• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»Jadu-Mahal
ଗଳ୍ପ

Jadu-Mahal

Liza SBy Liza SAugust 19, 2022No Comments8 Mins Read
Facebook Twitter Pinterest Reddit LinkedIn Tumblr Email
Odia Story-Jadu-Mahal
Odia Story-Jadu-Mahal
Share
Facebook Twitter Pinterest Reddit Email

ବୀରଗିରି ରାଜ୍ୟର ଚତୁର୍ଦ୍ଦିଗରେ ଆନନ୍ଦ ଉତ୍ସବ ଲାଗିଛି, ରାଜକୁମାରୀ ବିଦ୍ୟାବତୀଙ୍କର ଜନ୍ମଦିନ ପାଳନ କରିବା ପାଇଁ ପ୍ରସ୍ତୁତି ଚାଲିଛି । ଜନ୍ମଦିନ ପାଇଁ ଆଉ ତିନିସପ୍ତାହ ରହିଲା; ସେହିସବୁ କାର୍ଯ୍ୟକ୍ରମ ମଧ୍ୟରେ ମୁଖ୍ୟ କାର୍ଯ୍ୟ ଥିଲା – ରାଜକୁମାରୀ ମନ୍ଦିରରେ ପ୍ରଣାମ କରିବା ପରେ ଶୋଭାଯାତ୍ରାରେ ସଜା ହୋଇଥିବା ରଥରେ ବସି ପ୍ରାସାଦକୁ ଫେରିବେ । ଯେତିକିବେଳେ ପ୍ରଜାମାନେ ଆନନ୍ଦ ଉତ୍ସବ କରିବେ ଓ ରାଜକୁମାରୀ ସେମାନଙ୍କୁ ଦର୍ଶନ ଦେବେ । ବର୍ଷକରେ ଥରେ ଏହି ଉତ୍ସବ ଆସେ; ସାରା ରାଜ୍ୟର ଲୋକେ ସେହି ଅପେକ୍ଷାରେ ଥା’ନ୍ତି । ସେମାନେ ତାଙ୍କ ରାଜା ଓ ରାଜକୁମାରୀଙ୍କୁ ବହୁତ ଭଲ ପା’ନ୍ତି । ନଗରୀଟି ଆନନ୍ଦ ମୁଖର ହୋଇଉଠେ । ଖିଆପିଆ, ନାଚଗୀତ, ଇତ୍ୟାଦି ଯୋଗୁଁ ଖୁବ୍ ଧୂମଧାମରେ ରାଜକୁମାରୀଙ୍କ ଜନ୍ମଦିନ ପାଳିତ ହୁଏ ।

ରାଜ୍ୟର ପ୍ରଧାନ ରାସ୍ତା ସବୁକୁ ପରିଷ୍କାର କରା ହୋଇ ସଜାସଜି କରାଯାଉଥିଲା । ସବୁ ପ୍ରକାରର ସଜାସଜି ପାଇଁ ସାରା ରାଜ୍ୟର ଲୋକେ ଲାଗି ପଡିଥିଲେ । କିନ୍ତୁ ଅକାଳ ବଜ୍ରପାତ ହେବା ପରି ଜନ୍ମଦିନର ତିନିଦିନ ଆଗରୁ ହଠାତ୍ ରାଜକୁମାରୀ ଭୀଷଣ ଅସୁସ୍ଥ ହୋଇ ପଡିଲେ ।

ଏକଥା ଶୁଣି ପ୍ରଜାମାନେ ତ ଦୁଃଖିତ ହେଲେ; ରାଜା ବୀରସେନ ଓ ରାଣୀ ବଜ୍ରେଶ୍ୱରୀ ମଧ୍ୟ ଅତ୍ୟନ୍ତ ଦୁଃଖୀ ହୋଇ ପଡିଲେ; ପୂର୍ବରୁ କେବେବି ରାଜକୁମାରୀଙ୍କର କୌଣସି ରୋଗ ହୋଇନାହିଁ । ପୁଣି ଗୋଟିଏ ବୋଲି ଝିଅ । ରାଜାରାଣୀ କିଂକର୍ତ୍ତବ୍ୟବିମୁଢ ହୋଇ ପଡିଲେ ।

ରାଜକୁମାରୀ ଶେଯ ଉପରୁ ମଧ୍ୟ ଉଠିପାରୁ ନଥିଲେ । ଯଦି ତାଙ୍କର ପରିଚାରିକାମାନେ ତାଙ୍କୁ ଧରି ଉଠାଇଥିଲେ ତେବେ ବହୁକଷ୍ଟରେ ସେ ଠିଆ ହେଉଥିଲେ ଓ ପର ମୁହୂର୍ତ୍ତରେ ପୁଣି ବିଛଣାରେ ପଡି ଯାଉଥିଲେ । ଏହି ଘଟଣା ଜନ୍ମଦିନର ତିନିଦିନ ପୂର୍ବେହିଁ ଘଟିଥିଲା । ରାଣୀ ତ ଖାଇବା ପିଇବା ଛାଡି ଝିଅର ବିଛଣା ପାଖରେ ବସି ରହିଥା’ନ୍ତି ଓ କାନ୍ଦୁଥା’ନ୍ତି । ରାଜକୁମାରୀଙ୍କ ଚେହେରା ଅତ୍ୟନ୍ତ ମଳିନ ଦିଶୁଥାଏ! ଚକ୍ଷୁ କୋଟରଗତ; ମନେ ହେଉଥାଏ ଯେ ସେ ଯେପରି ବହୁଦିନ ଧରି ଏହି ଭୋଗ ଭୋଗୁଛନ୍ତି । କିନ୍ତୁ ରୋଗ କ’ଣ ତାହା କେହିବି ଧରିପାରୁ ନଥାନ୍ତି । ବୋଧହୁଏ କେହି ତନ୍ତ୍ର କରି ଏପରି କରିଛି । କୌଣସି ନିର୍ଦ୍ଦିଷ୍ଟ ରୋଗର ଲକ୍ଷଣ ନାହିଁ ।

ରାଜା ତ ଝିଅର ଅବସ୍ଥା ଦେଖି ଅବାକ୍ । ସେ ତାଙ୍କ ଆଖିକୁ ବି ବିଶ୍ୱାସ କରିପାରୁ ନଥିଲେ । ରାଜବୈଦ୍ୟ ଆସି ନାଡୀ ପରୀକ୍ଷା କରି ଦେଖିଲେ ରୋଗ କିଛି ନାହିଁ । କିନ୍ତୁ ସେ ଯେ କାହିଁକି ଏପରି ପଡିରହିଛନ୍ତି ତା’ର କୌଣସି କାରଣ ଜଣାଗଲା ନାହିଁ । ବିଚାରା ବୈଦ୍ୟ ନାଚାର ହୋଇ କହିଲେ, “ମହାରାଜ, ଏପରି ରୋଗ ବିଷୟରେ ମୁଁ ମଧ୍ୟ ଆଦୌ ଶୁଣି ନଥିଲି । ମୁଁ ଦୁଇ ତିନିଦିନ ଅପେକ୍ଷା କରିବି ଓ ରୋଗର ଲକ୍ଷଣ ଜାଣିପାରିଲେ ଯାଇ ମୁଁ ମୋ ଚିକିତ୍ସା ଆରମ୍ଭ କରିବି । ଏବେ ପ୍ରଥମ କଥା ଯେ ରାଜକୁମାରୀ ସର୍ବଦା ବିଶ୍ରାମ କରନ୍ତୁ, ତା’ପରେ ଦେଖାଯିବ ।”

ତା’ ପରଠାରୁ ରାଣୀ ସର୍ବଦା ଦୁଃଖିତ ହୋଇ ଝିଅର ବିଛଣା ପାଖରେ ସେମିତି ବସି ରହିଲେ । ରାଜକୁମାରୀ ମଧ୍ୟ ଗଭୀର ନିଦ୍ରାରେ ମଗ୍ନ ରହିଥାନ୍ତି । ସଂଧ୍ୟାବେଳକୁ ରାଜବୈଦ୍ୟ ଆସିଲେ ଓ ରାଜକୁମାରୀଙ୍କୁ ସେ ଦେଖିଲେ । ଖାଦ୍ୟ ବିଷୟରେ ପଚାରନ୍ତେ ରାଜକୁମାରୀ କହିଲେ ଯେ ତାଙ୍କର ଖାଇବା ପାଇଁ ଆଦୌ ଇଚ୍ଛା ହେଉନାହିଁ । ତେଣୁ ଦୁର୍ବଳତା କ୍ରମେ ବେଶି ହେଉଛି । ରାଜବୈଦ୍ୟ ବାଧ୍ୟ ହୋଇ କହିଲେ ଯେ କେବଳ ଫଳରସ ଦିଆଯାଉ ଓ ରାଜକୁମାରୀ ସର୍ବଦା ଶୋଇ ରୁହନ୍ତୁ ।
ରାଜବୈଦ୍ୟ ଯିବା ପରେ ରାଜକୁମାରୀ ପୁଣି ଗଭୀର ନିଦ୍ରାରେ ମଗ୍ନ ହେଲେ । ସେଦିନଟି ସେମିତି ବିତିଲା । ରାତିରେ ରାଣୀ ରାଜକୁମାରୀଙ୍କ ପାଖରେ ଅନ୍ୟ ଏକ ପଲଙ୍କରେ ଶୋଇଥା’ନ୍ତି ହଠାତ୍ ସେ କୌଣସି ଥଣ୍ଡା ଥଣ୍ଡା ସ୍ପର୍ଶ ଅନୁଭବ କଲେ; ସେ ଚମକି ପଡି ଉଠି ଦେଖିଲେ ଯେ ଏକ ପିଶାଚ ରାଜକୁମାରୀଙ୍କ ଶଯ୍ୟାରୁ ବାହାରି କକ୍ଷର କବାଟ ଦେଇ ବାହାରକୁ ପଳାଉଛି । ସେ ସେହି ଆକୃତିରୁ କିଛିବି ଅନୁମାନ କରି ପାରିଲେ ନାହିଁ, ତାହା ପୁରୁଷର ନା ସ୍ତ୍ରୀର । କାରଣ ସେହି ଆକୃତିଟି ଅତ୍ୟନ୍ତ ଅସ୍ପଷ୍ଟ ଥିଲା । ପୁଣି ସେ ଭାବିଲେ ହୁଏତ ଏହା ଏକ ଭ୍ରମ ହୋଇ ପାରେ । ତା’ପରେ ସେ ଚୁପ୍ଚାପ୍ ଶୋଇଗଲେ । କିଛି ସମୟ ପରେ ସେ ତାଙ୍କ ଦେହରେ ପୁଣି ଥଣ୍ଡା ସ୍ପର୍ଶ ଅନୁଭବ କରି ଚମକି ଉଠି ପଡିଲେ । କିନ୍ତୁ କେଉଁଠି କିଛି ନଥିଲା । ରାଜା ମଧ୍ୟ ଆଉ ଏକ ପଲଙ୍କରେ ଶୋଇଥିଲେ । ସେ ତାଙ୍କୁ ଉଠାଇ ସବୁକଥା କହିଲେ । ରାଜା ରାଣୀଙ୍କ କଥା ଶୁଣି କହିଲେ, “ତୁମେ ବୋଧହୁଏ କୌଣସି ଖରାପ ସ୍ୱପ୍ନ ଦେଖିଛ । ଝିଅର ଅସୁସ୍ଥତା କଥା ଭାବି ଭାବି ଶୋଇଥିଲ, ତେଣୁ ଏପରି ଦେଖିଲ । ଭଗବାନ୍ଙ୍କ ଦୟାରୁ ଝିଅର କିଛି ଖରାପ୍ ହେବ ନାହିଁ ସବୁ ଠିକ୍ଠାକ୍ ହୋଇଯିବ । ଚିକିତ୍ସା ପାଇଁ ସବୁ ପ୍ରକାରର ବ୍ୟବସ୍ଥା ତ କରାଯାଉଛି କେଉଁଠି କିଛି କମ୍ ଅଛି? ତେଣିକି ଭଗବାନଙ୍କ ଇଚ୍ଛା; ଆମର କପାଳ, ଝିଅର ଭାଗ୍ୟ । ତୁମେ ନିଶ୍ଚିନ୍ତ ରୁହ ।” ତୃତୀୟ ଦିନ ରାଜବୈଦ୍ୟ ଦେଖିଲେ ରାଜକୁମାରୀଙ୍କର ସ୍ୱାସ୍ଥ୍ୟରେ କୌଣସି ବି ଉନ୍ନତି ହେଉନାହିଁ । ତା’ଛଡା ସେ ମଧ୍ୟ ସେପରି ରୋଗକୁ ଆଦୌ ଚିହ୍ନି ପାରିଲେ ନାହିଁ । ତେଣୁ ସେ ବାଧ୍ୟ ହୋଇ ରାଜକୁମାରୀଙ୍କୁ ସବଳ ରଖିବାକୁ ଅର୍ଥାତ୍ ଦୁର୍ବଳତା ନ ରହିବା ପାଇଁ ଔଷଧ ଦେଇ ଚାଲିଗଲେ । ରାଜ୍ୟର ଚାରିଆଡେ ନୈରାଶ୍ୟ ଓ ଦୁଃଖର ବାତାବରଣ । ଗଲା ଷୋଳବର୍ଷ ମଧ୍ୟରେ ଏଇ ପ୍ରଥମଥର ପାଇଁ ରାଜକୁମାରୀଙ୍କ ଜନ୍ମଦିନ ଉତ୍ସବ ବନ୍ଦ କରି ଦିଆଗଲା । ବର୍ଷକରେ ଥରେ ସେହି ଉତ୍ସବ ପାଇଁ ପ୍ରତ୍ୟେକ ପ୍ରଜା ଅପେକ୍ଷା କରି ରହୁଥିଲେ ।

ଏବେ ପ୍ରଜାଙ୍କର ପ୍ରତ୍ୟେକ ମୁହୂର୍ତ୍ତ ଚିନ୍ତାରେ ବୁଡି ରହିଥାଏ । ଯେତେବେଳେ ସେମାନଙ୍କର ଧୈର୍ଯ୍ୟଚ୍ୟୁତ ହେଲା ସେତେବେଳେ ସେମାନେ ବାଧ୍ୟ ହୋଇ ରାଜନଅର ବାହାରେ ଠିଆହେଲେ ଓ ରାଜକୁମାରୀଙ୍କ ସ୍ୱାସ୍ଥ୍ୟ ବିଷୟରେ ପ୍ରଶ୍ନ କଲେ । ଶେଷକୁ ଜଣେ ସୈନିକ ଭିତରୁ ବାହାରକୁ ଆସିଲା ଓ ସେ କହିଲା, “ଏବେ ରାଜକୁମାରୀଙ୍କ ସ୍ୱାସ୍ଥ୍ୟ ଆଗପରି ଅଛି; ହେଲେ ସେ ଟିକିଏ ଭଲ ଅଛନ୍ତି । ଏବେ ଟିକିଏ ଉଠି ବସି ପାରୁଛନ୍ତି । କାଲି ତାଙ୍କର ଜନ୍ମଦିନ । ରାଜାଙ୍କର ବିଶେଷ ଆଦେଶ ଯେ ମନ୍ଦିରମାନଙ୍କରେ ରାଜକୁମାରୀଙ୍କର ସ୍ୱାସ୍ଥ୍ୟର ଉନ୍ନତି ପାଇଁ ସମବେତ ପୂଜା ପ୍ରାର୍ଥନା କରାଯିବ । ସେଥିପାଇଁ ରାଜା ଜ୍ୟୋତିଷାଚାର୍ଯ୍ୟ ବାଚସ୍ପତିଙ୍କ ସହ ଆଲୋଚନା କରୁଛନ୍ତି । ଏସବୁ ଶୁଣିବା ପରେ ଲୋକମାନେ ରାଜପ୍ରାସାଦରୁ ଘରକୁ ଲେଉଟି ଗଲେ ।”

ପରଦିନ ରାଜକୁମାରୀଙ୍କର ଜନ୍ମଦିନ ଥିଲା । ଲୋକମାନେ ଶୀଘ୍ର ଯାଇ ମନ୍ଦିର ପାଖରେ ଏକତ୍ରିତ ହେଲେ ଓ ରାଜକୁମାରୀଙ୍କର ମଙ୍ଗଳ ପାଇଁ ପୂଜା ପ୍ରାର୍ଥନା କରିବାକୁ ଲାଗିଲେ ।

ବାଚସ୍ପତି ରାଜକୁମାରୀଙ୍କ ଜାତକ ଟିକିନିଖି କରି ଦେଖିଲେ ଓ କହିଲେ, “ମହାରାଜ, ମୁଁ ରାଜକୁମାରୀଙ୍କ ଜନ୍ମ ସମୟରେହିଁ କହିଥିଲି ଯେ ଷୋଳବର୍ଷ ବୟସରେ ତାଙ୍କ ଶରୀର ଅସୁସ୍ଥ ହେବ । ଆପଣ କ’ଣ ମୋ କଥା ଭୁଲିଗଲେ ।”

ରାଜା ବଡ ଦୁଃଖିତ ସ୍ୱରରେ କହିଲେ “ହଁ ମୁଁ ତାହାହିଁ ଦେଖୁଛି । ପିଲାଦିନୁ ଏପର୍ଯ୍ୟନ୍ତ ସେ କୌଣସିଦିନ ବି ଅସୁସ୍ଥ ନଥିଲା । ତେଣୁ ଆମେ ସେସବୁ କଳ୍ପନାରେ ମଧ୍ୟ ସ୍ଥାନ ଦେଇନାହୁଁ । ରାଜବୈଦ୍ୟ ମଧ୍ୟ ସବୁ ଦେଖି କହିଲେ ଯେ କୌଣସି ରୋଗର ଲକ୍ଷଣ ସେ କାହିଁ ଦେଖିପାରୁ ନାହାଁନ୍ତି । କିନ୍ତୁ ମୋ ଝିଅର ଅବସ୍ଥା ଯେ କାହିଁକି ଏପରି ହେଲା ମୁଁ କିଛି ବୁଝିପାରୁ ନାହିଁ ।”

ପାଖରେ ରାଣୀ ବସିଥିଲେ । ସେ ବାଚସ୍ପତିଙ୍କୁ ପଚାରିଲେ, “ଆଜି ଝିଅର ଜନ୍ମଦିନ । ପ୍ରତ୍ୟେକ ବର୍ଷ କେତେ ଆଡମ୍ବରରେ ଉତ୍ସବଟି ପାଳନ କରା ହେଉଥିଲା; ପ୍ରଜାଙ୍କ ପାଇଁ ତ ଏହା ଏକ ପର୍ବ । ହେଲେ ଆଜି ସବୁ ନୀରବ । ଝିଅର ପୂର୍ଣ୍ଣ ସ୍ୱାସ୍ଥ୍ୟ ଫେରି ପାଇବାର ଆଶା ଆଉ ଅଛି ତ?”

ବାଚସ୍ପତି ପୁଣି ଜାତକ ଦେଖି କହିଲେ, “ପ୍ରାୟ ବର୍ଷେ ହେବ ଏକ ଦୁଷ୍ଟ ଗ୍ରହର ଚାଳନା ଯୋଗୁଁ ରାଜକୁମାରୀ ଏପରି ଭୋଗୁଛନ୍ତି । ଏପରି ଅବସ୍ଥା ପ୍ରାୟ ଏଗାର ମାସ ଓ ଏଗାର ଦିନ ଧରି ରହିବ । କିନ୍ତୁ ଅନ୍ୟ ଏକ ଉପାୟ ବି ଅଛି । ଯଦି ଆପଣମାନେ ରାଜି ହୁଅନ୍ତି ଓ କଷ୍ଟ ସ୍ୱୀକାର କରନ୍ତି ତେବେ ଯାଇ ରାଜକୁମାରୀ ହୁଏତ ଭଲ ହୋଇଯିବେ । କିନ୍ତୁ ସେଥିଲାଗି ଆପଣଙ୍କୁ ଯଥେଷ୍ଟ କଷ୍ଟ କରିବାକୁ ପଡିବ । ସେଥିପାଇଁ ଆପଣ ନିଜ ମନକୁ ପ୍ରସ୍ତୁତ କରନ୍ତୁ ମୁଁ କହିବି ।”

ରାଜାରାଣୀ କହିଲେ “ଆପଣ କୁହନ୍ତୁ, ଆମେ ଆମ ଝିଅର ସ୍ୱାସ୍ଥ୍ୟ ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ଅଛୁ । ସବୁପ୍ରକାର କଷ୍ଟ ସ୍ୱୀକାର କରିବାକୁ ପ୍ରସ୍ତୁତ ଅଛୁ ।”

“କଥାଟି ହେଲା ଗ୍ରହର ବକ୍ରଦୃଷ୍ଟି ଯୋଗୁଁ ଏପରି ହୋଇଛି । ରାଜକୁମାରୀଙ୍କୁ ଏହି ରାଜପ୍ରାସାଦ ଛାଡି ସ୍ଥାନାନ୍ତର ଯିବାକୁ ହେବ । ତାଙ୍କ ସୁରକ୍ଷାର ଯଥେଷ୍ଟ ବନ୍ଦୋବସ୍ତ ହେବ । ଏହା ଅତ୍ୟନ୍ତ ଜରୁରୀ । ସେକଥା କେହିବି ଜାଣିବେ ନାହିଁ । ଅଳ୍ପ ଲୋକ, ଯେଉଁମାନେ କି ପହରା ଦେବେ ଓ ସେବାରେ ରହିବେ କେବଳ ସେହିମାନେହିଁ ଜାଣିବେ; ଜ୍ୟୋତିଷଶାସ୍ତ୍ରରେ ଅଛି କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ରହିଲେ କୌଣସି ଦୁଷ୍ଟଶକ୍ତି ହୁଏତ ହଇରାଣ କରୁଥାଏ । ସେସବୁ ଚାଲିଯିବ ।”

ଜ୍ୟୋତିଷଙ୍କ କଥା ଶୁଣି ରାଜା ରାଣୀ ବଡ ଚିନ୍ତାରେ ପଡିଲେ । ଏପରି ଅବସ୍ଥାରେ ସେମାନେ ତାଙ୍କ ଝିଅଟିକୁ କେଉଁଠିକି ଓ କିପରି ବା ପଠାଇବେ? ପୁଣି ରାଣୀ ତ ତାଙ୍କ ଝିଅ ବିନା ମୋଟେ ରହି ପାରିବେ ନାହିଁ ।

ଏସବୁ କଥା ଶୁଣି ଜ୍ୟୋତିଷ ଚୁପ୍ ରହିଲେ । ରାଜା କହିଲେ, “ରାଜଧାନୀର ନିକଟରେ ସାରସ ସରୋବର ମଝିରେ ଯେଉଁ ଦ୍ୱୀପ ଅଛି, ସେଠାରେ ଆମର ଗ୍ରୀଷ୍ମନିବାସ ଅଛି । ଆମେ ରାଜକୁମାରୀଙ୍କୁ ସେଠାକୁ ପଠାଇ ଦେବୁ । ଏହା ନିକଟରେ ଅବସ୍ଥିତ । ତେଣୁ ଆମେ ମଧ୍ୟ ସବୁଦିନେ ଯାଇ ତାକୁ ଦେଖା କରି ପାରିବା । ସେଠାକୁ ଯିବା ଆସିବା କରିବା ସେମିତି କିଛି କଷ୍ଟ କଥା ନୁହେଁ ।”

ଜ୍ୟୋତିଷ ପଚାରିଲେ “ସାରସ ସରୋବର ଆଗ୍ନେୟ କୋଣରେ ଅବସ୍ଥିତ; ନୁହେଁ?” ରାଜା ହଁ ଭରିଲେ । ତା’ପରେ ଜ୍ୟୋତିଷ କହିଲେ, “ତେବେ ରାଜକୁମାରୀଙ୍କୁ ସେଠାକୁ ପଠାଇବା ତ ବହୁତ ଭଲ ହେବ । କିନ୍ତୁ ସେଠାରେ ସେ କେବଳ ଏକାହିଁ ରହିବେ । ତାଙ୍କ ଉପରେ ତାଙ୍କ ପିତାମାତାଙ୍କର କୌଣସି ପ୍ରକାର ଦୃଷ୍ଟି ସୁଦ୍ଧା ପଡିବ ନାହିଁ । ସେଠାରେ କେବଳ ଜଣେ ମାତ୍ର ପରିଚାରିକା ତାଙ୍କ ପାଖରେ ରହିବ । ଖାଦ୍ୟ ଦ୍ରବ୍ୟ ଇତ୍ୟାଦି ପ୍ରତ୍ୟେକ ଦିନ ରାଜପ୍ରାସାଦରୁ ପଠାହୋଇ ପାରିବ ଆପଣ ଦୁଇଜଣ ତାଙ୍କୁ ମାସରେ କେବଳ ଥରେ ମାତ୍ର ଦେଖି ପାରିବେ । ତଦ୍ୱାରା ଆପଣଙ୍କ ଝିଅର ମଙ୍ଗଳ ହେବ । ବ୍ରତ ତ ବହୁତ କଠିନ ମନେ ହେବ, କିନ୍ତୁ ଝିଅ ପାଇଁ ଆପଣମାନଙ୍କୁ ଏତକ ନିଶ୍ଚୟ ପାଳନ କରିବାକୁ ହେବ । ଗ୍ରହର ବକ୍ରଦୃଷ୍ଟିର ସମୟ କଟିଯିବା ମାତ୍ରେ ସେ ତୁରନ୍ତ ସୁସ୍ଥ ହୋଇ ଯିବେ ଓ ସେତେବେଳେହିଁ ତାଙ୍କର ବିବାହ ଯୋଗ ରହିଛି । ସେଥିପାଇଁ ଆପଣମାନେ କିଛିବି ଚିନ୍ତା କରନ୍ତୁ ନାହିଁ । ଈଶ୍ୱର ଚାହିଁଲେ ସବୁ କିଛି ଅତି ସହଜରେ ଠିକ୍ ହୋଇଯିବ । ମୁଁ ଏଠାକୁ ଆସିବା ବେଳେ ଜଗତ୍ପତି ଆଚାର୍ଯ୍ୟଙ୍କୁ ଦେଖିଥିଲି । ମୁଁ ତାଙ୍କ ସହିତ ମଧ୍ୟ କଥା କହିବି । ରାଜକୁମାରୀଙ୍କ ଅସୁସ୍ଥତା, ଗ୍ରହର ବକ୍ରଦୃଷ୍ଟି ପ୍ରଭୃତି ବିଷୟରେ ଆଲୋଚନା ହେବ । ତା’ପରେ ମୁଁ ଶୁଭମୁହୂର୍ତ୍ତ ବାହାର କରିବି, ଯେଉଁ ସମୟରେ ଆପଣମାନେ ରାଜକୁମାରୀଙ୍କୁ ଦେଖିବାକୁ ଯିବେ ।” ଏତିକି କହି ବାଚସ୍ପତି ସେଠାରୁ ଚାଲିଗଲେ ।
ତା’ପରେ ବାଚସ୍ପତିଙ୍କ କଥା ଅନୁସାରେ ସମସ୍ତ କିଛି କାର୍ଯ୍ୟକାରୀ ହେଲା । ବିଶ୍ରାମ ମହଲ ଶୀଘ୍ର ଶୀଘ୍ର ସଫା ହେଲା । ରାଜକୁମାରୀଙ୍କ ଘନିଷ୍ଠ ପରିଚାରିକା କମଳାବାଈ ସେଠାରେ ରହିବାର ସ୍ଥିର ହେଲା । ରାଣୀଙ୍କର ବି କମଳାବାଈ ଉପରେ ପ୍ରଗାଢ ବିଶ୍ୱାସ ଥାଏ । ଖାଦ୍ୟ ପାନୀୟ ବିଷୟରେ ରାନ୍ଧୁଣିଆକୁ ଖୁବ୍ ସତର୍କ ହେବାକୁ ହେଲା । ତାହା ପ୍ରତିଦିନ ରାଜମହଲରୁ ପଠା ହେଉଥିଲା ।

ବାଚସ୍ପତିଙ୍କ କଥା ଅନୁସାରେ ଠିକ୍ ଅଧରାତିରେ ରାଜକୁମାରୀଙ୍କୁ ପାଲିଙ୍କିରେ ବସାଇ ନେଇଗଲେ । ରାଜା ରାଣୀ ରାଜନଅରର ମୁଖ୍ୟ ଦ୍ୱାର ପର୍ଯ୍ୟନ୍ତ ଆସି ଝିଅକୁ ବିଦାୟ ଦେଇ ଗଲେ । କମଳାବାଈ ସହିତ ଆଉ ଦୁଇଟି ପରିଚାରିକା ସରୋବର ପର୍ଯ୍ୟନ୍ତ ଯାଇ ବିଦାୟ ଦେଇ ଫେରି ଆସିଲେ ।

ନୌକା ତ ଆଗରୁ ରଖା ହୋଇଥିଲା । ତହିଁରେ ରାଜକୁମାରୀ ଓ କମଳାବାଈ ଗଲେ । ନୌକା ବିଶ୍ରାମ ମହଲର ପାହାଚ ପର୍ଯ୍ୟନ୍ତ ଗଲା ଓ ସେଠାରେ ସେମାନଙ୍କୁ ଛାଡି ତାହା ଫେରି ଆସିଲା । ଅନ୍ୟ ପରିଚାରିକାଙ୍କୁ ଖବର ଦିଆଗଲା ଯେ ସେମାନେ ସେଠାରେ ଭଲରେ ପହଁଚିଛନ୍ତି ।

ରାଜାରାଣୀ ନିଜର ଝିଅକୁ ଦୂରକୁ ପଠାଇ ଦେଇ ବହୁତ ଦୁଃଖିତ ହେଲେ । କିନ୍ତୁ ଆଉ କ’ଣ ବା କରାଯାଇପାରେ । କେବଳ ଦୁହେଁ ଦୁହିଁଙ୍କୁ ସାନ୍ତ୍ୱନା ଏହି ଦେଉଥା’ନ୍ତି କି ଏହା ପରେ ଭଲ ସମୟ ଆସିବ । ସେଥିପାଇଁ ଅପେକ୍ଷା କରି ରହିବା ବ୍ୟତୀତ ଆମ ପାଖରେ ଆଉ ଅନ୍ୟ କିଛିବି ଉପାୟ ନାହିଁ ।

ପ୍ରଜାଙ୍କୁ କୁହାଗଲା ଅନ୍ୟ ପ୍ରକାର ଯେ ରାଜକୁମାରୀଙ୍କ ଅସୁସ୍ଥତା ସମୟରେ ତାଙ୍କୁ କେହି ମଧ୍ୟ ଦେଖିବେ ନାହିଁ ଏବଂ ରାଜକୁମାରୀ ଯେତେ ଶୀଘ୍ର ସୁସ୍ଥ ହେବେ ସେ ସେତେ ଶୀଘ୍ର ପ୍ରଜାଙ୍କୁ ଭେଟିବେ ଓ ଆସନ୍ତା ବର୍ଷ ତାଙ୍କ ଜନ୍ମଦିନ ବହୁତ ଆଡମ୍ବର ସହକାରେ ପାଳନ କରାଯିବ । ତେଣୁ ପ୍ରଜାମାନେ ଅଯଥା ବ୍ୟସ୍ତ ନ ହୋଇ ତାଙ୍କ କାମରେ ସେମାନେ ଲାଗନ୍ତୁ । ତା’ପରେ ସମଗ୍ର ରାଜ୍ୟରେ ସବୁ କିଛି ଶାନ୍ତ ମନେ ହେଲା ।

କିନ୍ତୁ ହଠାତ୍ ଦିନେ ସକାଳୁ ଖବର ମିଳିଲା ଯେ ରାଜକୁମାରୀ ସାରସ ସରୋବରର ବିଶ୍ରାମ ମହଲରୁ କୁଆଡେ ଚାଲିଯାଇଛନ୍ତି, ଅର୍ଥାତ୍ ସେ କେଉଁଠି ହେଲେ ବି ମିଳୁ ନାହାଁନ୍ତି । ଏ ଖବର ପାଇ ରାଜା ରାଣୀ ତ ମୂର୍ଚ୍ଛାପ୍ରାୟ ହୋଇ ପଡିଲେ । ଏଣେ ରାଜ୍ୟ ସାରା ଲୋକେ ବି ବ୍ୟସ୍ତ ବିବ୍ରତ ହୋଇ ପଡିଲେ ।

ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ ମନଗଢା ବା କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। କିଛି କାହାଣୀରେ କିଛି ମାତ୍ରାରେ ସତ୍ୟତା ଥିଲେ ମଧ୍ୟ ତାହା ମନଗଢା କଥା ଦ୍ୱାରା ବର୍ଣ୍ଣିତ ଏବଂ ବଢ଼େଇ ଚଢେଇ ଲିଖିତ । ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ ଏବଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।

New odia story Odia Gapa Odia Story
Share. Facebook Twitter Pinterest LinkedIn Tumblr Reddit Email
Previous ArticleShapa-Mukti
Next Article Bira hanuman
Liza S

Related Posts

ପଦବୀର ବଳ

March 23, 2023

ପୁତ୍ର – କନ୍ୟା

March 22, 2023

ରାଜନୀତି

March 21, 2023

ଶିବମଲ୍ଲଙ୍କ କାହାଣୀ

March 19, 2023

ପରମେଶ୍ୱରଙ୍କ କରୁଣା

March 18, 2023

ସୁଖଦୁଃଖର ସାଥୀ

March 17, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.