• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»Daru O Dian
ଗଳ୍ପ

Daru O Dian

Liza SBy Liza SNovember 8, 2022No Comments4 Mins Read
Facebook Twitter Pinterest Reddit LinkedIn Tumblr Email
Odia Story Daru O Dian
Odia Story Daru O Dian
Share
Facebook Twitter Pinterest Reddit Email

ଗୋଟିଏ ଗାଁରେ ଜଣେ ବ୍ରାହ୍ମଣ ଥିଲା । ସେ ଗରୀବ, କିନ୍ତୁ ଭଲ ମଣିଷ । ତାଙ୍କ ଘରକୁ ଲାଗି ଜଣେ କାଠୁରିଆ ରହୁଥିଲା । ସେ ବି ଗରୀବ । ଜୀବିକା ଅର୍ଜନ ପାଇଁ ସେ ପ୍ରତିଦିନ ବଣକୁ ଯାଏ ଓ କାଠ କାଟିଆଣି ତାକୁ ନେଇ ବିକ୍ରି କରେ । ଯେତିକି ପଇସା ମିଳେ, ସେଥିରେ ଡାଲି ଚାଉଳ କିଣି ସେ ତା’ ଘରେ ଯୋଗାଏ ।

କିନ୍ତୁ ହଠାତ୍ ଦେଖାଗଲା, ସେ ଆଉ ବଣକୁ ଯାଉନାହିଁ । ତାକୁ ଆଉ ପୂର୍ବଭଳି କାଠ ବୋଝ ମୁଣ୍ଡାଇ ବୁଲିବାର ବି କେହି ଦେଖିଲେ ନାହିଁ । ଖାଲି ସେତିକି ନୁହେଁ, ସେ ଗୋଟାଏ ନୂଆ ଘର ତିଆରି କଲା । ପୁଣି ସେ ଓ ତା’ ସ୍ତ୍ରୀ ଯେମିତି ଲୁଗାପଟା ପିନ୍ଧିଲେ, ସେତେ ଦାମିକା ଲୁଗାପଟା ସେ ଗାଁରେ ଆଉ କେହିବି ପିନ୍ଧିପାରୁ ନଥିଲେ । ସେ ପୁଣି ତା’ ଘରେ ଗୋଟାଏ ଚାକର ବି ରଖିଲା ।

ଦିନେ ବ୍ରାହ୍ମଣ ତା ସ୍ତ୍ରୀକୁ କହିଲା “ଆମ ପଡୋଶୀର ଭାଗ୍ୟ ଏମିତି କିପରି ବଦଳିଗଲା? ପଚାରିଲେ ସେ ଖାଲି ହସି ମୁଣ୍ଡ ଟୁଙ୍ଗାରି ଦିଏ; କିଛି ପ୍ରକଟ କରେ ନାହିଁ ।”

ବ୍ରାହ୍ମଣୀ କହିଲା “ଆଚ୍ଛା, ସେ ରହସ୍ୟ ମୁଁ ବୁଝିନେବି ।” କାଠୁରିଆର ସ୍ତ୍ରୀର ସହ ତାର ଗଭୀର ବନ୍ଧୁତା ଥିଲା । ସେ ଅଳ୍ପଦିନ ଭିତରେ ସବୁ ରହସ୍ୟ ଜାଣିଗଲା ଓ ସ୍ୱାମୀକୁ କହିଲା ।

ସେ ଆଶ୍ଚର୍ଯ୍ୟ ଘଟଣାଟି ଏମିତି:

ଥରେ ଲାଗ ଲାଗ ଦୁଇଦିନ ଧରି ଏମିତି ବର୍ଷା ହେଲା ଯେ କାଠୁରିଆ ମୋଟେ ବଣ ଭିତରକୁ ଯାଇ ପାରିଲା ନାହିଁ । ଫଳରେ କିଛି ଉପାର୍ଜନ ହେଲା ନାହିଁ । ଦୁଇଦିନ କାଳ ତା’ ପରିବାର ଭୋକ ଉପାସରେ ରହିଲେ ।

ଦ୍ୱିତୀୟ ଦିନ ରାତିରେ କାଠୁରିଆ ମୁଣ୍ଡକୁ ଗୋଟାଏ ବିଚିତ୍ର ଧାରଣା ଆସିଗଲା । ଗାଁ ପଛପଟେ ନଇ କୂଳରେ ଦେବମନ୍ଦିର ଥାଏ । ସେ ମନ୍ଦିରର ବିଗ୍ରହ କାଠରେ ତିଆରି । କାଠୁରିଆ କୌଶଳ କରି ମନ୍ଦିର ପଛ ଦୁଆର ଖୋଲି ଭିତରେ ପଶିଲା ଓ ବିଗ୍ରହକୁ ଚିରିବା ନିମନ୍ତେ କୁରାଢୀ ଉଠାଇଲା । ବିଗ୍ରହରୁ ଯେତିକି ଶୁଖିଲା କାଠ ମିଳିବ, ସେଥିରୁ ସେ କିଛି ହେଲେ ପଇସା ପାଇବ ବୋଲି ଆଶା କରୁଥିଲା ।

ହଠାତ୍ ସେ ଗୋଟାଏ ଗମ୍ଭୀର କଣ୍ଠ ଶୁଣିଲା । ସେ ସ୍ୱର କହିଲା “ରୁହ, ରୁହ!”

କାଠୁରିଆ ରହିଗଲା । କଣ୍ଠସ୍ୱର କହିଲା “ତୋର ପଇସା ଦରକାର ତ? କାଲି ସୋମବାର । ସୂର୍ଯ୍ୟୋଦୟ ବେଳେ ନଈରେ ବୁଡ ପକାଇବୁ । ଉଠିବା ବେଳକୁ ତୋ ହାତ ମୁଠାରେ ଖଣ୍ଡିଏ ସୁନା ଥିବ ।”
କାଠୁରିଆ ଖୁସି ହୋଇ ମନ୍ଦିରରୁ ବାହାରି ଆସିଲା । ସୂର୍ଯ୍ୟୋଦୟ ବେଳେ ସେ ନଈରେ ବୁଡ ପକାଇ ସୁନା ପାଇଲା । ତେଣିକି ପ୍ରତି ସୋମବାର ସେ ତାହାହିଁ କରେ ଓ ଖଣ୍ଡିଏ ଖଣ୍ଡିଏ ସୁନା ପାଏ । ତା’ର କିଛି ଅଭାବ ନାହିଁ ।

ବ୍ରାହ୍ମଣୀଠୁଁ ଏ କଥା ଶୁଣି ବ୍ରାହ୍ମଣ କାବା ହୋଇଗଲା । ବ୍ରାହ୍ମଣୀ କହିଲା, “ଶୁଣ । ଆଜି ରାତିରେ ତମେ ବି କୁରାଢୀ ଧରି ଦିଅଁଙ୍କୁ ହାଣିବାକୁ ଉଦ୍ୟତ ହୁଅ । ଦିଅଁ ତମକୁ ବି ଅର୍ଥଲାଭର ପନ୍ଥା ବତାଇ ଦେବେ ।”

ବ୍ରାହ୍ମଣ କହିଲା “ନା, ନା, ମୁଁ ଏଭଳି କାମ କେବେବି କରିପାରିବି ନାହିଁ ।”

ବ୍ରାହ୍ମଣୀ କହିଲା “ଥରେ ମାତ୍ର ଏତକ କଲେ ସାରା ଜୀବନ ଆରାମ୍ରେ କାଳ କାଟୁଥିବା । ଏହା କ’ଣ କମ୍ କଥା?”

ତା’ପରେ ସେ ବ୍ରାହ୍ମଣ ରାତିଯାକ ଆଉ ଶୋଇ ପାରିଲା ନାହିଁ । ଶେଷ ରାତିରେ ସେ ଠିକ୍ କଲା କି କାଠୁରିଆ ଭଳି କାମ କଦାପି ମଧ୍ୟ ସେ କରିବ ନାହିଁ । କିନ୍ତୁ ସକାଳ ହେବାରୁ ଯେତେବେଳେ କାଠୁରିଆର ଧନ ସମ୍ପତ୍ତି ଉପରେ ତା ଆଖି ପଡିଲା, ସେ ପୁଣି ଭାବିଲା, “ଧନ ଲାଭର ସହଜ ଉପାୟ ଜାଣି ମଧ୍ୟ ତାକୁ ଅବଲମ୍ବନ ନ କରିବା ମୋ ପକ୍ଷରେ ବୋକାମି ଛଡା ଆଉ କ’ଣ ବା ହୋଇପାରେ?”

ବ୍ରାହ୍ମଣ ଅନେକ ଦ୍ୱିଧା ସତ୍ତ୍ୱେ ମଝି ରାତିରେ କୁରାଢୀ ଧରି ମନ୍ଦିରରେ ପଶିଲା ଓ ଦିଅଁଙ୍କ ଆଗରେ ଯାଇ ଠିଆ ହେଲା । ତା ଗୋଡ ହାତ ଥରୁଥାଏ । ସେ କୌଣସି ମତେ କୁରାଢୀ ଉଂଚାଇଲା । ଠିକ୍ ସେତିକିବେଳେ ଦୀପ ଆଲୁଅରେ ଦିଅଁଙ୍କ ମୁହଁ ଝଲସି ଉଠିଲା । ଆର୍ତ୍ତନାଦ କରି ବ୍ରାହ୍ମଣ ସେଇଠି ତଳେ ପଡିଗଲା ।

ସେହି ଚେତାଶୂନ୍ୟ ଅବସ୍ଥାରେ ସେ ଗୋଟିଏ ମଧୁର କଣ୍ଠ ଶୁଣିଲା, “ହଇରେ, ତୁ କ’ଣ କେବେବି ମୋତେ ହାଣି ପାରନ୍ତୁ? ତୋ ପଡୋଶୀ ଆଖିରେ ମୁଁ ଗୋଟେ କାଠ ଛଡା ଆଉ କିଛିବି ନୁହେଁ । ସେ ତ ଅଜ୍ଞାନୀ । କିନ୍ତୁ ତୁ ତ ଭଲଭାବେ ଜାଣୁ ଯେ କାଠ ବିଗ୍ରହ ରୂପରେ ଯିଏ ପୂଜା ପାଏ ସିଏ ଦିଅଁ । ତୁ ଭକ୍ତ । ତାକୁ ଯେପରି ବ୍ୟବହାର କରାଗଲା, ତୋ ପ୍ରତି ବି କ’ଣ ଠିକ୍ ସେହିପରି ବ୍ୟବହାର କରାଯାଇ ପାରନ୍ତା?”

ବ୍ରାହ୍ମଣ ଚେତା ଫେରି ପାଇ ଦିଅଁଙ୍କୁ ପ୍ରଣିପାତ କରି ଘରକୁ ଫେରିଲା । ତା ସ୍ତ୍ରୀ ଉଦ୍ବିଗ୍ନ ହୋଇ ଅପେକ୍ଷା କରୁଥିଲା । ସେ ଭୟପୂର୍ଣ୍ଣ କଣ୍ଠରେ ପଚାରିଲା “କ’ଣ ହେଲା?”

ବ୍ରାହ୍ମଣ ଅଶ୍ରୁ ମୋଚନ କରି କହିଲା, “ମୋ ଭଳି ମୂଢ ପ୍ରତି ଈଶ୍ୱରଙ୍କର ଅଶେଷ ଦୟା ଯେ ମୁଁ ଆଜି ତାଙ୍କ ବାଣୀ ଶୁଣି ପାରିଲି । ଭଗବାନ ଆମକୁ ଯେମିତି ରଖିଛନ୍ତି, ଆମେ ସେମିତି ରହିବା । କାହା ସହ ଆମ ଅବସ୍ଥାର ତୁଳନା କରିବା ଆଦୌ ଲୋଡା ନାହିଁ ।”

ବ୍ରାହ୍ମଣୀ ମଧ୍ୟ ଲୁହ ପୋଛି କହିଲା, “ଠିକ୍ । ତୁମେ ବାହାରିଯିବା ପରଠୁଁ ମୁଁ ନିଜକୁ ଅନେକ ଧିକ୍କାର ଦେଉଛି । ମୁଁ ଅଧମ ବୋଲି ତମକୁ ସେଭଳି କାମ କରିବାକୁ ପରାମର୍ଶ ଦେଇଥିଲି ସିନା! କିନ୍ତୁ ଈଶ୍ୱର ସ୍ୱୟଂ ଆମକୁ ଏ ମହାପାପରୁ ରକ୍ଷା କଲେ ।

New odia story Odia Gapa Odia Story
Share. Facebook Twitter Pinterest LinkedIn Tumblr Reddit Email
Previous ArticleMahabharat
Next Article Beka Na Bhadra
Liza S

Related Posts

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023

ବନ୍ଧୁମିଳନ

March 25, 2023

ବୀଣାର ବିବାହ

March 24, 2023

ପଦବୀର ବଳ

March 23, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.