• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଅନ୍ୟାନ୍ୟ»ବିଦ୍ରୋହୀ ବୀର ସୁରେନ୍ଦ୍ର ସାଏ
ଅନ୍ୟାନ୍ୟ

ବିଦ୍ରୋହୀ ବୀର ସୁରେନ୍ଦ୍ର ସାଏ

ଜଗନ୍ନାଥ ମହାନ୍ତିBy ଜଗନ୍ନାଥ ମହାନ୍ତିFebruary 17, 2020No Comments6 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

ମଧ୍ୟପ୍ରଦେଶର ଘନ ଜଙ୍ଗଲ ଭିତରେ ଅସୁରଗଡ ଦୁର୍ଗ। ତାର ଗୋଟିଏ କୋଠରୀରେ ବନ୍ଦୀ ଆଉ ପୀଡିତ ବୀର ସୁରେନ୍ଦ୍ର ସାଏ। କାହିଁକି ସେ ବନ୍ଦୀ? ସେ ଚୋରି ଡକାୟତି କରି ନାହାନ୍ତି କିମ୍ବା କାହାକୁ ମାରି ହାଣି ନାହାନ୍ତି ।

ତେବେ ସେ ବୁଢା ବୟସରେ ନିଜ ଘରଦ୍ୱାର ଠାରୁ କେତେ ଦୂରରେ ବଣଜଙ୍ଗଲ ଭିତରେ ଉଚ୍ଛା ପାଚିରୀ ଘେରା ଗଡଟା ଭିତରେ ବନ୍ଦୀ ହୋଇଛନ୍ତି କାହିଁକି? ପୁଣି ମାସେ କି ବର୍ଷେ ନୁହେଁ। ଏଠାରେ ତାଙ୍କର ଦୀର୍ଘ ୨୦ ବର୍ଷ କଟି ଗଲାଣି। ଯୁବକ ବେଳେ ସେମିତି ଆଉ ଗୋତିଏ ଦୂର ଦୂରାନ୍ତର ଜେଲ୍ ରେ ୧୭ ବର୍ଷ କାଳ କଟିଥିଲା। କାହିଁକି? ତାଙ୍କ ମନରେ ବାରମ୍ବାର ଏହି ପ୍ରଶ୍ନ ଉଠୁଛି!

ଯେଉଁ ଇଂରେଜମାନେ ବଣିଜ କରିବାକୁ ଆସି ଏଇ ଦେଶରେ ରାଜନୀତି କଲେ, ଆମ୍ଭମାନଙ୍କ ଭିତରେ ବାଦ ବିବାଦର ସୁଯୋଗନେଇ ନିଜର କ୍ଷମତା ବିସ୍ତାର କଲେ ସେମାନେ। ସେମାନେ ହେଲେ ସୁନାପୁଅ! ଯେଉଁ ଭାରତୀୟ ମାନେ ନିଜ ମାଟିରେ ନିଜର ହକ୍ ଅଧିକାର ସାବ୍ୟସ୍ତ କରିବାକୁ ବସିଲେ, ସେମାନେ ହେଲେ ରାଜଦ୍ରୋହୀ! ଯେଉଁମାନେ ତାଙ୍କର ଗୋଲାମି ନ କଲେ ସେମାନେ ହେଲେ ଶତ୍ରୁ, ତାଙ୍କର କଣ୍ଟା! ସେମାନଙ୍କୁ ନେଇ ବନ୍ଦୀଶାଳାରେ ଅତକ ରଖିବା, ସେମାନଙ୍କ ପ୍ରତି ଅପରାଧୀଙ୍କ ପରି ବ୍ୟବହାର କରିବା ଇଂରେଜମାନଙ୍କର କାମ ହୋଇଛି।

ଜୀବନ ସାରା ଲଢେଇ କରି,ବହୁ ବାଧା ବିଘ୍ନର ସାମନା କରି,ସୁରେନ୍ଦ୍ର ସାଏ ଆଜି ବନ୍ଦୀ ଖାନାରେ ସଢୁଛନ୍ତି। ତାଙ୍କର ମନେ ପଡିଯାଉଛି ଅତୀତର ସବୁ ଘଟଣା। ସେ ଭାବୁଛନ୍ତି-

ଇଂରେଜମାନେ ସେତେବେଳେ ମାଲଗାଦିରୁ ଉଠି ରାଜଗାଦିରେ ଆସନ ଥାପିଛନ୍ତି। ହାତରେ ସେମାନଙ୍କର ତୁଳାଦଣ୍ଡ ବଦଳରେ ରାଜଦଣ୍ଡ। ସାରା ଦେଶରେ କୂଟ ଜାଲ ବିଛାଇ,ଗୋଳିଆ ପାଣିରୁ ମାଛ ଧରିବା ସେମାନଙ୍କର ନୀତି ହୋଇଛି। ନ୍ୟାୟ ଅନ୍ୟାୟ ନମାନି ସେମାନେ ନିଜର ବଳ ବଢାଇବାରେ ଲାଗିପଡିଛନ୍ତି।

୧୮୦୯ ମସିହାରେ ସୁରେନ୍ଦ୍ରଙ୍କର ଜନ୍ମ ସମ୍ବଲପୁର ଜିଲ୍ଲାର ଖିଣ୍ଡା ନାମକ ଗ୍ରାମରେ। ସମ୍ବଲପୁରର ରାଜବଂଶ ଛତ୍ରୀ ଚୌହାନ ବଂଶରେ ତାଙ୍କର ଜନ୍ମ। ରାମଙ୍କ ସାଥିରେ ଲଷ୍ମଣଙ୍କ ପରି ତାଙ୍କ ସହିତ ସାନ ଭାଇ ଉଦନ୍ତ ସାରା ଜୀବନ ସବୁ ଦୁଃଖର ଭାଗୀ ହୋଇଥିଲେ। ପିଲାଦିନୁ ସୁରେନ୍ଦ୍ର ଅନ୍ୟାୟର ବିରୋଧ କରୁଥିଲେ। ୧୮୨୭ ମସିହାରେ ସମ୍ବଲପୁରର ରାଜା ମହାରାଜା ସାଏ ପ୍ରାଣତ୍ୟାଗ କଲେ। ତାଙ୍କ ପୁଅ ନଥିବାରୁ ସୁରେନ୍ଦ୍ର ସମ୍ବଲପୁର ରାଜବଂଶର ଉପଯୁକ୍ତ ଦାୟାଦ ଭାବରେ ରାଜଗାଦି ଦାବୀ କଲେ। କିନ୍ତୁ ତାଙ୍କପରି ଟାଣୁଆ ଲୋକ ରାଜା ହେଲେ ସେମାନେ ମନମୁଖୀ ଭାବରେ ଲାଭ ଉଠାଇ ପାରିବେ ନାଁହି ଭାବି ଇଂରେଜମାନେ ବରପାଲୀର ଜଣେ ବୁଢା ଜମିଦାର ନାରାୟଣ ସିଂହଙ୍କୁ ରାଜଗାଦିରେ ବସାଇଲେ।

ଏହି କାରଣରୁ ରାଜ୍ୟସାରା ଅଶାନ୍ତି ଖେଳିଗଲା। ସମ୍ବଲପୁରରୁ ଗଣ୍ଡ ଓ ବିନ୍ ଝାଲ ଜମିଦାରମାନେ ସୁରେନ୍ଦ୍ର ସାଏଙ୍କୁ ପ୍ରକୃତ ରାଜା ଭାବରେ ଗ୍ରହଣ କରି ଇଂରେଜଙ୍କ ଏପରି କାମରେ ତାତି ଉଥିଲେ। ଅନେକେ ମେଳି କଲେ।ଚ ଉଦିଗରେ ବିଦ୍ରୋହର ନିଁଆ ଖେଳିଗଲା। ଦିନେଏ ତାଙ୍କୁ ମିଛରେ ଦାକି ଆଣି ନାରାୟଣ ସିଂହ ଇଂରେଜଙ୍କ ଦ୍ୱାରା ଗିରଫ କରାଇଥିଲେ। ଶେଷରେ ୧୮୪୦ ମସିହାରେ ସୁରେନ୍ଦ୍ର ସାଏ ଓ ତାଙ୍କ ସାନଭାଇ ଉଦନ୍ତଙ୍କର ମିଛ ବିଚାର ହୋଇ ସେମାନଙ୍କୁ ୧୮ ବ ର୍ଷକାଳ ଜେଲ ଦ ଦଣ୍ଡ ଦିଆଗଲା ସେମାନଙ୍କୁ ସୁଦୁର ହାଜାରିବାଗ ଜେଲକୁ ପ ଠାଇ ଦିଆଇଗଲା।

ଇଂରେଜମାନଙ୍କର ଏମିତି ଅନ୍ଯାୟ କାମ ଖାଲି ସମ୍ବଲପୁର ଠାରେ ଅଟକି ନଥିଲା।ସାରା ଦେଶରେ ସେମାନେ ଯେଉଁଠି କେଉଁ ରାଜା ଅପୁତ୍ରିକ ହୋଇ ମରୁଥିଲେ,ତା ଙ୍କରି ରାଜ୍ଯକୁ ନିଜେ ଅଧିକାର କରିନେଇ କିମ୍ବା ନିଜର ବୋଲକରା କାହାକୁ ରାଜା କରାଇ ସବୁ ସୁବିଧା ହାସଲ କରିବାରେ ରହୁଥିଲେ। ଭାରତୀୟ ସିପାହିମାନ ଙ୍କ ମଧ୍ଯ ବହୁ ଅନ୍ଯାୟ ହୁକୁମ ଦେଇ ନିଜର ଜାତି ଭାଇ ଆଉ ଧର୍ମନୀତି ବିରୁଦ୍ଧରେ କାମ କାରାଇ ଥିଲ।

ଫଳରେ ଉତ୍ତର ଭାରତରେ ମଧ୍ଯ ପ୍ରବଳ ବିଦ୍ରୋହ ଆଊ ଆଶାନ୍ତିର ନିଆଁ ଜଳି ଉଠିଲା ୧୮୫୭ ମସିହାରେ। ଏହାକୁ ପ୍ରଥମ ସ୍ବାଧୀନତା ଆନ୍ଦୋଲନ କହିଲେ ହେଁ ସୁରେନ୍ଦ୍ର ସାଏ ଏହା ପୂର୍ବରୁ ଏହିପରି ଏକ ଲଢ଼େଇ ଆରମ୍ଭ କରି ଦେଇଥିଲେ । ବିଦ୍ରୋହୀମାନେ ହଜାରିବାଗ ଜେଲକୁ ଭାଙ୍ଗି ସେଠାରେ ବନ୍ଦୀଥିବା ସୁରେନ୍ଦ୍ର ସାଏ ଓ ତାଙ୍କ ସାନଭାଇ ଉଦନ୍ତଙ୍କୁ ଖଲାସ କରି ଦେଲେ । ସେତେବେଳେ ସେଠାରେ ଥିବା ଓଡିଶା ଗଡଜାତ ଅଞ୍ଚଳର ୩୭ଜଣ ବନ୍ଦୀ ମଧ୍ଯ ଖଲାସ ହୋଇଗଲେ । ସୁରେନ୍ଦ୍ର ସେମାନଙ୍କୁ ଏକାଠି ବସାଇ ଗୋଟିଏ ସଭାରେ ସ୍ଥିର କଲେ ଯେ – ସମ୍ବଲପୁର ଫେରି ସେମାନେ ବିଦ୍ରୋହର ନିଆଁ ଜାଳି ଦେବେ ଆଉ ଫିରିଙ୍ଗ ଶାସନକୁ ମୂଳପୋଛ କରିଦେବେ ।

ଏହାପରେ ସେମାନେ ସମ୍ବଲପୁର ଚାଲିଲେ ।

ସିଂହପୁର, ଗାଙ୍ଗପୁରର କେତେ ବଣ ଜଙ୍ଗଲ,ନଈ, ପାହାଡ ଅତିକ୍ରମ କଲେ । ସୁରେନ୍ଦ୍ର ଓ ଉଦନ୍ତ ସେମାନଙ୍କ ସହିତ ମଧ୍ୟ ଚାଲିଲେ । କଳେ, ବଳେ, କଔଶଳେ ନିଜର ଅଧିକାର ସାବ୍ୟସ୍ତ କରିବାକୁ ସେମାନେ ପଣ କଲେ । ସୁରେନ୍ଦ୍ର ଓ ଉଦନ୍ତ ସେମାନଙ୍କ ସହିତ ମଧ୍ୟ ଚାଲିଲେ । କଳେ,ବଳେ, କଔସଳେ ନିଜର ଅଧିକାର ସାବ୍ୟସ୍ତ କରିବାକୁ ସେମାନେ ପଣ କଲେ । ବାଟରେ ମଧ୍ୟ ଅନେକେ ସେମାନଙ୍କ ସହିତ ଯୋଗ ଦେଲେ । ସେମାନେ ସମ୍ବଲପୁରଠାରେ ପହଞ୍ଚିଲା ମାତ୍ରେ ପ୍ରବଳ ବିଦ୍ରୋହ ଲାଗି ଉଠିଲା । ଇଂରେଜ ସରକାର ଏହାକୁ ଦମନ କରିବାକୁ ଲାଗିଗଲେ ।

ଯଦିଓ ପ୍ରଥମେ ସୁରେନ୍ଦ୍ରଙ୍କୁ ସ୍ୱାଧୀନ ଭାବରେ ରହିବାକୁ ଅନୁମତି ଦିଆଗଲା, ପରେ ନିଜ ଘରୁ ସରକାରଙ୍କ ବିନାନୁମତିରେ କୁଆଡେ ଯିବାକୁ ମନା କରାଗଲା । ତାପରେ ତାଙ୍କୁ ଶୀଘ୍ର ଅନ୍ୟ କେଉଁଠିକୁ ନେଇଯିବାର ଯୋଜନା ହେଉଛି ଶୁଣି ସୁରେନ୍ଦ୍ର ନିଜ ଗାଁକୁ ଲୁଚି ଚାଲିଗଲେ ।

ଫିରିଙ୍ଗ ସରକାର ବିନା ଯୁଦ୍ଧରେ ତାଙ୍କର ଦାବୀ ମାନି ନେବେ ନାହିଁ ଜାଣି ସୁରେନ୍ଦ୍ର ଆନ୍ଦୋଳନ ଆରମ୍ଭ କରିଦେଲେ । ବହୁ ପଡୋଶୀ ଜମିଦାର ଓ ଗଡଜାତ ରାଜା ତାଙ୍କୁ ମଧ୍ୟ ଗୁପ୍ତ ଭାବରେ ସାହାଯ୍ୟ କଲେ । କୋହ୍ଲ, କନ୍ଧ ଓ ଗଣ୍ଡ ଜାତିର ଆଦିବାସୀମାନେ ସୁରେନ୍ଦ୍ରଙ୍କ ଦଳରେ ଯୋଗ ଦେଲେ । ବଣ ଜଙ୍ଗଲରେ ଅସ୍ଥାୟୀ ଦୁର୍ଗସବୁ ତିଆରି କରାଗଲା । ବିଦ୍ରୋହୀମାନେ ଦଳ ଦଳ ହୋଇ ସରକାରୀ ଅଫିସ ଉପରେ ଚଢଉ କଲେ । ସରକାରୀ ରାସ୍ତାଘାଟ ଓ ଡାକ ଚଳାଚଳ ବନ୍ଦ କରିଦେଲେ ।

ସୁରେନ୍ଦ୍ର ଏମିତି ପାଞ୍ଚବର୍ଷ କାଳ ଇଂରେଜମାନଙ୍କ ବିରୁଦ୍ଧରେ ବିଦ୍ରୋହ କଲେ । ଟାଙ୍ଗିଆ, ଧନୁଶର ଓ ନଳୀ ବନ୍ଧୁକ ଧରି ତାଙ୍କର ବିପ୍ଳବୀମାନେ ଆଜିକାଲିର ତୋପ ବନ୍ଧୁକଧାରୀ ଫିରିଙ୍ଗ ଫଉଜ ସାଥିରେ ଅପୂର୍ବ ସାହସର ସହିତ ଲଢ଼େଇ କଲେ । ଇଂରେଜ ସରକାରଙ୍କ ବହୁ ଧନ ଜନ କ୍ଷୟ ହେଲା । କେତେକ ଇଂରେଜ ସେନାପତି ମଧ୍ୟ ଏଥିରେ ପ୍ରାଣତ୍ୟାଗ କଲେ ।

ଜିଲ୍ଲା ସାରା ଗଣ୍ଡଗୋଳ ଅଶାନ୍ତି ଲାଗି ରହିଲା । ଶେଷରେ ସରକାର ବଡ଼ ବ୍ୟସ୍ତ ହୋଇ ଘୋଷଣା କଲେ ଯେ ଯେଉଁମାନେ ବିନା ସର୍ତ୍ତରେ ସରକାରଙ୍କ ପାଖରେ ଭୁଲ ମାନିଯିବେ, ସେମାନଙ୍କୁ ସରକାର ଦଣ୍ଡ ଦେବେ ନାହିଁ । ଏଣେ ସୁରେନ୍ଦ୍ର ସାଏ ମଧ୍ୟ ଦୁର୍ବଳ ହୋଇ ପଡ଼ିଲେଣି । କେତେ ଦିନ ସେ ବା ଇଂରେଜ ସରକାରଙ୍କ ବିରୁଦ୍ଧରେ ଏମିତି ଦଳେ ବିଶ୍ୱାସୀ ସାଥୀଙ୍କୁ ଧରି ଲଢ଼େଇ କରିବେ ? ଫିରିଙ୍ଗ ଶାସନର ଆଖିବୁଜା ଅତ୍ୟାଚାରରେ ଲୋକମାନେ ମଧ୍ୟ ବଡ଼ ହନ୍ତସନ୍ତ ହେଲେଣି । ସେମାନଙ୍କର ଧନ ଜନ ବଳ ଲୋପ ପାଇଲାଣି ।

ଲୋକମାନଙ୍କର ଦୁଃଖ ଦୁର୍ଦ୍ଦଶା ଦେଖି ସୁରେନ୍ଦ୍ରଙ୍କର ମନ ଦବିଗଲା । ସେ ୧୮୬୨ ମସିହାରେ ଇଂରେଜ ସରକାରଙ୍କୁ ଜଣାଇ ଦେଲେ ଯେ- ସେ ଆଉ ବିଦ୍ରୋହ କରିବେ ନାହିଁ । ସରକାର ତେଣୁ କୌଣସି ଦଣ୍ଡ ନଦେଇ ତାଙ୍କ ଚଳିବା ପାଇଁ କିଛି ବୃତ୍ତି ଖଞ୍ଜି ଦେଲେ । ଲୋକମାନେ ଶାନ୍ତିରେ ନିଶ୍ୱାସ ମାରିଲେ ।

କିନ୍ତୁ ବିପ୍ଲବୀ ଜୀବନରେ କେତେବେଳେ ଶାନ୍ତି ନଥାଏ । ୧୮୬୩ ମସିହାରେ ଇଂରେଜ ସରକାର ସମ୍ବଲପୁର ଜିଲ୍ଲାକୁ ଓଡ଼ିଶାରୁ କାଢ଼ିନେଇ ମଧ୍ୟପ୍ରଦେଶ ସାଥିରେ ଯୋଡ଼ିଦେଲେ । ଏଥିରେ ଲୋକମାନେ ତ ଅସନ୍ତୁଷ୍ଟ ହେଲେ । ସୁରେନ୍ଦ୍ରସାଏ କିନ୍ତୁ ଖୁବ୍ ଉତ୍ତେଜିତ ହୋଇପଡ଼ିଲେ । ସରକାରୀ ଆଦେଶ ବିରୁଦ୍ଧରେ ଲୋକମାନେ ବିଦ୍ରୋହ କଲେ । ଚାରିଆଡ଼େ ଅଶାନ୍ତିର ନିଆଁ ଖେଳିଗଲା । ସରକାର ସୁରେନ୍ଦ୍ରଙ୍କୁ ଅନ୍ୟ ବିଦ୍ରୋହୀ ନେତାମାନଙ୍କ ସହିତ ଗିରଫ କଲେ ।

ରାଜଦ୍ରୋହ ଅପରାଧ ପାଇଁ ସେମାନଙ୍କର ବିଚାର ହେଲା । ସୁରେନ୍ଦ୍ର ସାଏ ବିନା ଦୋଷରେ ଖଲାସ ହେଲେ । କିନ୍ତୁ ତାଙ୍କୁ ଆଉ ଜେଲ୍ ବାହାରେ ଛାଡ଼ିବାକୁ ସରକାର ସାହସ କଲେ ନାହିଁ। ତାଙ୍କ ସହିତ ସାନଭାଇ ଉଦନ୍ତଙ୍କୁ ମଧ୍ୟପ୍ରଦେଶ ରାଯପୁର ଜେଲ୍ରେ ଅଟକ କରି ରଖା ଗଲା। ହାୟ, ଉଦନ୍ତ ସେଠାରେ ତାନ୍କୁ ସବୁଦିନ ପାଇଁ ଛାଡ଼ି ପର ପାରିକୁ ଚାଲିଗଲେ।

ଏବେ ସେ ସେହି ଅସୁରଗଡର ଦୁର୍ଗ ମଧ୍ୟରେ ଏକା ରହି ଜୀର୍ଣଶୀର୍ଣ। ଅତୀତର ହିସାବ ନିକାଶ କରି ସେ ହତାଶ ଆଉ ଭବିଷ୍ୟତର ସ୍ୱପ୍ନରେ ବିଭୋର!କିନ୍ତୁ ସେ ସ୍ୱାଧୀନତାର ସ୍ୱପ୍ନ ତାଙ୍କ ଜୀବନ କାଳରେ ସତ ହୋଇ ପାରିଲା ନାହିଁ। ଅବଶୋଷ ରହିଗଲା।

ଯେଉଁ ଟାଣୁଆ ଦେହ ମନକୁ ନେଇ ସେ ଇଂରେଜ ସିଂହ ବିରୁଦ୍ଧ ରେ ଲଢ଼େଇ କରୁଥିଲେ,ତାହା ସବୁ ଅବଶ ହୋଇ ଗଲାଣି। ବୁଢ଼ା ଦେହକୁ ରୋଗର ଆକ୍ରମଣ !ଇଂରେଜ ଡ଼ାକ୍ତର କୋଲିସ ତାନ୍କର ଚିକିସ୍ଛା କରୁଛନ୍ତି।ସେ ଥରେ ଥରେ ସୁରେନ୍ଦ୍ରଙ୍କ ସ‌ହିତ ଦୁଃଖ ସୁଖ ହୁଅନ୍ତି।ଫିରିନ୍ଗି ବେପାରୀ ଦଳ ବଣିକ କାରବାରର ଆଢ଼ୁଆଳରେ ସରଳ ଦେଶବାସୀ ଭାଇମାନନ୍କୁ ଠକି ଯେମିତି ରାଜ୍ୟ ବିସ୍ତାର କଲେ,ନିଜେ ସମ୍ବଲପୁର ରାଜା ହୋଇସୁଦ୍ଧା ତା୍ଙ୍କୁ ରାଜଦ୍ରୋର୍ହୀ ବୋଲି ସେମାନେ କହି ଯେମିତି ବନ୍ଦୀ ଭାବରେ ଜୀବନର ଅଧିକାଂଶ ବର୍ଷ କାଟିବାକୁ ଅ ନ୍ୟାୟ ଆଦେଶ ଦେଲେ,ଡାକ୍ତରଙ୍କୁ କହି ସେ ଦୀର୍ଘ ନିଶ୍ୱାସ ପକାନ୍ତି । ଡାକ୍ତର କୋଲିସ ଏହା ଶୁଣି ମନରେ ଦୁଃଖ କରନ୍ତି ଆଉ ବାହାରେ ମଧ୍ୟ ସହାନୁଭୂତି ପର୍କାଶ କରନ୍ତି ।  ଥରେ ସେ ଏମିତି କହୁ କହୁ ଖୁବ୍ ଉତ୍ତେଜିତ ହୋଇ ପଡିଲେ ଆଉ ପ୍ରଳାପ କରି ଉଠିଲେ- ହେ ମା ସମଲେଇ !!!!!!। ହେ ମୋ ପ୍ରାଣ ଠାରୁ ଅଧିକ ପ୍ରିୟ ଜନ୍ମ୍ ଭୂମି । !!ଆଜି ମୁଁ ତୋ ଠାରୁ କାହିଁକେତେ ଦୁରରେ।ତୋର ସେବା କରିବାକୁ ମୋର ଆଉ ବଳ ବ ଅସ ନାହିଁ । ତୋତେ ସ୍ୱାଧୀନ କରି ପାରିଲି ନାହିଁ। ଶେଷଥର ପାଇଁ ମୁଁ ତୋତେ ଆଉ ଆଖି ପୂରାଇ ଦେଖି ପାରିଲି ନାହିଁ ! ।ହଉ,ମା ସମଲେଇ !। ତୋ ଇଚ୍ଛା !
ସୁରେନ୍ଦ୍ରଙ୍କର କଣ୍ଠ ରୁଦ୍ଧ ହୋଇ ଆସିଲା । ତାଙ୍କର ମୁହଁ ଉଜ୍ଜଳି ଉଠିଲା। ତା ପାରେ ସବୁ ଶେଷ। ସବୁ ଦିନ ପାଇଁ ସେ ଆଖି ବୁଜି ଦେଲେ। ଡାକ୍ତର ପାଖକୁ ଅସି ଦେଖିଲେ, ତାଙ୍କର ଜଡ ଦେହଟି ପଡି ରହିଛି । ପ୍ରାଣ ପକ୍ଷୀଟି ପଞ୍ଜୁରୀଟିରି ଉଡି ଯାଇଛି। ଅସୁରଗଡର ମେଘନାଦ ପାଚିରୀ ତାକୁ ଅଟକାଇ ପାରି ନାହିଁ ।

ବୀର ସୁରେନ୍ଦ୍ର ସାଏ ଚାଲିଗଲେ ସିନା, ସ୍ୱାଧୀନ ଦେଶବାସୀମାନେ ତାଙ୍କୁ ଭୁଲି ପାରିବେ ନାହିଁ। ସବୁ ଦିନ ପାଇଁ ସେ ଅମର ହୋଇ ରହିବେ ।

Jaganath Mohanty Books Jaganath Mohanty odia Story Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleପାଇକ ନେତା ଦାନୀ ଦଳବେହେରା
Next Article ବାଘାଯତୀନଙ୍କ ବଳିଦାନ
ଜଗନ୍ନାଥ ମହାନ୍ତି

Related Posts

ଅଭିନବ ବିବାହ

March 16, 2023

ବୋକା ନା ବିବେକୀ?

March 1, 2023

ଘୋରକର ଉଦାରତା

February 1, 2023

ମହାଭାରତ

January 26, 2023

ମହାରାଜାଙ୍କ କଳା

December 21, 2022

ଶକରକନ୍ଦ

December 12, 2022
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.