• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»କାବ୍ୟ ଓ କବିତା»ପ୍ରସିଦ୍ଧ କବିତା»ଜଗନ୍ନାଥ ଜଣାଣ
ପ୍ରସିଦ୍ଧ କବିତା

ଜଗନ୍ନାଥ ଜଣାଣ

ବଳଦେବ ରଥBy ବଳଦେବ ରଥFebruary 22, 2020No Comments2 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

(ରାଗ: ତୋଡ଼ିପରଜ)

କ୍ଷୀରମୟ ସିନ୍ଧୁ–ଜେମାଜୀବବନ୍ଧୁ, ତୁମ୍ଭେ ତ ଜଗତପତି। ଟେକି ସମ–ଦୃଷ୍ଟିପତାକାକୁ ପୁଣି ଏ କି ପକ୍ଷପାତ ରୀତି ହେ ମହାପ୍ରଭୁ। କେ କି କଲା ମୁଁ ନ କଲି। କେ କି ଦେଲା ଅବା ମୁଁ ଅବା ନ ଦେବା ଘେନି ଏତେ ସରି ହେଲି ହେ ମହାପ୍ରଭୁ। ୧ ।


ମୃଗ ଯୁବତୀକି ରଖିଲ ଯେ ନାଶି ମୃଗୟୁ ବିଦ୍ୱେଷ ଦାଉ। ଚରଣପଙ୍କଜ ସ୍ମରଣ ବିନା ସେ କିସ କରିଥିଲା ଆଉ ହେ ମହାପ୍ରଭୁ। କୁମ୍ଭୀର ଗ୍ରାସନ୍ତେ ଗାତ୍ର। ଜନେ କହିବାରେ ଅନେକପ–ରଜା ମନେ କଲା ସିନା ମାତ୍ର ହେ ମହାପ୍ରଭୁ। ୨ ।


ନୃପସଭା ମଧ୍ୟେ ଅସ୍ଥିର ହୁଅନ୍ତେ ଦ୍ରୁପଦସୁତା ଆବର। ଧ୍ୟାନରୁ ତ ଆନ କିଛି କରିବାର କାନ ଶୁଣି ନାହିଁ ମୋର ହେ ମହାପ୍ରଭୁ। ହିତେ ଯେ ଥାଅ ନିରତେ। ଲାଞ୍ଚ ଦେଇଥିଲେ କାଞ୍ଚନ କେତେ କି ପାଞ୍ଚ ପଣ୍ଡୁରାଜା ସୁତେ ହେ ମହାପ୍ରଭୁ। ୩ ।


ରୂପରେ କେଳତି ଉପରେ ପତାକା ଦିଆଇଲ ଯେ କୁଜି କି। ଯାହା ହୋଇଥିଲା ଯାହା ହେଲା ତୁମ୍ଭ ପ୍ରସାଦବଶୁଁ ରଜକୀ ହେ ମହାପ୍ରଭୁ। ଜଗତେ ତ ତାହା ଜଣା। ଅନ୍ଧକୁ ନେତ୍ର ମିଳିବାରୁ ହୋଇଛି ଯଶ ଡିଣ୍ଡିମ ବାଜଣା ହେ ମହାପ୍ରଭୁ। ୪ ।


ନଳକୁବରଙ୍କ ଚରିତକୁ ବୁଧେ ବଳକୁ ଅଛନ୍ତି ଏବେ। ପ୍ରହ୍ଲାଦକୁ ମହା ଆହ୍ଲାଦ ଆପଣ କରିଛ ପରା ପୁରୁବେ ହେ ମହାପ୍ରଭୁ। ମୁନିଙ୍କ ଆଶ୍ରମ ଶିଳା। ତୁମ୍ଭଙ୍କୁ କି ଉପକାର କରି ରୂପବତୀ ହୋଇ ବିଳସିଲା ହେ ମହାପ୍ରଭୁ। ୫ ।


କେବଳ ସୁଦାମା ଦ୍ୱିଜ ନିଜ ଶକ୍ତି ଅନୁରୁପ ଆଚରିଲେ। ଗଳିତାଏ ଖୁଦ ଞ୍ଜର ଦେବାରୁ ଫଳ ତାଦୃଶ ଲଭିଲେ ହେ ମହାପ୍ରଭୁ। ଆଉ କେ କି କଲା କହ। କାହା କାମକୁମ୍ଭ ପୂରି ନାହିଁ ତୁମ୍ଭ ଅହେତୁକ ଅନୁଗ୍ରହ ହେ ମହାପ୍ରଭୁ। ୬ ।


ଅନନୁଗତ ତୋ ମନ ନୋହେ ବୋଲି ଆଜ୍ଞା ହେବ ଅବା ମୋତେ। ନାମ ସ୍ୱସୁତର ଡାକିବାରୁ ଦିବ୍ୟଧାମ ଲଭିଲେ କେମନ୍ତେ ହେ ମହାପ୍ରଭୁ। ଅଜାମିଳ ମହୀସୁର। କେଉଁ ସାବଧାନ ହୋଇ ନାମଗାନ କରିଥିଲେ ସେ ତୁମ୍ଭର ହେ ମହାପ୍ରଭୁ। ୭ ।


କବିରବି ରାୟଗୁରୁ ଯୋଡ଼ି କରଯୁଗକୁ ଛାମୁରେ କହେ, ଭଲ ଅବା ମନ୍ଦ କରିବାକୁ ତ ମୁଁ ମୋହର ଆୟତ୍ତ ନୁହେଁ ହେ ମହାପ୍ରଭୁ। ସବୁ ତୁମ୍ଭ ଇଚ୍ଛା ସିନା, ରଖ ବା ନ ରଖ ମୋହରି ଗତି ତ ପତିତପାବନବାନା ହେ ମହାପ୍ରଭୁ। ୮ ।

Baladev Rath Books Baladev Rath odia Poem Odia Poem
Share. Facebook Twitter Pinterest LinkedIn Tumblr Reddit Email
Previous Articleସର୍ପ ଜଣାଣ
Next Article ବନ୍ଦଇ ଦୀନବାନ୍ଧବ ହରି
ବଳଦେବ ରଥ

Related Posts

କ୍ଷ ଚମ୍ପୂ

February 26, 2020

ହ ଚମ୍ପୂ

February 26, 2020

ଷ ଚମ୍ପୂ

February 26, 2020

ସ ଚମ୍ପୂ

February 26, 2020

ଶ ଚମ୍ପୂ

February 26, 2020

ବ ଚମ୍ପୂ

February 26, 2020
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.