• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»Bojha
ଗଳ୍ପ

Bojha

Liza SBy Liza SSeptember 18, 2022No Comments3 Mins Read
Facebook Twitter Pinterest Reddit LinkedIn Tumblr Email
Bojha
Bojha
Share
Facebook Twitter Pinterest Reddit Email

ଶ୍ୟାମ ଶାସ୍ତ୍ରୀ ଜଣେ ସଚ୍ଚା ପଣ୍ଡିତ ଥିଲେ । ସେ ବହୁକାଳ ଧରି ନାନା ଶାସ୍ତ୍ର ଅଧ୍ୟୟନ କଲେ । ଲୋକେ କାହିଁକି ଧର୍ମ ନାମରେ ପରସ୍ପର କନ୍ଦଳ କରନ୍ତି, ସେ ଏଇକଥା ବୁଝିବାକୁ ଚାହୁଁଥିଲେ । ସେ ଦେଖିଲେ ହିନ୍ଦୁ ଧର୍ମଶାସ୍ତ୍ରର ପ୍ରଧାନ ସତ୍ୟ ହେଲା, ଧର୍ମ ମଣିଷ ସହ ଭଗବାନଙ୍କର ସମ୍ପର୍କ ସ୍ଥାପନ କରିବା ପାଇଁ ଉଦ୍ଦିଷ୍ଟ । ମଣିଷ ମଣିଷ ଭିତରେ ଝଗଡା ଉପୁଜାଇବା ଧର୍ମଶାସ୍ତ୍ରର ଉଦ୍ଧେଶ୍ୟ ନୁହେଁ ।

ଶ୍ୟାମ ଶାସ୍ତ୍ରୀ ଭାବିଲେ, ହୁଏତ ଅନ୍ୟାନ୍ୟ ଧର୍ମଶାସ୍ତ୍ରରେ କନ୍ଦଳ ପାଇଁ କିଛି ଖୋରାକ ଥିବ । ସେଉଠୁ ସେ ଅନ୍ୟ ସବୁ ଧର୍ମର ମୂଳ ଶାସ୍ତ୍ର ପଢିବାକୁ ଆରମ୍ଭ କଲେ । ଦେଖିଲେ, ସେସବୁଥିରେ ମଧ୍ୟ ଶାନ୍ତି, ମୈତ୍ରୀ, ଏହିସବୁ ଗୁଣ ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି ।

ତେବେ ଭିନ୍ନ ଭିନ୍ନ ଧର୍ମର ଲୋକେ କାହିଁକି ମାଡପିଟ ହୁଅନ୍ତି? ନିଜ ନିଜର ଅଜ୍ଞତା ଯୋଗୁଁ । ଏକଥା ତାଙ୍କର ହୃଦ୍ବୋଧ ହେଲା । ସେ ଭାବିଲେ, ଏ ବିଷୟରେ ଲୋକଙ୍କୁ ବୁଝାଇବା ଅତି ଆବଶ୍ୟକ । ତଦ୍ୱାରା ସେମାନଙ୍କର ଜ୍ଞାନଚକ୍ଷୁ ମଧ୍ୟ ଖୋଲିଯିବ । ଧର୍ମର ପ୍ରକୃତ ଅର୍ଥ ବୁଝିପାରିଲେ ହୁଏତ ଧର୍ମନାମରେ ସେମାନେ ଆଉ କେବେବି ମାଡପିଟ କରିବେ ନାହିଁ ।

ସେ ପ୍ରସ୍ତୁତ ହୋଇ ସବୁ ଧର୍ମଶାସ୍ତ୍ରର ପ୍ରଧାନ ବହିମାନ ଧରି ଦେଶ ବ୍ୟାପି ଗସ୍ତ କରିବାକୁ ବାହାରିଲେ । ବହି ବୋଝ ଧରି ତାଙ୍କ ସାଙ୍ଗରେ ଯିବା ନିମନ୍ତେ ସେ ଜଣେ ଲୋକ ଠିକ୍ କଲେ । ତା’ର ନାମ ଶେଖର ।

ପ୍ରଥମେ ପ୍ରଥମେ ତ ସେ ପଣ୍ଡିତଙ୍କ ସଭାରେ ବିଶେଷ କେହି ଲୋକ ହେଉ ନଥାନ୍ତି । ମାତ୍ର ପରେ ତାଙ୍କ ବକ୍ତୃତାର ଶୈଳୀ ଓ ଧର୍ମଗ୍ରନ୍ଥମାନଙ୍କରୁ ଦୃଷ୍ଟାନ୍ତ ଉପସ୍ଥାପନ କରିବାର ପଦ୍ଧତିରେ ଲୋକେ ଏତେ ପ୍ରଭାବିତ୍ତ ହେଲେ ଯେ ତାଙ୍କ ଖ୍ୟାତି କ୍ରମେ ବ୍ୟାପିଗଲା । ବଡ ବଡ ଅନୁଷ୍ଠାନ ତାଙ୍କୁ ବକ୍ତୃତା ଦେବା ପାଇଁ ନିମନ୍ତ୍ରଣ କଲେ । ସବୁଠାରେ ତାଙ୍କୁ ସମ୍ବର୍ଦ୍ଧନା ଦେବା ସଙ୍ଗେ ସଙ୍ଗେ ନାନା ଭେଟି ମଧ୍ୟ ଦିଆଗଲା ।

ଶ୍ୟାମ ଶାସ୍ତ୍ରୀ ଦିନେ ଲକ୍ଷ୍ୟ କଲେ, ଶେଖର ବଡ ହାଲିଆ ଦିଶୁଛି । ତା’ ସ୍ୱାସ୍ଥ୍ୟ ଯେପରି ଖରାପ ନ ହେବ, ସେଥିପାଇଁ ଶାସ୍ତ୍ରୀ ତାକୁ ଭଲ ଖାଦ୍ୟ ଖୁଆଇଲେ । କିନ୍ତୁ କ୍ରମେ ତା’ ସ୍ୱାସ୍ଥ୍ୟ ଯେପରି ଭାଙ୍ଗି ପଡିବାର ସେ ଲକ୍ଷ୍ୟ କଲେ ।

ଦିନେ ଜମାଳ ଗାଁର ଜମିଦାର ଶେଖ୍ ବଦ୍ରୁଦ୍ଦିନ ସାହେବ ଶ୍ୟାମ ଶାସ୍ତ୍ରୀଙ୍କୁ ଏକ ଲକ୍ଷ ଟଙ୍କା ପୁରସ୍କାର ଦେଲେ । ତହିଁ ଆର ସପ୍ତାହରେ ବିଷ୍ଣୁପୁରର ରାଜା ପ୍ରତାପରାୟ ତାଙ୍କୁ ଦୁଇଲକ୍ଷ ଟଙ୍କା ଦେଲେ ଓ ବିଷ୍ଣୁପୁରରେ ସାତ ଆଠଦିନ ରହିବାକୁ ତାଙ୍କୁ ଅନୁରୋଧ କଲେ ।

ଶ୍ୟାମ ଶାସ୍ତ୍ରୀ ସେହି ସୁଯୋଗରେ ଶେଖରକୁ ରାଜବୈଦ୍ୟଙ୍କ ପାଖକୁ ନେଇଯାଇ ତାକୁ ଭଲ ଭାବରେ ପରୀକ୍ଷା କରିବାକୁ ବୈଦ୍ୟଙ୍କୁ ଅନୁରୋଧ କଲେ । ତିନିଦିନ କାଳ ପରୀକ୍ଷା କରି ବୈଦ୍ୟ ଜଣାଇଲେ,”ଶେଖରର ସେମିତି କୌଣସି ବ୍ୟାଧି ନାହିଁ । ବରଂ ତା’ର ମନରେ କିଛି ବେଦନା ରହିଛି ।”

ଏକଥା ଶୁଣିବା ମାତ୍ରେ ଶ୍ୟାମ ଶାସ୍ତ୍ରୀ ଖୁବ୍ ଆଶ୍ଚର୍ଯ୍ୟ ହେଲେ । ଶେଖର ଘରୁ ବାହାରିବା ବେଳେ ତ ତାଙ୍କଠାରୁ ସେ ବଳି ଉତ୍ସାହ ଦେଖାଉଥିଲା । ପୁଣି ତା’ ମାନସିକ ବେଦନାର କାରଣ କ’ଣ ହେଲା । ସେ ଯେପରି ତା’ ଘରକୁ ନିୟମିତ ଭାବେ ଟଙ୍କା ପଠାଇ ପାରିବ, ଶ୍ୟାମ ଶାସ୍ତ୍ରୀ ସେ ବ୍ୟବସ୍ଥା ବି କରିଦେଇଥିଲେ ।

ସେ ଥରେ ଶେଖରକୁ ଏକାନ୍ତରେ ପଚାରିଲେ,”ସତ କହିଲୁ, ତୋର କ’ଣ ହୋଇଛି?”

ଶେଖର କାନ୍ଦ କାନ୍ଦ ଦେଖାଗଲା ଓ କହିଲା,”ପଣ୍ଡିତେ, ମୁଁ ସତହିଁ କହିବି । ତମେ ଯେଉଁ ବହିରୁ ଜ୍ଞାନ କାଢି ଲୋକଙ୍କୁ ଦେଉଛ, ସେ ସମୁଦାୟ ବହି ତ ମୁଁ ମୋ ନିଜ ମୁଣ୍ଡରେ ଧରି ଚାଲିଛି । ଅଥଚ ଲୋକେ ତମକୁ ସମ୍ବର୍ଦ୍ଧନା ଦେଉଛନ୍ତି, ଫୁଲମାଳ ଦେଉଛନ୍ତି, ଭେଟି ଦେଉଛନ୍ତି, ହେଲେ ମୋତେ ତ କାହିଁ କେହିବି ହେଲେ ପଚାରୁ ନାହାଁନ୍ତି!”

ଏଥର ଶ୍ୟାମ ଶାସ୍ତ୍ରୀ ରହସ୍ୟ ବୁଝିଲେ । ସେ ପଚାରିଲେ,”ଆଚ୍ଛା ଶେଖର, ତୁ ଦୈନିକ କେତେ ଘଂଟା ବୋଝ ମୁଣ୍ଡାଇ ଚାଲୁଛୁ?”

ଉତ୍ତର ଆସିଲା”ହାରାହାରି ଦୁଇ ଘଂଟା!”

ଶାସ୍ତ୍ରୀ ପଚାରିଲେ”ବେଶ୍ । ଯଦି କ୍ଳାନ୍ତ ଲାଗେ, ତେବେ ତୁ କ’ଣ କରୁ?”

ତହୁଁ ଶେଖର କହିଲା”ବୋଝ ତଳେ ରଖିଦିଏ ।”

ଶାସ୍ତ୍ରୀ ପଚାରିଲେ”ବେଶ୍ । ତୁ ମୋ ଅବସ୍ଥା କେବେ ବିଚାର କରିଛୁ? ମୁଁ ମୋ ମୁଣ୍ଡ ଭିତରେ ସବୁ ଜ୍ଞାନ, ଯୁକ୍ତିତର୍କ ଧରି ଚାଲିଛି । ନିଦରେ ଶୋଇବା ବେଳେ ବି ତାକୁ ଉତାରି ଦେବାର କୌଣସି ଉପାୟ ନାହିଁ । କ୍ଳାନ୍ତ ହେଲେ ବି ମୁଁ ତାକୁ ତଳେ ଥୋଇ ପାରିବି ନାହିଁ । ତେବେ କଷ୍ଟ କାହାର?”

ଶେଖର କହିଲା”ସତେ ତ ପଣ୍ଡିତେ! ମୁଁ ତ ଏକଥା ଆଦୌ ଭାବି ନଥିଲି!”

ତେଣିକି ଶେଖର ନିଜେ ବୋଝ ତଳେ ରଖିଲା ବେଳେ ମନକୁ ମନ କହେ,”ବିଚରା ପଣ୍ଡିତ! ସେ କେବେବି ବୋଝରୁ ମୁକୁଳି ପାରିବେ ନାହିଁ । ମୋ ବୋଝ ସିନା ମୋ ମୁଣ୍ଡ ଉପରେ । ହେଲେ ତାଙ୍କର ଭିତରେ!” ଏହାପରେ ଶେଖରର ସ୍ୱାସ୍ଥ୍ୟରେ ବେଶ୍ ଉନ୍ନତି ଦେଖାଗଲା ।

New odia story Odia Gapa Odia Story
Share. Facebook Twitter Pinterest LinkedIn Tumblr Reddit Email
Previous ArticleSatya Asatya
Next Article Ashali kabiraja
Liza S

Related Posts

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023

ବନ୍ଧୁମିଳନ

March 25, 2023

ବୀଣାର ବିବାହ

March 24, 2023

ପଦବୀର ବଳ

March 23, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.