କୈଳାସରେ ଭଗବାନ୍ ଶିବ ବସିଥିଲେ । ତାଙ୍କ ପାଖରେ ନନ୍ଦି ଭୃଙ୍ଗୀ ଥିଲେ । ଏହି ସମୟରେ ଏକ ଭୟାନକ ଶବ୍ଦ ହେଲା । ସେମାନେ ପଚାରିଲେ “ପ୍ରଭୁ, କାହାର ଶବ୍ଦ ହେଲା ?”
ଶିବ କହିଲେ, “ରାବଣ ଜନ୍ମ ହେଲା ନା ! ସେଥିାଇଁ ଏପରି ଶବ୍ଦ ହେଲା ।“
ଆଉ କିଛି ସମୟପରେ ପୁଣି ଏକ ଭୟାନକ ଶବ୍ଦ ହେଲା । ନନ୍ଦି ପଚାରିଲେ, “ପ୍ରଭୁ, ଏ ପୁଣି କାହାର ଶବ୍ଦ ।“
ଶିବ ହସି ହସି କହିଲେ, “”ବତ୍ସ, ଏହା ରାବଣବଧର ଶବ୍ଦ ।
ଜନ୍ମମୃତ୍ୟୁ ଭେଳକି ପରି । ଲୋକଟି ଏବେ ଅଛି, ପୁଣି କିଛି କାଳ ପରେ ନାହିଁ । ସଂସାରରେ ସବୁ ଅନିତ୍ୟ । କେବଳ ଈଶ୍ୱର ହିଁ ସତ୍ୟ ।