(ରାଗ: କାଫି)
(ମତାନ୍ତରରେ ନୀଳାମ୍ବରୀ ଶଙ୍କରାଭରଣ, କାନଡ଼କାଫି, ତୋଡ଼ିଜଙ୍ଗଳା)
ଧୀରାରେ କି ଧନ ତୁ ନ ଦେଲୁ ଆଜ,
ଧଇଲେ କି ସତେ କର ଯୁବରାଜ ।ପଦ।
ଧରମ ବଳୁ କି ମୋର, ଧୂପି ଦେଇ ନିଜ କର,
କୋଳକୁ ଆଣିଲୁ କଳାଦ୍ୱିଜରାଜ ।୧।
ଧୁରନ୍ଧର ସେ ଇଙ୍ଗିତେ, ଧରଷିଲୁ କେହି ସତେ,
ଧମକାଇଲା ନାହିଁ କି କିଛି ଲାଜ ।୨।
ଧରାରେ ଯେତେ ପୁରୁଷେ, ଧୂର୍ତ୍ତ ତାହାଙ୍କ ଗୁରୁ ସେ,
ଧନରୁ ଯେ ବଳେ ତାହାଙ୍କର ବ୍ୟାଜ ।୩।
ଧୃତି ହୋଇ ବଳହୀନ, ଧୂସର ହୋଇବ ମନ,
ଧୋଇ ଚିନ୍ତା କଳଙ୍କ ସମାଜ ମାଜ ।୪।
ଧରଣୀନ୍ଦ୍ର ଜଗଦ୍ଦେବ, ଧ୍ୟାନେ ବଲ୍ଲବୀବଲ୍ଲବ-
ଧରାଧୂଳି କରେ ମସ୍ତକରେ ତାଜ ।୫।