(ରାଗ: ମୁଖାବରୀ
(ମତାନ୍ତରରେ ରେଗୁପ୍ତ)
ଛଳବାହିନୀଶ ହେ, ଛାଡ଼ ଏ ସାହସ ହେ ॥ପଦ॥
ଛବି ତ ଆବିଳ ଦିଶେ, ଛପିବାରେ ଅଛି କି ସେ ॥୧॥
ଛଟା କାହା କଟାକ୍ଷର, ଛୁରୀ ହେଲା କି ବକ୍ଷର ॥୨॥
ଛେଲରୁ ତ ଚିନ୍ତା ବଳି, ଛାତିରେ ଗଲାଣି ଗଳି ॥୩॥
ଛୁଟିଯାଇ ବିଚେତନା, ଛଟପଟ ହେବ ସିନା ॥୪॥
ଛଣା ସୁଧା ପରି ଦିଶେ, ଛୁଇଁଦେଲେ ବିଷଟି ସେ ॥୫॥
ଛନ୍ଦି ମନ ତୁମ୍ଭ ଗୁଣେ, ଛ ଦୁଇ ଦୁର୍ଗେଶ ଭଣେ ॥୬॥