• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଅନ୍ୟାନ୍ୟ»ହାତ ଚଳିଲେ ଭାତ
ଅନ୍ୟାନ୍ୟ

ହାତ ଚଳିଲେ ଭାତ

ଜଗନ୍ନାଥ ମହାନ୍ତିBy ଜଗନ୍ନାଥ ମହାନ୍ତିFebruary 18, 2020No Comments5 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

ଦିଲ୍ଲୀର ଜଣେ ବିଖ୍ୟାତ ସାହିତ୍ୟିକ । ତାଙ୍କର ନାମ ଖୁସ୍‌ବନ୍ତ ସିଂହ । ଥରେ ସେ ଗୋଟିଏ ବିଦେଶୀ ପତ୍ରିକାର ସଂପାଦକଙ୍କଠାରୁ ଲେଖାଟିଏ ପଠାଇବାକୁ ଜରୁରୀ ଅନୁରୋଧ ପାଇଲେ । ଲେଖାଟି ପୁଣି ହେବ ମରୁଡ଼ି-ପୀଡ଼ିତ ଗୋଟିଏ ଦୁଇଟି ଭାରତୀୟ ଗ୍ରାମର ଚିତ୍ର ।

ସେ ତେଣୁ ମାଇଲିଏ ପାଖାପାଖି ଦୁଇଟି ଗାଁ ଏଥିପାଇଁ ବାଛିଲେ । ଦୁଇ ଗାଁର ଭୂଇଁ ଏକପ୍ରକାର ଆଉ ଉଭୟ ଗାଁରେ କୂଅ ସାହାଯ୍ୟରେ ଜଳସେଚନର ସୁବିଧା ଅଛି ।

ଶୀତଦିନ । ସେ ପ୍ରଥମେ ବଡ଼ିଭୋରରୁ ଗୋଟିଏ ଗାଁ ଭିତରକୁ ପଶିଲେ । ଗାଁ ମୁଣ୍ତରେ ଚା’ ଖଟି । କେତେକ ଚାଷୀ ଚୂଲିର ଆଞ୍ଚ ପାଖରେ ବସି ନିଆଁ ପୋଉଁଥିଲେ । ଖୁସ୍‌ବନ୍ତ ସିଂହ ସେମାନ‌ଙ୍କୁ ଶୁଭେଚ୍ଛା ଜଣାଇ “କ’ଣ ହାଲଚାଲ” ବୋଲି ପଚାରିଲେ ?

ଜଣେ ଚାଷୀ ଉତ୍ତର ଦେଲେ – ଏମିତି ଖରାପ ବେଳା ଆଉ କେବେ ପଡ଼ି ନଥିଲା । ମାସ ମାସ ଧରି ଟୋପାଏ ବି ପାଣି ପଡ଼ିଲା ନାହିଁ । ଆମର ଜଅ ବାଜରା ଆଉ ସୋରିଷର କ୍ଷେର ସବୁ ଉଜୁଡ଼ି ଗଲା । ଅଧେ କ୍ଷେତ ତ ଶୁଖି ଡ଼ାଙ୍ଗ ହୋଇ ଗଲାଣି । ଆମେ ତ ଏବର୍ଷ ମୁଗ ଗଣ୍ତେ ପୁଣି ପାଇଲୁ ନାହିଁ ।

ଲେଖକ ସେମାନଙ୍କୁ ପଚାରିଲେ – କାହିଁକି, ନଳ କୂଅ ସବୁ ଅଛି ପରା?

ଜଣେ ଲୋକ ଉତ୍ତର ଦେଲେ – ଆମର ବେଶୀ ନଳକୂଅ ନାହିଁ ।

ଲେଖକ ପଚାରିଲେ – ତେବେ କାହିଁକି ଆଉ କେତୋଟି ନଳକୂଅ ବସାଉ ନାହଁ ?

ଗ୍ରାମର ଲୋକଙ୍କ ମଧ୍ୟରୁ ଜଣେ କ‌ହିଲେ – କାହିଁକି? ସରକାରଙ୍କୁ ପଚାରୁନ, ସେ ତାର ଉତ୍ତର ଦେବେ । ଆମକୁ ତ ଜମା କିଛି ମିଳୁ ନାହିଁ ।

ତା’ପରେ ଲୋକେ ସରକାରଙ୍କ ବିରୁଦ୍ଧରେ ବିଷୋଦ୍‌ଗାର କଲେ । ଅସୁମାରି ଅଭାବ ଅଭିଯୋଗ ବାଢ଼ିବାରେ ଲାଗିଲେ ।

ଖୁସ୍‌ବନ୍ତ ସିଂହ କ‌ହିଲେ – ଆପଣମାନେ ତ ଭଲ ସାର, ବି‌ହ‌ନ ଆଉ କୀଟନାଶକ ଔଷଧ ଆଦି ପାଉଥିବେ ?

କିନ୍ତୁ ସେମାନେ ତାଙ୍କର ସବୁ ପ୍ରଶ୍ନର ଉତ୍ତର ସେଇ ଦୁଇ ତିନି ପଦରେ ଦେଇ ପକାଇଲେ – “ବାବୁ, ଖାଲି ସବୁ କାଗଜ କାରବାର, ଫାଇଲ ଚାଷରେ ସବୁ ହୋଇଛି ।” ବଡ଼ ରୋକ୍‌ଠୋକ ଭାବରେ ସେମାନେ ବଢ଼ାଇଦେଲେ । ସେମାନଙ୍କୁ ମଧ୍ୟ ଲେଖକ ଯେତେବେଳେ ପଞ୍ଚାୟତ, ବିଦ୍ୟାଳୟ ଆଉ ସ‌ହ‌ଯୋଗୀ ଅନୁଷ୍ଠାନ ଜରିଆରେ ସେମାନଙ୍କର ଚେଷ୍ଟା କିପରି ଚାଲିଛି ପଚାରିଲେ, ସେମାନେ ସେମିତି ସେଇ ଦୁଇପଦିଆ ଉତ୍ତର ଦେଲେ – “କାଗଜ କାରବାର ।”

ତା’ପରେ ଲେଖକ ଚା’ଖଟି ଛାଡ଼ି ଗାଁ ଭିତରକୁ ଚାଲିଲେ । ଗାଁର କଚା ରାସ୍ତାର ଧୂଳି ଆଉ ଖୋଲା ନାଳର ପଚା ଗନ୍ଧ ତାଙ୍କୁ ବଡ଼ ଅତିଷ୍ଠ କଲା । ପ୍ରକୃତରେ ତାଙ୍କୁ ଏମିତି ଲାଗିଲା ଯେ ଯଦି ସେ ଗାଁରେ ପଞ୍ଚାୟତ ଥିବ, ତେବେ ତାହା ନାମକୁ ମାତ୍ର କେବଳ କାଗଜପତ୍ରରେ ହିଁ ରହିଥିବ ।

କ୍ଷେତବାଡି ସବୁ ସେମିତି ଅବହେଳା ଅସନ୍ତୋଷର ସୁଚନା ଦେଉଥିଲା । ଟାଙ୍ଗର ଭୁଇଁରେ ଠିଆ ଫସଲ କେଉଁ ଠି ଝାଉଁଳି ପଡିଥିଲା ତ, କେଉଁଠି ଶୁଖି ଝାଟି ପରି ରହିଥିଲା। ଅଳ୍ପସମୟ ପରେ ସେ ଆର ଗାଁଟିକୁ ଗଲେ। ଜଣେ ଲୋକ ଠିକ୍ ସେତେବେଳେ ଟ୍ରାକ୍ଟରଟିଏ ଚଳାଇ ଗାଁ ଭିତରକୁ ଚାଲି ଯାଉଥିଲେ। ସେ ହେଉଛନ୍ତି ସେଇ ଗାଁର ସରପଞ୍ଚ। ଲେଖକଙ୍କୁ ଦେଖି ସେ ତରତର ହୋଇ ଯାଉଥିବାର ଜଣାପଡୁଥିଲା। ସେ ଟ୍ରାକ୍ଟରକୁ ବନ୍ଦକରି ଦେଇ କହିଲେ-“ମୋର ଆଜି ବହୁତ ବିଳମ୍ବ ହୋଇଥିଲା। ହଳ କରିବାକୁ ଏବେ ଯାଉଥିଲି।”

ଲେଖକ କ୍ଷମା ମାଗିନେଇ ତାଙ୍କର ଆସିବା ଉଦ୍ଦେଶ୍ୟ କହିଲେ।

ସରପଞ୍ଚ ଖୁବ୍ ଜୋର ଦେଇ ଖିଲେ-ମରୁଡି କଥାଟା ମନଗଢା, ଭାରି ଅତିରଞ୍ଜିତ ହୋଇ ବାହାରେ ପ୍ରଚାରିତ ହେଉଛି । କିନ୍ତୁ ଯେତେ ଦୂର ସମ୍ଭବ ଆମେ ଏବର୍ଷ ଗଲବର୍ଷ ଠାରୁ ଅଧିକ ଫସଲ ଫଳାଇ ପାରିବୁ। ଏ ଆଶା ଆମର ରହିଚି।

ଲେଖକ ବଢ ବିସ୍ମିତ ହେଲେ। କଥାଟା କ’ଣ ଜାଣିବାକୁ ସେ ଭାରି ଉଦ୍ ଗ୍ରୀବ ହୋଇ ପଢିଲେ। ସେ ନମ୍ର ସ୍ୱରରେ ପଚାରିଲେ ଆପଣ ଦୟାକରି ଯାହା କହିଲେ ତାର କାରଣ ଟିକିଏ ବୁଝାଇ ଦେବେ କି ?

ସରପଞ୍ଚ ଉତ୍ତର ଦେଲେ- କାରଣଟା ଅତି ସହଜ ,ଅତି ଜଣାଶୁଣା। ମୁଁ ଆଉ ଆପଣଙ୍କୁ ବୁଝାଇବ କ’ଣ? ବର୍ଷା ହେଲା ନାହିଁ। ତେଣୁ ଆମେ ଚାଷ କରିବାକୁ ଅଧିକ ସମୟ ପାଇଲୁ। ଆମର ପାଞ୍ଚଶହ ପ୍ରାଣୀ ଥିବା ଏଇ ଗଁଅରେ ଯେତେ ନଳକୂଅ ଅଛି ସେଗୁଢିକର ଚାରିପାଟକୁ ଲାଗି ସବୁ କାମ ଆମେ ଭଲ ଭାବରେ ବିଚାରି ଓଡ କରି ହଳ କରିଦେଲୁ। ଆମର ଏଠି ଚବିଶଟି ନଳକୂଅ ଅଛି। ଆମେ ତ ଭଲ ବିହନ ବୁଣିଲୁ। ମୁଁ ତ ମେକ୍ ସିକୋର ଗୋଟିଏ ଜାତିଆ ଗହମ ବିହନ ଆଣି ବୁଣିଚି। ଆଶା କରୁଚି ଏହା ଭାରତୀୟ ଗହମର ତିନିଗୁଣ ଫଳ ପାଇବ। ଅଧିକ ସାର ତ ଦିଆଜାଇଛି। ଦଶ ବର୍ଷ ତଲେ ମୋର ଯେଉଁ ଜମିରୁ ଏକର ପିଛା ୨୫ ମହଣ ଗହମ ମିଳୁଥିଲା, ସେଠାରେ ଗଲାବର୍ଷ ଏକର ପିଛା ୩୫ ମହଣ ଗହମ ଫଳିଥିଲା। ଯଦି ଭଗଭାନ୍ କରନ୍ତି, ହୁଏତ ଏ ବର୍ଷ ମରୁଡି ସତ୍ତ୍ୱେ ମୁଁ ଏକର ପିଛା ୪୦ ମହଣରୁ ଅଧିକ ଗହମ ସେ ଜମିରୁ ଆଶା କରୁଛି ।

ନିଜର ଶକ୍ତିସାମର୍ଥ୍ୟ ଉପରେ ମନୁଷ୍ୟର କେଡ଼େ ବିଶ୍ୱାସ ଆଉ ଆସ୍ଥା ! ଏତେ ଅସୁବିଧା ଆଉ ବାଧାବିଘ୍ନ ଭିତରେ ତା’ର କେଡ଼େ ଦୃଡ଼ତା  ଆଉ ସାହସ । ସରପଞ୍ଚଙ୍କର ଆତ୍ମ ବିଶ୍ୱସ ଆଉ ଦୃଢ଼ତା  ଦେଖି ଲେଖକଙ୍କର ମନରେ  ଆନନ୍ଦ ଓ ଉତ୍ସାହ ବହୁ ଗୁଣିତ ହୋଇଗଲା  । ସରପଞ୍ଚ ମୁହଁରେ ଆସ୍ଥା ଓ ଆଶାର ଆଲୁଅ ଖେଳାଇ ଦେଇ କହିଲେ-ଆମର ହେଲା ଚାଷର ଦେଶ । ଆମେ ଅନ୍ୟ ଦେଶକୁ ଗହମ ବିକିବା କଥା । କିନ୍ତୁ ଆମେ ଓଲଟି ଅନ୍ୟ ଦେଶରୁ ଏହା ଭିକମାଗି ପେଟ ପୋଷୁଚୁ । କେଡ଼େ ଲଜ୍ଜା ଓ ଦୁଃଖଋ କଥା ! ଯଦି ଈଶ୍ୱର ଚାହିଁବେ ଆମେ ଶୀଘ୍ର ଆମର କର୍ତ୍ତବ୍ୟ କରିପାରିବା ।

ଏଇ ଛୋଟ ଗାଁ’ଟିକୁ ଆଗର ବଡ଼ ଗାଁ ସହିତ ତୁଳନା କଲେ କେତେ ତଫାତ୍ ! ! ଆଶା ଆଉ ନିରାଶା, ନିଜ ଗୋଡ଼ରେ ଠିଆ ହେବା ଆଉ ଅପରକୁ ଚାହିଁ ରହିବା ଭିତରେ କେତେ ଆକାଶ ପାତାଳ ପାର୍ଥକ୍ୟ ସତେ !

ଏ ଛୋଟ ଗାଁର ସବୁ ଘରଗୁଡ଼ିକ ପକ୍କା ବା ଇଟାରେ ତିଆରି । ସବୁ ଘରକୁ ବିଜୁଳି ଆଲୁଅ ନିଆ ଯାଇଛି । ଆଠଟି ଘରେ ରେଡ଼ିଓ ବାଜୁଚି । ପୁଣି ଗାଁ ମଝିରେ ଗୋଟିଏ ସାଧାରଣ ରେଡ଼ିଓ ଲଗାଯାଇଛି ! ପ୍ରତି ଘର ଆଗରେ ପାଣି ଉଠାଇବା ଆଉ ମଡ଼ାଇବା ପାଇଁ ଗୋଟିଏ ଗୋଟିଏ ଯନ୍ତ୍ର ଲାଗିଛି । ଗାଁ ସାରା କେଉଁଠି ହେଲେ ଖୋଲା ନାଳଟିଏ ନାହିଁ । କି ଟିକିଏ ଖରାପ ଗନ୍ଧ ନାକରେ ବାଜିବ ନାହିଁ । ଗାଁ ର ସବୁପିଲା କି ଝିଅ କି ପୁଅ,କି ହରିଜନ କି ଉଚ୍ଚଜାତିର ହେଉ ସ୍କୁଲକୁ ଯାଉଛନ୍ତି । ଲେଖକ ପୁଣି ଶୁଣି ଆଶ୍ଚର୍ଯ୍ୟ ହେଲେ ଯେ ଦୁଇ ଗାଁର ଲୋକଙ୍କ ଜମିମାଡ଼ି ପ୍ରାୟ ସମାନ ! ତେବେ ଦୁହିଁଙ୍କ ଭିତରେ ଏତେ ବିରାଟ ପାର୍ଥକ୍ୟ କାହିଁକି ?

ସରପଞ୍ଚ ଟ୍ରାକ୍ଟରରେ ପୁଣି ଥରେ ଷ୍ଟାଟ୍ ଦେଇ କହିଲେ-ସର୍ଦ୍ଦାରଜୀ, ଆମେ ଯଦି ଆମର ଗଦି ଉପରେ ଦିନସାରା ବସି ରହି ସରକାରଙ୍କଠାରୁ ସବୁକିଛି ପାଇଯିବା ବୋଲି ଆଶା କରିବା, ଆଉ ନପାରିଲେ ଖାଲି ଗୁଣୁ ଗୁଣୁ ହେବା, ତେବେ ଆମକୁ ଯାହା ମିଳିବ ଆମେ ଭୋଗ କରିବା । ଭଗବାନ୍ ବି କାହିଁକି ସାହା ହେବେ ? ସବୁଠୁଁ ସରଳ କଥା ହେଲା, ନିଜ ହାତରେ ସବୁ କର । ନିଜ ଗୋଡ଼ରେ ଠିଆ ହୁଅ । ତେବେ ସବୁ ଠିକ୍ ହୋଇଯିବ । ହାତ ଚଳିଲେ ଭାତ ଅଭାବ ହେବ ନାହିଁ-ଏହା ହେଲା ସାର କଥା ।

ଖୁସ୍ ବନ୍ତ ସିଂହ ଏହି ତାତ୍ପର୍ଯ୍ୟପୂର୍ଣ୍ଣ କଥାତକ ଶୁଣି ଅତିଶୟ ଆନନ୍ଦିତ ହୋଇ ପଡ଼ିଲେ ।

ତାଙ୍କୁ ବିଦାୟ ନମସ୍କାର ଜଣାଇ ସରପଞ୍ଚ ଯେତେବେଳେ ତାଙ୍କ କ୍ଷେତକୁ ଟ୍ରାକ୍ଟର ଚଳାଇ ନେଲେ ପଛରୁ ଡିଜେଲ ଧୂଆଁ ର କଳାମେଘ ଖଣ୍ଡି ମାଡ଼ି ଆସିଲା । ସେତେବେଳେ ଲେଖକ ଭବିଷ୍ୱତର ଉଜ୍ଜ୍ୱଳ ଆଶାମୟ ଭାବନାରେ ବୁଡ଼ି ଯାଉଥିଲେ । ଡିଜେଲ ଗନ୍ଧ ନାକରେ ବାଜିବାରୁ ସେ ଅନୁଭବ କଲେ ସ୍ୱର୍ଗର ପାରିଜାତ ଫୁଲଠାରୁ ତାହା ଯେମିତି ଅଧିକ ମଧୁର, ଅଧିକ ସୁନ୍ଦର; ଆଉ ଅଧିକ ମନୋହର !

Jaganath Mohanty Books Jaganath Mohanty odia Story Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleବୟସ ଯେଉଁଠି ହାର୍ ମାନିଛି
Next Article ଭଲ ଚାଷ କରି ଆଦର୍ଶ ସବୁରି
ଜଗନ୍ନାଥ ମହାନ୍ତି

Related Posts

ଅଭିନବ ବିବାହ

March 16, 2023

ବୋକା ନା ବିବେକୀ?

March 1, 2023

ଘୋରକର ଉଦାରତା

February 1, 2023

ମହାଭାରତ

January 26, 2023

ମହାରାଜାଙ୍କ କଳା

December 21, 2022

ଶକରକନ୍ଦ

December 12, 2022
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.