• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ଜଗା ରାଜା
ଗଳ୍ପ

ଜଗା ରାଜା

ଜାନକୀ ବଲ୍ଲଭ ପଟ୍ଟନାୟକBy ଜାନକୀ ବଲ୍ଲଭ ପଟ୍ଟନାୟକFebruary 23, 2020No Comments7 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

ଜଗା ଗରିବ ଥିଲା । କିନ୍ତୁ ବଡ଼ ଲୋକ ହେବାର ଇଚ୍ଛା ତା‘ର ଖୁବ୍ ବେଶୀ ଥିଲା । ସକାଳୁ ସଞ୍ଜ ପର୍ଯ୍ୟନ୍ତ ମୁଣ୍ଡ ଝାଳ ତୁଣ୍ଡରେ ମାରି ସେ ପରିଶ୍ରମ କରୁଥିଲା । କିନ୍ତୁ ଅବସ୍ଥା ତା‘ର କ୍ରମେ ଖରାପ ହେବାକୁ ଲାଗିଲା । ତା‘ର ଅବସ୍ଥା ଯେତେ ଖରାପ ହେଲା, ଧନୀ ହେବାର ଇଚ୍ଛା ତା‘ର ସେତିକି ବଢ଼ିବାକୁ ଲାଗିଲା ।

କେଉଁଠି କୌଣସି ସାଧୁ ସନ୍ନ୍ୟାସୀ ଆସିବାର ଖବର ପାଇଲେ, ଜଗା ତା‘ର ସମସ୍ତ କାମ ଛାଡ଼ିଦେଇ ସାଧୁଙ୍କର ପାଖକୁ ଦଉଡ଼ି ଯାଉଥିଲା । ତା‘ର ବିଶ୍ୱାସ ଥିଲା ଯେ, ସାଧୁ ସନ୍ନ୍ୟାସୀମାନେ ତାକୁ ଧନଲାଭର ଉପାୟ ବତାଇଦେବେ । ବହୁ ଦିନ ପରେ ଜଗା ଶୁଣିଲା ଯେ, ଜଣେ ମସ୍ତବଡ଼ ସାଧୁ ଆସିଛନ୍ତି । ସେ ଯାଇ ସାଧୁଙ୍କର ପାଖରେ ଦିନ ରାତି ପଡ଼ି ରହିଲା ଏବଂ ଏକମନରେ ତାଙ୍କର ସେବା କରିବାକୁ ଲାଗିଲା ।

ଜଗାର ସେବାରେ ସନ୍ତୁଷ୍ଟ ହୋଇ ଦିନେ ସାଧୁ ତାକୁ କହିଲେ, “ଜଗା, ତୁମେ କ‘ଣ ଚାହଁ ?”

ଜଗା ସାଧୁଙ୍କର ପାଦ ଦୁଇଟି ଧରି କହିଲା, “ଠାକୁର, ମୁଁ ବଡ଼ ଗରିବ । ମୁଁ ଧନ ଚାହେ ।“

ସାଧୁ ହସି ହସି କହିଲେ, “ଆରେ ପାଗଳା, ସାଧୁ ସନ୍ନ୍ୟାସୀମାନେ ଭିକାରି ଲୋକ । ତାଙ୍କୁ ଧନ ମାଗିଲେ କ‘ଣ ହେବ ? ତୁ ଆଉ କିଛି ମାଗ ।“

ଜଗା କୌଣସି କଥା ଶୁଣିଲା ନାହିଁ । କାନ୍ଦି କାନ୍ଦି କହିଲା “ଠାକୁର, ମୁଁ ଧନ ଚାହେଁ । ଆଉ କିଛି ଚାହେଁ ନାହିଁ । ମୋତେ ଧନ ଲାଭର ଉପାୟ ବତାଇ ଦିଅନ୍ତୁ ।“

ଜଗାର ଦୁଃଖ ଦେଖି ସାଧୁଙ୍କ ମନରେ ଦୟା ହେଲା । ସେ କହିଲେ, “ଗୋଟିଏ କାମ କର– –ଭୂତ ସାଧନା । ସେଥିରେ ଗୋଟିଏ ଭୂତ ତୋର ଚାକର ହୋଇ ରହିବ । ତୁ ତାକୁ ଯାହା କରିବାକୁ କହିବୁ, ସେ ସେୟା କରିବ । ଯାହା ଆଣିବାକୁ କହିବୁ, ସେ ତାହା ଆଣିଦେବ । ଏହି ମନ୍ତ୍ର ନେଇ ବଣକୁ ଯାଇ ଜପ କର । ତା‘ ପରେ ଭୂତ ଆସିବ । ଆଦୌ ଭୟ କରିବୁ ନାହିଁ । ତୋର ସେ କୌଣସି ଅନିଷ୍ଟ କରିବ ନାହିଁ ।“

ଜଗାର ମନରେ ଆନନ୍ଦର ସୀମା ରହିଲା ନାହିଁ । ସେହି ମୁହୂର୍ତ୍ତରେ ସେ ବଣକୁ ଯାଇ ଭୂତ ମନ୍ତ୍ର ଜପ କରିବାକୁ ଲାଗିଲା । ଅଳ୍ପ ସମୟ ଜପ କରିଛି କି ନାହିଁ ଗୋଟିଏ ବିରାଟ ଭୂତ ତା‘ ଆଗରେ ଆସି ଠିଆ ହୋଇଗଲା । ଭୂତର ଚେହେରା ଦେଖି ଜଗା ଭୟରେ ମୂର୍ଚ୍ଛା ହୋଇଯିବା ଉପରେ । ଶେଷରେ ମନରେ ସାହସ ବାନ୍ଧି ସେ ତା ଆଡ଼କୁ ଚାହିଁଲା । ଭୂତ କହିଲା, “କାହିଁକି ମୋତେ ଡାକିଲୁ ?”

ଜଗା କହିଲା, “ଆଜିଠାରୁ ତୁ ମୋର ଚାକର ହେବୁ । ମୁଁ ଯାହା କହିବି, ତୁ ତାହା କରିବୁ । ଯଦି ନ କରିପାରୁ, ତୋତେ ମାରି ପକାଇବି ।“

ଭୂତ କହିଲା, “ମୁଁ ତୋ କଥାରେ ରାଜି ଅଛି, କିନ୍ତୁ, ଗୋଟିଏ ସର୍ତ୍ତରେ ।“

ଜଗା କହିଲା, “କି ସର୍ତ୍ତ ?”

ଭୂତ କହିଲା, “ମୁଁ ତୋ‘ର ଆଦେଶ ପାଳନ କରି ନ ପାରିଲେ ତୁ ମୋତେ ମାରି ପକାଇବୁ । ବିନା କାମରେ ତୁ ମୁହୂର୍ତ୍ତେ ମାତ୍ର ମୋତେ ବସାଇ ରଖି ପାରିବୁ ନାହିଁ । ଯଦି କାମ ଦେଇ ନ ପାରୁ, ତା‘ହେଲେ ତତ୍‌କ୍ଷଣାତ୍ ମୁଁ ତୋ‘ର ମୁଣ୍ଡ ମୋଡ଼ିଦେବି ।“

ଜଗା ଭାବିଲା,”ବେଶ୍ ତ । ଚାକରଗୁଡ଼ାକ ଏବେ କାମ ନ କରି ଫାଙ୍କି ଦେଉଛନ୍ତି । ଆଉ ଇଏ କହୁଛି, ସବୁବେଳେ କାମ ନ ପାଇଲେ ମୋ‘ର ମୁଣ୍ଡ ମୋଡ଼ିଦେବ । ହଉ, ବାପଧନ, ଦେଖିବା କେତେ କାମ କରିବୁ ।“

ସେ ଭୂତକୁ କହିଲା, “ମୁଁ ତୋ‘ କଥାରେ ରାଜି ଅଛି ।“

ଜଗାକୁ ଭାରି ଭୋକ ଲାଗୁଥିଲା । ସାଧୁଙ୍କ ପାଖରେ ଯେତେଦିନ ଧରି ଥିଲା, ଭଲ ଖାଇବାକୁ ମିଳୁ ନ ଥିଲା । ସେ କହିଲା, “ଶୀଘ୍ର ମୋ‘ ପାଇଁ ଖୁବ୍ ଭଲ ଭଲ ଖାଇବା ଜିନିଷ ନେଇ ଆ । ଆଉ ଗିଲାସେ ଥଣ୍ଡା ସର୍ବତ । ଯେପରି ଡେରି ନ ହୁଏ ।“

“ଯେ ଆଜ୍ଞା‘ କହି ଭୂତ କେଉଁଆଡେ଼ ଅଦୃଶ୍ୟ ହୋଇଗଲା । ତା‘ପରେ ଦୁଇ ତିନି ମିନିଟ ମଧ୍ୟରେ ଖୁବ୍ ଭଲ ଖାଇବା ଜିନିଷ ଗୋଟିଏ ଥାଳିରେ ଧରି ପହଞ୍ଚିଗଲା । ପୁଣି କେତେ ପ୍ରକାରର ଫଳ–ଅଙ୍ଗୁର, ବେଦନା, ଡାଳିମ୍ବ, କମଳା, ଆମ୍ବ ଏବଂ ଗିଲାସେ ଖୁବ୍ ମିଠା, ସୁଗନ୍ଧ ସର୍ବତ । ଜଗା ଦେଖି ଅବାକ୍ ।

ଏ ଗୁଡ଼ିକ ଜଗା ଆଗରେ ଥୋଇ ଦେଇ ଭୂତ ପଚାରିଲା, “”ଏବେ କ‘ଣ କରିବି ? ଜଗା କହିଲା, “”ଆରେ ବାବା, ଖାଇ ପିଇ ଟିକିଏ ଥଣ୍ଡା ହୁଏ, ତା‘ ପରେ କାମର କଥା କହିବି ।“

ଭୂତ କହିଲା, “”ମୁଁ ସେ ସବୁ କଥା ଜାଣେନି । କାମ ଦେଇ ନ ପାରିବୁ ତ ମୁଣ୍ଡ ଦେ ।“

ମହା ବିପଦ । ଜଗା ନିହାତି ବୋକା ନ ଥିଲା । ସାଙ୍ଗେ ସାଙ୍ଗେ କହିଲା, “ଆଚ୍ଛା ହେଉ, ଖଣ୍ଡେ ପଙ୍ଖା ଧରି ଖାଇବା ଶେଷ ହେବା ପର୍ଯ୍ୟନ୍ତ ମୋତେ ବିଞ୍ଚୁ ଥା ।“

ଭୂତ ବିଞ୍ଚିବାକୁ ଆରମ୍ଭ କଲା । ବହୁ ପ୍ରକାରର ଖାଇବା ଜିନିଷ । ସେ ତା‘ ଜୀବନରେ ଦେଖି ନାହିଁ । ସବୁ ମନଭରି ଖାଇଲା ଓ ସର୍ବତ ପିଇଲା । ତା‘ପରେ ବିଞ୍ଚିବା କାମ ଶେଷ ହେଲା ।

ଭୂତ ପାଖରେ ଠିଆ ହୋଇଚି । ଜଗା କହିଲା, “ଦୂରରେ ଯେଉଁ ପାହାଡ଼ଟା ଦେଖୁଚୁ, ତା‘ଉପରେ ଏକ ବିରାଟ ନଗର ତିଆରି କର ।“

ଭୂତ କାମରେ ଲାଗିଗଲା । ଚାହୁଁ ଚାହୁଁ ଅଳ୍ପ ସମୟ ମଧ୍ୟରେ ଏତେ ବଡ଼ ପାହାଡ଼ଟା ଏକ ସୁନ୍ଦର ନଗରରେ ପରିଣତ ହୋଇଗଲା । ଜଗା ଠିଆ ହୋଇ ମଜା ଦେଖୁଥାଏ । ଭୂତ ପାଖରେ ଆସି ଠିଆ ହୋଇଗଲା । ପୁଣି ତା‘ର ନୂଆ କାମ ଦରକାର ।

ଜଗା କହିଲା, “ଦେଖ୍, ନଗରର ଠିକ୍ ମଝିରେ ଏକ ମସ୍ତବଡ଼ ରାଜବାଟୀ ନିର୍ମାଣ କର, ବଗିଚା, ରାସ୍ତା–ଘାଟ ଖୁବ୍ ସୁନ୍ଦର କରିବୁ ଏବଂ ଭଣ୍ଡାର ଘରେ ଅଜସ୍ର ମଣି, ମୁକ୍ତା, ହୀରା, ନୀଳା, ସୁନା, ରୁପା ରଖିଦେବୁ । “

ଭୂତ ଚାଲିଗଲା । ଟିକିଏ ପରେ ଆସି କହିଲା, ସବୁ ହୋଇଯାଇଚି ।

ଜଗାର ଭାରି ଇଚ୍ଛା, ସବୁ ନିଜେ ଯାଇ ଦେଖିବ । ବିଶେଷତଃ ଧନଭଣ୍ଡାରଟା । ସେ କହିଲା, “ମୋତେ ଆକାଶ ମାର୍ଗରେ ରାଜବାଟୀର ଠିକ୍ ଧନଭଣ୍ଡାର ପାଖରେ ନେଇ ଠିଆକରି ଦେ ।“

ଜଗା ଭୂତ କାନ୍ଧରେ ଚଢ଼ିଗଲା । ସୁ କରି ଭୂତ ଚାଲିଚି । ତା‘ପାଦ ଥରିବାକୁ ଲାଗିଲା । ଭୟରେ ତା‘ର ଆଖି ବୁଜି ହୋଇଗଲା । ଅଳ୍ପ ସମୟ ମଧ୍ୟରେ ରାଜବାଟୀର ଧନଭଣ୍ଡାର ଆଗରେ ଜଗା ଆସି ଉପସ୍ଥିତ । ଏତେ ଧନ, ରତ୍ନ ଦେଖି ଜଗା ଯେ କ‘ଣ କରିବ, ଚିନ୍ତା କରିପାରିଲା ନାହିଁ । କିନ୍ତୁ ଭୂତଟାର ଦାଉରେ ସେ କ‘ଣ ସ୍ଥିର ହୋଇ କିଛି ଦେଖି ପାରୁଚି ? ଖାଲି “କାମ ଦେ, କାମ ଦେ ।“

ଜଗା କହିଲା, “ଗୋଟାଏ ସିଂହାସନ ତିଆରି କର । ଆଉ ମୋ‘ ପାଇଁ ରାଜାର ପୋଷାକ ଆଣି ଦେ । ମୋର ପୁରୁଣା ଲୁଗାପଟାତକ ନେଇ ନଈରେ ପକାଇ ଦେଇ ଆ ।“

ଭୂତ ସବୁ କରି ଚାଲି ଆସିଲା । ଜଗା କହିଲା, “ଯା, ମୋ‘ ସ୍ତ୍ରୀ ପିଲା ସମସ୍ତଙ୍କୁ ଏଠିକି ଘିନିଆ । କିନ୍ତୁ ଦେଖ ବାବା ଭୂତ, ତୋର ଚେହେରା ଟିକିଏ ସୁନ୍ଦର କରି ଯା, ଯେପରିକି ମୋ‘ର ଛୁଆ ପିଲା ତୋତେ ଦେଖି ଡରି ନ ଯା‘ନ୍ତି ଏବଂ ତାଙ୍କର ପୋଷାକ ପରିଚ୍ଛଦ ସବୁ ରାଜଯୋଗ୍ୟ କରି ନେଇ ଆସିବୁ ।“

ଆଜ୍ଞା ମାତ୍ରକେ କାମ । ଅଳ୍ପସମୟ ମଧ୍ୟରେ ସମସ୍ତେ ଆସି ପହଞ୍ଚିଗଲେ । ସେମାନଙ୍କୁ ଦେଖି ଜଗାର ମନରେ କେଡେ଼ ଆନନ୍ଦ, କିନ୍ତୁ ଭୂତର କାଣ୍ଡ ଦେଖି ତା‘ମନରେ ଚିନ୍ତା ପଶିଲାଣି । କହିବା ମାତ୍ରେ ଲକ୍ଷ୍ମୀଛଡ଼ାଟା କଥା ଶେଷ ହେବା ପୂର୍ବରୁ କାମ ଶେଷ କରିଆସୁଚି । ଆଉ କ‘ଣ ନୂଆ କାମ ତାକୁ ଦେବାକୁ ହେବ ?

ଭୂତର ଆଖିରେ ନିଆଁ ଜଳୁଚି । କାମ ଦେବାକୁ ହେବ । ଜଗା କହିଲା, “ଦେଖ ବାପ ଭୂତ, ଏତେ ବଡ଼ ରାଜବାଟି ଲୋକ ବାକ ନ ରହିଲେ କ‘ଣ ଭଲ ଦିଶୁଚି ? ମୁଁ ହେଲି ରାଜା– ମୋ‘ର ମନ୍ତ୍ରୀ, ସେନାପତି, ପାତ୍ର, ମିତ୍ର, ସୈନ୍ୟ, ସାମନ୍ତ ସମସ୍ତଙ୍କୁ ନେଇ ଆ । ରାଜ୍ୟରେ ଦୋକାନ ବସାଇ ଦେ । ତା‘ହେଲେ ସିନା ସାଜିବ ।“

ସବୁ ହୋଇଗଲା । ପାତ୍ର, ମିତ୍ର, ମନ୍ତ୍ରୀ, ସେନାପତି ସମସ୍ତେ ଆସି ଦରବାରରେ ହାଜର । ସେମାନଙ୍କୁ ଦେଖି ରାଣୀ ଅନ୍ଦର ମହଲକୁ ଚାଲିଗଲେ । ସିପାହିମାନେ ବାହାରେ ରହି ପହରା ଦେଲେ । ସବୁ ଦ୍ୱାରରେ ପ୍ରହରୀ । ମଧୁର ବାଦ୍ୟ ଧ୍ୱନି ହେଉଚି । ବନ୍ଦୀମାନେ ପ୍ରଶସ୍ତି ଗାନ କରୁଛନ୍ତି । ମନ୍ତ୍ରୀ ଓ ଅନ୍ୟମାନେ ଅତି ଆଦରରେ ଜଗାକୁ ନେଇ ରାଜସିଂହାସନରେ ବସାଇଲେ । ଜଗା ରାଜା ହେଲା । କିନ୍ତୁ ତେବେ ମଧ୍ୟ ତା‘ ମନରେ ସୁଖ ନାହିଁ । କାରଣ ଭୂତଟା କେତେବେଳେ ମୁଣ୍ଡ ମୋଡ଼ିଦେବ ଯେ !

ସିଂହାସନ ଆଗରେ ଭୀଷଣ ମୂର୍ତ୍ତି ଠିଆ ହୋଇଚି । ତା‘ର ଦି‘ ଆଖିରେ ନିଆଁ ଜଳୁଚି । କେବଳ ରକ୍ଷା ହୋଇଚି, ରାଜାଙ୍କ ଛଡ଼ା ତାକୁ ଆଉ କେହି ଦେଖିପାରୁ ନାହାନ୍ତି । ଭୂତ କହିଲା, “ଜଗା, ଏବେ ପୁଣି କ‘ଣ ?”

ଜଗା ରାଜା ମନେ ମନେ ରାମ ନାମ ଜପୁଚି । ସାରା ଦେହରୁ ପରସ୍ତେ ଝାଳ ବୋହି ଗଲାଣି, ଆଉ କାମ ଖୋଜି ପାଉ ନାହିଁ । ଭୂତ ତ ନିଶ୍ଚୟ ମୁଣ୍ଡ ମୋଡ଼ିଦେବ । ସେ କହିଲା “ଭୂତ ବାବା, ମୋତେ ମୋ‘ ଗୁରୁଙ୍କ ପାଖକୁ ନେଇ ଯା ।“

ଭୁତ ତାକୁ ଗୁରୁଙ୍କ ପାଖକୁ ନେଇ ଗଲା । ଭୂତ ହାତରେ ମୁକୁଟଟା ଦେଇ ଜଗା କହିଲା, “ଏଇ ନଦୀ କୂଳରେ ବସି ମୋ‘ ମୁକୁଟକୁ ପହରା ଦେଉଥିବୁ । ମୁଁ ଏଠାକୁ ଆସିବା ପର୍ଯ୍ୟନ୍ତ ତୁ କୁଆଡେ଼ ଯିବୁ ନାହିଁ ।“

ସାଧୁ ଜଗାକୁ ଦେଖି ସବୁ ବୁଝି ପାରିଲେ । ଗୁରୁଦେବଙ୍କୁ ଦେଖି ଜଗା ତାଙ୍କ ପାଦ ଦୁଇଟି ଧରି ଭୋ ଭୋ କାନ୍ଦିବାକୁ ଲାଗିଲା । ସେ କହୁଥାଏ, “ମଲି ଗୁରୁଦେବ । ମରିଗଲି ।“

ଗୁରୁଦେବ କହିଲେ, “ଏ କି କଥା ? କାହିଁକି ମରିବୁ । ତୋ‘ର ରାଜ୍ୟ, ରାଜତ୍ୱ କିଏ ଭୋଗ କରିବ ? ମୁଁ ସବୁ ବୁଝି ପାରୁଚି । ଏବେ ଯା, ଗୋଟାଏ କାମ କର । ଆଗରେ ଯେଉଁ କୁକୁରଟା ଶୋଇଚି, ତରବାରି ନେଇ ତା‘ର ଲାଙ୍ଗୁଡ଼ଟି କାଟି ନେଇଆ । ତା‘ପରେ ତାକୁ ତୋ‘ ଭୂତକୁ ଦେ । ତାକୁ କହ, ଏଇଟାକୁ ସିଧା କରୁ ।“

ଜଗାରାଜା ସାଧୁଙ୍କୁ ପ୍ରଣାମ କରି କୁକୁରର ଲାଞ୍ଜ କାଟି ଆଣିଲା । ଭୂତ ପାଖରେ ପହଞ୍ଚିବା ମାତ୍ରେ ଭୂତ କହିଲା, “କାମ ଦେ ।“

ଜଗାରାଜା ଖୁସି ହୋଇ କହିଲା, “ସାଙ୍ଗେ ସାଙ୍ଗେ କାମ ଦେଉଛି । ମୋତେ ମୋ‘ ରାଜବାଟୀକୁ ନେଇ ଯା ।“

ଭୂତ ତାକୁ ରାଜବାଟୀକୁ ନେଇଗଲା । ଭୂତ କହିଲା, “ଏବେ କହ, ମୁଁ କି କାମ କରିବି ?”

ଏଥର ଗୁରୁ କୃପାରେ ଜଗାର ମନରେ ଆନନ୍ଦ । ସେ କହିଲା, “ହେଇଟି ନେ, ଏଇ କୁକୁରର ଲାଞ୍ଜଟା । ଏଇଟା ବଙ୍କା ହୋଇ ଯାଇଚି । ଏହାକୁ ସିଧା କର । ଦେଖ, ଖୁବ୍ ସାବଧାନରେ କରିବୁ । ଏଇଟି ମୋ‘ର ବଡ଼ ଦରକାରୀ ଜିନିଷ ।“

ଭୂତ କୁକୁରର ଲାଞ୍ଜକୁ କୌଣସିମତେ ସିଧା କରି ପାରିଲା ନାହିଁ । ଯେତେ ସମୟ ଧରି ସିଧା କରି ରଖେ, ପୁଣି ଛାଡ଼ି ଦେଲେ ସେ ବଙ୍କା ହୋଇଯାଏ । ଶେଷକୁ ଭୂତ ଜଗା ରାଜାର ପାଖରେ ପହଞ୍ଚି ହାତ ଯୋଡ଼ି କହିଲା, “ବାବା, ଏଣିକି ମୋତେ ଛୁଟି ଦିଅ । ତୁମର କାମ ଆଉ ମୋ‘ ଦ୍ୱାରା ହେବ ନାହିଁ ।“

ଜଗା ରାଜା ତ ସେଇ କଥା ଚାହୁଁଥିଲା । ଭୂତ ପାଖରୁ ରକ୍ଷା ପାଇ ସେ ଆନନ୍ଦରେ ରାଜତ୍ୱ କଲା ।

Janaki Ballabh Patnaik Books Janaki Ballabh Patnaik Odia Story Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleହୀରା ଖଣ୍ଡର ମୂଲ୍ୟ
Next Article ମେଣ୍ଢା ଦେହରେ ଈଶ୍ୱର
ଜାନକୀ ବଲ୍ଲଭ ପଟ୍ଟନାୟକ

Related Posts

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023

ବନ୍ଧୁମିଳନ

March 25, 2023

ବୀଣାର ବିବାହ

March 24, 2023

ପଦବୀର ବଳ

March 23, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.