• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ଭାଗବତ ପଣ୍ଡିତ
ଗଳ୍ପ

ଭାଗବତ ପଣ୍ଡିତ

ଜାନକୀ ବଲ୍ଲଭ ପଟ୍ଟନାୟକBy ଜାନକୀ ବଲ୍ଲଭ ପଟ୍ଟନାୟକFebruary 23, 2020No Comments3 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

ଜଣେ ପଣ୍ଡିତ ରାଜାଙ୍କୁ ଭାଗବତ ପାଠକରି ଶୁଣାଉଥିଲେ । ଖୁବ୍ ବଡ଼ ପଣ୍ଡିତ । ଅନେକ ଶାସ୍ତ୍ର ପଢ଼ିଛନ୍ତି । ଖୁବ୍ ବିଦ୍‌ବତ୍ତା । ରାଜା ମଧ୍ୟ ଜଣେ ଭକ୍ତିମନ୍ତ ପୁରୁଷ । ପଢ଼ିବାବେଳେ ମଝିରେ ମଝିରେ ପଣ୍ଡିତ ରାଜାଙ୍କୁ ପଚାରନ୍ତି, “ମହାରାଜ ! ବୁଝିପାରୁଛନ୍ତି ” ? ରାଜା ଉତ୍ତର ଦିଅନ୍ତି, “ପଣ୍ଡିତ ମହାଶୟ ! ପ୍ରଥମେ ଆପଣ ବୁଝନ୍ତୁ ।”

ରାଜାଙ୍କର ମନର ଭାବ ପଣ୍ଡିତ ବୁଝି ପାରନ୍ତି ନାହିଁ । ତାଙ୍କପରି ଏତେବଡ଼ ପଣ୍ଡିତ ଦେଶରେ ଆଉ କେହି ନାହାନ୍ତି । ସେ ନିଜେ ବହୁ ସଂସ୍କୃତ ଶ୍ଳୋକ ରଚନା କରିଛନ୍ତି । ଭାଗବତର ସଂସ୍କୃତ କଥାଗୁଡ଼ିକ ସେ ବୁଝନ୍ତି ନାହିଁ ତ ଆଉ କିଏ ବୁଝେ ?

ଯାହାହେଉ, ପଣ୍ଡିତ ରାଜସଭାକୁ ସଂସ୍କୃତ ପାଠ କରିବାକୁ ଯାଆନ୍ତି । କଠିନ କଠିନ ବିଷୟ ଗୁଡ଼ିକର ଖୁବ୍ ଭଲ ବ୍ୟାଖ୍ୟା କରନ୍ତି । ରାଜା ମଧ୍ୟ ଖୁବ୍ ମନଦେଇ ଭାଗବତ ଶୁଣନ୍ତି । କିନ୍ତୁ ସେ ବୁଝି ପାରୁଛନ୍ତି କି ନାହିଁ ତାଙ୍କ ମୁହଁ ଦେଖି କିଛି ଜଣା ଯାଏ ନାହିଁ । ପଣ୍ଡିତ ପୁଣି ଥରେ ପଚାରିଲେ, “ମହାରାଜ ! ଆପଣ ବୁଝିପାରୁଛନ୍ତି ?” ପୁଣି ସେହି ଉତ୍ତର–“ପ୍ରଥମେ ଆପଣ ବୁଝନ୍ତୁ ।”

ରାଜାଙ୍କ କଥାରେ ପଣ୍ଡିତ ଅବାକ୍ ହୋଇଗଲେ । ସେ ଭାଗବତ ଅର୍ଥ ବୁଝିପାରୁଛନ୍ତି, କିନ୍ତୁ ରାଜାଙ୍କ କଥାର ଅର୍ଥ ବୁଝିପାରୁ ନାହାନ୍ତି । ଘରକୁ ଯାଇ ପଣ୍ଡିତ ଖୁବ୍ ମନ ଦେଇ ଭାଗବତ ପଢ଼ିଲେ । ତା’ ଆରଦିନ ପୁଣି ରାଜସଭାକୁ ଆସିଲେ । ପଢ଼ିବା ସମୟରେ ପଣ୍ଡିତ ରାଜାଙ୍କୁ ପ୍ରଶ୍ନ କଲେ । ରାଜା ପୁଣି ସେହି ଉତ୍ତର ଦେଲେ, “ଆପଣ ଆଗ ବୁଝନ୍ତୁ ।”

ପଣ୍ଡିତଙ୍କ ମନରେ ବଡ଼ କଷ୍ଟ ହେଲା । ଘରକୁ ଯାଇ ଏକ ମନ ଧ୍ୟାନରେ ସେ ଭାଗବତ ପଢ଼ିବାକୁ ଆରମ୍ଭ କଲେ । କିନ୍ତୁ ଏ କ’ଣ ହେଲା ପଣ୍ଡିତଙ୍କର ? ଯେତେ ପଢ଼ୁଛନ୍ତି ତାଙ୍କୁ ସେତେ ଭଲ ଲାଗୁଛି । ସେତେ ନୂଆ ନୂଆ ଅର୍ଥ ବାହାରୁଛି । ତାଙ୍କର ମନେ ହେଲା, ପ୍ରକୃତରେ ଏତେଦିନ ଧରି ସେଭାଗବତକୁ ବୁଝିପାରି ନ ଥିଲେ । ସେ ଯେତେ ପଢୁଛନ୍ତି, ତାଙ୍କୁ ସେତେ ଭଲ ଲାଗୁଚି ।

ପଣ୍ଡିତଙ୍କର ରାଜାଙ୍କ ପାଖକୁ ଯିବା ବନ୍ଦ ହୋଇଗଲା । ସେ ସବୁ ଭୁଲିଗଲେ, ଏପରିକି ଖାଇବା ଶୋଇବା ମଧ୍ୟ । ରାତିଦିନ ଭାଗବତ ଧରି ବସିଛନ୍ତି, ପଢ଼ୁଛନ୍ତି, ଦୁଇ ଆଖିରୁ ଧାର ଧାର ଲୁହ ବହିଯାଉଛି ।

ଦିନେ ଗଲା । ଦି’ଦିନ ଗଲା । ତିନି ଦିନ ଗଲା । ଭାଗବତ ପଣ୍ଡିତ ଆଉ ରାଜବାଟିକୁ ଆସିଲେନି । ରାଜା ଭାବିଲେ, ପଣ୍ଡିତଙ୍କର କ’ଣ ହେଲା ? ଦେଖୁ ଦେଖୁ ଆଉ କିଛି ଦିନ କଟିଗଲା । ଭାଗବତ ପଣ୍ଡିତ ତେବେ ମଧ୍ୟ ରାଜାଙ୍କୁ ଭାଗବତ ଶୁଣାଇବାକୁ ଆସିଲେ ନାହିଁ ।

ରାଜାଙ୍କ ମନରେ ସନ୍ଦେହ ହେଲା । ସେ ଦିନେ ଛଦ୍ମବେଶରେ ଧୀରେ ଧୀରେ ପଣ୍ଡିତଙ୍କର ଘରେ ଆସି ପହଞ୍ଚିଲେ । ଯାଇ ଦେଖିଲେ, ପଣ୍ଡିତ ଏକାକୀ ବସି ଭାଗବତ ପଢୁଛନ୍ତି ଓ ତାଙ୍କ ଦୁଇ ଆଖିରୁ ଧାର ଧାର ଲୁହ ବହିଯାଉଛି । ରାଜା ଯାଇ ତାଙ୍କ ଆଗରେ ଠିଆହେଲେ । କିନ୍ତୁ ପଣ୍ଡିତଙ୍କର ଖିଆଲ ନାହିଁ । ସେ ଖୁବ୍ ବିଭୋର ହୋଇ ଭାଗବତ ପଢୁଛନ୍ତି । କିଏ ଆସିଲା, ଗଲା ବା ତାଙ୍କ ପାଖରେ କ’ଣ ଘଟିଯାଉଛି, ତାହା ସେ ଜାଣୁ ନାହାନ୍ତି । ଏହି ଅବସ୍ଥା ଦେଖି ରାଜାଙ୍କର ମନରେ ଭକ୍ତି ଆସିଲା ।

ସେ ଗୋଟିଏ ପାଖରେ ବସି ଏକ ମନରେ ଭାଗବତ ଶୁଣିବାକୁ ଲାଗିଲେ ।

ବହୁ ସମୟ ପରେ ପଣ୍ଡିତଙ୍କର ପଢ଼ା ଶେଷ ହେଲା । ସେତେବେଳେ ସେ ଯାଇ ଭୂଇଁରେ ଶୋଇ ପଣ୍ଡିତଙ୍କୁ ପ୍ରଣାମ କଲେ । ପଣ୍ଡିତ ରାଜାଙ୍କୁ ଦେଖି ଚିହ୍ନି ପାରିଲେ । କହିଲେ, “ମହାରାଜ ! ଆପଣ ମୋର ଆଖି ଖୋଲି ଦେଇଛନ୍ତି ।”

ପାଣ୍ଡିତ୍ୟର ଅଭିମାନରେ ଭକ୍ତିର ଉଦୟ ହୁଏ ନାହିଁ ।

Janaki Ballabh Patnaik Books Janaki Ballabh Patnaik Odia Story Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleଚିହ୍ନିପାରିଲେ ମାୟା ପଳାଇଯାଏ
Next Article କୌପୀନ କା ବାସ୍ତେ
ଜାନକୀ ବଲ୍ଲଭ ପଟ୍ଟନାୟକ

Related Posts

ପଦବୀର ବଳ

March 23, 2023

ପୁତ୍ର – କନ୍ୟା

March 22, 2023

ରାଜନୀତି

March 21, 2023

ଶିବମଲ୍ଲଙ୍କ କାହାଣୀ

March 19, 2023

ପରମେଶ୍ୱରଙ୍କ କରୁଣା

March 18, 2023

ସୁଖଦୁଃଖର ସାଥୀ

March 17, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.