• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଅନ୍ୟାନ୍ୟ»ଭଲ ଚାଷ କରି ଆଦର୍ଶ ସବୁରି
ଅନ୍ୟାନ୍ୟ

ଭଲ ଚାଷ କରି ଆଦର୍ଶ ସବୁରି

ଜଗନ୍ନାଥ ମହାନ୍ତିBy ଜଗନ୍ନାଥ ମହାନ୍ତିFebruary 18, 2020No Comments7 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

କେରଳର ଜଣେ ଚାଷୀ ।  ତାଙ୍କର ନାମ ମାଧବନ୍ ନାୟାର ।  ଓଟାପାଲମ୍ ଠାରେ ତାଙ୍କର ଘର ।  ସେଇଠି ତାଙ୍କର କ୍ଷେତ ।  ସେ ଆଜି ଯେତେ ଫସଲ ଫଳାଇ ପାରୁଛନ୍ତି ଆଉ ନୂଆ ନୂଆ ଢଙ୍ଗରେ ଚାଷ, ଜଳସେଚନ କରିବାର ଯେଉଁ ବୁଦ୍ଧି କୌଶଳ ଦେଖାଇଛନ୍ତି,ସେଥିପାଇଁ ତାଙ୍କୁ ଦେଶର ଜଣେ ଶ୍ରେଷ୍ଠ ଚାଷୀ ବୋଲି କୁହାଯାଉଛି ।

ମାଧବାନ୍ ନାୟାରଙ୍କର ଅଠର ଏକର ଧାନ ଜମି ।  ସେଥିରେ ଭଲ ଧାନ ବିହନ ବୁଣି ଆଉ ଭଲ ଭାବରେ ଚାଷ କରି ସେ ଏକର ପିଛା ୩ ହଜାରରୁ ୪ ହଜାର କିଲୋଗ୍ରାମ ଧାନ ଫଳାଉଛନ୍ତି ।  ଆସନ୍ତା ବର୍ଷ ଏକର ପିଛା ସାତ ହଜାର କିଲୋଗ୍ରାମ ଧାନ ଆଦାୟ କରିବାକୁ ଚେଷ୍ଟା ଚାଲିଛି ।  କିନ୍ତୁ ତାଙ୍କର ଆଶା ଆହୁରି ଉଚ୍ଚରେ ।  ସ୍ୱପ୍ନ ତାଙ୍କର ଖୁବ୍ ଦୂରରେ ।  ଅଳ୍ପ କେତୋଟି ବର୍ଷରେ ସେ ଏକରକୁ ପ୍ରାୟ ୨୦ ହଜାର କିଲୋଗ୍ରାମ ଧାନ ଅମଳ କରିପାରିବେ ବୋଲି ଭାବିଛନ୍ତି ।

କେରଳରେ ମାଧବନ୍ ଜଣେ ଧନୀଲୋକ ।  ଜଣେ ବଡ ଶିଳ୍ପପତି ମଧ୍ୟ ।  ସେ ଓ ତାଙ୍କର ଭାଇମାନେ ଗୋଟିଏ ଦିଆସିଲି କାରଖାନାର ମାଲିକ ।  ମାଧବନଙ୍କର ପୁଣି ୩୦୦ ଏକର ରବର ବଗିଚା ରହିଛି ।  ତେବେ ଭଲ ଭାବରେ ଚାଷ କାମ କରିବାକୁ ତାଙ୍କର ଭାରି ମନ ।  ଭାରତ ପରି ସୁନାର ଦେଶରେ ଆଜି ଶଷ୍ୟର ଅଭାବ ।  ସେ ସହିପାରିବେ ନାହିଁ ।  ଏଇ ଅଭାବ ଦୂଋ କରିବାକୁ ସେ ନିଜର କମର ଭିଡିଲେ ।  ଚାରିପାଞ୍ଛ ବର୍ଷ ତଳର କଥା ।  ଏବେ ସେ ଯେଉଁଠି କ୍ଷେତ କରୁଛନ୍ତି , ସେ ଜମି ୧୯୫୨ ମସିହାରେ କିଣା ଯାଇଥିଲା ।  ବର୍ଷ ପରେ ବର୍ଷ ବିତିଲା ।  ସେ ସେଠାରେ କ’ଣ କରିବେ ଠିକ୍ କରି ପାରିଲେ ନାହିଁ ।  ଦଷବର୍ଷ ପରେ ସେଠାରେ ଧାନ ଫସଲ କରିବାକୁ ଭାବିଲେ ।  ଚାଷର ‘ଚ’ କାମ ତାଙ୍କୁ ଅଜଣା ।  ସେ ଅବଶ୍ଯ ମାଟ୍ରିକ ପାସ୍ କରିଥିଲେ ; ଆଉ ନିଜ ଗୋଡ଼ରେ ନିଜେ ଠିଆ ହେବାର ମନବଳ ତାଙ୍କର ଥିଲା । ଚାଷ କାମରେ ତାଙ୍କୁ ସବୁମତେ ସାହାଯ୍ଯ କରିବାକୁ ଜଣେ ଲୋକଙ୍କୁ ନିଯୁକ୍ତ କଲେ । ସେ ଯେତେବେଳେ ଯେମିତି ଭାବରେ ଚାଷ କାମ କରୁଥିଲେ, ମାଧବନ୍ ସେଥିରେ ହଁ ଭରୁଥିଲେ । ନୂଆ କିଛି ବତାଇବା କି କହିବା ତାଙ୍କ ପକ୍ଷେ ସମ୍ଭବ ନ ଥିଲା ।

ଏଇପରି ଦୁଇବର୍ଷ ଚାଲିଗଲା ।  ୧୯୬୨ ମସିହାରେ ଫିଲି ଫସଲ ଅଦୌ ସନ୍ତୋଷଜନକ ହେଲା ନାହିଁ ।  ଏକର ପିଛା ୭୦୦ କିଲୋଗ୍ରାମ ବି ହେଲା ନାହିଁ ।  ତା ପର ବର୍ଷର ଫସଲ ସେମିତି ହେଲା ।

ଏହା ପରେ ମାଧବନ୍ ଚାଷକାମର ପୁରା ଦାୟିତ୍ୱ ନିଜ ମୁଣ୍ଡ ଉପରକୁ ନେଲେ । ଏଥର ସେ ଅଗରୁ ସବୁ କାମ କାରାଇ ଆସୁଥିବା ଲୋକର ବହୁ କଥାରେ ଆପତ୍ତି କାଲେ ।  ନୂଆ ଢ଼ଙ୍ଗରେ ନୂଆ ରୀତିରେ ଚାଷ କାମ କରିବାକୁ ବଢାଇଲେ ।  ଭଲ ଫଲ ହେଉଥିବା ଟାଇନନ୍-୩ ନାମକ ଗୋଟିଏ ଜତିର ବିହନ ବୁନିଲେ । ସବୁ ସ୍ତରରେ ଚାଷ କାମର ଦେଖାସୁଣା କଲେ ।  ତାଙ୍କ କଥା ଅନୁସାରେ ସବୁକାମ ଚାଲିଲା ।  ଅଳ୍ପ ଦିନରେ କ୍ଷେତରେ ଶାଗୁଆ ଫସଲର ଲହଡି ଖେଳିଗଲା ୤ କିଆରୀଗୁଡିକ ସମତୁଲ ଭାବରେ ତିଆରି ହୋଇ ହିଡବାଡ ହୋଇଗଲା ୤ କ୍ଷେତ ମଝିରେ ସିମେଣ୍ଟ୍ ଗଢା ପକ୍କା ପାଣିନାଳମାନ ହେଲା ମଝିରେ ମଝିରେ ଶହ ଶହ ପାତ୍ରରେ ନାନା ପ୍ରକାର ମଞ୍ଜି ଲଗାଯାଇ ପରୀକ୍ଷା କରାଯାଉଥିଲା ।  ପ୍ରତେ୍ଯକ ପାତ୍ର ଆଉ କିଆରି ମୁଣ୍ଡରେ ଖଣ୍ଡେ ଖଣ୍ଡେ କାଗଜରେ ବିହନର ନାମ,ବୁଣାଯିବା ତାରିଖ, ପରୀକ୍ଷାରେ ଅଗ୍ରଗତି,ଚାଷର ଢଙ୍ଗ ଆଦି ସାଧାରଣ ଲୋକଙ୍କ ବୁଝିଲା ଭାଷାରେ ଲେଖା ହୋଇଥାଏ ।  ନାନାଜାତିର ସୁସ୍ଥସବଳ ଧାନ ଗଛ-ନାଲି,ଶାଗୁଆ,ଖଇରିଆ, ବାଇଗଣିଅ ନାନାରଙ୍ଗର ।  କେତେ ରକମର ବାସନା

ଛବି

ଧାନ କିଆରୀରୁ ତ୍ରୁଟି ଆସୁଥାଏ ।  ଦୂରକୁ ଲମ୍ବିଯାଇଥିବା ଧାନ କ୍ଷେତର ଶାଗୁଆ ରଙ୍ଗ ଆକାଶର ନୀଲିମାରେ ମିଶି ଯାଉଥାଏ ।  ମନପ୍ରାଣ ଆନନ୍ଦରେ ଭରିଯାଏ ଏସବୁ ଦେଖି

ମାଧନ୍ଙ୍ ଙ୍କ ଚାଷ କାମରେ ସପଲତା ଦେଖା ଦେଲା ତିନୋଟି କାରଣରୁ । ପ୍ରଧାନ କାରଣ ହେଲା ତାଙ୍କ କ୍ଷେତରେ ବର୍ଷ ସାରା ପାଣିର ସୁବିଧା ।  ତାଙ୍କ କ୍ଷେତ ନିକଟରେ କୌଣସି କେନାଲ ବା ଜଲଭଣ୍ଡାର ନଥିଲା । ସେ ସେଠାରେ ନିଜେ ଗୋଟିଏ ଜଳଭଣ୍ଡାର ତିଆରି କଲେ ।  ଦ୍ୱିତୀୟ କଥା ହେଲା ଭଲ ବିହନ।  କେରଳରେ ମିଳୁଥିବା ସବୁଠୁଁ ଭଲ ଧାନ ବିହନ ଯୋଗାଡ କରିଥିଲେ ।  ତୃତୀୟ କଥା ହେଲା ଠକ୍ ରୀତିରେ ସାର ଦେବା ।  କେଉଂ ଜମିରେ କେତେ ସାର ଆଉ କେତେ ପାଣି ଦେଲେ ଭଲ ହେବ ସେ ପରୀକ୍ଷା କରି ଦଖନ୍ତି ।  ନିଜ କ୍ଷେତି ମଧ୍ୟରେ ସବୁଜ ସାର ତିଆରି କରି ଦେବାରେ ତାଙ୍କର ଭାରି ଝୁଙ୍କ ।  ସେ ଆଗରୁ ବର୍ଷକ ଭିତରେ ଦୁଇଟି ଫଷଲ ଆଦାୟ କରୁଥିଲେ ।  ଏବେ ଆଉ ଗୋଟିଏ ଫସଲ କରିବାକୁ ସେ ଠିକ୍ କଲେଣି ।  ଏବେ ସେ ହିସାବ କରି ଦେଖିଛ୍ନନ୍ତି ଯେ ଏକର ପି ଛା ତାଙ୍କର ଖର୍ଛ ହୁଏ ୫୦୦ ଟଙ୍କା ।  ଏହା ଛଡା ପୁଣି ନଡା ବିକି ସେ କିଛି ଟଙ୍କା ପାଇଥାନ୍ତି ।  ମାଧବନ୍ ଙ୍କ କ୍ଷେତରେ ସବୁଠୁଁ ମଜା କଥା ହେଲା ତାଙ୍କ ଦ୍ୱାରା ତିଆରି ହୋଇଥିବା ମାଟିତଳ ପାଣିଟାଙ୍କି ।  ଗୋତିଏ ବଡ କୂଅ ଥିଲା ଯେ ତାର ପାଣି ଚାରି ପାଞ୍ଛ ବର୍ଷ ହେଲାଧରି ଶୁଖି ଯାଉଥିଲା ।  ସେ ମାଟି ଭିତରେ କାନ୍ଥ ତିଆରି କଲେ ।  ସେ କାନ୍ଥ ଲମ୍ବ ୨୫୦ ଫୁଟ, ଆଉ ଉଚ୍ଚତା ୧୦ ଫୁଟ ।  ଉପର ମାଟି ସ୍ତରଠାରୁ ତଳକୁ ଏକପ୍ରକାର ପଥୁରିଆ ପତ୍ତନ ଉପରେ ଏହା ଗଢାଯାଇଥିଲା ।  ତେଣୁ ଅତି ଖରାଦିନେ ମଧ୍ୟ କାନ୍ଥଦ୍ୱାରା ବାଧା ପାଇ ଜମିରହିଥିବା ମାଟି ଭିତର ପାଣି କୂଅ ଭିତରକୁ ଝରି ଆସୁଥାଏ ।  ସେ ବର୍ଷା ଋତୁପରେ ଚଇତ୍ର ମାସରେ ଏହାର ପରୀକ୍ଷା କରିଥିଲେ ।  ତେବେ କୂଅ ଭିତରକୁ ପାଣି ଧାର ବଡ ସନ୍ତୋଷ ଜନକ।  ନିରାଟ ଖରାଦିନ ଏଇ କୂଅରୁ ପମ୍ପ କରି ଯେତେ ପାଣି କ୍ଷେତରେ ମଡ଼ାଇଲେ ବି କୂଅ ଶୁଖେ ନାହିଁ ।  ମାଧବନ୍ ଏହାକୁ “ମାଟିତଳ ଜଳଭଣ୍ତାର” ବୋଲି କହନ୍ତି ।  ଏତିରେ ସେ ପ୍ରାୟ ୧୫ ହଜାର ଟକା ଖଚ୍ଚ କରିଛନ୍ତି ।  ଏମିତି ଜଳଭଣ୍ତାର କେତେକ ସୁବିଧା ଅଚ୍ଛି ।  କୂଅ ଭିତର ପାଣି ଅଯତା ବାଷ୍ପ ଆକାରରେ ଉଡି ଯାଏନିହିଁ ।  କାନ୍ତିମାନ ଅଳ୍ପ ଉଚ୍ଚ ହୋଇତିବାରରୁ ତା ଉପରେ ଜମିକୁ ମଧ୍ଯ ଚାଷ କରିବାରେ ଅସୁବିଧା ହୁଏ ନିହିଁ । ମାନବନ କହନ୍ତି- ଛୋଟ ଛୋଟ ଚାଷୀମାନେ ଏମିତି କରିପାରିବେ ।  ଏଥିରେ ଅତି ବେଶୀ ଖର୍ଚ୍ଚ କରିବାକୁ ପଡେ ନାହିଁ ।  ସେ ଏଇ କାମରେ କୌଣସି ଇଞ୍ଜିନିୟରଙ୍କ ସହିତ ପରାମର୍ଶ କରିନାହାନ୍ତି ।  କିନ୍ତୁ ସେ କହନ୍ତି ବିଶେଷଜ୍ଞମାନଙ୍କଠାରୁ ପରାମର୍ଶ ଓ ସାହାଯ୍ୟ ପାଇଲେ ଆଉ କମ୍ ଖର୍ଚ୍ଚରେ ମାଟିତଳ ଜଳଭଣ୍ଡାର ତିଆରି ହୋଇ ପାରିବ; ଆଉ ଅଧିକ ଭଲ ଭାବରେ କାମରେ ଲଗାଯାଇ ପାରିବ ।

 

ପରେ ମାଧବନ୍ ୧୦ହଜାର ଟଙ୍କା ଖର୍ଚ୍ଚ କରି ଆଉ ଗୋଟିଏ ଭୂଇଁତଳିଆ ପାଣିଭଣ୍ଡାର ତିଆରି କଲେ ।  ଏହା ଗୋଟିଏ କୂଅ ପରି ନ ହୋଇ ଏକ ଛୋଟକାଟର ଜଳଭଣ୍ଡାର ପରି ହୋଇଥିଲା ।  କ୍ଷେତର ଗୋଟିଏ ମୁଣ୍ଡରୁ ଯେଉଁ ପାଣି ଗଡି ଚାଲିଯାଉଥିଲା ତାକୁ ଅଟକାଇ ସେହି ଭଣ୍ଡାରରେ ରଖାଯାଉଥିଲା ।  ସେଇ ପାଣିକୁ କେତୋଟି ପମ୍ପ ସାହାଯ୍ଯରେ ସେ କ୍ଷେତରେ ମଡାଉଥିଲେ ।  ଏଥିରୁ ଏତେ ଭଲ ଫଳ ମିଳୁଛି ଯେ, ମାଧବନ୍ କହନ୍ତି– ଏମିତି ଛୋଟ ଛୋଟ ଜଳଭଣ୍ଡାରମାନ ତିଆରି କଲେ, ଚାଷୀମାନେ ବହୁତ ସୁବିଧା ପାଇପାରିବେ।  ମାଟିତଳ ପାଣିଧାର ଆଉ ବର୍ଷା ପାଣିକୁ ସଞ୍ଚୟ କରି ଦରକାର ବେଳେ କ୍ଷେତରେ ମଡାଇବା ପାଇଁ ଏହା ଭାରି ସୁବିଧାଜନକ ଉପାୟ ।

ମାଧବନ୍ ନାୟାର ଏବେ ଖାଲି କେରଳରେ କାହିଁକି ପାଖ ପଡିଶା ପ୍ରଦେଶମାନଙ୍କରେ ବି ଭାରି ଜଣାଶୁଣା ।  ତାଙ୍କର ସୁନାର ଧାନକ୍ଷେତ ଆଜି ଗୋତିଏ ତୀର୍ଥସ୍ଥାନ ପରି ହୋଇଛି ।  କେରଳ ଗାଁ ଗଣ୍ଡାରୁ ଦଳ ଦଳ ହୋଇ ଚାଷୀମାନେ ଆସି ତାଙ୍କର କ୍ଷେତ ଦେଖନ୍ତି ।  ମାଧବନ୍ ବହୁ ସମୟ ଧରି ସେମାନଙ୍କୁ ବୁଝାଇ ସୁଝାଇ ଦିଅନ୍ତି।  ସେମାନେ ବହୁକଥା ଶିକ୍ଷା କରିଯା’ନ୍ତି; ଆଉ ପ୍ରେରଣା ପା’ନ୍ତି ।  ସେମାନଙ୍କ ମନରେ କେତେ ନୂଆ ଭାବନା ଖେଳିଯାଏ ।  ସେମାନେ ବି ଏମିତି କରିବେ ।  ବିଦେଶରୁ ମଧ୍ଯ ଅନେକ ଚାଷି- ପଣ୍ଡିତ ଆସି ତାଙ୍କ କ୍ଷେତ ଦେଖି ଖୁସି ହୁଅନ୍ତି, ଅବାକ୍ ହୁଅନ୍ତି।

ମାଧବନ୍ଙ୍କର ଏପରି ସଫଳତାର ମୂଳରେ ରହିଛି ତାଙ୍କର ଟାଣ ମନବଳ, କଠିନ ପରିଶ୍ରମ ଆଉ ଗଭୀର ଜାତିପ୍ରେମ ।  ଆଖିବୁଳା କ୍ଷେତରେ ଟଙ୍କା ଖର୍ଚ୍ଚ କରି ସେ ଖୁବ୍ ଭଲ ଫଳ ପାଉଛନ୍ତି।  ଅବଶ୍ୟ ତାଙ୍କର ଅବସ୍ଥା ଭଲ ।  ଉନ୍ନତି ବିହନ ଆଉ ସାର ଆଣି ବ୍ୟବହାର କରି ଭଲ ଢଙ୍ଗରେ ଚାଷ କରିବାରେ ତାଙ୍କର ଭାରି ଝୁଙ୍କ ।  କିନ୍ତୁ ଛୋଟ ରାଷୀମାନେ କିପରି ନିଜ କ୍ଷେତରେ ଏମିତି ସୁବିଧାମାନ କରିପାରିବେ ? ଏଇ ଚିନ୍ତା ସର୍ବଦା ମାଧବନ୍ ଙ୍କୁ ଘାରିଥାଏ।  ସେ ଜାଣିଛନ୍ତି ଯେ କେରଳରେ ୨୮ ଲକ୍ଷ ଚାଷୀଙ୍କ ମଦ୍ଦରୁ ୧୮ ଲକ୍ଷଙ୍କର ଏକ ଏକରରୁ କନ୍ ଜମି ଅଛି ।  ତେଣୁ ଅଧିକାଂଶ ଚାଷୀ ସମବାୟ ସମିତିରୁ ଋଣ ପାଇବାକୁ ସମର୍ଥ ହୋଇ ପାରନ୍ତି ନାହିଁ ।  ଅଳ୍ପ କେତେଜଣ ଧନୀ ଚାଷୀ ତ ସାର ବିହନ ପାଣି ଆଦି ସବୁଥିରେ ଅଧିକ ଖର୍ଚ୍ଚ କରି ଭଲ ଫସଲ ଫଳାଇ ପାରିବେ ।  ମାତ୍ର ଏତେ ସଂଖ୍ୟାରେ ଥିବା ଗରିବ ଚାଷୀମାନେ କିପରି ଭଲ ଫସଲ ପାଇବେ ? ଦେଶର ଖାଦ୍ୟ ସମସ୍ୟାରେ ସମାଧାନ କିପରି ହେବ ? ଖାଦ୍ୟ ଅଭାବ କିପରି ଦୂର ହେବ ? ଏଇ କଥା ଚିନ୍ତା କରି କରି ସେ ଥଳକୂଳ ପାନ୍ତି ନାହିଁ ।

 

ତେବେ ଛୋଟଠାରୁ ବଡଯାଏ ସବୁ ଚାଷୀ ଆଜି ଜମିରେ ଅଧିକ ଫସଲ ଫଳାଇବାକୁ ଚେଷ୍ଟା କରୁଛନ୍ତି, ସନ୍ଦେହ ନାହିଁ ।  ସାରଗଣ୍ଡେ ଦେଇ ହେଉ କି ଭଲ ବିହନ ବୁଣି ହେଉ ଅଧିକ କିଛି ଫସଲ ପାଇବାକୁ ସେମାନେ ବ୍ୟସ୍ତ ।  କେରଳରେ ଏମିତି କି ନିଜ ସ୍ତ୍ରୀର ଅଲଙ୍କାର ବନ୍ଧା ପକାଇ ନିଜ କ୍ଷେତ ପାଇଁ ସାର ବିହନ କିଣନ୍ତି ।  ମାଧବନ୍ କହନ୍ତି ତାଙ୍କର ୧୮ ଏକର ଜମିରେ ସେ ପ୍ରାୟ ଏକଲକ୍ଷ ଟଙ୍କା ଖଟାଇଛନ୍ତି ।  ସମବାୟ ସମିତି ଜରିଆରେ ଚାଷୀମାନେ ମିଳିମିଶି ଏସବୁ କାମ ସୁବିଧାରେ କରି ପାରିବେ ।  ଶସ୍ତା ଆଉ ସୁବିଧାରେ ସମିତି ଜରିଆରେ ବିହନ,ସାର ଟ୍ରାକ୍ଟର୍ ଆଦି ଚାଷ ଉପକରଣ ସେମାନେ ପାଇପାରିବେ ।  ଛୋଟ ଛୋଟ କିଆରୀ ଖଣ୍ଡମାନଙ୍କୁ ଏକାଠି କରି ଆଜିର ଉନ୍ନତି ଧରଣର ଚାଷ ସୁବିଧାରେ କରିହେବ ।  ମନ ମିଳାଇଲେ ଧନ ନିଶ୍ଚୟ ମିଳିବ ।

ମାଧବନ୍ କୁ ୪୫/୪୬ ବର୍ଷ ବୟସ ।  ଛଅଟି ପିଲାର ବାପା ।  ମନରେ ତାଙ୍କର କେତେ ଆଶା ଆଉ ଉତ୍ସାହ ଭରି ରହିଛି, ସେ ଅଧିକରୁ ଅଧିକ ଫସଲ କରିବେ ।  ନିଜର ଭଲ କରିବା ସଙ୍ଗେ ସଙ୍ଗେ ଦେଶର ମଙ୍ଗଳ କରିବେ ।  ତାଙ୍କର ୧୮ ଏକର କ୍ଷେତକୁ ବଢାଇ ଦେବାକୁ ମନସ୍ଥ କରିଛନ୍ତି ।  ତାଙ୍କର କେତେକ ଜମିରେ କଦଳି ଆଉ କେତେକ ଜମିରେ ସପୁରୀ ବଗିଚା ହୋଇଛି ।  ସେ ଦେଶରେ ଖାଦ୍ୟଶସ୍ୟର ଅଭାବ ଦୃଷ୍ଟିରୁ ସେ ସବୁ ଜମିରୁ କେତେକରେ ଧାନଫସଲ କରିବାକୁ ତାଙ୍କ୍ର ଇଛା ।  ସେ ଗର୍ବର ସହିତ କହନ୍ତି- “ଆପଣ ଆସନ୍ତା ବର୍ଷ ଏଠାକୁ ଆସନ୍ତୁ ଦେଖିବେ ଏ କ୍ଷେତ ଆହୁରି ବଡ ହୋଇ ଯାଇଥିବ; ଆଉ ଏବେ ଯାହା ଫସଲ ହେଉଛି, ତାଠାରୁ କେତେଗୁଣ ଅଧିକ ନିଶ୍ଚୟ ଫଳିଥିବ ।”

ସୂର୍ଯ୍ୟ ଅସ୍ତ ଯାଉଥିଲେ ।  କେଉଁଠି ଧାନ କ୍ଷେତରେ ଶାଗୁଆ ଶିରୀ ଉପରେ ସୁନେଲି ସୂର୍ଯ୍ୟ କିରଣ ବିଞ୍ଚି ହୋଇ ପଡିଥିଲା ।  ଆଉ କେଉଁଠି ପାଚିଲା ଧାନ କିଆରୀର ରଙ୍ଗ ଏଇ କିରଣଠାରୁ ଆହୁରି ସୁନେଲି, ଆହୁରି ଲୋଭନୀୟ ଆଉ ସୁନ୍ଦର ଦିଶୁଥିଲା ।  ମାଧବନ୍ ଙ୍କ ମୁହଁ ହସ ହସ ଆଉ ଉଜ୍ଜ୍ୱଳ ଦିଶୁଥିଲା ।

Jaganath Mohanty Books Jaganath Mohanty odia Story Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleହାତ ଚଳିଲେ ଭାତ
Next Article କୃତ୍ରିମ ଉପଗ୍ରହର ବିପୁଳ ଶୋଭାଯାତ୍ରା
ଜଗନ୍ନାଥ ମହାନ୍ତି

Related Posts

ଅଭିନବ ବିବାହ

March 16, 2023

ବୋକା ନା ବିବେକୀ?

March 1, 2023

ଘୋରକର ଉଦାରତା

February 1, 2023

ମହାଭାରତ

January 26, 2023

ମହାରାଜାଙ୍କ କଳା

December 21, 2022

ଶକରକନ୍ଦ

December 12, 2022
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.