• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»Jadu Mahal
ଗଳ୍ପ

Jadu Mahal

Liza SBy Liza SOctober 15, 2022No Comments6 Mins Read
Facebook Twitter Pinterest Reddit LinkedIn Tumblr Email
Odia Story Jadu Mahal
Odia Story Jadu Mahal
Share
Facebook Twitter Pinterest Reddit Email

(ରାଜକୁମାରୀଙ୍କୁ ସାରସ ସରୋବର ସ୍ଥିତ ମହଲରୁ ଯାଦୁମହଲକୁ ଅଣାଗଲା । ସେଠାରେ ତାଙ୍କର ସମସ୍ତ ପ୍ରକାରର ଆବଶ୍ୟକତା ପୂର୍ଣ୍ଣ କରାଯାଉଥାଏ । କିନ୍ତୁ କଥା କହିବା ସେଠାରେ ମନା, ଏପରିକି ନିଜ ପରିଚାରିକା ମାନଙ୍କ ସହିତ ବି ନୁହେଁ । ଥରେ ଥରେ ତାଙ୍କୁ ଏପରି ସଙ୍କେତ ମିଳେ ଯେ ତାଙ୍କୁ ସେଠାରେ ସେହିପରିହିଁ ରହିବାକୁ ହେବ ।)

ରାଜକୁମାରୀ କ୍ଳାନ୍ତ ହୋଇ ପଡିଥିଲେ । କିନ୍ତୁ ତାଙ୍କୁ ନିଦ ଆସିଲାନାହିଁ । ସେ ଧୀରେ ଧୀରେ ସବୁକଥା ମନେ ପକାଇଲେ । ସେ ଭାବିଲେ ଏପରି ଘଟଣା କିପରି ସମ୍ଭବ ହେଲା । ଯିଏ ନେଇ ଆସିଛି ସେ କ’ଣ ତା’ଙ୍କ ପିତାଙ୍କର କେହି ଶତ୍ରୁ?

ତାଙ୍କର ଯେତିକି ମନେ ପଡେ ତାଙ୍କ ପିତାଙ୍କ ରାଜ୍ୟ ବଡ ଶାନ୍ତିର ସହିତ ଚଳୁଥିଲା ଓ ପଡୋଶୀ ରାଜ୍ୟ ମାନଙ୍କ ସହିତ ତାଙ୍କ ରାଜ୍ୟର ବନ୍ଧୁତାହିଁ ଥିଲା । ଯିଏ ବି ହେଉ ସେ ତାଙ୍କ ପିତାଙ୍କର କିଛି ଅନିଷ୍ଟ କରିବାକୁ ଚାହେଁ ନାହିଁ । ତେଣୁ ସେ ମନେମନେ ଭାବିଲେ, କିଛି ନା କିଛି ସମାଧାନ ତାଙ୍କ ପିତା ଅବଶ୍ୟ କରିବେ, ତେଣୁ ପୂର୍ବରୁ ସ୍ତ୍ରୀଲୋକଟି ଯାହା କହିଛି ସେହି ଅନୁସାରେ ପଳାଇବାକୁ ଚେଷ୍ଟା ନ କରି ଶାନ୍ତ ଭାବରେ ସେ ସେହିଠାରେ ରହିବେ ।

ସକାଳ ହେବାରୁ ସେ ଦେଖିଲେ ପୂର୍ବୋକ୍ତ ସ୍ତ୍ରୀଲୋକଟି ସେଠାକୁ ଆସି ତାଙ୍କୁ ହଲାଇ ଉଠାଇ ଦେଇ କହିଲା, “ମୁଁ ଆଶା କରୁଛି ତୁମର ଭଲ ନିଦ ହୋଇଥିବ ।” ରାଜକୁମାରୀ ସ୍ପଷ୍ଟ ଭାବରେ କହିଲେ “ହଁ, ମୁଁ ଭାବୁଛି ମୁଁ ଶୀଘ୍ର ସ୍ନାନ କଲେ ଭାରି ଭଲ ହୁଅନ୍ତା ।” ସେ ସର୍ବଦା ଏକାନ୍ତରେ ରହି ଭାବିବାକୁ ଚାହୁଁଥିଲେ ।

ସ୍ନାନାଗାରରେ ସେ ଦେଖିଲେ ତାଙ୍କ ପାଇଁ ନାନା ବସ୍ତ୍ର ସବୁ ସୁନ୍ଦର ଭାବରେ ସଜା ହୋଇ ରହିଛି । ସେ ବାହାରକୁ ଆସି ଦେଖିଲେ ଏକପ୍ରକାର ବେଶଭୂଷାରେ ଦୁଇଜଣ ପରିଚାରିକା ତାଙ୍କର ଆଜ୍ଞାବହ ହୋଇ ରହିଛନ୍ତି । ତା’ପରେ ସେ ଦେଖିଲେ ତାଙ୍କ କକ୍ଷଟି ହେଉଛି ଦର୍ପଣ ଘର । କାନ୍ଥବାଡରେ ଦର୍ପଣ ଲଗା ହୋଇଛି । ସେହି କକ୍ଷଟିରେ ଦୁଇଟି ବଡ ବଡ ଝରକା ରହିଛି । ତଦ୍ୱାରା ବାହାରର ବଗିଚା ସବୁ ସୁନ୍ଦର ଭାବରେ ଦେଖା ଯାଉଥାଏ ।

ସେହି ପରିଚାରିକା ମାନଙ୍କ ମଧ୍ୟରୁ ଜଣେ ତାଙ୍କପାଇଁ କିଛି ଖାଦ୍ୟ ନେଇ ଆସିଲା । ବିଦ୍ୟାବତୀ ସେସବୁ ଚୁପ୍ଚାପ୍ ଖାଇ ନେଲେ କାରଣ ସେ ଜାଣିଥିଲେ ଯେ ତାଙ୍କୁ ସେଠାରେ ବେଶ୍ ଯତ୍ନର ସହିତ ରଖାଯାଇଛି । ଖାଇସାରିବା ପରେ ସେ ଗଦି ଉପରେ ଶୋଇ ପଡିଲେ । ସେ କେବଳ ବାହାରକୁ ଦେଖାଇବାକୁ ଆଖି ବନ୍ଦ କରି ଥା’ନ୍ତି । ହେଲେ ଭିତରେ ସେ ବେଶ୍ ଜାଗ୍ରତ ଓ ଯଥେଷ୍ଟ ସଚେତନ ଥିଲେ । କାରଣ କୌଣସି ସମୟରେ କିଛି ନା କିଛି ଘଟିଯାଇପାରେ । ଅନେକ ସମୟ ପରେ ବୃଦ୍ଧା ସ୍ତ୍ରୀଲୋକଟି ସେଠାକୁ ଆସି ରାଜକୁମାରୀଙ୍କୁ କହିଲା, “ମୋ ସହିତ ଆସନ୍ତୁ ଆମେ ଟିକିଏ ଉଦ୍ୟାନରେ ବୁଲି ଆସିବା ।”

ବିଦ୍ୟାବତୀ ତତ୍କ୍ଷଣାତ୍ ବିଛଣାରୁ ଉଠିପଡି ସେ ବୃଦ୍ଧା ସହିତ ବାହାରକୁ ଗଲେ । ପାହାଚରେ ତଳ ମହଲାକୁ ଆସୁଆସୁ ରାଜକୁମାରୀ ଦେଖିଲେ ଚାରିଆଡେ ଖୁବ୍ ସାଜ୍ଜସଜ୍ଜା ଏବଂ ଦର୍ପଣମାନଙ୍କରେ ସେସବୁର ଶହଶହ ପ୍ରତିଫଳନ ।

ଉଦ୍ୟାନରେ ବୁଲିବାରୁ ବିଦ୍ୟାବତୀଙ୍କ ମନ ଟିକେ ଭଲ ଲାଗିଲା । ବୃଦ୍ଧା ସ୍ତ୍ରୀ ସର୍ବଦା ତାଙ୍କ ସହିତ ଥାଏ । ବୃଦ୍ଧା ବୁଲୁବୁଲୁ କୌଣସି ଏକ ସ୍ଥାନରେ ବସିପଡିଲା ହେଲେ ତା’ର ଆଖି ବିଦ୍ୟାବତୀଙ୍କ ଉପରେ ଥାଏ କାରଣ ତା’ର ଭୟ ଥିଲା କାଳେ ବିଦ୍ୟାବତୀ ସେଠାରୁ କୁଆଡେ ପଳାଇବେ ।

ସଂଧ୍ୟା ହେବାରୁ ସେମାନେ ମହଲକୁ ଫେରିଆସିଲେ । ବିଦ୍ୟାବତୀଙ୍କୁ ମନେହେଲା ବୃଦ୍ଧା ତାଙ୍କୁ ତାଙ୍କ ଶୟନ କକ୍ଷରୁ ଅନ୍ୟ କେଉଁଠାକୁ ନେଇଯାଉଛି । ବୃଦ୍ଧା କବାଟ ପାଖରେ ଅଟକି ଗଲା ଓ ଧକ୍କା ମାରି କବାଟଟି ଖୋଲିଲା; ତା’ପରେ ବିଦ୍ୟାବତୀଙ୍କୁ ନେଇ ସେ ଭିତରକୁ ଗଲା । ସେହି କକ୍ଷଟି ପୂର୍ବ କକ୍ଷଭଳି, ସବୁକିଛି ସଜ୍ଜା ହୋଇଥାଏ, ଅଳ୍ପ କିଛି ଭିନ୍ନ ଥିଲା । ସେ ଭାବିଲେ ବୋଧହୁଏ ପରିଚାରିକା ମାନେ ସେପରି କରିଛନ୍ତି । ରାତ୍ରିରେ ଯେଉଁମାନେ ଖାଦ୍ୟ ନେଇ ଆସିଲେ ତାଙ୍କୁ ସେ ପଚାରିବାକୁ ଚାହିଁଲେ, କିନ୍ତୁ ମୁହଁ ବନ୍ଦ କରି ରହିବାକୁ ସେ ଶ୍ରେୟସ୍କର ମଣିଲେ ।

ରାତି ପାହିବାରୁ ବିଦ୍ୟାବତୀ ଝରକା ଖୋଲି ଦେଖିଲେ ଉଦ୍ୟାନଟି ଭିନ୍ନ ଧରଣର ଥିଲା । ଫୁଲ ଗଛସବୁ ଭିନ୍ନ ଧରଣର । ତା’ପରେ ସେ ସ୍ନାନ କରିବାକୁ ଗଲେ । ପୂର୍ବରୁ ପିନ୍ଧିଥିବା ବସ୍ତ୍ରସବୁ ପରିଷ୍କାର କରାହୋଇ ସେଠାରେ ରଖା ହୋଇ ଥିଲା । ସ୍ନାନ ପରେ ମଧ୍ୟ ଦୁଇଜଣ ପରିଚାରିକା ତାଙ୍କୁ ପ୍ରତୀକ୍ଷା କରି ରହିଥାନ୍ତି । ତାଙ୍କୁ କୁହାଗଲା ଯେ ସେ ଦୁଇଜଣଙ୍କ ନାମ ସୁରେଖା ଓ ସୁଲେଖା । ବିଦ୍ୟାବତୀ ଦେଖିଲେ ତାଙ୍କରି ବସ୍ତ୍ର ପରି ବସ୍ତ୍ର ସେମାନେ ଦୁଇଜଣ ମଧ୍ୟ ପିନ୍ଧିଥାନ୍ତି । ସେ ଦୁଇଜଣ ଯାଆଁଳା ଭଉଣୀ ପରି ଦେଖା ଯାଉଥା’ନ୍ତି । ପୁଣି ବିଦ୍ୟାବତୀଙ୍କ ସହ ସେମାନଙ୍କର ମଧ୍ୟ ବହୁତ ସାମଞ୍ଜସ୍ୟ ଥାଏ । ବୃଦ୍ଧାସ୍ତ୍ରୀ ସେଠାରୁ ଅନ୍ୟ ଆଡେ ଚାଲିଗଲା ଏବଂ ଏହି ଦୁଇଜଣ ବିଦ୍ୟାବତୀଙ୍କ ସେବାରେ ସେଠାରେ ରହିଲେ ।

ଜଣେ ପରିଚାରିକା ଚାଲିଯିବାରୁ ବିଦ୍ୟାବତୀ ଅନ୍ୟଟିକୁ ପଚାରିଲେ, “ସୁରେଖା, ମୁଁ ତୁମକୁ କିଛି ପଚାରିବାକୁ ଚାହୁଁଛି ।” ଅନ୍ୟ ପରିଚାରିକା ଝିଅଟି କଥାରେ ବାଧା ଦେଇ କହିଲା, “ମୋ ନାମ ହେଉଛି ସୁଲେଖା, ଆପଣଙ୍କୁ କିଛି ପିଇବାକୁ ଦେବି ନା ଅନ୍ୟ କିଛିର ଦରକାର?” “ନାଁ, ମୁଁ ପିଇବାକୁ ଚାହେଁ ନାହିଁ । ତମେ କ’ଣ ଏଠାରେ ବହୁତ ଦିନ ଧରି ରହିଛ?” ରାଜକୁମାରୀ ଏତିକି ପଚାରିବା ପରେ ତା’ର ମୁହଁକୁ ସେ ଗମ୍ଭୀର ହୋଇ ଚାହିଁଲେ ।

ସେ ଉତ୍ତର ଦେଲା “ନା, ନା, ଏଇ ମାତ୍ର ମାସେ ଦେଢମାସ ହେବ ମୁଁ ଏଠାରେ ରହିଛି ।” ସେ ଇଚ୍ଛାକରି ଉତ୍ତରଟିକୁ ସଂକ୍ଷେପରେ କହିଲା ।

ବିଦ୍ୟାବତୀ ପଚାରିଲେ “ଏହା ପୂର୍ବରୁ ତୁମେ କେଉଁଠି ଥିଲ?” ସେ ଉତ୍ତର ଦେଲା “ଘରେ ଥିଲି ।”

ବିଦ୍ୟାବତୀ ପଚାରିଲେ “ତମେ ମୋତେ ଖୁବ୍ ଭଲ ଲାଗୁଛ । ମୁଁ ଯେବେ ମୋ ଘରକୁ ଫେରିଯିବି ତୁମେ ମୋ ସହିତ ଯିବ ତ?”

ସୁଲେଖା କହିଲା “ଏହି ଘର ତ ଆପଣଙ୍କର । ଆପଣଙ୍କର ଘର ପୁଣି କ’ଣ? ଆଉ ପୂର୍ବକଥା କିଛି ଭାବନ୍ତୁ ନାହିଁ । ମାଲିକ ଯେତେଦିନ ପର୍ଯ୍ୟନ୍ତ ଚାହିଁବେ ସେତେଦିନ ପର୍ଯ୍ୟନ୍ତ ଆପଣଙ୍କୁ ଏହିଠାରେହିଁ ରହିବାକୁ ହେବ । ପରେ ହୁଏତ ସେ ତାଙ୍କ ନିଜ ସହିତ ଆପଣଙ୍କୁ ମଧ୍ୟ ନେଇଯାଇ ପାରନ୍ତି । କିନ୍ତୁ କେବେ ବା କେଉଁଠାକୁ ସେକଥା ମୁଁ କହି ପାରିବି ନାହିଁ ।”

“ଓହୋ, ତେବେ ଏପରି କଥା ।” ବିଦ୍ୟାବତୀ କଥାଟି ସେଇଠାରେ ଶେଷ କଲେ । କାରଣ ବେଶି ଉତ୍ସାହିତ ହେଲେ ସେ ବୃଦ୍ଧାକୁ ହୁଏତ ଏଇସବୁ କଥା ଏମାନେ କହି ଦେବେ । ଆଗକୁ ପୁଣି କ’ଣ ବିପଦ ଅଛି ସେକଥା କିଏ କହିବ?

ପରଦିନ ଦ୍ୱିପ୍ରହର ପର୍ଯ୍ୟନ୍ତ ସେମାନେ ଏକାଠି ବସି ଆଲୋଚନା କରିବାର ସୁଯୋଗ ଆଉ ପାଇଲେ ନାହିଁ । ଦ୍ୱିପ୍ରହର ଭୋଜନ ପରେ ରାଜକୁମାରୀ ଶଯ୍ୟା ଉପରେ ଗଡପଡ ହେଉଥା’ନ୍ତି । ତାଙ୍କ ଆଖିକୁ ନିଦ ଆସୁ ନଥାଏ । ସେ ପରିଚାରିକାକୁ ଡାକି କହିଲେ, “ସୁଲେଖା, ଏଠାକୁ ଆସି ମୋ ପାଖରେ ବସ । ମୁଁ ତୁମକୁ କିଛି ପଚାରିବାକୁ ଚାହେଁ ।” ବିଦ୍ୟାବତୀ ଏଥର ଜାଣିଜାଣି ଭୁଲ୍ ନାମରେ ଡାକିଲେ, “ରାଜକୁମାରୀ, ମୋ ନାମ ସୁରେଖା ।” ଏତିକି କହି ସେ ପରିଚାରିକା ଜଣକ ଚୁପ୍ ରହିଲା ।

ରାଜକୁମାରୀ ବିଦ୍ୟାବତୀ ପଚାରିଲେ “ତୁମ ଦୁଇଜଣଙ୍କ ମୁହଁରେ ଏତେ ସାମଞ୍ଜସ୍ୟ ଅଛି ଯେ ନାମ ମନେରଖିବା ବଡ କଷ୍ଟ । ସ୍ୱାଭାବିକ ଭାବରେ ଭ୍ରମ ହୋଇ ଯାଇଛି । ତମେ ଦୁହେଁ ଯାଆଁଳା ଭଉଣୀ କି?”

ସୁରେଖା କହିଲା “ନାହିଁ, ରାଜକୁମାରୀ, ଆମେ ଦୁହେଁ ଯାଆଁଳା ନୋହୁଁ । ଏପରିକି ଆମେ ଦୁହେଁ ଦୁଇ ଭଉଣୀ ମଧ୍ୟ ନୋହୁଁ ।” ଆମକୁ ଏପରି ଯାଆଁଳା ଭଉଣୀ ପରି କାହିଁକି ଯେ କରାହୋଇଛି ତାହା ମଧ୍ୟ ମୁଁ ଜାଣେ ନାହିଁ ।”

ବିଦ୍ୟାବତୀ ପଚାରିଲେ “ତମେ କେବେଠାରୁ ଏଠାକୁ ଆସିଛ?”

ସେ କହିଲା “ହୁଏତ ମାସେ ବା ଦୁଇ ମାସ ହେବ ।” ବିଦ୍ୟାବତୀ କହିଲେ “ମନେହୁଏ ତୁମେ ଦୁଇଜଣ ଏକବାରେ ଏଠାରେ ଏକେଲା ରହୁଛ । ଏତେ ବଡ ଘରେ କେବଳ ବୃଦ୍ଧା ସ୍ତ୍ରୀଟିଏ ଆଖିରେ ପଡୁଛି ।” କାରଣ ସେ ପରିଚାରିକାର ଉତ୍ତରରୁ କିଛିଟା ଖବର ସଂଗ୍ରହ କରିବାକୁ ସେ ଚାହୁଁଥିଲେ ।

ସୁରେଖା ସ୍ପଷ୍ଟ ଭାବରେ କହିଲା “କାଲି ମାଲା ଓ ନୀଲା କାମ କରିବାକୁ ଥିଲେ । ଆଜି ଆମେ ଏଠାରେ କାମ କରୁଛୁ । ମୁଁ ଏକଥା କେବେବି କହି ପାରିବି ନାହିଁ କି ଆସନ୍ତା କାଲି ଏଠାକୁ ପୁଣି ଆଉ କିଏ ଆସିବେ । ଏଠାରେ ତ ଅନେକ ଝିଅପିଲା ଅଛନ୍ତି । ମୁଁ ସେମାନଙ୍କ ବିଷୟରେ କିଛିବି ଜାଣେ ନାହିଁ । ସମସ୍ତିଙ୍କର ନାମ ମଧ୍ୟ ମୁଁ ଠିକ୍ସେ ଜାଣେ ନାହିଁ ।”

ବିଦ୍ୟାବତୀ ପଚାରିଲେ “ଏଠାରେ କ’ଣ ପୁରୁଷ କେହିବି ନାହାଁନ୍ତି? ତୁମ ମାଲିକ କେଉଁଠି?”

ସୁରେଖା କହିଲା “ପୁରୁଷ ଲୋକ ତ ମୁଁ ଏଠାକୁ ଆସିବାଦିନୁ କେବେବି ଦେଖିନାହିଁ । ମୁଁ ଯେତେଦୂର ଜାଣେ ମାଲିକଙ୍କ କକ୍ଷ ଅଲଗା ଓ ସେ ମହିଳାମାନଙ୍କ ଘର ପଟକୁ କେବେ ହେଲେ ମଧ୍ୟ ଆସନ୍ତି ନାହିଁ । ମୁଁ ତ କାହିଁ ଥରେ ହେଲେବି ତାଙ୍କୁ ଦେଖି ନାହିଁ, ତାଙ୍କ ବିଷୟରେ ମୁଁ ଯାହାକିଛି ଶୁଣିଛି; ରାଜକୁମାରୀ ଆପଣ ଏବେ ଶୋଇଯା’ନ୍ତୁ ।” ତା’ପରେ ଏହାକହି ସେ ତକିଆ ଗଦି ଆଦି ସଜାଡି ଦେଇ ନିଜେ ଝରକା ପାଖରେ ଯାଇ ବସିଲା ।

ବିଦ୍ୟାବତୀ ନିଦରୁ ଉଠିବା ମାତ୍ରେ ବୃଦ୍ଧା ତାଙ୍କୁ ଉଦ୍ୟାନକୁ ବୁଲେଇ ନେଇଗଲା । ରାଜକୁମାରୀଙ୍କୁ ଟିକିଏ ଅସୁବିଧା ଲାଗିଲା । ବୃଦ୍ଧା ତ ଉଦ୍ୟାନରେ ସଦା ସର୍ବଦା ତାଙ୍କ ପାଖେ ପାଖେହିଁ ଥାଏ । ଅନ୍ୟ ପରିଚାରିକା କେହିବି ନଥା’ନ୍ତି । ସାଧାରଣ କଥାବାର୍ତ୍ତା ବହୁତ ଅଳ୍ପ । ସମସ୍ତ ସେବାଯତ୍ନ ସତ୍ତ୍ୱେ ସେ ରାଜକୁମାରୀଙ୍କୁ ବଡ ଅସହାୟ ଲାଗିଲା, ସେ କ୍ରମେ କିଂକର୍ତ୍ତବ୍ୟବିମୁଢ ହୋଇ ପଡିଲେ ।

ସଂଧ୍ୟା ହେବାରୁ ସେମାନେ ଘରକୁ ଲେଉଟିଲେ । ବିଦ୍ୟାବତୀଙ୍କୁ ଲାଗିଲା ସେ ତୃତୀୟ କକ୍ଷରେ ରହୁଛନ୍ତି । ପରଦିନ ଯେଉଁ ଦୁଇଜଣ ପରିଚାରିକା ତାଙ୍କ ସେବାରେ ଥିଲେ ସେମାନେ ହେଲେ ମାଳିନୀ ଓ ଶାଳୀନୀ । ବିଦ୍ୟାବତୀଙ୍କ ପାଇଁ ଯେଉଁ ବସ୍ତ୍ର ପିନ୍ଧିବାକୁ ଦିଆଯାଇଥିଲା ମାଳିନୀ ଓ ଶାଳୀନୀଙ୍କୁ ମଧ୍ୟ ଠିକ୍ ସେହିପରି ବସ୍ତ୍ର ପିନ୍ଧିବାକୁ ଦିଆଯାଇ ଥିଲା । ଏଥିରୁ ସେ ରାଜକୁମାରୀ ଏହା ବୁଝିଲେ ଯେ ତାଙ୍କୁ ଯିଏ ଅହରଣ କରିଛି, ସେ ଏପରି ବନ୍ଦୋବସ୍ତ କରିଛି ଯେ ହଠାତ୍ କେହିବି ତାଙ୍କୁ ଚିହ୍ନିପାରିବେ ନାହିଁ ।

ତା’ପରେ ସେ ତାଙ୍କ ମନେ ମନେ ଭାବିଲେ ସେ ଏଣିକି ନିଜ ଇଚ୍ଛା ଅନୁସାରେ ସବୁ କିଛି କରିବେ । ଏମିତି ଆଉ କେତେଦିନ ସହ୍ୟ କରି ସେ ପଡିରହିଥିବେ । କିନ୍ତୁ ତା’ପୂର୍ବରୁ ତାଙ୍କୁ ଏସବୁ ନୂତନ ପରିସ୍ଥିତି ବିଷୟରେ ଖବର ସଂଗ୍ରହ କରିବାକୁ ପଡିବ । ନଚେତ୍ ବିପଦ । କେଉଁଠି କିଭଳି ଭାବରେ ବିପଦ ପଡିବ ତାହା ମଧ୍ୟ ବୁଝିବା ବଡ କଷ୍ଟକର ।

New odia story Odia Gapa Odia Story
Share. Facebook Twitter Pinterest LinkedIn Tumblr Reddit Email
Previous ArticleBamana bibaha
Next Article Aphimiara Sakhyadana
Liza S

Related Posts

ପଦବୀର ବଳ

March 23, 2023

ପୁତ୍ର – କନ୍ୟା

March 22, 2023

ରାଜନୀତି

March 21, 2023

ଶିବମଲ୍ଲଙ୍କ କାହାଣୀ

March 19, 2023

ପରମେଶ୍ୱରଙ୍କ କରୁଣା

March 18, 2023

ସୁଖଦୁଃଖର ସାଥୀ

March 17, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.