• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଅନ୍ୟାନ୍ୟ»ଧନ୍ୟ ତୁମେ ଦଳବେହେରା
ଅନ୍ୟାନ୍ୟ

ଧନ୍ୟ ତୁମେ ଦଳବେହେରା

ଜଗନ୍ନାଥ ମହାନ୍ତିBy ଜଗନ୍ନାଥ ମହାନ୍ତିFebruary 17, 2020No Comments5 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

ଡକ୍ଟର ଜଗନ୍ନାଥ ମହାନ୍ତି ବର୍ତ୍ତମାନ ରାଜ୍ୟଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦର ପ୍ରାଧ୍ୟାପକ । ଶିକ୍ଷା ବିଭାଗର ବିଭିନ୍ନ ଦାୟିତ୍ୱରେ ସେ ୨୫ ବର୍ଷ ଧରି କାର୍ଯ୍ୟ କରି ଆସିଛନ୍ତି । ତାଙ୍କର ଦକ୍ଷତା ଓ ସଫଳତା ଯୋଗୁଁ ସେ ଦୁଇଥର ରାଜ୍ୟଗୋଷ୍ଠୀ ବୃତ୍ତି ଲାଭ କରି ଲଣ୍ଡନରେ ଉଚ୍ଚଶିକ୍ଷା ଲାଭ କରିଛନ୍ତି ।

ଡକ୍ଟର ମହାନ୍ତି ଓଡ଼ିଆରେ ୩୫ ଖଣ୍ଡ ଓ ଇଂରେଜିରେ ୮ଖଣ୍ଡ ବ‌ହିର ଲେଖକ । ଶିଶୁ ସାହିତ୍ୟରେ ତାଙ୍କର ୨ ଖଣ୍ଡ ଜାତୀୟ ସ୍ତରରେ ଓ ୭ ଖଣ୍ଡ ରାଜ୍ୟ ସ୍ତରରେ ପୁରସ୍କୃତ । ଓଡ଼ିଶା ନାଟକ ଏକାଡ଼େମୀ, ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଭୃତି ସଂସ୍ଥା ଦ୍ୱାରା ସେ ଉପାୟନ ପ୍ରାପ୍ତ ।

ପୌଢ଼ ସାହିତ୍ୟରେ ତାଙ୍କର ୪ ଖଣ୍ଡି ବ‌ହି ଭାରତ ସରକାରଙ୍କ ଦ୍ୱାରା ପୁରସ୍କୃତ ହୋଇଛି । ଆମ ରାଜ୍ୟ ଓ ଦେଶର ଶହୀଦମାନଙ୍କ ସମ୍ପର୍କରେ ତାଙ୍କର ଲେଖାଗୁଡ଼ିକ ସର୍ବତ୍ର ଆଦୃତ ହୋଇଛି ।

୧୯୮୧ ଓ ୧୯୮୨ ବର୍ଷ ତାଙ୍କ ରଚିତ “ଆମରି ଜାତିର ଆଗୁଆ ନେତା” ଓ “ଆମରି ଦେଶର ଅମର ଶହୀଦ୍” ଯଥାକ୍ରମେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ପୁରସ୍କାରପ୍ରାପ୍ତ ହୋଇଥିଲା । ଏହି “ଆମରି ମାଟିର ଆମର ଶହୀଦ୍” ସେହି କ୍ରମରେ ଏକ ଉପାଦେୟ ପୁସ୍ତକ ।

ଇଂରେଜମାନଙ୍କର ଅତ୍ୟାଚାରକୁ ସେମାନେ ଆଉ ମୁଣ୍ଡ ପାତି ସ‌ହିପାରିଲେ ନାହିଁ । ସେମାନଙ୍କର ତାଜାରକ୍ତ ଆହୁରି ତେଜି ଉଠିଲା । ପାଗଳ ହାତୀପରି ସେମାନେ ମାତି ଉଠିଲେ ।

ଖୋରଧା ପାଇକବୀରମାନଙ୍କର ନେତା ହେଲେ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର । ଆନ୍ଦୋଳନ ତେଜି ଉଠିଲା । ଏହାକୁ ପାଇକ ବିଦ୍ରୋହ କୁହାଯାଉଥିଲେହେଁ ପ୍ରକୃତରେ ଏହା ଥିଲା ଭାରତର ପହିଲି ସ୍ୱାଧୀନତା ଲଢ଼େଇ ।

ଇଂରେଜମାନଙ୍କ ଆଧୁନିକ ଅସ୍ତ୍ରଶସ୍ତ୍ର ପାଖରେ ଓଡିଆ ପାଇକମାନଙ୍କର ପୁରୂଣାକାଳିଆ ହାତ ହତିଆର ଟେକି ପାରିଲା ନାହିଁ । ବିଦ୍ରୋହ ବିଫଲ ହେଲା । ବକ୍ସି ଧରା ପଡ଼ିଲେ । ୧୮୨୫ ରୁ ୧୮୨୯ ଯାଏ ନ‌ଜରବନ୍ଦୀ ଭାବରେ ରହି ଶେଷନିଃଶ୍ୱାସ ତ୍ୟାଗ କଲେ । ସେତେବେଲେ ସେ କଟକରେ ଯେଉଁ ଅଞ୍ଚଲରେ ରହୁଥିଲେ, ଏବେ ତାକୁ ବକ୍‌ସିବଜାର କୁହାଯାଉଛି ।

ବାଣପୁରର କୃତ୍ତିବାସ ପାଟଶାଣୀ, ପିଣ୍ଡିକି ବାହୁବଳେନ୍ଦ୍ର ଆଦି ବୀରମାନଙ୍କୁ ଇଂରେଜମାନେ କଳାପାଣିକୁ ପଠାଇଲେ । ଖୋରଧାର ଜୟୀ ରାଜଗୁରୁ ଫାଶି ପାଇଲେ । କେହି ହାତ ହତିଆର ଧରି ପାରିବେ ନାହିଁ ବୋଲି ଇଂରେଜ ସରକାର ଜଣାଇ ଦେଲେ । ଖୋରଧା ଅଞ୍ଚଲରେ ମଶାଣିର ଶାନ୍ତି ବିରାଜମାନ କଲା । କିନ୍ତୁ ମଶାଣିରେ ପାଉଁଶଗଦା ତଳେ ନିଆଁ ଦୁକୁ ଦୁକୁ ହୋଇ ଜଳି ଉଠିଲା ।

ଇଂରେଜମାନେ ଏଇ ବିଦ୍ରୋହକୁ ପୁରାପୁରି ଦମନ କରିବା ପାଇଁ ୠବର୍ଟ କେର୍ ଆଉ ତାଙ୍କ ପରେ ଉଇଲକିନ୍‌ସନ୍ ସାହେବଙ୍କୁ ଖୋରଧାର ମାଜିଷ୍ଟ୍ରେଟ କରି ପଠାଇଲେ । ୧୮୧୯ରେ ଇଂରେଜ କମ୍ପାନୀ ଘୋଷଣା କଲା ଯେ ଯେଉଁ ପାଇକ, ଦଳବେହେରା, ଦଳେଇ, ସରଦାର, ସରବରାକାରମାନେ ପାଇକ ବିଦ୍ରୋହରେ ନେତା ସାଜିଥିଲେ ସେମାନେ ଆସି ନିଜର ଭୁଲ ମାନିଲେ କ୍ଷମା ଦିଆଯିବ । ନଚେତ୍ ସେମାନଙ୍କୁ କଠୋର ଶାସ୍ତି ଦିଆଯିବ।

କିନ୍ତୁ ଜୀବନ ଆଶାରେ ଏମିତି ଭୁଲ ମାନିବାକୁ ବୀଋ ପାଇକମାନେ ଅପମାନ ମଣିଲେ । ତାପଙ୍ଗ ଗଡ଼ର ଦଳବବେହେରା ସାମନ୍ତ ମାଧବଚନ୍ଦ୍ର ରାଉତରାୟ ଏଇ ଆଦେଶକୁ ଅମାନ୍ୟ କଲେ । ସେ ଇଂରେଜ ଶାସନ ଲୋପ କରି ସ୍ୱାଧୀନ ଗଜପତି ରାଜୁତି ଚଳାଇବାକୁ ପଣ କଲେ ।

୧୮୧୭ରୁ ୧୮୨୭ ଯାଏ ଇଂରେଜମାନେ ତାପଙ୍ଗ ଅଞ୍ଚଳରୁ ଖଜଣା ଆଦାୟ କରି ପାରିନଥିଲେ । ତେଣୁ ଖଜଣା ଆଦାୟ କରିବା ଆଳରେ ସେମାନେ ତାପଙ୍ଗ ଗଡ଼ରେ ପଶିଲେ । କାଣ୍ଡଗୋଦାଠାରେ ସାତଦିନଧରି ଇଂରେଜ ଫଉଜଙ୍କ ସହିତ ପାଇକମାନେ ଲଢ଼େଇ କଲେ । ଦଳବେହେରାଙ୍କ ଗୁପ୍ତ ଅସ୍ତ୍ରଭଣ୍ଡାରରୁ ଆଣି ପାଇକମାନେ ଜୀବନକୁ ପାଣି ଛଡ଼ାଇ ଲଢ଼େଇ କଲେ ।

ଏଇ ଯୁଦ୍ଧରେ ପୁଣି ଯୋଗଦେଲେ ଖୋଋଧା ମୁଲକର ଅନ୍ୟ ପାଇକ ବୀରମାନେ ଦଳବେହେରାଙ୍କ ଜୟ ହେବାର ଆଶା ଯେତେବେଳେ ଉଜ୍ଜଳ, ସେତେବେଳେ ଘର ଢ଼ିଙ୍କି କୁମ୍ଭୀର ହେଲା । ମଧୁପଟ୍ଟନାୟକ ନକ୍ସା କାଟି ଇଂରେଜମାନଙ୍କୁ ଗୁପ୍ତ ଅସ୍ତ୍ରଭଣ୍ଡାରକୁ ବାଟ ବତାଇ ଦେଲେ । ଫଳରେ ଇଂରେଜମାନେ ସେଠାକୁ ଯାଇ ଅଚାନ‌କ ଭାବରେ ସେଥିରେ ନିଆଁ ଲଗାଇଦେଲେ । ଅସ୍ତ୍ରଭଣ୍ଡାର ଧୂଳିସାତ ହେଲା । ତା ସାଥିରେ ପାଇକମାନଙ୍କର ଜୟଲାଭର ଆଶା ବି ମଉଳିଗଲା ।

ଅସ୍ତ୍ରଶସ୍ତ୍ର ଅଭାବରୁ ପାଇକମାନେ ହତାଶ ହୋଇପଡ଼ିଲେ । ସେନାପତି ଧନୁର୍ଜୟ ଶ୍ରୀଚନ୍ଦନ ପ୍ରାଣ ହରାଇଲେ । ଦଳବେହେରା ନିଜକୁ ଲୁଚାଇ ସୁଯୋଗ ଉଣ୍ଡିଲେ ଦାଉ ସାଧିବାକୁ । ନିଜର ଶ୍ୱଶୁର ଘର ବଡ଼ପାରିରେ ସେ ରହୁଥିବା ଜାଣି ଇଂରେଜମାନେ ତାହା ଆକ୍ରମଣ କଲେ । କିନ୍ତୁ ଚତୁର ଦଳବେହେରା ସେଠାରୁ ଛପି ଚାଲିଗଲେ ଆଉ ଚିଲିକା କୂଳ ବଣ ପାହାଡ଼ରେ ଲୁଚି ବୁଲିଲେ ।

ସେଠାରୁ ସେ ବିଦ୍ରୋହର ନିଆଁ ଜାଳିଲେ । ଇଂରେଜମାନଙ୍କୁ ଲୁଛି ଛପି ମାରିଲେ । ଇଂରେଜମାନେ ଏଥିରେ ଡରିଯାଇ ଘୋଷଣା କଲେ ଯେ ଦଳବେହେରାଙ୍କୁ ଜୀବିତ ବା ମୃତ ଅବସ୍ଥାରେ ଧରାଇଦେଲେ ପ୍ରଚୁର ପୁରସ୍କାର ଦିଆଯିବ । କିନ୍ତୁ ଏଇ ଘୋଷଣା ଘୋଷଣାରେ ରହିଲା । କିଏ ତାଙ୍କୁ ଧରିବ ? କିଏ ବା ଧରାଇବ ?

ଥରେ ଖୁବ୍ ଝଡ଼ ହେଲା । ଚିଲିକା କୂଳରେ ସେରଣ ଗାଁ । ସେ ଗାଁରେ ବହୁ ଲୋକଙ୍କର ଘର ଭାଙ୍ଗିଗଲା । ଜଣେ ମାଛଧରାଳିର ନାଆଟି ଚିଳିକାରେ ବୁଡିଗଲା । ସେ ବିଚରା ପେଟପୋଷିବାର ଆଶା ଭରଶା ହରାଇଲା । ଦିନେ ସେ ଠିକ କଲା‌‌‌- ତାପଙ୍ଗ ଦଳବେହେରା ତ ଭାରି ଦୟାଳୁ ଆଉ ପରୋପକାରୀ । ତାଙ୍କୁ ନିଜର ଦୁଃଖ ଜଣାଇଲେ ସେ ନିଶ୍ଚୟ ତାର ଦୁଃଖ ଦୂର କରିବେ । ତେଣୂ ସେ ତାପଙ୍ଗ ଯିବାକୁ ଠିକ୍ କଲା ।

ଚିଲିକା କୂଳ ଜଙ୍ଗଲ ଭିତରେ ମାଛଧରାଳୀ ଚାଲିଥାଏ । ହଠାତ ସେ ଦେଖିଲା ନିଶଦାଢ଼ି ବଢାଇ ଜଣେ ଲୋକ ପାଗଳ ପରି ବଣ ଭିତରେ ବୁଲୁଛି ।

ମାଛଧରାଳୀ ପଚାରିଲା- ‌‌‌ ତାପଙ୍ଗ ଗଡ଼କୁ ବାଟ କେଉଁଟା ?
ବନବାସୀ ଲୋକଟି କହିଲା- କାହିଁକି? ସେଠାକୁ ଯିବ କି?

ମାଛଧରାଳୀ ଲୁହ ଢଳ ଢଳ ଆଖିରେ ତା ଆଡକୁ ଚାହିଁ ଉତ୍ତର ଦେଲା – ହଁ ମୁଁ ଯିବି । ମୋର ନାଆଟି ଚିଲିକା ପାଣିରେ ବୁଡିଗଲା । ତାର ଥଳକୂଳ ପାଇଲି ନାହିଁ । ପେଟପାଟଣା ଚଲାଇବାର ତାହା ଥିଲା ମୋର ଏକ ମାତ୍ର ସମ୍ବଳ । ମାଛ ଧରି ମୁଁ ପିଲାଙ୍କ ତୁଣ୍ଡରେ ଆହାର ଦିଏ । ଏବେ ପିଲାଏ ଉପାସେ ଭୋକେ ପଡ଼ି କନ୍ଦାକଟା କରିବାରୁ ଆଜି ଯାଉଛି ତାପଙ୍ଗ ଦଳବେହେରାଙ୍କ ପାଖକୁ ମୋର ଦୁଃଖ ଜଣାଇବି । ସେ ନିଶ୍ଚୟ ମୋର ସାହା ହେବେ ।
ଆଖି ଦୁଇଟିକୁ ପୋଛି ଲୋକଟି କହିଲା- ଚାଲ, ମୁଁ ବାଟ ବତାଇ ଦେବି ।
ସେମାନେ ସାଥିହୋଇ ଖୋଜିବାକୁ ଗଲେ । କୋଟ୍ ଭିତରେ ପଶି ସେ ଦାଢ଼ିଆ ଲୋକଟି ହାକିମଙ୍କୁ କହିଲା‌‌- ମୁଁ ହେଉଛି ତାପଙ୍ଗ ବଳବେହେରା ଆପଣଙ୍କ ଏଇ ଗରିବ ମାଛ ଧରାଳିକୁ ପୁରସ୍କାର ଦିଅନ୍ତୁ । ସେ ମୋତେ ଆପଣଙ୍କୁ ଧରାଇଦେଲା । ଏହା ଶୁଣି ମାଛଧରାଳି କହିଲା-ଆଜ୍ଞା, ମୋର ଏଇ ପୁରସ୍କାର ଲୋଡ଼ା ନାହିଁ । ମୋର ଭୁଲ ହୋଇଛି । ମୁଁ ଅପରାଧୀ । ମୁଁ ପାପୀ । ବଳବେହେରାଙ୍କ ପରି ମହାତ୍ମାଙ୍କୁ ମୁଁ ଶାସ୍ତି ଦେଉଛି ।

ଇଂରେଜ ହାକିମ ବଳବେହେରାଙ୍କ ଏମିତି ଦୟା ଆଉ ସ‌ହାନୁଭୁତି ଦେଖି ଅବାକ୍ ହୋଇଗଲେ । ତାଙ୍କର ମଣିଷପଣିଆ ପାଖରେ ସାହେବଙ୍କ ମୁଣ୍ଡ ଆପେ ଆପେ ନଇଁପଡିଲା ।

ଏଇ ମହା ପୁରୁଷଙ୍କୁ କୌଣସି ଦଣ୍ଡ ନଦେଇ ନଜରବନ୍ଦୀ ଭାବରେ ରଖିବାକୁ କମ୍ପାନୀର କେନ୍ଦ୍ର ଅଫିସ କଲିକତାକୁ ଲେଖାଗଲା | ପରେ ତାଙ୍କୁ ଏଥିରୁ ମଧ୍ଯ ଛାଡି ଦିଆଯାଇଥିଲା |୧୮୩୨ ମସିହାରେ ଏହି ବୀର ପୁରୁଷ ସବୁ ଦିନ ପାଇଁ ତାଙ୍କର ପ୍ରିୟ ମାଟିମାଆ ଠାରୁ ବିଦାୟ ନେଇଥିଲେ |

ଧନ୍ୟ ମାଧବଚନ୍ଦ୍ର! ଧନ୍ୟ ହେ ତାପଙ୍ଗର ଦଳବେହେରା |ଧନ୍ୟ ତୁମର ମାଟିମାଆ ପ୍ରତି ମମତା ; ଧନ୍ୟ ତୁମ୍ଭର ଦୟା ଆ ଉ ତ୍ଯାଗ !!

Jaganath Mohanty Books Jaganath Mohanty odia Story Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleବୀର ସେନାପତି ଦୋରା ବିଶୋଇ
Next Article ବୀର ଶହୀଦ ବାଜିରାଉତ
ଜଗନ୍ନାଥ ମହାନ୍ତି

Related Posts

ଅଭିନବ ବିବାହ

March 16, 2023

ବୋକା ନା ବିବେକୀ?

March 1, 2023

ଘୋରକର ଉଦାରତା

February 1, 2023

ମହାଭାରତ

January 26, 2023

ମହାରାଜାଙ୍କ କଳା

December 21, 2022

ଶକରକନ୍ଦ

December 12, 2022
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.