ଜଣେ ଗୁରୁ ଶିଷ୍ୟ ଘରକୁ ଯାଉଥିଲେ । ତାଙ୍କ ସାଙ୍ଗରେ ସାହାଯ୍ୟ କରିବାକୁ କୌଣସି ଚାକର ନ ଥିଲା ।
ଏହି ସମୟରେ ବାଟରେ ଏକ ଚୋର ବସିଥିଲା । ସେ କେଉଁଠିକୁ ଚୋରି କରିବାକୁ ଯିବ, ଖୋଜୁଥିଲା । ଗୁରୁ ତାକୁ ଦେଖି କହିଲେ, “ମୋ‘ ସାଙ୍ଗରେ ଯିବୁ, ଖାଇବାକୁ ପାଇବୁ, ସ୍ନେହ ଆଦର ମିଳିବ, ଆସେ ନା !”
ଚୋର ଗୁରୁଙ୍କୁ ଦେଖି ମୁଗ୍ଧ ହୋଇଗଲା । କିନ୍ତୁ ଚୋର ବୋଲି ତାକୁ କିଏ ଚିହ୍ନିଲେ, ପୋଲିସରେ ଧରାହେବ । ସେ କହିଲା,”ନାଇଁ ଠାକୁର, ମୁଁ ଆପଣଙ୍କ ସାଙ୍ଗରେ ଯିବାପାଇଁ ଯୋଗ୍ୟ ନୁହେଁ । କିଏ ଯଦି ଚିହ୍ନି ପାରିବ, ବଡ଼ ଅସୁବିଧା ହେବ ।“
“କିଏ କାଇଁ ତୋତେ ଚିହ୍ନିବେ । ତୁ କଣ କରିଚୁ କି ? ତୁ କାହା ସାଙ୍ଗରେ କିଛି କଥା କହିବୁ ନାହିଁ, ଚୁପ୍ ଚାପ ରହିବୁ“, ଗୁରୁ କହିଲେ । ଚୋର ରାଜି ହେଲା ।
ସନ୍ଧ୍ୟା ସମୟରେ ଶିଷ୍ୟର ଘରେ ଗୁରୁ ସନ୍ଧ୍ୟା କରୁଛନ୍ତି, ଜଣେ ବ୍ରାହ୍ମଣ ଆସି ସେଠାରେ ପହଞ୍ଚିଲେ । ସେ ଗୁରୁଙ୍କର ଚାକରକୁ କହିଲେ, “ଆରେ, ଅମୁକ ଜାଗାରେ ମୋର ଜୋତା ହଳକ ଅଛି, ଯା‘ ନେଇ ଆସିବୁ ।” ଚୋର କିଛି ଶୁଣିଲା ନାହିଁ । ତିନି ଚାରିଥର କହିବାପରେ ମଧ୍ୟ ସେ ଶୁଣିଲା ନାହିଁ । ଶେଷକୁ ବ୍ରାହ୍ମଣ ବିରକ୍ତ ହୋଇ କହିଲେ, “ବ୍ରାହ୍ମଣ କଥା ଶୁଣୁ ନାହୁଁ । ଚୋରଟାଏ କିରେ ?” ଆରେ, ମୋତେ ଚିହ୍ନିଗଲେଣି ଭାବି ଚୋର ସଙ୍ଗେ ସଙ୍ଗେ ସେଠାରୁ ଉଠି ପଳାଇଗଲା ।
ଆଉ ଗୁରୁଙ୍କ ସାଙ୍ଗରେ ଦେଖାକଲା ନାହିଁ ।