । ଏହା ଚିନ୍ତାକରି ସେ ଯାଇ ଗୁରୁଜୀଙ୍କ ପାଖରେ ପହଁଚିଲା ଓ ତିନିମାସ ଭିତରେ ବେଶ୍ କିଛି ଲେଖାପଢା ଶିଖିଗଲା ।

ସେ ଦିନେ ହସି ହସି କହିଲା, “ଗୁରୁଜୀ! ମୁଁ ଆପଣଙ୍କୁ କହୁଥିଲିଟି, ଜଣେ ପାଞ୍ଚବର୍ଷରେ ଶିଖେ ନ ହେଲେ କୋଡିଏ ବର୍ଷରେ ଶିଖେ!”

ଗୁରୁଜୀ କହିଲେ “ହଁ ବାପା, ତୁ ଠିକ୍ କହୁଥିଲୁ ।” “ଯେଯାଏଁ ତୁ ନିଜେ ଇଚ୍ଛା କରୁ ନଥିଲୁ, ସେଯାଏଁ ତୋତେ କେହି ମଧ୍ୟ ଶିଖାଇ ପାରୁ ନଥିଲେ । ଯେତେବେଳେ ତୁ ନିଜେ ଇଚ୍ଛା କଲୁ, ମାତ୍ର ତିନି ମାସରେ ଦୁଇ ବର୍ଷର ପାଠ ଶିଖିଗଲୁ । ତୋଠୁଁ ମୁଁ ଏହି ଶିକ୍ଷାଲାଭ କଲି ଯେ ମଣିଷ ନିଜେ ଇଚ୍ଛା ନକଲେ ତାକୁ କେହି ବି ଜ୍ଞାନ ଦେଇ ପାରେନାହିଁ!”

ବାପା ଖୁସି ହୋଇ ରମେଶକୁ ସେଠି ଛାଡି ବିଦାୟ ନେଲେ । ପଣ୍ଡିତ ରମେଶକୁ ଗୋରୁଗାଈଙ୍କ ତତ୍ତ୍ଵନେବା କାମରେ ଲଗାଇ ଦେଲେ । ସାରାଦିନ ରମେଶ ଭଲ ଭାବରେ କାମ କଲା । ସଂନ୍ଧ୍ୟାବେଳକୁ ପଣ୍ଡିତେ କହିଲେ, “ବାପା! ସିଲଟ ଖଡି ଧରି ବସ । ବହୁତ ପରିଶ୍ରମ କଲୁଣି । ଏବେ ଟିକିଏ ଆରାମରେ ଅକ୍ଷର ଶିଖ ।”

ରମେଶ ବିନା ସଙ୍କୋଚରେ କହିଲା “ଗୁରୁଜୀ! ଅକ୍ଷର ଶିଖିବାରେ ଆରାମ କ’ଣ? ମୁଁ କାମଦାମ କରିବି । ଯେତେଇଚ୍ଛା କାମ ଦିଅନ୍ତୁ ।”

ଆହୁରି ଚାରି ପାଞ୍ଚଦିନ ଗଲା । ପଣ୍ଡିତେ ଭାବୁଥାନ୍ତି, କାମଦାମ କରି ହାଲିଆ ହୋଇଗଲେ ସେଥିରୁ ନିଷ୍କୃତି ପାଇବା ନିମନ୍ତେ ଅନ୍ତତଃ ରମେଶ ପାଠ ପଢାରେ ମନ ଦେବ । କିନ୍ତୁ ସେଭଳି କୌଣସି ଲକ୍ଷଣ ଦେଖାଗଲା ନାହିଁ ।

ପଣ୍ଡିତ ତାକୁ ଡାକି କହିଲେ, “ଦେଖ ବାପା, ପବନରେ ଉଡିବା ସମ୍ଭବ । ପାଣି ଉପରେ ଚାଲିବା ମଧ୍ୟ ସମ୍ଭବ । ତୁ ସେସବୁ ଶିଖିବୁ?”

ରମେଶ ଉତ୍ସାହରେ କହିଲା “ହଁ, ହଁ । ଖୁବ୍ ମଜା ହେବ । ଶିଖାଇ ଦିଅନ୍ତୁ ।”

“ବେଶ୍ ଭଲ କଥା । କିନ୍ତୁ ସେଥିପାଇଁ ପ୍ରଥମେ ଅକ୍ଷର ଶିଖିବା ଆବଶ୍ୟକ ।”

ପଣ୍ଡିତଙ୍କଠୁଁ ଏକଥା ଶୁଣି ରମେଶ ସିଲଟ ଖଡି ଧରିଲା । ସାରା ଦିନ ‘ଅ’ ଉପରେ ଗାର ବୁଲାଇବା ସତ୍ତ୍ୱେ ନିଜେ କେବଳ ଅଧା ‘ଅ’ ଲେଖି ପାରିଲା । ସଂନ୍ଧ୍ୟା ବେଳକୁ ସେ କହିଲା, “ଗୁରୁଜୀ, ଯେତିକି ଶିଖିଲିଣି, ସେତିକିରେ ସେ ଆମ୍ବଗଛ ଉପରକୁ ଉଡିଯାଇ ଆମ୍ବ ତୋଳି ପାରିବି?”

ପଣ୍ଡିତେ ଗମ୍ଭୀର ହୋଇ କହିଲେ “ନା, ନା । ବହୁତ ବେଶି ଶିଖିବାକୁ ହେବ ।”

ରମେଶ ପଚାରିଲା “ଆଚ୍ଛା ଗୁରୁଜୀ, ଆପଣ ତ ବହୁତ କିଛି ବିଦ୍ୟା ଶିଖିଛନ୍ତି । ଆପଣ ଥରେ ଉଡିଲେ ଦେଖିବା!”
ଏଥର ସେ ପଣ୍ଡିତେ ବଡ ଅଡୁଆରେ ପଡିଲେ ଓ କହିଲେ, “ବୋକା! ମୁଁ କ’ଣ ସତରେ ଉଡିବା କଥା କହୁଥିଲି? ମୁଁ ଜ୍ଞାନ-ଆକାଶରେ ବିଚରଣ କରିବା କଥା କହୁଥିଲି; ଜ୍ଞାନ ସମୁଦ୍ର ଉପରେ ଚାଲିବା କଥା କହୁଥିଲି!”

ରମେଶ କହିଲା “ଆଜ୍ଞା ମୋର ସେସବୁରେ କ’ଣ ପ୍ରୟୋଜନ!”

ସେତେବେଳେ ଗୋଟାଏ ପାଞ୍ଚବର୍ଷର ଶିଶୁ ପଣ୍ଡିତଙ୍କ ପାଖରେ ବସି ଅକ୍ଷର ଶିଖୁଥାଏ । ପଣ୍ଡିତେ ରମେଶକୁ କହିଲେ, “ହତଭାଗା! ଦେଖ, ଏ ପାଞ୍ଚବର୍ଷର ଶିଶୁ କିପରି ବର୍ଣ୍ଣମାଳା ଶିଖି ଗଲାଣି! ହେଲେ ତୁ ପାରୁ ନାହୁଁ ।”

ରମେଶ ଜବାବ୍ ଦେଲା “ଗୁରୁଜୀ! ମୋତେ ସିନା ପାଞ୍ଚବର୍ଷ ହୋଇଥିଲେ ମୁଁ ପାରନ୍ତି! ମୋତେ ତ ବାର ବର୍ଷ ।”

ପଣ୍ଡିତ କହିଲେ “ବୁଦ୍ଧୁ! ଅକ୍ଷର ଶିଖିବା ପାଇଁ ବୟସ କମ୍ ହେବା କିଛିବି ଦରକାର ନାହିଁ । ଗୋଟାଏ ଯୁବକକୁ ଡାକି ଆଣ । ତାକୁ ବି ଶିଖାଇ ଦେବି ।”

ରମେଶ ଜଣେ କୋଡିଏ ବର୍ଷର ଯୁବକକୁ ଡାକି ଆଣିଲା । ଘଂଟାକ ଭିତରେ ପଣ୍ଡିତେ ତାକୁ କେତୋଟି ଅକ୍ଷର ଶିଖାଇ ଦେଲେ । ରମେଶ କହିଲା, “ଦେଖନ୍ତୁ, ଏହାର ବୟସ କୋଡିଏ ବର୍ଷ ବୋଲି ଇଏ ଶିଖି ପାରିଲା । ମୋତେ ଯେତେବେଳେ କୋଡିଏ ବର୍ଷ ହେବ, ମୁଁ ବି ଶିଖି ଯିବି!”

ପଣ୍ଡିତ ପଚାରିଲେ “ପୁଣି ତୁ ତୋ ବୋକାମି ବାହାର କଲୁ! ତୋ ବୟସର ପିଲାଏଁ ଅକ୍ଷର ଶିଖିବାରେ ବାଧା କ’ଣ?” ସେ ପୁଣି କହିଲେ, “ରହ, ତୋ ବୟସର ଗଣ୍ଡାଏ ପିଲାଙ୍କୁ ତୋ ଆଗରେ ଅକ୍ଷର ଶିଖାଇ ଦେଉଛି ।”

ଏହା କହି ପଣ୍ଡିତେ ବାର ବରଷର କେତୋଟି ପିଲାଙ୍କୁ ଖୋଜିବାକୁ ବାହାରିଗଲେ । କିନ୍ତୁ ସେ ବୟସର ସବୁ ପିଲାଏ ଅକ୍ଷର ଶିଖି ଯାଇଥିଲେ । ତେଣୁ ସେ ତାଙ୍କ କଥା ପ୍ରମାଣ କରିବାର ଆଉ ସୁଯୋଗ ପାଇଲେ ନାହିଁ ।

“ଶୁଣ ରମେଶ, ସମସ୍ତେ ଲେଖା ପଢା ଶିଖିଥିବେ, ତୁ ଶିଖିବୁ ନାହିଁ । ଏଥିରେ ତୋତେ ଅପମାନ ଲାଗିବ ନାହିଁ?” ପଣ୍ଡିତ ଏଥର ଅନ୍ୟ ଉପାୟରେ ରମେଶ ଭିତରେ ପାଠ ପ୍ରତି ଆଗ୍ରହ ସୃଷ୍ଟି କରିବାର ଚେଷ୍ଟା କଲେ ।

ରମେଶ ଯୁକ୍ତି ବାଢି କହିଲା “ନାହିଁ ଆଜ୍ଞା, ମୋତେ ଅପମାନ ଲାଗିବ ନାହିଁ । ସେଦିନ ଲୋକେ କହୁଥିଲେ ଏ ପଣ୍ଡିତକୁ ଖାଲି ପାଠଶାଠ ଛଡା ଆଉ କିଛିବି ଆସେ ନାହିଁ । ସେଥିରେ କ’ଣ ଆପଣଙ୍କର ଅପମାନ ହେଲାନି କି? ସେମିତି ଲୋକେ କହିବେ ରମେଶକୁ କାମଦାମ ଛଡା ଆଉ କିଛିବି ଆସେ ନାହିଁ । ମୋର ଅପମାନ ହେବ କାହିଁକି?”

ରମେଶର ଏ ଉତ୍ତର ଉପରେ ପଣ୍ଡିତେ କି ଜବାବ୍ ଦେବେ କିଛିବି ଠିକ୍ କରି ପାରିଲେ ନାହିଁ । ସେ ରାଗିଯାଇ କହିଲେ, “ଶୁଣ, ତୁ ଅକ୍ଷରମାଳା ଶିଖି ନ ପାରିଲେ ମାଡ ଖାଇବୁ!”

ରମେଶ ଧୀର ସ୍ଥିର ଭାବରେ କହିଲା “ଗୁରୁଜୀ! ମୁଁ ସିନା ପାଠରେ ଭୁଲ୍ କଲେ ମାଡ ଦେବେ! ହେଲେ ମୁଁ ତ ଯମାରୁ ପାଠ ଜାଣେ ନାହିଁ । କାହିଁକି ମାଡ ଦେବେ? ମୋତେ ପାଠ ପଢାଇବା ଭଳି ଓସ୍ତାଦ୍ ଗୁରୁ ନାହାଁନ୍ତି । ସେଥିରେ ମୋର କ’ଣ ଭୁଲ୍?”

ପଣ୍ଡିତ ସ୍ତମ୍ଭିଭୁତ ହୋଇ ରହିଲେ । ତା’ପରେ ସେ କହିଲେ, “ବାପା ତୋର ଶିକ୍ଷା ଲାଭ ସମାପ୍ତ ହେଲା । ତୁ ଏଥର ଏଠୁ ଯାଇ ପାରୁ ।”

ରମେଶ ଖୁସି ହୋଇ ଘରକୁ ଚାଲିଗଲା । ପରଦିନ ତା’ ବାପା ଆସି ପଣ୍ଡିତଙ୍କ ପାଖରେ ପହଁଚିଲେ ଓ କହିଲେ, “ଆଜ୍ଞା, ପିଲାଟାକୁ କାହିଁକି ପଠାଇଦେଲେ? ସେ ତ ଗୋଟାଏ ବି ଅକ୍ଷର ଶିଖି ନାହିଁ । କିପରି ଶିକ୍ଷାଲାଭ ସମାପ୍ତ ହେଲା?”

ପଣ୍ଡିତ କହିଲେ “ବାବୁ, ତା’ ଶିକ୍ଷା ଲାଭ ସମାପ୍ତ ବୋଲି ମୁଁ କହିନାହିଁ, ମୋ ଶିକ୍ଷାଲାଭ ସମାପ୍ତ ହେଲା । ସେ ମୋତେ ଯେତିକି ଶିକ୍ଷା ଦେବାର, ଦେଇଛି । ମୁଁ ଆଉ କିଛି ମଧ୍ୟ କରିପାରିବି ନାହିଁ ।” ଏହାପରେ ରମେଶର ବାପା ସେଠୁ ଫେରିଗଲେ ।

ରମେଶ ଜମିଜମା କାମରେ ହାତ ଦେଲା । ସେ ଖୁବ୍ ଶୀଘ୍ର ଉନ୍ନତି କରିବାକୁ ଲାଗିଲା । ସେ ସତ୍ ଏବଂ ସବୁ କାମ ନିଷ୍ଠାର ସହକାରେ କରୁଥାଏ । ତାକୁ ଯେତେବେଳେ ମାତ୍ର କୋଡିଏ ବର୍ଷ ବୟସ, ସେତେବେଳକୁ ସେ କିଛି ଅଧିକା ଜମିଜମା ବି କରିବାକୁ ସମର୍ଥ ହେଲାଣି!

ସମୟ ଗଡି ଚାଲିଲା ।

ସେତେବେଳକୁ ସେ ଅନୁଭବ କଲା କି ଟିକିଏ ଲେଖାପଢା ଶିଖିଲେ ବହୁତ ସୁବିଧା ହେବ । ଏହା ଚିନ୍ତାକରି ସେ ଯାଇ ଗୁରୁଜୀଙ୍କ ପାଖରେ ପହଁଚିଲା ଓ ତିନିମାସ ଭିତରେ ବେଶ୍ କିଛି ଲେଖାପଢା ଶିଖିଗଲା ।

ସେ ଦିନେ ହସି ହସି କହିଲା, “ଗୁରୁଜୀ! ମୁଁ ଆପଣଙ୍କୁ କହୁଥିଲିଟି, ଜଣେ ପାଞ୍ଚବର୍ଷରେ ଶିଖେ ନ ହେଲେ କୋଡିଏ ବର୍ଷରେ ଶିଖେ!”

ଗୁରୁଜୀ କହିଲେ “ହଁ ବାପା, ତୁ ଠିକ୍ କହୁଥିଲୁ ।” “ଯେଯାଏଁ ତୁ ନିଜେ ଇଚ୍ଛା କରୁ ନଥିଲୁ, ସେଯାଏଁ ତୋତେ କେହି ମଧ୍ୟ ଶିଖାଇ ପାରୁ ନଥିଲେ । ଯେତେବେଳେ ତୁ ନିଜେ ଇଚ୍ଛା କଲୁ, ମାତ୍ର ତିନି ମାସରେ ଦୁଇ ବର୍ଷର ପାଠ ଶିଖିଗଲୁ । ତୋଠୁଁ ମୁଁ ଏହି ଶିକ୍ଷାଲାଭ କଲି ଯେ ମଣିଷ ନିଜେ ଇଚ୍ଛା ନକଲେ ତାକୁ କେହି ବି ଜ୍ଞାନ ଦେଇ ପାରେନାହିଁ!”

New odia story Odia Gapa Odia Story
Share. Facebook Twitter Pinterest LinkedIn Tumblr Reddit Email
Previous ArticleBhai Bhaga
Next Article Mahabharat
Liza S

Related Posts

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023

ବନ୍ଧୁମିଳନ

March 25, 2023

ବୀଣାର ବିବାହ

March 24, 2023

ପଦବୀର ବଳ

March 23, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.