• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଅନ୍ୟାନ୍ୟ»ଗୌହାଟୀରୁ ଫେରିଲି
ଅନ୍ୟାନ୍ୟ

ଗୌହାଟୀରୁ ଫେରିଲି

ଜଗନ୍ନାଥ ମହାନ୍ତିBy ଜଗନ୍ନାଥ ମହାନ୍ତିFebruary 18, 2020No Comments3 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

ଅଗଷ୍ଟ ୪ ତାରିଖ । ଭୋର ୪ଟାରୁ ଉଠି ନିତ୍ୟକର୍ମ ସାରିଦେଲି । ଏତେ ଭୋରରୁ ବାହାରଟା କେଲେ ଫରଚା ଦିଶିଲାଣି । ଅତିଥି ଭବନର ହତାରେ ବୁଲଚଲା କଲି । ସାଢ଼େ ୪ଟାରେ କୁତବ୍ କାର ଆଣି ପହଞ୍ଚିଗଲା । ଆମେ ସାଥୀ ହୋଇ କାମାକ୍ଷା ଷ୍ଟେସନକୁ ଗଲୁ । ପ୍ରଥମ ଶ୍ରେଣୀରେ ଟିକେଟ ସହଜରେ ମିଳିନଥିଲା । ରାଜର୍ଷି ଭଟ୍ଟାଚାର୍ଜୀବାବୁଙ୍କ ସ୍ୱତନ୍ତ୍ର ଚେଷ୍ଟାରେ ଅତି ବଡ଼ ଲୋକ ବା ଅଧିକାରୀଙ୍କ ପାଇଁ ଭି.ଆଇ.ପି. କୋଟାରୁ ଗୋଟିଏ ସିଟ ମିଳିଥିଲା । ପୂର୍ବଦିନ ସନ୍ଧ୍ୟାରେ ଆସି ତା‘ର ବ୍ୟବସ୍ଥା କରାଯାଇଥିଲା । ରିଜର୍ଭେସନ ଚୁଡ଼ାନ୍ତ କରାଯାଇଥିଲା । ସେଠାରେ ସିଂହବାବୁ ନାମକ ଜଣେ ଓଡ଼ିଆ ଭଦ୍ରଲୋକ ଦୂର ସଂଚାରଣ ବା ଟେଲିକମ୍ୟୁନିକେସନ ଇଞ୍ଜିନିୟର ଭାବେ ଯୋଗଦେଇଥିଲେ । କୁତବ୍‌କୁ ୧୦ ଟଙ୍କା ଦେଇ ବିଦାୟ ନେଲି । ମୁଁ ଷ୍ଟେସନ ଭିତରେ ଯାଇ ପ୍ଲାଟଫର୍ମରେ ଅପେକ୍ଷା କଲି । ଜଣେ ତେଲଙ୍ଗା ଭଦ୍ରଲୋକ ପହଞ୍ଚିଲେ । ସେ ଓଡ଼ିଶାର ସୀମାନ୍ତ ଅଞ୍ଚଳ ଇଚ୍ଛାପୁର ପାଖରେ ରହନ୍ତି । ଏବେ ପିଲାମାନେ ବ୍ରହ୍ମପୁରଠାରେ ରହି ପଢ଼ାପଢ଼ି କରୁଛନ୍ତି । ତାଙ୍କ ବାପା ଜଣେ ରେଲୱେ କର୍ମଚାରୀ ଭାବରେ ୩୦ ବର୍ଷ କାଳ ଏଠାରେ କଟାଇଥିଲେ । ଏଠାରେ ମଧ୍ୟ ତାଙ୍କର କ୍ୟାନସରରେ ଅକାଳ ମୃତ୍ୟୁ ହୋଇଥିଲା । ଷ୍ଟେସନର କର୍ମଚାରୀଗଣ ମିଳିମିଶି ବ୍ରହ୍ମପୁତ୍ର କୂଳର ଏକ ଶ୍ମଶାନରେ ଦାହ କରିଥିଲେ । ବାପାଙ୍କ ମୃତ୍ୟୁପରେ ତାଙ୍କୁ ସେଇ ଚାକିରିଟି ମିଳିଛି ।

କୋଚିନ୍ ଏକ୍ସପ୍ରେସ୍ ଠିକ ସମୟରେ ଆସିଲା । ଟିକେଟ କଲେକ୍ଟରଙ୍କୁ ମୋର ନାଁ ଓ ସିଟ୍ ନମ୍ୱର କହିଲାମାତ୍ରେ ଟିକିଏ ଚମକି ପଡ଼ିଲେ । କୌଣସି ମନ୍ତ୍ରୀ ବା ବଡ଼ ଅଫିସରଙ୍କ ଲୋକ ବୋଲି ମୋତେ ଭାବିନେଲେ । ନିଜେ ଆସି ମୋତେ ମୋର ସିଟରେ ବସାଇ ଦେଲେ । ତାପରେ ଆସି ମୋର ଜଳଖିଆ ଓ ମଧ୍ୟାହ୍ନ ଭୋଜନ କଥା ବୁଝିଥିଲେ । ମୁଁ ମାଛମାଂସ ଖାଏ ନାହିଁ ବୋଲି କହିବାରୁ ସେ ମୋ ପାଇଁ ସାଦା ଖାଦ୍ୟର ବ୍ୟବସ୍ଥା କରିଦେଲେ ।

ଠିକ୍ ୫ଟା ୧୫ ମିନିଟରେ ଟ୍ରେନ୍ ଛାଡ଼ିଲା । କାମାକ୍ଷା ପରେ ରଙ୍ଗିୟା ଓ ତାପରେ ପାଠଶାଳା ବୋଲି ଏକ ଷ୍ଟେସନ ପଡ଼ିଲା । ବ୍ରହ୍ମପୁତ୍ର ନଦୀ ଜଳପୂର୍ଣ୍ଣ । ପାହାଡ଼ କୋଳରେଏ ବଙ୍କାଟଙ୍କା ହୋଇ ସେ ବହି ଯାଇଛି । ବହୁ ନାଆ ଭାସୁଛି । ଗାଁ ଗଣ୍ଡା ମଝିରେ ମଝିରେ ପଡ଼େ । ନଡ଼ିଆ, କଦଳୀ, ଗୁଆ, ବାଉଁଶ ଆଦି ଗଛଲତାରେ ସେ ସବୁ ଭରପୂର । ଚଉଦିଗ ପରିବେଶ ଖୁବ୍ ସୁନ୍ଦର, ଖୁବ୍ ସବୁଜ ।

ବାରପେଟା ରୋଡ଼ ଷ୍ଟେସନ ପଡ଼ିଲା । ଏକ ବଡ଼ ବ୍ୟବସାୟ କେନ୍ଦ୍ର । ବଡ଼ବଡ଼ ଗୁଆର ଗୋଦାମମାନ ଦେଖିବାକୁ ମିଳେ । ବୋଙ୍ଗାଇଗାଓଁ ଷ୍ଟେସନରେ ବହୁ ସମୟ ଟ୍ରେନଟି ରହିଲା । ସେଠାରେ ପାଚିଲା ସପୂରୀର ଚୋପାକୁ ଛଡ଼ାଇ ଅଧାକୁ ଦୁଇ ଟଙ୍କାରେ ବିକୁଥିଲେ । କିଣିଲି, ଭଲ ଲାଗିଲା । ପାଚିଲା କଦଳୀ ମଧ୍ୟ ମିଳିଲା । ଡଜନ ୫/୬ ଟଙ୍କା । ଷ୍ଟେସନରେ ବହୁ ସଂଖ୍ୟାରେ କଞ୍ଚା କଦଳୀକାନ୍ଧିମାନ ଗଦା ହୋଇଥିଲା । ସମ୍ଭବତଃ ସେଠାରୁ ବାହାରକୁ ପଠାୟାଏ । ତା‘ପରେ ଟ୍ରେନ ଯାଇ କୋକ୍ରାଝରଠାରେ ପହଞ୍ଚିଲା । ବୋଡ଼ୋମାନଙ୍କର ପ୍ରଧାନ କର୍ମସ୍ଥଳ । ପୋଲିସ୍ ଓ ନିରାପତ୍ତା ରକ୍ଷୀମାନେ ବହୁ ସଂଖ୍ୟରେ ଜଗି ରହିଥିଲେ ।

୧୨ଟା ବାଜିଲା । ସମସ୍ତଙ୍କୁ ମଧ୍ୟାହ୍ନ ଭୋଜନ ମିଳିଲା । ମୋର କାହିଁ ପଚାରିବାରୁ ଟିକେଟ କଣ୍ଡକ୍ଟରବାବୁ କହିଲେ, “ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇ ଆସୁଛି । ଆପଣଙ୍କ ପୂରା ନିରାମିଷ ଖାଦ୍ୟ ତ !” ସତକୁ ସତ କିଛି ସମୟ ପରେ ମୋର ଭୋଜନ ପାଇଁ ଖାଦ୍ୟ ଆସିଗଲା । ମୁଁ କେରଳର ରାଜଧାନୀ ତ୍ରିଭେନ୍ଦ୍ରମ୍‌ରେ ଖାଇଥିବା ଖାଦ୍ୟପରି ଲାଗିଲା । ଖାଦ୍ୟ ଭଲ ଲାଗିଲା । କଣ୍ଡକ୍ଟରବାବୁଙ୍କୁ ସାଧୁବାଦ ଜଣାଇଲି ।

Jaganath Mohanty Books Jaganath Mohanty odia Story Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleଇତିହାସରେ କାମାକ୍ଷା
Next Article ଦୁଇ ପାଖରେ କ୍ଷେତ ଖମାର
ଜଗନ୍ନାଥ ମହାନ୍ତି

Related Posts

ଅଭିନବ ବିବାହ

March 16, 2023

ବୋକା ନା ବିବେକୀ?

March 1, 2023

ଘୋରକର ଉଦାରତା

February 1, 2023

ମହାଭାରତ

January 26, 2023

ମହାରାଜାଙ୍କ କଳା

December 21, 2022

ଶକରକନ୍ଦ

December 12, 2022
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.