ଦୁଇ ଜଣ ବନ୍ଧୁ ବୁଲୁ ବୁଲୁ ଦେଖିଲେ, ଏକ ସ୍ଥାନରେ ଭାଗବତ ପଢ଼ାଯାଉଚି ।
ଜଣେ କହିଲା, “”ଚାଲ ଭାଇ, ଭାଗବତ ଶୁଣିବା ।
ଅନ୍ୟ ଜଣକ କହିଲା, “”ନା ଭାଇ, ଭାଗବତ ଶୁଣି ଲାଭ କଣ ? ବେଶ୍ୟାଳୟ ଯାଇ ଆମୋଦ ପ୍ରମୋଦ କରିବା ।
ପ୍ରଥମ ଜଣକ ସେଥିରେ ରାଜି ହେଲା ନାହିଁ । ସେ କହିଲା, ତୁ ଯାଉଚୁ ଯା, ମୁଁ ଭାଗବତ ଶୁଣିବି । ସେ ଭାଗବତ ଶୁଣିବାକୁ ଚାଲିଗଲା ଏବଂ ଦ୍ୱିତୀୟ ଜଣକ ମଉଜ ମଜଲିସପାଇଁ ବେଶ୍ୟାଳୟକୁ ଗଲା ।
କିନ୍ତୁ ବେଶ୍ୟାଳୟର ଆମୋଦରେ ତାର ମନ ଲାଗିଲା ନାହିଁ । ସେ ଭାବିବାକୁ ଲାଗିଲା, ହାୟ, ହାୟ, ମୁଁ କାହିଁକି ଏଠାକୁ ଆସିଲି । ମୋର ବନ୍ଧୁ ସେଠାରେ ବସି କେତେ ହରିଗୁଣ ଗାନ ଶୁଣୁଥିବ ଓ ତାର ହୃଦୟ ପବିତ୍ର ହେଉଥିବ । ସେ ବେଶ୍ୟାଳୟରେ ଥାଇ କେବଳ ସେହି କଥା ଚିନ୍ତା କରିବାକୁ ଲାଗିଲା ।
ଏଣେ ପ୍ରଥମ ବନ୍ଧୁ, ଯେ ଭାଗବତ ଶୁଣିବାପାଇଁ ଯାଇଥିଲା, ତାର ଭାଗବତ ଶୁଣିବାରେ ମନ ଲାଗିଲା ନାହିଁ । ସେ ଭାବିବାକୁ ଲାଗିଲା, ହାୟ, ହାୟ, ମୁଁ ଏଠିକି କାହିଁକି ଆସିଲି । ମୋର ବନ୍ଧୁ ସେଠାରେ କେତେ ଆମୋଦ କରୁଥିବ ।
ଫଳରେ ଏଇଆ ହେଲା, ଯେଉଁ ବନ୍ଧୁ ଭାଗବତ ଶୁଣିବାକୁ ଯାଇଥିଲା, ତାକୁ ବେଶ୍ୟାଳୟ ଯିବାର ଫଳ ମିଳିଲା ଏବଂ ଯେ ବେଶ୍ୟାଳୟକୁ ଯାଇଥିଲା, ତାକୁ ଭାଗବତ ଶୁଣିବାର ଫଳ ମିଳିଲା । ଯାହାର ଯେପରି ଚିନ୍ତା, ଯେପରି ଭାବ, ତାକୁ ସେହିପରି ଫଳ ମିଳେ ।