• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»Dhoosara-Durga
ଗଳ୍ପ

Dhoosara-Durga

Liza SBy Liza SJuly 22, 2022No Comments7 Mins Read
Facebook Twitter Pinterest Reddit LinkedIn Tumblr Email
Odia Story-Dhoosara-Durga
Odia Story-Dhoosara-Durga
Share
Facebook Twitter Pinterest Reddit Email

ହସିଲା ଓ କହିଲା, “ତମେ ଧୂସର ଦୁର୍ଗ ବିଷୟରେ ଅନେକ କିଛି ଜାଣ ବୋଲି ମୋର ଧାରଣା । ସେଠାକୁ ଯିବା ସକାଶେ ରାସ୍ତାର ନକ୍ସା ମୁଁ ଯୋଗାଇ ଦେବି । ତେବେ ରାଜା ଶିବସିଂହ ମୋତେ ସେଠାରୁ ମିଳିବା ଧନରତ୍ନରୁ କିଛି ଅଂଶ ଦେବାକୁ ପ୍ରସ୍ତୁତ ରହିବା ଦରକାର । ତମେ ଯାଇ ରାଜାକୁ ଏ ସର୍ତ୍ତରେ ରାଜି କରାଅ । ତା’ସଙ୍ଗେ ସଙ୍ଗେ ମୋ ପୁଅ ଦେବଳକୁ ମଧ୍ୟ ମୁକ୍ତି କରାଅ । ତମେ ଏତକ କରାଇ ପାରିଲେ ରାଜା ମୋତେ ଯାହା ଦେବ ସେଥିରୁ ତମକୁ ମୁଁ ଅଂଶ ଦେବି । ତମେ ତାହା ସାହାଯ୍ୟରେ ତମ ରାଜ୍ୟ ଉଦ୍ଧାର କରିପାରିବ ।”

ଚନ୍ଦ୍ରବର୍ମା ମନଦେଇ ସେ ବୁଢାର କଥା ଶୁଣିଲେ । ତାଙ୍କର ଧାରଣା ହେଲା, ବୁଢା ମୋଟେ ସାଧାରଣ ଲୋକ ନୁହେଁ । ବୁଢାର ବିଚାର ବୁଦ୍ଧି ଯେପରି ପ୍ରଖର, ଶାରୀରିକ କ୍ଷମତା ମଧ୍ୟ ଠିକ୍ ସେହିପରି ବୟସ ତୁଳନାରେ ବହୁତ ବେଶି । ସେ କହିଲେ, “ବାବୁ, ତମ ସର୍ତ୍ତରେ ମୁଁ ରାଜି । ତେବେ ତମେ ସେ ନକ୍ସା ଥରେ ମୋତେ ଦେଖାଇବ ନାହିଁ?”

ବୁଢା ଚନ୍ଦ୍ରବର୍ମାଙ୍କ କଥାରେ ପ୍ରସନ୍ନ ହେଲା ବୋଲି ତା’ ମୁଖଭାବରୁ ଜଣାଗଲା । ସେ କିଛି କହିବାକୁ ଯାଉଛି, ଠିକ୍ ସେତିକିବେଳେ ସେହି କୁଡିଆ ବାହାରୁ କୋଳାହଳ ଶୁଭିଲା ।

“ଶୁଣ, ଆଉ ସମୟ ନଷ୍ଟ କରିବା କଥା ନୁହେଁ । ତମେ ଏମାନଙ୍କୁ ମୋ ସର୍ତ୍ତ କଥା ଜଣାଇ ଦିଅ । ତେବେ ଅସଲ କଥା ହେଲା; ସେମାନେ ଯେପରି ମୋ ପୁଅର କୌଣସି ହାନି କରିବେ ନାହିଁ । ମୁଁ ନିଶ୍ଚୟ ନକ୍ସା ଦେଇ ଦେବି ।” ଏହା କହି ସେ ବୁଢା ବିଜୁଳି ବେଗରେ କୁଡିଆ ଭିତରୁ ବାହାରି ବଣବୁଦା ଭିତରେ ଯାଇ ଲୁଚିଗଲା ।

ଆଖି ପିଛୁଳାକେ ଏସବୁ ଘଟିଗଲା । ଚନ୍ଦ୍ରବର୍ମା ଅବାକ୍ ହୋଇଗଲେ । ବୁଢା ତାଙ୍କୁ ବିପଦରେ ପକାଇ ପଳାଇଗଲା । ବର୍ତ୍ତମାନ ସେ କ’ଣ କରିବେ?

ରାଜ ସୈନ୍ୟମାନେ କ୍ରମେ କୁଡିଆ ଘେରି ଯାଇ ପାଖକୁ ପାଖକୁ ଆସିଯାଉଥିବାର ସେ ବୁଝି ପାରିଲେ ।

ସୈନ୍ୟଦଳର ନେତା କହିଲା “ଭିତରେ ଯିଏ ବି ଅଛ ବାହାରକୁ ବାହାରି ଆସ । ପଳାଇବାର ଚେଷ୍ଟା କଲେ ପ୍ରାଣ ଯିବ ।”

ଚନ୍ଦ୍ରବର୍ମା ସାହସ ସଂଚୟ କରି ବାହାରି ଆସିଲେ ।
ଚନ୍ଦ୍ରବର୍ମା ଧିରେ ଧିରେ ଅଗ୍ରସର ହୋଇ ସେ କୁଡିଆ ଭିତରେ ପଶିଲେ । ସେ ଦେଖିଲେ ଭିତରେ ଖଣ୍ଡିଏ ଖଟିଆ ପଡିଛି । ପାଖରେ ଦୁଇ ଚାରିଗୋଟି କଳସ ମଧ୍ୟ ଅଛି । କିନ୍ତୁ ମଣିଷ କେହି ନାହାଁନ୍ତି । କିଛି ପୁରୁଣା ଲୁଗାପଟା ମଧ୍ୟ ଗୋଟିଏ କୋଣରେ ଜମା ହୋଇ ରହିଥିଲା ।

ସେ କୁଡିଆରେ ଗରୀବ ଲୋକଟିଏ ରହୁଥିବ ବୋଲି ଚନ୍ଦ୍ରବର୍ମା ଅନୁମାନ କଲେ । ସଙ୍ଗେ ସଙ୍ଗେ ତାଙ୍କ ମନରେ ପ୍ରଶ୍ନ ଉଠିଲା: ସେ ନିର୍ଜନ ବଣ ଭିତରେ ଲୋକଟି ଏକାକୀ କ’ଣ ପାଇଁ ରହିଛି? ସେ ଲୋକ ଆଉ ଜଣେ ତାନ୍ତ୍ରିକ ନୁହେଁ ତ?

ଚନ୍ଦ୍ରବର୍ମା ଯାଇ ସେସବୁ କଳସ ଓ ହାଣ୍ଡିମାନ ପରୀକ୍ଷା କରି ଦେଖିଲେ । ଏ କୁଡିଆର ବାସିନ୍ଦା ଯଦି ତାନ୍ତ୍ରିକ ବା ପିଶାଚ ଜାତୀୟ କେହି ହୋଇଥିବ, ତେବେ ତା’ର ପ୍ରମାଣ ଏସବୁରୁ ମିଳିଯାଇପାରେ । ସେ ଘରର ଚାରିଆଡକୁ ବି ଅନାଇଲେ । କୌଣସି ନରକଙ୍କାଳ ବା ଖପୁରି ବା ତାନ୍ତ୍ରିକ ବ୍ୟବହାର କଲାଭଳି ଅନ୍ୟ କୌଣସି ବସ୍ତୁ ସେଠି ରହିଛି କି? ଏ ଅଜ୍ଞାତ ଅଂଚଳରେ ପ୍ରତି ମୁହୂର୍ତ୍ତରେ ସତର୍କ ହୋଇ ଚଳିବା କଥା ।

ହଠାତ୍ ଗୋଟିଏ କ୍ରୁଦ୍ଧ କଣ୍ଠସ୍ୱର ଶୁଭିଲା:

“ଖବର୍ ଦାର! ଚୁପ୍ଚାପ୍ ବସି ରୁହ । ଟିକିଏ ହଲିଲେ ତମ ପିଠିରେ ବଲମ୍ ଭୁଷି ଦେବି । ପଛକୁ ନ ଅନାଇ ମୋ ପ୍ରଶ୍ନର ଉତ୍ତର ଦିଅ । ଯଦି ତମ ଉତ୍ତର ମୋତେ ସନ୍ତୁଷ୍ଟ କରିବ, ତେବେ ଭଲ କଥା । ତମର କ୍ଷତି କରିବା ତ ଦୂରର କଥା, ବରଂ ମୁଁ ତମର ସହାୟତା କରିବି । ମୁଁ ମୋ ଶତ୍ରୁକୁ ଖୋଜୁଛି । ତମେ ଯଦି ସେ ଲୋକ ହୋଇ ନଥିବ, ତେବେ ତ କିଛି ଚିନ୍ତା ନାହିଁ । ନିଜ ବାଟରେ ଯାଇପାର, ନହେଲେ ମୋ ସହ ରହିପାର ।”

ଚନ୍ଦ୍ରବର୍ମାଙ୍କ ଦେହ ଶିତେଇ ଉଠିଲା । ସେ ନିଜ କର୍ତ୍ତବ୍ୟ ନିରୂପଣ କରିବାକୁ ଚେଷ୍ଟା କଲେ । ସତକୁ ସତ ଯଦି ଲୋକଟି ହାତରେ ବଲମ୍ ଥିବ, ତେବେ ହୁଏତ ଚନ୍ଦ୍ରବର୍ମା ବୁଲି ପଡିବା ମାତ୍ରେ ସେ ତାଙ୍କୁ ଆଘାତ କରିବ ।

ଚନ୍ଦ୍ରବର୍ମା ନୀରବ ରହିବାର ଦେଖି ଲୋକଟି ପୁଣି ଗର୍ଜନ କରି କହିଲା, “ଚୋର! ମୋ ଘରେ ପଶି କ’ଣ କରୁଥିଲୁ? ଭାବିଛୁ ଚୁପ୍ ରହି ମୋ ହାତରୁ ନିସ୍ତାର ପାଇଯିବୁ? ତୁ ନିଶ୍ଚୟ ମୋର ଶତ୍ରୁ!”

ଚନ୍ଦ୍ରବର୍ମା କହିଲେ “ବାବୁ! ମୁଁ ତମ ଶତ୍ରୁ କାହିଁକି ହୁଅନ୍ତି? ମୁଁ ତମ ମିତ୍ର । ମୋତେ ହଇରାଣ କର ନାହିଁ ।”

“ମିତ୍ର? ତମେ ମୋ ମିତ୍ର? କାହିଁ, ମୁଁ ସେପରି ଭାବିବାର ତ କୌଣସି କାରଣ ନାହିଁ! ତମ ସାଙ୍ଗରେ ଥିବା ସେ ସୈନ୍ୟ ଗଲେ କୁଆଡେ?”

ଚନ୍ଦ୍ରବର୍ମା ଏ ପ୍ରଶ୍ନରେ ବିବ୍ରତ ବୋଧ କଲେ । ଲୋକଟି କେଉଁ ସୈନ୍ୟ କଥା କହୁଛି? ଦିନ ଥିଲା ଯେତେବେଳେ ଯୁବରାଜ ଭାବରେ ସଦା ସର୍ବଦା ସେ ସୈନ୍ୟ ସାମନ୍ତ ଗହଣରେ ବୁଲୁଥିଲେ । କିନ୍ତୁ ବର୍ତ୍ତମାନ ସେ ଯେ ନିଃସଙ୍ଗ!

“ମୋ ସାଙ୍ଗରେ ସୈନ୍ୟ କାହୁଁ ଆସିବେ? କ’ଣ କହୁଛ?” ଚନ୍ଦ୍ରବର୍ମା ବିସ୍ମୟରେ ଏତକ କହି ଧୀର କଣ୍ଠରେ ପୁଣି କହିଲେ, “ବାଟ ଭୁଲି ମୁଁ ଏ ବଣରେ ଆସି ବୁଲୁଛି । ଦୈବକୁ ତମ କୁକୁର ସାମ୍ନାରେ ପଡିଗଲି । ସେ ତ ମୋତେ ପ୍ରାଣରୁ ମାରି ଦେଇଥାନ୍ତା, ତେବେ ଗୋଟିଏ ଜଂଜିର ଯୋଗୁଁ ସେ ମୋର ବଶ ହେଲା । ତାହାରି ଯୋଗୁଁ ମୁଁ ଆସି ଏଠି ପହଁଚିଛି । ଜାଣେନା, ଆଉ କେତେଦିନ ପର୍ଯ୍ୟନ୍ତ ମୋତେ ଏମିତି ଅନିଶ୍ଚିତ ଭାବରେ ବୁଲିବାକୁ ପଡିବ ।”

ସେ ଲୋକ ପଚାରିଲା “ଓ, ତମେ ସେ ଜଂଜିର ପାଇଗଲ ପରା! ସେ ଜଂଜିର ଯୋଗେ ମୋ ପୁଅ ମୋ କୁକୁରକୁ ବୁଲାଇବାକୁ ନେଉଥାଏ । ତାକୁ ରାଜ ସୈନ୍ୟମାନେ ଧରି ନେଇଗଲେ । ଜଂଜିର ସେ ତଳେ ପକାଇ ଦେଇଥିବ । ତମ ହାତରେ ଜଂଜିରଟି ଦେଖି କୁକୁର ତମକୁ ମୋ ପୁଅର ମିତ୍ର ବୋଲି ଠଉରାଇଥିବ । ଛାଡ । କହିଲ, ମୋ ପୁଅର ଖବର କ’ଣ? ସେ ବଂଚିଛି ନା ତାକୁ ହତ୍ୟା କରାଯାଇଛି?”

ଚନ୍ଦ୍ରବର୍ମାଙ୍କୁ ଏସବୁ ଖବର ଭାରି ଆଶ୍ଚର୍ଯ୍ୟ ମନେ ହେଲା । ସେ ବୁଝିଲେ, ଲୋକଟି ତାଙ୍କୁ ରାଜାଙ୍କ କର୍ମଚାରୀ ମନେ କରିଛି । ରାଜାଙ୍କ ସୈନ୍ୟମାନେ ଯେହେତୁ ତା’ ପୁଅକୁ ଧରିନେଇ ଯାଇଛନ୍ତି, ତାଙ୍କ ପ୍ରତି ବୁଢାର ମନୋଭାବ ବିରୂପ ହେବା ତ ସ୍ୱାଭାବିକ ।

ସେ ନିଜ କର୍ତ୍ତବ୍ୟ ନିରୁପଣ କରି କହିଲେ, “ବାବୁ, ତମେ କେଉଁ ରାଜା କଥା କହୁଛ, ମୁଁ ତ ତାହା ଜାଣେନା । ମୁଁ କୌଣସି ରାଜ-କର୍ମଚାରୀ ନୁହେଁ । ତମ ପୁଅକୁ ଧରିନେଇଥିବା ଘଟଣା ସହ ମୋର କୌଣସି ସମ୍ପର୍କ ନାହିଁ । ମୋ ଅଂଟାରେ ଥିବା ତରବାରୀଟି ତମେ କାଢି ନିଅ । ତେଣିକି ବସି କଥାବାର୍ତ୍ତା କରିବା ।”

ଚନ୍ଦ୍ରବର୍ମା ଏତକ କହିସାରିବା ମାତ୍ରେ ଲୋକଟି ତାଙ୍କ ତରବାରୀ କାଢି ନେଲା । ସେ କହିଲା “ଏଣିକି ତମେ ମୋ ଆଡକୁ ମୁହଁ ବୁଲାଇ ବସିପାର ।” “ମୋତେ ଧୋକା ଦେବାର ଚେଷ୍ଟା କଲେ ମୃତ୍ୟୁ ନିଶ୍ଚିତ ।”

ଚନ୍ଦ୍ରବର୍ମା ମୁହଁ ବୁଲାଇଲେ । ସେ ଦେଖିଲେ, ଲୋକଟିର ବୟସ ସତୁରିରୁ କମ୍ ନୁହେଁ । ଦାଢୀ ନିଶ ବିଲ୍କୁଲ୍ ଧଳା । ତା’ ଆଖି ଯୋଡିକ ଲାଲ୍ ଦିଶୁଥାଏ । ଗୋଟିଏ ହାତରେ ବଲମ୍ ଓ ଅନ୍ୟ ହାତରେ ତରବାରୀ ଧରି ସେ ଠିଆ ହୋଇଥାଏ ।

ଚନ୍ଦ୍ରବର୍ମା ପଚାରିଲେ “ଦେଖ ବାବୁ, ମୁଁ କୌଣସି କର୍ମଚାରୀ ନୁହେଁ । ମୁଁ ବର୍ତ୍ତମାନ ଗୋଟିଏ ରାଜ୍ୟର ରାଜା ହୋଇଥିବା କଥା । ଦୁର୍ଭାଗ୍ୟକୁ ମୁଁ ଆଜି ବଣରେ ନିର୍ବାସିତ ଭଳି ବୁଲୁଛି । ତମ ପୁଅକୁ ବନ୍ଦୀ ବନାଇ ଥିବା ରାଜା କିଏ?”

ବୁଢା ଆଶ୍ଚର୍ଯ୍ୟ ହୋଇ ପଚାରିଲା “ତମେ ବର୍ତ୍ତମାନ କେଉଁ ରାଜ୍ୟର ସୀମାରେ ରହିଛ, ସେକଥା ଜାଣ ନା?”

ଚନ୍ଦ୍ରବର୍ମା ମୁଣ୍ଡ ହଲାଇ ନାହିଁ କଲେ । ବୁଢା ତାଙ୍କ ଆଡେ ଥରେ ଭଲ ଭାବରେ ଦୃଷ୍ଟିପାତ କରି କହିଲା, “ତମେ ଏଠାରେ ନୂଆ, ଏଥିରେ ତ ମୋର କୌଣସି ସନ୍ଦେହ ନାହିଁ । ତମେ ଯଦି ରାଜ୍ୟ ହରାଇ ବଣରେ ବୁଲୁଛ, ତେବେ ତମର ସହାୟତା କରିବା ହେଉଛି ମୋର କର୍ତ୍ତବ୍ୟ । ବଦଳରେ ତମେ ମୋର ସହାୟତା ନିଶ୍ଚୟ କରିବ ତ?”

ଚନ୍ଦ୍ରବର୍ମା କହିଲେ “ମୋଠାରୁ କି ପ୍ରକାର ସହାୟତା ଆଶା କରୁଛ କୁହ । ମୋ ସାଧ୍ୟ ବାହାରେ ନହେଲେ ନିଶ୍ଚୟ ସହାୟତା କରିବି ।”

ବୁଢା କହିଲା “ମୋ ପୁଅକୁ ରୁଦ୍ରପୁରର ରାଜା ଶିବସିଂହ ବନ୍ଦୀ କରିଛି । ମୁଁ ଲୁଚି ଯାଇ ସୈନ୍ୟମାନଙ୍କ ହାତ ଏଡାଇ ଗଲି । ତେବେ ରାଜା ମୋର ଶତ୍ରୁ ହୋଇଥିବା ସ୍ଥଳେ କେତେଦିନ ଆଉ ବର୍ତ୍ତୀ ରହି ପାରିବି, ମୋ ମନରେ ସେ ଆଶଙ୍କା ସବୁବେଳେ ରହିଛି । ରାଜା ଯଦି ମୋ ପୁଅକୁ ହତ୍ୟା କରିଥିବ, ତେବେ ତ ମୋର ଆଉ କିଛିବି କରିବାର ନାହିଁ । ଆଉ ଯଦି ମୋ ପୁଅ ଜୀବିତ ଥିବ, ତେବେ ମୁଁ ବରଂ ତା’ ସହ ସନ୍ଧି କରି ଧୂସର ଦୁର୍ଗରେ ପହଁଚିବାର ନକ୍ସା ଦେଇପାରେ ।”

ଚନ୍ଦ୍ରବର୍ମା ଆଶ୍ଚର୍ଯ୍ୟ ହୋଇ ପଚାରିଲେ “କ’ଣ କହିଲ? ଧୂସର ଦୁର୍ଗ?” “ତମେ ଯେଉଁ ଧୂସର ଦୁର୍ଗ କଥା କହୁଛ, ସେ ଧୂସର ଦୁର୍ଗ ବିଷୟରେ ମୁଁ ତ ଅନେକ ଦିନରୁ ଶୁଣିଛି । ସେ କୁଆଡେ ପ୍ରକୃତରେ କଂସାରେ ତିଆରି । ପଶ୍ଚିମ ସମୁଦ୍ର କୂଳରେ ତାହା ଅବସ୍ଥିତ । ଶୁଣିଛି ସେ ରାସ୍ତାରେ ଯିଏ ଯାଏ, ସିଏ ଆଉ ସେଠୁ କେବେବି ଫେରିଆସି ପାରେ ନାହିଁ । ତମେ ତେବେ ସେଠାକୁ ଯିବା ପାଇଁ ରାସ୍ତାର ନକ୍ସା କରିଛ!”

“ହଁ । ରାଜା ସେଇ ଗୋଟିକ ମୋଠୁଁ ଜବରଦସ୍ତି ଛଡାଇ ନେବାକୁ ଲୋକ ପଠାଇଥିଲା । ସେମାନେ ମୋତେ ମାରି ପକାଇଥାନ୍ତେ ବା ଧରି ପକାଇଥାନ୍ତେ । ମୁଁ ଦୌଡି ପଳାଇ ଖସିଗଲି । ମାତ୍ର ମୋ ପୁଅ ଧରା ପଡିଗଲା । ସେ ଧୂସର ଦୁର୍ଗ ଅଭିମୁଖେ ଯିବା ଲୋକଙ୍କ ଭିତରୁ ଅନେକେ ପ୍ରାଣ ଦେଇଛନ୍ତି ବୋଲି ଜାଣ ନା ନାହିଁ?”

ଚନ୍ଦ୍ରବର୍ମା କହିଲେ “ହଁ, ସେକଥା ଶୁଣିଛି ।”

ବୁଢା ହସିଲା ଓ କହିଲା, “ତମେ ଧୂସର ଦୁର୍ଗ ବିଷୟରେ ଅନେକ କିଛି ଜାଣ ବୋଲି ମୋର ଧାରଣା । ସେଠାକୁ ଯିବା ସକାଶେ ରାସ୍ତାର ନକ୍ସା ମୁଁ ଯୋଗାଇ ଦେବି । ତେବେ ରାଜା ଶିବସିଂହ ମୋତେ ସେଠାରୁ ମିଳିବା ଧନରତ୍ନରୁ କିଛି ଅଂଶ ଦେବାକୁ ପ୍ରସ୍ତୁତ ରହିବା ଦରକାର । ତମେ ଯାଇ ରାଜାକୁ ଏ ସର୍ତ୍ତରେ ରାଜି କରାଅ । ତା’ସଙ୍ଗେ ସଙ୍ଗେ ମୋ ପୁଅ ଦେବଳକୁ ମଧ୍ୟ ମୁକ୍ତି କରାଅ । ତମେ ଏତକ କରାଇ ପାରିଲେ ରାଜା ମୋତେ ଯାହା ଦେବ ସେଥିରୁ ତମକୁ ମୁଁ ଅଂଶ ଦେବି । ତମେ ତାହା ସାହାଯ୍ୟରେ ତମ ରାଜ୍ୟ ଉଦ୍ଧାର କରିପାରିବ ।”

ଚନ୍ଦ୍ରବର୍ମା ମନଦେଇ ସେ ବୁଢାର କଥା ଶୁଣିଲେ । ତାଙ୍କର ଧାରଣା ହେଲା, ବୁଢା ମୋଟେ ସାଧାରଣ ଲୋକ ନୁହେଁ । ବୁଢାର ବିଚାର ବୁଦ୍ଧି ଯେପରି ପ୍ରଖର, ଶାରୀରିକ କ୍ଷମତା ମଧ୍ୟ ଠିକ୍ ସେହିପରି ବୟସ ତୁଳନାରେ ବହୁତ ବେଶି । ସେ କହିଲେ, “ବାବୁ, ତମ ସର୍ତ୍ତରେ ମୁଁ ରାଜି । ତେବେ ତମେ ସେ ନକ୍ସା ଥରେ ମୋତେ ଦେଖାଇବ ନାହିଁ?”

ବୁଢା ଚନ୍ଦ୍ରବର୍ମାଙ୍କ କଥାରେ ପ୍ରସନ୍ନ ହେଲା ବୋଲି ତା’ ମୁଖଭାବରୁ ଜଣାଗଲା । ସେ କିଛି କହିବାକୁ ଯାଉଛି, ଠିକ୍ ସେତିକିବେଳେ ସେହି କୁଡିଆ ବାହାରୁ କୋଳାହଳ ଶୁଭିଲା ।

“ଶୁଣ, ଆଉ ସମୟ ନଷ୍ଟ କରିବା କଥା ନୁହେଁ । ତମେ ଏମାନଙ୍କୁ ମୋ ସର୍ତ୍ତ କଥା ଜଣାଇ ଦିଅ । ତେବେ ଅସଲ କଥା ହେଲା; ସେମାନେ ଯେପରି ମୋ ପୁଅର କୌଣସି ହାନି କରିବେ ନାହିଁ । ମୁଁ ନିଶ୍ଚୟ ନକ୍ସା ଦେଇ ଦେବି ।” ଏହା କହି ସେ ବୁଢା ବିଜୁଳି ବେଗରେ କୁଡିଆ ଭିତରୁ ବାହାରି ବଣବୁଦା ଭିତରେ ଯାଇ ଲୁଚିଗଲା ।

ଆଖି ପିଛୁଳାକେ ଏସବୁ ଘଟିଗଲା । ଚନ୍ଦ୍ରବର୍ମା ଅବାକ୍ ହୋଇଗଲେ । ବୁଢା ତାଙ୍କୁ ବିପଦରେ ପକାଇ ପଳାଇଗଲା । ବର୍ତ୍ତମାନ ସେ କ’ଣ କରିବେ?

ରାଜ ସୈନ୍ୟମାନେ କ୍ରମେ କୁଡିଆ ଘେରି ଯାଇ ପାଖକୁ ପାଖକୁ ଆସିଯାଉଥିବାର ସେ ବୁଝି ପାରିଲେ ।

ସୈନ୍ୟଦଳର ନେତା କହିଲା “ଭିତରେ ଯିଏ ବି ଅଛ ବାହାରକୁ ବାହାରି ଆସ । ପଳାଇବାର ଚେଷ୍ଟା କଲେ ପ୍ରାଣ ଯିବ ।”

ଚନ୍ଦ୍ରବର୍ମା ସାହସ ସଂଚୟ କରି ବାହାରି ଆସିଲେ ।

New odia story Odia Gapa Odia Story
Share. Facebook Twitter Pinterest LinkedIn Tumblr Reddit Email
Previous ArticleAgyanta Chora
Next Article Chandra O Chakora
Liza S

Related Posts

ପଦବୀର ବଳ

March 23, 2023

ପୁତ୍ର – କନ୍ୟା

March 22, 2023

ରାଜନୀତି

March 21, 2023

ଶିବମଲ୍ଲଙ୍କ କାହାଣୀ

March 19, 2023

ପରମେଶ୍ୱରଙ୍କ କରୁଣା

March 18, 2023

ସୁଖଦୁଃଖର ସାଥୀ

March 17, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.