• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»କାବ୍ୟ ଓ କବିତା»ପ୍ରସିଦ୍ଧ କବିତା»ବିଜୟୀବୀର ! ବିଜୟ କର
ପ୍ରସିଦ୍ଧ କବିତା

ବିଜୟୀବୀର ! ବିଜୟ କର

ଉପେନ୍ଦ୍ର ଭଞ୍ଜBy ଉପେନ୍ଦ୍ର ଭଞ୍ଜFebruary 22, 2020No Comments5 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

ଅଷ୍ଟମ ଛାନ୍ଦ:

(ରାଗ: କାଳୀ)
ବିଜୟୀ-ବୀର! ବିଜୟ କର ଯିବା ମିଥିଳୀପୁର।
ବାହାର ହୋଇ ବିହର ତହିଁ କରନ୍ତି ମୁନିବର।
ବଇଦେହୀ ଯେ ସୁନ୍ଦରୀବ୍ରଜେ ଅମୂଲ୍ୟ ଚୂଡାମଣି।
ବର୍ତ୍ତମାନ ସେ ଭୂତ ଭବିଷ୍ୟେ ନାହିଁ ନୋହିବ ପୁଣି।୧।
ବଶୀକରଣ ମୂର୍ତ୍ତି ଧାରଣ ଉଚ୍ଚାଟନ ତା ଚାରୁ।
ବିଧିସୁନ୍ଦରୀ ସେ ପୁରନ୍ଦରୀ ତାହାକୁ ବୋଲିବାରୁ।
ବିହିଲା ବିହି ପ୍ରଭା ଏ କାହିଁ ଶୋଭାସଂଗ୍ରହ ପାଇ।
ବଣା ବିବେକ ପଣ୍ଡିତ ଲୋକମାନଙ୍କୁ କରି ଦେଇ।୨।
ବିଗ୍ରହକାନ୍ତି କି ଝଟକନ୍ତି କନକ ଅନାଇଲା।
ବାନ ବଢାଇ ଅଗ୍ନିରେ ଦହି ଶିଳେ କଷାଇ ହେଲା।
ବଣିକଶ୍ରେଣୀ ଅସମ ଜାଣି ହେଲେ ପ୍ରହାରଦାନୀ।
ବସାଇ ତୁଲେ ରତିଏ ବୋଲେ ତେତିକି ଲକ୍ଷ ଘେନି।୩।
ବିଚିର ଜ୍ୟୋତି ଲଭି ସେ ଭୀତି ବିଦ୍ୟୁ ଲକ୍ଷଣ ଏତେ।
ବୁଜି ଈକ୍ଷଣ ହୋଏ ତକ୍ଷଣ ଯାହା ଦର୍ଶନ ମାତ୍ରେ।
ବଡାଇ ହୀନ କଣ୍ଟକପର୍ଣ୍ଣ ମଧ୍ୟର ଦରେ ଲୁଚି।
ବାସ ସମେଳ କେତକୀ ଫୁଲ କେତେ ମନକୁ ରୁଚି।୪।
ବାହ୍ଲୀକ ଚୂର୍ଣ୍ଣ କରି ସେବନ ମନକୁ ମନାଇଲା।
ବରବର୍ଣ୍ଣନା ଜଗଦ୍ବନ୍ଦନା ଏଣୁ କି ବୋଲାଇଲା?
ବରବର୍ଣ୍ଣନା କବିରୋଚନା ବୋଲାଇ ତର୍କ ହୋଏ।
ବିଲକ୍ଷ ସ୍ୱର ପ୍ରିୟାଟି ସ୍ମର ରତି ନାମକୁ ପାଏ।୫।
ବିହୁଁ ସମୁଦ୍ର ମନ୍ଥନୁ ଚନ୍ଦ୍ର ଜନମ ଯେଉଁକାଳେ।
ବିହୀନ କ୍ଷୀଣ କଳଙ୍କେ ଜାଣ ନିର୍ମଳ ହୋଇଥିଲେ।
ବଦନେ ଜାନକୀର ସ୍ମାନ ମନ ଜାଣିଟି ବିହି।
ବିମ୍ବବେଷ୍ଟେନ ନୋହିଲା ବର୍ଣ୍ଣ ଭାବେଟି କାଟିଦେଇ।୬।
ବନଜ ଆଦରଶ କି ବାଦ ରଚି ହୁଅନ୍ତେ ଯୋଖ।
ବିସ୍ତାରି ଆହା କି ଝଳି ଆହାଲ୍ଲାଦ ସୁବାସ ମୁଖ।
ବିଲୋଳ ଚଳ ସୁଧା କଲ୍ଲୋଳ ଲାବଣ୍ୟ ସରିତରେ।
ବିକାଶ ହାସ କର ଇ ହାସ-ହୀରାକୁ ନିରନ୍ତରେ।୭।
ବିଧୁ ବିଧୂର ଗର୍ବରୁ ଚୂର ପବିତ୍ର ଦ୍ରବ୍ୟ ଦର୍ଭ।
ବିକଶିତରେ ଯେ ଈଷିତରେ ନ ଲଭିଲା ସନ୍ଦର୍ଭ।
ବିକଶିତ ଯେ କୁସୁମପୁଞ୍ଜେ ଦିନେ ସଙ୍କୋଚ ବହି।
ବୁଡଣାନୀରେ ପଡି ଲାଜରେ ଦୃଢ ଆୟୁଷୁଁ ଜୀଇଁ।୮।
ବିଷ୍ଫାରିତ ତା ଲୋଚନ ଗତାଗତ କରଇ ଡୋଳା।
ବିଲଜ୍ଜଭୃଙ୍ଗ ସରୋଜେ ସଙ୍ଗ ହୋଇ ଶିଖେ ସେ ଲୀଳା।
ବାତେ ଚଳଇ ନୀଳୋତ୍ପଳହିଁ ସେ ଛବି ଲକ୍ଷ ହେଜି।
ବାଳକ କରେ ସାରେଣୀ କରେ ଖେଳା ତରୁଣ ତେଜି।୯।
ବକ୍ର ଭ୍ରୁଲତାନିକଟେ ସ୍ଥିତା ଚାହିଁ କମାଣେ ରହି।
ବିଶିଖ ଗତି କରୁଅଛନ୍ତି ପକ୍ଷ୍ମପକ୍ଷକୁ ବହି।
ବର୍ଣ୍ଣ ତ୍ରିବିଧୁଁ ଶାଳିତ ସାଧ ହିଙ୍ଗୁଳ କଳା ଶଙ୍ଖେ।
ବହୁରୂପ ଏ ଆନ ପରାୟେ ଯଥା ଆପଣ ସୁଖେ।୧୦।
ବିଲିନ ଘନେ ପଶି ବହନେ ଚଞ୍ଚଳେ ହରି ମୃଗ।
ବଂଶରେ କେହି ସେ ସମ ଧ୍ୟାୟୀ ମରି ଚନ୍ଦ୍ରରେ ଯୋଗ।
ବାଞ୍ଛିତ କର୍ମହୀନର ଶ୍ରମ କଲେ ପ୍ରାପତ କାହିଁ?
ବିମଳ ପଦାର୍ଥକୁ ସର୍ବଦା ସମଳ କଲା ଯହିଁ।୧୧।
ବସିଲେ ତୁଳେ ଦଇବ ବଳେ ଗୁଞ୍ଜା କି ରତ୍ନ ପ୍ରାୟେ?
ବିନିମିଷେ ଯେ ମୀନସମାଜେ, ଖଞ୍ଜନ କମ୍ପେ ଭୟେ।
ବୁଡାଇ ରାଗକୁଣ୍ଡରେ ବେଗ ବେଗ ଅପାଙ୍ଗ ଢାଳି।
ବଡିଶ ପରି ନିଏ ଓଟାରି ମନ ମୀନକୁ ବାଳୀ।୧୨।
ବିଲୋକ କରି ଅଳକ ଫରୀ ଏଥିକି ସମ ନୋହି।
ବେତାଳ ବ ଇଭବକୁ ଧ୍ୟାୟି ଖଡ୍ଗ ପ୍ରହାର ବହି।
ବାସ ଲଲାଟ ପଛରେ ପଟ ଆଉ ତା କି ଲକ୍ଷିବା?
ବିଗଳିତାଙ୍କ ଅର୍ଦ୍ଦଶଶାଙ୍କ ଯୋଖିବା ନ ଯୋଖିବା।୧୩।
ବିଫଳ ହେବ ତୋଷିବା ଶିବ ତପସ୍ୟା ଗଙ୍ଗାକୂଳ।
ବଚନେ ନାହିଁ ସର୍ବାଙ୍ଗେ ଯହିଁ ଦେବା ଉପମା ତୁଲ।
ବିସୋରିଥିଲେ ଉରଜ ଭଳି ନୋହେ ସେ ଶମ୍ଭୁ ଅଙ୍ଗେ।
ବିଶ୍ଚୁପଦୀ ତ ହୋଇ ଲଜ୍ଜିତ ହାରିଛି ହାର ସଙ୍ଗେ।୧୪।
ବଡିମା-ତତି ଶୋଭାର ଶ୍ରୁତି ବିଶ୍ରାମ ଖଟ ଦୋଳି।
ବୋଲି ପାଟଳି ପା ବୋଲୁଁ ଟଳିଲାର ଉପମା ଝଳି।
ବର୍ଜିତ ସାର ଦୀର୍ଘ `ଲୁ’କାର ହ୍ରସ୍ୱ ତ ସାନ ହେଲା।
ବୁଦ୍ଧିକି ପାଶ କରନ୍ତେ ପାଶ ଗର୍ଭରେ ବୁଡିଗଲା।୧୫।
ବ୍ୟତିରିକ୍ତ ଏ ଦୃଷ୍ଟିତ ନୁହେ ଖଣ୍ଡି ଉପମା ରୁଣ୍ଡ।
ବିମ୍ବ ନିର୍ମଳ କୃତମଣ୍ଡଳ-ଖଣ୍ଡ ମଣ୍ଡଳ ଗଣ୍ଡ।
ବୋଲାଉଅଛି ଦର୍ପଣ ଛି ଛି କର କଳଙ୍କେ ସେହି।
ବନ୍ଦ୍ୟ କି ଖଡ୍ଗପାଳି ପଦଗ କରେ କଳଙ୍କ ବହି।୧୬।
ବରାରୋହାର ନାସାଡମ୍ବର ଇଚ୍ଛା କଲାକୁ ଶୁକ।
ବିନା ଦୋଷରେ ଶିକୁଳି ଛଳେ ଶାଙ୍କୋଳି ଦିଏ ଲୋକ।
ବିହଗ ସିନା ହୋଇ ତନ୍ମନା ପାରିଲା ନାହିଁ ପାଞ୍ଚି।
ବିନତାସୁତ ସିଦ୍ଧି ଉନ୍ନତ ଚାହିଁ ଖଗେନ୍ଦ୍ର ରଚି।୧୭।
ବୁଝାଇ ତିଳ ଅସମେ ତିଳସୁମନ ବିହି ନାମେ।
ବିଧିକି ତୂଣ ଉପମା ପୁଣ ନିର୍ମାଣ ପଶୁଚର୍ମେ।
ବେଣୁ ବରୁଣ ଘେନିଣ ଜାଣ ସମୁଦ୍ର ମଧ୍ୟେ ପଶେ।
ବ୍ୟାଳ ଗ୍ରାସିତ ମଳୟ ବାତ ତୁଳା ହେଲାରୁ ଶ୍ୱାସେ।୧୮।
ବାଳା ଅଧର ଅରୁଣ ସାର ଛବି ବହିବା ସ୍ମରି।
ବାଳ ଅରୁଣ ଘେନି ଅରୁଣ ପଦାନୁରାଗେ ପୂରି।
ବିରଙ୍ଗ ସେହି ଦଣ୍ଡକେ ହୋଇ ସନ୍ତାପ ବିଭୂଷଣ।
ବହେ ସନ୍ଧ୍ୟାରେ ମାଣିକ୍ୟ ଧାରେ, ଜ୍ୟୋତିକି କରି ଋଣ।୧୯।
ବିତୁଳ ତେବେ ମଜ୍ଜି ଅର୍ଣ୍ଣବେ ପୁଣିହିଁ ସେ ବ୍ୟବସ୍ଥା।
ବାଳ ବୃଦ୍ଧର ଯଥା ପାସୋରା ଦିନ ଦିନକ କଥା।
ବୋଲିବା କାହୁଁ ମନ୍ଦାର ଆଉ ଧରିଛି ମନ୍ଦ କାଳି।
ବୈରାଗୀ ହେବ ବିଚାରି ବିମ୍ବ ଭସ୍ମ ହେଲା କି ବୋଳି?୨୦।
ବିଦ୍ରୁମ ଯହିଁ ଛୁଞ୍ଚି ମରାଇ ସୂଚିକା ବ୍ୟାଜେ ହୃଦ।
ବନ୍ଧୁଜୀବ ଯେ ଅଳ୍ପକେ ଭଜେ ମଳିନ ନ ସମ୍ବାଦ।
ବିହାଇ ସେ ତ ପରେ ଦଳିତ ଗୁପତ ସମ୍ପୂଟର।୨୧
ବଜ୍ର ଦଶନ କିଛି ପ୍ରସନ୍ନ ହରଣେ କରୁଁ ଚିନ୍ତା।
ବସାଇ ଶାଣେ କର୍ତ୍ତପ୍ରମାଣେ ଦଣ୍ଡ ଦିଅଇ ଧାତା।
ବୋଧାଇ ଶୁକ୍ତିଭବ ଉତ୍ପତ୍ତି ନୋହୁ ମୁଁ ଦନ୍ତଦାସ।
ବିମୁକ୍ତ ହୋଇ ମୁକ୍ତା ବୋଲାଇ ତାର କି ହେଲା ନାଶ?୨୨।
ବାଳିକା ରଦ ଖେଦଦ କୁନ୍ଦକଳିକା ହୃଦ ଫୁଟି।
ବୀଜ ଦେଖାଇ ସମାନ ନୋହି ଦାଡିମ୍ବଫଳ ଫାଟି।
ବୃକ୍ଷରେ ଲମ୍ବେ ଲପନ ନମ୍ରେ ଏତିକି ଲଭି ଲାଭ!
ବିଅର୍ଥ ହେଲା ତଣ୍ଡୁଳମାଳା ନାହିଁ ଝଲକପ୍ରଭା।୨୩।
ବନ୍ଦାଇ ମିତ ଶାରଦା ନତ ହୋଇ ବଚନ ତୁଲେ।
ବାଣୀ ଭାରତୀ ସେ ସରସ୍ୱତୀ ଦୁହିଙ୍କି ଲୋକେ ବୋଲେ।
ବଲ୍ଲକୀ ତାର ତୁଲ କି ସ୍ୱର ପରବଶେ ସେ ଜାତ।
ବନପ୍ରିୟହିଁ କୁହୁ ଯା କହି ଅନ୍ଧାର ଦିଶି ସତ।୨୪।
ବଡ ମଧୁର ଦ୍ରାକ୍ଷାରୁ ଗର ସେହି ଚାତୁରୀ ସ୍ଥାନ।
ବର୍ଣ୍ଣୁଥିଲେ ତା ତୁଣ୍ଡକୁ ପିତା ଆନ ଚରିତମାନ।
ବିବୁଧାଶନ ଅମୃତ ପାନ ହୋଏ କେବଳ ମୁଖେ।
ବିବେକି! ଘେନ ଶ୍ରବଣେ ପାନ ଯାହା କରନ୍ତି ସୁଖେ।୨୫।
ବିଭର୍ତ୍ତି ରସସାର ବିଶେଷ ଚିବୁକ ଦିବ୍ୟପାତ୍ର।
ବିଧାତାଙ୍ଗୁଳି ଚିହ୍ନରେ ଝଳି ନାରଙ୍ଗ କେତେପାତ୍ର।
ବହି ତ୍ରିରେଖା ତ୍ରିପୁରେ ଦେଖା କଣ୍ଠକୁ ନାହିଁ ଲକ୍ଷେ।
ବ୍ରତ ବାଞ୍ଛିତ କପୋତବ୍ରାତ ଖଳୁ ଶିଳାକୁ ଭକ୍ଷେ।୨୬।
ବ୍ୟକ୍ତ ଲକ୍ଷଣାମାନଙ୍କ ଉଣା ମୁଖମଣ୍ଡଳେ କରୁଁ।
ବିଳାପି ଶିଖୀ ଚମରୁ ଦେଖି କହନ୍ତି କେଶ ଚାରୁ।
ବରହୀ ଏଣୀ ପୁଚ୍ଛକୁ ଆଣି ଉତ୍ପାଟି ଛେଦି ଜନେ।
ବିକି ଏତିକି ମୂଲ୍ୟ ବୋଲି କି ଦେଖାନ୍ତି ଏ ଭୁବନେ।୨୭।
ବିବେକୀ ଯେହି ସେ ନିଉଁଛାର ଢାଳିବା ବ୍ୟାଜେ କେଶେ।
ବ୍ୟୋମଧୂମକୁ ତାହା ସମକୁ ଲକ୍ଷିବା କି ମାସେ?
ବିରାବ କରି ନୋହେ ମୁଁ ସରି ବୋଲି ଉଦୟ କାଳେ।
ବିଷ୍ଣୁ ଯେ ରାହୁ ଉପମା ଯହୁଁ ଚକ୍ରରେ ଛେଦିଦେଲେ।୨୮।
ବିକର୍ତ୍ତନଜା ସେ ସମେ ମଜ୍ଜା ବୀଚି କୁଞ୍ଚିତେ ସ୍ନେହୀ।
ବିଷ ଯେ କଳା ସଙ୍ଗମେ ମେଳା କାଳେ କାଳୀୟ ବହି।
ବିନାଶେ ଆଶା ପ୍ରବେଶ ଆଷାଢ ଯେ ଆବିଳପ୍ରଦା।
ବିଶ୍ୱଲୋକନ-ରୋଚନ ଘେନ ତମସ ନୋହେ କଦା।୨୯।
ବିବର୍ଣ୍ଣ ତୁଲ ତମାଳଦଳ ବୋଲି କେ ପୁରସ୍କାର।
ବେଭାରେ ପରିଣତ ସେ ଧରି ଝଡଇ ବାରମ୍ବାର।
ବିଷ୍ଣୁପଦହିଁ ନୀଳତା ବହି ଚିକୁର ତୁଳ ସ୍ନେହେ।
ବିହେ ତା ଧୂଳିଧୂସର-କର ବାତ କି ଗର୍ଜେ ନୋହେ।୩୦।
ବହିଲେ ନୀଳ ଗଳେ ସେ ତୁଳ ବାଞ୍ଛାରେ ମହାଦେବେ।
ବିଚାରି ଉମା ନୋହେ ସେ ସମା ବେଢାଇ ବାହୁ ଭାବେ।
ବିଜିତ ସେ ଯେ ସୀତା ସୌନ୍ଦର୍ଯ୍ୟେ ଏମନ୍ତ ଘେନି ଚିତ୍ତ।
ବନ୍ଦେ ଗଉରୀପଦରେ କରି ସୁନ୍ଦରୀମଣି ମତ।୩୧।
ବାରିତ ସୀମା ବାଡ ଉପମା ଅଳକା ମୁଖ କେଶେ।
ବୈଳାରେ ବ୍ୟାପୀ ଗଙ୍ଗାର ତପୀ ମୂକ ତରିବା ଆଶେ।
ବୋଧ ରାଘବେ ଏ ଦେଖି ଥିବେ ଏତିକି ବାତାୟନେ।
ବତିଶ ପଦେ ଏ ଛାନ୍ଦ ଉପେନ୍ଦ୍ର ତୋଷମନେ।୩୨।

Odia Poetry Upendra Bhanj Books Upendra Bhanj Odia Poetry
Share. Facebook Twitter Pinterest LinkedIn Tumblr Reddit Email
Previous Articleବିଡ଼ୋଜା ସୁଧାଂଶୁ ଗୁରୁ ସଙ୍ଗତି ସମାନ
Next Article ବିତଳକୁ ଆଲିଙ୍ଗନ କରି ଜାହ୍ନବୀ ଶୋଭନ
ଉପେନ୍ଦ୍ର ଭଞ୍ଜ

Related Posts

ଛ ଚମ୍ପୂ

February 26, 2020

ଏଥୁଅନ୍ତେ ଶୁଣ ରସିକ ଜନେ

February 22, 2020

ଶୁଣ ହେ ସୁଜନେ ରସ କର୍ଣ୍ଣ ମନଲୋଭା

February 22, 2020

ଜୟ ଜୟ ଜୟ ରାମ ଜନକସୁଖଦ

February 22, 2020

ବିଶ୍ରବାନନ୍ଦନ ତପ ଉଦିତ ପର୍ବତ ରୂପ

February 22, 2020

ବକେ ବସିଥିଲା ଧ୍ରୁବ ଉପରେ

February 22, 2020
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.