(ରାଗ: ଗୌଡ଼ା)
(ମତାନ୍ତରରେ ଚନ୍ଦ୍ରକାନ୍ତ)
ହରି ଆମ୍ଭର ହେ, ଏତ ପ୍ରାଣର ଧନ[୧] ।ପଦ।
ହରିହୟମଣିକି ଜିଣିଛି ଅପଘନ,
ନିନ୍ଦୁଅଛି ଇନ୍ଦୁକୁ ବଦନ ଗୋ ।୧।
ହଜାର ସଂଖ୍ୟକ ହେଲେ ହେଲେହେଁ ମଦନ,
ନୋହିବ ଏ ମୋହନ ସମାନ ଗୋ ।୨।
ହଜି ନ ଯିବ ଜୀମୂତକେଶାର କି ଜ୍ଞାନ
ଶୁଣୁ ଶୁଣୁ ମୃଦୁ ବେଣୁଗାନ ଗୋ ।୩।
ହଟି ଥରେ କରିବା କି ରଦାମ୍ବର ପାନ,
ହେଉ ଫଳବନ୍ତ ଯଉବନ ଗୋ ।୪।
ହାର ମଧ୍ୟରେ ଆମ୍ଭ ତରଳରତନ ଗୋ,
ହେବେ କି ଏ ଯୁବତୀ ଜୀବନ ଗୋ ।୫।
ହୃଷ୍ଟ ହୋଇ ଅଷ୍ଟଦୁର୍ଗ ନମୁଚିସୂଦନ ଗୋ,
କରେ ଏ ରସରେ ବିରଚନ ଗୋ ।୬।