ଜଗନ୍ନାଥ ହୋ
କିଛି ମାଗୁନାହିଁ ମୁଁ ତୋତେ
ଧନ ମାଗୁନାହିଁ ଜନ ମାଗୁନାହିଁ
ମାଗୁଛି ଶରଧା ବାଲିରୁ ହାତେ ॥ଘୋଷା॥
ଆନ ଦରଶନ ନ ଲୋଡେ ନୟନ
ଏକା ତୋହ ଦେଖା ବିନା
ଶୁଣିବାକୁ କାନ ନ ଇଚ୍ଛଇ ଆନ
ତୋହ ଚରିତେ କାମନା ॥୧॥
ରସନା ନ ବାଞ୍ଛେ ଗ୍ରାମ୍ୟଗୀତ ଗାଇ-
ବାକୁ ରଜନୀ ଦିବସ
ତୋହ ନାମାବଳୀ କେବଳ ଶଙ୍ଖାଳି
ହୋଇଥାଉ ପୀତବାସ ॥୨॥
ନାସା ମୋର ତୃପ୍ତି ନ ଲଭଇ ଆନ
ସୁବାସ ଦ୍ରବ୍ୟ ଆଘ୍ରାଣେ
ତୋହ ଛଡ଼ା ମାଳ ତୁଳସୀ କୁସୁମ
ଚନ୍ଦନ କର୍ପୂର ଧ୍ୟାନେ ॥୩॥
ମୋ ହସ୍ତ ଅଙ୍ଗୁଳି ରାମ ବନମାଳୀ
ହରେକୃଷ୍ଣ ଜପୁଥାଉ
ବୋଲେ ବନମାଳୀ ମୋ ବେନି ଚରଣ
ତୋ ତୀର୍ଥ ଭ୍ରମଣେ ଯାଉ ॥୪॥